ନୂଆବର୍ଷରେ ଝଟକା ଦେଲେ ୱାର୍ଣ୍ଣର । ଦିନିକିଆ କ୍ରିକେଟକୁ କହିଲେ ଅଲବିଦା, ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ କହିଲେ ଏମିତି… ।

କନକ ବ୍ୟୁରୋ : ନୂଆବର୍ଷରେ ବଡ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର । ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ୱାର୍ଣ୍ଣର । ବାମହାତୀ ବ୍ୟାଟର ୱାର୍ଣ୍ଣର ପାକିସ୍ତାନ ବିପକ୍ଷ ନିଜ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ୩୭ ବର୍ଷୀୟ ୱାର୍ଣ୍ଣର ୨୦୨୩ ବିଶ୍ୱକପ ସମୟରୁ ହିଁ ଦିନିକିଆ କ୍ରିକେଟରୁ ସନ୍ୟାସ ନେବାକୁ ସ୍ଥିର କରିଥିଲେ ।

ନିଜ ପରିବାରକୁ ଅଧିକ ସମୟ ଦେବାକୁ ୱାର୍ଣ୍ଣର ଦିନିକିଆ କ୍ରିକେଟକୁ ବାଏ ବାଏ କରିଛନ୍ତି । ୱାର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ, ଚାମ୍ପିୟନ୍ସ ଟ୍ରଫି ପାଇଁ ଯଦି ଅଷ୍ଟ୍ରେଲିଆକୁ ଓପନରଙ୍କ ଆବଶ୍ୟକତା ପଡେ ତେବେ ସେ ପୁଣିଥରେ କ୍ରିକେଟ ପଡିଆକୁ ଫେରିବେ । ଆସନ୍ତା ୨୦୨୫ରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ଭାରତରେ ବିଶ୍ୱକପ ଜିତିବା ଅଷ୍ଟ୍ରେଲିଆ ପାଇଁ ସବୁଠୁ ବଡ ଉପଲବ୍ଧି ।

ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟର ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିଲେ । ୱାର୍ଣ୍ଣର ୧୬୧ ଦିନିକିଆ ମ୍ୟାଚରୁ ୬୯୩୨ ରନ୍ କରିଥିବା ବେଳେ ୧୧୧ଟି ଟେଷ୍ଟ ମ୍ୟାଚରେ ୮୬୯୫ ରନ୍ କରିଛନ୍ତି । ୨୦୦୯ରେ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ପଦାର୍ପଣ କରିଥିଲେ ଡେଭିଡ ୱାର୍ଣ୍ଣର । ଦିନିକିଆରୁ ଅବସର ନେଇଥିବା ୱାର୍ଣ୍ଣର କିନ୍ତୁ ଟି-୨୦ ମ୍ୟାଚ୍ ଖେଳିବା ଜାରି ରଖିବେ । ଆଗାମୀ ଟି-୨୦ ବିଶ୍ୱକପରେ ତାଙ୍କୁ ଅଷ୍ଟ୍ରେଲିଆ ଦଳରେ ସୁଯୋଗ ମିଳିବ ବୋଲି ଆଶାବାଦୀ ଅଛନ୍ତି ୱାର୍ଣ୍ଣର । ଏବେ ୱାର୍ଣ୍ଣର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି ।

The post ନୂଆବର୍ଷରେ ଝଟକା ଦେଲେ ୱାର୍ଣ୍ଣର । ଦିନିକିଆ କ୍ରିକେଟକୁ କହିଲେ ଅଲବିଦା, ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ କହିଲେ ଏମିତି… । first appeared on Kanak News.

from Kanak News
via <a href="https://ifttt.com/?

‘ଏକ୍ସପୋସାଟ୍’ର ସଫଳ ପରୀକ୍ଷଣ । ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ

କନକ ବ୍ୟୁରୋ : ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ ହୋଇଛି । ପିଏସଏଲଭି ସି-୫୮ ରକେଟ୍ ଜରିଆରେ ଉତକ୍ଷେପମ ହୋଇଛି । ୫ବର୍ଷ ଧରି ବ୍ଲାକ୍ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ ।

ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପକରେ ସୂଚନା ଦେବାରେ ସହାୟକ ହେବ ।

ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୩୦ ମିନିଟ ସମୟରେ ସଫଳ ଉତକ୍ଷେପଣ ହୋଇଛି । ପିଏସଏଲଭି-ସି୫୮ ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯାଇଛି । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି

The post ‘ଏକ୍ସପୋସାଟ୍’ର ସଫଳ ପରୀକ୍ଷଣ । ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଆଉ ୨ ନୂଆ ପଜିଟିଭ୍ ଚିହ୍ନଟ । ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ରାଜ୍ୟରେ ଆଜି ଆଉ ୨ ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ଥିବା ବେଲେ ଆଜି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ କରୋନା ଟେଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଲାଗିରହୁଛି ସେମାନଙ୍କୁ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ଭଳି କରୋନା ଟେଷ୍ଟିଂ ସେଣ୍ଟର ସବୁବେଳେ ଖୋଲା ରହୁଥିବା ନେଇ ସୂଚନା ଦିଆଯାଇଛି

The post ରାଜ୍ୟରେ ଆଉ ୨ ନୂଆ ପଜିଟିଭ୍ ଚିହ୍ନଟ । ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ଆଜିଠୁ ଲାଗୁ ହେଲା ନୂଆ ନିୟମ । ସୁକନ୍ୟା ସମୃଦ୍ଧି ଯୋଜନାରେ ବଢିଲା ସୁଧହାର । ସିମ କାର୍ଡ କିଣିବା ପାଇଁ ଦରକାର ପଡିବନି କାଗଜପତ୍ର

କନକ ବ୍ୟୁରୋ : ବଦଳିଯାଇଛି କ୍ୟାଲେଣ୍ଡର । ଆସିଛି ନୂଆ ବର୍ଷ ୨୦୨୪ । ନୂଆ ବର୍ଷରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ନିୟମରେ ପରିବର୍ତନ ହୋଇଛି । ଏହି ନୂଆ ନିଷ୍ପତି ଲୋକଙ୍କ ସଂଚୟଠାରୁ ଆରମ୍ଭ ଲୋକଙ୍କ ଆର୍ଥିକ ନିଷ୍ପତିକୁ ପ୍ରଭାବିତ କରିପାରେ ।
ନୂଆ ବର୍ଷ, ନୂଆ ନିୟମ
– ସୁକନ୍ୟା ଯୋଜନାରେ ୮ ପ୍ରତିଶତ ବଦଳରେ ୮.୨ ପ୍ରତିଶତ ସୁଧ
– ତିନି ବର୍ଷିଆ ମିଆଦି ଜମାରେ ୭.୧୦ ପ୍ରତିଶତ ସୁଧ ମିଳିବ
– ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ
– ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ
– ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ
– ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ
– ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ
– ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ
– କେବଳ ଡିଜିଟାଲ କେୱାସି ଜରିଆରେ ହିଁ ସିମ୍ କିଣିହେବ
– ବ୍ୟାଙ୍କ ଲକର୍ର ନୂଆ ନିୟମ ଲାଗୁ କରାଯିବ
– ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବେ
– ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ନିୟମ
– ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ
– ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ

The post ନୂଆ ବର୍ଷରେ ଆଜିଠୁ ଲାଗୁ ହେଲା ନୂଆ ନିୟମ । ସୁକନ୍ୟା ସମୃଦ୍ଧି ଯୋଜନାରେ ବଢିଲା ସୁଧହାର । ସିମ କାର୍ଡ କିଣିବା ପାଇଁ ଦରକାର ପଡିବନି କାଗଜପତ୍ର first appeared on Kanak News.

from Kanak News
via <a href="https://ifttt.com/?

ଭିମସାରରେ ହେବ ଏକୋଇଶିଆ । ଧିରେ ଧିରେ ସୁସ୍ଥ ହେଉଛି ରେଙ୍ଗାଳି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ଆଜି ଡାକ୍ତରଖାନାରେ ହେବ ନାମକରଣ

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହେବ ନାମକରଣ । ଭିମସାର ପକ୍ଷରୁ ଏକୋଇଶିଆରେ ଶିଶୁ ନାମକରଣ କରାଯିବ । ଏବେ ସେ ଭିମସାରରେ ଚିକିତ୍ସାଧୀନ ଅଛି । ମେଡିକାଲ ପକ୍ଷରୁ ଶିଶୁ ଏକୋଇଶିଆ ପାଳନ କରାଯିବ । ଦୁଇ ସପ୍ତାହ ପୂର୍ବରୁ ଲାରିପାଲି ଅଞ୍ଚଳରେ ଥିବା ୨୦ ଫୁଟର ବୋରୱେର ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।

ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା ପରେ ସେ ପୁୁରା ସୁସ୍ଥ ଅଛି । ପୂର୍ବରୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟା ଏବେ ଦୂର ହୋଇଛି । ସେ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛି । ଶରୀରରେ ଥିବା ସବୁ କ୍ଷତ ଚିହ୍ନ ଶୁଖିବା ସହ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥିବା ଡାକ୍ତରମାନେ କହିଛନ୍ତି । ଆଉ କିଛି ଦିନ ପରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରି ଜିଲ୍ଲା ପ୍ରଶାସନର ଜିମା ଦିଆଯିବ ।

The post ଭିମସାରରେ ହେବ ଏକୋଇଶିଆ । ଧିରେ ଧିରେ ସୁସ୍ଥ ହେଉଛି ରେଙ୍ଗାଳି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ଆଜି ଡାକ୍ତରଖାନାରେ ହେବ ନାମକରଣ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ନୂଆ ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆଜିଠୁ ନୂଆ ଏସି ସେଡରେ ଶ୍ରୀମନ୍ଦିରକୁ ଯାଉଛନ୍ତି । ୧୨ମିଟର ଚଉଡା ଓ ୮୪ ମିଟର ଲମ୍ବ ବିଶିଷ୍ଟ ଏସି ସେଡରେ ରହିଛି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ବସିବା ପାଇଁ ବେଞ୍ଚର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏସି ସେଡ୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ଜର୍ମାନୀ ହ୍ୟାଙ୍ଗର ବ୍ୟବସ୍ଥା ହୋଇଛି । ଏହା ସହ ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇଥିଲେ ମନ୍ଦିର ଯାଇପାରବେନି ଶ୍ରଦ୍ଧାଳୁ ।

The post ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ନୂଆ ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ first appeared on Kanak News.

from Kanak News
via <a href="https://ifttt.com/?

ଦିଅଁ ଦର୍ଶନରୁ ଆରମ୍ଭ ହେଲା ନୂଆ ବର୍ଷ । କେନ୍ଦ୍ରାପଡାର ବଳଦେବ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ବାଲେଶ୍ୱରର ସିଦ୍ଧି ବିନାୟକ ମନ୍ଦିର ଓ ଚନ୍ଦନେଶ୍ୱରଙ୍କ ପୀଠରେ ସକାଳ ୬ଟାରୁ ଲାଗିଛି ଦର୍ଶନ

କନକ ବ୍ୟୁରୋ : ମାଆର ଆଶୀର୍ବାଦ ଥିଲେ ସନ୍ତାନର ସବୁ ଶୁଭ ହୋଇଥାଏ । ଶୁଭ ନବବର୍ଷରେ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରି ମାନସିକ ନଡିଆ ଅର୍ପଣ କରିଛନ୍ତି । ପରିବାର ଓ ସମାଜର ମଙ୍ଗଳ କାମନା କରିଛନ୍ତି ।

ସେହିଭଳି କେନ୍ଦ୍ରାପଡା ବଳଦେବ ଜୀଉଙ୍କ ମନ୍ଦିରରେ ବି ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ବଳଦେବ ଜୀଉ । ବଡ ଠାକୁର । କେନ୍ଦ୍ରାପଡାର ଆରାଧ୍ୟ ଦେବତା । ବଳଦେବ ଜୀଉଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିଛନ୍ତି ଭକ୍ତ । ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକମାନେ ମନ୍ଦିରରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଦିଅଁ ଦର୍ଶନରୁ ଆରମ୍ଭ ହେଲେ ନୂଆ ବର୍ଷ । ନୂଆ ବର୍ଷ ସାଙ୍ଗକୁ ସୋମବାର । ତେଣୁ ହରହର ମହାଦେବଙ୍କ ଦର୍ଶନ ପାଇଁ ବାଲେଶ୍ୱର ଜଳେଶପ୍ର ପ୍ରମୁଖ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାତି ୪ଟାରୁ ମନ୍ଦିର ଖୋଲିବା ପରେ ନୀତିକାନ୍ତି ଚାଲିଛି । ସକାଳ ୬ଟାରୁ ସାଧାରଣ ଦର୍ଶନ ଚାଲିଛି । ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ ଚନ୍ଦେଶ୍ୱରଙ୍କ ପୀଠର ଭିଡ ଲଗାଇଛନ୍ତି । ମହାଦେବୀଙ୍କ ଠାରୁ କ୍ଷୀର ଓ ପଇଡ ଅର୍ପଣ କରିଛନ୍ତି । ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ ମୁତୟନ କରାଯାଇଛି ।

ବିଦାୟ ନେଇଛି ବର୍ଷ ୨୦୨୩ । ଆସିଛି ନୂଆ ବର୍ଷ ୨୦୨୪ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି । ଏହା ସହ ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିଛନ୍ତି ଲୋକେ । ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗ ସମେତ ବିଭିନ୍ନ ସ୍ଥାନରେ ବର୍ଷର ସୂର୍ଯ୍ୟୋଦୟକୁ ଉପଭୋଗ କରିଛନ୍ତି । ସୂର୍ଯ୍ୟୋଦୟ ଦେଖିବା ପାଇଁ ଭୋରରୁ ଚନ୍ଦ୍ରଭାଗା କୂଳରେ ଲୋକେ ଏକାଠି ହୋଇଥିଲେ । ଦୀପ ଜାଳି ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଏହା ସହ ମୋବାଇଲ୍ରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ କ୍ୟାପଚର କରିଥିଲେ ଲୋକେ ।

The post ଦିଅଁ ଦର୍ଶନରୁ ଆରମ୍ଭ ହେଲା ନୂଆ ବର୍ଷ । କେନ୍ଦ୍ରାପଡାର ବଳଦେବ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ବାଲେଶ୍ୱରର ସିଦ୍ଧି ବିନାୟକ ମନ୍ଦିର ଓ ଚନ୍ଦନେଶ୍ୱରଙ୍କ ପୀଠରେ ସକାଳ ୬ଟାରୁ ଲାଗିଛି ଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

ବାଲିଆପାଳ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ଦଳକୁ ଫେରିଲେ ତିନି ଦିନ ତଳେ ବିଜେଡିରେ ଯୋଗଦେଇଥିବା କଂଗ୍ରେସ ନେତା

କନକ ବ୍ୟୁରୋ : ବାଲିଆପାଳ ରାଜନୀତିରେ ଘଡିକେ ଘୋଡ ଛୁଟୁଛି । ଆଜି ଦଳ ଛାଡି ଯାଉଥିବା ନେତା କାଲି ପୁଣି ଦଳକୁ ଫେରୁଛନ୍ତି । ବାଲିଆପାଳର ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରୀରାମପୁର ସରପଞ୍ଚ ଦେବ କୁମାର ଦେ ଏବଂ ବରିଷ୍ଠ ନେତା ଝାଡେଶ୍ୱର ବେହେରା ତାଙ୍କର ୫୦ ଜଣ ସମର୍ଥକଙ୍କ ସହିତ ଗତ ୨୮ ତାରିଖ ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦାନ କରିଥିଲେ ।

ତିନିଦିନ ପରେ ପୁଣି ସେମାନେ ପୁରୁଣା ଦଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏନେଇ ବାଲିଆପାଳ ପୁର୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଅବସରରେ କଂଗ୍ରେସ ପକ୍ଷରୁ ଶ୍ରୀରାମପୁରରୁ ବାଲିଆପାଳ ପର୍ଯ୍ୟନ୍ତ ଏକ ବାଇକ ରାଲି କରାଯାଇଥିଲା । ଦଳର ବରିଷ୍ଠ ନେତା ମାନେ ପୁଣି ଥରେ ଦଳକୁ ଫେରିଥିବାରୁ ବସ୍ତା ଏବଂ ବାଲିଆପାଳ କଂଗ୍ରେସରେ ଉତ୍ସାହ ଦେଖିବାକୁ ମିଳିଛି ।

The post ବାଲିଆପାଳ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ଦଳକୁ ଫେରିଲେ ତିନି ଦିନ ତଳେ ବିଜେଡିରେ ଯୋଗଦେଇଥିବା କଂଗ୍ରେସ ନେତା first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ

କନକ ବ୍ୟୁରୋ : ନୂଆ ବର୍ଷରୁ ଇସ୍ରୋର ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ ତଥା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁର ଏକ୍ସ-ରେ ଉତ୍ସ ସମ୍ପକରେ ସୂଚନା ଦେବାରେ ସହାୟକ ହେବ ।

ବିଶେଷ କରି ବ୍ଲାକ ହୋଲ, ନ୍ୟୁଟ୍ରନ ଷ୍ଟାର ସମ୍ପର୍କରେ ଅନୁଧ୍ୟାନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୩୦ ମିନିଟ ସମୟରେ ଉତକ୍ଷେପଣ ହେବ । ପିଏସଏଲଭି-ସି୫୮ ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯିବ । ପୂର୍ବାହ୍ନ ୮ଟା ୪୦ ମିନିଟରୁ ଇସ୍ରୋ ପକ୍ଷରୁ ଏହାର ଲାଇଭ କରାଯିବ । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି ।

The post ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଓମଫେଡ୍ ଘିଅରେ ହେବ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ । ପାନ, ଗୁଟଖା ଖାଇ ମନ୍ଦିର ଭିତରକୁ ପ୍ରବେଶ ମନା

କନକ ବ୍ୟୁରୋ : ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ ହେବ । କେବଳ ଏତିକି ନୁହେଁ, ପାନ, ଗୁଟଖା ସେବନକାରୀ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ।
ଏହା ସହ ପଲିଥିନ୍ ଓ ପ୍ଲାଷ୍ଟିକ୍ ଭିତରକୁ ନେଇ ପାରିବେ ନାହିଁ ଶ୍ରଦ୍ଧାଳୁ । ନୂଆ ବର୍ଷର ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ । ଏଥିପାଇଁ ଟ୍ରଷ୍ଟ ବୋର୍ଡର ବୈଠକରେ ଅନୁମତି ପରେ ସେବାୟତ ମୁଖ୍ୟଙ୍କୁ ଚିଠି କରାଯାଇଛି ।

The post ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଓମଫେଡ୍ ଘିଅରେ ହେବ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ । ପାନ, ଗୁଟଖା ଖାଇ ମନ୍ଦିର ଭିତରକୁ ପ୍ରବେଶ ମନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started