ବିଗିଡା ରାଜକୁମାର ବସିବେ ସିଂହାସନରେ

ରବିବାର ଦିନ ଡେନମାର୍କର ରାଣୀ ମାର୍ଗାରେଟ ଦ୍ୱିତୀୟ ଘୋଷଣା କରିଛନ୍ତି ଯେ ସେ ଡେନମାର୍କର ସିଂହାସନ ଛାଡିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ପୁଅ କ୍ରାଉନ୍ ପ୍ରିନ୍ସ ଫ୍ରେଡେରିକ୍ ସିଂହାସନରେ ବସିବେ।

ଡେନମାର୍କର ରାଣୀ ମାର୍ଗାରେଟ ଦ୍ୱିତୀୟ ଜାନୁଆରୀ ୧୪ ରେ ସିଂହାସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର ଦିନ ନୂଆ ବର୍ଷ ଅବସରରେ ସେ ଏହା ଘୋଷଣା କରିଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ଭବିଷ୍ୟତର ରାଜା କ୍ରାଉନ୍ ପ୍ରିନ୍ସ ଫ୍ରେଡେରିକ୍ ଦେଶର ଶାସନ ଭାର ଗ୍ରହଣ କରିବେ । ସେ ୨୦୨୨ ମସିହାରେ ଏକ ଅଭିଭାଷଣରେ କହିଥିଲେ ଯେ ‘ସମୟ ଆସିଲେ ମୁଁ ଦେଶକୁ  ମାର୍ଗଦର୍ଶନ କରିବି।’

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ପ୍ରିନ୍ସ ଫ୍ରେଡେରିକ୍ ତାଙ୍କ ମାଆଙ୍କ ଆଡକୁ ସୂଚାଇ କହିଥିଲେ, ‘ତୁମେ ମୋ  ପିତାଙ୍କୁ  ଅନୁସରଣ କରିବା ପରି ମୁଁ ମଧ୍ୟ ତୁମକୁ ଅନୁସରଣ କରିବି।’ କିନ୍ତୁ ସେତେବେଳେ କେହି ଜାଣି ନଥିଲେ ଯେ ଏହି ସମୟ ଏତେ ଶୀଘ୍ର ଆସିବ ବୋଲି । ଡେନମାର୍କ ରାଜ ପରିବାର ବିଶେଷଜ୍ଞ ଗୀଟେ ରେଡର୍ କହିଛନ୍ତି ଯେ ‘ସେ ପ୍ରକୃତରେ ବିଦ୍ରୋହ ପାଇଁ ଆହ୍ୱାନ କରୁନାହାଁନ୍ତି, କିନ୍ତୁ ଏକ ଶିଶୁ ଏବଂ ଯୁବକ ଭାବରେ ସେ ଗଣମାଧ୍ୟମର ଧ୍ୟାନ ଏବଂ ସେ ରାଜା ହେବାକୁ ଯାଉଥିବା କଥା ସେ ଜାଣିନଥିଲେ । ସେ ଏବେ କିଶୋର ଅଛନ୍ତି ବେଶି ବୟସ ହୋଇନାହିଁ ।  ସେ ଏବେ ଆତ୍ମବିଶ୍ୱାସରେ ପରିପୂର୍ଣ ଅଛନ୍ତି ।

ଏକାକୀ ଏବଂ ଚିନ୍ତାରେ

ଏକାକୀ ତଥା ଚିନ୍ତାରେ କିଶୋର ଫ୍ରେଡେରିକ୍ ତାଙ୍କ ପିତାମାତାଙ୍କ ଉପରେ ରାଜକୀୟ ଦାୟିତ୍ଵ ପୂରଣ କରୁଥିବାବେଳେ ତାଙ୍କୁ ସମୟ ନ ଦେଇ ଅବହେଳା କରିଥିବାରୁ ତାଙ୍କ ପିତାମାତାଙ୍କ ଉପରେ କ୍ରୋଧିତ ହୋଇଥିଲେ । ସେ ଦ୍ରୁତ ଗତିରେ କାର ଚାଳନା ଏବଂ ଦ୍ରୁତ ଜୀବନଶୈଳୀରେ ବଞ୍ଚିବାକୁ ଚାହୁଁଥିଲେ । ଏହା ବ୍ୟତୀତ ୧୯୯୦ ଦଶକ ପୂର୍ବରୁ ତାଙ୍କୁ ଏକ ବିଗିଡି ଯାଇଥିବା ରାଜକୁମାର ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ୧୯୯୫ ରେ ସେ ଅରହସ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ଏହି ଦୃଶ୍ୟ ପରିବର୍ତ୍ତନ ହେବାକୁ ଲାଗିଲା, ଏବଂ ପ୍ରଥମ ଡାନିଶ୍ ରାଜକୀୟ ହୋଇ ବିଶ୍ୱବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ।

ରୟାଲ୍ ଏକ୍ସପର୍ଟ ରେଡର୍ ଆହୁରି ସ୍ପଷ୍ଟ କରିଛନ୍ତି ଯେ ‘ସେ ଜଣେ କ୍ରୀଡ଼ାବିତ୍, ସେ କନସର୍ଟ ଏବଂ ଫୁଟବଲ୍ ମ୍ୟାଚ୍ ରେ ଯୋଗ ଦିଅନ୍ତି, ଯାହା ତାଙ୍କୁ ତାଙ୍କ ମାଙ୍କ ଅପେକ୍ଷା ଅଧିକ ଲୋକପ୍ରିୟ କରିଛି ।’ ଫ୍ରେଡେରିକ୍ ଥରେ ଜିଦ୍ ଧରିଥିଲେ ଯେ ସିଂହାସନରେ ବସିବା  ପରେ ମଧ୍ୟ ସେ ପୂର୍ବପରି ସମାନ କନସର୍ଟ ଏବଂ ଫୁଟବଲ୍ ମ୍ୟାଚରେ ଯୋଗଦେବେ । ସେ କହିଥିଲେ ଯେ ‘ମୁଁ କୌଣସି ଦୁର୍ଗରେ ତାଲା ପକାଇବାକୁ ଚାହେଁ ନାହିଁ। ମୁଁ ନିଜେ ଜଣେ ମଣିଷ ହେବାକୁ ଚାହୁଁଛି। ‘୨୦୦୦ ଅଲିମ୍ପିକ୍ ଗେମ୍ସରେ ସେ ସିଡନୀ ବାରରେ ତାଙ୍କର ଅଷ୍ଟ୍ରେଲୀୟ ଓକିଲ ପତ୍ନୀ ମେରି ଡୋନାଲ୍ଡସନ୍ଙ୍କୁ ଭେଟିଥିଲେ।

The post ବିଗିଡା ରାଜକୁମାର ବସିବେ ସିଂହାସନରେ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ଟିମ୍ ଇଣ୍ଡିଆକୁ ମିଳିବନି ଆରାମ! ପଢନ୍ତୁ ବର୍ଷକ ଯାକ କେଉଁଠି କାହା ସହ ଅଛି ମ୍ୟାଚ?

କନକ ବ୍ୟୁରୋ: ଆରମ୍ଭ ହୋଇଛି ନୂଆ ବର୍ଷ । ଧୁମଧାମରେ ୨୦୨୩ରୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରିଛନ୍ତି ଲୋକେ । ସେହିପରି ଭାରତୀୟ କ୍ରିକେଟ ଟିମ ମଧ୍ୟ ନୂଆ ବର୍ଷ ପରେ ନିଜ ବର୍ଷ ଯାକର ମ୍ୟାଚ ସୂଚୀ ପାଇଁ ପ୍ରସ୍ତୁତ ହୋଇସାରିଛି । ଟିମ ଇଣ୍ଡିଆ ୨୦୨୩ର ଆରମ୍ଭ ବିଜୟ ସହ କରିଥିଲା । ହେଲେ ଅନ୍ତ କିନ୍ତୁ ପରାଜୟରେ ଶେଷ ହୋଇଛି । ଟିମ ଇଣ୍ଡିଆ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିଥିଲା । ଯେଉଁଥିରେ ପ୍ରଥମ ମ୍ୟାଚ ଜିତି ଭାରତ ନୂଆ ବର୍ଷକୁ ସ୍ୱାଗତ କରିଥିଲା । ସେହିପରି ୨୦୨୩ର ଶେଷ ମ୍ୟାଚ ଭାରତ ଦକ୍ଷିଣ ଆଫ୍ରିକା ସହ ଖେଳି ପରାଜୟର ଶିକାର ହୋଇଛି ।

ତେବେ ୨୦୨୩ ବିଦାୟ ନେବା ପରେ ଏବେ ୨୦୨୪ ଆସିଛି । ତେବେ ଦେଖିବା ବାକି ରହିଲା । ଟିମ ଇଣ୍ଡିଆ ପାଇଁ ଚଳିତ ବର୍ଷ କେମିତି ରହିବ । ତେବେ ନଜର ପକାନ୍ତୁ ଭାରତର ୨୦୨୪ ମ୍ୟାଚ ସୂଚୀ ଉପରେ । କେବେ କାହା କାହା ସହ ଭାରତ ମ୍ୟାଚ ଖେଳିବ ।

ଟିମ ଇଣ୍ଡିଆର ୨୦୨୪ ସିଡ୍ୟୁଲ –
୩ରୁ ୭ ଜାନୁଆରୀ- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ, କେପ ଟାଉନ
୧୧ରୁ ୧୭ ଜାନୁଆରୀ – ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ
୨୫ ଜାନୁଆରୀରୁ ୧୧ ମାର୍ଚ୍ଚ – ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ
ମାର୍ଚ୍ଚରୁ ମେ ଯାଏଁ- ଆଇପିଏଲ ୨୦୨୪ ସିଜିନ
୪ ଜୁନରୁ ୩୦ ଜୁନ ଯାଏଁ – ଆଇସିସି ଟି-୨୦ ବିଶ୍ୱକପ
ଜୁଲାଇ – ଶ୍ରୀଲଙ୍କା ବିପକ୍ଷରେ ୩ ଦିନିକିଆ ଓ ୩ ଟି-୨୦
ସେପ୍ଟେମ୍ବର – ବାଂଲାଦେଶ ବିପକ୍ଷରେ ୨ଟେଷ୍ଟ ଓ ୩ ଟି-୨୦
ଅକ୍ଟୋବର – ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟେଷ୍ଟ
ନଭେମ୍ବର ଓ ଡିସେମ୍ବର – ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚର ସିରିଜ

The post ୨୦୨୪ ଟିମ୍ ଇଣ୍ଡିଆକୁ ମିଳିବନି ଆରାମ! ପଢନ୍ତୁ ବର୍ଷକ ଯାକ କେଉଁଠି କାହା ସହ ଅଛି ମ୍ୟାଚ? first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲାଲୁଙ୍କ ବାସଭବନ ଆଗରେ ବିବାଦୀୟ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି ମନ୍ଦିର ମାନସିକ ଗୋଲାମୀର ମାର୍ଗ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଗୋଟିଏ ପଟେ ପ୍ରାଣ ପ୍ରତିଷ୍ଠାର ସୂଚନା ଦେବାକୁ ଆଜିଠାରୁ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପ୍ରତିଟି ଘରେ ଅକ୍ଷତ ନିମନ୍ତ୍ରଣ ଦେବା କାମ ଆରମ୍ଭ ହୋଇଛି ତ ସେପଟେ ବିବାଦୀୟ ବୟାନବାଜୀ ବି ଜାରି ରହିଛି । ଏହାରି ମଧ୍ୟରେ ବିହାର ରାଜଧାନୀ ପାଟନାରେ ଆରଜେଡି ତରଫରୁ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ମନ୍ଦିର ମାନସିକ ଗୋଲାମୀର ମାର୍ଗ ବୋଲି କୁହାଯାଇଛି ।

ଲାଲୁ ଓ ରାବଡୀ ଦେବୀଙ୍କ ବାସଭବନ ବାହାରେ ଅନେକ ପୋଷ୍ଟର ଲାଗିଛି । ଏଥିରେ ମନ୍ଦିର ଓ ଶିକ୍ଷାର ତୁଳନା କରାଯାଇଛି । ଏହି ପୋଷ୍ଟରରେ ଗୋଟିଏ ପଟେ ଲାଲୁ ଯାଦବ ଓ ଅନ୍ୟ ପଟେ ରାବଡୀ ଦେବୀଙ୍କର ଫଟୋ ରହିଛି । ଏହାସହ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମହାତ୍ମା ବୁଦ୍ଧ, ସମ୍ରାଟ ଅଶୋକ, ସାବିତ୍ରୀବାଇ ଫୁଲେ ତଥା ଅନ୍ୟ କିଛି ଲୋକଙ୍କର ଫଟୋ ରହିଛି ।

ପୋଷ୍ଟରରେ ଲେଖାଯାଇଛି, ମନ୍ଦିରର ଅର୍ଥ ଗୋଲାମୀର ମାର୍ଗ ଓ ସ୍କୁଲର ଅର୍ଥ ଜୀବନରେ ପ୍ରକାଶର ମାର୍ଗ । ଯେବେ ମନ୍ଦିରର ଘଣ୍ଟି ବାଜିଥାଏ ତେବେ ତାହା ସନ୍ଦେଶ ଦେଇଥାଏ କି, ଅନ୍ଧବିଶ୍ୱାସ, ପାଖଣ୍ଡି, ମୁର୍ଖତା ଓ ଅଜ୍ଞାନତା ଦିଗରେ ମାନବ ସମାଜ ବଢୁଛି ତ ଯେତେବେଳେ ସ୍କୁଲର ଘଣ୍ଟି ବାଜିଥାଏ ସେତେବେଳେ ଏହି ସନ୍ଦେଶ ମିଳିଥାଏ କି ଆମେ ତର୍କପୂର୍ଣ୍ଣ ଜ୍ଞାନ ଓ ବିଜ୍ଞାନ ଦିଗରେ ଆଗଉଛେ । ତେବେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ କି ଆପଣଙ୍କୁ କେଉଁ ରାସ୍ତାରେ ଯିବା ଉଚିତ : ସାବିତ୍ରୀ ବାଇ ଫୁଲେ ।

ସୂଚନା ମୁତାବକ ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ସମାରୋହର ଆୟୋଜନ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ବିହାର ଶିକ୍ଷାମନ୍ତ୍ରୀ ଡ.ଚନ୍ଦ୍ରଶେଖର କରିବେ ।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲାଲୁଙ୍କ ବାସଭବନ ଆଗରେ ବିବାଦୀୟ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି ମନ୍ଦିର ମାନସିକ ଗୋଲାମୀର ମାର୍ଗ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ନିର୍ବାଚନ ନେଇ କଂଗ୍ରେସର ମେଗା ପ୍ଲାନ । ୨୯୦ ଆସନରେ ଏକାକୀ ଓ ମେଣ୍ଟ ସହ ଲଢିବ ୧୦୦ ଆସନ

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଦଳ ପକ୍ଷରୁ ଇଣ୍ଡିଆ ମେଣ୍ଟ ସହ ବୈଠକ ହୋଇଛି । ଏହି ବୈଠକ ପରେ କଂଗ୍ରେସ ମଜୁବତ ଥିବା ୨୯୦ଟି ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଏହାସହ ଏହି ଆସନଗୁଡିକରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ଦଳ । ପାର୍ଟିର ଅନ୍ତରୀଣ ସୂତ୍ର ସୂଚନା ମୁତାବକ ପାର୍ଟି ସାରା ଦେଶରେ ପରାମ୍ପରାଗତ ମଜବୁତ ଆସନରେ ଆଶାୟୀଙ୍କ ଚୟନ ପ୍ରକ୍ରିୟ ଆରମ୍ଭ କରିଛି ।

କଂଗ୍ରେସ ପାଖାପାଖି ୨୯୦ ଆସନରେ ଏକାକୀ ନିର୍ବାଚନ ଲଢିବାକୁ ଇଚ୍ଛା କରିଛି । ଏହାସହ ୧୦୦ଟି ଆସନରେ ସହଯୋଗୀ ଦଳଙ୍କ ସମର୍ଥନରେ ଦଳ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଆଶା କରିଛି କି, ମେଣ୍ଟ ତରଫରୁ ତାଙ୍କୁ ୧୦୦ଟି ଆସନ ମିଳିବ । ଅର୍ଥାତ କଂଗ୍ରେସ ମୋଟ ୩୯୦ ଆସନରେ ପ୍ରାର୍ଥୀ ଦେବାକୁ ମନସ୍ଥ କରିଛି । ପୂର୍ବୋତ୍ତର ରାଜ୍ୟଗୁଡିକରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । କଂଗ୍ରେସ ନିଜ ଶକ୍ତିରେ ୧୦ଟି ରାଜ୍ୟରେ ଓ ମେଣ୍ଟ ସହ ୯ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରିଛି ।

ଗୁଜରାଟ, ହରିଆଣା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହିମାଚଳ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ, ଉତ୍ତରାଖଣ୍ଡ ଓ ଓଡିଶାରେ ଏକା ନିଜ ଶକ୍ତିରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି । ବାକି ସିଟରେ ସମ୍ଭାବିତ ମେଣ୍ଟସହ ନିର୍ବାଚନ ଲଢିବ । କଂଗ୍ରେସ ଦିଲ୍ଲୀରେ ୫ଳ ବିହାରରେ ୯ ରୁ ୧୦, ପଞ୍ଜାବରେ ୮ ରୁ ୯, ତାମିଲନାଡୁୋର ୯ ରୁ ୧୧, ଉତ୍ତର ପ୍ରଦେଶରେ ୧୦ରୁ ୧୫, ପଶ୍ଚିମବଙ୍ଗରେ ୩ରୁ ୫, କାଶ୍ମୀରରେ ୩, ଝାଡଖଣ୍ଡରେ ୯ ଓ ମହାରାଷ୍ଟ୍ରରେ ୨୪ ରୁ ୨୬ ଟି ଆସନରେ ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।

The post ଲୋକସଭା ନିର୍ବାଚନ ନେଇ କଂଗ୍ରେସର ମେଗା ପ୍ଲାନ । ୨୯୦ ଆସନରେ ଏକାକୀ ଓ ମେଣ୍ଟ ସହ ଲଢିବ ୧୦୦ ଆସନ first appeared on Kanak News.

from Kanak News
via <a href="https://ifttt.com/?

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪, ସୁନାମୀ ଆଲର୍ଟ

କନକ ବ୍ୟୁରୋ: ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ । ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ଜାପାନ ମୌସୁମୀ ବିଭାଗ ଅନୁସାରେ ସୁନାମୀ ପାଇଁ ସମୁଦ୍ର ଲହରି ୫ ମିଟର ଉପରକୁ ଉଠିପାରେ । ତେଣୁ ଲୋକଙ୍କୁ ସତର୍କ ରହିବା ସହ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

The post ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪, ସୁନାମୀ ଆଲର୍ଟ first appeared on Kanak News.

from Kanak News
via <a href="https://ifttt.com/?

ଚୀନ୍ ସେନାର ୯ ବରିଷ୍ଠ ଜେନେରାଲ୍ ବରଖାସ୍ତ । ପୁରୁଣା ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟତର ଥିଲେ ନା ଦୁର୍ନୀତି ?

ଚୀନ ସଂସଦରୁ ପିପୁଲ୍ସ ଲିବରେସନ୍ ଆର୍ମିର ୯ ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରାଯାଇଛି ।    ଯେଉଁଥିରେ ରକେଟ୍ ଫୋର୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏନପିସି ପୂର୍ବତନ ନୌସେନା କମାଣ୍ଡର ଜେନେରାଲ ଡୋଙ୍ଗ ଜୁଙ୍ଗଙ୍କୁ  ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିବା ପରେ ଏହି ଅଧିକାରୀମାନଙ୍କୁ ବରଖାସ୍ତ କରାଯାଇଛି । ଜେନେରାଲ ଲି ଶାଙ୍ଗଫୁ ବହିଷ୍କାର ହେବାର ଦୁଇ ମାସ ପରେ  ବିନା କୌଣସି ସ୍ପଷ୍ଟୀକରଣରେ ଏହି ଅଧିକାରୀ ମାନଙ୍କୁ ବହିଷ୍କାର କରାଯାଇଛି । ଏନପିସି ଘୋଷଣା ଅନୁଯାୟୀ, ଯେଉଁ ଅଧିକାରୀଙ୍କ ସଦସ୍ୟତା ସମାପ୍ତ ହୋଇଛି ସେମାନଙ୍କ ମଧ୍ୟରେ ଝାଙ୍ଗ ଜେନଜୋଙ୍ଗ, ଝାଙ୍ଗ ୟୁଲିନ, ରାଓ ୱେନମିନ, ଜୁ ଜିନଚୁନ, ଡିଙ୍ଗ ଲାହିଙ୍ଗ, ଲୁ ହଙ୍ଗ, ଲି ୟୁଚାଓ, ଲି ଚୁଆଙ୍ଗଗୁଙ୍ଗ ଏବଂ ଜୋ ୟାନିଙ୍ଗ ଅଛନ୍ତି ।

ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ର ନଅ ଜଣ ବରିଷ୍ଠ ଜେନେରାଲଙ୍କୁ ଚୀନ୍ ସଂସଦରୁ ବରଖାସ୍ତ କରାଯାଇଛି । ଯେଉଁଥିରେ ରକେଟ୍ ଫୋର୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ସରକାରୀ ସମ୍ବାଦ ଏଜେନ୍ସି ‘ଜିନହୁଆ’ ଅନୁଯାୟୀ, ଦେଶର ସଂସଦ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି) ରୁ ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଦେଶର ଏକ ଉପାଦାନ ଥିବା କ୍ଷେପଣାସ୍ତ୍ର ବିଭାଗର ତଦାରଖ କରୁଥିବା ପିଏଲଏ ରକେଟ ଫୋର୍ସର ପାଞ୍ଚ ଜଣ ବରିଷ୍ଠ କମାଣ୍ଡର ମଧ୍ୟ ଅଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଯିଏକି ବରଖାସ୍ତ ହୋଇଥିଲେ ସେ ହେଉଛନ୍ତି ବାୟୁସେନାର ପୂର୍ବତନ କମାଣ୍ଡର। ରିପୋର୍ଟରେ ଏନପିସି ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି ଘୋଷଣା କରାଯାଇଛି। ତେବେ ଏହି ଅଧିକାରୀମାନଙ୍କୁ ବରଖାସ୍ତ କରିବାର କାରଣ ଦିଆଯାଇ ନାହିଁ ।

ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) ର ବହୁ ସଂଖ୍ୟକ ଚୀନ୍ ସୈନିକଙ୍କୁ ଏନପିସିରେ ମନୋନୀତ କରାଯାଇଛି । ଏନପିସି ପୂର୍ବତନ ନୌସେନା କମାଣ୍ଡର ଜେନେରାଲ ଡୋଙ୍ଗ ଜୁଙ୍ଗଙ୍କୁ ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିବା ପରେ ଏହି ଅଧିକାରୀମାନଙ୍କୁ ବରଖାସ୍ତ କରାଯାଇଛି । ଜେନେରାଲ ଲି ଶାଙ୍ଗଫୁଙ୍କ ବହିଷ୍କାର ହେବାର ଦୁଇ ମାସ ପରେ ବିନା କୌଣସି ସ୍ପଷ୍ଟୀକରଣରେ ଏହି ଅଧିକାରୀ ମାନଙ୍କୁ ବହିଷ୍କାର କରାଯାଇଛି । ଏନପିସି ଘୋଷଣା ଅନୁଯାୟୀ, ଯେଉଁ ଅଧିକାରୀଙ୍କ ସଦସ୍ୟତା ସମାପ୍ତ ହୋଇଛି ସେମାନଙ୍କ ମଧ୍ୟରେ ଝାଙ୍ଗ ଜେନଜୋଙ୍ଗ, ଝାଙ୍ଗ ୟୁଲିନ, ରାଓ ୱେନମିନ, ଜୁ ଜିନଚୁନ, ଡିଙ୍ଗ ଲାହିଙ୍ଗ, ଲୁ ହଙ୍ଗ, ଲି ୟୁଚାଓ, ଲି ଚୁଆଙ୍ଗଗୁଙ୍ଗ ଏବଂ ଜୋ ୟାନିଙ୍ଗ ଅଛନ୍ତି।

ହଂକଂରୁ ପ୍ରକାଶିତ ‘ସାଉଥ ଚାଇନା ମର୍ନିଂ ପୋଷ୍ଟ’ ଅନୁସାରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଚାଇନାରେ ହୋଇଥିବା ଦୁର୍ନୀତି ନିବାରଣ ଅଭିଯାନ ଯୋଗୁଁ ରକେଟ୍ ଫୋର୍ସର ବହୁ ପୂର୍ବତନ ତଥା ବର୍ତ୍ତମାନର ବରିଷ୍ଠ କମାଣ୍ଡୋଙ୍କୁ ପଦରୁ ହଟାଇ ଦିଆଯାଇଛି । ସେନାର ଦୁର୍ନୀତି ନିବାରଣ ସଂସ୍ଥା ବର୍ତ୍ତମାନର ସେନାଧ୍ୟକ୍ଷ ଲି ୟୁଚାଓ ଏବଂ ତାଙ୍କର ପୂର୍ବତନ ତଥା ବର୍ତ୍ତମାନର ଡେପୁଟି ଝାଙ୍ଗ ଜେନଜୋଙ୍ଗ ଏବଂ ଲିୟୁ ଗୁଆଙ୍ଗବିନଙ୍କ ଉପରେ ଅନୁସନ୍ଧାନ କରୁଛନ୍ତି । ସଦ୍ୟତମ ଅନୁସନ୍ଧାନରେ ରକେଟ୍ ଫୋର୍ସର ତୃତୀୟ କମାଣ୍ଡର ଧରା ପଡିଛନ୍ତି । ସେନାରେ ଏକ ପ୍ରମୁଖ ପରିବର୍ତ୍ତନ ସମୟରେ ତାଙ୍କୁ ୨୦୧୫ ରେ କମାଣ୍ଡର କରାଯାଇଥିଲା । ଅଗଷ୍ଟ ଶେଷରୁ ଲି ସର୍ବସାଧାରଣରେ ହାଜର ହୋଇନାହାଁନ୍ତି ଏବଂ ତାଙ୍କୁ ଅପସାରଣ ପାଇଁ କୌଣସି କାରଣ ଦିଆଯାଇ ନାହିଁ।

ସାଉଥ୍ ଚାଇନା ମର୍ନିଂ ପୋଷ୍ଟ ସରକାରୀ ସୂତ୍ରରୁ ପ୍ରକାଶ ଯେ ‘ପ୍ରାୟ ସମସ୍ତ ବରିଷ୍ଠ ଜେନେରାଲ୍ (ରକେଟ୍ ଫୋର୍ସରେ) ସେମାନଙ୍କର ପଦୋନ୍ନତି ପୂର୍ବରୁ ଭଲ ଖ୍ୟାତି ଅର୍ଜନ କରିଥିଲେ । ବେଜିଂ ମୁଖ୍ୟାଳୟକୁ ଯିବା ପରେ ସେମାନେ ଦୁର୍ନୀତିରେ ଜଡ଼ିତ ହୋଇପଡିଥିଲେ କାରଣ ସେମାନେ ପ୍ରତିରକ୍ଷା ସମ୍ବନ୍ଧୀୟ ଉଦ୍ୟୋଗରେ ଜଡିତ ହେବାର ଅଧିକ ସୁଯୋଗ ପାଇଥିଲେ। ’ରକେଟ୍ ଫୋର୍ସରୁ ବହିଷ୍କୃତ ହୋଇଥିବା ଅଧିକାରୀମାନେ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଲି ଶାଙ୍ଗଫୁଙ୍କୁ ବରଖାସ୍ତ କରିଥିବା ସୂଚନା ମିଳିଛି । ଶୁକ୍ରବାର ଦିନ କରାଯାଇଥିବା ସରକାରୀ ଘୋଷଣାନାମାରେ କୁହାଯାଇଛି ଯେ ଏନପିସି ପ୍ରତିନିଧୀଙ୍କ ସହ ଜଡିତ ପିପୁଲ୍ସ ଚାଇନାର ଆଇନର ପ୍ରଯୁଜ୍ୟ ନିୟମାବଳୀ ଅନୁଯାୟୀ ସେମାନଙ୍କର ସଦସ୍ୟତା ସମାପ୍ତ ହୋଇଛି।

 

The post ଚୀନ୍ ସେନାର ୯ ବରିଷ୍ଠ ଜେନେରାଲ୍ ବରଖାସ୍ତ । ପୁରୁଣା ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟତର ଥିଲେ ନା ଦୁର୍ନୀତି ? first appeared on Kanak News.

from Kanak News
via <a href="https://ifttt.com/?

ନାବାଳକ ନାକରେ ପଶିଲା ତୀର । ବେଣ୍ଟ ପରମ୍ପରା ହେଲା କାଳ

କନକ ବ୍ୟୁରୋ : ନାବାଳକ ନାକରେ ପଶିଲା ତୀର । ଆଦିବାସୀଙ୍କ ବେଣ୍ଟ ପରମ୍ପରା ହେଲା କାଳ । ଶିକାରକୁ ଯାଇଥିବା ବେଳେ ୯ ବର୍ଷର ନାବାଳକ ନାକରେ ଧନୁତୀର ପଶିଯାଇଛି । ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର ପରେ ତୀରଟି ବାହାର କରାଯାଇଛି ।

ପିଲାଟି ଏବେ ବିପଦ ମୁକ୍ତ ରହିଛି । ଗତକାଲି ଖଇରପୁଟ ଅଞ୍ଚଳର ନାବାଳକ ଜଣଙ୍କ ଶିକାର ପାଇଁ ଯାଇଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ଖଇରିପୁଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରବର୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

The post ନାବାଳକ ନାକରେ ପଶିଲା ତୀର । ବେଣ୍ଟ ପରମ୍ପରା ହେଲା କାଳ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭେଟି, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ ପ୍ରାୟ ୬୨୫୫ କୋଟି ।

କନକ ବ୍ୟୁରୋ : ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟାନୟକ ବିମାନ ବନ୍ଦରରୁ ରୋଡ ଶୋରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆକୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଇଛି । ଏହି ମେଟ୍ରୋ ପ୍ରକଳ୍ପରେ ପାଖାପାଖି ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ କରାଯାଉଛି । ୨୬ କିଲୋମିଟରର ଏହି ମେଟ୍ରୋ ରେଳ ପଥ ପାଇଁ ୨୦ଟି ଷ୍ଟେସନ ରହିବ । ଗତ ଏପ୍ରିଲ ପହିଲାରେ ମେଟ୍ରୋ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଡିପିଆର ପ୍ରସ୍ତୁତ କରାଯାଇ ଏହି ପ୍ରକଳ୍ପ ପାଇଁ କ୍ୟାବିନେଟରେ ଅର୍ଥ ବ୍ୟୟବରାଦ କରାଯାଇଥିଲା । ନୂଆବର୍ଷ ଆରମ୍ଭରୁ ମେଟ୍ରୋ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ନବୀନ କହିଛନ୍ତି, ନୂଆବର୍ଷରେ ଆଜି ଗୁରୁତ୍ୱପୂର୍ଣ୍ଣ ଭିତ୍ତି ରଖାଗଲା । ୪ ବର୍ଷରେ ମେଟ୍ରୋ ପ୍ରକଳ୍ପର କାମ ସରିବ । ଓଡ଼ିଶାବାସୀ ମେଟ୍ରୋ ସୁବିଧା ପାଇବେ । ରାଜ୍ୟର ବିକାଶ ଇତିହାସରେ ଆଜିର ଦିନ ସବୁବେଳେ ଲିପିବଦ୍ଧ ହୋଇ ରହିବ । ପରିବହନ କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ । ଲକ୍ଷ୍ମୀ ଯୋଜନା ଗାଁ ଗୁଡିକରେ ଆଣିଛି ରୂପାନ୍ତର । ମେଟ୍ରୋ ପ୍ରକଳ୍ପ ଏହି ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ । କଟକ ଓ ଭୁବନେଶ୍ୱର ସମ୍ପର୍କକୁ ଆହୁରି ମଜବୁତ କରିବ ଏହି ମଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହାକୁ ପାଳନ କରୁଛି । ନୂଆବର୍ଷର ଏ ଖୁସି ଓ ଆନନ୍ଦ ସବୁବେଳେ ଜାରି ରହୁ । ବିକାଶର ପର୍ବ ଆପଣ ମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ ହେଉଛି । ଏହି ମେଟ୍ରୋ ପ୍ରକଳ୍ପକୁ ଆଗାମୀ ଦିନରେ କଟକ, ପୁରୀ, ଖୋର୍ଦ୍ଧାକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

The post ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭେଟି, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ ପ୍ରାୟ ୬୨୫୫ କୋଟି । first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ନିର୍ବାଚନ ପୂର୍ବରୁ ଦଳକୁ ଫେରାଇ ଆଣିଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ନିଷ୍ପତ୍ତି । ପୁରୁଣା ସହଯୋଗୀ ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ ଦାମ । ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ । ବିଜେଡିରେ ଯୋଗ ଦେବାକୁ ଦାମ ଚାହିଁଥିଲେ ମଧ୍ୟ ସବୁଜ ସଂକେତ ଦେଇନଥିଲେ ନବୀନ । ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ ।

ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ପୁଅ ସମ୍ବିତ ରାଉତରାୟ କହିଛନ୍ତି, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ମୁଁ ବହୁତ ଖୁସି । ପୂରା ଅଞ୍ଚଳବାସୀ ଏହି ନିଷ୍ପତିକୁ ନେଇ ବହୁତ ଖୁସି । ଯଦି ତାଙ୍କ ସ୍ୱାସ୍ଥ୍ୟ ସାଥ୍ ଦିଏ ଏବଂ ମୁଖ୍ୟମନ୍ତ୍ରୀ ଚାହାନ୍ତି ତେବେ ୨୦୨୪ ନିର୍ବାଚନରେ ବାପା ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ସମ୍ବିତ ରାଉତରାୟ ।

The post ନୂଆବର୍ଷରେ ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ନିର୍ବାଚନ ପୂର୍ବରୁ ଦଳକୁ ଫେରାଇ ଆଣିଲେ ବିଜେଡି ସୁପ୍ରିମୋ । first appeared on Kanak News.

from Kanak News
via <a href="https://ifttt.com/?

ଭୋଜି ଖାଇ ୨୦ରୁ ଅଧିକ ଗୁରୁତର, ଜଣେ ମୃତ । ଗୁରୁତରଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ନୂଆ ବର୍ଷରେ ସୁନ୍ଦରଗଡରୁ ଆସିଲା ଅଭାବନୀୟ ଘଟଣା । ନୂଆ ବର୍ଷକୁ ନେଇ ସମସ୍ତେ ଖୁସି ମନାଉଥିବା ବେଳେ ସୁନ୍ଦରଗଡରେ ଭୋଜି ଖାଇ ଅନେକ ଲୋକ ଗୁରୁତର ହୋଇଥିବା ସୂଚନାରୁ ଜଣାପଡିଛି

ସୂଚନା ଅନୁସାରେ, ସୁନ୍ଦରଗଡର ସବଡେଗା ବ୍ଲକ୍ ଦେଓ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଛି, ଏହା ସହ ୨୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଶାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସୂଚନା ।

The post ଭୋଜି ଖାଇ ୨୦ରୁ ଅଧିକ ଗୁରୁତର, ଜଣେ ମୃତ । ଗୁରୁତରଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started