ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ରାଜ୍ୟ ସରକାରଙ୍କ ଡ୍ରିମ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ପଡିବ ଭିତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ଆଜି ରୋଡ ସୋ’ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିପାଇଁ ବିଜେଡି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।

ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ୧୨ଟି ସ୍ଥାନରେ ବିଜେଡି ପକ୍ଷରୁ ବ୍ୟାପକ ବନ୍ଦେବସ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ମେଟ୍ରୋ ରେଳ ସଂଯୋଗ ନେଇ ବଡ଼ ଘୋଷଣା କରିପାରନ୍ତି । ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆକୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୦ଟାରେ ବାରଙ୍ଗ ଅଭିମୂଖେ ଯାତ୍ରା କରିବେ ବୋଲି ସୂଚନା ମଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଶାସ୍ତ୍ରୀନଗର, ଜାଭିୟର ଛକ, ରେଳ ସଦନ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ପଟିଆ, କିଟ୍. ନନ୍ଦନକାନନ ଛକରେ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମଳିଛି ।

The post ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ । ଲାଗୁ ହେବ ଡ୍ରେସ କୋଡ୍, ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ମନା

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସଜେଇ ହୋଇଛି ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ସେପଟେ ଶ୍ରୀମନ୍ଦିରରେ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ । ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇଥିଲେ ମନ୍ଦିର ଯାଇପାରବେନି ଶ୍ରଦ୍ଧାଳୁ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଯାଉଥିବା ଶ୍ରଦ୍ଧାଳୁ ଆଉ ହନ୍ତସନ୍ତ ହେବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଶୀତତାପ ନିୟନ୍ତ୍ରିତ ସେଡ୍ ବା ଏସି ଟନେଲ ଦେଇ ଯିବେ ଶ୍ରଦ୍ଧାଳୁ ।

ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏସି ଟନେଲକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି । ୧୨ମିଟର ଚଉଡା ଓ ୮୪ ମିଟର ଲମ୍ବ ବିଶିଷ୍ଟ ଏସି ଟନେଲରେ ରହିଛି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ବସିବା ପାଇଁ ବେଂଚର ବ୍ୟବସ୍ଥା ରହିଛି । ଏସି ଟନେଲ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ହୋଇଥିବା ଜର୍ମାନୀ ହ୍ୟାଙ୍ଗର ବ୍ୟବସ୍ଥା କରାଯାଇଛି । ଏହି ହ୍ୟାଙ୍ଗରରେ ରେଲିଂ, ଏସି, ସିସିଟିଭି, ବସିବା ପାଇଁ ବେଂଚ, ପିଇବା ପାଣି, ଜୋତା, ଷ୍ଟାଣ୍ଡ, ଟଏଲେଟର ବ୍ୟବସ୍ଥା ରହିଛି । ସେହିପରି ଏସି ଟନେଲ ଭିତରେ ଆଧାତ୍ମିକ ପରିବେଶର ଅନୁଭବ ପାଇଁ ଉପର ଅଂଶରେ ରହିଛି ରଥଚକର ସିମ୍ବଲ । ଯାହା ନିଆରା ଅନୁଭୂତି ଆଣିଦେବ ବୋଲି କହିଛି ପ୍ରଶାସନ ।

The post ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ । ଲାଗୁ ହେବ ଡ୍ରେସ କୋଡ୍, ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ମନା first appeared on Kanak News.

from Kanak News
via <a href="https://ifttt.com/?

୨୦୨୩କୁ ବିଦାୟ, ନୂଆ ବର୍ଷକୁ ସ୍ୱାଗତ । ୨୦୨୪କୁ ସ୍ୱାଗତ ଜଣାଇଲେ ବିଶ୍ୱବାସୀ । ସାରା ଦେଶରେ ଉତ୍ସବର ମାହୋଲ

କନକ ବ୍ୟୁରୋ : ୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ , ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ଗଛରେ ରଙ୍ଗବେରଙ୍ଗର ବେଲୁନ ସାଙ୍ଗକୁ ଚମକ୍ରାର ଢଙ୍ଗରେ ସାଜସଜ୍ଜା କରି ରାତି ୧୨କୁ ଅପେକ୍ଷା କରିଛନ୍ତି ଲୋକେ । ନୀଚ ଗୀତରେ ସମଗ୍ର ଦିଲ୍ଲୀ ସହର ଉତ୍ସବମୁଖର ହୋଇପଡିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଂଟରେ ଚାଲିଛି ନାଚ ଗୀତରେ ଆସର । ନୂଆ ବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରିବା ପାଇଁ ସହରର ଲୋକେ ବିଭିନ୍ନ ସ୍ଥାନରେ ଏକାଠି ହୋଇଛନ୍ତି । ଚେନ୍ନାଇର ଗ୍ରେଟର ଚେନ୍ନାଇ କର୍ପୋରେସନ ବିଲଡିଂକୁ ସୁନ୍ଦର ଆଲୋକରେ ସଜାଯାଇଛି । ସହର ବିଭିନ୍ନ ସ୍ଥାନରେ ଲୋକେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇ ଭୋଜିଭାତ କରିବା ସହ ନାଚଗୀତରେ ମସଗୁଲ ଅଛନ୍ତି ।

୨୦୨୪କୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ଲୋକେ । ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ଭୁବନେଶ୍ୱର, କଟକ , ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି ।

The post ୨୦୨୩କୁ ବିଦାୟ, ନୂଆ ବର୍ଷକୁ ସ୍ୱାଗତ । ୨୦୨୪କୁ ସ୍ୱାଗତ ଜଣାଇଲେ ବିଶ୍ୱବାସୀ । ସାରା ଦେଶରେ ଉତ୍ସବର ମାହୋଲ first appeared on Kanak News.

from Kanak News
via <a href="https://ifttt.com/?

ମସଲା ତିଆରି କରି ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ହଳଦୀ, ଜିରା, ଲଙ୍କା ଓ ଧଣିଆ ଗୁଣ୍ଡ କରି କରୁଛନ୍ତି ପ୍ୟାକେଟିଂ

କନକ ବ୍ୟୁରୋ : ବିଭିନ୍ନ ପ୍ରକାରର ମସଲା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମାଂଚଳର ମହିଳା । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ମସଲା । ଆଉ ଏହାକୁ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି । ଏହି ରୋଜଗାର ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ବାଲେଶ୍ୱର ଭୋଗରାଇ ବ୍ଲକ କମର୍ଦା ଅଂଚଳର ମହିଳା ମାନେ ଘର କାମ ପରେ ବିଭିନ୍ନ ପ୍ରକାରର ମସଲା ପ୍ରସ୍ତୁତ କରୁଛନ୍ତି । ବଜାରରୁ ଗୋଟା ହଳଦୀ, ଲଙ୍କା, ଧଣିଆ, ଜିରା କିଣି ମେସିନରେ ଗୁଣ୍ଡ କରୁଛନ୍ତି । ବିଭିନ୍ନ ସାଇଜର ପ୍ୟାକେଟିଂ କରି ବଜାରରେ ବିକ୍ରି କରୁଛନ୍ତି । ସେହିପରି ଚାଉଳ ଭଜା, ଛତୁଆ, ବଡ଼ି ଭଳି ବିଭିନ୍ନ ପ୍ରକାରର ଖାଇବା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ହୋଲସେଲ ରେଟ୍ରେ ଦୋକାନ ଗୁଡ଼ିକରେ ବିକ୍ରି କରି ସ୍ୱାବଲମ୍ବୀ ହୋଇଛନ୍ତି ।

୨୦୨୧ରେ ଗାଁର ୩୮ରୁ ଅଧିକ ମହିଳା ମିଶି ଦଶଭୁଜା ଆଂଚଳିକ ସଂଗଠନ କରିଥିଲେ । ପ୍ରଥମେ ଏକ ଲକ୍ଷ ଟଙ୍କାର ରୁଣ ନେଇ ଗ୍ରାଇଣ୍ଡିଙ୍ଗ ମେସିନ୍ କିଣି ଆରମ୍ଭ କରିଥିଲେ ଏହି ବ୍ୟବସାୟ । ୨ ବର୍ଷ ଭିତରେ ବ୍ୟବସାୟରେ ବେଶ ଉନ୍ନତି ହୋଇଥିବା ବେଳେ ଖୁସି ପ୍ରକାଶ କରିଛନ୍ତି ମହିଳା ।

ମହିଳାଙ୍କ ହାତ ତିଆରି ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ଭିତରେ ଆଗ୍ରହ ବଢୁଛି । ବଜାରରେ ଏହି ସବୁ ସାମଗ୍ରୀର ଚାହିଦା ରହିଥିବା ବେଳେ ଉପକୃତ ହେଉଛନ୍ତି ଏସଏଚଜି ମହିଳା । ଘର କାମ ସହ ଏହି କାମ କରିବା ଦ୍ୱାରା ସେମାନେ ମାସକୁ ୪ରୁ ୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରୁଛନ୍ତି ।

The post ମସଲା ତିଆରି କରି ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ହଳଦୀ, ଜିରା, ଲଙ୍କା ଓ ଧଣିଆ ଗୁଣ୍ଡ କରି କରୁଛନ୍ତି ପ୍ୟାକେଟିଂ first appeared on Kanak News.

from Kanak News
via <a href="https://ifttt.com/?

ଜୀବିକା ଦେଇଛି କଂସା ବାସନ । ବ୍ୟବସାୟୀଙ୍କ ଠାରୁ କଂଚା ମାଲ କିଣି ବାସନ ତିଆରି କରୁଛନ୍ତି ପିପିଲି ବଧୀ ଗାଁର ଲୋକେ

କନକ ବ୍ୟୁରୋ : କଂସା କାରିଗରଙ୍କ ଗାଁ ପୁରୀ ଜିଲ୍ଲା ପିପିଲି ବ୍ଳକର ବଧୀ ଗାଁ । ଏହି ଗାଁର ପ୍ରାୟ ଅଧିକଂଶ ଲୋକ କଂସା କାରିଗର । ପିଢ଼ି ପରେ ପିଢ଼ି ଏହି କାମ କରି ଆସୁଛନ୍ତି ଗ୍ରାମବାସୀ । ଢ଼ାଳ, କଂସା, ଥାଳି, ବେଲା, ଘଂଟ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ବ୍ୟବସାୟୀଙ୍କ ଠାରୁ କଂଚା ମାଲ ଆଣି ଶାଳରେ କଂସା ବାସନ ତିଆରି କରୁଛନ୍ତି । ଏତେ ପରିଶ୍ରମ ପରେ ମଧ୍ୟ କାରିଗରଙ୍କୁ ତାଙ୍କ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଦିନ ମଜୁରିଆ ଭାବେ ୫୦୦ ଟଙ୍କା ପାଉଥିବା ସେମାନେ କହିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କଂସାରି ପରିବାରକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

କଂସା ପିତଳ କାରିଗରୀ ଗାଁ ଗହଳିର ଏକ ସୁନ୍ଦର କାରିଗରୀ । ବାହାଘର, ବ୍ରତଘର କିମ୍ବା ପୂଜା ପର୍ବାଣୀରେ ଆବଶ୍ୟକ ପଡ଼େ କଂସା ସାମଗ୍ରୀ । ଏହାର ଚାହିଦା ଧୀରେ ଧୀରେ କମୁଥିଲେ ମଧ୍ୟ ଏବେ ବି ଲୋକମାନେ ବ୍ୟବହାର କରୁଛନ୍ତି ।

କାହିଁ କେଉଁ କାଳରୁ କଂସା ପିତଳର ପ୍ରଚଳନ ରହିଛି । କଂସା ବାସନରେ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ । ପ୍ଲାଷ୍ଟିକ୍ ଓ ଷ୍ଟିଲ ଜିନିଷ ବଜାରକୁ ଆସିବା ପରେ କଂସା ପିତଳ ଜିନିଷର ବ୍ୟବହାର କମିଛି । ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ କାରିଗର ମାନଙ୍କର ଉନ୍ନତି ହେବା ସହ କୌଳିକ ବୃତି ବଂଚିରହିପାରନ୍ତା ବୋଲି କହିଛନ୍ତି କାରିଗର ।

The post ଜୀବିକା ଦେଇଛି କଂସା ବାସନ । ବ୍ୟବସାୟୀଙ୍କ ଠାରୁ କଂଚା ମାଲ କିଣି ବାସନ ତିଆରି କରୁଛନ୍ତି ପିପିଲି ବଧୀ ଗାଁର ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହେଲେ କେନ୍ଦ୍ରାପଡ଼ା ବାଛରା ଗାଁର ମହିଳା । ଘର କାମ ପରେ ଦିନକୁ ୪ରୁ ୫ ଘଂଟା କରୁଛନ୍ତି ପରିଶ୍ରମ

କନକ ବ୍ୟୁରୋ : ଚାଲିଛି ଧୂପକାଠି ପ୍ରସ୍ତୁତି । କିଛି ମହିଳା ଧୂପ ତିଆରି କରିବାରେ ବ୍ୟସ୍ତ ତ ଆଉ କିଛି ପ୍ୟାକେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ସ୍ୱାବଲମ୍ବୀ ହେବାର ଆଶା ନେଇ ପଟ୍ଟାମୁଣ୍ଡାଇ ଅଂଚଳର କିଛି ମହିଳାମାନେ ଆରମ୍ଭ କରିଛନ୍ତି ଧୂପକାଠି ପ୍ରକଳ୍ପ । ପ୍ରଥମେ ମିଶନ ଶକ୍ତି ପକ୍ଷରୁ ୨୫ହଜାର ଟଙ୍କା ଋଣ ଆଣି ଆରମ୍ଭ କରିଥିଲେ ଏହି ଧୂପକାଠି ବ୍ୟବସାୟ । ପରେ ଓରମାସ ଏହି ମହିଳା ମାନଙ୍କୁ ୨ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦେଇଛି । ଏହି ଅର୍ଥରେ ମହିଳାମାନେ ଧୂପକାଠି ତିଆରି ପ୍ରକଳ୍ପକୁ ଆଗେଇ ନେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ୨୨ଜଣ ସଦସ୍ୟ ଦିନକୁ ୪ ରୁ ୫ ଘଂଟା ପରିଶ୍ରମ କରି ଧୂପକାଠି ପ୍ରସ୍ତୁତ କରୁଛନ୍ତି ।

ମହିଳାମାନେ ଧୂପକାଠି ପ୍ରସ୍ତୁତ କରି ମାସକୁ ୧୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଯେଉଁ ସମୟରେ ଅନ୍ୟ ମହିଳାମାନେ କେବଳ ଘରକାମରେ ନିଜକୁ ନିୟୋଜିତ କରୁଛନ୍ତି, ସେହି ସମୟରେ ଏହି ମହିଳାମାନେ ଘରକାମ କରିବା ସହ ବଳକା ସମୟରେ ଧୂପକାଠି ପ୍ରସ୍ତୁତ କରି ନିଜ ଆର୍ôଥକ ସ୍ଥିତିରେ ସୁଧାର ଆଣିଛନ୍ତି ।

ତେବେ ଧୂପକାଠି ପ୍ରସ୍ତୁତ କରିବା ପାଇଁ ଗାଈ ଗୋବର, କାଠଗୁଣ୍ଡ, ଝୁଣାରେ ତିଆରି ଅଠା ସମେତ ବିଭିନ୍ନ ପ୍ରକାରର ଅତର ବ୍ୟବହାର କରାଯାଉଛି । ପଟ୍ଟାମୁଣ୍ଡାଇ ସମେତ ଆଳି, ରାଜକନିକା, ରାଜନଗର ଓ କେନ୍ଦ୍ରାପଡାର ବିଭିନ୍ନ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା ।

The post ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହେଲେ କେନ୍ଦ୍ରାପଡ଼ା ବାଛରା ଗାଁର ମହିଳା । ଘର କାମ ପରେ ଦିନକୁ ୪ରୁ ୫ ଘଂଟା କରୁଛନ୍ତି ପରିଶ୍ରମ first appeared on Kanak News.

from Kanak News
via <a href="https://ifttt.com/?

ମାର୍ବଲ ଓ ମୁଗୁନି ପଥରରେ ତିଆରି ହୋଇଛି ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ ଓ ଠାକୁର ବାସନ । କିଣିବା ପାଇଁ ଲୋକଙ୍କ ଜମୁଛି ଗହଳି

କନକ ବ୍ୟୁରୋ : ଭୁବନେଶ୍ୱରରେ ଚମକୁଛି ବାଲେଶ୍ୱର କାରିଗରଙ୍କ ହାତ ତିଆରି ସାମଗ୍ରୀ । ଡିନର ସେଟ୍, ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ, ଠାକୁର ବାସନ ଭଳି ସାମଗ୍ରୀ ଲୋକଙ୍କ ମନ କିଣୁଛି । ଏହି ସବୁ ସମାଗ୍ରୀ ପଥରରେ ତିଆରି କରିଛନ୍ତି କାରିଗର । ଦୀର୍ଘ ୨୦ ବର୍ଷ ହେଲା ବାଲେଶ୍ୱର ଅଂଚଳର ଏହି କାରିଗର ଏହି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏଥିରେ ତାଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରନ୍ତି । ମାର୍ବଲ ଏବଂ ମୁଗୁନି ପଥରରେ ତିଆରି କରୁଛନ୍ତି କାରିଗର ।

The post ମାର୍ବଲ ଓ ମୁଗୁନି ପଥରରେ ତିଆରି ହୋଇଛି ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ ଓ ଠାକୁର ବାସନ । କିଣିବା ପାଇଁ ଲୋକଙ୍କ ଜମୁଛି ଗହଳି first appeared on Kanak News.

from Kanak News
via <a href="https://ifttt.com/?

ଏକ ଏକର ଜମିରେ ଲାଗିଛି ଭଳିକି ଭଳି ଗୋଲାପ । ବର୍ଷକୁ ମିଳୁଛି ୫ରୁ ୬ଲକ୍ଷ ଟଙ୍କାର ରୋଜଗାର

କନକ ବ୍ୟୁରୋ : ଫୁଲ,.. ପ୍ରାୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥାଏ । ସ୍ୱାଗତ ହେଉ ଅବା ଶ୍ରଦ୍ଧାଂଜଳି ଲୋକଙ୍କ ମନ କିଣିନିଏ । ଫୁଲ ଭିତରେ ଗୋଲାପ ଫୁଲର ଚାହିଦା ସବୁଠୁ ଅଧିକ । ଆଉ ଏହି ଫୁଲ ଚାଷ କରି ଲକ୍ଷପତି ହୋଇଛନ୍ତି ବୋଲଗଡ଼ର ଚାଷୀ ଆନନ୍ଦ କୁମାର ସାହୁ । ଏକ ଏକର ଜମିରେ ଲାଲ, ହଳଦିଆ ଓ ଧଳା ରଙ୍ଗର ଗୋଲାପ ଗଛ ଲଗାଇଛନ୍ତି ଆନନ୍ଦ । ଗୋଲାପ ଚାଷରୁ ସେ ବର୍ଷକୁ ୫ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ୪ଟି ପରିବାରକୁ ରୋଜଗାରକ୍ଷମ କରାଇଛନ୍ତି । ତାଙ୍କ ବଗିଚାରୁ ଉତ୍ପାଦନ ହେଉଥିବା ଫୁଲ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ବଲାଙ୍ଗୀର ପରି ସ୍ଥାନକୁ ରପ୍ତାନୀ ହେଉଛି ।

୨୦୧୭ରୁ ଫୁଲ ଚାଷ ଆରମ୍ଭ କରିଥିଲେ ଆନନ୍ଦ । ଏଥିପାଇଁ ସେ ୪୫ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି । ତାଙ୍କ ବଗିଚାରେ ପାଖାପାଖି ୧୫ରୁ ୧୭ ହଜାର ଗଛ ଲାଗିଛି । ଥରେ ଗଛ ଲଗାଇଲେ ପ୍ରାୟ ୪ ବର୍ଷ ଯାଏଁ ଏହି ଫୁଲ ଫୁଟିଥାଏ । ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ଏହି ଚାଷ ପାଇଁ ସହାୟତା ମିଳିଛି । ପ୍ରତେକ ଫୁଲ ପିଛା ୬ରୁ ୧୦ ଟଙ୍କା ରହିଥିବା ବେଳେ ଲାଲ ଗୋଲାପର ରହିଛି ଅଧିକ ଚାହିଦା । ବ୍ୟବସାୟୀ ମାନେ ବାହାର ରାଜ୍ୟର ଫୁଲ ଉପରେ ଭରସା କରିବା ପରିବର୍ତେ ଆନନ୍ଦଙ୍କ ଠାରୁ ଫୁଲ ନେଇ ବ୍ୟବସାୟ କରୁଛନ୍ତି ।

ବର୍ତମାନ ସମୟରେ ଚାକିରି ପଛରେ ଧାଉଁଥିବା ଯୁବପିଢ଼ିଙ୍କ ପାଇଁ ଫୁଲ ଚାଷୀ ଆନନ୍ଦ କୁମାର ପ୍ରେରଣା ପାଲଟିଛନ୍ତି । କାରଣ ଏହି ଚାଷ କରି ସେ ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ନିଜର ପରିବାର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରୁଛନ୍ତି ।

The post ଏକ ଏକର ଜମିରେ ଲାଗିଛି ଭଳିକି ଭଳି ଗୋଲାପ । ବର୍ଷକୁ ମିଳୁଛି ୫ରୁ ୬ଲକ୍ଷ ଟଙ୍କାର ରୋଜଗାର first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ଓଡି଼ଶା ସିଭିଲ ସର୍ଭିସ ପରୀକ୍ଷା ବୟସ ସୀମା । ୩୨ ନୁହେଁ, ୩୮ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ଆଶାୟୀ

କନକ ବ୍ୟୁରୋ : ଅଫିସର ହେବାର ଇଚ୍ଛା ଅନେକଙ୍କର ଥାଏ । କିନ୍ତୁ ବିଭିନ୍ନ କାରଣରୁ ଅନେକ ନିଜର ବୟସସୀମା ଅତିକ୍ରମ କରିବା ପରେ ଏହି ଆଶା ମଉଳିଯାଏ । କିନ୍ତୁ ଏବେ ନିରାଶାରେ ଆଶାର ସଂଚାର ଭରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ, ଓଡ଼ିଶା ସିଭିଲ୍ ସର୍ଭିସ ପାଇଁ ବୟସ ସୀମା ୩୨ରୁ ୩୮ ବର୍ଷ କରିଛନ୍ତି ସରକାର । ଯାହା ଅନେକ ଆଶାୟୀଙ୍କୁ ଖୁସି ଆଣି ଦେଇଛି । କ୍ୟାବିନେଟ୍ରେ ଓଡ଼ିଶା ବେସାମରିକ ସେବା ନିୟମ ୧୯୮୯ ସଂଶୋଧନ କରାଯାଇଛି ।

ସଂଶୋଧିତ ନିୟମ ଅନୁସାରେ,
– ମୂଳ ନିୟମ ଅନୁସାରେ, ଓସିଏସ୍ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ରହିଛି
– ୨୦୨୪ରେ ସିଭିଲ ସର୍ଭିସ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ପ୍ରକାଶିତ ହେବାକୁ ଥିବା ବିଜ୍ଞାପନରେ ସର୍ବୋଚ୍ଚ ବୟସ ସୀମା ୩୮ ବର୍ଷ ରହିବ
– ତେବେ ଅନୁସୂଚିତ ଜାତି/ଜନଜାତି/ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ/ ମହିଳା/ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏଥିରେ ବୟସ କୋହଳ କରାଯିବ
– କରୋନା ପାଇଁ ୨୦୨୧, ୨୦୨୨ ଓ ୨୦୨୩ରେ ଜାରି ହୋଇଥିବା ବିଜ୍ଞାପନରେ ମଧ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ବୟସ ସୀମା କୋହଳ କରିଥିଲେ ସରକାର

ସେପଟେ କ୍ୟାବିନେଟ୍ ନିଷ୍ପତି ପରେ ପ୍ରତିକ୍ରିୟା ରଖିଛନ୍ତି ଛାତ୍ରଛାତ୍ରୀ । କିଛି ଆଶାୟୀ ଛାତ୍ରୀ ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଥିବା ବେଳେ କିଛି ବୟସସୀମାକୁ ୪୨କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ।

ସେହିପରି ରାଜ୍ୟ ସରକାର ବିଭିନ୍ନ କ୍ୟାଡର ପୁନର୍ଗଠନ କରି ଅନେକ ମୂଳ ପଦବୀ ସୃଷ୍ଟି କରିଛନ୍ତି । ଏହାସହ ୭ଟି ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ପ୍ରଣୟନ କରାଯାଇଛି । ଯେଉଁଥିରେ ନୂଆ ସିଲାବସ ଓ ପରୀକ୍ଷା ଢାଂଚାକୁ ସାମିଲ କରାଯାଇଛି ।

The post ବଢ଼ିଲା ଓଡି଼ଶା ସିଭିଲ ସର୍ଭିସ ପରୀକ୍ଷା ବୟସ ସୀମା । ୩୨ ନୁହେଁ, ୩୮ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ଆଶାୟୀ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ପୁଣି ଫେରୁଛି କି ଗ୍ୟାଙ୍ଗ ୱାର?

କନକ ବ୍ୟୁରୋ : ହାତରେ ହକି ଷ୍ଟିକ ଓ ମାରଣାସ୍ତ୍ର ଧରି ମାଡି ଆସୁଛନ୍ତି ଯୁବକ । ଏହା କୈାଣସି ଫିଲ୍ମ କିମ୍ବା ଟିଭି ସିରିଏଲର ନୁହେଁ । ସିସିଟିଭିରେ କଏଦ ଦୃଶ୍ୟ ହେଉଛି କେନ୍ଦ୍ରାପଡା ସହରର ବ୍ୟସ୍ତବହୁଳ ବଜାରର ।

ଦାଦା ବଟି ପାଇଁ ବଜାର ଭିତରେ, ମୁଖାପିନ୍ଧା ଦୁର୍ବୃତଙ୍କ ଦାଦାଗିରି । ପୁଲିସର ଭୟ ନାହିଁ କି କାହାରିକୁ ଖାତିର ନାହିଁ । ୧୦ରୁ ୧୨ଜଣ ଦୁର୍ବୃତ ମାରଣାସ୍ତ୍ର ଧରି ଦୋକାନରେ ଧସେଇ ପଶିଲେ । କିଛି କଥାବାର୍ତାନ କରି ସିଧା କ୍ୟାସ କାଉଂଟରରେ ବସିଥିବା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆଉ ସେହି ସମୟର ସଂପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ବୃତଙ୍କ ଆକ୍ରମଣରେ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଶାଢୀ ସଂସାର ଦୋକାନର ମାଲିକ ଖାଦ୍ଦିମ ବକ୍ସ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ଅଭିଯୋଗ ଅନୁସାରେ କିଛି ଯୁବକ ବ୍ୟବସାୟୀ ଖାଦୀମ ବକ୍ସଙ୍କୁ ଦାଦା ବଟି ମାଗିଥିଲେ । ହେଲେ ବଟି ଦେବାକୁ ମନା କରିବାରୁ ଏଭଳି ଆକ୍ରମଣ ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି   । ପୁରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବଡହାଟ ବଜାର କମିଟି ପ କ୍ଷରୁ ଦୋକାନ ବଜାର ବନ୍ଦ କରାଯାଇଥିଲା । ଅନ୍ୟପଟେ ପୋଲିସ ଅଭିଯୋଗର ତଦନ୍ତ କରି ୬ ଜଣ ହାର୍ଡକୋର ଅପରାଧୀଙ୍କୁ ଗିରଫ କରିଛି ।

ସନ୍ଧ୍ୟା ସମୟରେ ବ୍ୟବସ୍ତବହୁଳ ବଜାର ଭିତରେ ମୁଖାପିନ୍ଧା ଦୁର୍ବୃତଙ୍କ ଆତଙ୍କରାଜ, କେନ୍ଦ୍ରାପଡାର ପୁରୁଣା ସ୍ମୃତିକୁ ତାଜା କରିଛି । ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି, ଏକଦା ଗ୍ୟାଙ୍ଗଷ୍ଟର ଓ ଗ୍ୟାଙ୍ଗୱାର ପାଇଁ କୁଖ୍ୟାତି ପାଇଥିବା କେନ୍ଦ୍ରାପଡାରେ ପୁଣି ଗ୍ୟାଙ୍ଗଷ୍ଟରଙ୍କ ଯୁଗ ଫେରୁଛି କି?

The post କେନ୍ଦ୍ରାପଡାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ପୁଣି ଫେରୁଛି କି ଗ୍ୟାଙ୍ଗ ୱାର? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started