ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଓଡିଶାରେ ଯେମିତି ଜଗନ୍ନାଥ ମୟ ପରିବେଶ ସୃଷ୍ଟି ହେବ, ଏହି ମହୋତ୍ସବରେ ପ୍ରତ୍ୟେକ ଓଡିଅଙ୍କ ସହଯୋଗ ଓ ସମ୍ପୃକ୍ତି ରହିବ, ସେଥିପାଇଁ ବଡ ଧରଣର ଆୟୋଜନ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି
– ଜାନୁଆରୀ ୫ରୁ ୩୧୪ ବ୍ଲକର ସବୁ ପଂଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ବୁଲିବ
– ମୋବାଇଲ ରଥରେ ମହାପ୍ରଭୁଙ୍କ ଭଜନ ଓ ଜଣାଣ ବାଜିବ
– ସଂକୀର୍ତ୍ତନ ମଣ୍ଡଳୀ ରଥ ଆଗରେ ସାହି ସାହି ବୁଲି କୀର୍ତ୍ତନ କରିବେ
– ପଂଚାୟତିରାଜ ବିଭାଗର ପ୍ରତିନିଧି ଓ କର୍ମଚାରୀ ଘର ଘର ବୁଲି ଗୁଆ ଚାଉଳ ସଂଗ୍ରହ କରିବେ
– ସଂଗ୍ରହ ହୋଇଥିବା ଗୁଆ ଚାଉଳକୁ ପୁରୀ ଅଣାଯିବ
– ଲୋକାର୍ପଣ ଉତ୍ସବକୁ ରାଜ୍ୟବାସୀ ଯେମିତି ଦେଖିପାରିବେ, ସେଥିପାଇଁ ପଂଚାୟତ ସ୍ତରରେ ଏଲଇଡି ଟିଭି ଲଗାଯାଇ ସିଧା ପ୍ରସାରଣ କରାଯିବ

ଏଥିସହ ପ୍ରତି ପଂଚାଚୟତରୁ କିଛି ଲୋକଙ୍କୁ ୧୭ତାରିଖରେ ପୁରୀ ଯିବାକୁ ସୁଯୋଗ ମିଳିବ । ସେମାନଙ୍କୁ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ଦର୍ଶନ କରିବାର ବ୍ୟବସ୍ଥା କରାଯିବ । ପରିକ୍ରମା ପ୍ରକଳ୍ପ ସହ ରାଜ୍ୟର ପ୍ରତି ଓଡିଆଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏଥିପାଇଁ ୧୫୬ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁର ମିଳିଛି । ଆମ ଓଡିଶା ନବୀନ ଓଡିଶା ଅଧିନରେ ଏହି ଟଙ୍କା ଖର୍ଚ୍ଚ ହେବ । ତେବେ ରାଜ୍ୟ ସରକାରଙ୍କ ଏଭଳି ବଡ ଆୟୋଜନ ଓ ବ୍ୟୟ ବରାଦକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି ।

ରାଜନୈତିକ ବୟାନବାଜି ଭିତରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣୀୟ କରିବାକୁ ଜୋରଦାର ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ।

The post ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

କନକ ବ୍ୟୁରୋ : ଓଡ଼ିଶାର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବ ରାଜ୍ୟ ପୁଲିସ ବିଭାଗ । ସେହିପରି ବିଦାୟୀ ଡିଜିପି ସୁନୀଲ ବଂଶଲ କହିଛନ୍ତି ମାଓ ଦମନରେ ଅନେକ କିଛି ସଫଳତା ମିଳିଥିବା ବେଳେ ସାଇବର କ୍ରାଇମ କିମ୍ବା ନାର୍କୋଟିକ୍ କ୍ରାଇମ୍ ରୋକିବା ଦିଗରେ ରାଜ୍ୟ ପୁଲିସ ଅନେକ ଗ୍ୟାଲେଂଜର ସମ୍ମୁଖୀନ ହୋଇଛି ।

The post ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ first appeared on Kanak News.

from Kanak News
via <a href="https://ifttt.com/?

ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ପବ, ବାର, ରେସ୍ତୋରାଁରେ ବ୍ୟାପକ ଆୟୋଜନ । ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ

କନକ ବ୍ୟୁରୋ : ରଙ୍ଗିନ ଆଲୋକରେ ଝଲସିବ ମଂଚ । ବାଜିବ ଡିଜେ, ନୃତ୍ୟ ଗୀତରେ ଝୁମିବେ ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମସ୍ତି କରିବେ । ଜିରୋନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ରାଜଧାନୀର ବିଭିନ୍ନ ହୋଟେଲ, ପବ୍ ଓ ରେଷ୍ଟୁରାଂଟ ।

ସେପଟେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଛି । ରାଜଧାନୀରେ ମୁତୟନ ରହିବେ ଉଚ୍ଚ ଅଧିକାରୀଙ୍କ ସହ ୧୪ ପ୍ଲାଟୁନ ପୋଲିସ ଫୋର୍ସ । ଡ୍ର୍ିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହେବ । ଏହାଛଡା ହୋଟେଲ, ପବ, ବାର ଓ ରେଷ୍ଟୁରାଂଟ ଉପରେ ବି ପୋଲିସର ନଜର ରହିବ ।

କଟକରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ ପାଇଁ ପ୍ରସ୍ତୁତ ଅଛି ହୋଟେଲ, ରେଷ୍ଟୁରାଂଟ । ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ନୂଆ ବର୍ଷ ପାଇଁ ବିଭିନ୍ନ ହୋଟେଲ ପକ୍ଷରୁ ଆକର୍ଷଣୀୟ ଅଫର ରହିଛି । ନୂଆବର୍ଷ ପାଳନ କରିବାକୁ ଟିକେଟ୍ ବୁକ କରି ଅପେକ୍ଷା କରିଛନ୍ତି ଲୋକେ ।

ପୁରୀରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟରେ ଜୋରଦାର ପ୍ରସ୍ତୁତି ହୋଇଛି । ନୃତ୍ୟ ଗୀତର ଆସର ସାଙ୍ଗକୁ ଗ୍ରାହକଙ୍କୁ ସୁସ୍ୱାଦୁ ବ୍ୟଞ୍ଜନ ପରିଷଦେବାକୁ ଆମିଷ, ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

The post ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ପବ, ବାର, ରେସ୍ତୋରାଁରେ ବ୍ୟାପକ ଆୟୋଜନ । ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି

କନକ ବ୍ୟୁରୋ : ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷ ଆରମ୍ଭ ହୋଇଛି । ଏହା ପରେ ପଡ଼ୋଶୀ ଦେଶ ଅଷ୍ଟ୍ରେଲିଆର ସିଡ୍ନୀରେ ନୂଆ ବର୍ଷକୁ ଧୁମଧାମରେ ପାଳନ କରାଯାଇଛି । ଅଷ୍ଟ୍ରେଲିଆରେ ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟା ବେଳେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ସେପଟେ ଭାରତରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ନୂଆ ବର୍ଷର ଆଗମନ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସେହିପରି ୨୦୨୩ର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ବର୍ଷର ଶେଷ ଦିନରେ ବିଭିନ୍ନ ସ୍ଥାନରେ ଜମୁଛି ପିକନିକ । ବଣଭୋଜିରେ ସବୁ ମସଗୁଲ୍ ହୋଇଛନ୍ତି । ନିଜ ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ କିଛି ଖୁସିର ମୂହୂର୍ତ ବିତାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟରେ ଲାଗିଛି ଭିଡ । କିଏ ପରିବାର ସହ ଅନ୍ୟ କିଏ ବନ୍ଧୁ ସହ ବର୍ଷ ଶେଷର ମଜା ନେଉଛନ୍ତି । ବଣଭୋଜି ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ।

The post ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି first appeared on Kanak News.

from Kanak News
via <a href="https://ifttt.com/?

ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଜଗା ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ସମ୍ଭାବ୍ୟ ଭିଡ଼କୁ ଦେଖି ବଡ଼ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀଜୀଉଙ୍କ ଦର୍ଶନ ସମୟରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ୩ ମାସ ହେଲା ଏ ନେଇ ସଚେତନ କରାଯାଉଥିବା ବେଳେ ଜାନୁଆରି ପହିଲାରୁ ଏହା କଡ଼ାକଡ଼ି ହେବ ।

କେଉଁ ପୋଷାକ ପିନ୍ଧିଲେ ଯାଇପାରିବେନି ଶ୍ରୀମନ୍ଦିର..
ପୋଷାକରେ ଶାଳୀନତା ନଥିଲେ ଜଗା ଦର୍ଶନରୁ ବଂଚିତ ହେବେ
ଚିରା-କଟା ଜିନ୍ସ ପିନ୍ଧି ଯାଇପାରିବେ ନାହିଁ
ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ ଉପରେ କଟକଣା
ହାତକଟା ପୋଷାକ ଓ ହାଫ୍ ପ୍ୟାଂଟ ପିନ୍ଧି ଶ୍ରୀମନ୍ଦିର ଯିବା ମନା
ତେବେ ୧୨ ବର୍ଷରୁ କମ୍ ବୟସର ପିଲା ହାଫ୍ ପ୍ୟାଂଟ ପିନ୍ଧି ଯାଇପାରିବେ

ସେପଟେ ଭିଡ଼ ନିୟନ୍ତ୍ରଣ ସହ ସୁରକ୍ଷିତ ଦର୍ଶନ ପାଇଁ ଶ୍ରୀଦାଣ୍ଡ ଓ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ନୂଆ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ଏସି ଟନେଲ ବ୍ୟବସ୍ଥା ଯୋଗୁଁ ଭିଡ଼ ଜନିତ ସମସ୍ୟାରୁ ମୁକ୍ତି ମିଳିବ ବୋଲି କୁହାଯାଉଛି ।

ନୂଆ ବର୍ଷ ଅବସରରେ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ପୁରୀ ବେଳାଭୂମି ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକମାନେ କିଭଳି ମଜା ଉଠାଇପାରିବେ ଏବଂ ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଗଳାର ସହ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ତାହା ପୁରୀ ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଂଜ ।

The post ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଗୁରୁତର

କନକ ବ୍ୟୁରୋ : ଗଞ୍ଜାମ ଓ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଛି ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ ୪୦ ଯାତ୍ରୀ ଆହତ ଓ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବର୍ଷର ଶେଷ ଦିନରେ ଯାଜପୁର ଦଶରଥପୁର ପଟନ୍ନା ଗାଁରୁ ୬୦ରୁ ଅଧିକ ଯାତ୍ରୀ ଗଜପତି ଜିଲ୍ଲା ଜିରାଙ୍ଗ ଓ ଖସଡ଼ା ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ପିକନିକ୍ ମନାଇବା ପରେ ଯାଜପୁର ଅଭିମୁଖେ ବାହାରିଥିଲା ବସ । କିନ୍ତୁ ତପ୍ତପାଣି ଘାଟି ବେଲଗଡ଼ ଗ୍ରାମ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ଆଉ ୬ ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଫାଣ୍ଡି ଅଧିକାରୀ, ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ, ପାଟପୁର ଥାନା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇଥିଲା ।

The post ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ଦିଗପହଣ୍ଡି ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଜଣ ଗୁରୁତର

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପିକନିକ୍ ଆସୁଥିବା ବେଳେ ଦିଗପହଣ୍ଡି ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ୍ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ବସଟି ଘାଟି ଉପରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ବସରେ କିଛି ଲୋକ ପିକନିକ ପାଇଁ ଯାଜପୁରରୁ ତପ୍ତପାଣି ଆସିଥିଲେ । ଆହତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ବସରେ ପାଖାପାଖି ୩୦ରୁ ଅଧିକ ପର୍ଯ୍ୟଟକ ଥିବା କଥା ସୂଚନା ମିଳିଛି ।

The post ଦିଗପହଣ୍ଡି ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଜଣ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ସୁରକ୍ଷା ମାଗୁଛି ରାଇବଣିଆ ଦୁର୍ଗ । ପ୍ରାଚୀନ ଦୁର୍ଗର ବିକାଶ ପାଇଁ ଅଂଟା ଭିଡିଛି ରାଜ୍ୟ ପର୍ଯ୍ୟଟନ ବିଭାଗ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାର ସଦର ମହକୁମା ଠାରୁ ୬୫ କିଲୋମିଟର ଏବଂ ଜଳେଶ୍ୱର ମୁଖ୍ୟାଳୟ ଠାରୁ ୧୪ କିଲୋମିଟର ଦୁରରେ ରହିଛି ଐତିିହାସିହ ରାଇବଣିଆ ଦୁର୍ଗ । କଟକର ବାରବାଟି ଦୁର୍ଗ ଠାରୁ ବଡ ଦୁର୍ଗରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ମହାଭାରତରେ ବର୍ଣ୍ଣିତ ଏହି ଗଡରେ ପଂଚୁ ପାଣ୍ଡବ ଅଜ୍ଞାତ ବାସ ସମୟରେ ଅତ୍ମଗୋପନ କରିଥିଲେ । ବିରାଟ ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ଏଠାରେ ପୂଜା ପାଉଥିଲେ । ହେଲେ ବିରାଟ ରାଜାଙ୍କ ପତନର ଅନେକ ବର୍ଷ ପରେ ମୟୂରଭଞ୍ଜର କୌଣସି ଭଞ୍ଜ ବଂଶିୟ ଶାସନ ସମୟରେ କିଚକେଶ୍ୱରୀ ଠାକୁରାଣୀଙ୍କୁ ଏଠାରୁ ନେଇ ଖିଂଚି ଠାରେ ପ୍ରତିଷ୍ଠା କରିଥିଲେ । ଆଉ ଏବେ ଦୁର୍ଗରେ ପୂଜା ପାଉଛନ୍ତି ମା’ ଗଡଚଣ୍ଡି ।

ରାଇବଣିଆ ଦୁର୍ଗର ତିନି ପଟେ ରହିଛି ସୁବର୍ଣ୍ଣରେଖା ନଦୀ । ତେଣୁ ସାମରିକ ଦୃଷ୍ଟି କୋଣରୁ ବି ଏହାଥିଲା ନିରାପଦ ଏବଂ ସୁରକ୍ଷୀତ ସ୍ଥାନ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଅସ୍ଥିତ୍ୱ ହରାଇଛି ।ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥିଲେ ମଧ୍ୟ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ପର୍ଯ୍ୟଟକମାନେ ବୁଲି ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ଏହାର ପୁନଃରୁ୍ଦ୍ଧାର ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ପ୍ରଶାସନ ମଧ୍ୟ ଏଥିପାଇଁ ଅଂଟା ଭିଡିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୬ କୋଟି ୮୭ ଟକ୍ଷ ଟଙ୍କା ବ୍ୟୟ ବରାଦରେ ବିକାଶମୂଳକ କାମର ଶିଳାନ୍ୟାସ ହୋଇଛି ।

ଦୁର୍ଗର ଇତିହାସ କୁହେ, ଏହା ଦୈ÷ଘ୍ୟ ଓ ପ୍ରସ୍ଥ ୪ ଯୋଜନ ବା ୧୨ ବର୍ଗ ମାଇଲ ଥିଲା । ୫ ହଜାର ସୈ÷ନ୍ୟଙ୍କ ସହିତ ଅସଂଖ୍ୟ ସମର ନିପୁଣ ଘୋଡା ଓ ହାତୀ ରହିଥିଲେ । ରାଇବଣିଆ ଦୁର୍ଗର ଚାରିପଟେ ସୁଗଭିର ଗଡଖାଇ ରହିଥିଲା । ଅଫଗାନ, ମୋଗଲ, ହ୍ୟୁନ ଏବଂ ମରହଟ୍ଟା ଅଦି ଶତ୍ରୁଙ୍କ ଅକ୍ରମଣରୁ ଉକ୍ରଳକୁ ସୁରକ୍ଷା କରିବା ପାଇଁ ଏହି ଦୁର୍ଗ ସାଜିଥିଲା ସୁରକ୍ଷା କବଚ ।

The post ସୁରକ୍ଷା ମାଗୁଛି ରାଇବଣିଆ ଦୁର୍ଗ । ପ୍ରାଚୀନ ଦୁର୍ଗର ବିକାଶ ପାଇଁ ଅଂଟା ଭିଡିଛି ରାଜ୍ୟ ପର୍ଯ୍ୟଟନ ବିଭାଗ first appeared on Kanak News.

from Kanak News
via <a href="https://ifttt.com/?

ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ

କନକ ବ୍ୟୁରୋ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିବ । ଏଥିପାଇଁ ଆଜି ରାତି ଗୋଟାଏରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବ । ଗୋଟାଏରୁ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିବେ ଭକ୍ତ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତକାଲି ମଧ୍ୟ ଭକ୍ତଙ୍କ ପାଇଁ ରାତି ୨ଟାରୁ ମନ୍ଦିର ଖୋଲା ରହିଥିଲା । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ତିଆରି ହୋଇଛି ଜର୍ମାନ ହ୍ୟାଙ୍ଗର । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥାର ଟ୍ରାଏଲ ରନ୍ କରିଛି ପ୍ରଶାସନ । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀ ସହର କଡ଼ା ସୁରକ୍ଷା ମଧ୍ୟରେ ରହିଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ସେପଟେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ହିଁ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ । ଏହା ପୂର୍ବରୁ ବାରଣ ଥିବା ଡ୍ରେସ୍ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧା ଯାଇ ଭିତରକୁ ଛଡାଯାଉଛି । ଆସନ୍ତାକାଲିଠୁ ଏହି କଟକଣାକୁ ଜୋରଦାର କରାଯିବ । ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ।

The post ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ first appeared on Kanak News.

from Kanak News
via <a href="https://ifttt.com/?

ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ପର୍ଯ୍ୟଟନସ୍ଥଳୀ ପିକନିକ୍ ସ୍ପଟରେ ଲାଗିଛି ଭିଡ

କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରିରେ ଲୋକଙ୍କ ଗହଳି । ପଂଚଲିଙ୍ଗେଶ୍ୱରଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଆସୁଛନ୍ତି ପର୍ଯ୍ୟଟକ । ଶୀତର କଅଁଳ ସ୍ପର୍ଶ ସାଙ୍ଗକୁ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ଏଠାରେ ପର୍ଯ୍ୟଟକଙ୍କୁ ବାନ୍ଧି ରଖେ । କିଏ ପରିବାର ସହ ଅନ୍ୟ କିଏ ବନ୍ଧୁ ସହ ଏଠାକୁ ବୁଲିଆସନ୍ତି । ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଏଠାରେ ଗହଳି ଲାଗେ  ।

ନୂଆବର୍ଷ ପାଇଁ ଖାସ କରି ଚଳିିତ ସପ୍ତାହରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବାବା ପଂଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକ ପ୍ରକୃତି ଉପଭୋଗ କରିବା ସହ ଠାକୁରଙ୍କୁ ସ୍ପର୍ଶ କରି ଆର୍ଶିବାଦ ନିଅନ୍ତି । ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୋଲିସ ପ୍ରଶାସନ ମୁତୟନ କରାଯାଇଛି । ପର୍ଯ୍ୟଟକ ବୁଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ବାହାରୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ସହ ବଣଭୋଜି କରି ନୂତନ ବର୍ଷକୁ ସ୍ୱାଗତ କରୁଛନ୍ତି ।

ବର୍ଷର ଶେଷ ଦିନକୁ ମନଭରି ଉପଭୋଗ କରିଛନ୍ତି ଲୋକେ । ୨୦୨୩ର ଶେଷ ଦିନଟି ରବିବାର ପଡିଥିବାରୁ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ ଲାଗିଛି । ଗଂଜାମ ଜିଲ୍ଲାର ମା’ ନାୟାରଣୀଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ପର୍ଯ୍ୟଟକ । ମା’ଙ୍କ ଦର୍ଶନ କରି ବର୍ଷ ୨୦୨୩କୁ ବିଦାୟ ଦେବା ସହ ନୂତନ ୨୦୨୪ର ସ୍ୱାଗତ କରିବାକୁ ପ୍ରସ୍ତୁତି କରିଛନ୍ତି ।

ଚାନ୍ଦିପୁର । ରାଜ୍ୟ ପର୍ଯ୍ୟଟନ ସ୍ଥଳୀରେ ସ୍ୱତନ୍ତ୍ର ସ୍ଥାନ ବହନ କରୁଛି ଏକ ସ୍ଥାନ । କ୍ଷପଣାସ୍ତ୍ର ଘାଟି ସାଙ୍ଗକୁ ଚାନ୍ଦିପୁର ବେଳାଭୂମୀ । ଥରେ ଯିଏ ଦେଖିଛି, ସେ ଆଉ ଥରେ ଆସିବାକୁ ନିଶ୍ଚୟ ମନେ କରିବ । ଆଉ ଆଜି ରବିବାର, ବର୍ଷର ଶେଷଦିନ । ତେଣୁ ପରିବାର ଓ ସାଙ୍ଗ ସାଥୀଙ୍କ ସହ ଚାନ୍ଦିପୁରରେ ଭିଡ ଜମାଇଥିଲେ ପର୍ଯ୍ୟଟକ ।

ଏବେ ଆସନ୍ତୁ ଯିବା କୋରାପୁଟ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ରହିଛି । ଆଜି ସବୁ ପିକନିକ୍ ସ୍ପଟ୍ରେ ଚାଲିଛି ବଣଭୋଜି ସାଙ୍ଗକୁ ବୁଲାବୁଲି ।

ବର୍ଷର ଶେଷ ସମୟ । ରାତି ପାହିବା ସହ କ୍ୟାଲେଣ୍ଡ ବଦଳିଯିବ । ୨୦୨୩ର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଜମୁଛି ପିକନିକ । ବଣଭୋଜିରେ ମସଗୁଲ୍ ସମସ୍ତେ । ନିଜ ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ କିଛି ଖୁସିର ମୂହୂର୍ତ ବିତାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟରେ ଲାଗିଛି ଭିଡ । ମା ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡରେ ବି ଲାଗିଥିଲା ଗହଳି ।

ଶିମିଳିପାଳର ପାଦଦେଶରେ ରହିଛି ମା ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡ । ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ । ମୟୂରଭଂଜ ଜିଲ୍ଲା ଉଦଳା କୁଣ୍ଡାବାଇ ପଂଚାୟତରେ ରହିଛି ଦେବକୁଣ୍ଡ । ପିକ୍ନିକ୍ ପ୍ଲାନିଂ ବେଳେ ସମସ୍ତଙ୍କ ମନକୁ ଆସେ ଦେବକୁଣ୍ଡ । କେବଳ ରାଜ୍ୟ ନୁହେଁ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡରୁ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି । ବଣଭୋଜି କରିବା ସହିତ ମା ଅମ୍ବିକାଙ୍କ ଆଶିର୍ବାଦ ଭିକ୍ଷା କରିଥାନ୍ତି ।

ପାହାଡର ବୁକୁ ଚିରି ବୋହି ଆସିଥିବା କାଚକେନ୍ଦୁ ପାଣି ସମସ୍ତଙ୍କୁ ଆକୃଷ୍ଟ କରୁଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ମନଭରି ପ୍ରାକୃତିକ ପରିବେଶକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକଙ୍କ ଭିଡକୁ ଦେଖି ବନବିଭାଗ ସହିତ ପୋଲିସ୍ ପ୍ରଶାସନ ତତ୍ପର ରହିଛି । ହେଲେ ଦେବକୁଣ୍ଡରେ ଥିବା କିଛି ସମସ୍ୟା ପର୍ଯ୍ୟଟକଙ୍କୁ ବ୍ୟଥିତ୍ କରିଛି । ବୁଢାମରା ଗେଟ ବାହାରେ ବଣଭୋଜି କରି ମା’ ଅମ୍ବିକାଙ୍କୁ ଦର୍ଶନ କରିବାକୁ ଯିବାରେ ରାସ୍ତା ଖରାପ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ସରକାରୀ ସ୍ତରରେ ସହାୟତା ମିଳିଥିବା ବେଳେ ଏବେ ଉନ୍ନୟନ କାର୍ଯ୍ୟ ଚାଲିଛି ।

The post ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ପର୍ଯ୍ୟଟନସ୍ଥଳୀ ପିକନିକ୍ ସ୍ପଟରେ ଲାଗିଛି ଭିଡ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started