ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

କନକ ବ୍ୟୁରୋ : ଓଡ଼ିଶା ପୁଲିସର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ସରୁଛି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଙ୍କ କାର୍ଯ୍ୟକାଳ । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ତେବେ ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିବେ ଅରୁଣ ଷଡଙ୍ଗୀ ।

The post ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ first appeared on Kanak News.

from Kanak News
via <a href="https://ifttt.com/?

ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ନୂଆ ଡିଜିପି ନିଯୁକ୍ତ ପର୍ଯ୍ୟନ୍ତ ସମ୍ଭାଳିବେ ପଦ

କନକ ବ୍ୟୁରୋ : ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ଏହା ପୂର୍ବରୁ ଅରୁଣ ଷଡଙ୍ଗୀ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ନିଜର କାର୍ୟ୍ୟଦକ୍ଷତା ପାଇଁ ପୋଲିସ ମେଡାଲ ପାଇଛନ୍ତି । ବର୍ତ୍ତମାନ ପୋଲିସ ଡିଜି ଥିବା ସୁନୀଲ ବଂଶଲଙ୍କର କାର୍ୟ୍ୟକାଳ ଶେଷ ହେବା ପରେ ତାଙ୍କୁ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ମିଳିଛି । ତେବେ ଏପର୍ୟ୍ୟନ୍ତ ନୂଆ ଡିଜି ନିଯୁକ୍ତି ନେଇ ପ୍ରକ୍ରିୟା ପୂରା ହୋଇନଥିବାରୁ ଅରୁଣଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ।

The post ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ । ନୂଆ ଡିଜିପି ନିଯୁକ୍ତ ପର୍ଯ୍ୟନ୍ତ ସମ୍ଭାଳିବେ ପଦ first appeared on Kanak News.

from Kanak News
via <a href="https://ifttt.com/?

ଆଇଆଇଟି ବିଏଚୟୁ ଦୁଷ୍କର୍ମ ମାମଲା । ୩ ଅଭିଯୁକ୍ତ ଗିରଫ, ସମସ୍ତେ ବିଜେପି ଆଇଟି ସେଲର କର୍ମୀ

କନକ ବ୍ୟୁରୋ : ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ୩ ଅଭିଯୁକ୍ତ ବିଜେପି ଆଇଟି ସେଲର କର୍ମୀ ବୋଲି ଜଣାପଡିଛି । ଘଟଣାର ୬୦ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

ଏହି ମାମଲାରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି କି, ଗିରଫଦାରୀ ବିଳମ୍ବ ନେଇ ସ୍ପଷ୍ଟ ହୋଇସାରିଥିଲା କି, ଅଭିଯୁକ୍ତମାନଙ୍କ ସହ ବିଜେପିର ସଂପର୍କ ରହିଛି । ଅଖିଳେଶ କହିଛନ୍ତି କି, ବିଜେପି ସଂସଦରେ ଏକଛତ୍ରବାଦ ଚଳାଇବା ପରେ ତାଙ୍କ ଦଳର ଶିଷ୍ୟମାନେ ଏବେ ରାଜରାସ୍ତାରେ ଏକଛତ୍ରବାଦ ଚଳାଇଛନ୍ତି ।

ସୂଚନା ଥାଉକି ୨ମାସ ତଳେ ଆଇଆଇଟି ବିଏଚୟୁରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ କିଛି ଯୁବକ ଉଠାଇ ନେଇଯାଇଥିଲେ । ତା ପରେ ତାଙ୍କୁ ଉଲଗ୍ନ କରି ଭିଡିଓ କରିଥିଲେ ଓ ଦୁଷ୍କର୍ମ କରିଥିଲେ ମଧ୍ୟ । ଏନେଇ ପ୍ରଥମେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅସଦାଚରଣ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାରେ ସାମୁହିକ ଦୁଷ୍କର୍ମ ଧାରା ଯୋଡା ଯାଇଥିଲା । ପୋଲିସ ଏତେ ଚାପରେ ଥିଲା କି ଘଟଣା ଘଟିବାର ୮ ଦିନ ପରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏହାକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ବଡ ଧରଣର ଆନ୍ଦୋଳନ କରିଥିଲେ ।

ଏସବୁ ଭିତରେ ଗତ ରାତିରେ ବାରଣାସୀ ପୋଲିସ ଏହି ମାମଲାରେ କୃଣାଳ ପାଣ୍ଡେ, ସକ୍ଷମ ପଟେଲ ଓ ଅଭିଶେକ ଚୌହାନଙ୍କୁ ଗିରଫ କରିଛି । ଏହି ୩ଜଣ ଯାକ ବିଜେପି ଆଇଟି ସେଲ ପାଇଁ କାମ କରୁଥିଲେ । ଏସପି ଅତୁଲ ରଞ୍ଜନ କହିଛନ୍ତି କି, ଏହି ମାମଲାର ଏବେ ଯାଂଚ ଜାରି ରହିଛି ।

The post ଆଇଆଇଟି ବିଏଚୟୁ ଦୁଷ୍କର୍ମ ମାମଲା । ୩ ଅଭିଯୁକ୍ତ ଗିରଫ, ସମସ୍ତେ ବିଜେପି ଆଇଟି ସେଲର କର୍ମୀ first appeared on Kanak News.

from Kanak News
via <a href="https://ifttt.com/?

କେବଳ ବର୍ଷ ନୁହେଁ, ଆସନ୍ତାକାଲି ଠାରୁ ବଦଳିଯିବ ଏସବୁ ନିୟମ । ଜାଣନ୍ତୁ କେଉଁ ନିୟମରେ କ’ଣ ହେବାକୁ ଯାଉଛି ପରିବର୍ତ୍ତନ

କନକ ବ୍ୟୁରୋ : ଆଜି ବର୍ଷ ୨୦୨୩ର ଶେଷ ଦିନ । ଆସନ୍ତା କାଲି ଠାରୁ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୧ ୨୦୨୪ରୁ କେବଳ ବର୍ଷ ବଦଳୁନାହିଁ ଏହସହ ଅନେକ ନିୟମର ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଉପରେ ପଡିବ । ଆସନ୍ତା କାଲିଠାରୁ ଆୟକର ଠାରୁ ନେଇ ସିମ୍ କାର୍ଡ ଓ ବ୍ୟାଙ୍କ ଲକର ଠାରୁ ଆରମଭ କରି ଅନ୍ୟ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି । ଏହାକୁ ନଜରରେ ରଖି କିଛି ଲୋକ ଆଜି ମଧ୍ୟ ନିଜର ସମସ୍ତ ଗୁରତ୍ୱପ୍ରୂ୍ଣ୍ଣ କାର୍ଯ୍ୟ ସାରିବାକୁ ଚେଷ୍ଟା କରିବା ଉଚିତ୍ ।

ଆୟକର ରିର୍ଟଣ୍ଣ କରିବାର ନିୟମ : ୨୦୨୨-୨୩ ଆର୍ଥିକ ବର୍ଷରେ ଜରିମାନା ସହ ଆୟକର ରିର୍ଟଣ୍ଣ ଫାଇଲ କରିବାର ଆଜି ହେଉଛି ଶେଷ ତାରିଖ । ଯଦି ଆପଣ ନିର୍ଦ୍ଧାରିତ ସୀମା ପୂର୍ବରୁ ଏପରି ନ କରନ୍ତି ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କେବଳ ଏତିକି ନୁହେଁ ବିଳମ୍ବରେ ଆଇଟିଆର ଫାଇଲ କଲେ ୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇପାରିବ  । ତେବେ ଯେଉଁମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ସେମାନଙ୍କୁ ମାତ୍ର ୧ ହଜାର ଟଙ୍କା ଦେବାକୁ ପଡିବ ।

ଆଧାରକାର୍ଡ ଅପଡେଟ୍ ସମ୍ବନ୍ଧୀୟ ନିୟମ : ବିନା କୌଣସି ଅତିରିକ୍ତ ଦେୟରେ ଆଧାର ଅପଡେଟ୍ କରିବାର ଶେଷ ତାରିଖ ହେଉଛି ୨୦୨୩ ଡିସେମ୍ବର ୩୧ ତାରିଖ । ଯଦି ଆପଣ ଏହି ତାରିଖ ସୁଦ୍ଧା ଆଧାରକାର୍ଡ ଅପଡେଟ୍ କରିବାରେ ଅସମର୍ଥ ହୁଅନ୍ତି ତେବେ ୨୦୨୪ ଜାନୁଆରୀ ପହିଲା ଠାରୁ ଆପଣଙ୍କୁ ଡକ୍ୟୁମେଣ୍ଟରେ କୌଣସି ପରିବର୍ତ୍ତନ ପାଇଁ ୫୦ ଟଙ୍କା ଦେବାକୁ ପଡିବ ।

ବ୍ୟାଙ୍କ ଲକର ନିୟମ:ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ ବ୍ୟାଙ୍କରେ ଲକର ରଖିଥିବା ଗ୍ରାହକମାନେ ଏବେ ସଂଶୋଧିତ ବ୍ୟାଙ୍କ ଲକର ଚୁକ୍ତିରେ ୩୧ ଦିନ ମଧ୍ୟରେ ଦସ୍ତଖତ କରି ଜମା କରିପାରିବେ । ନୂଆ ନିୟମ ମୁତାବକ ଯଦି ସେମାନେ ଏହି ସମୟ ସୀମା ମଧ୍ୟରେ ଏପରି ନ କରନ୍ତି ତେବେ ୨୦୨୪ ଜାନୁଆରୀ ପହିଲାରୁ ସେମାନଙ୍କ ବ୍ୟାଙ୍କ ଲକର ଫ୍ରିଜ ହୋଇଯିବ ।

ସିମ୍ କାର୍ଡ ସମ୍ବନ୍ଧୀୟ ନିୟମ : ୨୦୨୪ ଜାନୁଆରୀ ପହିଲାରୁ ସିମ୍ କାର୍ଡ କିଣିବା ଓ ରଖିବା ନିୟମର ବଡ ପରିବର୍ତ୍ତନ ହେବାକୁ ଯାଉଛି । ନୂଆବର୍ଷରେ ଗ୍ରାହକଙ୍କୁ ଏବେ ସିମ୍ କାର୍ଡ କିଣିବା ସମୟରେ କେୱାଇସି ଦାଖଲ କରିବାକୁ ପଡିବ । ସିମ୍ କାର୍ଡ କିଣିବା ସମୟରେ କାଗଜ ଭିତ୍ତିକ କେୱାଇସି ପ୍ରକ୍ରିୟା ଆରମ୍ଭ ହେବ । ସିମ୍ କାର୍ଡ ନେବା ସମୟରେ ଆପଣଙ୍କୁ ବାୟୋମେଟ୍ରିକ ଜରିଆରେ ନିଜର ବିବରଣୀ ନିଶ୍ଚିତ କରିବାକୁ ପଡିବ ।

ଡିମାଟ୍ ଆକାଉଣ୍ଟ ସହ ଜଡିତ ନିୟମ : ଯଦି ବ୍ୟାଙ୍କରେ ଆପଣଙ୍କର ଡିମାଟ୍ ଆକାଉଣ୍ଟ ରହିଛି ତେବେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସେବି ଅର୍ଥାତ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଡିମାଟ୍ ଆକାଉଣ୍ଟରେ ନାମାଙ୍କନ ଯୋଡିବାର ଶେଷ ତାରିଖ ୨୦୨୩ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରିଛି । ଏଭଳି ସ୍ଥିତିରେ ଯେଉଁ ଆକାଉଣ୍ଟଧାରୀ ନୋମିନି ଯୋଡିବେ ନାହିଁ ସେମାନଙ୍କ ଡିମାଟ୍ ଆକାଉଣ୍ଟ ୨୦୨୪ ଜାନୁଆରୀ ପହିଲାରୁ ଫ୍ରିଜ୍ ହୋଇଯିବ ।

ଜାରି ହେବ ଏଲପିଜି ସିଲିଣ୍ଡରର ଦାମ୍ : ପ୍ରତିମାସ ଭଳି ସାଧାରଣତଃ ପ୍ରତିମାସ ୧ ତାରିଖରେ ଏଲପିଜି ଦାମ ବଦଳିଥାଏ । ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ନା ମୁଦ୍ରାସ୍ପିତିର ଝଟକା ଲାଗିବ ତାହା ଆସନ୍ତା କାଲି ଜଣାପଡିବ । ୨୦୨୪ ଜାନୁଆରୀ ପହିଲରାରେ ଏଲପିଜି ସିଲିଣ୍ଡରର ନୂତନ ଦର ପ୍ରକାଶ ପାଇବ ।

The post କେବଳ ବର୍ଷ ନୁହେଁ, ଆସନ୍ତାକାଲି ଠାରୁ ବଦଳିଯିବ ଏସବୁ ନିୟମ । ଜାଣନ୍ତୁ କେଉଁ ନିୟମରେ କ’ଣ ହେବାକୁ ଯାଉଛି ପରିବର୍ତ୍ତନ first appeared on Kanak News.

from Kanak News
via <a href="https://ifttt.com/?

ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ତେହରିକ-ଏ ହୁରିୟତ ସଂଗଠନକୁ ବେଆଇନ ଘୋଷଣା । ଘୋଷଣା କଲେ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ନେଇ ମୋଦୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀର ସଂଗଠନକୁ ଭାରତ ସରକାର ବେଆଇନ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଭାରତ ସରକାରଙ୍କର ଏହି ପଦକ୍ଷେପକୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆ ଉପ-ଆଇନ ମୁତାବକ ଏହାକୁ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି ।

ଭାରତ ସରକାରଙ୍କ କହିବା ମୁତାବକ ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀରରେ ଗତ କିଛିବର୍ଷ ଧରି କାର୍ଯ୍ୟ କରୁଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି କି, ୟୁଏପିଏ ଅଧିନରେ ଏହି ସଂଗଠନକୁ ଏବେ ବେଆଇନ ଘୋଷଣା କରାଯାଇଛି ।

ଜାମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ଏହି ସଂଗଠନ ନିଷିଦ୍ଧ କାର୍ଯ୍ୟକଳାପରେ ଲିପ୍ତ ଥିଲା । ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛି ଏବଂ ଭାରତ ବିରୋଧୀ ପ୍ରଚାର କରୁଛି । ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଭାରତ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ତୁରନ୍ତ ନଷ୍ଟ କରାଯିବ ।

https://platform.twitter.com/widgets.js

ତେହରିକ-ଏ-ହୁରିୟତ ଜମ୍ମୁ-କାଶ୍ମୀରରେ ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୨୦୦୪ ମସିହା ଅଗଷ୍ଟ ୭ ତାରିଖରେ ଗିଲାନି ତାଙ୍କ ପୂର୍ବତନ ଦଳ ଜମାତ-ଏ-ଇସଲାମି କାଶ୍ମୀର ଛାଡିବା ପରେ ଏହାର ପ୍ରତିଷ୍ଠା ହୋଇଥିଲା । ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅନୁଯାୟୀ କେନ୍ଦ୍ର ସରକାର କୌଣସି ସଂଗଠନକୁ ବେଆଇନ ବା ଆତଙ୍କବାଦୀ ଘୋଷଣା କରିପାରିବେ । ଏହାକୁ ପ୍ରତିବନ୍ଧକ କୁହାଯାଏ । ଗୃହମନ୍ତ୍ରଣାୟ ମୁତାବକ ବର୍ତ୍ତମାନ ଦେଶରେ ୪୩ଟି ସଂଗଠନକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଅର୍ଥାତ ସେମାନଙ୍କୁ ନିଷିଦ୍ଧ କରାଯାଇଛି । ଏଥିରେ ଅନେକ ଖଲିସ୍ତାନୀ ସଂଗଠନ, ଲସ୍କର-ଏ- ତୋଇବା, ଜୈଶ-ଏ-ମହମ୍ମଦ, ଏଲଟିଟିଇ ଏବଂ ଅଲକାଏଦା ଭଳି ୪୩ଟି ସଂଗଠନ ରହିଛି ।

The post ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ତେହରିକ-ଏ ହୁରିୟତ ସଂଗଠନକୁ ବେଆଇନ ଘୋଷଣା । ଘୋଷଣା କଲେ ଗୃହମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ନନ୍ଦନକାନନରେ ପ୍ରବଳ ଭିଡ଼ । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା

କନକ ବ୍ୟୁରୋ : ନୂଆବର୍ଷର ପୂର୍ବ ଦିନ ଅର୍ଥାତ୍ ୨୦୨୩ର ଶେଷ ଦିନରେ ନନ୍ଦନକାନନରେ ପ୍ରବଳ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ନିଜ ନିଜର ପରିବାର ସହ ନନ୍ଦନକାନନ ବୁଲି ଆସିଛନ୍ତି । ରବିବାର ଛୁଟିଦିନ ଥିବାରୁ ନନ୍ଦନକାନନରେ ଏପରି ଭିଡ଼ ଦେଖିବାକୁ ମିଳିଛି । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା ମିଳିଛି ।

ସୋମବାର ନୂଆବର୍ଷ ପଡ଼ୁଥିବାରୁ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପରିସରରେ ଥିବା ବଟାନିକାଲ ଗାର୍ଡେନ୍ରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

The post ନନ୍ଦନକାନନରେ ପ୍ରବଳ ଭିଡ଼ । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ

କନକ ବ୍ୟୁରୋ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିବ । ଏଥିପାଇଁ ଆଜି ରାତି ଗୋଟାଏରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବ । ଗୋଟାଏରୁ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିବେ ଭକ୍ତ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତକାଲି ମଧ୍ୟ ଭକ୍ତଙ୍କ ପାଇଁ ରାତି ୨ଟାରୁ ମନ୍ଦିର ଖୋଲା ରହିଥିଲା । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ତିଆରି ହୋଇଛି ଜର୍ମାନ ହ୍ୟାଙ୍ଗର ।
୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥାର ଟ୍ରାଏଲ ରନ୍ କରିଛି ପ୍ରଶାସନ । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀ ସହର କଡ଼ା ସୁରକ୍ଷା ମଧ୍ୟରେ ରହିଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।
ସେପଟେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ହିଁ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ । ଏହା ପୂର୍ବରୁ ବାରଣ ଥିବା ଡ୍ରେସ୍ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧା ଯାଇ ଭିତରକୁ ଛଡାଯାଉଛି । ଆସନ୍ତାକାଲିଠୁ ଏହି କଟକଣାକୁ ଜୋରଦାର କରାଯିବ । ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ।

The post ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ first appeared on Kanak News.

from Kanak News
via <a href="https://ifttt.com/?

ଗଛରେ ପିଟି ହୋଇ ଜଳିଗଲା କାର. ଜଣେ ମୃତ, ୩ ଗୁରୁତର । ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

କନକ ବ୍ୟୁରୋ: ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ ପିଟି ହୋଇ ଜଳିଗଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଛତିଶଗଡ଼ ଅଞ୍ଚଳର ୪ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବେଳେ ଅଧା ବାଟରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ କାର ଭିତରୁ ଆହତଙ୍କୁ ବାହାର କରିଥିଲେ । ସେମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ସକାଳେ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

The post ଗଛରେ ପିଟି ହୋଇ ଜଳିଗଲା କାର. ଜଣେ ମୃତ, ୩ ଗୁରୁତର । ନୟାଗଡ଼ ଜାମୁସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଯୁକ୍ତ ମୋର୍ଚ୍ଚା ବୈଠକ । ୨୪ଲଢ଼େଇରେ ଭୂମିକା ଓ ଗ୍ରାଉଣ୍ଡରେ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ ସେ ନେଇ ଆଲୋଚନା

କନକ ବ୍ୟୁରୋ : ଆଜି ସଂଯୁକ୍ତା ମୋର୍ଚ୍ଚା ବୈଠକ କରୁଛି ବିଜେପି । ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ । ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ । ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ରହିବେ ।

ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ମଧ୍ୟ ଉପସ୍ଥିତ ରହିବେ । ବୁଥ ସ୍ତରରୁ ବିଜେପି କିଭଳି ୫୦ ପ୍ରତିଶତ ଭୋଟ ହାତେଇବ, ମୋର୍ଚ୍ଚାର ଭୂମିକା କ’ଣ ରହିବ, କୋର କମିଟିରେ ହୋଇଥିବା ନିଷ୍ପତି ଉପରେ ଆଜି ଆଲୋଚନା ହେବ । କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନାକୁ ଗ୍ରାଉଣ୍ଡରେ କିଭଳି ପହଂଚିବ, ରାଜ୍ୟ ସରକାରଙ୍କ ବିଫଳତା କିପରି ଲୋକଙ୍କ ପାଖରେ ପହଂଚିବାକୁ ନେଇ ରଣନୀତି ପ୍ରସ୍ତୁତ ହେଉଛି । ଆଜିର ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପିର ଉପସଭାପତି, ସାଧାରଣ ସଂପାଦକ ଉପସ୍ଥିତ ରହିବେ ।

The post ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଯୁକ୍ତ ମୋର୍ଚ୍ଚା ବୈଠକ । ୨୪ଲଢ଼େଇରେ ଭୂମିକା ଓ ଗ୍ରାଉଣ୍ଡରେ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ ସେ ନେଇ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କରାଯାଇଛି ବ୍ୟାପକ ପ୍ରସ୍ତୁତି

କନକ ବ୍ୟୁରୋ : ଆଜି ବର୍ଷର ଶେଷ ଦିନ । ଏହାସହ ରବିବାର ପଡ଼ୁଥିବାରୁ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଆସନ୍ତାକାଲି ନୂଆ ବର୍ଷ ହୋଇଥିବାରୁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି । ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ । ବିଶ୍ରାମ ପାଇଁ ତିଆରି ହୋଇଛି ଜର୍ମାନ ହ୍ୟାଙ୍ଗର । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥାର ଟ୍ରାଏଲ ରନ୍ କରିଛି ପ୍ରଶାସନ । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପୁରୀ ସହର କଡ଼ା ସୁରକ୍ଷା ମଧ୍ୟରେ ରହିଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ସେପଟେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ହିଁ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ । ଏହା ପୂର୍ବରୁ ବାରଣ ଥିବା ଡ୍ରେସ୍ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧା ଯାଇ ଭିତରକୁ ଛଡାଯାଉଛି । ଆସନ୍ତାକାଲିଠୁ ଏହି କଟକଣାକୁ ଜୋରଦାର କରାଯିବ । ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ।

The post ଶ୍ରୀକ୍ଷେତ୍ରରେ ବଢୁଛି ଭକ୍ତଙ୍କ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କରାଯାଇଛି ବ୍ୟାପକ ପ୍ରସ୍ତୁତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started