ଆଜି ବର୍ଷର ଶେଷ ‘ମନ କି ବାତ୍’ କାର୍ଯ୍ୟକ୍ରମ । ୨୦୨୩ ସଫଳତାର କାହାଣୀ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: ବର୍ଷର ଶେଷ ତଥା ୧୦୮ ତମ ମନ କି ବାତରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଦେଲେ ଆହ୍ୱାନ ।

୨୦୨୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଗାମୀ ବର୍ଷରେ ମଧ୍ୟ ଏହା ଜାରି ରହିବ । ଭାରତ ଏବେ ନୂଆ ଉଦ୍ଭାବନର ହବ ପାଲଟିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କର ଏଥିରେ ଭାଗିଦାରୀ ରହିଛି । ୨୦୧୫ ମସିହାରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ଏବେ ୪୦ତମ ସ୍ଥାନରେ ରହିଛି । ଚନ୍ଦ୍ରଯାନ-୩କୁ ନେଇ ଏବେ ବି ବିଭିନ୍ନ ଆଡୁ ଶୁଭେଛା ମିଳୁଛି । ଦୀପାବଳି ସମୟରେ ରେକର୍ଡ ବ୍ୟବସାୟ ଭୋକାଲ ଫର୍ ଲୋକାଲର ସଫଳତାକୁ ଦର୍ଶାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

The post ଆଜି ବର୍ଷର ଶେଷ ‘ମନ କି ବାତ୍’ କାର୍ଯ୍ୟକ୍ରମ । ୨୦୨୩ ସଫଳତାର କାହାଣୀ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ।

କନକ ବ୍ୟୁରୋ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ଜଣ କରୋନା ଆକ୍ରାନ୍ତ । ୫ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୮ରହିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ୨୨୭ ଦିନ ମଧ୍ୟରେ ସର୍ବାଧିକ । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୭୨ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟ ୱାନ’ରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟକୁ ବେଡ୍, ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଜିଟିଭ୍ ଚିହ୍ନଟ ହେଲେ, ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।

The post ରାଜ୍ୟରେ ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ବୃଦ୍ଧି । first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ହେବ ଠାକୁରଙ୍କ କୋଠଭୋଗ ।

କନକ ବ୍ୟୁରୋ: ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଏଣିକି ଓମ୍ଫେଡ୍ ଘିଅରେ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ । କେବଳ ଏତିକି ନୁହେଁ, ପାନ, ଗୁଟଖା ସେବନକାରୀ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏହି ସହ ପଲିଥିନ୍ ଓ ପ୍ଲାଷ୍ଟିକ୍ ଭିତରକୁ ନେଇ ପାରିବେ ନାହିଁ ଶ୍ରଦ୍ଧାଳୁ । ନୂଆ ବର୍ଷର ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ । ଏଥିପାଇଁ ଟ୍ରଷ୍ଟ ବୋର୍ଡର ବୈଠକରେ ଅନୁମତି ପରେ ସେବାୟତ ମୁଖ୍ୟଙ୍କୁ ଚିଠି କରାଯାଇଛି ।

The post ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ହେବ ଠାକୁରଙ୍କ କୋଠଭୋଗ । first appeared on Kanak News.

from Kanak News
via <a href="https://ifttt.com/?

ଡ. ସବିରା ପ୍ରକାଶ: ପାକିସ୍ତାନରେ ନିର୍ବାଚନ ଲଢିବେ ଏହି ପ୍ରଥମ ହିନ୍ଦୁ ମହିଳା ।

କନକ ବ୍ୟୁରୋ: ପାକିସ୍ତାନରେ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରଥମ ହିନ୍ଦୁ ମହିଳା ପ୍ରାର୍ଥୀ । ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଡାକ୍ତର ସବିରା ପ୍ରକାଶଙ୍କୁ ପ୍ରାର୍ଥୀ କରିଛି ବିଲୱାଲ ଭୁଟୋଙ୍କ ପାକିସ୍ଥାନ ପିପୁଲ୍ସ ପାର୍ଟି । ପ୍ରଥମ ହିନ୍ଦୁ ମହିଳା ଭାବେ ନିବାର୍ଚନରେ ସାମିଲ ହେଉଥିବାରୁ ଚର୍ଚ୍ଚାରେ ଡାକ୍ତର ସବିରା ପ୍ରକାଶ ।

କନକ ନ୍ୟୁଜକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ସବିରା । ବିଶେଷ କରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ବର୍ଗ ଏବଂ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧି ଭାବେ ସେ ରାଜନୀତିକୁ ଆସିଛନ୍ତି । ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଶୈଳୀ ତାଙ୍କୁ ବେଶ ପ୍ରଭାବିତ କରିଥିବା କହିଛନ୍ତି ସବିରା । କାଶ୍ମୀରକୁ ନେଇ ଭାରତ ପାକିସ୍ଥାନ ମଧ୍ୟରେ ଦୀର୍ଘ ସମୟ ଧରି ଚାଲି ଆସିଥିବା ବିବାଦକୁ ନେଇ ମଧ୍ୟ ଡାକ୍ତର ସବିରା ପ୍ରକାଶ ନିଜ ମତ ରଖିଛନ୍ତି । ପାକିସ୍ଥାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ହେଉଥିବା କଥାକୁ ମଧ୍ୟ ସବିରା ସ୍ୱୀକାର କରିଛନ୍ତି ।

The post ଡ. ସବିରା ପ୍ରକାଶ: ପାକିସ୍ତାନରେ ନିର୍ବାଚନ ଲଢିବେ ଏହି ପ୍ରଥମ ହିନ୍ଦୁ ମହିଳା । first appeared on Kanak News.

from Kanak News
via <a href="https://ifttt.com/?

ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ ।

କନକ ବ୍ୟୁରୋ: ନବବର୍ଷ ପାଳନ ବେଳେ ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରିବେ ବୋଲି ଫୋନ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୁଲିସ ହାଇଆଲର୍ଟରେ ରହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସୂଚନା ମୁତାବକ, ମୁମ୍ବାଇରେ ବିସ୍ଫୋରଣ ହେବ କହି ଫୋନ୍‌ କରିଥିବା ବ୍ୟକ୍ତି ଫୋନ୍‌ କଲ୍‌ କାଟି ଦେଇଥିଲେ। ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍‌ କଲ୍‌ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ, କୌଣସି ସନ୍ଦିଗ୍ଧ ଜନିଷ ମିଳି ନ ଥିଲା। ଫୋନ କରୁଥିବା ବ୍ୟକ୍ତିଙ୍କର ସନ୍ଧାନ ପାଇବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି।

The post ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ।

କନକ ବ୍ୟୁରୋ: ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହେଲା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ । କେନ୍ଦ୍ରାପଡା ବଡ଼ହାଟରେ ଥିବା ଏକ ଶାଢ଼ି ସୋରୁମକୁ ୧୦ରୁ ୧୨ଜଣ ଦୁର୍ବୃତ୍ତ ପଶି ଆତଙ୍କ ଖେଳାଇବା ସହ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଆକ୍ରମଣରେ ଦୋକାନୀ ଖଦୀମା ବକ୍ସ ଗୁରୁତର ହୋଇଥିବା ବେଳେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦାଦାବଟି ପାଇଁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।

The post ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ । first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାଭିମାନୀ ସବିତା । ପିଲାଙ୍କୁ ମଣିଷ କରିବା ସହ ପରିବାର ଚଳାଇବାକୁ ଚଳାଉଛନ୍ତି ତେଲଭାଜି ଦୋକାନ ।

କନକ ବ୍ୟୁରୋ: ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ସବିତା ସିଂ । ଅଭାବୀ ପରିବାର । ଝିଅକୁ ୯ବର୍ଷ, ପୁଅକୁ ୪ବର୍ଷର । ସ୍ୱାମୀ ମାର୍ବଲ ଦୋକାନରେ କାମ କରନ୍ତି । ଭଡା ଘରେ ରୁହନ୍ତି । କିନ୍ତୁ ପିଲାଙ୍କୁ ପାଠ ପଢ଼େଇ ବଡ ମଣିଷ କରିବାର ସ୍ୱପ୍ନ ଦେଖିଛନ୍ତି ସବିତା । ଆଉ ସ୍ୱାମୀଙ୍କ ସୀମିତ ରୋଜଗାରରେ ଘର ଚଳାଇବା କଷ୍ଟକର ହେବାରୁ ଯେଉଁ ଖାଦ୍ୟ ଦିନେ ମୋବାଇଲ ଦେଖି ଘରେ, ତିଆରି କରି ଖାଇବାକୁ ଦେଉଥିଲେ । ଆଜି ସେଇ ସଉକ ତାଙ୍କୁ ରୋଜଗାର ଦେଇଛି ।

ଜୁନଗଞ୍ଜରେ ଏକ ତେଲଭାଜି ଦୋକାନ କରି ମସଲା ବରା, ଆଳୁଚପ ଓ ବ୍ରେଡ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । କାହା ଆଗରେ ହାତ ପତେଇବାଠାରୁ ପରିଶ୍ରମ କରି ସମ୍ମାନ ସହ ବଂଚିବାକୁ ପସନ୍ଦ କରନ୍ତି । ଗ୍ରାହକ ମଧ୍ୟ ଅଳ୍ପ ଦାମରେ ସ୍ୱାଦିଷ୍ଟ ଖାଦ୍ୟ ଦେଉଥିବାରୁ ଗ୍ରାହକ ମଧ୍ୟ ବେଶ ସନ୍ତୁଷ୍ଟ ଥିବା କହିଛନ୍ତିି । ଦେଖନ୍ତୁ ସବିତାଙ୍କ କାହାଣୀ..

The post ସ୍ୱାଭିମାନୀ ସବିତା । ପିଲାଙ୍କୁ ମଣିଷ କରିବା ସହ ପରିବାର ଚଳାଇବାକୁ ଚଳାଉଛନ୍ତି ତେଲଭାଜି ଦୋକାନ । first appeared on Kanak News.

from Kanak News
via <a href="https://ifttt.com/?

୪ ସନ୍ତାନଙ୍କୁ ଜନ୍ମଦେଲେ ଗାଜା ବିସ୍ଥାପିତ ମହିଳା । ପରିତ୍ୟକ୍ତ କୋଠରୀରେ ଅତି କଷ୍ଟରେ ବିତୁଛି ଜୀବନ ।

କନକ ବ୍ୟୁରୋ: ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମକ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧର କିଛି ଦିନ ପରେ ମହିଳା ଜଣକ ନିଜର ସୁରକ୍ଷା ପାଇଁ ତାଙ୍କର ଅନ୍ୟ ତିନି ପିଲାଙ୍କ ସହ ହାନୁନସ୍ଥିତ ଘରୁ ପଳାଇଥିଲେ। ସେମାନେ ପାଞ୍ଚ କିଲୋମିଟର ଚାଲି ଚାଲି ଜବାଲିଆ ଶରଣାର୍ଥୀ ଶିବିରକୁ ଯାଇଥିଲେ। ତା’ପରେ ସେ ପରିବହନର ଏକ ମାଧ୍ୟମ ଖୋଜିଥିଲେ ଯାହା ସେମାନଙ୍କୁ ଅଧିକ ଦକ୍ଷିଣରେ ଦେଇର୍ ଅଲ୍ ବାଲାହକୁ ନେଇଯିବ। ସେତେବେଳେ ଇମାନ ୬ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ପାଇଁ ଦୂରତା ବହୁତ ଲମ୍ବା ଥିଲା ବୋଲି ସେ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି।

ଡିସେମ୍ବର ୧୮ ତାରିଖରେ ଅସ୍ତ୍ରାପଚାର ଦ୍ୱାରା ଝିଅ ଟିଆ ଓ ଲିନ୍ ଏବଂ ପୁଅ ୟାସିର ଓ ମହମ୍ମଦଙ୍କୁ ଜନ୍ମ ଦେଇଥିବା ୨୮ ବର୍ଷୀୟା ମା’ ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିଲେ ମଧ୍ୟ ତାଙ୍କୁ ତୁରନ୍ତ ମହମ୍ମଦକୁ ଛାଡ଼ି ଅନ୍ୟ ନବଜାତ ଛୁଆମାନଙ୍କ ସହିତ ଡାକ୍ତରଖାନା ଛାଡିବାକୁ କୁହାଯାଇଥିଲା। କାରଣ ତାଙ୍କ ସହିତ ଯିବା ପାଇଁ ମହମ୍ମଦ ବହୁତ ଦୁର୍ବଳ ଥିଲା। ଯୁଦ୍ଧପୀଡ଼ିତ ଅନ୍ୟ ରୋଗୀମାନଙ୍କୁ ସ୍ଥାନ ଦେବା ପାଇଁ ତାଙ୍କୁ ଡାକ୍ତରଖାନା ଛାଡ଼ିବାକୁ ପଡ଼ିଥିଲା। ଏବେ ଟିଆ, ଲିନ୍ ଓ ୟାସିରଙ୍କ ସମେତ ସେମାନଙ୍କ ସମ୍ପ୍ରସାରିତ ପରିବାରର ଅନ୍ୟ ପ୍ରାୟ ୫୦ ଜଣ ସଦସ୍ୟଙ୍କ ସହ ଇମାନ ଦେଇର ଅଲ୍-ବାଲାହରେ ଏକ ଭଙ୍ଗା ସ୍କୁଲଘରେ ଆଶ୍ରୟ ନେଇଛନ୍ତି। ମହମ୍ମଦର ଓଜନ ମାତ୍ର ଏକ କିଲୋଗ୍ରାମ୍‌। ସେ ବଞ୍ଚିବା କଷ୍ଟକର ବୋଲି ତାଙ୍କୁ ଡାକ୍ତରମାନେ କହିଥିଲେ। ତାଙ୍କ ସ୍ୱାମୀ ୩୩ ବର୍ଷୀୟ ଅମ୍ମାର ଅଲ୍ ମାସ୍ରି କହିଛନ୍ତି ଯେ ସେ ତାଙ୍କ ପରିବାରର ଭରଣପୋଷଣ କରିପାରୁ ନ ଥିବାରୁ ଭାଙ୍ଗି ପଡ଼ିଛନ୍ତି। ଦୁର୍ଗନ୍ଧଭରା ସ୍କୁଲ ଘରେ ରହୁଥିବା ତାଙ୍କ ଛଅ ଜଣ ପିଲାଙ୍କୁ ସେ ଖାଇବାକୁ ଦେଇପାରୁ ନାହାନ୍ତି। ତାଙ୍କର ଅଧିକାଂଶ ସମୟ ପିଲାଙ୍କ ପାଇଁ ଖାଦ୍ୟ ଖୋଜିବାରେ ବାହାରେ ବିତୁଛି।

The post ୪ ସନ୍ତାନଙ୍କୁ ଜନ୍ମଦେଲେ ଗାଜା ବିସ୍ଥାପିତ ମହିଳା । ପରିତ୍ୟକ୍ତ କୋଠରୀରେ ଅତି କଷ୍ଟରେ ବିତୁଛି ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମଙ୍କୁ ଦର୍ଶନ କରିବେ । ମନରେ ଭକ୍ତି ଓ ଉତ୍ସାହ ନେଇ ଗଞ୍ଜାମରୁ ଚାଲି ଚାଲି ଆଯୋଧ୍ୟା ଅଭିମୁଖେ ଦୁଇ ବନ୍ଧୁ ।

କନକ ବ୍ୟୁରୋ: ମନରେ ଉତ୍ସାହ ଓ ଉଦ୍ଦିପନା ସୃଷ୍ଟି ହେଲା, ଧୈର୍ଯ୍ୟ ଓ ସାହସ ଜୁଟାଇ ବାହାରି ପଡିଲେ ଅଯୋଧ୍ୟା ଅଭିମୁଖେ । ଆଗାମୀ ଜାନୁଆରୀ ମାସ ୨୨ତାରିଖରେ ଅଯୋଧ୍ୟାରେ ନୂତନ ଭାବେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଛି । ଏହି ଉତ୍ସବରେ ଯୋଗ ଦେବା ସହ ଭଗବାନ ଶ୍ରୀରାମଙ୍କୁ ଅତି ନିକଟରୁ ସ୍ୱତନ୍ତ୍ର ଭାବେ ଦର୍ଶନ କରିବା ପାଇଁ, ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିଛନ୍ତି ଦୁଇ ବନ୍ଧୁ କୁରେଶ ବେହେରା ଓ ସୋନୁ ବିଷୋୟୀ ।

ଉଭୟ ଡୁରା ମହାବିଦ୍ୟାଳୟର ଛାତ୍ର ହୋଇଥିଲେ ହେଁ ପାର୍ଟ ଟାଇମ ଜବ୍ କରନ୍ତି । ତେବେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ସହ ଶ୍ରୀରାମଙ୍କୁ ଭକ୍ତିର ଭେଟି ଦେବା ଉଦ୍ଦେଶ୍ୟରେ କନିଷିରୁ ଅଯୋଧ୍ୟା ୧୪୦୦ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଯିବା ପାଇଁ ସେମାନେ ସ୍ଥିର କରିଛନ୍ତି । ମହାଭାରତରେ ଶ୍ରୀକୃଷ୍ଣ ବିଜୟ ପତାକା ଧରି ବିଜୟୀ ଲାଭ କରିଥିଲେ । ଏଣୁ ବିଜୟ ପତାକା ବଳରେ ସେମାନେ ୧୪୦୦କିଲୋମିଟର ରାସ୍ତାକୁ ଦୀର୍ଘ ୪୦ଦିନରେ ଅତିକ୍ରମ କରି ଅଯୋଧ୍ୟାରେ ପହଂଚିବା ପାଇଁ ସେମାନେ ଲକ୍ଷ କରିଛନ୍ତି । ପୂୂର୍ବରୁ ଉଭୟେ ବୋଲବମ୍ ପାଇଁ ୧୮୦କିଲୋମିଟର ପଦଯାତ୍ରା କରିଛନ୍ତି । ତେବେ ପ୍ରଶାସନର ଅନୁମତି ନେଇ ଦୁଇ ଛାତ୍ର ଆରମ୍ଭ କରିଥିବା ଏହି ଯାତ୍ରା ବେଳେ ସେମାନଙ୍କୁ ବାଟରେ ଜନସାଧାରଣଙ୍କ ସହଯୋଗ ମିଳିବ ବୋଲି ଆଶା ରଖିଛନ୍ତି ।

The post ଶ୍ରୀରାମଙ୍କୁ ଦର୍ଶନ କରିବେ । ମନରେ ଭକ୍ତି ଓ ଉତ୍ସାହ ନେଇ ଗଞ୍ଜାମରୁ ଚାଲି ଚାଲି ଆଯୋଧ୍ୟା ଅଭିମୁଖେ ଦୁଇ ବନ୍ଧୁ । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ଷ୍ଟେସନରେ ଲାଗିଲା ଅମୃତ ଭାରତ ଏକ୍ସପ୍ରେସ ।ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ ।

କନକ ବ୍ୟୁରୋ: ଓଡ଼ିଶାରେ ଅମୃତ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଗୋଟିଏ ଟ୍ରେନ ଦରଭଙ୍ଗାରୁ ବାହାରି ଅଯୋଧ୍ୟା ଧାମ ଦେଇ ଆନନ୍ଦବିହାରରେ ପହଞ୍ଚିବ । ଅନ୍ୟଟି ମାଲଦା ଟାଉନରୁ ବାଙ୍ଗାଲୁରୁ ଅଭିମୁଖେ ଚାଲିଛି । ଏହି ଟ୍ରେନ୍ ୫ଟି ରାଜ୍ୟ ଦେଇ ଗତି କରିବ, ଏହା ମଧ୍ୟରେ ଓଡ଼ିଶା ରହିଛି । ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ପରେ ବ୍ରହ୍ମପୁର ଦେଇ ଚାଲିବ ଟ୍ରେନ ।

ପ୍ରତି ରେଳ ଷ୍ଟେସନରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରୁଛନ୍ତି । ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରେ ଅମୃତ ଭାରତ ଟ୍ରେନକୁ ସ୍ୱାଗତ କରିଛନ୍ତି । ଅମୃତ ଭାରତ ଏକ୍ସପ୍ରେସ୍ ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତମାନର ଲଗେଜ ୟାର୍କ, ଏଲଇଡି ଲାଇଟ୍, ସିସିସିଟି ଭଳି ସୁବିଧା ରହିବ ।

The post ଭୁବନେଶ୍ୱର ଷ୍ଟେସନରେ ଲାଗିଲା ଅମୃତ ଭାରତ ଏକ୍ସପ୍ରେସ ।ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started