ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ । ଆଜିଠୁ ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ବିଦାୟ ନେଉଛି ବର୍ଷ ୨୦୨୩ । ନୂଆ ବର୍ଷ ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଆଜି ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଛନ୍ତି ଲୋକେ । ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗ ସମେତ ବିଭିନ୍ନ ସ୍ଥାନରେ ବର୍ଷର ସୂର୍ଯ୍ୟୋଦୟକୁ ଉପଭୋଗ କରିଛନ୍ତି । ସୂର୍ଯ୍ୟୋଦୟ ଦେଖିବା ପାଇଁ ଭୋରରୁ ଚନ୍ଦ୍ରଭାଗା କୂଳରେ ଲୋକେ ଏକାଠି ହୋଇଥିଲେ । ଦୀପ ଜାଳି ସୂର୍ଯ୍ୟଙ୍କୁ ସ୍ୱାଗତ କରିଥିଲେ । ଏହା ସହ ମୋବାଇଲ୍ରେ ବର୍ଷର ଶେଷ ସୂର୍ଯ୍ୟୋଦୟକୁ କ୍ୟାମେରାରେ କଏଦ କରିଥିଲେ ଲୋକେ ।

The post ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ । ଆଜିଠୁ ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । first appeared on Kanak News.

from Kanak News
via <a href="https://ifttt.com/?

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର କଡା ଚେକିଂ । ନୂଆ ବର୍ଷ ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ ।

କନକ ବ୍ୟୁରୋ: ଆଜି ବିଦାୟ ନେବ ୨୦୨୩ । ଆଉ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସରିଛି । କେବଳ ସମସ୍ତେ ରାତିକୁ ଅପେକ୍ଷା କରିଛନ୍ତି । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜଧାନୀର ବିଭିନ୍ନ ଛକରେ ପୋଲିସ ଅଧିକାରୀ ମୁତୟନ ରହିବେ । ଡ୍ର୍ିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ରୋକିବା ପାଇଁ ରାଜଧାନୀର ୨୯ଟି ଛକରେ ଚେକିଂ କରାଯିବ । ବ୍ରେଥ୍ ଅନାଲାଇଜର ଜରିଆରେ ମଦ୍ୟପାନ କରି ଦ୍ରୁତ ଗାଡି ଚଳାଉଥିବା ରୋଡ ରୋମିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ରାଜଧାନୀରେ ୧୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ରାଜଧାନୀର ସୁରକ୍ଷାରେ ନିୟୋଜିତ ରହିବେ ୪ ଜଣ ଆଡିସନାଲ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ସହ ୮୭ ଜଣ ଏସଆଇ ଓ ଏଏସଆଇ । ବିଭିନ୍ନ ହୋଟେଲ, ପବ, ବାର. ରେଷ୍ଟୁରାଂଟ ଉପରେ କମିସନରେଟ ପୋଲିସର ନଜର ରହିବ ।

The post ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର କଡା ଚେକିଂ । ନୂଆ ବର୍ଷ ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ । first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ଗାଁ ଗାଁକୁ ଯିବେ ଦଳୀୟ କର୍ମୀ ଓ ନେତା , କହିବେ ବିଜେଡି ସରକାରଙ୍କ ବିଫଳତା ।

କନକ ବ୍ୟୁରୋ: ନୂଆ ବର୍ଷରେ ବିଜେପିର ନୂଆ ରଣନୀତି । ଯୁଦ୍ଧ ପାଇଁ ପ୍ରଭାରୀଙ୍କ ଆହ୍ୱାନ । ଗତ କିଛି ଦିନ ହେବ ବିଜେଡି ଓ ବିଜେପି ନେତାଙ୍କ ବୟାନବାଜିରୁ ଯାହା ଆକଳନ କରାଯାଉଥିଲା ତାହା ସତ ହୋଇଛି । ବିଜେପି ତାର ରଣନୀତି ପରିବର୍ତନ କରିବା ସହ ବିଜେଡି ସରକାର ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଘୋଷଣା କରିଛି । ବିଜେପି କ୍ଷେତ୍ରୀୟ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ପଦାଧିକାରୀ ବୈଠକରେ ଲଢ଼େଇ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଜେପି ସଂକଳ୍ପ ନେଇଛି ଗାଁ ଗାଁ, ଘରୁ ଘରୁ ହେବ ହିସାବ ନିକାସ । କଣ କହିଥିଲେ ସରକାର ଓ କଣ କରିଛନ୍ତି ସରକାର ? ଏନେଇ ଲୋକଙ୍କ ସହ ଆଲୋଚନା କରିବେ ବିଜେପି ନେତା ଓ କର୍ମୀ ।

ରାଜ୍ୟରେ ଦୀର୍ଘ ୨୩ବର୍ଷ ହେଲା ଶାସନରେ ଥିବା ଶାସକ ଦଳ ବିଜେଡିକୁ କେମିତି ମାତ ଦେଇ ହେବ ସେଥିପାଇଁ ବୈଠକରେ ସ୍ୱତନ୍ତ୍ର ରଣନୀତି କରିଛନ୍ତି ବିଜେପି ନେତା । ବିଶେଷକରି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ୨୦୨୪ ବିଜୟ ପାଇଁ ରାଜ୍ୟ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି । କହିଛନ୍ତି,
ସୁନୀଲଙ୍କ ଗୁରୁମନ୍ତ୍ର
– ବିଜେଡି ସହ ୱାନ-ଟୁ-ୱାନ ଫାଇଟ୍ ହେବ
– ବିଜେଡି ସହ ଆମର କୌଣସି ମେଣ୍ଟ ନାହିଁ କି ସାଲିସ୍ କରିବାର ନାହିଁ
– ବିଜେପି – ବିଜେଡିର ସମ୍ପର୍କକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କର
– ପ୍ରତି ବୁଥରେ ୫୦ପ୍ରତିଶତ ଭୋଟ୍ ଟାର୍ଗେଟ
– ୪ମାସ ଭିତରେ କୋଟିଏ ପରିବାର ପାଖରେ ପହଁଚ
– ଜଣେ କାର୍ଯ୍ୟକର୍ତ୍ତାଙ୍କୁ ୧୦ ପରିବାରର ଦାୟିତ୍ୱ
– ବୁଥ ମଜଭୁତ୍ କଲେ ବିଧାନସଭା ଜିତିପାରିବ
ବିଜେପିର ନୂଆ ରଣନୀତିକୁ ନେଇ ନେତା ଓ କର୍ମୀ ଉତ୍ସାହିତ ଥିବାବେଳେ, ବିଜେଡି ଓ କଂଗ୍ରେସ ଏହାକୁ ପ୍ରଭାବଶୂନ୍ୟ ବୋଲି କହିଛନ୍ତି । ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି । ୨୦୨୪ ଲଢ଼େଇ ପାଇଁ ସଜ ହେଉଛନ୍ତି । ହେଲେ କାହା ରଣନୀତି ରାଜ୍ୟବାସୀଙ୍କୁ ପ୍ରଭାବିତ କରୁଛି ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ ।

The post ୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ଗାଁ ଗାଁକୁ ଯିବେ ଦଳୀୟ କର୍ମୀ ଓ ନେତା , କହିବେ ବିଜେଡି ସରକାରଙ୍କ ବିଫଳତା । first appeared on Kanak News.

from Kanak News
via <a href="https://ifttt.com/?

ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଫେରାଇଲେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ । କର୍ତ୍ତବ୍ୟ ପଥରେ ପଦକ ଥୋଇ ଫେରି ଆସିଲେ ।

କନକ ବ୍ୟୁରୋ: କୁସ୍ତି ଦୁନିଆରେ ଚାଲିଥିବା ଝଡ ଥମିବାର ନାଁ ନେଉ ନାହିଁ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ ଖେଳରତ୍ନ ଫେରାଇ ଦେଇଛନ୍ତି । ପୂର୍ବରୁ ସେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ଫେରାଇବେ ବୋଲି ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ବିନେଶ କହିଥିଲେ, ଆଜି କୁସ୍ତି ଯୋଦ୍ଧାଙ୍କୁ ଏଭଳି ପରିସ୍ଥିତିକୁ ଆଣିଥିବା କ୍ଷମତାଶାଳୀଙ୍କୁ ଧନ୍ୟବାଦ ।

ପୂର୍ବ ଘୋଷଣା ମୁତାବକ ଶନିବାର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାହାରିଥିଲେ । ହେଲେ ଅଧ ବାଟରେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକାଇ ଦେଇଥିଲା । ତେଣୁ କର୍ତ୍ତବ୍ୟ ପଥରେ ବିନେଶ ଫୋଗଟ ନିଜ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ଆୱାର୍ଡକୁ ଥୋଇ ଦେଇ ଚାଲି ଆସିଛନ୍ତି ।

ମହିଳା ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗ ପରଠୁ ଭାରତୀୟ କୁସ୍ତି ଦୁନିଆରେ ଆରମ୍ଭ ହୋଇଥିବା ବିବାଦ ଏବେ ଆହୁରି ବିବାଦୀୟ ହୋଇପଡିଛି । ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ଭାରତୀୟ କୁସ୍ତି ସଂଘର ସଭାପତି ହେବା ପରେ ସାକ୍ଷୀ ମଲ୍ଲିକ କୁସ୍ତି ଛାଡିବା ଘୋଷଣା କରିଥିଲେ । ଏହାପରେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିବା ବେଳେ ଏବେ ବିନେଶ ଫୋଗଟ ଖେଳରତ୍ନ ଫେରାଇ ଦେଇଛନ୍ତି ।

The post ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଫେରାଇଲେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ । କର୍ତ୍ତବ୍ୟ ପଥରେ ପଦକ ଥୋଇ ଫେରି ଆସିଲେ । first appeared on Kanak News.

from Kanak News
via <a href="https://ifttt.com/?

ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ ।

କନକ ବ୍ୟୁରୋ: ଘରୋଇ କଳିକୁ ନେଇ ଭାଇକୁ ଗୁଳି ମାଡ କଲା ଭାଇ । ସୁନ୍ଦରଗଡ କିଞ୍ଜିରକେଲା ଥାନା ପାତକିଯୋର ଦାଣ୍ଡପାଣି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସାନ ଭାଇର ଗୁଳି ମାଡରେ ବଡ ଭାଇ ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ବଡ ଭାଇକୁ ପ୍ରଥମେ କିଞ୍ଜିରକେଲା ମେଡିକାଲ ଓ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଘରୋଇ କଳିକୁ ନେଇ ଦାଣ୍ଡପାଣି ଗାଁର ବାସୁଦେବ ସାଙ୍କ ସହ ସଂପର୍କୀୟ ସାନ ଭାଇ ସୁନୀଲ ସାଙ୍କର ଝଗଡା ହୋଇଥିଲା । ଯୁକ୍ତିତର୍କ ପରେ ଉତେଜନା ବଢିବାରୁ ବନ୍ଧୁକ ଆଣି ବାସୁଦେବଙ୍କୁ ଗୁଳି କରିଥିଲେ । ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗାଁଲୋକେ ସୁନୀଲକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଖବର ମିଳିଛି । କିଞ୍ଜିରକେଲା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

The post ଘରୋଇ କଳିକୁ ନେଇ ଭାଇକୁ ଗୁଳି କଲା ସାନ ଭାଇ । ସୁନ୍ଦରଗଡ ଦାଣ୍ଡପାଣି ଗାଁରେ ଚାଞ୍ଚଲ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା , ବୟସ ସୀମା ୩୮ ବର୍ଷକୁ ବୃଦ୍ଧି । ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ।

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପ୍ତ୍ତି ନିଆଯାଇଛି । ଓଡିଶା ପବ୍ଲିକ୍ ସର୍ଭିସ୍ ପରୀକ୍ଷା ପାଇଁ ବଢିଲା ବୟସ ସୀମା । ପରୀକ୍ଷାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମାକୁ ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି ।

ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଞ୍ଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ଜଗନ୍ନାଥ ରଥ ବୁଲିବ ଓ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରାଯିବ । ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।

ଆଗାମୀ ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବର ଲାଇଭ୍ ଟେଲିକାଷ୍ଟ ପାଇଁ ପ୍ରତି ପଂଚାୟତରେ ଏଲଇଡି ଲାଗିବ । ଏଥିପାଇଁ ୧୫୬ କୋଟି ଟଙ୍କା ମଂଜୁର କରିଛି କ୍ୟାବିନେଟ୍ ।

The post ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା , ବୟସ ସୀମା ୩୮ ବର୍ଷକୁ ବୃଦ୍ଧି । ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀରେ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ ।

କନକ ବ୍ୟୁରୋ: ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୁଣା ବର୍ଷ ୨୦୨୩ ଆଜି ବିଦାୟ ନେଉଥିବା ବେଳେ ନୂଆ ବର୍ଷକୁ ସ୍ୱାଗତ ପୂର୍ବରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଭକ୍ତଙ୍କ ପ୍ରବଳ ଭିଡ ଜମୁଛି । ଏହାକୁ ଆଖିରେ ରଖି ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଓ ବେଳାଭୂମି ଲୋକାରଣ୍ୟ ହୋଇପଡୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ସେପଟେ ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏହାକୁ ନେଇ ବଡଦାଣ୍ଡରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ବଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ । ବିଶ୍ରାମ ପାଇଁ ତିଆରି ହେଉଛି ଏସ ଜର୍ମାନ ହ୍ୟାଙ୍ଗର । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ସେପଟେ ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

The post ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀରେ ହୋଟେଲ, ରେଷ୍ଟୁରାଣ୍ଟ ପ୍ରସ୍ତୁତ । first appeared on Kanak News.

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୬ଜଣ ଜୀବନ୍ତ ଦଗ୍ଧ । ଘଟଣା ସ୍ଥଳରେ ଚାଲିଛି ନିଆଁଲିଭା କାମ ।

କନକ ବ୍ୟୁରୋ: ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜି ନଗରର ଏକ ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ କମ୍ପାନୀ ମଧ୍ୟରେ ଫସି ରହିଥିବା ୬ଜଣ ଶ୍ରମିକ ଜୀବନ୍ତ ଦଗ୍ଧ । ଗୁରୁତର ମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରବିବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଗକୁ ମଧ୍ୟ ମତ୍ୟୁ ସଂଖ୍ୟା ବଢିପାରେ ବୋଲିି ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

The post ମହାରାଷ୍ଟ୍ର ଗ୍ଲୋଭ୍ସ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୬ଜଣ ଜୀବନ୍ତ ଦଗ୍ଧ । ଘଟଣା ସ୍ଥଳରେ ଚାଲିଛି ନିଆଁଲିଭା କାମ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଫିଲ୍ମ ମେକର୍ସ ରାମ ଗୋପାଳ ବର୍ମା । ନିଜ ଆଗାମୀ ଚଳଚ୍ଚିତ୍ର ‘ବ୍ୟୁହମ୍’କୁ ନେଇ ଏବେ ବିବାଦଘେରକୁ ଆସିଛନ୍ତି ରାମ ଗୋପାଳ । ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହାପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି । କୁହାଯାଉଛି ଚଳଚ୍ଚିତ୍ର ‘ବ୍ୟୁହମ୍’ ହେଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ବାୟୋପିକ୍, ଯେଉଁଥିରୁ ଦଳକୁ ନକ୍ରରାତ୍ମକ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ ।

ସିନେମା ‘ବ୍ୟୁହମ୍’ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜାଶେଖର ରେଡ୍ଡୀଙ୍କ ଦେହାନ୍ତ ବେଳର ଘଟଣା ରହିଛି ଯେଉଁଥିରେ ନାଇଡୁଙ୍କ ଭାବମୂର୍ତି ଖରାପ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ତେବେ ସିନେମାଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ହାଇକୋର୍ଟରେ ପିଟିସନ ଦାଖଲ ପରେ ତେଲେଙ୍ଗାନା ହାଇକୋର୍ଟ ଏଥିରେ ରୋକ ଲାଗାଇଛନ୍ତି । ଏଥିସହ ଫିଲ୍ମକୁ ସେନସର ବୋର୍ଡ ସାର୍ଟିଫିକେଟ୍ ମିଳିଥିଲେ ବି ଏହାକୁ ରଦ୍ଧ କରିଛନ୍ତିହାଇକୋର୍ଟ । ଏବେ ମାମଲାର ପରବର୍ତୀ ଶୁଣାଣୀ ଜାନୁୟାରୀ ୧୧ ତାରିଖ ଯାଏଁ ଘୁଂଚାଇଛନ୍ତି କୋର୍ଟ ।

The post ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ first appeared on Kanak News.

from Kanak News
via <a href="https://ifttt.com/?

ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ମୁଖା । କୁଖ୍ୟାତ ଆତଙ୍କବାଦୀ ହାଫି ସୟିଦକୁ ଦେବାକୁ ମନା କଲା ଇସଲାମବାଦ । ଭାରତର ପ୍ରସ୍ତାବକୁ ଖାରଜ କଲା ପାକିସ୍ତାନ ବୈଦେଶିକମନ୍ତ୍ରାଳୟ । ମୁଖପାତ୍ର ମୁମତାଜ ଜହର କହିଛନ୍ତି ଭାରତ ହାଫିଜକୁ ଫେରାଇବାକୁ ଯେଉଁ ପ୍ରସ୍ତାବ ଦେଇଥିଲା ଏହାକୁ ଖାରଜ କରିଛନ୍ତି ପାକିସ୍ତାନ ସରକାର । ଦୁଇ ଦେଶ ମଧ୍ୟରେ କୌଣସି ସନ୍ଧି ହୋଇନାହିଁ ।ତେଣୁ ହାଫିଜକୁ ଫେରାଇବାକୁ ପ୍ରଶ୍ନ ଉଠୁଛି । କେବଳ ବୁଝାମଣା ଦ୍ୱାରା ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇପାରିବ ।୨୦୦୮ରେ ଲସ୍କର ଏ ତୋୟବା ସଂଗଠନ ମୁମ୍ବାଇରେ ଆକ୍ରମଣ କରିଥଲା । ଯେଉଁଥିରେ ୬ଜଣ ବିଦେଶୀ ନାଗରିକଙ୍କ ସମେତ ୧୬୭ଜଣଙ୍କ ମୃତ୍ୟୁ ହୋଇଥିଲା ।  ଏହା ପଛରେ ହାଫିଜ ହିଁ ମାଷ୍ଟରମାଇଣ୍ଡ ଥିବା ଭାରତ ପାଖରେ ପ୍ରମାଣ ରହିଛି । ମିଳିତ ଜାତିସଂଘ ମଧ୍ୟ ଲସ୍କର ଏ ତୋୟବାକୁ ଆତଙକୀ ସଂଗଠନ ଓ ହାଫିଜକୁ ଆତଙ୍କୀଭାବେ ଘୋଷଣା କରିସାରିଛି ।

The post ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started