ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ, ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା ମୃତଦେହ ଜବତ

କନକ ବ୍ୟୁରୋ : ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ମାସାଚୁସେଟସ୍ଥିିତ ୫ନିୟୁତ ଡଲାର ମୂଲ୍ୟର ବିଶାଳ ବଙ୍ଗଳାରରୁ ଭାରତୀୟ ବଂଶୋଦ୍ଭବ ତଥା ବିତଶାଳୀ ଦମ୍ପତି ଓ ତାଙ୍କ ଝିଅର ସନ୍ଦିଗ୍ଧ ମୃତ ଶରୀର ମିଳିଛି । ଆମେରିକା ଗଣମାଧ୍ୟମରେ ଏହା ପ୍ରମୁଖ ଖବର ପାଲଟିଛି । ମୃତକଙ୍କ ନାଁ ହେଉଛି ୫୭ବର୍ଷୀୟ ରାକେଶ କମଳ. ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା । ତେବେ ମୃତ ଦମ୍ପତି ସନ୍ଦେହ ହେବାକୁ ପୁଲିସକ ଖବର ଦେଇଥିଲେ । ଘଟଣାସ୍ଥଳରୁ ଏକ ପିସ୍ତଲ ଉଦ୍ଧାର କରାଯାଇଛି । ଆମେରିକା ପୁଲିସର ସୂଚନା ଅନୁସାରେ ଏହା ପାରିବାରିକ କଳହର କରୁଣ କାହାଣୀ । ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଆଗକୁ ତଦନ୍ତ ପ୍ରକିୟା କରାଯିବ ବୋଲି ଆମେରକା ପୁଲିସ କହିଛି । ଟିନା ଓ ରାକେଶ ଏଜୁନୋଭା ନାମରେ ଏକ ଏଜୁକେସସ ସିଷ୍ଟମ କମ୍ପାନି ଚଳାଉଥିଲେ ଓ ପରେ ବନ୍ଦ ହୋଇଯାଇଥିଲା । ଆର୍ଥିକ ସଙ୍କଟରେ ଭିତରେ ଆତ୍ମହତ୍ୟା କରିଥିବା ସହେନ୍ଦ କରୁଛି ପୁଲିସ ।

The post ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ, ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା ମୃତଦେହ ଜବତ first appeared on Kanak News.

from Kanak News
via <a href="https://ifttt.com/?

୩ଦିନ ପରେ କରୋନା ସଂକ୍ରମଣରେ ସାମାନ୍ୟ ଆଶ୍ୱସ୍ତି । ଦିନକରେ ୭୪୩ ସଂକ୍ରମିତ ଚିହ୍ନଟ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ

କନକ ବ୍ୟୁରୋ : ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ ୭୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ୭୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ସଂକ୍ରମଣ ସାମାନ୍ୟ କମ ରହିଛି । ତଥାପି ୮ଶହ ପାଖରେ ଦୈନିକ ସଂକ୍ରମଣ ଏଣିକି ଚିନ୍ତାର କାରଣ ପାଲଟିଛି । ୫ମାସ ମଧ୍ୟରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ, ପୁଡୁଚେରୀ ଓ ତାମିଲନାଡୁରୁ ଜଣେ ଲେଖାଏଁ ରହିଛନ୍ତି । ପ୍ରତିଥର ପରି ଏଥରକ ମଧ୍ୟ ସବଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତିି । ପରେ ଗୁଜରାଟ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ,ତାମିଲନାଡୁ, ତେଲେଙ୍ଗାନ ଓ ଦିଲ୍ଲୀ ରହିଛି ।

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୯୮୭ ରହିଛି । ତେବେ ନୂଆବର୍ଷ ପୂର୍ବରୁ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି ତାକୁ ନେଇ ଚିନ୍ତାରେ ଦେଶ । ସେପଟେ ନୂଆବର୍ଷ ଛୁଟିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଆଗକୁ ସଂକ୍ରମଣ ସଂଖ୍ୟା ବେଶ ଅଧିକ ବୃଦ୍ଧିର ଆଶଙ୍କା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦିଓ କରୋନାର ନୂଆ ଭାଇରସ ଜେଏନ ଡଟ ୱାନକୁ ନେଇ ଭୟଭୀତ ହେବାର କାରଣ ନାହିଁ ତଥାପି ସତର୍କ ରହିବା ଜରୁୁରୀ । ଲକ୍ଷଣ ପ୍ରକାଶ ପାଇଲେ ନମୁନା ପରୀକ୍ଷା ସହ ଡାକ୍ତରଙ୍କ ପରାର୍ମଶ ନେବାକୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଦୁନିଆରେ କୋଭିଡ-୧୯ ଅନେକ ପ୍ରଜାତି ଓ ଉପପ୍ରଜାତି ରହିଛି । ସଂକ୍ରମିତଙ୍କ ନିକଟରେ ପ୍ରାୟ ସମାନ ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ କିଛି କ୍ଷେତ୍ରରେ ଭିନ୍ନ ରହୁଛି । ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଅନୁସାରେ ଲକ୍ଷଣରେ ଭିନ୍ନତା ରହୁଛି । ଏଥିସହ ଅଧିକାଂଶ ଲୋକ କରୋନା ଭ୍ୟାକସିନ ଓ ବୁଷ୍ଟର ଡୋଜ ନେଇସାରିଥିବାରୁ ସେମାନଙ୍କ ନିକଟରେ ଭିନ୍ନ ଭିନ୍ନ ଲକ୍ଷଣ ମଧ୍ୟ ଦେଖାଯାଇପାରେ । ତେବେ କରୋନା ଭ୍ୟାକ୍ସିନ ‘ଜେଏନ ଡଟ ୱାନ’ ଉପରେ ପ୍ରଭାବଶାଳୀ ରହିବ ଓ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ନକରିପାରେ । ଭୟଭୀତ ନହେବାକୁ ଗୋଟେ ପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଉଛନ୍ତି ସତ କିନ୍ତୁ ଲଗାତାର ମୃତ୍ୟୁ ଓ ସଂକ୍ରମଣ ବୃଦ୍ଧି ପୁଣି କରୋନା ମହାମାରୀର ସେହି ଡର ବଢ଼ିବାରେ ଲାଗିଛି ।

The post ୩ଦିନ ପରେ କରୋନା ସଂକ୍ରମଣରେ ସାମାନ୍ୟ ଆଶ୍ୱସ୍ତି । ଦିନକରେ ୭୪୩ ସଂକ୍ରମିତ ଚିହ୍ନଟ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ first appeared on Kanak News.

from Kanak News
via <a href="https://ifttt.com/?

ଇନଷ୍ଟାଗ୍ରାମ ପ୍ରେମରୁ ବିଭତ୍ସ ହତ୍ୟା । ତ୍ରିକୋଣୀୟ ପ୍ରେମକାହାଣୀରେ ସାଙ୍ଗ ସାଜିଲା ଶତ୍ରୁ, ୨୨ବର୍ଷୀୟ ଯୁବକୁ ୫୦ ଥର ଛୁରିଭୁଷି ହତ୍ୟା କଲେ ୩ ସାଙ୍ଗ

କନକ ବ୍ୟୁରୋ : କାହାଣୀ ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମରୁ ସରିଲା ବିଭତ୍ସ ହତ୍ୟାରେ । ତ୍ରିକୋଣୀୟ ପ୍ରେମ କାହାଣୀର ଭୟଙ୍କର ରୂପ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜରାସ୍ତାରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡ ଶବ । ଗୋଲକପୁରୀ ଅଂଚଳର ବିଭତ୍ସ ହତ୍ୟାଘଟଣାକୁ ନେଇ ସବୁଠି ଏବେ ଚର୍ଚ୍ଚା ।

ଇମରାନ ଗୋଲକପୁରୀର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ନିକଟରେ ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହ ପ୍ରଥମେ ତାଙ୍କର ବନ୍ଧୁତା ହୁଲ । ପରେ ପରସ୍ପରର ପ୍ରେମରେ ପଡିଥିଲେ  । ଦିନେ ଇମ୍ରାନଙ୍କ ସାଙ୍ଗ ଅରମାନ ଜାଣିବାକୁ ପାଇଥିଲା ସମ୍ପୃକ୍ତ ଯୁବତୀ ହେଉଛନ୍ତି ତାଙ୍କର ପୂର୍ବତନ ପ୍ରେମିକା । ବାସ ଏହା ପରଠୁ ସାଙ୍ଗଙ୍କୁ ଶତ୍ରୁ ଭାବେ ଦେଖିବା ଆରମ୍ଭ କରିଥିଲା ଅରମାନ । କେମିତି ଇମ୍ରାନଙ୍କୁ ରାସ୍ତାରୁ ହଟାଇବ ଏନେଇ ହତ୍ୟା ଷଡଯନ୍ତ୍ର ରଚିଥିଲା । ଅନ୍ୟ ଦୁଇ ସାଙ୍ଗ ଫୈସଲ ଓ ସମୀର ସହ ମିଶି ଇମ୍ରାନଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ଅରମାନ । ଯୋଜନା ମୁତାବକ ୨୭ ଡିସେମ୍ବରରେ ୩ ଅଭିଯୁକ୍ତ ଷଡ଼ଯନ୍ତ୍ର କରି ଇମ୍ରାନଙ୍କୁ ଭେଟିବାକୁ ଡାକିଥଲେ । ନିଛାଟିଆ ସ୍ଥାନରେ ଇମ୍ରାନଙ୍କୁ ଏକାଠି ପାଇ ୩ ଅଭିଯୁକ୍ତ ତାଙ୍କୁ ୫୦ ଥର ଛୁରି ଭୁଷି ହତ୍ୟା କରିଥିଲେ । ପରେ ଇମ୍ରାନଙ୍କ ଫୋନ ନେଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି ।

ଗୋଲକପୁରୀ ରାସ୍ତାରେ ଇମ୍ରାନଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ୨୪ଘଂଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଅରମାମନ ଖାନ, ଫୈସଲ ଓ ସମୀର । ଜେରା ସମୟରେ ଅଭିଯୁକ୍ତ ଦୋଷ ସ୍ୱିକାର ସହ ହତ୍ୟା ଷଡଯନ୍ତ୍ରକୁ ନେଇ ମୁହଁ ଖୋଲିଛନ୍ତି ।

The post ଇନଷ୍ଟାଗ୍ରାମ ପ୍ରେମରୁ ବିଭତ୍ସ ହତ୍ୟା । ତ୍ରିକୋଣୀୟ ପ୍ରେମକାହାଣୀରେ ସାଙ୍ଗ ସାଜିଲା ଶତ୍ରୁ, ୨୨ବର୍ଷୀୟ ଯୁବକୁ ୫୦ ଥର ଛୁରିଭୁଷି ହତ୍ୟା କଲେ ୩ ସାଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ଦଳିତ ପରିବାର ଗହଣରେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟା କଂଧରପୁର ଦଳିତ ବସ୍ତିରେ ପହଁଚି ହିତାଧିକାରୀଙ୍କ ଘରେ ପିଇଲେ ଚା’

କନକ ବ୍ୟୁରୋ : ଦଳିତ ପରିବାରର ଅତିଥୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଶନିବାର ଅଯୋଧ୍ୟାରେ ପହଁଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୋଦୀ ଧନୀରାମ ମାନଝୀଙ୍କ ଘରେ ପହଁଚିଥିଲେ । ହଠାତ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦେଖି ପରିବାର ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା ସେତିକି ଖୁସି ମଧ୍ୟ । ଧନୀରାମଙ୍କ ବୋହୁଙ୍କ ହାତ ତିଆରି ଚା ପିଇବା ସହ ପରିବାର ସହ ଏକାଠି କିଛି ସମୟ ପାଇଁ କଥାବାର୍ତା ମଧ୍ୟ କରିଥିଲେ । ଉଜ୍ୱଳା ଗ୍ୟାସ ଓ ପିଏମ ଆବାସ ହିତାଧିକାରୀଭାବେ ତାଙ୍କଠୁ ହାଲଚାଲ ପଚାରିବୁଝିଥିଲେ । ଏପରିିକି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଦଳିତ ପରିବାରକୁ ନିଜେ ନିମନ୍ତ୍ରଣ ଦେଇଛନ୍ତି ମୋଦୀ । କଂଧରପୁର ଅଂଚଳରେ ହିଛି ଏହି ଦଳିତ ବସ୍ତି ।

The post ଦଳିତ ପରିବାର ଗହଣରେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟା କଂଧରପୁର ଦଳିତ ବସ୍ତିରେ ପହଁଚି ହିତାଧିକାରୀଙ୍କ ଘରେ ପିଇଲେ ଚା’ first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାକୁ ମୋଦୀଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ବିଶାଳ ରୋଡ ସୋ କରି ଅଯୋଧ୍ୟା ରେଳ ଷ୍ଟେସନରେ ପହଂଚିଛନ୍ତି ନରେନ୍ଦ୍ର ମୋଦି । ରୋଡ ସୋ’ ବେଳେ ପ୍ରଧାନମନ୍ତ୍ରୀକୁ ଫୁଲରେ ସ୍ୱାଗତ କରାଯାଇଛି । ରାସ୍ତରେ ଦୁଇ ପଟେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମିନିଟରେ ଅଯୋଧ୍ୟା ରେଳ ଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ସେହିପରି ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଉଦଘାଟନ କରିଛନ୍ତି ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି । ମୋଦୀ ଏହି ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ତେବେ ମୋଦୀଙ୍କ ସ୍ୱାଗତ ପାଇଁ ଅଯୋଧ୍ୟା ରାମ ପଥରେ ବିଭିନ୍ନ ସ୍ଥାନରେ ୪୦ ଟି ଷ୍ଟେଜ କରାଯାଇଥିଲା । ସେହି ଷ୍ଟେଜଗୁଡିକରେ ୧୪୦୦ ଲୋକନାଟ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

The post ଅଯୋଧ୍ୟାକୁ ମୋଦୀଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଗନ୍ଧରେ ଫାଟୁଛି ଭୁବନେଶ୍ୱର । ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ : କିଏ ମୁହଁରେ ରୁମାଲ ବାନ୍ଧି ରାସ୍ତାରେ ଯାଉଛି, କିଏ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଲୁଗାକାନିରେ ନ୍ଧଳ ଘୋଡାଇ ଦେଇଛି । ଏ ହେଉଛି ଭୁବନେଶ୍ୱର ୮ ନମ୍ବର ଅଂଚଳର ଦୃଶ୍ୟ । ଭୟଙ୍କର ଦୁର୍ଗନ୍ଧରେ ଫାଟିପଡୁଛି ଅଂଚଳ । ଜନବସତି ଭିତରେ ବିଏମସିର ମାଇକ୍ରୋ କମ୍ପୋଷ୍ଟ ସେଂଟର ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଘରର କବାଟ ଝରକା ବନ୍ଦ କରି ରହୁଛନ୍ତି ରାଜଧାନୀବାସୀ । ଲୋକଙ୍କୁ ଘାରିଛି ବିଭିନ୍ନ ରୋଗର ଭୟ ।

ସାରା ଭୁବନେଶ୍ୱରରେ ଏକା ଅବସ୍ଥା । ଘରେ ରହିହେଉନି । ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିଯାଇଛି । ଘରୁ ବାହାରିଲେ ଦୁର୍ଗନ୍ଧ । ଆବର୍ଜନା ପରିଚାଳନା ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କାର୍ଯ୍ୟରେ ରୂପାନ୍ତର ହୋଇପାରୁନି । ଲୋକ ହନ୍ତସନ୍ତ ହେଉଥିବା ବେଳେ ବିଏମସି ଓ ନଗର ଉନ୍ନୟନ ବିଭାଗ ହାତ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ସ୍ମାର୍ଟ ସିଟିର ଏପରି ଅବସ୍ଥା ଯୋଗୁଁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । କେବେ ଏହି ସମସ୍ୟାର ସମାଧାନ ହେବ ସ୍ପଷ୍ଟ ଭାବେ କହିପାରୁନାହାନ୍ତି ବିଏମସି କର୍ତୃପକ୍ଷ ।

The post ଦୁର୍ଗନ୍ଧରେ ଫାଟୁଛି ଭୁବନେଶ୍ୱର । ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ first appeared on Kanak News.

from Kanak News
via <a href="https://ifttt.com/?

ମନମୋହୁଛି ଶ୍ରୀମନ୍ଦିର ଚାରିପଟର ସବୁଜ ବଳୟ । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିତରେ ସୃଷ୍ଟି କରୁଛି ଆଧାତ୍ମିକ ପରିବେଶ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମନମୋହୁଛି ସବୁଜ ବଳୟ । ଲାଗୁଛି ଯେମିତିି ବଡଦାଣ୍ଡରେ ସୃଷ୍ଟି ହୋଇଛି ପ୍ରକୃତିର ନିବାସ । ସବୁଜିମା ପରିବେଶ ଭିତରେ ଝଲସି ଉଠୁଛି ଶ୍ରୀକ୍ଷେତ୍ର । ଘେରାଏ ବୁଲି ଆସିଲେ ମନ ଆନନ୍ଦରେ ଭରି ଯାଉଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସବୁଜିମା ଭରା ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଯାହାକୁ ଶ୍ରଦ୍ଧାଳୁଙ୍କ ଭିତରେ ଭକ୍ତି ଭାବନା ଜାଗ୍ରତ କରୁଛି । ଶ୍ରୀକ୍ଷେତ୍ରର ଏହି ରୂପାନ୍ତରଣକୁ ନେଇ ବେଶ ଖୁସି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧୀନରେ ୭୫ ମିଟରରେ ତିନୋଟି ପର୍ଯ୍ୟାୟରେ ରହିଛି ଗ୍ରୀନ କରିଡର । ତେବେ ଏସବୁ ସମ୍ଭବ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ।

ଏହି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ପରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ କେମିତି କଂକ୍ରିଟ ଜଂଗଲ ରହିଥିଲା । ଜବରଦଖଲ ଯୋଗୁଁ ସଂକୁଚିତ ହୋଇଯାଇଥିଲା ଶ୍ରୀମନ୍ଦିରର ବାହାର ପ୍ରଦକ୍ଷିଣ ମାର୍ଗ । ହେଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଏବେ ଉନ୍ମୁକ୍ତ ହୋଇଛି ମେଘନାଦ ପାଚେରୀଠାରୁ ୭୫ମିଟର ପରିଧି ଅଂଚଳ । ଆଉ ଶ୍ରୀମନ୍ଦିର ଚାରିପଟ ଫାଙ୍କା ହେବା ପରେ ସେହି ସ୍ଥାନକୁ ଲ୍ୟାଣ୍ଡ ସ୍କେପିଂ କରି ଯୋଜନା ମୁତାବକ ସବୁଜ ବଳୟ ସୃଷ୍ଟି କରାଯାଇଛି ।

କେବଳ ଏତିକି ନୁହେଁ ପରିକ୍ରମା ପ୍ରକଳ୍ପ ଧାର୍ମିକ ନଗରୀ ପୁରୀକୁ ନୂଆ ରୂପ ଦେଇଛି । ତେବେ ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଥିବାରୁ, ବାକି ଥିବା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆଉ ପ୍ରତିଟି କାର୍ଯ୍ୟ କେମିତି ଲୋକଙ୍କ ମନ ଛୁଇଁବ ସେଥିପାଇଁ ପ୍ରଶାସନ ଓ ନିର୍ମାଣକାରୀ ସଂସ୍ଥା ଉଦ୍ୟମ ଜାରି ରହିଛି ।

The post ମନମୋହୁଛି ଶ୍ରୀମନ୍ଦିର ଚାରିପଟର ସବୁଜ ବଳୟ । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିତରେ ସୃଷ୍ଟି କରୁଛି ଆଧାତ୍ମିକ ପରିବେଶ first appeared on Kanak News.

from Kanak News
via <a href="https://ifttt.com/?

ଗଂଜାମରେ ବଢୁଛି କି ବିଜେଡିର ଗୋଷ୍ଠୀକନ୍ଦଳ? । ହସ୍ତକ୍ଷେପ ପାଇଁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଲେ ୬ ଜଣ ପୂର୍ବତନ ବିଧାୟକ

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଣ୍ଡଳି ସହ ଗଂଜାମ ଜିଲ୍ଲାରେ ବିଜେଡି ଦୁର୍ବଳ ହୋଇପଡିଛି । ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳାରେ ଦଳର ୬ ଜଣ ପୂର୍ବତନ ବିଧାୟକ ବୈଠକ କରି ଏଭଳି ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି
୨୦୧୯ ନିର୍ବାଚନ ଓ ଗତ ପଂଚାୟତ ନିର୍ବାଚନରେ ବିଜେଡିର ଭୋଟ ବ୍ୟବଧାନ କମିଛି
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ବିଜୟର ବ୍ୟବଧାନ କମିଛି
ଏପରିକି ଗଂଜାମରେ ବିଜେପିର ଭୋଟ ହାର ବଢୁଥିବା ଅଭିଯୋଗ
ଏହାଛଡା ଦଳର ଶୃଙ୍ଖଳିତ କର୍ମୀ ଓ ଦଳ ପ୍ରତି ଆନୁଗତ୍ୟ ରହିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି୬ ଜଣ ପୂର୍ବତନ ବିଧାୟକ । ଏସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ପାଇଁ ଚିଠି ଲେଖିଛନ୍ତି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ।

ପୂର୍ବତନ ବିଧାୟକଙ୍କ ଅଭିଯୋଗ ୨୦୦୦ ମସିହାରୁ ଜିଲ୍ଲାର ୮ ଜଣ ପୂର୍ବତନ ବିଧାୟକ ବିଜେଡି ସହ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ପୂର୍ବତନ ବିଧାୟକଙ୍କୁ ପଦପଦବୀ ଦେଇ ଥଇଥାନ କରାଯାଇଛି । ଅନ୍ୟ ୬ ଜଣ ପୂର୍ବତନ ବିଧାୟକଙ୍କୁ କୌଣସି ପଦପଦବୀ ମିଳିନାହିଁ । ଯଦିଓ ପୂର୍ବତନ ବିଧାୟକଙ୍କ ନିଜ ଅଂଚଳରେ ଦବଦବା ନାହିଁ ତଥାପି ବରିଷ୍ଠତା ଭିତିରେ ଦଳରେ ଯେଉଁ ଖାତିର ରହିବା କଥା ତାହା ରହୁ ନାହିଁ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଭେଟିବାକୁ ପୂର୍ବତନ ବିଧାୟକମାନେ ଚିଠିଲେଖିଛନ୍ତି ।

ଗଂଜାମର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ବେଳେ ଏବେ ୬ ପୂର୍ବତନ ବିଧାୟକଙ୍କ ଅସନ୍ତୋଷ ବିଜେଡି କଳିକୁ ପଦାରେ ପକାଇଥିବା କୁହାଯାଉଛି ।

The post ଗଂଜାମରେ ବଢୁଛି କି ବିଜେଡିର ଗୋଷ୍ଠୀକନ୍ଦଳ? । ହସ୍ତକ୍ଷେପ ପାଇଁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଲେ ୬ ଜଣ ପୂର୍ବତନ ବିଧାୟକ first appeared on Kanak News.

from Kanak News
via <a href="https://ifttt.com/?

ଖୋଲିଲା ବ୍ୟବସାୟୀଙ୍କ ଅପହରଣ ରହସ୍ୟ । ୧୦ ଲକ୍ଷ ଟଙ୍କା ପାଇଁ ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର !

କନକ ବ୍ୟୁରୋ : ପଦାକୁ ଆସିଛି ଭୁବନେଶ୍ୱର ପାତ୍ରପଡ଼ା ଅଂଚଳର ବ୍ୟବସାୟୀ ପିଂଟୁ ସାହୁଙ୍କ ଅପହରଣ ପଛର କାହାଣୀ । ପିଂଟୁଙ୍କ ଡ୍ରାଇଭର ଲକି ହିଁ ଅପହରଣ ପଛର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୁଲିସ । ମାଲିକଙ୍କ ପାଖରେ ଟଙ୍କା ଥିବା ଜାଣିବାକୁ ପରେ ୧୦ ଲକ୍ଷ ଟଙ୍କା ନେବା ପାଇଁ ଅପହରଣ ଷଡ଼ଯନ୍ତ୍ର ରଚିଥିଲା ଲକି । ଏଥିପାଇଁ ୪ ଜଣଙ୍କୁ ସୁପାରୀ ଦେଇଥିଲା ଡ୍ରାଇଭର ଳକି । ସୁରାଗ ମିଳିବା ପରେ ଅପହରଣକାରୀଙ୍କୁ ପିଛା କରି ଯାଜପୁରରେ ପହଁଚିଥିଲା ପୁଲିସ । ଧର୍ମଶାଳା ନିକଟରୁ ଅପହୃତ ବ୍ୟବସାୟୀ ପିଂଟୁ ସାହୁଙ୍କୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି ।

ଗୁରୁବାର ରାତି ପ୍ରାୟ ୮ଟା ପାତ୍ରପଡ଼ାରେ ଥିବା ପିଂଟୁଙ୍କ ଘର ଆଗରୁ ତାଙ୍କୁ କରାଯାଇଥିଲା ଅପହରଣ । ଏ ହେଉଛି ସେହି କାର, ଯେଉଁ କାରରେ ପିଂଟୁଙ୍କୁ ଉଠାଇ ନେଇଥିଲେ ୪ ଜଣ ଅପହର୍ତା । ଏହି କାର ଭିତରେ ପିଂଟୁଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ଭିଡିଓ କଲ କରି ତାଙ୍କ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲା ଅଭିଯୁକ୍ତ । ଟଙ୍କା ନଦେଲେ ସ୍ୱାମୀଙ୍କୁ ଜୀବନ ମାରିଦେବାକୁ ଧମକ ଦିଆଯାଇଥିଲା । ଭୟରେ ଅଭିଯୁକ୍ତଙ୍କୁ ୨ ଲକ୍ଷ ଟଙ୍କା ଦେଇଥିବା କହିଥିଲେ ପିଂଟୁଙ୍କ ସ୍ତ୍ରୀ । ପରେ ସେ ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ ।

ଏହି ଅପହରଣ ମାମଲା ଏବେ ଏକ ନୂଆ ମୋଡ ନେଇଛି । ଘଟଣାରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଯେଉଁ ୨ ଲକ୍ଷ ଟଙ୍କା ଅଭିଯୁକ୍ତ ନିକଟକୁ ପଠାଯାଇଥିବା କୁହାଯାଉଛି, ତା’ର ସ୍କିନ୍ ସଟ୍କୁ ନେଇ ଖୋଳତାଡ ଜାରି ରହିଛି । ଏହି ଅପହରଣ ପଛରେ ଆଉ କିଏ କିଏ ଅଛନ୍ତି, ତାର ରହସ୍ୟ ଖୋଲିବାକୁ ଉଦ୍ୟମ କରୁଛି ଖଣ୍ଡଗିରି ଥାନା ପୁଲିସ ।

The post ଖୋଲିଲା ବ୍ୟବସାୟୀଙ୍କ ଅପହରଣ ରହସ୍ୟ । ୧୦ ଲକ୍ଷ ଟଙ୍କା ପାଇଁ ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର ! first appeared on Kanak News.

from Kanak News
via <a href="https://ifttt.com/?

ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ପଦ୍ମପୁର । ବରଗଡର ଏହି ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାକୁ ନେଇ ବିବାଦ ଭିତରେ, ଏହି ଅଂଚଳ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ସରକାର । ପଦ୍ମପୁର ପାଇଁ ଏକ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବା ସହ ୨୦୨୦ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ପ୍ରଥମ ଏଡିଏମ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ବିଜେପି ଅଭିଯୋଗ କରିଛି । ସେହିପରି ଲଲିପପ୍ କହି କଟାକ୍ଷ କରିଛି କଂଗ୍ରେସ । ତେବେ ବିଜେଡି କହିଛି, ପଦ୍ମପୁରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏଡିଏମଙ୍କୁ ନିଯୁକ୍ତି ଦିଆଯାଇଛି ।

ଡିସେମ୍ବର ଶେସ ସୁଦ୍ଧା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଯିବ ବୋଲି ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ, ବର୍ଷ ଶେଷ ହେବାକୁ ବସିଥିଲେ ବି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିପାରି ନାହାନ୍ତି ସରକାର । ମାମଲା ବିଚାରାଧୀନ ଥିବାରୁ ସରକାର କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି । ତେବେ ଏହାରି ଭିତରେ ପଦ୍ମପୁର ଉପଖଣ୍ଡ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେବା ଚର୍ଚ୍ଚାର ବିଷୟ ହୋଇଛି ।

ପଦ୍ମପୁରକୁ ନେଇ ବିବାଦ ଭିତରେ, ଟିଟିଲାଗଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ଦାବି ଜୋର ଧରିଛି । ଏପରିକି ଟିଟିଲାଗଡ କିୟାନୁଷ୍ଠାନ କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ଅଧ୍ୟକ୍ଷକଙ୍କୁ ଭେଟି ଏକ ଦାବି ପତ୍ର ଦେଇଛନ୍ତି ।

ତେବେ ଏତେ ସବୁ ବିବାଦ ଭିତରେ, ବର୍ଷ ଶେଷ ସୁଦ୍ଧା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ତା ଉପରେ ସମସ୍ତଙ୍କ ନଜର ରହିଛି ।

The post ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started