ଅଯୋଧ୍ୟାକୁ ୧୫,୭୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର କଲେ ଉଦଘାଟନ

କନକ ବ୍ୟୁରୋ : ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ବିଶାଳ ରୋଡ ସୋ କରି ଅଯୋଧ୍ୟା ରେଳ ଷ୍ଟେସନରେ ପହଂଚିଛନ୍ତି ନରେନ୍ଦ୍ର ମୋଦି । ରୋଡ ସୋ’ ବେଳେ ପ୍ରଧାନମନ୍ତ୍ରୀକୁ ଫୁଲରେ ସ୍ୱାଗତ କରାଯାଇଛି । ରାସ୍ତରେ ଦୁଇ ପଟେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମିନିଟରେ ଅଯୋଧ୍ୟା ରେଳ ଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ସେହିପରି ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଉଦଘାଟନ କରିଛନ୍ତି ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି । ମୋଦୀ ଏହି ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ତେବେ ମୋଦୀଙ୍କ ସ୍ୱାଗତ ପାଇଁ ଅଯୋଧ୍ୟା ରାମ ପଥରେ ବିଭିନ୍ନ ସ୍ଥାନରେ ୪୦ ଟି ଷ୍ଟେଜ କରାଯାଇଥିଲା । ସେହି ଷ୍ଟେଜଗୁଡିକରେ ୧୪୦୦ ଲୋକନାଟ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

The post ଅଯୋଧ୍ୟାକୁ ୧୫,୭୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର କଲେ ଉଦଘାଟନ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ପଦାଧିକାରୀ ବୈଠକରେ ରାଜ୍ୟ ନେତାଙ୍କୁ କ୍ଷେତ୍ରୀୟ ପ୍ରଭାରୀଙ୍କ ଟାର୍ଗେଟ

କନକ ବ୍ୟୁରୋ : ଗତ କିଛି ଦିନ ହେବ ବିଜେଡି ଓ ବିଜେପି ନେତାଙ୍କ ବୟାନବାଜିରୁ ଯାହା ଆକଳନ କରାଯାଉଥିଲା ତାହା ସତ ହୋଇଛି । ବିଜେପି ତାର ରଣନୀତି ପରିବର୍ତନ କରିବା ସହ ବିଜେଡି ସରକାର ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଘୋଷଣା କରିଛି । ବିଜେପି କ୍ଷେତ୍ରୀୟ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ପଦାଧିକାରୀ ବୈଠକରେ ଲଢ଼େଇ ପାଇଁ ନିଷ୍ପତି ନିଆଯାଇଛି । ବିଜେପି ସଂକଳ୍ପ ନେଇଛି ଗାଁ ଗାଁ, ଘରୁ ଘରୁ ହେବ ହିସାବ ନିକାସ । କଣ କହିଥିଲେ ସରକାର ଓ କଣ କରିଛନ୍ତି ସରକାର ? ଏନେଇ ଲୋକଙ୍କ ସହ ଆଲୋଚନା କରିବେ ବିଜେପି ନେତା ଓ କର୍ମୀ ।

ରାଜ୍ୟରେ ଦୀର୍ଘ ୨୩ବର୍ଷ ହେଲା ଶାସନରେ ଥିବା ଶାସକ ଦଳ ବିଜେଡିକୁ କେମିତି ମାତ ଦେଇ ହେବ ସେଥିପାଇଁ ବୈଠକରେ ସ୍ୱତନ୍ତ୍ର ରଣନୀତି କରିଛନ୍ତି ବିଜେପି ନେତା । ବିଶେଷକରି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ୨୦୨୪ ବିଜୟ ପାଇଁ ରାଜ୍ୟ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି । କହିଛନ୍ତି,
ସୁନୀଲଙ୍କ ଗୁରୁମନ୍ତ୍ର

– ବିଜେଡି ସହ ୱାନ-ଟୁ-ୱାନ ଫାଇଟ୍ ହେବ
– ବିଜେଡି ସହ ଆମର କୌଣସି ମେଂଟ ନାହିଁ କି ସାଲିସ୍ କରିବାର ନାହିଁ
– ବିଜେପି – ବିଜେଡିର ସମ୍ପର୍କକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କର
– ପ୍ରତି ବୁଥରେ ୫୦ପ୍ରତିଶତ ଭୋଟ୍ ଟାର୍ଗେଟ
– ୪ମାସ ଭିତରେ କୋଟିଏ ପରିବାର ପାଖରେ ପହଁଚ
– ଜଣେ କାର୍ଯ୍ୟକର୍ତ୍ତାଙ୍କୁ ୧୦ ପରିବାରର ଦାୟିତ୍ୱ
– ବୁଥ ମଜଭୁତ୍ କଲେ ବିଧାନସଭା ଜିତିପାରିବ

ବିଜେପିର ନୂଆ ରଣନୀତିକୁ ନେଇ ନେତା ଓ କର୍ମୀ ଉତ୍ସାହିତ ଥିବାବେଳେ, ବିଜେଡି ଓ କଂଗ୍ରେସ ଏହାକୁ ପ୍ରଭାବଶୂନ୍ୟ ବୋଲି କହିଛନ୍ତି । ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି । ୨୦୨୪ ଲଢ଼େଇ ପାଇଁ ସଜ ହେଉଛନ୍ତି । ହେଲେ କାହା ରଣନୀତି ରାଜ୍ୟବାସୀଙ୍କୁ ପ୍ରଭାବିତ କରୁଛି ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ ।

The post ୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ପଦାଧିକାରୀ ବୈଠକରେ ରାଜ୍ୟ ନେତାଙ୍କୁ କ୍ଷେତ୍ରୀୟ ପ୍ରଭାରୀଙ୍କ ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା, ରାଜ୍ୟରେ ଚାଲିବ ୨୦୦ରୁ ଅଧିକ ଇଲେକ୍ଟ୍ରି୍କ ବସ୍

କନକ ବ୍ୟୁରୋ : କ୍ୟାବିନେଟ୍ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଓଡିଶା ପବ୍ଲିକ୍ ସର୍ଭିସ ପରୀକ୍ଷା ପାଇଁ ବଢିଲା ବୟସ ସୀମା । ପରୀକ୍ଷାର୍ଥୀଙ୍କ ସର୍ବୋଚ ବୟସ ସୀମାକୁ ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଂଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ଜଗନ୍ନାଥ ରଥ ବୁଲିବ ଓ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରାଯିବ । ପ୍ରତି ପଂଚାୟତରୁ ଲୋକ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ସେହିପରି ଆଗାମୀ ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବର ଲାଇଭ୍ ଟେଲିକାଷ୍ଟ ପାଇଁ ପ୍ରତି ପଂଚାୟତରେ ଏଲଇଡି ଲାଗିବ । ଏଥିପାଇଁ ୧୫୬ କୋଟି ଟଙ୍କା ମଂଜୁର କରିଛି କ୍ୟାବିନେଟ୍ ।

The post ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା, ରାଜ୍ୟରେ ଚାଲିବ ୨୦୦ରୁ ଅଧିକ ଇଲେକ୍ଟ୍ରି୍କ ବସ୍ first appeared on Kanak News.

from Kanak News
via <a href="https://ifttt.com/?

୧୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ପ୍ରତି ପଞ୍ଚାୟତରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ଏହି କ୍ରମରେ ୩୬୫ ଜୁନିୟର ଇଞ୍ଜିନିୟର ପଦବୀ ବୃଦ୍ଧି କରାଯିବ । ସେହିଭଳି ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ । ସେହିଭଳି ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବୟସ ସୀମା ୩୨ ରୁ ୩୮କୁ ବୃଦ୍ଧି କରାଯ।ଇଛି ।

ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାକୁ ସରକାର ନୂଆ ଯୋଜନା କରିଛନ୍ତି । ଏହି କ୍ରମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସୁରକ୍ଷାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ । ଏନେଇ ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବାର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରଥମେ ପ୍ରତି ପଞ୍ଚାୟତରେ ଏଲଇଡି ଟିଭି ଲଗାଯାଇ ୧୭ ତାରିଖରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସିଧା ପ୍ରସାରଣ କରାଯିବ ।

The post ୧୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ପ୍ରତି ପଞ୍ଚାୟତରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ । ଲାଗୁଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ, ପ୍ରାକୃତିକ ପରିବେଶ ସହ ପଂଚଲିଙ୍ଗେଶ୍ୱର ମନ୍ଦିର ଏବଂ ସିଧି ଗୁମ୍ଫା ଦେଖିବାକୁ ଗହଳି

କନକ ବ୍ୟୁରୋ : ପ୍ରସିଦ୍ଧ ଶୈବପୀଠ ବୃଦ୍ଧଖୋଲ । ଗଂଜାମ ଜିଲ୍ଲା ବୁଗୁଡା ସହରରୁ ମାତ୍ର ୩କିଲୋମିଟର ଦୂରରେ ଏହା ଅବସ୍ଥିତ । ଏଠାକାର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଛି । ପାହାଡ଼ ପାଦ ଦେଶରେ ମନଲୋଭା ପରିବେଶ ବେଶ ଆକର୍ଷଣୀୟ । ପାହାଡ ଉପରେ ପଂଚଲିଙ୍ଗେଶ୍ୱର ମନ୍ଦିର ଠାରୁ କିଛି ଦୂର ପାହାଡ ଚଢିଲେ ଶିଖରରେ ସିଧିଗୁମ୍ଫା । ପାହାଡ ଉପରୁ ଝରିଆସୁଛି ଜଳ ପ୍ରପାତ । ବିଭିନ୍ନ ଔଷଧିୟ ବୃକ୍ଷ ସଂସ୍ପର୍ଶରେ ଆସୁଥିବାରୁ ଏହି ଝରଣା ପାଣିରେ ଗାଧୋଇଲେ ଶରୀର ନିରୋଗ ରହେ ବୋଲି କୁହାଯାଏ ।

ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୱାଚ୍ ଟାୱାର, ୪୨ ଫୁଟର ଶିବ ପାର୍ବତୀ, ୩୦ ଫୁଟର ହନୁମାନ ସେଲଫି ପଏଂଟ ରହିଛି । ବନ ବିଭାଗ ତରଫରୁ ଇକୋ ପାର୍କ ରେ ଶିଶୁ ଉଦ୍ୟାନ, ଖୋଲା ଜମି, ନକ୍ଷେତ୍ର ବନ, ବୌଦ୍ଧ ମୁର୍ତି ଓ ପାର୍କ ରହିଛି । ପାହାଡ ପାଦ ଦେଶରେ ବିସ୍ତିନ୍ନ ସ୍ଥାନ ରହିଥିବାରୁ ପିକିନକ କରିବା ପାଇଁ ଲୋକମାନଙ୍କୁ ସୁବୁଧା ହେଉଛି ।

ବର୍ତମାନ ପିକ୍ନିକ୍ ରୁତୁ ହୋଇଥିବାରୁ ଶତାଧିକ ପର୍ଯ୍ୟଟକଙ୍କ ସ୍ରୁଅ ଛୁଟୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଏଠାକୁ ଆସି ପ୍ରକୃତିର ମଜା ନିଅନ୍ତି ।

The post ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ । ଲାଗୁଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ, ପ୍ରାକୃତିକ ପରିବେଶ ସହ ପଂଚଲିଙ୍ଗେଶ୍ୱର ମନ୍ଦିର ଏବଂ ସିଧି ଗୁମ୍ଫା ଦେଖିବାକୁ ଗହଳି first appeared on Kanak News.

from Kanak News
via <a href="https://ifttt.com/?

ସଜେଇ ହେଉଛି ସମ୍ବଲପୁର ସହର । କାନ୍ଥରେ ଶୋଭାପାଉଛି ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ୍ , ଚିତ୍ରକର ତୁଳୀରେ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା

କନକ ବ୍ୟୁରୋ : ସଜେଇ ହେଉଛି ସମ୍ବଲପୁର ସହର । ଚିତ୍ରକର କାନ୍ଥରେ ସୁନ୍ଦର ସୁନ୍ଦର ଛବି ଆଙ୍କୁଛନ୍ତି । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏହି ଅଭିନବ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ସହର ସାରା ଏପରି ସୁନ୍ଦର ଛବି ଅଙ୍କା ଚାଲିଛି । ସହରର କାନ୍ଥରେ ଚିତ୍ର ଆଙ୍କିବା ପାଇଁ ୨୦ଟି ଗ୍ରୁପ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରୁ ଚିତ୍ରକର ଆସି ମନଲୋଭ ଚିତ୍ର ଆଙ୍କୁଛନ୍ତି  । ଏନେଇ ଲକ୍ଷ ଲକ୍ଷ ଟଙ୍କା ମହାନଗର ନିଗମ ପକ୍ଷରୁ ବ୍ୟୟ ବରାଦ କରାଯାଉଛି । ଆଉ କିଛି ଦିନ ମଧ୍ୟରେ ସହର ସମସ୍ତ ମୁଖ୍ୟ ରାସ୍ତାରେ ଏହି ୱାଲ ପେଂଟି କାମ ସରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କାନ୍ଥରେ ସୁନ୍ଦର ସୁନ୍ଦର ପେଂଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏପରି କଳାକୃତି ପଥଚାରୀଙ୍କୁ ଘଡ଼ିଏ ଅଟକାଇ ଦେଉଛି । ଅନ୍ୟପଟେ ଭିନ୍ନ ଭିନ୍ନ ସ୍ଥାନ ଅନୁସାରେ ଥିମ ଚୟନ କରି ପେଂଟି କାମ ଚାଲିଛି । ଷ୍ଟାଡିୟମ କାନ୍ଥରେ ଖେଳକୁଦ ସମ୍ପର୍କୀୟ ପେଂଟି ତ ଜେଲ କାନ୍ଥରେ ନ୍ୟାୟିକ ବ୍ୟବସ୍ଥାର ପେଂଟି, ଅନ୍ୟପକ୍ଷରେ ସାଧାରଣ କାନ୍ଥରେ ବିଭିନ୍ନ ସଚେତନତା ଧର୍ମର ପେଂଟି ଅଙ୍କା ଚାଲିଛି ।

The post ସଜେଇ ହେଉଛି ସମ୍ବଲପୁର ସହର । କାନ୍ଥରେ ଶୋଭାପାଉଛି ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ୍ , ଚିତ୍ରକର ତୁଳୀରେ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା first appeared on Kanak News.

from Kanak News
via <a href="https://ifttt.com/?

ଅନ୍ନଦାତାଙ୍କ ପିଛା ଛାଡ଼ୁନି ସମସ୍ୟା, ଚାଷୀକୁ ମିଳୁନି ଟୋକନ । ବିକ୍ରି ଅପେକ୍ଷାରେ ୭୦ ପ୍ରତିଶତ ଚାଷୀଙ୍କ ଧାନ

କନକ ବ୍ୟୁରୋ : ଅନ୍ନଦାତାଙ୍କ ପିଛା ଛାଡ଼ୁନାହିଁ ସମସ୍ୟା । କେତେବେଳେ ରୋଗ ପୋକ ଅନ୍ୟ କେତେବେଳେ ଅଦିନିଆ ବର୍ଷା ଦାଉସାଧୁଛି । ଏବେ ମଣ୍ଡିରୁ ଧାନ ଉଠୁନଥିବାରୁ କଳାହାଣ୍ଡି ଜିଲ୍ଲା ଚାଷୀଙ୍କୁ ଚିନ୍ତା ଘାରିଛି । ଏଠାରେ ହଜାର ହଜାରରୁ ଅଧିକ ବସ୍ତା ଧାନ ଖୋଲା ଆକାଶ ତଳେ ବିକ୍ରି ଅପେକ୍ଷାରେ ପଡ଼ିରହିଛି । ଟୋକନ ଅଭାବ ଏବଂ ବିଳମ୍ବିତ ମଣ୍ଡି ଯୋଗୁଁ କଲମପୁର ବ୍ଲକର ଚାଷୀ ମାତ୍ର ୩୦ ପ୍ରତିଶତ ଧାନ ବିକ୍ରୟ କରିଥିବା ବେଳେ ୭୦ ପ୍ରତିଶତ ଚାଷୀ ନିଜ ନିଜ ଧାନ ଉତ୍ପାଦନ କରି ଶୀତ କାକରରେ କିଏ ଖଳାରେ ତ ପୁଣି କିଏ ମଣ୍ଡିରେ ପକାଇ ରଖିଛନ୍ତି ।

କଲମପୁର ବ୍ଲକର ୪ ଗୋଟି ସମବାୟ ସମିତି ୩ଗୋଟି ମହିଳା ଗୋଷ୍ଠୀଙ୍କ ମାଧ୍ୟମରେ ୧୫ ଗୋଟି ଧାନମଣ୍ଡି ପରିଚାଳିତ ହେଉଛି । ଏହି ସମସ୍ତ ଧାନ ମଣ୍ଡି ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ନାମ ପଂଜିକରଣ କରାଇଥିଲେ । ନଭେମ୍ବର ପହିଲାରୁ ଚାଷ ଅମଳ ଆରମ୍ଭ ହୋଇସାରିଲାଣି । କିନ୍ତୁ ଜିଲ୍ଲା ପ୍ରଶାସନ ଡିସେମ୍ବର ପହିଲାରୁ ମଣ୍ଡି ଆରମ୍ଭ ପାଇଁ ଘୋଷଣା କରିଥିଲେ । ଏହି ଅନୁସାରେ ଚାଷୀଙ୍କୁ ଟୋଗନ ଦିଆଯାଇଥିଲା । କିନ୍ତୁ ହଠାତ ବାତ୍ୟାର ପ୍ରକୋପ ଏବଂ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଆରମ୍ଭରୁ ପୁଣି ଏକ ସପ୍ତାହ ବିଳମ୍ବ ହୋଇଥିଲା । ମଣ୍ଡି ଆରମ୍ଭରେ ବିଳମ୍ବ ଯୋଗୁଁ ଚାଷୀ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଡିସେମ୍ବର ୨୮ ତାରିଖ ସୁଦ୍ଧା ଶତାଧିକ ଚାଷୀଙ୍କ ଟୋକନ ଆସି ନଥିବାରୁ ଚାଷୀ ଏବେ ହରଡ଼ ଘଣାରେ ।

ଦିନରାତି ପରିଶ୍ରମ କରି ଅମଳ କରିଥିବା ଫସଲକୁ, ଚାଷୀମାନେ କିଭଳି ବିକ୍ରି କରିବେ ଏନେଇ ପ୍ରଶାସନ ହସ୍ପକ୍ଷେପ ଲୋଡ଼ିଛନ୍ତି ।

The post ଅନ୍ନଦାତାଙ୍କ ପିଛା ଛାଡ଼ୁନି ସମସ୍ୟା, ଚାଷୀକୁ ମିଳୁନି ଟୋକନ । ବିକ୍ରି ଅପେକ୍ଷାରେ ୭୦ ପ୍ରତିଶତ ଚାଷୀଙ୍କ ଧାନ first appeared on Kanak News.

from Kanak News
via <a href="https://ifttt.com/?

ଭଙ୍ଗା ଦଦରା ଅବସ୍ଥାରେ ଜୁନାଗଡ ତାଲିମ ଓ ଉତ୍ପାଦନ କେନ୍ଦ୍ର । ମରାମତି ନାଁରେ ପଶ୍ଚିମଓଡିଶା ବିକାଶ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ

କନକ ବ୍ୟୁରୋ : ଭଂଗା ଦଦରା ଓ ଅପରିଷ୍କାର ଅବସ୍ଥାରେ ପଡିଛି କଳାହାଣ୍ଡି ଜୁନାଗଡ ବ୍ଲକରେ ଥିବା ତାଲିମ ଓ ଉତ୍ପାଦନ ବା ଟିସିପିସି କେନ୍ଦ୍ର । ଦିନେ ସ୍ଥାନୀୟ ବେକାର- ଯୁବତୀଙ୍କ ପାଇଁ ପ୍ରଶିକ୍ଷଣର ମାଧ୍ୟମ ସାଜିଥିବା ଏହି କେନ୍ଦ୍ରକୁ ଦେଖିଲେ ଲାଗୁଛି ଏହା ଯେମିତି କୌଣସି ଭଂଗା ଗୋଦାମ ଘର । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଏହାର ପୁନଃରୁଦ୍ଧାର ପାଇଁ ମାତ୍ର କିଛି ମାସ ତଳେ ସରକାରୀ ପାଣ୍ଠିରୁ ତିନୋଟି ପର୍ଯ୍ୟାୟରେ ପ୍ରାୟ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ପ୍ରାୟ ୧୮ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ, ମରାମତି ପରେ ବି, ଅବସ୍ଥା ଏମିତି ରହିଛି । କେତେକ ସ୍ଥାନରେ କେବଳ ଟାଇଲ ବିଛାଇ ଠିକାଦାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ଏହି ପ୍ରଶିକ୍ଷଣ କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡିବାକୁ ନେଇ ତେଜିଛି ରାଜନୀତି । ବିରୋଧୀ ଦଳ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ତେବେ ଶାସକ ଦଳର ନେତାଙ୍କ କହିବା କଥା ଏହାକୁ ନେଇ ରାଜନୀତି କରାନଯାଉ । ତାଲିମ କେନ୍ଦ୍ର ନହେଲେ ମଧ୍ୟ ଏହା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାମରେ ଆସିବ ।

ଜୁନାଗଡ ସହରରେ ୧୯୫୦ ମସିହାରେ ବେକାର ଯୁବକ-ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବା ଉଦେଶ୍ୟରେ ଏହି କେନ୍ଦ୍ରରେ ଆରମ୍ଭ ହୋଇଥିଲା । ୧୯୫୩ ପର୍ଯ୍ୟନ୍ତ ଏହା ବିଦ୍ଧିବଦ୍ଧ ଭାବେ ଚାଳିଥିଲା । ପ୍ରଷିବର୍ଷ ବିଭିନ୍ନ ବିଭାଗରେ ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଥିଲେ । କିନ୍ତୁ ୧୯୬୧ରେ ଭବାନୀପାଟଣା ସହରରେ ସରକାରୀ ଆଇଟିଆଇ ଖୋଲିବା ପରେ ଏହାକୁ ଅଣଦେଖା କରାଯାଇଥିଲା । ହେଲେ, ଏହି କେନ୍ଦ୍ରକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିଥିଲେ ସ୍ଥାନୀୟ ବିଧାୟକ । ଏଥିପାଇଁ ୨୦୧୯-୨୦ଆର୍ଥିକ ବର୍ଷରେ ପ୍ରାୟ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

The post ଭଙ୍ଗା ଦଦରା ଅବସ୍ଥାରେ ଜୁନାଗଡ ତାଲିମ ଓ ଉତ୍ପାଦନ କେନ୍ଦ୍ର । ମରାମତି ନାଁରେ ପଶ୍ଚିମଓଡିଶା ବିକାଶ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

୫ଶହ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ୨ଶହ ଟଙ୍କା । ସମସ୍ୟା ନେଇ ଜୟପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

କନକ ବ୍ୟୁରୋ : ଭତ୍ତା ପାଇ ଗହଳି । ମାସ ପୁରିଲେ ପଂଚାୟତ ହେଉକି ସ୍କୁଲ ଗୃହ ଭତ୍ତା ନେବା ପାଇଁ ଲମ୍ବା ଧାଡ଼ି ଲାଗୁଛି । ୫୦୦ ଟଙ୍କା ପାଇବା ପାଇଁ ସକାଳୁ ସଂଧ୍ୟା ହୋଇଯାଏ । ଏହି ଭତ୍ତାକୁ ନେବା ପାଇଁ ୨୦୦ ଟଙ୍କା ଅଟୋ ଭଡ଼ା ଦେଇ ଆସୁଛନ୍ତି ଲୋକେ । ଯଦି ଗୋଟିଏ ମାସ ଯିବାରେ ଅସୁବିଧା ହେଉଛି ତାପର ମାସରେ ଆଉ ସେହି ଟଙ୍କା ମିଳୁନାହିଁ ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି । ବାରମ୍ବାର ଏଭଳି ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶତାଧିକ ମହିଳା ଜୟପୁର ଉପଜିଲ୍ଳାପାଳକୁ ଦେଇଛନ୍ତି ଲିଖିତ ଅଭିଯୋଗ    । ମାସକୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଅଣ୍ଟୁ ନଥିବା କହିଛନ୍ତି ।

ଏହାକୁ ନେଇ ଯୁବ ସଂଗଠନ ମଧ୍ୟ ସ୍ୱର ଉଠାଇଛି । ରାଜ୍ୟ ସରକାର ଭତ୍ତା ଦେବାରେ ପାତର ଅନ୍ତର କରୁଛନ୍ତି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ମାସିକ ଭତା ୨୨ଶହ ୫୦ଟଙ୍କା, ତେଲେଙ୍ଗାନାରେ ୨ ହଜାର ଟଙ୍କା, ପଞ୍ଜାବରେ ୧୫୦୦ ଟଙ୍କା ଓ ସିକିମ୍ ଭଳି ଛୋଟିଆ ରାଜ୍ୟରେ ୨୦୦୦ ଟଙ୍କା ମିଳୁଥିବା ବେଳେ ଆମ ରାଜ୍ୟରେ ମାତ୍ର ୫୦୦ ଟଙ୍କା ମିଳୁଛି । ସେହିପରି ପୌରପାଳିକା ଦ୍ୱାରା ଏହି ବୟସ୍କଙ୍କ ପାଇଁ ଯୋଗ୍ୟତା ପ୍ରମାଣ ପତ୍ର ଦିଆଯାଉଛି । କିନ୍ତୁ ସେମାନଙ୍କୁ ମିଳୁନାହିଁ କୌଣସି ସ୍ଥାୟୀ ବାସ ସ୍ଥାନ । ତେବେ ପୌର ପାଳିକା ଅଧିକାରୀ କହିଛନ୍ତି ଯାହା ଅଭିଯୋଗ ଆସୁଛି ଆମେ ସରକାରଙ୍କ ନିକଟକୁ ପଠାଇଦେଉଛୁ । ଭତ୍ତା ବଢ଼ାଇବା ଆମ ହାତରେ ନାହିଁ । ଯାହାର ଭତ୍ତା ରହି ଯାଉଛି ଆମ ସହ ଯୋଗା ଯୋଗ କଲେ ସେ ପାଇଯିବେ ।

ଭତ୍ତା ବୃଦ୍ଧିକୁ ନେଇ ଆରମ୍ଭ ହୋଇଥିବା ବୃଦ୍ଧା ମହିଳାଙ୍କ ଏହି ଅଭିଯାନ ଆଗାମୀ ନିର୍ବାଚନରେ ରାଜନିତି ଦଳ ପାଇଁ ପ୍ରମୁଖ ପ୍ରସଙ୍ଗ ହୋଇପାରିବ ।

The post ୫ଶହ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ୨ଶହ ଟଙ୍କା । ସମସ୍ୟା ନେଇ ଜୟପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ first appeared on Kanak News.

from Kanak News
via <a href="https://ifttt.com/?

କୋଟିପତି ହେବାର ସରଳ ଉପାୟ । ଚା’ଛାଡନ୍ତୁ, କୋଟିପତି ହୁଅନ୍ତୁ

କନକ ବ୍ୟୁରୋ : ଚା ପିଇବା ହେଉଛି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଏହା ଜାଣିବା ପରେ ମଧ୍ୟ ଲୋକମାନେ କାହିଁକି ଚା ପିଉଛନ୍ତି? ସକାଳର ଆରମ୍ଭ ଚା’ ରୁ ହୋଇଥାଏ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଲୋକଙ୍କର ଚା’ ପିଇବାର ଅଭ୍ୟାସ ମଧ୍ୟ ରହିଛି । ଯଦି କିଛି କାମ ନାହିଁ, ଚାଲ ଚା ପିଇବା । ବିଶେଷକରି ଅଫିସରେ କାମ କରିବା ସମୟରେ ଏହି ଅଭ୍ୟାସ ସାଧାରଣ ଅଟେ ।

ଆମେ କାହିଁକି ଏହି ଅଭ୍ୟାସ ତ୍ୟାଗ କରିବା ପାଇଁ ସକ୍ଷମ ହୋଇପାରୁନୁ । ଏହି ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଏବଂ ଆମର ଆର୍ଥିକ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ । ଦେଶରେ ଗୋଟିଏ ଚା କପ୍ ର ମୂଲ୍ୟ ଅତି କମରେ ୧୦ ଟଙ୍କା । ଜଣେ ସାଧାରଣ ଲୋକ ଦିନକୁ ନିଶ୍ଚିତ ଭାବରେ ଦୁଇ କପ୍ ଚା ପିଅନ୍ତି । ଅର୍ଥାତ୍ ସେହି ବ୍ୟକ୍ତି ଅତି କମରେ ଦିନକୁ ୨୦ ଟଙ୍କା ଚା ପିଇବା ବାବଦରେ ଖର୍ଚ୍ଚ କରୁଛି । ଏମିତିବି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଦିନକୁ ଅନେକ ଥର ଚା ପିଇବା ପସନ୍ଦ କରନ୍ତି । ଯଦି ଘରେ ଚା ବନେଇ ପିଉଛନ୍ତି ତେବେ ଚିନି, ଚାପତି ଓ କ୍ଷୀର ପାଇଁ ବହୁତ ଅର୍ଥ ଖର୍ଚ୍ଚ ହୋଇଥାଏ । ଆପଣ ଏହାର ହିସାବ ରଖୁନାହାନ୍ତି, ସେଥି ପାଇଁ ଏହାର ଖର୍ଚ୍ଚ ଜାଣି ପାରୁନାହାନ୍ତି । ଏନେଇ ଓଡିଆରେ ଏକ ଢଗ ମଧ୍ୟ ରହିଛି ‘ଚା ପାନ ନୁହେଁ ଛୁଟିଆ ନିଶା, ଜଣାପଡେ ନାହିଁ ଟାଣେ ପଇସା’

ଆପଣ ନୂଆ ବର୍ଷରେ ଚା ପିଇବା ବନ୍ଦ କରିବାର ନିଷ୍ପତ୍ତି ନେଇପାରିବେ । ଏହାର ବହୁତ ପ୍ରକାର ଲାଭ ଅଛି । ସ୍ୱାସ୍ଥ୍ୟ ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଉନ୍ନତି ହେବ । ଏହାର ସମ୍ଭାବନା ଅଛିକି ଆପଣ ଚା ଛାଡି କୋଟିପତି ହୋଇପାରିବେ । ଆପଣ ଚା ଉପରେ ଯେଉଁ କର୍ଚ୍ଚ କରୁଛନ୍ତି, ସେହି ଅର୍ଥକୁ ଯଦି ଆପଣ ସଂଚୟ କରନ୍ତି । ତେବେ ଆପଣ କୋଟିପତି ହୋଇପାରିବେ ।
ସଂପୂର୍ଣ୍ଣ ସୂତ୍ର ବର୍ଣ୍ଣନା କରିବା, ଏହା କିପରି ସମ୍ଭବ ହେବ?
ଯଦି ଆପଣ ପ୍ରତିଦିନ ଦୁଇ କପ୍ ଲେଖାଏଁ ଚା ପିଉଛନ୍ତି, ତେବେ ଆପଣ ଏଥିରେ ଅତି କମରେ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାର ଅର୍ଥ ହେଉଛି ଆମେ ପ୍ରତି ମାସରେ ୬୦୦ ଟଙ୍କା ଚା ବାବଦରେ କର୍ଚ୍ଚ କରୁଛୁ । ଏହି ଟଙ୍କାକୁ ପ୍ରତିଦିନ ସଂଚୟ କରି କରି ଆପଣ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଆଜିକାଲି ସମସ୍ତେ ମ୍ୟୁଚୁଆଲ୍ ଫଣ୍ଡ୍ ବାବଦରେ ଅବଗତ ଅଛନ୍ତି । ଏଥିରେ ପ୍ରତିମାସ ବିନିଯୋଗ ସୁବିଧା ଉପଲବ୍ଧ । ଚା ପିଇବା ବନ୍ଦ କରିବେ ଏବଂ ଅବଶିଷ୍ଟ ଅର୍ଥକୁ ଏକ ବ୍ୟବସ୍ଥିତ ବିନିଯୋଗରେ ଲଗାଇପାରିବେ । ମ୍ୟୁଚୁଆଲ୍ ଫଣ୍ଡ୍ ଅନେକ ଲୋକଙ୍କୁ କୋଟିପତି ବନେଇଛି ।(ସୂଚନା : ମ୍ୟୁଚାଲ ଫଣ୍ଡରେ ବିନିଯୋଗ କରିବା ନିଷ୍ପତ୍ତି ଆପଣଙ୍କର)

ଯଦି ୨୦ବର୍ଷ ବୟସର ଯୁବକ ଚା ଅଭ୍ୟାସ ଛାଡି ପ୍ରତିଦିନ ୨୦ ଟଙ୍କା ସଂଚୟ କରନ୍ତି । ତେବେ ଏକ ମାସରେ ଏହାର ପରିମାଣ ୬୦୦ ଟଙ୍କା ହୋଇଯିବ । ଏହି ରାଶି ପ୍ରତିମାସରେ ମ୍ୟୁଚୁଆଲ୍ ପଣ୍ଡ୍ ଏସ.ଆଇପି ହେବା ଆବଶ୍ୟକ । ଯଦି ୪୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୨୦ ଟଙ୍କା ସଂଚୟ କରୁଛନ୍ତି ତେବେ ୧୦ କୋଟିରୁ ଅଧିକ ଟଙ୍କା ସଂଚୟ କରାଯାଇପାରିବ । ଯଦି ଆପଣ ପ୍ରତିମାସରେ ୬୦୦ ଟଙ୍କା ଏସ.ଆଇପି ଉପରେ ୨୦ ପ୍ରତିଶତ ରିର୍ଟନ ପାଇବେ ତେବେ ୪୦ ବର୍ଷ ପରେ ଏହା ସମୁଦାୟ ୧୦.୨୧ କୋଟି ଟଙ୍କା ଜମା ହେବ ।

ଯଦି ୩୦ ବର୍ଷର ଯୁବକ ପ୍ରତିଦିନ ୩୦ ଟଙ୍କା ସଂଚୟ କରନ୍ତି, ତେବେ ଏହା ମାସକୁ ୯୦୦ ଟଙ୍କା ହୋଇଯିବ । ଯଦି ଏହି ପରିମାଣକୁ ୩୦ ବର୍ଷ ପାଇଁ ଏସ.ଆଇପି ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ଜମା କରନ୍ତି ଏବଂ ବାର୍ଷିକ ୧୦ ପ୍ରତିଶତ ବୃ୍ଦ୍ଧି କରନ୍ତି । ତାହାଲେ ଆପଣ କୁ ୧.୩୫ କୋଟି ଟଙ୍କା ମିଳିବ । ଏହି ପ୍ରକାର ବିନିଯୋଗ ଆପଣଙ୍କୁ ୬୦ ବର୍ଷ ବୟସରେ କୋଟିପତି ବନାଇପାରିବ । ଏବେ ଆପଣ ଚା ଅଭ୍ୟାସକୁ ଛାଡି କୋଟିପତି ହେବାର ରାସ୍ତାକୁ ବାଛିପାରିବେ କି ?

The post କୋଟିପତି ହେବାର ସରଳ ଉପାୟ । ଚା’ଛାଡନ୍ତୁ, କୋଟିପତି ହୁଅନ୍ତୁ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started