ଆଜିର ଦିନରେ ସଦ୍ଦାମ ହୋସେନଙ୍କୁ ଦିଆଯାଇଥିଲା ଫାଶୀଦଣ୍ଡ । ଜାଣନ୍ତୁ କଣ ଥିଲା ଏହି ଏକ ଛତ୍ରବାଦୀ ଶାସକର ଶେଷ ଇଚ୍ଛା

କନକ ବ୍ୟୁରୋ : ସଦ୍ଦାମ ହୁସେନ୍ ଦୁଇ ଦସନ୍ଧିରୁ ଅଧୀକ ସମୟ ଧରି ଇରାକର ଶାସନ କ୍ଷମତାରେ ଥିଲେ । ୨୦୦୩ ରେ ତାଙ୍କର ଶାସନ ସମାପ୍ତ ହୋଇଥିଲା । ଏବଂ ୧୯୮୨ ମସିହାରେ ଡାଜିଲ ସହରରେ ତାଙ୍କର ୧୪୮ ଜଣ ବିରୋଧୀଙ୍କ ମୃତ୍ୟୁ ପାଇଁ କୋର୍ଟ ୨୦୦୬ ରେ ସଦ୍ଦାମଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଆମେରିକା ଓ ବ୍ରିଟେନକୁ ଧମକ ଦେଉଥିବା ଶାସକର ଜୀବନର ଶେଷ ସମୟ କେମିତିଥିଲା ?

୩୦ ଡିସେମ୍ବର ୨୦୦୬ ସକାଳୁ ସକାଳୁ ସଦ୍ଦାମଙ୍କୁ ଉଠାହୋଇଥିଲା । ସଦ୍ଦାମଙ୍କୁ କୁହା ହୋଇଥିଲା କି ଆଜି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ । କିନ୍ତୁ ସଦ୍ଦାମକୁ ଲାଗୁଥିଲା ତାଙ୍କୁ କେବେବି ଫାଶିର ସଜା ଶୁଣାଇବେ ନାହିଁ କୋର୍ଟ । ସଦ୍ଦାମ ଯେଉଁ କାରାଗାରରେ ଥିଲେ ସେଠାରେ ତାଙ୍କୁ ସୁରକ୍ଷା ଦେବା ପାଇଁ ୧୨ ଜଣ ଆମେରିକୀୟ ସୁରକ୍ଷାକର୍ମୀ ସେଠାରେ ଉପସ୍ଥିଥିଲେ । ଏହି ସୁରକ୍ଷାକର୍ମୀ ମାନଙ୍କ ମଧ୍ୟରୁ ଜଣେ ଏକ ପୁସ୍ତକ ଲେଖିଥିଲେ । ପୁସ୍ତକର ଆଖ୍ୟା ଥିଲା ତାଙ୍କ ପ୍ରାସାଦରେ ବନ୍ଦୀ ।

ଏହି ପୁସ୍ତକ କୁ ୱିଲ୍ ବାରଡେନୋରପେର ଲେଖିଥିଲେ । ଏହି ପୁସ୍ତକରେ ସଦ୍ଦାମଙ୍କ ଜୀବନର କିଛି ଦିଗ ବିଷୟରେ କୁହାଯାଇଛି ।ଯାହା ବିଷୟରେ ପୁରା ବିଶ୍ୱ ଅଜଣା ଥିଲା । ସଦ୍ଦାମଙ୍କ ଶେଷ ଦିନଗୁଡିକ ତାଙ୍କ ପ୍ରାସାଦରେ ଥିବା ବନ୍ଦୀରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ସଦ୍ଦାମ ତାଙ୍କ ମୃତ୍ୟୁର ଖବରରେ ବହୁତ ଦୁଃଖୀତ ଥିଲେ । କିନ୍ତୁ ସେ ଏହି ବାବଦରେ ତାଙ୍କର ସୁରକ୍ଷାକର୍ମୀ ମାନଙ୍କୁ ଜଣାଇବା ପାଇଁ ଦେଇନଥିଲେ । ସେ ପୁରା ଶାନ୍ତ ରହି ସ୍ନାନ କରି ପ୍ରସ୍ତୁତ ହେଲେ ଓ ଯେତେବେଳେ ୧୨ ଜଣ ଆମେରିକୀୟ କର୍ମଚାରୀ ତାଙ୍କୁ ନେଉଥିଲେ ଫାଶୀ ପାଇଁ ସେତେବେଳେ ସଦ୍ଦାମ ସଂପୂର୍ଣ୍ଣ ଶାନ୍ତ ଥିଲେ । ତାଙ୍କୁ ସକାଳ ୬ ଟାରେ ଫାଶୀ ଦେବାର ଥିଲା ।

ତାଙ୍କୁ ଫାଶୀ ଖୁଣ୍ଟ ନିକଟରେ ପଂହଚାଇବା ମାତ୍ରେ ତାଙ୍କ ମୁଣ୍ଡ ଉପରେ ଏକ କଳା କପଡା ଲଗାଯାଇଥିଲା । କିନ୍ତୁ ସଦ୍ଦାମ ଏହି କଳା କପଡାକୁ ପିନ୍ଧିବା ପାଇଁ ମନା କରିଦେଇଥିଲେ । ସେ କହିଥିଲେ କି, ମୁଁ ବିନା କଳା କପଡାରେ ଚେହେରା ଘୋଡାଇ ମରିବା ପାଇଁ ଚାହୁଁଛି । ସୂଚନା ଅନୁସାରେ ଯେତେବେଳେ ସଦ୍ଦାମ ନାମରେ କାଉଣ୍ଟିଙ୍ଗ୍ ଆରମ୍ଭ କରିଥିଲେ, ସେତେବେଳେ ଆମେରିକାର ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖି କାନ୍ଦିବାରେ ଲାଗିଥିଲେ ।

The post ଆଜିର ଦିନରେ ସଦ୍ଦାମ ହୋସେନଙ୍କୁ ଦିଆଯାଇଥିଲା ଫାଶୀଦଣ୍ଡ । ଜାଣନ୍ତୁ କଣ ଥିଲା ଏହି ଏକ ଛତ୍ରବାଦୀ ଶାସକର ଶେଷ ଇଚ୍ଛା first appeared on Kanak News.

from Kanak News
via <a href="https://ifttt.com/?

ଫ୍ରାନ୍ସରେ ଅଟକ ଥିବା ୨୭ ଜଣ ଭାରତୀୟଙ୍କୁ ମୁକ୍ତ କଲା ଫ୍ରାନ୍ସ କୋର୍ଟ ।

ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକଥିବା  ୨୭ ଜଣଙ୍କୁ ସ୍ଥାନୀୟ ବିଚାରପତିଙ୍କ ମୁକ୍ତ କରିଛନ୍ତି ।

ଫ୍ରାନ୍ସର ଖବରକାଗଜ ଲେ ମୋଣ୍ଡେ ଅନୁଯାୟୀ, ଡିସେମ୍ବର ୨୭ ରେ ଜଜ୍ ଆନୁଷ୍ଠାନିକ କାରଣରୁ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ମୁକ୍ତ ହୋଇଥିବା ୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ଯେଉଁମାନେ ଶିଶୁ କଲ୍ୟାଣ ସେବାରେ ଚିକିତ୍ସିତ ହୋଇଛନ୍ତି ଏବଂ ଅନ୍ୟ ୨  ଜଣ ସାଧାରଣ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଆପଣ ଯାହା ଚାହାଁନ୍ତି ତାହା କରିବାକୁ ସ୍ବତନ୍ତ୍ର

ରିପୋର୍ଟ ଅନୁଯାୟୀ, ଫ୍ରାନ୍ସର ମୁଖ୍ୟ ଚାର୍ଲ୍ସ ଡି ଗଲ୍ ବିମାନ ବନ୍ଦରରେ ସୀମା ପୋଲିସର ମୁଖ୍ୟ ଆଇନ ଅନୁଯାୟୀ ଧାର୍ଯ୍ୟ ସମୟ ମଧ୍ୟରେ ତାଙ୍କୁ ମାମଲା ପଠାଇ ନାହାଁନ୍ତି ।ବୋର୍ବନ୍‌ର ସରକାରୀ ଓକିଲ କାର୍ଯ୍ୟାଳୟ କହିଛି ଯେ ଫ୍ରାନ୍ସ ଅଞ୍ଚଳରେ ଅନିୟମିତତା ହୋଇଥିଲେ ମଧ୍ୟ ଭାରତୀୟ ନାଗରିକମାନେ ଯାହା ଚାହାଁନ୍ତି ତାହା କରିବାକୁ ସ୍ବତନ୍ତ୍ର ଅଟନ୍ତି । ଏହି ସମସ୍ତ ଭାରତୀୟଙ୍କୁ ଗତ କିଛିଦିନ  ଧରି ଫ୍ରାନ୍ସ ପୋଲିସ ଜଗି ରହିଥିଲେ ।

୨୭  ଜଣ ଭାରତୀୟ କାହିଁକି ଅଟକିଥିଲେ ?

୩୦୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୭୬ ଜଣ ଭାରତ ଫେରି ଆସିବା ପରେ ବିମାନରେ ଥିବା ୫ ନାବାଳକଙ୍କ ସମେତ ମୋଟ ୨୭ ଜଣ ବ୍ୟକ୍ତି ଫ୍ରାନ୍ସରେ ଶରଣ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏହା ପରେ ସେମାନେ ଫ୍ରାନ୍ସରେ ରହିଥିଲେ। ଆନ୍ତର୍ଜାତୀୟ ନିୟମ ଅନୁଯାୟୀ, ଶରଣ ଖୋଜୁଥିବା ବ୍ୟକ୍ତିଙ୍କୁ ନିଜ ଦେଶକୁ ଜୋରଜବରଦସ୍ତ ଫେରାଇ ଦିଆଯାଇପାରିବ ନାହିଁ। ଏଥିସହ ମାନବ ଚାଲାଣ ଅଭିଯୋଗରେ ପଚରାଉଚରା ପାଇଁ ଅନ୍ୟ ଦୁଇଜଣଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିଛି ସେମାନେ  ଫ୍ରାନ୍ସରୁ ଦେଶାନ୍ତର ଆଦେଶ ପାଇଛନ୍ତି ।

ପୁରା ମାମଲା  କ’ଣ ?

ଡିସେମ୍ବର ୨୧ ରେ, ରୋମାନିଆର ଲିଜେଣ୍ଡ ଏୟାରଲାଇନ୍ସ A340 ବିମାନ ଦୁବାଇରୁ ନିକାରାଗୁଆକୁ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଇନ୍ଧନ ଦେବା ସମୟରେ ଅଟକିଥିଲା । ‘ମାନବ ଚାଲାଣ’ ସନ୍ଦେହରେ ଫ୍ରାନ୍ସ ପୋଲିସ ଏହି ବିମାନକୁ ଅଟକ ରଖି ପଚରାଉଚରା କରିଥିଲା ​​ଏବଂ ଫ୍ରାନ୍ସ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ ଏବଂ ବିମାନଟିକୁ ନେବାକୁ ଅନୁମତି ଦେଇଥିଲେ। ୪ ଦିନ ପରେ କେବଳ ୨୭୬ ଜଣ ଯାତ୍ରୀ ବିମାନରେ ମୁମ୍ବାଇ ଫେରିଥିଲେ। ୨୭ ଜଣ ଶରଣ ଭିକ୍ଷା କରି ଫ୍ରାନ୍ସରେ ଅଟକି ଯାଇଥିଲେ ।

The post ଫ୍ରାନ୍ସରେ ଅଟକ ଥିବା ୨୭ ଜଣ ଭାରତୀୟଙ୍କୁ ମୁକ୍ତ କଲା ଫ୍ରାନ୍ସ କୋର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ବିରୋଧରେ ଗାଁ ଗାଁକୁ ଯିବ ବିଜେପି । ଓଡ଼ିଶାର ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବ ରାଜ୍ୟ ସରକାରଙ୍କ ବିଫଳତା

କନକ ବ୍ୟୁରୋ : ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ । ରାଜ୍ୟ ବିଜେପି ପଦାଧିକାରୀ ବୈଠକରେ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବୈଠକ ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଂଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିôଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ରୀ ଦେଇଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତିରେ ବଜେଡି ସହ ବିଜେପି ସାଲିସ କରିବ ନାହିଁ । ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବଜେପି ଲଢେଇ ହେବ । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଜାନୁଆରୀ ୫ ପରେ ସଂଘର୍ଷ ହେବ । କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଘର ବଂଟନ ହେବ । ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ । କଂଗ୍ରେସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍ ହେବ । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପଦାଧିକାରୀ ବୈଠକ ହୋଇଥିଲା । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହୋଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

The post ବିଜେଡି ବିରୋଧରେ ଗାଁ ଗାଁକୁ ଯିବ ବିଜେପି । ଓଡ଼ିଶାର ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବ ରାଜ୍ୟ ସରକାରଙ୍କ ବିଫଳତା first appeared on Kanak News.

from Kanak News
via <a href="https://ifttt.com/?

ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ପଦ୍ମପୁରରେ ଏଡିଏମ୍ ନିଯୁକ୍ତି ପରେ ଜୋର ଧରିଛି ଜିଲ୍ଲା ଦାବି ରାଜନୀତି । ଜିଲ୍ଲା ଘୋଷଣା ନକରି ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି କରିବା ପଦ୍ମପୁର ବାସୀଙ୍କ ପାଇଁ ଲଲିପପ୍ ବୋଲି କହିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ୍ କହିଛନ୍ତି, ଲୋକଙ୍କ ଦୀର୍ଘବର୍ଷର ଦାବି ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଇଚ୍ଛା ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ୩ ମାସିଆ ଏଡିଏମ୍ ନିଯୁକ୍ତ କରି ପଦ୍ମପୁରବାସୀଙ୍କ ସହ ପ୍ରତାରଣା କରିଛନ୍ତି ସରକାର । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜ କଥାକୁ ନିଜେ ରଖିପାରିଲେ ନାହିଁ । ଓଡିଶାରେ ଜିଲ୍ଲା ଗଠନ ବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାକୁ ଦାବି ହୋଇଥିଲା । ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିନଥିଲେ, ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଇଆ କରିଛନ୍ତି । ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରି ଏଡିଏମ୍ ନିଯୁକ୍ତି ଦେଇ ଲଲିପପ୍ ଧରାଇ ଦେଇଛନ୍ତି । ସେପଟେ ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ପଦ୍ମପୁରର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଏଡିଏମ୍ ନିଯୁକ୍ତି ଦିଆଯାଇଛି । ବିରୋଧୀ ସବୁ କଥାରେ ବିରୋଧ କରିବେ, କିନ୍ତୁ ସରକାର ଲୋକଙ୍କ ପାଇଁ କାମ କରିବେ ।

The post ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାକୁ ମୋଦିଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ରାମଙ୍କ ନଗରୀରୁ ଗଡ଼ିଲା ଅମୃତ ଭାରତ ଟ୍ରେନ

କନକ ବ୍ୟୁରୋ : ରାମ ଜନ୍ମଭୂମିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବାଲ୍ମୀକି ବିମାନ ବନ୍ଦର, ଅଯୋଧ୍ୟା ରେଳ ଷ୍ଟେସନ, ଅମୃତ ଭାରତ ଉଦ୍ଘାଟନ କରିଛନ୍ତି । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ମୋଦିଙ୍କୁ ବିରାଟ୍ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଅଯୋଧ୍ୟାବାସୀ । ସ୍ୱାଗତ ପାଇଁ ଅଯୋଧ୍ୟା ରାମ ପଥରେ ବିଭିନ୍ନ ସ୍ଥାନରେ ୪୦ଟି ଷ୍ଟେଜ କରାଯାଇଥିଲା । ସେହି ଷ୍ଟେଜ ଗୁଡିକରେ ୧୪୦୦ ଲୋକନାଟ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

The post ଅଯୋଧ୍ୟାକୁ ମୋଦିଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ରାମଙ୍କ ନଗରୀରୁ ଗଡ଼ିଲା ଅମୃତ ଭାରତ ଟ୍ରେନ first appeared on Kanak News.

from Kanak News
via <a href="https://ifttt.com/?

ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ୍ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ ଦେଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ଏସି ସେଡ଼ ଦେଇ ସିଂହଦ୍ୱାରରେ ପହଂଚିବେ ଶ୍ରଦ୍ଧାଳୁ । ଏଥିପାଇଁ ଆସନ୍ତାକାଲି ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି । ମରିଚକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ସେଡ କରାଯାଇଛି । ସେଡ଼ ଭିତର ଦେଇ ଯାଉଥିବା ଭକ୍ତ ବିଶ୍ରାମ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

The post ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ୍ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

କନକ ବ୍ୟୁରୋ : ଅଯୋଧ୍ୟାରେ ୧୫ ହଜାର ୭ଶହ କୋଟିର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ରେଳ ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଛି । ଏହି ଜନସଭାରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ୨୨ ଜାନୁଆରୀକୁ ଅପେକ୍ଷା କରିଛି ସାରା ଦେଶ । ଏହି ଦିନ ସାରା ବିଶ୍ୱ ପାଇଁ ଏକ ଐତିହାସିକ ମୂହୁର୍ତ୍ତ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଦେଶବାସୀ ଘରେ ଘରେ ଶ୍ରୀରାମ ଜ୍ୟୋତି ଜାଳିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଜାନୁଆରୀ ୨୨ ତାରିଖରେ ସମସ୍ତଙ୍କୁ ଅଯୋଧ୍ୟା ନଆସିବାକୁ ପରାମର୍ଶ ଦେଇଛନ୍ତି ମୋଦୀ । କାରଣ ଗୋଟିଏ ଦିନରେ ଅଯୋଧ୍ୟା ଆସିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ସେଥିପାଇଁ ୨୨ ଜାନୁଆରିରେ ସମସ୍ତ ବିଧି କାର୍ଯ୍ୟକ୍ରମ ଶେଷ ହେବା ପରେ ଜାନୁଆରୀ ୨୩ ପରଠାରୁ ଅଯୋଧ୍ୟା ଆସିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କହିଛନ୍ତି । ପ୍ରଭୁ ଶ୍ରୀରାମଙ୍କୁ ଯେପରି କୌଣସି କଷ୍ଟ ନହେବ, ତାହା ଆମ ଭଳି ରାମଭକ୍ତ କେବେ ଚାହିଁବେ ନାହିଁ । ୫୫୦ ବର୍ଷ ଅପେକ୍ଷା କରିଛୁ । ଆଉ କିଛି ଦିନ ଅପେକ୍ଷା କରିବାକୁ ମୋଦୀ ଅନୁରୋଧ କହିଛନ୍ତି ।

The post ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୋଲିସ ଡିଜି ସୁନୀଲ ବଂଶଲଙ୍କର ସରୁଛି କାର୍ଯ୍ୟକାଳ ।

କନକ ବ୍ୟୁରୋ : ଅରୁଣ ଷଡଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ । ୧୯୯୦ ଆଇପିଏସ ବ୍ୟାଚର ଅଫିସର ଅରୁଣ ଷଡଙ୍ଗୀ ଏବେ ଅତିରିକ୍ତ ଭାବେ ଡିଜିପି ଦାୟିତ୍ୱ ତୁଲାଇବେ । ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ ଅରୁଣ । ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ।

୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ନିଜର କାର୍ଯ୍ୟଦକ୍ଷତା ପାଇଁ ପୋଲିସ ମେଡାଲ ପାଇଛନ୍ତି । ବର୍ତ୍ତମାନ ପୋଲିସ ଡିଜି ଥିବା ସୁନୀଲ ବଂଶଲଙ୍କର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ । ତେବେ ଏପର୍ଯ୍ୟନ୍ତ ନୂଆ ଡିଜି ନିଯୁକ୍ତି ନେଇ ପ୍ରକ୍ରିୟା ପୂରା ହୋଇନଥିବାରୁ ଅରୁଣଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ।

The post ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୋଲିସ ଡିଜି ସୁନୀଲ ବଂଶଲଙ୍କର ସରୁଛି କାର୍ଯ୍ୟକାଳ । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରୋର ବଡ ଅଭିଯାନ । ଜୈବିକ ଇନ୍ଧନ ନୁହେଁ ଏବେ ପରମାଣୁ ଇନ୍ଧନ ଚାଳିତ ରକେଟ୍ ଲଞ୍ଚ୍ କରିବ ଇସ୍ରୋ

କନକ ବ୍ୟୁରୋ : ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବର୍ତ୍ତମାନ ଆଣବିକ ଇନ୍ଧନରେ ଚାଲୁଥିବା ରକେଟ ଉପରେ କାମ କରିବାକୁ ଯାଉଛନ୍ତି । ଏହି ରକେଟର ଆକୃତି ମଧ୍ୟ ପ୍ରକାଶ ପାଇଛି । ଯଦି ଆଗାମୀ କିଛି ବର୍ଷ ମଧ୍ୟରେ ଏହି ନ୍ୟୁକ୍ଲିୟର ରକେଟ ଇଞ୍ଜିନରେ ପରିଚାଳିତ ହୁଏ । ତେବେ ଭାରତବର୍ଷ ମହାକାଶଯାନକୁ ଖୁବ୍ କମ ସମୟ ମଧ୍ୟରେ କୌଣସି ଦୂର ଗ୍ରହକୁ ପଠାଇପାରିବ ।

ପରମାଣୁ ରକେଟର ଲାଭ ହେଉଛି ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଯାଉଥିବା ମହାକାସଚାରୀମାନେ ପୃଥିବୀ ପୃଷ୍ଟକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କିମ୍ବା ଇନ୍ଧନର ଚିନ୍ତା ମଧ୍ୟ ରହିବନି । ଆଣବିକ ଇନ୍ଧନ ପ୍ରାପ୍ତ ରକେଟ୍ ଇସ୍ରୋର ପ୍ରଣାଳି ବାହାରେ ଥିବା ସମସ୍ତ ମିଶନ୍ ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ । କାରଣ ଏହିଭଳି ଗଭୀର ସ୍ପେସ୍ ମିଶନ୍ ପାଇଁ ଏହି ପ୍ରକାରର ସୁବିଧା ଆବଶ୍ୟକତା ଅଛି ।

ସୂଚନା ମୁତାବକ ଇସ୍ରୋ ଏବଂ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ମିଳିତ ଭାବେ ରେଡିଓ ଥର୍ମୋଲେକ୍ଟ୍ରିକ୍ ଜେନେରେଟର ବିକାଶ କରୁଛନ୍ତି । ବର୍ତ୍ତମାନ ରକେଟ ଏବଂ ଉପଗ୍ରହରେ ରାସାୟନିକ ଇଞ୍ଜିନ୍ ବ୍ୟବହୃତ ହେଉଛି । କିନ୍ତୁ ଯଦି ଆପଣଙ୍କୁ କୌଣସି ଗ୍ରହକୁ ଯାଇ ଫେରିବା ପାଇଁ ପଡିବ, ତେବେ ଏହି ରାସାୟନିକ ଇଞ୍ଜିନଗୁଡିକ ଦୁର୍ବଳ ପ୍ରମାଣିତ ହେବ । ଏଗୁଡିକରେ ବହୁତ ଇନ୍ଧନ ଲାଗିବ  ।

ଯଦି ରକେଟ ଆଣବିକ ଶକ୍ତି ଉପରେ ଚାଲୁଛି ତେବେ ଆପଣ କୌଣସି ପ୍ରଣାଳୀ ବାହାରେ ମିଶନ୍ କରିପାରିବେ । ଏହା ବ୍ୟତୀତ ଭାରତୀୟ ମହାକାଶଚାରୀଙ୍କୁ ମଙ୍ଗଳ ଗ୍ରହକୁ ପଠାଇ ସେମାନଙ୍କୁ ପୁନର୍ବାର ଡକାଯାଇପାରିବ । ଦେଶର ଊଭୟ ଉଚ୍ଚ ଅନୁଷ୍ଠାନ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିବାର ଜଣାପଡିଛି । ଯାହା ଫଳରେ ସେହି ସବୁକୁ ଶୀଘ୍ର ବ୍ୟବହାର କରାଯାଇପାରିବ ଏବଂ ଏହି ସବୁକୁ ପରୀକ୍ଷା ମଧ୍ୟ କରାଯାଇପାରିବ ।

ପରମାଣୁ ଇଞ୍ଜିନ୍ ଥିବା ଏକ ରକେଟ୍ ସାଧାରଣ ଆଣବିକ ଇଞ୍ଜିନ୍ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବ । ଏହା ପରମାଣୁ ଇଞ୍ଜିନ୍ ପରି ବିଲକୁଲ୍ ହେବ ନାହିଁ ଯାହା ବିଦ୍ୟୁତ୍ ଉପô୍ାଦନ କରେ । ଏଥିରେ କୌଣସି ଆଣବିକ ବିଭାଜନ ମଧ୍ୟ ହେବ ନାହିଁ । ବରଂ ଆରଟିଜିରେ ରେଡିଓଆକ୍ଟିଭ୍ ସାମଗ୍ରୀ ବ୍ୟବହାର କରାଯିବ । ଯେମିତିକି ପ୍ଲୁଟୋନିୟମ୍ -୨୩୮ କିମ୍ବା ଷଷ୍ଟ୍ରୋଣ୍ଟିଅମ୍ -୯୦ । ଏହି ପଦାର୍ଥଗୁଡିକ ଯେତେବେଳେ କ୍ଷୟ ହୁଏ, ସେମାନେ ବହୁ ଉତ୍ତାପ ଉପô୍ାଦନ କରିଥାନ୍ତି । ଏକ ଇଞ୍ଜିନ୍ ରେ ଦୁଇଟି ପ୍ରମୁଖ ଅଂଶ ରହିବ ।

ପ୍ରଥମ ଭାଗରେ ରେଡିଓଏସୋଟୋପ୍ ହିଟର ୟୁନିଟ୍ ରେ ରେଡିଓ ଆକ୍ଟିଭ୍ ସାମଗ୍ରୀ ଗରମ ହେବ । ଏହା ପରେ ଆରଟିଜି ହେବ । ଯେଉଁଥିରେ ଉତ୍ତାପ ବିଦ୍ୟୁତରେ ପରିଣତ ହେବ । ପରେ ତାକୁ ଥର୍ମୋକୁଲରକୁ ପଠାଯିବ । ଯାହାର ଗୋଟିଏ ଅଂଶ ଗରମ ହେବ ଏବଂ ଗୋଟିଏ ଅଂଶ ଥଣ୍ଡା ହେବ ।

The post ଇସ୍ରୋର ବଡ ଅଭିଯାନ । ଜୈବିକ ଇନ୍ଧନ ନୁହେଁ ଏବେ ପରମାଣୁ ଇନ୍ଧନ ଚାଳିତ ରକେଟ୍ ଲଞ୍ଚ୍ କରିବ ଇସ୍ରୋ first appeared on Kanak News.

from Kanak News
via <a href="https://ifttt.com/?

ପ୍ରତି ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି, ଆସନ୍ତା ନିର୍ବାଚନରେ ତାହା ପୁଣି ପ୍ରତିଫଳିତ ହେବ । ଜୟନାରାୟଣଙ୍କୁ ଜବାବ ଦେଲା ବିଜେଡି ।

କନକ ବ୍ୟୁରୋ : ବିଜେଡି ବିରୋଧରେ ଜୋରଦାର ଲଢେଇ କରିବ ବିଜେପି । ୫୦% ଭୋଟ ଉପରେ ବିଜେପିର ନଜର ରହିଛି । କର୍ମୀଙ୍କୁ ପ୍ରତି ଘରର ଦାୟିତ୍ୱ ଦିଆଯିବ । ଜାନୁଆରୀ ୫ ପରଠାରୁ ସଂଘର୍ଷ ହେବ ବୋଲି ପଦାଧିକାରୀ ବୈଠକ ପରେ କହିଛନ୍ତି ବିରୋଧୀ ଦଳ ନେତା ଓ ଭୁବନେଶ୍ୱର ସାଂସଦ । ଯାହାର ଜବାଦ ରଖିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପ୍ରତି ବୁଥରୁ ବିଜେପି ୫୦ ପ୍ରତିଶତ ଭୋଟ ନେବା କଥା କହୁଛି । କିନ୍ତୁ ନିର୍ବାଚନରେ କେତେ ଭୋଟ ନେବେ ନ ନେବେ ତାହା ସେମାନେ ବେଶ ଭଲ ଭାବେ ଜାଣିଛନ୍ତି । ତାଙ୍କ ଷ୍ଟ୍ରାଟେଜି ସେମାନେ କରିବେ । କିନ୍ତୁ ଫଳାଫଳ କଣ ହେବ ତାହା ରାଜ୍ୟବାସୀ ପ୍ରତି ନିର୍ବାଚନରେ ଦେଖାଇଛନ୍ତି । ସବୁ ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି । ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର ଯେଉଁ ଆସ୍ଥା ଅଛି ତାହା ଆସନ୍ତା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ବୋଲି କହିଛନ୍ତି ଦେବୀ ମିଶ୍ର ।

ସେହିଭଳି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି, ବିଜେପି ନିର୍ବାଚନ ପୂର୍ବରୁ ଗାଁକୁ ଯିବାକୁ ପ୍ରସ୍ତୁତି କରୁଛି।ଆମର କର୍ମୀ ଓ ନେତା ସବୁଦିନ ଲୋକଙ୍କ ସହ ଅଛନ୍ତି। ଆମେ ୨୦୧୯ ନିର୍ବାଚନ ପରଠାରୁ ଲୋକଙ୍କ ପାଇଁ କାମ ଜାରି ରଖିଛୁ। ବିଜେଡି ଦଳ ସମାଜ ସେବା ପାଇଁ ଗଠନ କରାଯାଇଛି। ରାଜ୍ୟର ତଳ ବର୍ଗ ଲୋକଙ୍କ ଉନ୍ନତି ପାଇଁ କାମ ଚାଲିଛି। ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ। ବିଜେପି ଓ କଂଗ୍ରେସ ଏ ଯାଏଁ ଗାଁକୁ ଯାଇ ନାହାନ୍ତି।

The post ପ୍ରତି ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି, ଆସନ୍ତା ନିର୍ବାଚନରେ ତାହା ପୁଣି ପ୍ରତିଫଳିତ ହେବ । ଜୟନାରାୟଣଙ୍କୁ ଜବାବ ଦେଲା ବିଜେଡି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started