ସଦ୍ଦାମ ହୁସେନ ଯିଏ ନିଜ ରକ୍ତରେ ଲେଖିଥିଲେ କୁରାନ ଏବଂ ଶତ୍ରୁଙ୍କ ରକ୍ତରେ ଖେଳିଥିଲେ ହୋଲି , ଆଜିର ଦିନରେ ପାଇଥିଲେ ଫାଶୀ

ଆଜିର ତାରିଖ ୩୦ ଡିସେମ୍ବର,  ବର୍ଷ ଥିଲା ୨୦୦୬ ମସିହା । ସମୟ ସକାଳ ୫.୩୦ ଇରାକର ବାଗଦାଦରେ ୧୨ ଜଣ ଆମେରିକୀୟ ସୈନିକ ଇରାକର ପୂର୍ବତନ ଶାସକ ସଦ୍ଦାମ ହୁସେନଙ୍କୁ ହାତ ବନ୍ଧା ଅବସ୍ତାରେ  ହସ୍ତାନ୍ତର କରିଥିଲେ ଜଲ୍ହାଦକୁ । ତାଙ୍କୁ ହସ୍ତାନ୍ତର କରିବା ସମୟରେ ତାଙ୍କୁ ସୁରକ୍ଷା ଦେଇ ଆସୁଥିବା ୧୨ ଜଣ ଆମେରିକୀୟ ସୈନିକ ଯାହାକୁ ‘ସୁପର 12’ ବୋଲି କୁହାଯାଏ ସେମାନଙ୍କ ଆଖିରେ ମଧ୍ୟ ଲୁହ ଆସିଥିଲା କାରଣ ସେହିଦିନ ବିଶ୍ବର ଚର୍ଚ୍ଚିତ ଏହି ଶାସନମୁଖ୍ୟଙ୍କୁ ଫାଶୀ ଦେବାର ସ୍ଥିର ହୋଇଥିଲା

 

ହାତରେ ପବିତ୍ର କୁରାନ ଧରି ସଦ୍ଦାମ ହୁସେନ୍ ନିର୍ବିକାରରେ ଫାଶୀ ଗୃହକୁ ପ୍ରବେଶ କରିଥିଲେ । ଫାଶୀ ଦେବା ସମୟରେ ସେ କୌଣସି ପ୍ରକାର ବିରୋଧ ମଧ୍ୟ କରିନଥିଲେ । କେବଳ ଏତିକି ଅନୁରୋଧ କରିଥିଲେ କି ଫାଶୀ ଦେବା ସମୟରେ ତାଙ୍କ ମୁହଁ ଖୋଲା ରଖାଯାଉ । ମୁହଁରେ କଳା କପଡ଼ା ଘୋଡ଼େଇବାକୁ ମନା କରିଥିଲେ ।  ଘଣ୍ଟାରେ ଠିକ ୬ ଟା ବାଜିଗଲା । ବିଚାରପତିଙ୍କ ସଙ୍କେତରେ ଜଲ୍ହାଦ ଲିଭର ଟାଣିଦେଲା । ଫାଶୀ ସ୍ଥାନରୁ ଝୁଲି ପଡ଼ିଲେ ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ । କିଛି ସମୟ ହଲିବା ପରେ ସ୍ଥିର ହୋଇଗଲା ତାଙ୍କ ଶରୀର ।

ଏହି ଘଟଣାକୁ ଆଜି ୧୭ ବର୍ଷ ବିତିଗଲାଣି ।  ଆଜିର ସ୍ପେଶାଲ ରିପୋର୍ଟରେ ଆମେ ଜାଣିବା ଦୁଇ ଦଶନ୍ଧି ଧରି ଇରାକକୁ ଶାସନ କରୁଥିବା ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ଜୀବନ କାହାଣୀ । ଯାହାଙ୍କ ମୃତ୍ଯୁରେ ଆମେରିକୀୟ ସୈନିକ ମାନେ ମଧ୍ୟ କାନ୍ଦି ପକାଇଥିଲେ ।

ସଦ୍ଦାମ ହୁସେନଙ୍କ ଜନ୍ମ ୨୮ ଅପ୍ରିଲ ୧୯୩୭ ରେ ଇରାକର ବାଗଦାଦ ନିକଟବର୍ତ୍ତୀ ତିରକିଟର ଏକ ଗାଁ ରେ ହେଇଥିଲା । ବାଗଦାଦଋ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ସେ ଆଇନରେ ସ୍ନାତକ କରିଥିଲେ । ୧୯୫୭ ରେ ମାତ୍ର ୨୦ ବର୍ଷ ବୟସରେ ସେ ‘ବାଥ ପାର୍ଟି’ର ସଦସ୍ୟ ହେଇଥିଲେ । ସେହି ପାର୍ଟି ଆରବରେ ସମାଜବାଦ ଆନ୍ଦୋଳନ କରୁଥିଲା ଯାହା ପରେ ଏହି ଆନ୍ଦୋଳନ ୧୯୬୨ ମସିହାରେ ଇରାକରେ ସୈନ୍ୟ ବିଦ୍ରୋହର କାରଣ ମଧ୍ୟ  ହେଇଥିଲା । ସଦ୍ଦାମ ସେହି ବିଦ୍ରୋହରେ ଅଂଶଗ୍ରହଣ କରିଥିଲେ । ସେହି ବିଦ୍ରୋହରେ ସଦ୍ଦାମ, ବ୍ରିଗେଡିୟର୍ ଅବଦୁଲ୍ କରିମ୍ କାସୀମ୍ ବ୍ରିଟେନର ସମର୍ଥନରେ ଚାଲୁଥିବା ରାଜତନ୍ତ୍ରକୁ ହଟାଇ କ୍ଷମତା ହାସଲ କରିଥିଲେ । ୧୯୬୮ ମସିହାରେ ପୁଣି ବିଦ୍ରୋହ ଆରମ୍ଭ ହେଲା ଏବଂ ଏଥର ୩୧ ବର୍ଷୀୟ ସଦ୍ଦାମ ହୁସେନ୍ ଜେନେରାଲ ଅହମ୍ମଦ ହାସନ ଅଲ ବକରଙ୍କ ସହିତ କ୍ଷମତା ଦଖଲ କରିଥିଲେ । ୧୯୭୯ ରେ ସ୍ବାସ୍ଥ୍ୟଗତ କାରଣରୁ ଜେନେରାଲ ଅହମ୍ମଦ ହାସନ ଅଲ ବକରଙ୍କୁ ଜୋରଜବରଦସ୍ତ କ୍ଷମତାଋ ବାହାର କରି ସଦ୍ଦାମ ହୁସେନ ନିଜକୁ ଦେଶର ପଞ୍ଚମ ରାଷ୍ଟ୍ରପତି ଭାବେ ଘୋଷଣା କରିଦେଲେ ।

ଏହିଠାରୁ ଆରମ୍ଭ ହୁଏ ସଦ୍ଦାମ ହୁସେନଙ୍କ ନରସଂହାରର କାହାଣୀ । ନିଜକୁ ଶତ୍ରୁମୁକ୍ତ କରିବାପାଇଁ ସେ ଜଣ ଜଣ କରି ନିଜର ସମସ୍ତ ଶତ୍ରୁ ମାନଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତି । ଥରେ ଜଣେ ୟୁରୋପୀୟ ପତ୍ରକାର ତାଙ୍କୁ ପଚାରିଥିଲେ କି ‘ସରକାର ନିଜ ବିରୋଧୀ ମାନଙ୍କୁ ହତ୍ୟା କରିବା ଖବର କଣ ସତ୍ୟ କି ? ନିର୍ବିକାର ଭାବେ ଉତ୍ତରରେ ସଦ୍ଦାମ କହିଥିଲେ ‘ ନିଶ୍ଚିତ ଭାବେ ସତ୍ୟ କଥା , ଆପଣ କଣ ଭାବୁଛନ୍ତି ? ଯେତେବେଳେ ସେମାନେ ଆମକୁ ବିରୋଧ କରୁଛନ୍ତି ଆମେ କଣ ସେମାନଙ୍କୁ ସମ୍ମାନିତ କରିବୁ ?” ଏହିପରି ଥିଲା ତାଙ୍କ ବେପରୁଆ ଭାବ ।

ଇରାକ ଇରାନ ଯୁଦ୍ଧ

ଇରାକ ୮ ବର୍ଷ ଧରି ଇରାନ ସହିତ ଯୁଦ୍ଧ କରିଥିଲା । ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ୧୯୮୮ ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା ।

ସଦ୍ଦାମ ହୁସେନ୍‌ଙ୍କୁ ସେତେବେଳେ ଆରବ ଦେଶର ସବୁଠାରୁ ପ୍ରଭାବଶାଳୀ ମୁଖ୍ୟ ଭାବରେ ବିବେଚନା କରାଯାଉଥିଲା । ଧୀରେ ଧୀରେ ଆରବ ଦେଶମାନଙ୍କ ମଧ୍ୟରେ ଇରାକ ପ୍ରଭାବଶାଳୀ ହେବାକୁ ଲାଗିଲା । ଏହା ୧୯୮୦ ଦଶକର ସମୟ ଥିଲା । ଠିକ ସେହି ସମୟରେ ପଡୋଶୀ ଇରାନରେ ଇସଲାମିକ ବିପ୍ଳବ ଆରମ୍ଭ ହୋଇଥିଲା । ଏହି ବିପ୍ଳବକୁ ଦୁର୍ବଳ କରିବା ପାଇଁ ଇରାକ,  ଇରାନର ପଶ୍ଚିମପ୍ରାନ୍ତକୁ ନିଜର ସୈନ୍ୟବାହିନୀକୁ ପଠାଇଥିଲା ।  । ଯାହା ପରେ ଇରାକ-ଇରାନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏହି ଯୁଦ୍ଧ ୮ ବର୍ଷ ଧରି ଚାଲିଥିଲା । ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।

 

ଜୁଲାଇ ୧୯୮୨ ରେ ସଦ୍ଦାମ ହୁସେନ୍‌ଙ୍କ ଉପରେ ଏକ  ଆତ୍ମଘାତୀ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ସଦ୍ଦାମ ହୁସେନ୍‌  ଦୁଜାଏଲ୍‌ର ଶିଆ ପ୍ରାଧାନ୍ୟ ଗ୍ରାମରେ ୧୪୮ ଜଣଙ୍କୁ ହତ୍ୟା କରିଥିଲେ । ମାନବିକ ଅଧିକାରର ଉଲ୍ଲଂଘନ ଭଳି ଅନେକ ମାମଲା ସତ୍ତ୍ବେ ଏହି ଆକ୍ରମଣରେ ଆମେରିକା ସଦ୍ଦାମ ହୁସେନ୍‌ଙ୍କୁ ସମର୍ଥନ କରିଥିଲା ।

୧୯୮୮ ରେ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରାଯାଇଥିଲା, କିନ୍ତୁ ସଦ୍ଦାମ ନିଜର ଆଧିପତ୍ୟ ବଜାୟ ରଖିବାରେ ନିଜର ଶକ୍ତି ବୃଦ୍ଧି କରିବାରେ ବ୍ୟସ୍ତ ଥିଲେ । ସଦ୍ଦାମ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର, ଆଣବିକ ଅସ୍ତ୍ର, ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ କରିଥିଲେ ।

ସଦ୍ଦାମଙ୍କ ଶାସନ କାଳରେ ଅନେକ ହତ୍ୟାକାଣ୍ଡ ଘଟିଥିଲା ​​ଏବଂ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ସମୟରେ ଇରାନ ବିରୋଧରେ ଯୁଦ୍ଧ ମଧ୍ୟ ଇରାକର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା । ଏହାକୁ ଦୂର କରିବା ପାଇଁ ସଦ୍ଦାମ ତେଲ ଦର ବୃଦ୍ଧି କରିବା ପାଇଁ ବାଧ୍ୟ ହେଇଥିଲେ ।

ସଦ୍ଦାମ ନିଜ ରକ୍ତରେ ‘କୁରାନ’ ଲେଖିଥିଲେ

୧୯୯୦ ଦଶକରେ ସଦ୍ଦାମ ହୁସେନ୍ ନିଜ ରକ୍ତରେ କୁରାନ ଲେଖିଥିଲେ। ଦି ଗାର୍ଡିଆନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଲ୍ଲାହାଙ୍କୁ କୃତଜ୍ଞତା ଜଣାଇବା ପାଇଁ ସଦ୍ଦାମ ଦୁଇ ବର୍ଷ ମଧ୍ୟରେ ୨୭ ଲିଟର ରକ୍ତଦାନ କରିଥିଲେ । ଏହି ୬୦୫ ପୃଷ୍ଠାରେ କୁରାନର ୧୧୪  ଅଧ୍ୟାୟ ଲେଖିବା ପାଇଁ ତାଙ୍କ ରକ୍ତକୁ କାଳି ଭାବରେ ବ୍ୟବହାର କରାଯାଇଥିଲା । ଲୋକମାନେ ସୁବିଧାରେ ଏହାକୁ ଯେପରି ଦେଖିପାରିବେ ସେଥିପାଇଁ ଏହାର ୬୦୫  ପୃଷ୍ଠାଗୁଡ଼ିକୁ କାଚର ଏକ କେସ ମଧ୍ୟରେ ସଜା ହେଇ ରଖାଯାଇଥିଲା । ସଦ୍ଦାମ ହୁସେନ୍‌ଙ୍କ ଜୀବନୀ ଲେଖକ କନ୍‌ କଫଲିନ୍‌ ମଧ୍ୟ ଏହି ‘ବ୍ଲଡ଼ କୁରାନ’ ବିଷୟରେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ‘ବ୍ଲଡ଼ କୁରାନ’ ନାମରେ ପରିଚିତ ଏହି କୁରାନକୁ ବାଗଦାଦର ଏକ ମସଜିଦରେ ରଖାଯାଇଥିଲା । ୨୦୦୬ ରେ ସଦ୍ଦାମଙ୍କୁ ଫାଶୀ ଦିଆଯିବା ପରେ ଏହି କୁରାନର ସର୍ବସାଧାରଣ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

କୁଏତ ଉପରେ କରିଥିଲେ ଆକ୍ରମଣ 

ଅଗଷ୍ଟ ୧୯୯୦ ରେ ସଦ୍ଦାମ ତୈଳ ଦାମର ଅସ୍ଥିରତା ପାଇଁ କୁଏତକୁ ଦାୟୀ କରିଥିଲେ । ଏହା ପରେ ସଦ୍ଦାମ ହୁସେନ୍ ତାଙ୍କ ସୈନ୍ୟବାହିନୀକୁ କୁଏତ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୨,୧୯୯୦ ରେ, ଇରାକ ସୈନ୍ୟବାହିନୀ କୁଏତ ଦଖଲ କରିବାକୁ ଆକ୍ରମଣ କରିଥିଲା । ଇରାକ ସେନା ମାତ୍ର ଛ’  ଘଣ୍ଟା ମଧ୍ୟରେ କୁଏତକୁ କବଜା କରି ନେଇଥିଲେ । କୁଏତକୁ ତୁରନ୍ତ ଖାଲି କରିବାକୁ ଆମେରିକା ଇରାକକୁ କହିଥିଲା। କିନ୍ତୁ ସଦ୍ଦାମ ହୁସେନ୍ ଆମେରିକାର କଥା ନ ଶୁଣି  କୁଏତକୁ ଇରାକର ୧୯ ତମ ପ୍ରଦେଶ ଭାବେ ଘୋଷଣା କରିଦେଲେ । ଇରାନ ଏବଂ ପରେ କୁଏତ ଉପରେ ବିଜୟ ସଦ୍ଦାମ ହୁସେନ୍‌ଙ୍କ ମନୋବଳକୁ ଆହୁରି ବଢେଇ ଦେଇଥିଲା । ଠିକ ତା ପରଦିନ ଅର୍ଥାତ୍ ୩ ଅଗଷ୍ଟ ୧୯୯୦ ରେ, ଇରାକ ସାଉଦି ଆରବ ସୀମାରେ ନିଜର ସେନାକୁ  ନିୟୋଜିତ କରିଦେଇଥିଲା ।

କୁଏତରୁ ଇରାକୀ ସେନାକୁ ବାହାର କରିବା ପାଇଁ ଆମେରିକାର ନେତୃତ୍ୱରେ ୨୮ ଟି ଦେଶର ଏକ ମିଳିତ ମଞ୍ଚ ଗଠନ କରାଯାଇଥିଲା । କୁଏତର ମୁକ୍ତି ପାଇଁ ଜାନୁଆରୀ ୧୯୯୧ ରେ ଇରାକ ବିରୁଦ୍ଧରେ ଏହି ମିଳିତ ମଞ୍ଚ ଯୁଦ୍ଧ ଆରମ୍ଭ କରିଥିଲା । ଆମେରିକାର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଇରାକ ବହୁ କ୍ଷତି ହୋଇଥିଲା ​​ଏବଂ ଇରାକ କୁଏତରୁ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲା । ଏହି ସଂଘର୍ଷରେ ହଜାର ହଜାର ଇରାକୀ ସୈନିକ ନିହତ ହୋଇଥିଲେ ଏବଂ ଅନେକ ବନ୍ଦୀ ହୋଇଥିଲେ । ଇରାକର ଅନେକ ତୈଳକୂପରେ ନିଆଁ ଲାଗିଯାଇଥିଲା ଯେଉଁଥିପାଇଁ ଇରାକକୁ ବହୁତ ଆର୍ଥିକ  କ୍ଷତି ସହିବାକୁ ପଡିଥିଲା ।

ହୋଟେଲ ଟାଇଲରେ ଜର୍ଜ ବୁଶଙ୍କ ଫଟୋ

ଗଲ୍ଫ ଯୁଦ୍ଧ ପରେ ବାଗଦାଦରେ ଏକ ପାଞ୍ଚ ତାରକା ଅଲ ରସିଦ ହୋଟେଲ ନିର୍ମାଣ କରାଯାଇଥିଲା । କୁହାଯାଏ ଯେ ସଦ୍ଦାମ ହୁସେନ୍‌ଙ୍କ ନିର୍ଦ୍ଦେଶରେ ହୋଟେଲର ମୁଖ୍ୟ ଫାଟକ ହଲର ଚଟାଣ ଟାଇଲରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲୁ ବୁଶଙ୍କ ଚିତ୍ର ତିଆରି କରାଯାଇଥିଲା । ଦୁନିଆର ବଡ ବଡ଼ ନେତାମାନେ ଏହି ହୋଟେଲକୁ ଆସୁଥିଲେ ଏବଂ ଚଟାଣରେ ଥିବା ବୁଶଙ୍କ ଚିତ୍ର ଉପରେ ସେମାନଙ୍କୁ ଜୋତାରେ ଚାଲିବାକୁ ପଡୁଥିଲା ।  ଏହି ଚିତ୍ରରେ ‘ବୁଶ୍ ଇଜ କ୍ରୀମିନାଲ’ ବୋଲି ଇଂରାଜୀ ଏବଂ ଆରବୀରେ ଲେଖାଯାଇଥିଲା ।୨୦୦୩  ଆମେରିକୀୟ ସୈନ୍ୟମାନେ ଇରାକ ଦଖଲ କରିବା ପରେ ଏହି ଫଟୋକୁ ନଷ୍ଟ କରାଯାଇଥିଲା । ୨୦୦୮  ସୁଦ୍ଧା, ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଥିଲା ।

ଇରାକକୁ ଏକ ବଡ ‘ବିପଦ’

କୁଏତ ଦଖଲ କରିବା ପରେ ଇରାକ ଉପରେ ଅନେକ ପ୍ରକାରର କଟକଣା ଲାଗୁ କରାଯାଇଥିଲା ।  ଯେଉଁଥିପାଇଁ ଏହାର ଅର୍ଥନୀତି ଆହୁରି ଖରାପ ହେବାକୁ ଲାଗିଲା । ୨୦୦୦ ମସିହାରେ ଆମେରିକାରେ ଜର୍ଜ ବୁଶ ସରକାର ଗଠନ ହୋଇଥିଲା, ସରକାର ଗଠନ ପରେ ସେ ସଦ୍ଦାମ ହୁସେନଙ୍କ ଉପରେ ଚାପ ବଢାଇ ଦେଇଥିଲେ । ଆମେରିକା ଏବଂ ଆନ୍ତର୍ଜାତୀୟ ସମୁଦାୟ ଇରାକକୁ ଏକ ବଡ଼ ବିପଦ ବୋଲି ଆଖ୍ୟା ଦେବା ଆରମ୍ଭ କରିଥିଲେ । ଏହା ପରେ ଆମେରିକା ଇରାକରେ କ୍ଷମତା ପରିବର୍ତ୍ତନ ବିଷୟରେ ମଧ୍ୟ କହିବା ଆରମ୍ଭ କରିଥିଲା ।

 

୨୦୦୨ ରେ ମିଳିତ ଜାତିସଂଘର ଏକ ଦଳ ମଧ୍ୟ ଇରାକ ଗସ୍ତ କରିଥିଲେ । ଏହି ସମୟ ମଧ୍ୟରେ ଇରାକ ଅନେକ ବିପଜ୍ଜନକ କ୍ଷେପଣାସ୍ତ୍ରକୁ ମଧ୍ୟ ଧ୍ୱଂସ କରିଦେଇଥିଲା, କିନ୍ତୁ ବୁଶଙ୍କ ଟେନସନ ହ୍ରାସ ପାଇ ନଥିଲା।ସବୁ ପରେ ମାର୍ଚ୍ଚ ୧୯,୨୦୦୩ ରେ ଆମେରିକା ଇରାକ ଉପରେ ଆକ୍ରମଣ କରିଥିଲା । ଆମେରିକାର ସେନା ଦ୍ରୁତ ଗତିରେ ଇରାକର ରାଜଧାନୀ ବାଗଦାଦ ଆଡକୁ ମାଡି ଯାଇଥିଲେ ।

ଏପ୍ରିଲ ୯, ୨୦୦୩ ରେ, ସଦ୍ଦାମ ହୁସେନ୍‌ଙ୍କ ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା । କିନ୍ତୁ ସଦ୍ଦାମ ହୁସେନ୍‌ ଧରାପଡି ପାରିନଥିଲେ।

ଡିସେମ୍ବର ୧୩,୨୦୦୩ ରେ, ସଦ୍ଦାମ ହୁସେନଙ୍କୁ ଆମେରିକୀୟ ସୈନ୍ୟମାନେ କାବୁ କରିଥିଲେ। ସେ ଟିକ୍ରିଟ୍ର ଏକ ଘରେ ଲୁଚି ରହିଥିଲେ । ଏହା ପରେ ତାଙ୍କ ବିରୋଧରେ ଅନେକ ମାମଲା ଦାୟର କରାଯାଇଥିଲା। ଦୁଜାଇଲ ହତ୍ୟାକାଣ୍ଡରେ (୧୪୮ ଜଣଙ୍କ ମୃତ୍ୟୁ) ସଦ୍ଦାମ ହୁସେନ୍‌ଙ୍କୁ ୫ ନଭେମ୍ବର ୨୦୦୬  ରେ ମୃତ୍ୟୁଦଣ୍ଡ ଶୁଣା ଯାଇଥିଲା। ଆଜିର ଦିନ ଡିସେମ୍ବର ୩୦, ୨୦୦୬ ରେ ସଦ୍ଦାମ ହୁସେନ୍ ବାଗଦାଦରେ ଫାଶୀ ଦିଆ ଯାଇଥିଲା ।

The post ସଦ୍ଦାମ ହୁସେନ ଯିଏ ନିଜ ରକ୍ତରେ ଲେଖିଥିଲେ କୁରାନ ଏବଂ ଶତ୍ରୁଙ୍କ ରକ୍ତରେ ଖେଳିଥିଲେ ହୋଲି , ଆଜିର ଦିନରେ ପାଇଥିଲେ ଫାଶୀ first appeared on Kanak News.

from Kanak News
via <a href="https://ifttt.com/?

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏହି ବର୍ଗର ଲୋକଙ୍କୁ ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

କନକ ବ୍ୟୁରୋ : ଝାଡଖଣ୍ଡ ମୁୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏସସି, ଏସଟି, ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସ ସୀମା କୋହଳ କରାଯିବ । ସେମାନଙ୍କୁ ୬୦ ବର୍ଷ ପରେ ନୁହେଁ ବରଂ ୫୦ ବର୍ଷ ପରେ ଏହି ପେନସନ୍ ଯୋଗାଇ ଦିଆଯିବ । ହେମନ୍ତ ସୋରେନ ସରକାରଙ୍କ ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଞ୍ଚି ମୋରହାବାଦୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଆମ ପଡୋଶୀ ରାଜ୍ୟ ଓଡିଶା, ବିହାର, ଛତିଶଗଡ ଓ ପଶ୍ଚିମବଙ୍ଗରେ ବରିଷ୍ଠ ନାଗରିକଙ୍କୁ ପେନସନ ବାବଦରେ ୨୫୦ ରୁ ୩୦୦ ଟଙ୍କା ଓ ଓଡିଶା ସରକାର ୫୦୦ ଟଙ୍କା ପେନସନ୍ ଦେଉଥିବା ବେଳେ ଆମ ସରକାର ଏହି ଯୋଜନାର ଲାଭାର୍ଥୀଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ପ୍ରଦାନ କରୁଛି ।

ସୋରେନ୍ କହିଛନ୍ତି କି ଆମ ସରକାର ଆଉ ଏକ ପାଦ ଆଗକୁ ଯାଇ ଆଦିବାସୀ ଓ ଦଳିତ ସମୁଦାୟର ଲାଭାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରି ଏହି ଯୋଜନାର ଲାଭ ପାଇବାକୁ ୬୦ ବର୍ଷ ସ୍ଥାନରେ ୫୦ ବର୍ଷ କରିବାକୁ ଯାଉଛି । ଏହି ଯୋଜନାରେ ଉପରଲିଖିତ ବର୍ଗର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ମହିଳାମାନେ ଲାଭପାଇବେ ।

The post ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏହି ବର୍ଗର ଲୋକଙ୍କୁ ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛି ସାରା ବିଶ୍ୱ

କନକ ବ୍ୟୁରୋ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପହଂଚିଛନ୍ତି । ସେଠାରେ ସେ ରୋଡ ଶୋ କରି ଅଯୋଧ୍ୟା ଧାମ ରେଳ ଷ୍ଟେସନରେ ପହଂଚି ଉଦଘାଟନ କରିଥିଲେ ।

ସେଠାରେ ସେ ତାଙ୍କ ଭାଷଣରେ କହିଛନ୍ତି କି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛି । ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କେବଳ ସେତିକି ନୁହେଁ ଅଯୋଧ୍ୟା ଗ୍ରସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ୧୫.୭୦୦ କୋଟି ଟଙ୍କାର ଅନେକ ପରିଯୋଜନାର ଉଦଘାଟନ ଉ ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରିୟ ନଗରୀ ଅଯୋଧ୍ୟା ଏବେ ଚିର ପୂରାତନ ବୈଭବ ସହ ସଜେଇ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସଭାକୁ ଉଦବୋଧନ ଦେଇ କହିଛନ୍ତି କି, ଆଜି ପ୍ରଧାନମନ୍ତ୍ରୀ ୬ଟି ନୂଆ ବନ୍ଦେ ଭାରତ ଟ୍ରେନ ଓ ଦୁଇଟି ଅମୃତ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ବନ୍ଦେ ଭାରତ ମାଧ୍ୟମରେ ଆଜି ଅଯୋଧ୍ୟାରୁ ଦିଲ୍ଲୀ ସଂଯୋଗ ହୋଇଛି ।

The post ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛି ସାରା ବିଶ୍ୱ first appeared on Kanak News.

from Kanak News
via <a href="https://ifttt.com/?

ଖଣ୍ଡଗିରିରୁ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ନୂଆ ମୋଡ଼ । ଅପହରଣରେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ । ସ୍କ୍ରିନ୍ ସଟକୁ ଯାଞ୍ଚ କରୁଛି ପୋଲିସ ।

କନକ ବ୍ୟୁରୋ: ଖଣ୍ଡଗିରି ଥାନା ଅଞ୍ଚଳରୁ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ଆସିଛି ନୂଆ ମୋଡ । ଏହି ଘଟଣାରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ଏକ ସ୍କ୍ରିନ୍ ସଟକୁ ନେଇ ଖୋଳତାଡ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ । ଅପହୃତ ବ୍ୟବସାୟୀ ପିଣ୍ଟୁ ସାହୁଙ୍କ ଡ୍ରାଇଭର ଲକି ଓ ତାର ୪ ଜଣ ସହଯୋଗୀ ଏହି ଅପହରଣ କରିଥିବା ବେଳେ ଲକି ସହ ମହିଳାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣ ଏବେ ବି ଫେରାର ରହିଛନ୍ତି । ଡ୍ରାଇଭର ଲକି ଅପହରଣର ଯୋଜନା କରିିଥିଲା । ମାଲିକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ପାଇବା ଆଶାରେ ୪ ଜଣ ସହଯୋଗୀଙ୍କୁ ନେଇ ପୁରା ପ୍ଲାନିଂ କରିଥିଲା । ଆଉ ଏଥିରେ ସେହି ମହିଳା ମଧ୍ୟ ସାମିଲ ଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।

The post ଖଣ୍ଡଗିରିରୁ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ନୂଆ ମୋଡ଼ । ଅପହରଣରେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ । ସ୍କ୍ରିନ୍ ସଟକୁ ଯାଞ୍ଚ କରୁଛି ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ମହର୍ଷି ବାଲ୍ମିକୀ ବିମାନବନ୍ଦର ଉଦଘାଟନ କଲେ ମୋଦୀ । ନିଷାଦ ପରିବାରକୁ ଦେଲେ ଶ୍ରୀରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ର ।

କନକ ବ୍ୟୁରୋ: ଅଯୋଧ୍ୟାରେ ଶ୍ରୀରାମମନ୍ଦିର ପ୍ରାାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାକୁ ନୂଆ କଳେବର ଦିଆଯାଉଛି । ଏହି କ୍ରମରେ ଆଜି ଅଯୋଧ୍ୟା ରେଳ ଷ୍ଟେସନ ସହ ମହର୍ଷି ବାଲ୍ମିକୀ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୬ ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ । ସେହିପରି ୧୪ ଶହ ୫୦ କୋଟି ବ୍ୟୟରେ ମାତ୍ର ୬ ମାସରେ ନିର୍ମିତ ହୋଇଛି ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ।

ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି । ମୋଦୀ ଏହି ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ତେବେ ମୋଦୀଙ୍କ ସ୍ୱାଗତ ପାଇଁ ଅଯୋଧ୍ୟା ରାମ ପଥରେ ବିଭିନ୍ନ ସ୍ଥାନରେ ୪୦ଟି ଷ୍ଟେଜ କରାଯାଇଥିଲା । ସେହି ଷ୍ଟେଜ ଗୁଡିକରେ ୧୪୦୦ ଲୋକନାଟ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଏସବୁ କାର୍ଯ୍ୟକ୍ରମ ପରେ ଉଜ୍ଜ୍ୱଳା ଯୋଜନାର ୧୦ କୋଟି ତମ ଦଳିତ ମହିଳାଙ୍କୁ ଭେଟି ତାଙ୍କ ହାତରୁ ଚା’ ପିଇଥିଲେ ମୋଦୀ । ଏହାସହ ନିଷାଦଙ୍କ ପରିବାରକୁ ଭେଟି ଶ୍ରୀରାମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ମଧ୍ୟ ଦେଇଛନ୍ତି ।

The post ଅଯୋଧ୍ୟା ମହର୍ଷି ବାଲ୍ମିକୀ ବିମାନବନ୍ଦର ଉଦଘାଟନ କଲେ ମୋଦୀ । ନିଷାଦ ପରିବାରକୁ ଦେଲେ ଶ୍ରୀରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୫ ପରେ ସଂଘର୍ଷ ହେବ, କଂଗ୍ରେସ ମୈଦାନରେ ନଥିବାରୁ ବିଜେଡି ସହ ହେବ ସିଧା ଲଢେଇ । ପଦାଧିକାରୀ ବୈଠକ ପରେ ଜୟନାରାୟଣ ରଖିଲେ ବଡ ବୟାନ ।

କନକ ବ୍ୟୁରୋ : ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ । ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ । କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ । ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ । କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍ ହେବ ।

ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ସମ୍ପର୍କ ନାହିଁ । ଯେହେତୁ କଂଗ୍ରେସ ଏବେ ମୈଦାନରେ ନାହିଁ ତେଣୁ ୫୦% ଭୋଟ ଉପରେ ବିଜେପିର ଫୋକସ ରହିବ ବୋଲି କହିଛନ୍ତି ଜୟନାରାୟଣ । ଏନେଇ ପଦାଧିକାରୀ ବୈଠକରେ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜୟନାରାୟଣ । ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିôଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ରୀ ଦେଇଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତିରେ ବଜେଡି ସହ ସାଲିସ କରିବ ନାହିଁ । ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବଜେଡି ସହ ବିଜେପିର ଲଢେଇ ହେବ ।

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପଦାଧିକାରୀ ବୈଠକ ହୋଇଥିଲା । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହୋଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

The post ଜାନୁଆରୀ ୫ ପରେ ସଂଘର୍ଷ ହେବ, କଂଗ୍ରେସ ମୈଦାନରେ ନଥିବାରୁ ବିଜେଡି ସହ ହେବ ସିଧା ଲଢେଇ । ପଦାଧିକାରୀ ବୈଠକ ପରେ ଜୟନାରାୟଣ ରଖିଲେ ବଡ ବୟାନ । first appeared on Kanak News.

from Kanak News
via <a href="https://ifttt.com/?

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ଲୋକଙ୍କ ଘରୁ ଟେକିନେଉଛନ୍ତି ଧାନ ବସ୍ତା । ନୀଳଗିରିରେ ଲୋକେ ଆତଙ୍କିତ

କନକ ବ୍ୟୁରୋ:  ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ବିଳମ୍ବିତ ରାତିରେ ଲୋକେ ଘରେ ଶୋଇଥିବା ବେଳେ ଘର ବାରଣ୍ଡାରୁ ଧାନ ବସ୍ତା ଟେକିନେଲା ହାତୀ । ନୀଳଗିରି ଉପଖଣ୍ଡ କଂଟାବଣିଆ ଗାଁର ରବିନ୍ଦ୍ର ମହାରଣାଙ୍କ ଘରେ ପଶି ଏଭଳି କାଣ୍ଡ ଘଟାଇଛି । ସେହିପରି ତାଙ୍କ ବାଡ଼ିରେ ପଶି ପନିପରିବା ଓ କଦଳୀଗଛ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ହାତୀ ଗର୍ଜନ ଶୁଣିବା ପରେ ଲୋକମାନେ ଉଠି ଟିଣ ବାଡ଼େଇ ହାତୀକୁ ଘଉଡ଼ାଇଥିଲେ । ଦୀର୍ଘ ମାସେ ହେଲା କୁଲଡିହା ଜଙ୍ଗଲର ହାତୀପଲ ଗାଁ ମୁହାଁ ହେଊଛନ୍ତି । ଧନ ଜୀବନ ନଷ୍ଟ କରୁଛନ୍ତି । ତେଣୁ ବନବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ କ୍ଷତିିପୁରଣ ଦେବାକୁ ଦାବି କରିଛନ୍ତି ଲୋକେ ।

The post ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ଲୋକଙ୍କ ଘରୁ ଟେକିନେଉଛନ୍ତି ଧାନ ବସ୍ତା । ନୀଳଗିରିରେ ଲୋକେ ଆତଙ୍କିତ first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ବିରୋଧରେ ହେବ ଜୋରଦାର ଲଢେଇ, ଅପରାଜିତା କହିଲେ ପଦାଧିକାରୀ ବୈଠକରେ ଦ୍ୱନ୍ଦ୍ୱ ଦୂର କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।

କନକ ବ୍ୟୁରୋ : ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ । ରାଜ୍ୟ ବିଜେପି ପଦାଧିକାରୀ ବୈଠକରେ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବୈଠକ ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ରୀ ଦେଇଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତିରେ ବଜେଡି ସହ ସାଲିସ କରିବ ନାହିଁ । ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ ।

୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବଜେଡି ସହ ବିଜେପିର ଲଢେଇ ହେବ । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହୋଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

The post ବିଜେଡି ବିରୋଧରେ ହେବ ଜୋରଦାର ଲଢେଇ, ଅପରାଜିତା କହିଲେ ପଦାଧିକାରୀ ବୈଠକରେ ଦ୍ୱନ୍ଦ୍ୱ ଦୂର କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ । ଅଳ୍ପକେ ବର୍ତିଲେ ୨ ଜଣ ।

କନକ ବ୍ୟୁରୋ: ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବି. ବୈରାଗୀ । ତାଙ୍କ ବୟସ ୬୩ ବର୍ଷ ହେବ ବୋଲି ଜଣାପଡ଼ିଛି । ଭୋର ୪ଟା ବେଳେ ବି. ବୈରାଗୀ. ଏମ.ବାଲାରାଜୁ, ଓ ଏମ.ସିମୁଡ଼ୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ଼ ଲହଡ଼ିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବୈରାଗୀ ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ମୃତକଙ୍କ ପତ୍ନୀ ବି.ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

The post ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ । ଅଳ୍ପକେ ବର୍ତିଲେ ୨ ଜଣ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ସାଂସଦଙ୍କୁ ନୂଆ ଦାୟିତ୍ୱ । ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ…

କନକ ବ୍ୟୁରୋ: ବିଜେଡି ସାଂସଦଙ୍କୁ ଦିଆଯାଇଛି ନୂଆ ଦାୟିତ୍ୱ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି ୭ଟି ବିଧାନସଭା ଆସନ । ପୂର୍ବରୁ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ମାନସ ମଙ୍ଗରାଜ ।

ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ ମିଳିଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ । ସେହିଭଳି ଅମରେଶ ଜେନାଙ୍କୁ ମିଳିଛି ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ।

The post ବିଜେଡି ସାଂସଦଙ୍କୁ ନୂଆ ଦାୟିତ୍ୱ । ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ… first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started