ଚାଲିଛି ରାଜ୍ୟ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କ ବୈଠକ । ଆଗାମୀ ନିର୍ବାଚନ ପାଇଁ ହେବ ରଣନୀତି ପ୍ରସ୍ତୁତି ।

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ବିଜେପିର ପଦାଧିକାରୀ ବୈଠକ । ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ଚାଲିଛି । ଏଥିରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସାଂସଦ ଜୁଏଲ ଓରାମ ଓ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ପଦାଧିକାରୀ ବୈଠକରେ ହେବାକୁ ଥିବା ନିଷ୍ପତ୍ତିକୁ ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ହେବ । ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବା ପାଇଁ ତିଆରି ହୋଇପାରେ ବ୍ଲୁ ପ୍ରିଣ୍ଟ୍ । ସେହିପରି ଆସନ୍ତାକାଲି ସଂଯୁକ୍ତ ମୋର୍ଚ୍ଚାର ବୈଠକ ବସିବ । ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ବିଜେପିି ସମାନ ଫର୍ମୁଲା ଆପଣାଇବ ବୋଲି କୁହାଯାଉଛି । ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି ।

The post ଚାଲିଛି ରାଜ୍ୟ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କ ବୈଠକ । ଆଗାମୀ ନିର୍ବାଚନ ପାଇଁ ହେବ ରଣନୀତି ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ କରିଥିବା  କସମେଟିକ୍ କମ୍ପାନୀ ‘ଲ’ରିୟଲ୍’ର ମାଲିକ ଏବେ ଏତେ ରୋଜଗାର କରୁଛନ୍ତି ଯେ ଏବେ ଏହା ଏକ ରେକର୍ଡ ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି ।

ବିଶ୍ବ ପ୍ରସିଦ୍ଧ କସମେଟିକ୍ ଉତ୍ପାଦ ଉତ୍ପାଦନ କମ୍ପାନୀ L’Oreal ର ଉତ୍ତରାଧିକାରୀ ତଥା ବ୍ୟବସାୟୀ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସ ୧୦୦ ବିଲିୟନ ଡଲାର (ପ୍ରାୟ ୮୩,୨୪,୮୮,୫୦,୦୦,୦୦ ଟଙ୍କା) ରୋଜଗାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି। । ଫ୍ରାଙ୍କୋଇସ୍ ମୂଳତ ଫ୍ରାନ୍ସର ବାସିନ୍ଦା ଅଟନ୍ତି । ସେ ତାଙ୍କ ମା’ଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଏହି ପ୍ରସାଧନ ସାମ୍ରାଜ୍ୟ ପାଇଥିଲେ । ପରେ ଏହାର ଅଂଶଧନରେ ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ସେ ଏହି ଲକ୍ଷ୍ୟରେ ପହଞ୍ଚି ପାରିଛନ୍ତି ।

ମାଆଙ୍କ ନାମରେ ଥିଲା ଏହି ରେକର୍ଡ

ଆପଣ ଜାଣିଥିବେ ଯେ ଫ୍ରାଙ୍କୋଇସ୍ ବେଟେନକୋର୍ଟ ମେୟର୍ସଙ୍କ ମା’ ୨୦୧୭ ରେ ମୃତ୍ୟୁ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଧନୀ ମହିଳାଙ୍କ ଆଖ୍ୟା ପାଇଥିଲେ ।

ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ ହୋଇଥିଲା କମ୍ପାନୀ୧୯୦୯ ମସିହାରେ ଏହି କମ୍ପାନୀ ବେଟେନକୋର୍ଟ ମେୟର୍ସଙ୍କ ଜେଜେବାପା ଇଉଜିନ୍ ସ୍କୁଏଲର୍ଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀ ପ୍ରଥମେ ହେୟାର ଡାଇ(ରଙ୍ଗ)ରୁ ନିଜର ବ୍ୟବସାୟ ସାମ୍ରାଜ୍ୟ ଆରମ୍ଭ କରିଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୭୦ ବର୍ଷ ବୟସ୍କ ବେଟେନକୋର୍ଟ ମେୟର୍ସ ,୨୪୧  ବିଲିୟନ ୟୁରୋ ମୂଲ୍ୟର ବିଶ୍ୱବ୍ୟାପୀ କମ୍ପାନୀ ଲ’ରିୟଲ୍’ ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି । ସେ ଏବଂ ତାଙ୍କ ପରିବାର ପ୍ରାୟ ୩୫ ପ୍ରତିଶତ ଅଂଶଧନ ସହିତ କମ୍ପାନୀର ସର୍ବ ବୃହତ ଅଂଶୀଦାର ଅଟନ୍ତି । ଏହାର ମୂଲ୍ୟ ତାଙ୍କ ସମ୍ପତ୍ତିକୁ ଚଳିତ ବର୍ଷ ୨୮.୬ ବିଲିୟନ ଡ଼ଲାରରେ ବୃଦ୍ଧି କରି ୧୦୦ ବିଲିୟନ ଡଲାରରେ ପହଞ୍ଚିବାରେ ସାହାଯ୍ୟ କରିଛି । ବେଟେନକର୍ଟ ମେୟର୍ସ ଏକ ବର୍ଷରେ ଧନୀ ହେବାରେ ଏକାକୀ ନୁହଁନ୍ତି ଯେଉଁଥିରେ ସାଧାରଣତ ବିଲିୟନେୟାରଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥଲା । ଆହୁରି ବହୁତ କମ୍ପାନୀ ମଧ୍ୟ ଏହିପରି ସଫଳତା ହାସଲ କରିପାରିଛି ।  ଦୁନିଆର ୫୦ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ୨୦୨୩  ମସିହାରେ ବହୁତ କ୍ଷତି ସହି ତାଲିକାର ତଳକୁ ଖସିଥିବା ବେଳେ ଆଉ କିଛି ଧନୀ ବ୍ୟକ୍ତି ବ୍ୟବସାୟକୁ ବଜାୟ ରଖି ସେମାନଙ୍କ ସମ୍ପତ୍ତିରେ ବୃଦ୍ଧି କରିପାରିଛନ୍ତି ।  ଏହି ତାଲିକାରେ ଥିବା ଅଧିକାଂଶ ପୁରୁଷ ଆମେରିକାରୁ ଆସିଛନ୍ତି। ବେଟାନକର୍ଟ ମେୟର୍ସ ଏହି   ମାନ୍ୟତାରେ ଦ୍ୱାଦଶ ସ୍ଥାନରେ ଅଛି ।

The post ହେୟାର ଡାଇ(ରଙ୍ଗ)ରୁ ଆରମ୍ଭ କରିଥିବା  କସମେଟିକ୍ କମ୍ପାନୀ ‘ଲ’ରିୟଲ୍’ର ମାଲିକ ଏବେ ଏତେ ରୋଜଗାର କରୁଛନ୍ତି ଯେ ଏବେ ଏହା ଏକ ରେକର୍ଡ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଜ ପତାକା ଦେଖାଇବା ସହ ଗଡିଲା ବନ୍ଦେ ଭାରତ ଟ୍ରେନ ।

କନକ ବ୍ୟୁରୋ : ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ଅଯୋଧ୍ୟା ଧାମ ଷ୍ଟେସନରେ ସବୁଜ ପତାକା ଦେଖାଇବା ସହ ଗଡିଛି ଅମୃତ ଭାରତ ଟ୍ରେନ ଓ ବନ୍ଦେ ଭାରତ ଟ୍ରେନ । ଏହି ରେଳ ଷ୍ଟେସନରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏହି ରେଳଷ୍ଟେସନ ସମସ୍ତଙ୍କ ପାଇଁ ଉର୍ଦ୍ଦିଷ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରୋଡ ସୋ’ ସମୟରେ ସାଧାରଣ ଲୋକ ମୋଦିଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ ।

https://platform.twitter.com/widgets.jsଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ହେବାର ଅଛି । ତେବେ ୧୨ଟା ୧୫ରେ ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ମୋଦୀଙ୍କ ସ୍ୱାଗତ ପାଇଁ ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଯୋଧ୍ୟା ପାଇଁ ମୋଟ ୧୫ ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ତେବେ ରୋଡ ସୋ’ ସହ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି ।

The post ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଜ ପତାକା ଦେଖାଇବା ସହ ଗଡିଲା ବନ୍ଦେ ଭାରତ ଟ୍ରେନ । first appeared on Kanak News.

from Kanak News
via <a href="https://ifttt.com/?

କାର୍ଯ୍ୟରେ ଅବହେଳା ଯୋଗୁଁ କଠୋର ହେଲା ବିଏମସି । ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା: କମିଶନରଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବିଳମ୍ବରେ ଆସିଲେ ଦରମା ବନ୍ଦକାର୍ଯ୍ୟରେ ଅବହେଳା ଯୋଗୁ କଠୋର ହେଲା ବିଏମସି । ଅଫିସ ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା । ଅଧ ଘଣ୍ଟା ବିଳମ୍ବରେ ଆସିଲେ ଛୁଟି ଦେବା ସହ ଦରମା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ।

କର୍ମଚାରୀଙ୍କୁ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମଧ୍ୟରେ ପହଂଚିବାକୁ ନିର୍ଦ୍ଦେଶ ରହିଛି । ଟ୍ରାଫିକ୍ ଜାମ, ଗାଡି ଖରାପ ଅବା ଅନ୍ୟାନ୍ୟ ଜରୁରୀକାଳୀନ ଅସୁବିଧା ପାଇଁ ୧୦ ଟା ୩୦ ଭିତରେ ପହଂଚିଲେ ନିୟମ କୋହଳ କରାଯାଇପାରେ । କିନ୍ତୁ ୧୦ ଟା ୩୦ ମିନିଟ୍ ପରେ ପଂହଚିଲେ ସେମାନଙ୍କ ଦରମା କଟାଯିବ । ବିଏମସି ମୁଖ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କୁ ପାଇଁ ଏହି ନିୟମ ଲାଗୁ ହେବ । ଫାଇଭ-ଟିରେ ଅର୍ନ୍ତଭୁକ୍ତ ହେବା ପରେ କଡା ପଦକ୍ଷେପ ଗ୍ରହଣ କରିଛି ବିଏମସି । ବିଏମସିର କାମ ନାହିଁ ତ ଦରମା ନାହିଁ ନୀତିକୁ ନେଇ ଶୁକ୍ରବାର ନୋଟିସ୍ ଜାରି କରାଯାଇଛି । ତେବେ ଏସବୁ ତଦାରଖ ପାଇଁ ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି ।

The post କାର୍ଯ୍ୟରେ ଅବହେଳା ଯୋଗୁଁ କଠୋର ହେଲା ବିଏମସି । ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା: କମିଶନରଙ୍କ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଯାତ୍ରା ଦେଖା ହେଲା କାଳ । ଗଛରେ ପିଟିହେଲା କାର୍, ଜଣେ ମୃତ, ୩ ଗୁରୁତର । ପଦ୍ମପୁର ଡାଙ୍ଗବାହାଲ ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ଯାତ୍ରା ଦେଖା ହେଲା କାଳ । ଯାତ୍ରାଦେଖି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପଟିହେଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପଦ୍ମପୁର ଉପଖଣ୍ଡ ଡାଙ୍ଗବାହାଲ ସ୍କୁଲ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ୪ଜଣ ଯୁବକ ଏକ କାରରେ ଫେରୁଥିଲେ । ଭାରସାମ୍ୟ ହରାଇ ଏକ ବିଲ ଭିତରକୁ ପଶିଯାଇଥିଲା କାର । ଏହା ପରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକ ଜଣଙ୍କ ହେଲେ ନିରଞ୍ଜନ ସାହୁ ।

The post ଯାତ୍ରା ଦେଖା ହେଲା କାଳ । ଗଛରେ ପିଟିହେଲା କାର୍, ଜଣେ ମୃତ, ୩ ଗୁରୁତର । ପଦ୍ମପୁର ଡାଙ୍ଗବାହାଲ ନିକଟରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ପାକ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି  ଅନେକ ପ୍ରସିଦ୍ଧ ତାରକା, ଅଭିନେତ୍ରୀ ନୁର ବୁଖାରୀ ଠାରୁ ଆରମ୍ଭ କରି ସୁନ୍ଦଲ ଖଟ୍ଟକ ପର୍ଯ୍ୟନ୍ତ । ବଡ ବଡ଼ ଲୋକଙ୍କୁ କରିବେ ଚିତପଟାଙ୍ଗ

ଫେବୃଆରୀରେ ପାକିସ୍ତାନରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି  କ୍ଷମତା ସଂଗ୍ରାମରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ, ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ ଏବଂ ଆସିଫ ଅଲି ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି । ଏହାଛଡା ସେଠାରେ ଆତଙ୍କବାଦୀମାନେ ମଧ୍ୟ ନିର୍ବାଚନ ମଇଦାନକୁ ଓଲହାଇଛନ୍ତି । ସବୁଠୁ ରୋଚକ କଥା ହେଲା ଏହି ନିର୍ବାଚନରେ କେତେକ ଚଳଚ୍ଚିତ୍ର ତାରକା ଏବଂ ସୋସିଆଲ ମିଡିଆ ସେଲିବ୍ରିଟି ମଧ୍ୟ ନିଜର ଭାଗ୍ଯ ପରୀକ୍ଷା କରିବାକୁ ବାହାରିଛନ୍ତି ।

ଏଥିମଧ୍ୟରେ ପ୍ରସିଦ୍ଧ ଅଭିନେତ୍ରୀ ନୁର ବୁଖାରୀ, ଟିକଟକର ସୁଦଲ ଖଟକ୍ ମଧ୍ୟ ଅଛନ୍ତି । ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ନୁର ବୁଖାରୀ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଲାହୋରରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନୁର ହେଉଛନ୍ତି ଇସ୍ତେହକାମ-ଇ-ପାକିସ୍ଥାନ ପାର୍ଟି (ଆଇପିପି) ନେତା ଅନ୍ ଚୌଧୁରୀଙ୍କ ପତ୍ନୀ । ପ୍ରସିଦ୍ଧ ଚଳଚ୍ଚିତ୍ର ‘ଭାଇ ଲଗ୍’ର ଅଭିନେତ୍ରୀ ନୁର ବୁଖାରୀ ମହିଳାଙ୍କ ପାଇଁ ସଂରକ୍ଷିତ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୪୪ ଉର୍ଦ୍ଦୁ ଏବଂ ୨୦ ଟି ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଥିବା ନୁର ବୁଖାରୀ ନିକଟରେ ନିଜର ସୋସିଆଲ ମିଡିଆ ଚ୍ୟାନେଲ ଆରମ୍ଭ କରିଥିଲେ ଯାହା ବହୁ ଲୋକପ୍ରିୟତା ହାସଲ କରୁଛି ।

ଟିକଟକ୍ ଷ୍ଟାର ସୁନ୍ଦଲ ଖଟ୍ଟକ ଖାଇବର ପାଖ୍ଟନଖୱା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଛି ମାସ ପୂର୍ବେ ସୁନ୍ଦଲ ସୋସିଆଲ ମିଡିଆ ତାରକା ହରିମ ଶାହାଙ୍କ ସହ ଏକ ଭିଡିଓ ଟିକଟକରେ ଭାଇରାଲ ହେବା ପରେ ସେ ଟ୍ରୋଲ ହେଇଥିଲେ ।  ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା ଏବଂ ତାଙ୍କୁ ଜାମିନ ନେବାକୁ ପଡିଥିଲା । ସୁନ୍ଦଲ ବର୍ତ୍ତମାନ ଲୋକପ୍ରିୟତାର ଶିଖରରେ ଅଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସୋସିଆଲ ମେଡିଆରେ ଅନୁସରଣ କରୁଛନ୍ତି ।

ନିଜର ନିଆରା ଗାୟନ ଶୈଳୀ ପାଇଁ ପାକିସ୍ତାନରେ ପ୍ରସିଦ୍ଧ ଚାହତ ଫତେହ ଅଲି ଖାନ ଲାହୋରରୁ ନାମାଙ୍କନ ଦାଖଲ କରିଛନ୍ତି । ସେ ଲାହୋରର NA-128 ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏକଦା କ୍ରିକେଟର ଥିବା ଚାହତ ମଧ୍ୟ ଚଳିତ ବର୍ଷ ଆରମ୍ଭରେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଏବଂ ଆଇସିସି ବିଶ୍ୱକପ୍‌ର ସଂଗୀତ ଗାଇଥିଲେ। ଯାହା ବେଶ୍ ପ୍ରସିଦ୍ଧ ହୋଇଥିଲା । ସେ  ବିଲାୱାଲ ଭୁଟ୍ଟୋଙ୍କ ବିପକ୍ଷରେ ଏଠାରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ପାକିସ୍ତାନରେ ଜାତୀୟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ଡକ୍ଟର ସଭିରା ପ୍ରକାଶ ହେଉଛନ୍ତି ପ୍ରଥମ ହିନ୍ଦୁ ମହିଳା । ସେ ପାକିସ୍ତାନୀ ପିପୁଲ୍ସ ପାର୍ଟିର ଟିକେଟରେ ଖାଇବର ପାଖ୍ଟନଖୱାଙ୍କ ବନେର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ । ସୁଯୋଗ ପାଇଲେ ସେ ମୋଦୀଙ୍କର ଖୁବ  ପ୍ରଶଂସା କରିଥାନ୍ତି । ସଭିରା କହିଛନ୍ତି ଯେ ଲୋକଙ୍କ ସମର୍ଥନ ହେତୁ ସେ ନିର୍ବାଚନ ଲଢିବାକୁ ଏତେ ସାହସ ପାଇଛନ୍ତି । ସେ ନିଶ୍ଚିତ ଭାବେ ନିର୍ବାଚନରେ ​​ସଫଳତା ପାଇବେ ବୋଲି ଦୃଢତାର ସହ କହିଛନ୍ତି ।

ଏମାନଙ୍କ ବ୍ୟତୀତ ଆତଙ୍କବାଦୀ ହାଫିଜ ସଇଦର  ପୁଅ ତାଲହା ସଇଦ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ସେ ଲାହୋରର NA-122 ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛି । କୁହାଯାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏଠାରୁ ନିର୍ବାଚନ ଲଢିପାରନ୍ତି । ୨୦୧୮  ନିର୍ବାଚନରେ ​​ହାଫିଜ ନିଜର ଦଳ ଗଠନ କରି ପ୍ରାର୍ଥୀ ଦେଇଥିଲା କିନ୍ତୁ ପାକିସ୍ତାନ ଜନସାଧାରଣଙ୍କ  ସମର୍ଥନ ପାଇବାରେ ସମ୍ପୂର୍ଣ ବିଫଳ ହେଇଥିଲା । ତାର ପାର୍ଟିର ସମସ୍ତ ପ୍ରତିଦ୍ଵନ୍ଦୀଙ୍କ ଅମାନତ ଜବତ ହେଇଯାଇଥିଲା ।

The post ପାକ୍ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି  ଅନେକ ପ୍ରସିଦ୍ଧ ତାରକା, ଅଭିନେତ୍ରୀ ନୁର ବୁଖାରୀ ଠାରୁ ଆରମ୍ଭ କରି ସୁନ୍ଦଲ ଖଟ୍ଟକ ପର୍ଯ୍ୟନ୍ତ । ବଡ ବଡ଼ ଲୋକଙ୍କୁ କରିବେ ଚିତପଟାଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ନାବାଳକ ମୃତ୍ୟୁ ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ୫ ବର୍ଷ ଶିଶୁର ମୃତ୍ୟୁ ଘଟଣା ।

କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ପରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ନବରଙ୍ଗପୁରରୁ ରାୟପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି । ଉତ୍ୟେକ୍ତ ଲୋକଙ୍କ ସହ ହାଟଭରଣ୍ଡି ଥାନା ପୋଲିସ ଆଲୋଚନା କରିଛନ୍ତି । ଦେଓଭରଣ୍ଡି ନିକଟରେ ୫ ବର୍ଷର ଶିଶୁକୁ ଧକ୍କା ଦେଇଥିଲା ଏକ ଟ୍ରକ । ଏଥିରେ ପିଲାଟିର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତେଜନା ଲାଗିରହିଛି ।

The post ନାବାଳକ ମୃତ୍ୟୁ ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ୫ ବର୍ଷ ଶିଶୁର ମୃତ୍ୟୁ ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ । ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନର କରିବେ ଉଦଘାଟନ । ରୋଡ଼ ଶୋ’ ସହ ହେବ ସାଧାରଣ ସଭା ।

କନକ ବ୍ୟୁରୋ: ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଯୋଧ୍ୟାର ପହଁଛି ସ୍ଥିତି ସମୀକ୍ଷା କରିଛନ୍ତି । ଅଯୋଧ୍ୟା ପାଇଁ ମୋଟ ୧୫ ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ମୋଦୀ ବିଶାଳ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ରହିଛି । ଆଜି ଦିନ ୧୧ ଟା ୧୫ ମିନିଟରେ ଏସବୁ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ସେଠାରେ ରୋଡ ସୋ’ ସହ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି ।

The post ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ । ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନର କରିବେ ଉଦଘାଟନ । ରୋଡ଼ ଶୋ’ ସହ ହେବ ସାଧାରଣ ସଭା । first appeared on Kanak News.

from Kanak News
via <a href="https://ifttt.com/?

କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । ସପ୍ତାହକରେ ୧୦ ମ୍ୟାଲେରିଆ ଆକ୍ରାନ୍ତ ।

କନକ ବ୍ୟୁରୋ: କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । ଫଗୁଣସିନେରୀରେ ଗତ ସପ୍ତାହକ ମଧ୍ୟରେ ୧୦ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଫଗୁଣସିନେରୀରେ ହୋଇଥିବା ସ୍ୱାସ୍ଥ୍ୟ ଶିବିରରୁ ୪ ଜଣ ଶିଶୁଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି କିଛି ଦିନ ପୂର୍ବରୁ ହୋଇଥିବା ସ୍ୱାସ୍ଥ୍ୟ ଶିବିରରେ ୬ ଜଣ ଶିଶୁ ପଜିଟିଭ୍ ହୋଇଥିଲେ । ଫାଟୁସୁନେରୀ ଓ ଫଗୁଣସିନେରୀରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସ୍ୱାସ୍ଥ୍ୟ ଶିବିର କରାଯାଇ ରକ୍ତ ନମୁନା ସଂଗ୍ରହ କରୁଛି କୋଟିଆ ମେଡିକାଲ ଟିମ୍ । ଜଣେ ସୁପରଭାଇଜର, ଷ୍ଟାର୍ଫ ନର୍ସ ଓ ସହାୟକ ସ୍କ୍ରିନିଂ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଶୀତ ଦିନରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ମେଡିକାଲ ଟିମ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାର ସୁଯୋଗ ନେଇ ଗାଁରେ ମାତିଛନ୍ତି କ୍ୱାକ୍ । ଆନ୍ଧ୍ର ଓ ପଶ୍ଚିମବଙ୍ଗ ନମ୍ବର ଥିବା ଗାଡିରେ ୪ରୁ ୫ ଜଣ କ୍ୱାକ୍ ବିଭିନ୍ନ ଗାଁରେ ପଇଁତରା ମାରୁଛନ୍ତି ।

The post କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । ସପ୍ତାହକରେ ୧୦ ମ୍ୟାଲେରିଆ ଆକ୍ରାନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ନୟାଗଡ଼ ପାର୍ବତୀପୁର ଗାଁରେ ଅଘଟଣ । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର ।

କନକ ବ୍ୟୁରୋ: ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର । ନଷ୍ଟ ହୋଇଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି । ନୟାଗଡ଼ ଭାପୁର ବ୍ଲକ ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୮ଟି ପରିବାରର ୧୩ ବଖରା ଘର ଜଳିଯାଇଛି । ଶୀତ ରାତିରେ ଲୋକେ ଘରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି । ପ୍ରଥମେ ପ୍ରକାଶ ବେହେରାଙ୍କ ଘରେ ନିଆଁଲାଗି ଅଖିପିଛୁଳାକେ ସବୁଆଡ଼େ ବ୍ୟାପୀଯାଇଥିଲା । ନିଆଁର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ, ଘରେ ଶୋଇଥିବା ପରିବାର ଲୋକମାନେ ଜାଣିବା ପୂର୍ବରୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।

The post ନୟାଗଡ଼ ପାର୍ବତୀପୁର ଗାଁରେ ଅଘଟଣ । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started