୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ପୂର୍ବରୁ ଛଟେଇ ହୋଇଥିଲେ ୧୨ ହଜାର କର୍ମଚାରୀ ।

କନକ ବ୍ୟୁରୋ: ଏଆଇ, ମାନବ ଲଢେଇ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁୁଗୁଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇର ବିନିଯୋଗ କରି କର୍ମଚାରୀ ସଂଖ୍ୟା କମାଇବାକୁ ଯୋଜନା କରିଛି ଏହି ଆମେରୀକିୟ କମ୍ପାନୀ । ଏଆଇରର ବିନିଯୋଗ କରି ଗୁଗୁଲ ‘ଜେମିନି’, ‘ଗୁୁଗୁଲ ବାର୍ଡ’ ଭଳି ବିଶକିତ ପ୍ଲାଟଫର୍ମ ତିଆରି କରିବାକୁ ଘୋଷଣା କରିଛି । ଏପରି ସ୍ଥିତିରେ ଗୁଗୁଲ ତାର ସେଲ୍ସ ବିଭାଗରେ ପୁନଃସଙ୍ଗଠିତ କରୁଛି । ଏଆଇ ଟକ୍ନୋଲୋଜିର ବିନିଯୋଗ କରି ସେଲ୍ସ ବିଭାଗରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଗୁଗୁଲ ନିଷ୍ପତି ନେଇଛି । ବିଶେଷକରି କଷ୍ଟମର କେୟାର ସର୍ଭିସ କ୍ଷେତ୍ରରେ ଏଆଇର ବିନିଯୋଗ କରାଯିବ । ଫଳରେ ସେହି ବିଭାଗରେ ଥିବା କର୍ମଚାରୀମାନେ ଛଟେଇର ଶିକାର ହେଉଛନ୍ତି ।

ଗୁଗୁଲ ବିଜ୍ଞାପନ ସେଲ୍ସ ବିଭାଗର ମୁଖ୍ୟ ସିନ ଡ୍ୱେନି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିବା ସୂଚନା ମିଳିଛି । ଗୁଗୁଲ ଏବେ ଏଆଇ ଦ୍ୱାରା ୱେବସାଇଟ୍କୁ ସ୍କାନ କରି ସେଥିରୁ କିୱାର୍ଡ, ହେଡଲାଇନ୍ସ, ଫଟୋ ଆଦି ବାହାର କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ପୂର୍ବରୁ ଚଳିତ ବର୍ଷ ଗୁଗୁଲ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ।

The post ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ପୂର୍ବରୁ ଛଟେଇ ହୋଇଥିଲେ ୧୨ ହଜାର କର୍ମଚାରୀ । first appeared on Kanak News.

from Kanak News
via <a href="https://ifttt.com/?

ଶୀତ ଋତୁରେ ବି କମୁନି ପରିବା ଦର । ବ୍ରହ୍ମପୁରରେ ସବୁ ପରିବା ଦାମ୍ ୫୦ ଉପରେ ।

କନକ ବ୍ୟୁରୋ: ମାର୍ଗଶୀର ସରି ପୁଷମାସ ଆରମ୍ଭ ହେଲାଣୀ । କିନ୍ତୁ ବ୍ରହ୍ମପୁର ବଜାରରେ ଏବେ କୌଣସି ପରିବା ୫୦ ଟଙ୍କାରୁ କମ ନୁହଁ । ବଜାରରେ ଫୁଲବୋବି ୫୦ଟଙ୍କାରୁ କମ ନାହିଁ, ବନ୍ଧ ମଦ୍ୟ ଉଚ ଦର ରହିଥିବା ବେଳେ ବିନ ୮୦, କଟିକି ୬୦, ବାଇଗଣ ୫୦ ରୁ ୬୦, ଛୁଇଁ ୧୦୦, ଟମାଟ ୩୦ ରୁ ୪୦, ଫଳକୋବି ୫୦ କ୍ୟପସିକମ ୧୦୦, ଭେଣ୍ଡି ୬୦ ଟଙ୍କା ଦରରେ ବିକ୍ରି ହେଉଛି । ବଜାରକୁ ଆସିଲେ ୫୦୦ ଟଙ୍କାରରେ ମଧ୍ୟ ବ୍ୟାଗ ଫୁଲ ହେଉନାହିଁ ।

ଶୀତ ଦିନରେ ଭଲ ପରିବା ଓ କମ ଦରରେ ମିଳିବା କଥା । କିନ୍ତୁ ବଜାରରେ ପରିବା ରହିଛି ସତ ଦର କମ ନୁହଁ । ବ୍ରହ୍ମପୁର ବଜାରକୁ ପ୍ରତିଦିନ ଟନ ଟନ ପରିବା ଆସୁଛି । କିନ୍ତୁ ବ୍ୟବସାୟୀଙ୍କୁ ମଧ୍ୟ ଉଚା ଦରରେ କିଣିବାକୁ ପଡ଼ିଥାଏ ଯାହାଫଳରେ ସେମାନେ ମଦ୍ୟ ଉଚା ଦରରେ ବିକ୍ରୀ କରୁଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷ ଯୋଗୁଁ ଫସଲ ନଷ୍ଟ ହୋଇଛି । ଯେତିକି ଅମଳ ହେଉଛି ଚାଷୀ ମଧ୍ୟ ଅଧିକ ଦରରେ ବିକ୍ରୀ କରୁଛନ୍ତି ।

The post ଶୀତ ଋତୁରେ ବି କମୁନି ପରିବା ଦର । ବ୍ରହ୍ମପୁରରେ ସବୁ ପରିବା ଦାମ୍ ୫୦ ଉପରେ । first appeared on Kanak News.

from Kanak News
via <a href="https://ifttt.com/?

ମଣ୍ଡିରେ ପଶି ଧାନ ଖାଇଯାଉଛି ହାତୀ । ଚିନ୍ତାରେ ସମ୍ବଲପୁର ଚାଷୀ ।

କନକ ବ୍ୟୁରୋ: ଗୋଟେପଟେ ମଣ୍ଡି ସମସ୍ୟା ଚାଷୀଙ୍କ ନିଦ ହଜାଇଦେଇଥିବା ବେଳେ ଅନ୍ୟପଟେ ବଢିଯାଇଛି ହାତୀଙ୍କ ଦୈାରାତ୍ମ୍ୟ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ ମଣ୍ଡିକୁ ଆସୁ ନାହାଁନ୍ତି ମିଲର । ଫଳରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଧାନ । ବକ୍ସମା ମଣ୍ଡି ଓଡିମିରିମୁଣ୍ଡା ମଣ୍ଡିରେ ପ୍ରାୟ ୩୫ ରୁ ୪୦ ହଜାର ପ୍ୟାକେଟ ଧାନ ପଡିରହିଛି । ହେଲେ ସରକାରୀ ଉଦାସୀନତା ଯୋଗୁଁ ମଣ୍ଡିକୁ ମିଲର ନ ଆସିବା ଯୋଗୁଁ ଉଠିପାରୁନି ଧାନ । ଯାହାର ଭରପୁର ଫାଇଦା ନେଉଛନ୍ତି ଜଙ୍ଗଲୀ ହାତୀ । ମଣ୍ଡିକୁ ଆସି ମନଇଛା ଧାନ ଖାଇବା ସହିତ ଘରଦ୍ୱାର ଭାଙ୍ଗି ଘରୁ ମଧ୍ୟ ଧାନ ଖାଇ ଆସବାବ ପତ୍ର ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲୀଜନ୍ତୁ ଗାଁ ମୁହାଁ ହୋଇଥିବା ବେଳେ ଘର ଭାଙ୍ଗି ନଷ୍ଟ କରୁଛନ୍ତି । ହାତୀ ଯୋଗୁଁ ବିଦ୍ୟୁତ କାଟ କରାଯାଉଥିବା ବି ଅଭିଯୋଗ ହୋଇଛି । ଏ ନେଇ ଉପ ଜିଲ୍ଲାପାଳ କହନ୍ତି ଧାନ ଉଠାଇବାପାଇଁ କୁହାଯାଇଛି ଏବଂ ହାତୀ ଉପଦ୍ରବ ବାବଦରେ ବନବିଭାଗକୁ କହି ସମସ୍ୟାର ସମାଧାନ କରାଯିବ ।

The post ମଣ୍ଡିରେ ପଶି ଧାନ ଖାଇଯାଉଛି ହାତୀ । ଚିନ୍ତାରେ ସମ୍ବଲପୁର ଚାଷୀ । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରୁ କାର୍ଯ୍ୟକାରୀ ଡିଜି! ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନିଲ ବଂଶଲ । ଅରୁଣ ଷଡ଼ଙ୍ଗୀଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।

କନକ ବ୍ୟୁରୋ: ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ପାଇଁ ନାମ ଚୂଡାନ୍ତ ହେବା କଥା । ହେଲେ ଏନେଇ କୌଣସି ବୈଠକ ବସିପାରିନାହିଁ । ବରିଷ୍ଠତା ଦୃଷ୍ଟିରୁ ୟୁପିଏସ୍ସି ଯେଉଁ ତିନି ଜଣ ଅଧିକାରୀଙ୍କ ନାଁ ସୁପାରିସ କରିବା କଥା ତାହା ଏଯାଏଁ ଆସିପାରିନଥିବା କୁହାଯାଉଛି ।

ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ କାର୍ଯ୍ୟକାରୀ ଡିଜିପି ନିଯୁକ୍ତ କରାଯାଇପାରେ । ଅରୁଣ ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତି ଦିଆଯାଇପାରେ । ଏନେଇ ସରକାର ଆଜି ଘୋଷଣା କରିବାର ସମ୍ଭାବନା ରହିଛି ।

The post ନୂଆ ବର୍ଷରୁ କାର୍ଯ୍ୟକାରୀ ଡିଜି! ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନିଲ ବଂଶଲ । ଅରୁଣ ଷଡ଼ଙ୍ଗୀଙ୍କୁ ମିଳିପାରେ ନୂଆ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ । ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: ଆଜି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ଧାନ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଳୁରୁ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ଦେଇ ଚାଲିବ ଓ ଏଥିରେ ଓଡ଼ିଶା ରହିଛି । ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍ ଓ ବ୍ରହ୍ମପୁରରେ ଏହି ଟ୍ରେନ୍ ରହିବ । ଅମୃତ ଭାରତ ଏକ୍ସପ୍ରେସ୍ ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତମାନର ଲଗେଜ ୟାର୍କ, ଏଲ୍ଇଡି ଲାଇଟ୍, ସିସିସିଟି ଭଳି ସୁବିଧା ରହିବ ।

The post ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ । ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

‘ସେଲ୍ଫି’ ଉଠାଉଥିଲେ ନବବିବାହିତା ତରୁଣୀ; ୨୦୦ ଫୁଟ୍‌ ଗଭୀର ଖାଇରେ ପଡ଼ି ଗଲା ଜୀବନ

କନକ ବ୍ୟୁରୋ: ମହାରାଷ୍ଟ୍ରର ପ୍ରବାଳଗଡ଼ ଦୁର୍ଗ ଉପରେ ‘ସେଲ୍‌ଫି’ ଉଠାଇବା ବେୁଳେ ପୁଣେର ଜଣେ ନବବିବାହିତା ୨୪ ବର୍ଷୀୟ ତରୁଣୀ ୨୦୦ ଫୁଟ୍‌ ତଳେ ଥିବା ଖାଇରେ ପଡ଼ି ପ୍ରାଣ ହରାଇଥିବା କଥା ପୁଲିସ କହିଛି। ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଘଟଣାକୁ ପନବେଲ୍‌ ତାଲୁକ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ପଞ୍ଜିକରଣ କରିଛି।

ପ୍ରାପ୍ତ ତଥ୍ୟରେ ଉଲ୍ଲେଖ ଅଛି, ମୃତା ତରୁଣୀ ହେଉଛନ୍ତି ପୁଣେ ଅନ୍ତର୍ଗତ ତତ୍ତବାଡ଼ିବାସିନୀ ଶୁଭାଙ୍ଗୀ ପଟେଲ୍‌। ଶୁଭାଙ୍ଗୀ ଓ ତାଙ୍କର ୨୭ ବର୍ଷିୟ ସଫ୍ଟୱେର ଇଞ୍ଜିନିୟର୍‌ ସ୍ୱାମୀ ବିନାୟକ ପଟେଲଙ୍କର ଡିସେମ୍ବର ୮ ତାରିଖ ଦିନ ବାହାଘର ହୋଇଥିଲା। ପରିବାର ଲୋକେ ଆୟୋଜନ କରି ଦୁହିଁଙ୍କର ବିବାହ କରାଇଥିଲେ।

ବୁଧବାର ଦିନ ସେମାନେ ଲୋନାବଲା ଅଭିମୁଖେ ଯାଇଥିଲେ। ଗୁରୁବାର ସକାଳେ ପର୍ବତାରୋହଣ କରି ଦୁହେଁ ମାଚି ପ୍ରବାଳଗଡ଼ ଦୁର୍ଗକୁ ଦେଖିବାକୁ ଗଲେ। ଅପରାହ୍ଣ ପ୍ରାୟ ୨.୩୦ରେ ଶିବାଙ୍ଗୀ ପର୍ବତ ଖାଇର ଧାରରେ ଠିଆ ହୋଇ ‘ସେଲ୍‌ଫି’ ଉଠାଉଥିଲେ। ହଠାତ୍‌ ତାଙ୍କର ଗୋଡ଼ ଖସିଯିବାରୁ ସେ ସନ୍ତୁଳନ ରକ୍ଷା ନ କରିପାରି ଖାଇରେ ପଡ଼ିଗଲେ ବୋଲି ତାଙ୍କ ସ୍ୱାମୀ ବିନାୟକ କହୁଥିବା କଥା ପନବେଲ୍‌ ତାଲୁକ ଥାନାର ବରିଷ୍ଠ ଇନ୍ସପେକ୍ଟର୍‌ ଅନୀଲ ପାଟିଲ୍‌ କହିଛନ୍ତି।

ଶୁଭାଙ୍ଗୀ ପଡ଼ିଯିବା ପରେ ବିନାୟକ ତୁରନ୍ତ ପନବେଲ୍‌ ତାଲୁକ ଥାନାକୁ ସୂଚନା ଦେଲେ। ଦୁର୍ଗ ଉପରେ ଥିବା କେତେକ ପର୍ବତାରୋହୀ ଓ ସ୍ଥାନୀୟ ‘ଏନ୍‌ଜିଓ’ ‘ନିସର୍ଗ ମିତ୍ର’ର ଉଦ୍ଧାରକାରୀ ଟିମର ସଦସ୍ୟମାନେ ଦଉଡ଼ି ଯୋଗେ ଖାଇ ତଳକୁ ଓହ୍ଲାଇଥିଲେ। ପ୍ରାୟ ୨୦୦ ଫୁଟ୍‌ ତଳେ ସେମାନେ କ୍ଷତବିକ୍ଷତ ହୋଇ ପଡ଼ିଥିବା ଶୁଭାଙ୍ଗୀଙ୍କୁ ଉଦ୍ଧାର କରି ଆଣିଥିଲେ। ତୁରନ୍ତ ତାଙ୍କୁ ପନବେଲ୍‌ ଉପଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ମସ୍ତିଷ୍କରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା କଥା ଡାକ୍ତରମାନେ କହିଲେ। ଶୁଭାଙ୍ଗୀଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କଥା ପୁଲିସ କହିଛି।

The post ‘ସେଲ୍ଫି’ ଉଠାଉଥିଲେ ନବବିବାହିତା ତରୁଣୀ; ୨୦୦ ଫୁଟ୍‌ ଗଭୀର ଖାଇରେ ପଡ଼ି ଗଲା ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଏଚଆର ବିଶ୍ୱାସ ଆରଏମସି କୋଲକାତାକୁ ବଦଳି ।

କନକ ବ୍ୟୁରୋ: ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି ।

ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲ ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ । ଆରବ ସାଗର ଇତିହାସରେ ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟର’ ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଥିପାଇଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇଥିଲା । ଏଥିପାଇଁ ସେ ଗୁଜରାଟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରଶଂସିତ ହୋଇଥିଲେ । ଓଡ଼ିଶା ପରି ବାତ୍ୟା ପ୍ରବଣ ରାଜ୍ୟରେ ତାଙ୍କର ଅଭିଜ୍ଞତା ବଡ଼ ଭୂମିକା ନିର୍ବାହ କରିବ ।

The post ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଏଚଆର ବିଶ୍ୱାସ ଆରଏମସି କୋଲକାତାକୁ ବଦଳି । first appeared on Kanak News.

from Kanak News
via <a href="https://ifttt.com/?

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । କାଲିମେଳା ଏମଭି-୯୬ ପୋଲ ନିକଟରେ ସଡ଼କ ଦୁର୍ଘଟଣା ।

କନକ ବ୍ୟୁରୋ: କାଲିମେଳା ଏମଭି-୯୬ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୨ଜଣ ବ୍ୟକ୍ତି ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି । ପିଣ୍ଡିକୋଣ୍ଡା ଗାଁର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କାଲିମେଳା ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ସେହି ସ୍ଥାନରେ କୁହୁଡ଼ି ଯୋଗୁଁ ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଥିଲା । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

 

The post ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । କାଲିମେଳା ଏମଭି-୯୬ ପୋଲ ନିକଟରେ ସଡ଼କ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଏବେ ଶୁଖିଲା ପଡିଛି ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ ରିଷିଆ ଡ୍ୟାମ୍ । ଆସୁନାହାଁନ୍ତି ପର୍ଯ୍ୟଟକ, କ୍ରିକେଟ ଖେଳୁଛନ୍ତି ପିଲା ।

କନକ ବ୍ୟୁରୋ: ହାଲୁକା ଶୀତକୁ କଅଁଳ ବସନ୍ତର ସ୍ପର୍ଶ, ପର୍ଯ୍ୟଟକଙ୍କ ମନରେ ଅନେକ ଆଶା ଓ ଉଦୀପନା ସୃଷ୍ଟି କରିଛି । ଏହାକୁ ଉପଭୋଗ କରିବାକୁ ପର୍ଯ୍ୟଟନୀ ସ୍ଥଳରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ହେଲେ ଶୀତ ରୁତୁରେ ଶୁଖିଲା ପଡିଛି ରିଷିଆ ବନ୍ଧ । ଯାହା ଦିନେ ଏକର ଏକର ଜମିକୁ ପାଣି ଯୋଗାଉଥିଲା, ତାହା ଏବେ ସ୍ଥାନୀୟ ପିଲାଙ୍କ ପାଇଁ ପାଲଟିଛି ଖେଳପଡିଆ ।

ରିଷିଆ ଡ୍ୟାମ । ପ୍ରକୃତିର ନିବାସ । ପାହାଡ, ପର୍ବତ, ଜଂଗଲ ଭିତରେ ରହିଛି ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟନ ରୁତୁ ଆସିଲେ ଏହି ପର୍ଯ୍ୟଟନସ୍ଥଳୀର ମନୋରମ ଦୃଶ୍ୟ, ପର୍ଯ୍ୟଟକକଙ୍କୁ ତା କୋଳକୁ ଟାଣି ଆଣିଥାଏ । ଜମିଥାଏ ପର୍ଯ୍ୟଟକଙ୍କ ଭିଡ । କିନ୍ତୁ ବର୍ତମାନର ରିଷିଆ ଜଳସେଚନ ପ୍ରକଳ୍ପକୁ ଦେଖନ୍ତୁ । ନୀଳଗିରି ବ୍ଲକ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଭିତରେ ରହିଥିବା ଏହି କ୍ଷୁଦ୍ର ଜଳଭଣ୍ଡାର ଏବେ ଧିରେ ଧିରେ ଶୁଖିବାକୁ ଲାଗିଲାଣି । ଏପରିକି ଟାଙ୍ଗଡା ନଦୀ ଉପରେ ନିର୍ମାଣ ହୋଇଥିବା ୪ ହଜାର ୩ଶହ ଫୁଟ ଲମ୍ବା ବିଶିଷ୍ଠ ଏହି ପ୍ରକଳ୍ପ ଏବେ ଶୁଖିଲା ସମତଳ ଭୂମି ହେବାକୁ ବସିଲାଣି । ଆଉ ପାଣି ନଥିବାରୁ ସ୍ଥାନୀୟ ପିିଲାମାନେ ଏହାକୁ କ୍ରିକେଟ ପଡିଆ ଭାବରେ ବ୍ୟବହାର କରୁଛନ୍ତି । ଡ୍ୟାମର ପାଣି କମି ଯାଇଥିବାରୁ, କୂଳଡିହା ଅଭୟାରଣ୍ୟରେ ମଧ୍ୟ ବୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହାଫଳରେ ପର୍ଯ୍ୟଟକମାନେ ଏବେ ଏଠାକୁ ଆସିବାକୁ ନାକ ଟେକିଲେଣି । କେବଳ ପର୍ଯ୍ୟଟକ ନୁହଁନ୍ତି, ପ୍ରତିବର୍ଷ ଆସୁଥିବା ବିଦେଶାଗତ ପକ୍ଷୀଙ୍କର ବି ଦେଖା ଦର୍ଶନ ନାହିଁ ।

ରିଷିଆ ଡ୍ୟାମର ପାଣିକୁ ମୁଖ୍ୟତଃ ଭାବରେ ଜଳସେଚନ ପାଇଁ ବ୍ୟବହାର କରାଯାଇଥାଏ । ଡ୍ୟାମ ପାଖରେ ଥିବା ତିନୋଟି ପଂଚାୟତର ପ୍ରାୟ ୧୦ ହଜାର ଚାଷୀ ଜଳସେଚନ ପାଇଁ ଏହି ଡ୍ୟାମ ଉପରେ ନିର୍ଭର କରିଥାନ୍ତି । ହେଲେ, ଡ୍ୟାମର ଜଳସ୍ତର ଏବେଠାରୁ କମିବାକୁ ନେଇ ରବି ଫସଲ ସମୟରେ ଜମିକୁ କେମିତି ଜଳସେଚନ ହେବ, ସେନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀ । ମତ୍ସ୍ୟଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଜେଇ କହିଛନ୍ତି ଚାଷ କାର୍ଯ୍ୟ ପାଇଁ ପାଣି ଛଡା ଯିବାରୁ ଜଳସ୍ତର କମିଛି ।

The post ଏବେ ଶୁଖିଲା ପଡିଛି ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ ରିଷିଆ ଡ୍ୟାମ୍ । ଆସୁନାହାଁନ୍ତି ପର୍ଯ୍ୟଟକ, କ୍ରିକେଟ ଖେଳୁଛନ୍ତି ପିଲା । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷ ୨୦୨୪ ପାଳିବ ନାହିଁ ପାକିସ୍ତାନ । ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ ଅନୱାର୍ଲ ହକ୍ କକରଙ୍କ ଅପିଲ ।

କନକ ବ୍ୟୁରୋ: ପାକିସ୍ତାନ ପାଳିବ ନାହିଁ ନୂଆ ବର୍ଷ ୨୦୨୪ । ଆର୍ଥିକ ସଙ୍କଟରେ ପଡିଥିବା ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ କାମଚଳା ପ୍ରଧାନମନ୍ତ୍ରୀ ଅନୱାର୍ଲ ହକ୍ କକର କହିଛନ୍ତି । ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପାକିସ୍ତାନରେ ନୂଆବର୍ଷ ପାଈଁ କୌଣସି ପ୍ରକାରର କାର୍ଯ୍ୟକ୍ରମକୁ ବ୍ୟାନ୍ କରାଯାଇଛି ।

ଏକ ଭିଡିଓ ମେସେଜରେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ କହିଛନ୍ତି. ପାଲେଷ୍ଟାଇନ ଉପରେ ହୋଇଥିବା ଆକ୍ରମଣ ମୁସଲିମ ଭାଇଚାରାକୁ ଦୁଃଖ ପହଞ୍ଚାଇଛି । ଗାଜାରେ ନିରୀହ ଶିଶୁଙ୍କ ଗଣହତ୍ୟା କରାଯାଉଛି । ୯ ହଜାର ନିରୀହ ଶିଶୁଙ୍କ ସମେତ ୨୧ ହଜାରରୁ ଅଧିକ ପାଲେଷ୍ଟାଇନଙ୍କୁ ହତ୍ୟା କରାଯାଇଛି । ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀପୂର୍ବକ ନୂଆ ବର୍ଷ ଉସବ ପାଳନ ନକରିବାକୁ କହିଛନ୍ତି ଅନୱାର୍ଲ ହକ୍ କକର । କିନ୍ତୁ ପାକିସ୍ତାନରେ ଆର୍ଥିକ ସ୍ଥିତି ଜଟିଳ ଥିବାରୁ ନୂଆବର୍ଷ ପାଳନ ଉତ୍ସବରେ ଅନାବଶ୍ୟକ ଖର୍ଚ୍ଚ ବଂଚାଇବାକୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି ।

The post ନୂଆ ବର୍ଷ ୨୦୨୪ ପାଳିବ ନାହିଁ ପାକିସ୍ତାନ । ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ ଅନୱାର୍ଲ ହକ୍ କକରଙ୍କ ଅପିଲ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started