୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ରାଜ୍ୟ ବିଜେପି । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ୩ ଦିନିଆ ବୈଠକ ।

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ଓଡ଼ିଶା ବିଜେପି । ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ପହଂଚିଛନ୍ତି । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାରେ ଅଛନ୍ତି । ଗତକାଲି ବିଜେପିର ସମନ୍ୱୟ ବେଠକ ବସିଥିଲା । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବୈଠକ ହେବ ।

ସେହିପରି ରବିବାର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହେଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବ ଭାରତୀୟ ଜନତା ପାର୍ଟି । ତେବେ କିପରି ୫୦ ପ୍ରତିଶତ ଭୋଟ ପ୍ରତି ବ୍ଲକରୁ ଆସିବ ତାକୁ ନେଇ ମାନସ ମନ୍ଥନ କରିବ ଦଳ । ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ବିଜେପିି ସମାନ ଫର୍ମୁଲା ଆପଣାଇବ ବୋଲି କୁହାଯାଉଛି । ଜାନୁଆରୀରେ ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି । ତେବେ ଆଗୁଆ ପ୍ରାର୍ଥୀ ଘୋଷଣା ସମ୍ଭବନା ଥିବା କହି ଚର୍ଚ୍ଚର୍ାକୁ ଖୋରାକ ଯୋଗାଇଛନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

The post ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ରାଜ୍ୟ ବିଜେପି । ଆଜି ପଦାଧିକାରୀ , ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ୩ ଦିନିଆ ବୈଠକ । first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।

କନକ ବ୍ୟୁରୋ: ନୂଆ ବର୍ଷରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିଥାନ୍ତା । ନୂଆ ମୁଖ୍ୟ ଶାସନ ସଚିବ ନେଇ ପାୱାର କରିଡରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା, ଏବେ ତାର ଅବସାନ ଘଟାଇ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି । ଜୁନ ୩୦ ପର୍ଯ୍ୟନ୍ତସେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ । ଅର୍ଥାତ ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।

ଅନ୍ୟପଟେ ପୁଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ମଧ୍ୟ ଡିସେମ୍ବର ୩୧ରେ ଶେଷ ହେବ । ନୂଆବର୍ଷରେ ନୂଆ ଡିଜିପି ଦାୟିତ୍ୱ ନେବେ ନା’ ପ୍ରଦୀପ ଜେନାଙ୍କ ଭଳି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ବଢ଼ାଇବେ ସରକାର, ତାକୁ ନେଇ ଜାରି ରହିଛି ସସପେନ୍ସ ।

The post ବଢ଼ିଲା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା । first appeared on Kanak News.

from Kanak News
via <a href="https://ifttt.com/?

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡଲାଇନ୍ । ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତି ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ଚିଠି ପରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖି ସର୍ଭିଲାନ୍ସ, ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବେଡ୍, ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଜିଟିଭ୍ ଚିହ୍ନଟ ହେଲେ, ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ ସ୍ୱାସ୍ଥ୍ୟ ଅଧିକାରୀ । ଆଉ ହସ୍ପିଟାଲ ଗୁଡ଼ିକରେ ଟେଷ୍ଟ କିଟ୍, ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବାକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି । ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି କରୋନା ନିୟମ ମାନିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେପଟେ ଓଡ଼ିଶାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ରେ ପହଁଚିଛି । ସେହିପରି ଦେଶରେ ଗୋଟିଏ ଦିନରେ ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୫୭ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟ ୱାନ’ରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଗତ ୨୪ ଘଂଟାରେ ୫ଜଣ ମୃତ୍ୟୁ ହୋଇଛି ।

The post କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡଲାଇନ୍ । ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତି ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ ।

କନକ ବ୍ୟୁରୋ: ଆଜି ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଯୋଧ୍ୟାର ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ଅଯୋଧ୍ୟାର ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଅଯୋଧ୍ୟା ପାଇଁ ମୋଟ ୧୫ହଜାର ୭୦୦ କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ମୋଦୀ ବିଶାଳ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ରହିଛି ।

ଆଜି ସକାଳ ୧୧ ଟା ୧୫ ମିନିଟରେ ଏସବୁ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ଅଯୋଧ୍ୟାରେ ପହଂଚିବେ ବୋଲି ସୂଚନା ରହିଛି । ସେଠାରେ ରୋଡ ସୋ’ ସହ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ ମଧ୍ୟ କରାଯାଇଛି ।

The post ଆଜି ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ ସହ ୧୫ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼: କ୍ୟାମେରାରେ ଚପଲ ଫିଙ୍ଗା ଦୃଶ୍ୟ କଏଦ

କନକ ବ୍ୟୁରୋ: ଦକ୍ଷିଣଭାରତ ସିନେ ଜଗତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରେ ଚପଲ ମାଡ । ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇାରାଲ ହେଉଛି ଯେଉଁଥିରେ ବିଜୟଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଚପଲ ଫୋପାଡୁଥିବା ଘଟଣା ମୋବାଇଲ କ୍ୟାମେରାରେ କଏଦ ହୋଇଛି ।ତେବେ ବିଜୟଙ୍କ ଉପରେ ସିଧାସଳଖ ଚପଲ ନପଡି ନିକଟରେ ପଡିଥିଲା ।ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗିଦେଇଥିଲେ । ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ ହୋଇଛି । କଏ କରିଛି ଏନେଇ କୌଣସ ସୁୁନା ମିଳିନି । ତାମିଲଷ୍ଟାର ବିଜୟକାନ୍ତଙ୍କ ଅନ୍ତିମ ଦର୍ଶନ ପାଇଁ ପହଁଚିଥିଲେ ଥାଲାପତି ବିଜୟ ।

The post ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼: କ୍ୟାମେରାରେ ଚପଲ ଫିଙ୍ଗା ଦୃଶ୍ୟ କଏଦ first appeared on Kanak News.

from Kanak News
via <a href="https://ifttt.com/?

ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ଆଇସିସି । ୧୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ୨ପଏଂଟ କଟାଯାଇଛି । ନିର୍ଧାରିତ ସମୟ ମଧ୍ୟରେ ଧୀମା ବୋଲିଂ ଯୋଗୁ ଟିମ୍ ଭାରତୀୟ କ୍ରିକେଟ ଟିମ୍ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍ନ୍ତଜାତୀୟ କ୍ରିକେଟ ବୋର୍ଡ । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲର ମାନେ ଦୁଇ ଓଭର କମ ବୋଲିଂ କରିଥିବା ଅଭିଯୋଗ ହୋଇଛି । ଆଇସିସି ନିୟମ ମୁତାବକ ନିର୍ଧାରିତ ସମୟ ମଧ୍ୟରେ ଯଦି ଗୋଟିଏ ଦଳ କମ ଓଭର ବୋଲିଂ କରେ ତେବେ ଏହାକୁ ସ୍ଲୋ ଓଭର ଅପରାଧ ଭାବେ ଧରାଯିବା ସହିତ ଓଭର ପିଛା ଖେଳାଳିଙ୍କ ମ୍ୟାଚ ଫି କଟାଯାଇଥାଏ ।

The post ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ଡବଲ ଝଟକା: ଧିମା ବୋଲିଂ ପାଇଁ ୧୦% କଟିଲା ମ୍ୟାଚ ଫି’ first appeared on Kanak News.

from Kanak News
via <a href="https://ifttt.com/?

ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ

କନକ ବ୍ୟୁରୋ: ୪ବର୍ଷ ପରେ ଏକ ପରିିତ୍ୟକ୍ତ ଘରୁ ମିଳିଲା ୫ଜଣ ବ୍ୟକ୍ତିଙ୍କ କଙ୍କାଳ । ପ୍ରାୟ ୪ବର୍ଷ ହେବ ପରିବାରର ସଦସ୍ୟଙ୍କ କୌଣସି ଖୋଜ ଖବର ନଥିଲା ହେଲେ ଏବେ ସେମାନଙ୍କ କଙ୍କାଳ ଜବତ ହୋଇଛି । ଏହି ଲୋମଟାଙ୍କୁରା ଖବର ଆସିଛି କର୍ଣ୍ଣାଟକ ଚିତ୍ରଦୁର୍ଗା ଅଂଚଳର । ମୃତକଙ୍କ ମଧ୍ୟରେ ବୃଦ୍ଧ ଦମ୍ପତି,ପୁଅ, ଝିଅ ଓ ନାତି ଥିବା ଜଣାପଡିଛି । ୨୦୧୯ ମସିହା ଜୁଲାଇ ମାସରେ ପଡୋଶୀମାନେ ଶେଷଥର ପାଇଁ ପରିବାକୁ ଦେଖିଥିଲେ । ତେବେ ସ୍ଥାନୀୟ ଳୋକଙ୍କ ସହନ୍ଦ ହେବା ପରେ ପୁଲିସକୁ ଖବର ଦେଇଥିଲ । ପୁଲିସ ଟିମ ପହଁଚି ତଦନ୍ତ କରୁଥିବା ସମୟରେ ଘର ଭିତରୁ କଙ୍କାଳ ଜବତ କରିଛି । ଏକ କୋଠରୀରେ ୨ଜଣଙ୍କ କଙ୍କାଳ ପଡି ରହିଥିବବେଳେ ଚଟାଣରେ ଆଉ ୩ଜଣଙ୍କ କଙ୍କାଳ ମିଳିଛି । ସେମାନଙ୍କ ମୃତ୍ୟୁ କେମିତି ହେଲା? ଏହା ହତ୍ୟା ନା ଆତ୍ମହତ୍ୟା ତା ସ୍ପଷ୍ଟ ହୋଇନି । ରହସ୍ୟ ଉପରୁ ପରଦା ଉଠାଇବ ଫୋରେନସିକ ରିପୋର୍ଟ ।

The post ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର, ସୁରକ୍ଷା ବ୍ୟବସ୍ଥା କଡ଼ାକଡି 

କନକ ବ୍ୟୁରୋ: ଆଉ କିଛି ଦିନରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ଏହା ଭିତରେ ବଡ ଖବର ସାମ୍ନାକୁ ଆସୁଛି ।   ଅଯୋଧ୍ୟାର ୭୦ ଏକରବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ । ଗର୍ଭଗୃହରେ ବିରାଜମାନ କରିବେ ଭଗବାନ ରାମଲାଲା । ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳକ ରୂପ ହୋଇଥିବାରୁ ମୁଖ୍ୟମନ୍ଦିର ଗର୍ଭଗୃହରେ ମାଆ ସୀତାଙ୍କର କୌଣସି ପ୍ରତିମୂର୍ତି ସ୍ଥାପନ କରାଯିବ ନାହିଁ । ଏନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଗର୍ଭଗୃହରେ ରହିବେନି ମା’ ସୀତା

– ମୁଖ୍ୟ ମନ୍ଦିର ଗର୍ଭଗୃହରେ ସ୍ଥାନ ପାଇବନି ମା’ ସୀତାଙ୍କ ପ୍ରତିମୂର୍ତ୍ତୀ

– ଗର୍ଭଗୃହରେ ରହିବ ୫ ବର୍ଷର ବାଳ ରୂପରେ ରାମଲଲାଙ୍କ ପ୍ରତିମା

– ମୁଖ୍ୟ ମନ୍ଦିର ୩୬୦ ଫୁଟ ଲମ୍ବା ଏବଂ ୨୩୫ ଫୁଟ୍ ଓସାର

– ମନ୍ଦିରର ଶିଖର ୧୬୧ ଫୁଟ ଉଚ୍ଚ

– ରାମଲଲାଙ୍କ ମନ୍ଦିରେ ରହିବ ୩୨ଟି ପାହାଚ

– ମୁଖ୍ୟ ମନ୍ଦିରରେ ସ୍ଥାପିତ ହେବ ବିବାହ ପୂର୍ବର ରାମଲଲାଙ୍କ ପ୍ରତିମା

– ମୁଖ୍ୟ ମନ୍ଦିର ବ୍ୟତୀତ ୭ଟି ଅନ୍ୟ ମନ୍ଦିର ରହିବ

– ୭୦ ଏକର ବିଶିଷ୍ଟ ଅଯୋଧ୍ୟା ଶ୍ରୀରାମ ମନ୍ଦିର

ସେପଟେ ଅଯୋଧ୍ୟାରେ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କେଉର୍ ମୂତି ପୂଜା ପାଇବେ ଏନେଇ ଶୁକ୍ରବାର ମତଦାନ ହେବ । ୨୨ ତାରିଖ ପ୍ରାଣପ୍ରତିଷ୍ଠା ଥିବାରୁ ମୂର୍ତି ଚୟନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସହ ମତଦାନ କରାଯାଉଛି । ଅଯୋଧ୍ୟାରେ ଏନେଇ ଶ୍ରରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ବୈଠକ କରାଯାଇି ମତଦାନ କରାଯିବ । ବାଳୁତ ରାମଙ୍କ ୫୧ ଇଂଚ ଉଚ୍ଚତାର ୩ଟି ମୂର୍ତି ନିର୍ମାଣ କରାଯାଇଛି ।

ଶନିବାର ଅଯୋଧ୍ୟା ପାଇଁ ବେଶ ଖାସ ଦିନ ହେବାକୁ ଯାଉଛି । ନବନିର୍ମତ ଅର୍ନ୍ତଜାତୀୟ ବିମାନବନ୍ଦର ସହ ପୁର୍ନନିର୍ମାଣ କରାଯାଇଥିବା ବିଶାଳ ରେଳଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରକୁ ବିଭିନ୍ନ ଫୁଲରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଅଯୋଧ୍ୟାର ପହଁଛି ସ୍ଥିତି ସମୀକ୍ଷା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶନିବାର ଅଯୋଧ୍ୟା ପାଇଁ ୧୫ହଜାର କୋଟିର ବିଭିନ୍ନ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ସେପଟେ ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ  ନେଇ ଏବେ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି । ବିଶ୍ୱବ୍ୟାପୀ ରାମଭକ୍ତ ରାମ ମନ୍ଦିରର ଉଦ୍ଘାଟନ ନେଇ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହି କ୍ରମରେ ଉଦ୍ଘାଟନ ଉତ୍ସବକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

The post ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଆଯୋଧ୍ୟା ନଗରୀ: ଶନିବାର ମୋଦୀଙ୍କ ଗସ୍ତ ପାଇଁ ସଜେଇ ହେଉଛି ସହର, ସୁରକ୍ଷା ବ୍ୟବସ୍ଥା କଡ଼ାକଡି  first appeared on Kanak News.

from Kanak News
via <a href="https://ifttt.com/?

ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ

କନକ ବ୍ୟୁରୋ: ଇଣ୍ଡିଆ ମେଂଟରେ ହେବ ଆସନ ଭାଗବଂଟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜାନୁଆରି ପ୍ରଥମ ସପ୍ତାହରେ ସମସ୍ତ ସହଯୋଗୀ ଦଳ ସହିତ କଂଗ୍ରେସ ବୈଠକ କରିବ । ମେଂଟର ଏକମାତ୍ର ଲକ୍ଷ୍ୟ କିଭଳି ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରାଯିବ । ତେବେ ଆସନ ଭାଗବଂଟାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଦାବି ରଖିଛନ୍ତି । ଟିଏମସି ନିଜର ଆଭମିୁଖ୍ୟ ସ୍ପଷ୍ଟ କରିଛି । ପଶ୍ଚିମବଙ୍ଗରେ ଏକାକୀ ଳଢିବେ ଦିଦି । ଟିଏମସି କଂଗ୍ରେସ ବା ବାମପନ୍ଥି ସହ ମେଂଟ କରିବ ନାହିଁ । ସେପଟେ ମହାରାଷ୍ଟ୍ର ଉଦ୍ଧବ ଗୋଷ୍ଠୀ ୨୩ ଆସନ ପାଇଁ ଦାବି କରିଛି । ଏହି ଦାବିକୁ ଗ୍ରହଣ କରିନି କଂଗ୍ରେସ । ତେବେ ଆସନ ଭାଗବଂଟା ଉପରେ ସମସ୍ତଙ୍କ ନଜର ରହିଛି ।

The post ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ ହଲଚଲ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ନୀତୀଶ କୁମାରଙ୍କୁ ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିହାର ରାଜନୀତିର ଏହି ବଡ ପରିବର୍ତନ ଉପରେ ବିଜେପି ପ୍ରତିକ୍ରିୟା ରଖିଛି । ଦଳ କହିଛି ଲାଲୁଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ନୀତୀଶ ଓ ଆଗକୁ ବିହାର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ ଯାଦବ ।

ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ଆଂଚଳିକ ଦଳ ଜେଡିୟୁରେ ହଠାତ ଏକ ବଡ ପରିବର୍ତନ ଏଣିକି ଜାତୀୟ ରାଜନୀତିର ପ୍ରମୁଖ ଖବର ପାଲଟିଛି । ସବୁ ଚର୍ଚ୍ଚାରରେ ବିରାମ ଲଗାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂ ଇସ୍ତଫା ଦେଇଛନ୍ତି । ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ସବୁ କିଛି ଠିକ ଚାଲିଥିବାବେଳେ ଶୁକ୍ରବାର ଲଲନ ସିଂ ଅଧ୍ୟକ୍ଷ ପଦ ଛାଡିଛନ୍ତି । ଦିଲ୍ଲୀରେ ବସିଥିବା ଜେଡିୟୁ କାର୍ଯ୍ୟକାରିଣୀ ବୈଠକରେ ସେ ଇସ୍ତଫା ଦେଇଛନ୍ତି । ସେପଟେ ଦଳର ନୂଆ ଅଧ୍ୟକ୍ଷ ହୋଇଛନ୍ତି ନୀତୀଶ କୁମାର । ସେପଟେ ଦାୟିତ୍ୱ ଛାଡିବା ପରେ ଲଲନ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲଲନ ସିଂ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ତୃଣମୁଳସ୍ତରରେ କାମ କରିବା ପାଇଁ ପଦ ଛାଡିଛନ୍ତି ।

ନୀତୀଶ ଓ ଲଲନଙ୍କ ମଧ୍ୟରେ ଦୀର୍ଘଦିନ ମତପାର୍ଥକ୍ୟ ପଛରେ ଆରଜେଡିର ଭୂମିକା ରହିଥିବା କୁହଯାଉଛି । ଜେଡିୟୁ ପାଇଁ କମ ଓ ଆରଜେଡି ପାଇଁ ଲଲନଙ୍କ ଅଧିକ ଦୁର୍ବଳତା ରହିଥିଲା । ଏପରିକି ଜେଡିୟୁ ବାରମ୍ବାର ବିରୋଧ ଓ ଅସନ୍ତୋଷ କରିବା ପରେ ଅନ୍ତକନ୍ଦଳ ଦେଖାଦେଲା ଓ ଶେଷରେ ଲଲନ ସିଂ ଅଧ୍ୟକ୍ଷ ପଦ ଛାଡିଛନ୍ତି । ସେପଟେ ବିଜେପି କହିଛି ଲାଲୁଙ୍କ ଚକ୍ରବ୍ୟୁହରେ ନୀତୀଶ ଫସିଛନ୍ତି । ଖୁବ ଶିଘ୍ର ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବ ଓ ଆଗାମୀ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହେବେ ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ସମସ୍ତ ଦଳ ପ୍ରସ୍ୁତିରେ ଲାଗିପଡିଛନ୍ତି । ଏହା ଭିତରେ ଜେଡିୟୁ ନେତୃତ୍ୱରେ ବଡ ପରିବର୍ତନ ହୋଇଛି । ନିର୍ବାଚନ ପୂର୍ବରୁ ଦଳ ମଙ୍ଗୁଳଆଳ ପରିବର୍ତନ ଗୋଟିଏ କଥା ସ୍ପଷ୍ଟ କରୁଛି ନୀତୀଶଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନରେ ମୈଇଦାକୁ ଓହ୍ଲାଇବ ଜେଡିୟୁ ।

The post ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started