ମା’ ସହିତ ପୁରୀ ଆସିଥିଲା କୁନିପୁଅ । ବଡଦାଣ୍ଡରେ କାମୁଡିଲା କୁକୁର, ପିଲା ଗୁରୁତର

କନକ ବ୍ୟୁରୋ :ମା’ଟିଏ, କୁନି ପୁଅଟିକୁ ଧରି ଧାଇଁ ଆସିଥିଲା ପୁରୀ । ଠାକୁର ଦର୍ଶନ କରିବ, ପୁଅ ଓ ପରିବାର ପାଇଁ ଆର୍ଶୀବାଦ କାମନା କରିବ । ହେଲେ, ଭାଗ୍ୟରେ କ’ଣ ଥିଲା କେଜାଣି, ଠାକୁରଙ୍କ ଦର୍ଶନ ପାଇବା ପୂର୍ବରୁ ଘଟିଗଲା ଅଘଟଣ । ୨-୩ ବର୍ଷର ପିଲାଟିି, ଶ୍ରୀକ୍ଷେତ୍ରରେ ପାଦ ଦେଉ ଦେଉ ଉଲ୍ଲାସିତ ହୋଇ ଯାଇଥିଲା । ଖୁସିରେ ମା’ କୋଳରୁ ଓହ୍ଲାଇ ଆସି ବଡ଼ଦାଣ୍ଡରେ ଧାଇଁ ଗଲା ବେଳେ, କେଉଁଠି ଥିଲା ବୁଲା କୁକୁରଟି ଅଚନାକ୍୍ ଧାଇଁ ଆସି କାମୁଡ଼ି ଦେଲା । କେତେ ଜୋରରେ ଯନ୍ତ୍ରଣା ହୋଇଥିବ ଭାବନ୍ତୁ, କାନ୍ଦିକାନ୍ଦି ବେଦମ୍ ହୋଇଗଲା କୁନି ପିଲାଟି ।

ଖୋର୍ଦ୍ଧା ବାଲୁଗାଁ ଅଂଚଳରୁ କେତେ ଖୁସିରେ ଆସିଥିଲେ । ହେଲେ ପୁଅକୁ ବୁଲା କୁକୁର କାମୁଡ଼ି ଦେବା ପରେ ତୁରନ୍ତ ପିଲାଟିର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଚିକିତ୍ସା ହେବା ପରେ ଯନ୍ତ୍ରଣା ହୁଏତ ଟିକେ କମିଥିଲା । ଫଳରେ ପିଲାଟି ଶୋଇପଡ଼ିଥିଲା । ପୁଅର ଏହି ଦୁଃଖ ଦେଖି, ପରିବାର ଲୋକ, ଠାକୁର ଆଉ କ’ଣ ଦର୍ଶନ କରିଥାନ୍ତେ, ବଡ଼ଦାଣ୍ଡରୁ ମୁଣ୍ଡିଆ ମାରି ଘରକୁ ଫେରିଯାଇଥିଲେ  ।

ଚଳିତମାସ ଏକ ଦୃଷ୍ଟାନ୍ତମୂଳକ ରାୟ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ସେଇ ପୁରୀ ସହରରେ ଜଣେ ଶିଶୁକୁ ବୁଲା କୁକୁର କାମୁଡ଼ି ଦେବା କାରଣରୁ, ପୌର ପ୍ରଶାସନକୁ ୧୦ ଲକ୍ଷ ଟଙ୍କାର ଜୋରିମାନା କରିିଥିଲେ ।

୨୦୧୬ ଡିସେମ୍ବର ୧ ତାରିଖରେ ପୁରୀ ଜଗନ୍ନାଥ କଲୋନୀରେ ଚାରି ବର୍ଷର ଶିଶୁ ସତ୍ୟବାନ ରାଉତ ଖେଳୁଥିବା ବେଳେ କୁକୁର ଝାମ୍ପି ନେଇ ଝୁଣି ଖାଇଦେଇଥିଲା । ବହୁ ଖୋଜାଖୋଜି ପରେ ଘରଠାରୁ ୩୦ ମିଟର ଦୂରରେ ରକ୍ତାତ ଅବସ୍ଥାରେ ପଡିଥିଲା ସତ୍ୟବାନ । କୁକୁର କାମୁଡ଼ାରେ ଶିଶୁଟିର ମୁଣ୍ଡ, ହାତ, ବେକ, ଗୋଡ଼ କ୍ଷତାକ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲା ସତ୍ୟବାନ । ନ୍ୟାୟ ପାଇଁ ପୌରସଂସ୍ଥା, ଜିଲ୍ଲା ପ୍ରଶାସନ ଓ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ ।

The post ମା’ ସହିତ ପୁରୀ ଆସିଥିଲା କୁନିପୁଅ । ବଡଦାଣ୍ଡରେ କାମୁଡିଲା କୁକୁର, ପିଲା ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ 

କନକ ବ୍ୟୁରୋ: ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ  ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁୁରୁବାର ୭୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ୮ଶହ ପାଖରେ ପହଁଚିଛି ଦୈନିକ ସଂକ୍ରମଣ । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୫୭ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟ ୱାନ’ରେ  ସଂକ୍ରମିତ ହୋଇଥିବା ସୂଚନା ରହିଛି । ୫ଜଣ ମୃତକଙ୍କ ମଧ୍ୟରେ ଦୁଇଜଣ କେରଳର । ମହାରାଷ୍ଟ୍ର, ପୁଡୁଚେରୀ ଓ ତାମିଲନାଡୁରୁ ଜଣେ ଲେଖାଏଁ ରହିଛନ୍ତି । ପ୍ରତିଥର ପରି ଏଥରକ ମଧ୍ୟ ସବଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତିି । ପରେ ଗୁଜରାଟ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ,ତାମିଲନାଡୁ, ତେଲେଙ୍ଗାନା ଓ ଦିଲ୍ଲୀ ରହିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଛି ।

ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପରେ ଲୋକଙ୍କ ସଚେତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି–ଓମିକ୍ରନ ସବଭ୍ୟାରିଆଂଟ ‘ଜେଏନ ଡଟ ୱାନ’ ଭୂତାଣୁ ଦ୍ରୁତ ଗତିରେ ମାଡୁଛି । ବୟସ୍କ ଓ ବହୁବ୍ୟାଧି ରୋଗୀ ସତର୍କ ରହିବା ଆବଶ୍ୟକ । ଏମ୍ସର ପରାମର୍ଶ ଲକ୍ଷଣ ପ୍ରକାଶ ପାଇଲେ ଅବହେଳା କରନ୍ତୁନି । ଦରକାର ପଡିଲେ କରୋନା ପରିକ୍ଷା କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରୁନ୍ତୁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଦୁନିଆରେ କୋଭିଡ-୧୯ ଅନେକ ପ୍ରଜାତି ଓ ଉପପ୍ରଜାତି ରହିଛି । ସଂକ୍ରମିତଙ୍କ ନିକଟରେ ପ୍ରାୟ ସମାନ ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ କିଛି କ୍ଷେତ୍ରରେ ଭିନ୍ନ ରହୁଛି । ବ୍ୟକ୍ତିର ରୋଗପ୍ରତିରୋଧକ ଶକ୍ତି ଅନୁସାରେ ଲକ୍ଷଣରେ ଭିନ୍ନତା ରହୁଛି ।  ଏଥିସହ ଅଧିକାଂଶ ଲୋକ କରୋନା ଭ୍ୟାକସିନ ଓ ବୁଷ୍ଟର ଡୋଜ ନେଇସାରିଥିବାରୁ ସେମାନଙ୍କ ନିକଟରେ ଭିନ୍ନ ଭିନ୍ନ ଲକ୍ଷଣ ମଧ୍ୟ ଦେଖାଯାଇପାରେ । ତେବେ କରୋନା ଭ୍ୟାକ୍ସିନ ‘ଜେଏନ ଡଟ ୱାନ’ ଉପରେ ପ୍ରଭାବଶାଳୀ ରହିବ ଓ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ନକରିପାରେ । ଭୟଭୀତ ନହେବାକୁ ଗୋଟେ ପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଉଛନ୍ତି ସତ କିନ୍ତୁ ଲଗାତାର ମୃତ୍ୟୁ ଓ ସଂକ୍ରମଣ ବୃଦ୍ଧି ପୁଣି କରୋନା ମହାମାରୀର ସେହି ଡର ବଢ଼ିବାରେ ଲାଗିଛି ।

The post କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ  first appeared on Kanak News.

from Kanak News
via <a href="https://ifttt.com/?

କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । ଆପତି ଉଠାଇଲେ ଅଂଜନା ମିଶ୍ର, ପଠାଇଲେ ଲିଗାଲ୍ ନୋଟିସ୍

କନକ ବ୍ୟୁରୋ : ବାରଙ୍ଗ ୧୯୯୯… ଏ ହେଉଛି ବହୁ ଚର୍ଚ୍ଚିତ ୱେବ୍ ସିରିଜ ବାରଙ୍ଗ ୧୯୯୯ର ଟ୍ରେଲର । ଅଞ୍ଜନା ମିଶ୍ରଙ୍କ ବିରୋଧ ସତ୍ୱେ ଓଟିଟି ପ୍ଲାଟଫର୍ମ କଂଚାଲଙ୍କାରେ ରିଲିଜ ହୋଇସାରିଛି ବାରଙ୍ଗ ୧୯୯୯ । ହେଲେ ଏହାକୁ ରିଲିଜ କରାଇନଦେବା ପାଇଁ ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟିସ ପଠାଇଛନ୍ତି ଅଞ୍ଜନା ମିଶ୍ର । ୱେବ ସିରିଜରେ ତାଙ୍କ ଜୀବନ କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିଲେ ମଧ୍ୟ, ଏଥିପାଇଁ ତାଙ୍କଠାରୁ ଅନୁମତି ନିଆଯାଇନଥିବା କହିଛନ୍ତି ଅଞ୍ଜନା । କନକ ନ୍ୟୁଜ୍କୁ ଏନେଇ ପ୍ରତିକ୍ରିୟା ଦେଇ ଅଞ୍ଜନା କହିଛନ୍ତି, ଓଟିଟି ସଂସ୍ଥାକୁ ଲିଗାଲ ନୋଟ୍ିସ୍ ମାଧ୍ୟମରେ ୭୨ ଘଂଟାର ସମୟ ଦିଆଯାଇଛି । ଏହି ଅବଧୀ ଭିତରେ ଫିଲ୍ମକୁ ଉଠାଇ ନିଆନଗଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ଲିଗାଲ ନୋଟିସ ପାଇଥିବା ସ୍ୱୀକାର କରିଛନ୍ତି ଓଟିଟି ପ୍ଲାଟଫର୍ମ କଂଚାଲଙ୍କାର ଚେୟାରମ୍ୟାନ ଅକ୍ଷୟ ପରିଜା । ତେବେ ସଫେଇ ରଖି କହିଛନ୍ତି, ୱେବ ସିରିଜରେ କାହାରି ଚରିତ୍ରକୁ ଅସମ୍ମାନ କରାଯାଇ ନାହିଁ । ସତ କାହାଣୀରୁ ପ୍ରେରିତ ହୋଇ କେବଳ ମନୋରଞ୍ଜନ ପାଇଁ ଏହାର ନିର୍ମାଣ କରାଯାଇଛି । ସେ ସମସୟର ରାଜନୈତିକ ସ୍ଥିତି, ପୋଲିସ ଓ ନ୍ୟାୟ ବ୍ୟବସ୍ଥାକୁ ଏଥିରେ ଚିତ୍ରଣ କରାଯାଇଛି । ଅଞ୍ଜନା ମିଶ୍ର ନିଜେ ୱେବ ସିରିଜଟିକୁ ଦେଖିବା ପରେ ଏ ସଂପର୍କରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ଅକ୍ଷୟ ପରିଜା ।

୧୯୯୯ ଜନୁଆରୀ ୯ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କାରରେ ଯାଉଥିବାବେଳେ ବାରଙ୍ଗରେ ୩ଜଣ ଦୁଷ୍କର୍ମ କରିଥିଲେ । ୨୬ ଜାନୁଆରୀରେ ୨ଜଣ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଭାର ନେଲା । ସେତେବେଳେ ଓଡିଶା ରାଜନୀତିରେ ବିରାଟ ଝଡ ସୃଷ୍ଟି କରିଥିଲା ଅଞ୍ଜନା ଗଣଦୁଷ୍କର୍ମ ମାମଲା । ଏହାମଧ୍ୟ କୁହାଯାଏ ଏହି ଘଟଣା ପାଇଁ ତତକାଳୀନ କଂଗ୍ରେସ ସରକାରର ପତନ ହେଲା । ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇଥିଲା

The post କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । ଆପତି ଉଠାଇଲେ ଅଂଜନା ମିଶ୍ର, ପଠାଇଲେ ଲିଗାଲ୍ ନୋଟିସ୍ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ରୂପ ପାଇବ ପ୍ରକଳ୍ପ ପରିସରର ମଠ । ଦ୍ରୁତ ଗତିରେ ଚାଲିଛି ଉନ୍ନତିକରଣ କାମ

କନକ ବ୍ୟୁରୋ : ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ଦିନ ରାତି ଏକ କରିଦେଇଛନ୍ତି ଓବିସିସି ଓ ଟାଟା ପ୍ରୋଜେକ୍ଟର ଇଞ୍ଜିନିୟର । ଏସବୁ ଭିତରେ ପ୍ରକଳ୍ପ ପରିସରରେ ଥିବା ମଠଗୁଡ଼ିକ ନୂଆ ରୂପ ପାଇବ । ମଠର ସ୍ଥିତି ଓ ଉନ୍ନତିକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ମଧ୍ୟରେ ଥିବା ୪ଟି ମଠ ଯଥା ବଡ଼ଛତା ମଠ, ଛାଉଣୀ ମଠ, ଉତ୍ତରପାର୍ଶ୍ୱ ମଠ ଓ କାକୁଡିଖାଇ ମନ୍ଦିରର ପୁନରୁଦ୍ଧାର କରାଯାଇ ନୂଆ ରୂପ ଦିଆଯାଉଛି । ମୂଳ ମଠକୁ ଅକ୍ଷୁର୍ଣ୍ଣ ରଖିବା ସହ ଖଣ୍ଡେଲାଇଟ ପଥର ବ୍ୟବହାର କରି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ମଠର ପୁନରୁଦ୍ଧାର କରାଯାଉଛି । ତେବେ ଜାନୁଆରୀ ୧୭ ସୁଦ୍ଧା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଶେଷ ହୋଇପାରିବ ନାହିଁ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି ।

ସେପଟେ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ମଠଗୁଡିକରେ ରହିଥିବା ପୁରାତନ ଐତିହ୍ୟ କୀର୍ତିରାଜୀ ଗୁଡିକର ଶୋଭା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ପ୍ରାୟ ୨୦ଟିରୁ ଅନେକ ମଠର କାର୍ଯ୍ୟ ସରି ନାହିଁ । ଏହାସହ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ପ୍ରାୟ ୧୮ଟି ମଠର ପୁନରୁଦ୍ଧାର କରାଯାଉଛି । ଏଗୁଡ଼ିକୁ ଖଣ୍ଡେଲାଇଟ ପଥରରେ ଉତ୍କଳୀୟ ଢାଂଚାର ରୂପ ଦିଆଯାଉଛି । ଏସବୁର କାମ ଡିସେମ୍ବର ୨୭ତାରିଖ ସୁଦ୍ଧା ସାରିବାକୁ ଡେଡ୍ଲାଇନ୍ ଥିବା ବେଳେ, ଆଜି ସୁଦ୍ଧା ତାହା ଶେଷ ହୋଇନାହିଁ । କିନ୍ତୁ ଓବିସିସି କହିଛି ଯେ ମଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରକଳ୍ପର ଯଥେଷ୍ଟ ପୂର୍ବରୁ ସରିବ ।

ନୂଆ ରୂପ ପାଇବା ପରେ ମଠ ଗୁଡିକ ଭକ୍ତଙ୍କୁ ଖୁବ୍ ଆକର୍ଷଣ କରିବ । ଆଉ ଏହା ଭକ୍ତଙ୍କ ଭିତରେ ଭକ୍ତିଭାବ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି କୁହଯାଉଛି ।

The post ନୂଆ ରୂପ ପାଇବ ପ୍ରକଳ୍ପ ପରିସରର ମଠ । ଦ୍ରୁତ ଗତିରେ ଚାଲିଛି ଉନ୍ନତିକରଣ କାମ first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

କନକ ବ୍ୟୁରୋ: ଗତକାଲି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରେ ଡଙ୍ଗା ବୁଡି ଘଟଣା । ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

The post କୋରାପୁଟ ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହେଲା କେମିତି ? ଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ହତ୍ୟା ନା’ ଆତ୍ମହତ୍ୟା?

କନକ ବ୍ୟୁରୋ : ଏଭଳି ଏକାଧିକ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । କିନ୍ତୁ ଏହାରି ଭିତରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗାଁରେ ପହଂଚିଛି କ୍ରାଇମବ୍ରାଂଚ୍ । ଘଟଣାସ୍ଥଳକୁ ଯାଇ କ୍ରାଇମବ୍ରାଂଚ୍ ଟିମ୍ ଛାନବିନ୍ କରିଥିବା ବେଳେ ପାଖପଡ଼ୋଶୀଙ୍କୁ ପଚାରିବୁଝିଛି । ବଡ଼ କଥା ହେଉଛି ଲକ୍ଷ୍ମୀ ମାଝୀ ରହୁଥିବା ମା’ ଗୃହରେ ମଧ୍ୟ ଯାଂଚ କରାଯାଇଛି । ଡିଏସପିଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ୍ ଟିମ୍ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତକୁ ବ୍ୟାପକ କରିଛନ୍ତି । ସେହିପରି ଉଭୟ କୋରାପୁଟ୍ ଓ ରାୟଗଡ଼ାରୁ ଆସି ଘଟଣାର ଖୋଳତାଳ କରିଛନ୍ତି ସାଇନଟିଫିକ୍ ଟିମ୍ । କିନ୍ତୁ ଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଲାଗି ରହିଛି ।

ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ଆଦିବାସୀ ସଂଘ ଏବଂ ରାଜନୈତିକ ଦଳ ପ୍ରମୁଖ ରାଜରାସ୍ତାକୁ ଓହ୍ଳାଇଛନ୍ତି । ଗୁରୁବାର ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀଙ୍କୁ ଗିରଫ କରିବା ଦାବିରେ ୬ ଘଂଟିଆ ବନ୍ଦ ପାଳନ କରିଛି । ପୂର୍ବରୁ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲା ଜିଲ୍ଲା ଆଦିବାସୀ ମହାସଂଘ । ତେବେ ଲକ୍ଷ୍ମୀଙ୍କ ସମ୍ପର୍କରେ ପାଖପଡ଼ୋଶୀ ଯେଉଁ ବୟାନ ରଖୁଛନ୍ତି, ତାହା ସନ୍ଦେହକୁ ଅଧିକ ଘନିଭୁତ କରୁଛି । ପଡ଼ୋଶୀଙ୍କ କହିବା କଥା ହେଲା, ଲକ୍ଷ୍ମୀ ଜଣେ ଭଲ ଝିଅ ଥିଲେ, ତାଙ୍କ ସହ ଯାହା ଘଟିଛି ତାକୁ ଗ୍ରହଣ କରିପାରୁନାହାଁନ୍ତି ।

ଏପଟେ ନ୍ୟାୟ ପାଇଁ ସ୍ଥାନୀୟ ଅଂଚଳ ଲୋକ ଦାବି କରୁଥିବା ବେଳେ, ଲକ୍ଷ୍ମୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛନ୍ତି । ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ଦୋହରାଇଛନ୍ତି ।

ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।

The post ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହେଲା କେମିତି ? ଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ହତ୍ୟା ନା’ ଆତ୍ମହତ୍ୟା? first appeared on Kanak News.

from Kanak News
via <a href="https://ifttt.com/?

ଝିଅ ବାହାଘର ପାଇଁ ରଖିଥିଲେ ସୁନା । ଲୁଟେରା ବୁଲେଇଲେ କଳାକନା

କନକ ବ୍ୟୁରୋ : ଭୁବନେଶ୍ୱର ମଂଚେଶ୍ୱର ଥାନା ଅଧିନ ଚକେଇସିଆଣିର ଏଇ ଘର ଭିତରୁ ହୋଇଛି ଏକ ବଡ ଧରଣର ଲୁଟ । ଘର ମାଲିକ ଦେବଦତ୍ତ ସାମଲଙ୍କ ପରିବାର ଦୁଇଦିନ ପାଇଁ ଘର ଛାଡି ବାହାରକୁ ବୁଲିବାକୁ ଯାଇଥିଲେ । ଘରୁ ଯିବା ସମୟରେ ତାଙ୍କ ଘରେ ରହୁଥିବା ଭଡାଟିଆଙ୍କ ହାତରେ ଘରର ଚାବି ଦେଇ ଚାଲି ଯାଇଥିଲେ । ଆଉ ଫେରିବା ବେଳକୁ ଘର ଭିତରର ଚିତ୍ର ଦେଖିବା ପରେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଝିଅ ବାହାଘର ପାଇଁ ଟଙ୍କା ଓ ସୁନା ଗହଣା ସାଇତି ରଖିଥିଲେ । ଘର ଭିତରେ ପ୍ରାୟ ୩୦ ଭରିରୁ ଅଧିକ ଓଜନର ସୁନା ଗହଣା ଆଉ ଲକ୍ଷାଧିକ ନଗଦ ଟଙ୍କା ରଖିଥିଲେ । ବିଳମ୍ବିତ ରାତିରେ ଘର ଭିତରେ ପଶି କଳାକନା ବୁଲାଇ ଚମ୍ପଟ ମାରିଛନ୍ତି ଲୁଟେରା । ତେବେ ଏନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ପରେ, ସାଇଂଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି ପୁଲିସ । ହେଲେ ଲୁଟେରାଙ୍କ ପତା ମିଳିନି ।

ଅନ୍ୟପଟେ ଭିଡାଟିଆଙ୍କ ଉପରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ଘର ମାଲିକ । ଚାବି ଯେହେତୁ ତାଙ୍କ ଦାୟିତ୍ୱରେ ଥିଲା, ଚୋରୀ ହେଲା କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଭଡାରେ ଥିବା ମହିଳା ମଧ୍ୟ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । କହିଛନ୍ତି, ୬ ବର୍ଷ ହେବ ଏହି ଘରେ ରହି ଆସୁଛନ୍ତି, ତାଙ୍କ ସ୍ୱାମୀ ଫରେନସିକ୍ ବିଭାଗରେ କାର୍ଯ୍ୟରତ । ସେମାନେ ଗରିବ ସତ ହେଲେ ଚୋର ନୁହେଁ ବୋଲି କାନ୍ଦି କାନ୍ଦି କହିଛନ୍ତି ମହିଳା ଜଣକ ।

ରାଜଧାନୀ ଭୁବନେଶ୍ୱରରେ ଚୋରି, ରାହାଜାନି ବଢ଼ି ବଢ଼ି ଚାଲିଛି । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଚୋର ଓ ଡକାୟତ । ଏବେ ପ୍ରଶ୍ନ ଉଠୁଛି- କେତେ ସୁରକ୍ଷିତ ରାଜଧାନୀ?ରାତି ପାଟ୍ରୋଲିଂ କଡ଼ାକଡ଼ି ହେଉଥିବା କମିସନରେଟ୍ ପୁଲିସ କହି ଆସୁଥିବା ବେଳେ ରାତିରେ କମୁନାହିଁ ଲୁଟେରାଙ୍କ ଉତ୍ପାତ

The post ଝିଅ ବାହାଘର ପାଇଁ ରଖିଥିଲେ ସୁନା । ଲୁଟେରା ବୁଲେଇଲେ କଳାକନା first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ନେତାଙ୍କ ଓଡିଶା ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା । ଜାନୁଆରୀରେ ବିଜେପି କରିବ ଲୋକସଭା ପ୍ରାର୍ଥୀ ଘୋଷଣା !

କନକ ବ୍ୟୁରୋ : ବିଜେପିର କ୍ଷେତ୍ରୀ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ଓଡିଶାକୁ ଘନ ଘନ ଗସ୍ତ କରିବା ଓ ରାଜ୍ୟ ନେତୃତ୍ୱଙ୍କ ସହ ମାରାଥନ ବୈଠକ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ସମାନ ଫର୍ମୁଲା ଆପଣାଇ, ଜାନୁଆରୀରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି । ଏପରିକି ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି । ତେବେ ଆଗୁଆ ପ୍ରାର୍ଥୀ ଘୋଷଣା ସମ୍ଭବନା ଥିବା କହି ଚର୍ଚ୍ଚର୍ାକୁ ଖୋରାକ ଯୋଗାଇଛନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ବର୍ଷ ୨୦୨୩ ସରିଆସୁଥିବାବେଳେ ୨୦୨୪ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତି କରୁଛି ବିଜେପି । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଚଳଚଂଚଳ ତୃଣମୂଳ ସ୍ତରରେ ଥିବା କାର୍ଯ୍ୟାଳୟ । ଆଉ ଏହାରି ଭିତରେ ଶୁକ୍ରବାର ରାଜ୍ୟ ବିଜେପିର ସମନ୍ୱୟ ବେଠକ ବସିଛି । ଶନିବାର ପଦାଧିକାରୀ ,ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବେଠକ ହେବ । ସେହିପରି ରବିବାର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହେଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବ ଭାରତୀୟ ଜନତା ପାର୍ଟି । ତେବେ କିପରି ୫୦ ପ୍ରତିଶତ ଭୋଟ ପ୍ରତି ବ୍ଲକରୁ ଆସିବ ତାକୁ ନେଇ ମାନସ ମନ୍ଥନ କରିବ ଦଳ ।

ତେବେ ବିଜେପି କେବେ ପ୍ରାର୍ଥୀ ଘୋଷଣା କରିବ ସେ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ବିଜେପି ଯଦି ଆଗୁଆ ପ୍ରାର୍ଥୀ ଘୋଷଣା କରେ, ତାହେଲେ, ଆଗାମି ଦିନରେ ରାଜ୍ୟ ରାଜନୀତି ଆହୁରି ଉଷ୍ଣ ହେବ ଏଥିରେ ଦ୍ୱିମତ ନାହିଁ ।

The post ଦିଲ୍ଲୀ ନେତାଙ୍କ ଓଡିଶା ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା । ଜାନୁଆରୀରେ ବିଜେପି କରିବ ଲୋକସଭା ପ୍ରାର୍ଥୀ ଘୋଷଣା ! first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା: କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ

କନକ ବ୍ୟୁରୋ: ହାଇଟେକ ହସ୍ପିଟାଲ ବିସ୍ଫୋରଣ ଘଟଣା । ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା । କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ । ଏସି ପିଲିଂ ବେଳେ ସ୍ପାର୍କିଂ ହୋଇଥିଲା । ଏଥିରେ ଧନ ଜୀବନ କିଛି କ୍ଷତି ହୋଇନାହିଁ । ୩ରୁ ୪ ଜଣ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ଚାଲିଛି । ସେମାନଙ୍କର ବିଶେଷ କିଛି ଘଟିନାହିଁ । ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଉ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । ହସ୍ପିଟାଲ ପିଆରଓଙ୍କ ସୂଚନା ଅନୁସାରେ, ଏସିରେ ଗ୍ୟାସ ଫିଲିଙ୍ଗ ବେଳେ ବିସ୍ଫୋରଣ ଘଟିଛି । ଏସି ଫିଟିଂ କରୁଥିବା ଲୋକମାନେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ବାୟୁମଣ୍ଡଳକୁ କଳା ଧୂଆଁ ଉଠିଥିଲା । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭିତ ନହେବାକୁ ହସ୍ପିଟାଲ ପିଆରଓ କହିଛନ୍ତି ।

The post ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା: କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ first appeared on Kanak News.

from Kanak News
via <a href="https://ifttt.com/?

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିକେ ପାଣ୍ଡିଆନ ଟାର୍ଗେଟ କରିବା ପରେ ପାଣ୍ଡିଆନଙ୍କୁ ପାଲଟା ଟାର୍ଗେଟ କରିବା ସହ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି ରାଜନୀତିରେ କିଏ କାହାକୁ ପ୍ରଶ୍ନ କରିବାରେ କିଛି ଅସୁବିଧା ନାହିଁ । ହେଲେ ସେ ଆଗେ କୁହନ୍ତୁ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଅଭିଯୋଗପତ୍ର ଗ୍ରହଣ ପରେ କେଉଁଠି କଣ କରିଛନ୍ତି । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କର କଣ ପରିବର୍ତନ ହୋଇଛି ତାହାର ଆଗେ ଉତର ରଖନ୍ତୁ । ଏବଂ ତା ପରେ ଯାଇ କେନ୍ଦ୍ରକୁ ଓ ଆଉ କାହାକୁ ଟାର୍ଗେଟ କରିବେ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ଏହାର ଜବାବ ରଖିଛି ବିଜେଡି । ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ପ୍ରଶ୍ନ ପଚାରିବାଟା ଟାର୍ଗେଟ କରିବା ନୁହେଁ । ଏବଂ ନବୀନ ପଟ୍ଟନାୟକ କଣ କରିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି ।

The post ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started