ବଦଳିଯିବ ରାଜ୍ୟ ସ୍ୱାସ୍ଥ୍ୟସେବା ଚିତ୍ର । ‘ବିଏସକେୱାଇ ନବୀନ କାର୍ଡ’ର ଶୁଭାରମ୍ଭ

କନକ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକପାଦ ଆଗକୁ ବଢିଛି ଓଡ଼ିଶା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ପରିସରକୁ ଆହୁରି ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏକ ଭିଡିଓ ବାର୍ତାରେ ଏ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଂଚଳର ପ୍ରାୟ ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ ।

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ’ ଜରିଆରେ ବିଏସକେୱାଇରୁ ବଂଚିତ ହୋଇଥିବା ଗ୍ରାମାଂଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସପିଟାଲଗୁଡିକରେ କ୍ୟାସଲେସ୍ ସୁବିଧା, ଅର୍ଥାତ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ନଜର ପକାନ୍ତୁ – କ’ଣ ରହିଛି ‘ବିଏସ୍କେୱାଇ ନବୀନ କାର୍ଡ’ ରେ

କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ଛାଡ଼ି ବିଏସକେୱାଇରୁ ବଂଚିତ ଗ୍ରାମାଂଚଳର ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ
ସେମାନଙ୍କୁ ‘ବିଏସକେୱାଇ ନବୀନ କାର୍ଡ’ ଦିଆଯିବ
ରାଜ୍ୟ ଓ ରାଜ୍ୟ ବାହାରେ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ଚିକିତ୍ସା ସୁବିଧା ପାଇବେ
ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ
ମହିଳା ସଦସ୍ୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକତ୍ସା ପାଇପାରିବେ
ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଏଥିରେ ଉପକୃତ ହେବେ
ଯାହା ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ

ଏପଟେ ବିରୋଧୀ କହିଛନ୍ତି, ରାଜ୍ୟ ସରକାର ସବୁଥିରେ ବିଫଳ ହୋଇଛନ୍ତି, ତେଣୁ କାର୍ଡ ବଦଳାଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଛନ୍ତି । ଯାହାର ଜବାବ ରଖିଛି ବିଜେଡି ।
ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି
ସେହିପରି ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ଡାକ୍ତରଖାନାରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି
ଗତ ୫ ବର୍ଷରେ ୨୧ ଲକ୍ଷ ରୋଗୀ ଏଥିରେ ଉପକୃତ ହୋଇଛନ୍ତି
ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୪,୫୦୦ କୋଟି ଟଙ୍କା

The post ବଦଳିଯିବ ରାଜ୍ୟ ସ୍ୱାସ୍ଥ୍ୟସେବା ଚିତ୍ର । ‘ବିଏସକେୱାଇ ନବୀନ କାର୍ଡ’ର ଶୁଭାରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ: ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବଢାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ: ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୪ ଜୁନ ୩୦ ଯାଏଁ ବଢିଲା କାର୍ଯ୍ୟକାଳ । ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା ।

The post ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ: ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବଢାଇଲେ ରାଜ୍ୟ ସରକାର first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବଡ ସଫଳତା । ଚଳିତ ବର୍ଷ ସଂଗ୍ରହ ହୋଇଛି ୧ ଲକ୍ଷ ୟୁନିଟ୍ ରକ୍ତ

କନକ ବ୍ୟୁରୋ : ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ ସମୁଦାୟ ୧ଲକ୍ଷ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ବର୍ଷତମାମ, ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ଜରିଆରେ ଏହି ସଫଳତା ହାସଲ ହୋଇପାରିଛି ।

ଯେପରି ରକ୍ତ ବିନା କୌଣସି ଓଡ଼ିଆଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ, ରାଜ୍ୟବ୍ୟାପୀ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି । ସମଗ୍ର ରକ୍ତଭଣ୍ଡାରଗୁଡ଼ିକରେ ଆବଶ୍ୟକ ଷ୍ଟକ ବଜାୟ ରହିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ‘ଜୀବନବିନ୍ଦୁ’ ମାଧ୍ୟମରେ ବର୍ଷ ତମାମ ରକ୍ତଦାନ ଶିବିରମାନ ଆୟୋଜନ କରି ବିଗତ ଦିନରେ ଏକ ମାଇଲଖୁଣ୍ଟ ହାସଲ ମଧ୍ୟ କରିଥିଲା ।

କେବଳ ଏତିକି ନୁହେଁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ସ୍ଵତନ୍ତ୍ର ପରିକଳ୍ପନା, ଓଡ଼ିଶା-ମୋ ପରିବାର, ସାଢେ ଚାରିକୋଟି ଓଡ଼ିଆଙ୍କ ସେବାରେ ସର୍ବଦା ସମର୍ପିତ ହୋଇ ରହିଆସିଛି । ଫସି ରହିଥିବା ଶ୍ରମିକମାନଙ୍କୁ ବିଦେଶରୁ ସ୍ଥାନାନ୍ତରଣ ହେଉ କି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ ପ୍ରକାର ସହାୟତା ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ ସଂଯୋଜନା କରି ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ଆସିଛି । ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ, ଦଳୀୟ କର୍ମୀ, ରାଜ୍ୟର ସମସ୍ତ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏବଂ ରକ୍ତଦାତାଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।

The post ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବଡ ସଫଳତା । ଚଳିତ ବର୍ଷ ସଂଗ୍ରହ ହୋଇଛି ୧ ଲକ୍ଷ ୟୁନିଟ୍ ରକ୍ତ first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ।୩ରୁ ୪ ଜଣ ଗୁରୁତର

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ରୁ ୪ ଜଣ ଗୁରୁତର ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ମେଡିକାଲ ଭିତରେ ଏସି ଫିଲିଂ ବେଳେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିବାର କୁହାଯାଉଛି । ଏନେଇ ହାଇଟେକ୍ ହସ୍ପିଟାଲର ଜନ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

The post ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ।୩ରୁ ୪ ଜଣ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷର ଆଗମନରେ ପର୍ଯ୍ୟଟନ ସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବୁଲା ବୁଲି ପାଇଁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ‘ହଦଗଡ଼’ଡ୍ୟାମ

କନକ ବ୍ୟୁରୋ : ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ ହୋଇଥିଲା ଚାଷୀଙ୍କ ପାଇଁ । ହେଲେ କିଏ ଜାଣିଥିଲା ଦିନେ ତାହା ପର୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ସ୍ଥାନ ପାଇବ । ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ହଦଗଡ଼ ଡ୍ୟାମ। ବଣ ପାହାଡ ଘେରା ପ୍ରାକୃତିକ ପରିବେଶ ଓ ଜଳଭଣ୍ଡାରର ନୀଳ ଜଳ ରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଦୂର ଦିଗବଳୟ ଯାଏଁ ଲମ୍ବିଛି ଜଳରାଶି। ହୁଲି ଡଙ୍ଗା ସହିତ ନଦୀ ମଝିରେ ଟାପୁର ଦୃଶ୍ୟ ମନରେ ଆଣିଦିଏ ଏକ ଅଭୂଲା ସ୍ମୃତି। ଉଚ୍ଚରୁ ଖସୁଥିବା ଜଳରାଶି ସୃଷ୍ଟି କରୁଛି ଝରଣାର ଭ୍ରମ।

ଡ୍ୟାମର ଦୁଇଟି ଫୁକାରରେ ବାହାରୁ ଥିବା ପାଣି କୁଳୁକୁଳୁ ନାଦ ଦେଇ ନଦୀରେ ବହିଯାଉ ଥିବା ବେଳେ ତାର ଦୁଇ ପାଶ୍ୱର୍ରେ ବଣଭୋଜିର ଆଶର ଜମାଇଥାନ୍ତି ପର୍ୟ୍ୟଟକ । ପ୍ରତିବର୍ଷ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ୟ୍ୟନ୍ତ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମେ । ବିଶେଷ କରି ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ୟ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି। ଏତେ ସଂଖ୍ୟକ ପର୍ୟ୍ୟଟକ ଆସୁଥିଲେ ମଧ୍ୟ ପର୍ୟ୍ୟଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ନଥିବାରୁ ପର୍ୟ୍ୟଟକମାନେ ଅସୁବିଧା ଭୋଗୁଛନ୍ତି।

The post ନୂଆ ବର୍ଷର ଆଗମନରେ ପର୍ଯ୍ୟଟନ ସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବୁଲା ବୁଲି ପାଇଁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ‘ହଦଗଡ଼’ଡ୍ୟାମ first appeared on Kanak News.

from Kanak News
via <a href="https://ifttt.com/?

ଋଣ ଦେବ କହି ଠକି ଦେଲା ବ୍ୟାଙ୍କ । ୬ ଲକ୍ଷର ଋଣ ପାଇଁ କରାଇଲେ ୩ ଲକ୍ଷର ବୀମା, ପରେ ସିଭିଲ ରେକର୍ଡ ଭଲ ନଥିବା କହି ଋଣ ଦେଲେ ନାହିଁ

କନକ ବ୍ୟୁରୋ : ରାଜ୍ୟ ସରକାର କୃଷକଙ୍କ ସୁବିଧା ପାଇଁ ଯୋଜନା କରୁଛନ୍ତି । ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ହେଲେ ଚାଷୀ ଉପକୃତ ହେବା ବଦଳରେ ଓଲଟା ଠକାମିର ଶିକାର ହେଉଛନ୍ତି । ଜୟପୁରରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାରେ କୃଷିମନ୍ତ୍ରୀଙ୍କ ସାଙ୍ଗକୁ ଜିଲ୍ଳାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । କୃଷକଙ୍କୁ ଏଗ୍ରୋ ସର୍ଭିସ ଯୋଜନାରେ ଚୟନ କରି, ପଚାଶ ପ୍ରତିଶତ ଛାଡ଼ରେ ରୁଣ ପ୍ରଦାନ କରିବା ପାଇଁ ମଂଚରେ ମଧୁ ବାରିକ ନାମକ ଚାଷୀଙ୍କୁ ପ୍ରମାଣ ପତ୍ର ଦେଇଥିଲେ । ହେଲେ ପରବର୍ତୀ ସମୟରେ ଋଣ ଦେଲେ ନାହିଁ ଓନଟା ବିଭିନ୍ନ ପଲ୍ିସି କରି ଟଙ୍କା ନେଉଛନ୍ତି ।

ଗତ ବର୍ଷ ଫେବୃଆରି ହୋଇଥିଲା କୃଷି ଯନ୍ତ୍ରପାତି ମେଳା । ସେହି ସମୟରେ ଜୟପୁର ବ୍ଳକର କୁନ୍ତରଖାଲ ଗାଁ ଜଣେ ଚାଷୀଙ୍କୁ ଚିହ୍ନଟ କରି ଏଗ୍ରେ ସର୍ଭିସ ସେଟଂର ଖୋଲିବା ପାଇଁ ଗୋ-ହେଡ଼ ଲେଟର ଦେଇଥିଲେ । କିନ୍ତୁ ବ୍ୟାଙ୍କ କର୍ତୁପକ୍ଷ ଋଣ ଦେବା ତ ଦୁର କଥା ଓଲଟା ଚାଷୀ ପାଖରୁ ୩ ଲକ୍ଷ ୧୩ ହଜାର ଟଙ୍କାର ଏସବିଆଇ ପଲିସି କରାଇଲେ । ପରେ ସିଭିଲ ରେକର୍ଡ଼ ଖରାପ ରହିଛି କହି ଋଣ ଦେଲେ ନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା କୃଷି ଅଧିକାରୀ କହୁଛନ୍ତି ଋଣ ଦେବା କାମ ବ୍ୟାଙ୍କର ତାଙ୍କର ନୁହେଁ । ଗୋ-ହେଡ଼ ଲେଟର ଦେଇଥିବା ଅଧିକାରୀ କହୁଛନ୍ତି ଆମେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନଜରକୁ ନେବୁ । ବ୍ୟାଙ୍କ କର୍ମଚାରୀ କ୍ୟାମେରା ସାମନାରେ କୌଣସି ଉତର ଦେଉନାହାନ୍ତି ।

ଚାଷୀଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ଯୋଜନା ଯଦି ଏପରି ହୁଏ ଚାଷୀ କରିବ କଣ ।

The post ଋଣ ଦେବ କହି ଠକି ଦେଲା ବ୍ୟାଙ୍କ । ୬ ଲକ୍ଷର ଋଣ ପାଇଁ କରାଇଲେ ୩ ଲକ୍ଷର ବୀମା, ପରେ ସିଭିଲ ରେକର୍ଡ ଭଲ ନଥିବା କହି ଋଣ ଦେଲେ ନାହିଁ first appeared on Kanak News.

from Kanak News
via <a href="https://ifttt.com/?

ଆଧ୍ୟାତ୍ମିକମୟ ବୌଦ୍ଧ ସହର । ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ହୋଇଛି ଶ୍ରୀଜିଉଙ୍କ ୩୨ ବେଶ ଉତ୍ସବ

କନକ ବ୍ୟୁରୋ : ଭାବ ବିନୋଦିଆ ଭାବର ଠାକୁର କାଳିଆ ସାଆନ୍ତ । ବଳିଆର ଭୁଜଙ୍କ ବିଭିନ୍ନ ବେଶ ଦେଖି ଭକ୍ତ ଆଖି ଛଳଛଳ । ଶ୍ରୀଜିଉଙ୍କ ଆଗରେ ହାତ ଟେକି ନିଜକୁ ସମର୍ପି ଦେଇଛନ୍ତି ଭକ୍ତ । ଗୋଟିଏ ସ୍ଥାନରେ ମହାପ୍ରଭୁଙ୍କ ୩୨ ପ୍ରକାର ବେଶ ଦେଖି ଆତ୍ମବିଭୋର ସମସ୍ତେ । ଜଗନ୍ନାଥମୟ ହୋଇଛି ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସର । ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ, ଜଗାନନ ବେଶ, ହରିହର ବେଶ, ଗଜଉଦ୍ଧାରଣ ବେଶ, ବାଙ୍କଚୂଡ ବେଶ, ନାଗାର୍ଜୁନ ବେଶ ଦର୍ଶନ କରି ପବିତ୍ର ହୋଇଛି ଶ୍ରଦ୍ଧାଳୁଙ୍କ ଆଖି । ୫ଶହ ବର୍ଷ ତଳେ ହୋଇଥିବା ବିରଳ ଗିରି ଗୋବର୍ଦ୍ଧନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ ଠାକୁର ।

ମାନବୀୟ ଲିଳାଖେଳା କରୁଛନ୍ତି ପ୍ରତି ଓଡିଆଙ୍କ ପ୍ରାଣକେନ୍ଦ୍ର କାଳିଆ ଠାକୁର । ବିଭିନ୍ନ ସମୟରେ ମହାପ୍ରଭୁଙ୍କର ଭିନ୍ନଭିନ୍ନ ବେଶ କରାଯାଏ । ସବୁ ବେଳେ ସମସ୍ତେ ପୁରୀ ଯାଇ ବେଶ ଦର୍ଶନ କରି ପାରନ୍ତି ନାହିଁ । ତେଣୁ ବୌଦ୍ଧ ପ୍ରଶାସନ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ୩୨ ଦୁର୍ଲଭ ବେଶ ଓ ପୂଜାର୍ଚ୍ଚନା କରାଯାଉଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଫଟୋ ଉଠାଇ ସ୍ମୃତିରେ ସାଇତି ରଖୁଛନ୍ତି ।

ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀ ଅଭଡା, ଫେଣି, କାନିକା, କ୍ଷୀରି ପ୍ରସ୍ତୁତ କରି ଶ୍ରୀଜିଉଙ୍କ ପାଖରେ ଭୋଗ ଲାଗି ହେଉଛି । ସଂଧ୍ୟାରେ ଜଗ୍ନାନଥଙ୍କ ଲୀଳା ସଂପର୍କୀତ ପ୍ରବଚନରେ ଲୋକଙ୍କ ଭିଡ ଲାଗୁଛି ।

The post ଆଧ୍ୟାତ୍ମିକମୟ ବୌଦ୍ଧ ସହର । ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ହୋଇଛି ଶ୍ରୀଜିଉଙ୍କ ୩୨ ବେଶ ଉତ୍ସବ first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀର ସହରରେ କେବେ ହେବ ବାଇପାସ । ୨୪ ବର୍ଷ ତଳର ପରିକଳ୍ପନା କେବେ ନେବ ବାସ୍ତବ ରୂପ

କନକ ବ୍ୟୁରୋ : ବଲାଙ୍ଗିର ସହରର ଛାତି ଦେଇ ଲମ୍ବିଛି ୫୬ ନମ୍ବର ଜାତୀୟ ରାଜପଥ ଓ ଗୋଟିଏ ରାଜ୍ୟ ରାଜପଥ । ସହରରେ ବହୁଳ ମାତ୍ରାରେ ଭାରି ଯାନବାହାନ ଚଳପ୍ରଚଳ କରୁଛି । ବରଗଡ-ବୋରିଗୁମ୍ମା ଓ ସୋନପୁର ପଟୁ ଆଉ ଏକ ବ୍ୟସ୍ତ ବହୁଳ ରାସ୍ତାରେ ପ୍ରତିଦିନ ବଡବଡ ଟ୍ରକ, କଂଟେନର ଯିବା ଆସିବା କରୁଛି । ଫଳରେ ସହରରେ ବାରମ୍ବାର ଦୁର୍ଘଟଣା ଘଟୁଛି । ତେଣୁ ବଲାଙ୍ଗିରରେ ବାଇପାସ କରିବା ପାଇଁ ବାରମ୍ବାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି ।

ବଲାଙ୍ଗୀର ସହରରେ ବାଇପାସ କରିବା ପାଇଁ ୨୪ ବର୍ଷ ତଳୁ ସରକାର ପରିକଳ୍ପନା କରିଛନ୍ତି । ବାରମ୍ବାର ବାରମ୍ବାର ଅନ୍ଦାଳନ ହେବା ପରେ ଟେଣ୍ଡର କାମ ସରିଛି ହେଲେ ଏଯାଏଁ କାମ ଆରମ୍ଭ ହୋଇନାହିଁ । ସେପଟେ କିଛି ଅସାଧୁ ଟ୍ରାଫିକ କର୍ମଚାରୀଙ୍କୁ ହାତ କରି ସଂନ୍ଧ୍ୟ।। ୫ ଟାରେ ସହରର ଜନଗହଳୀ ପୂର୍ଣ୍ଣ ସ୍ଥାନରେ ଭାରି ଯାନ ଚଳାଚଳ କରୁଥିବା ଅଭିଯୋଗ ହୋଇଛି । ତେବେ ସହର ଭିତରେ ରାତି ୧୨ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗାଡି ଚଳାଚଳ କରିବାର ନିୟମ ରହିଛି ।

ସହରରେ ବାରମ୍ବାର ଆନ୍ଦୋଳନ ସତ୍ୱେ ବାଇପାସ କାମ ଅଧାରେ ପଡି ରହିଛି । ବିଜାଖମନ ଠାରେ ଆଉ ଥରେ ଶୁଭ ଦେବା ପରେ ଜମି ଅଧିଗ୍ରହଣ ସରିଛି କିନ୍ତୁ କାମ ଅତି ମନ୍ଥର ଗତିରେ ଚାଲିଛି    ।

The post ବଲାଙ୍ଗୀର ସହରରେ କେବେ ହେବ ବାଇପାସ । ୨୪ ବର୍ଷ ତଳର ପରିକଳ୍ପନା କେବେ ନେବ ବାସ୍ତବ ରୂପ first appeared on Kanak News.

from Kanak News
via <a href="https://ifttt.com/?

କନ୍ଧମାଳରୁ କେରଳ ଯାଉଛି ଦାଦନ ବସ୍ । ପ୍ରତି ଶୁକ୍ରବାର ଦିନ ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ଯାଉଛି ବସ୍

କନକ ବ୍ୟୁରୋ : କନ୍ଧମାଳରୁ ଦାଦନ ବସ ସେବା ଆରମ୍ଭ । କନ୍ଧମାଳ ଜିଲ୍ଲାରୁ କେରଳ ଦାଦନ ଖଟିବାକୁ ଯିବା ପାଇଁ ବସ ଯାତାୟାତ କରୁଛି । ଜିଲ୍ଳାର ଫୁଲବାଣୀ ସଦର ମହକୁମା ଠାରୁ ଆରମ୍ଭ କରି ରାଇକିଆ, ଜି ଉଦୟଗିରି, ଦାରିଙ୍ଗବାଡି, ଟିକାବାଲି, ଚକାପାଦ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କୋଟଗଡ ଅଂଚଳରୁ ଲୋକେ ଦାଦନ ଖଟିବାକୁ ଏହି ବସରେ ଯାତାୟାତ କରିଥାନ୍ତି । ଏହି ଜିଲ୍ଲାରୁ ଶହ ଶହ ଦାଦନ ବାହାର ରାଜ୍ୟକୁ ଟ୍ରେନରେ ଯାଇଥିବା ବେଳେ ଏବେ ଗାଁ ଗାଁରେ ଦଲାଲ ସକ୍ରୀୟ ହୋଇଛନ୍ତି । ଲୋକଙ୍କୁ ପ୍ରଲୋଭନ ଦେଖାଇ ଆକୃଷ୍ଟ କରିଥାନ୍ତି । ଆଦିବାସୀଙ୍କୁ ରାଜ୍ୟ ବାହାରକୁ ନେଇ କମ୍ ଦରରେ କମ୍ପାନୀରେ କାମ କରାଇ ଶୋଷଣ କରିଥାନ୍ତି । ଶୁକ୍ରବାର ଦିନ ଏହି ବସ ରାଇକିଆରୁ ବାହାରି କେରଳ ଯାଇଥାଏ । ତିନି ହଜାର ଟଙ୍କା ଟିକଟ ମୂଲ୍ୟ ରହିଥିବା ବେଳେ ଥରକେ ୫୦ଜଣ ଶ୍ରମିକ ଯାଇଥାନ୍ତି । ନିଜ ଅଂଚଳରେ କାମ ଧନ୍ଦା ନଥିବା ଯୋଗୁଁ ଲୋକମାନେ ଦାଦନ ଯାଉଥିବା କହିଛନ୍ତି । ବିରୋଧୀ ଏହାକୁ ନାପସନ୍ଦ କରିବା ସହ ରାଜ୍ୟ ସରକାର ବିକାଶ ସ୍ଲୋଗାନକୁ ସମାଲୋଚନା କରିଛନ୍ତି ।

The post କନ୍ଧମାଳରୁ କେରଳ ଯାଉଛି ଦାଦନ ବସ୍ । ପ୍ରତି ଶୁକ୍ରବାର ଦିନ ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ଯାଉଛି ବସ୍ first appeared on Kanak News.

from Kanak News
via <a href="https://ifttt.com/?

ଅମଳ ବେଳେ ଚାଷୀଙ୍କ ଅକଲ ଗୁଡୁମ୍ କଲେଣି ବାରହା । ଦିନରେ ଜଙ୍ଗଲରେ ରହି ରାତିରେ ଧାନ ବିଲରେ କରୁଛନ୍ତି ଉତ୍ପାତ

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର, ରାମନଗର, ଖରିନାସି, ଜମ୍ବୁ. ସୁନିତି, ଗଗୁଆ ଏବଂ ଲାଂଜୁଡା ପଂଚାୟତର ବିଭିନ୍ନ ଅଂଚଳରେ ଜଙ୍ଗଲି ବାରହା ଆତଙ୍କ । ଦିନରେ ଜଙ୍ଗଲରେ ରହୁଥିବା ବାରହା ରାତିରେ ଦଳ ଦଳ ହୋଇ ଧାନ ବିଲରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି । ଫସଲକୁ ବାରହା କବଳରୁ ସୁରକ୍ଷା ଦେବା ପାଇଁ ଚାଷୀ ବିଲ ହିଡରେ ମଂଚା ବାନ୍ଧି ଦିନ ରାତି ଜଗି ରହୁଛନ୍ତି । ଅନ୍ଧାର ବାରାହା ଆସିଲେ ଟିଣା ବାଡେଇବା ସହିତ ହୋହାଲ୍ଲା କରି ଘଉଡେଇବା ପାଇଁ ଚେଷ୍ଟା କରୁଛନ୍ତି ।ମହାକାଳପଡା ବ୍ଲକ ଗହୀରମଥା ବନ୍ୟଜୀବ ବନାଂଚଳରେ ବାରାହା ଉତ୍ପାତ କରୁଛନ୍ତି ।

ଧାନ ସହ ପନିପରିବା ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ବନ ବିଭାଗ ପକ୍ଷରୁ ଲୁଣା ଜଙ୍ଗଲ କଡରେ ତାର ଜାଲିର ସୁରକ୍ଷା ପ୍ରାଚିର ନିର୍ମାଣ କରଯାଇଛି । ହେଲେ ଅନେକ ସ୍ଥାନରେ ତାର ଜାଲି ଭାଙ୍ଗି ଯାଇଥିବାରୁ ବାରହା ଉପଦ୍ରବରୁ ଚାଷୀଙ୍କୁ ସୁରକ୍ଷା ମିଳୁନଥିବା ଅଭିଯୋଗ ହୋଇଛି ।

ବାରାହା ଦ୍ୱାରା ନଷ୍ଟ ହେଉଥିବା ଫସଲ ଜମିର ଫଟୋ ଅନୁକମ୍ପା ଆପରେ ଡାଉନଲୋଡ୍ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

The post ଅମଳ ବେଳେ ଚାଷୀଙ୍କ ଅକଲ ଗୁଡୁମ୍ କଲେଣି ବାରହା । ଦିନରେ ଜଙ୍ଗଲରେ ରହି ରାତିରେ ଧାନ ବିଲରେ କରୁଛନ୍ତି ଉତ୍ପାତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started