ମାଉଣ୍ଟ ଏଭରେଷ୍ଟ ବିଜୟର ୭୦ ତମ ବାର୍ଷିକୀ, ୫୦୦  ପର୍ବତାରୋହୀଙ୍କ ସହ ୪ ଜଣ ଭାରତୀୟ ଶିଖରରେ ପାଳନ କଲେ ଉତ୍ସବ ।

୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ଏ ଯାଏ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ୨୦୨୩  ମସିହାରେ, ୧୦୩ ଜଣ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢିଛନ୍ତି ।

ମାଉଣ୍ଟ ଏଭରେଷ୍ଟକୁ ବିଜୟ କରିବାର କ୍ରେଜ ୭୦ ବର୍ଷ ପରେ ମଧ୍ୟ ଆଜି ବି କମିନାହିଁ । ଆଜି ବି ସବୁ ପର୍ବତାରୋହୀଙ୍କ ମନରେ ମାଉଣ୍ଟ ଏଭରେଷ୍ଟକୁ ବିଜୟ ଲାଭ କରିବାର ସ୍ବପ୍ନ ଉଙ୍କି ମରୁଛି ।  କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା, ଗ୍ଲେସିୟର ତରଳିଯିବା ଏବଂ ତୁଷାରପାତରେ ଦ୍ରୁତ ପରିବର୍ତ୍ତନ ସତ୍ତ୍ବେ ପର୍ବତାରୋହୀ ସମ୍ପ୍ରଦାୟ ମାଉଣ୍ଟ ଏଭରେଷ୍ଟ ଆରୋହଣର ୭୦ ତମ ବାର୍ଷିକୀ ପାଳନ କରିଥିଲେ। ୨୦୨୩ ମସିହାରେ ୪ ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦୦ ପର୍ବତାରୋହୀ ଏଭରେଷ୍ଟ ଚଢି ପାରିଛନ୍ତି।

ମେ ୨୯, ୧୯୫୩ ରେ, ନ୍ୟୁଜିଲ୍ୟାଣ୍ଡର ଏଡମଣ୍ଡ ହିଲାରୀ ଏବଂ ନେପାଳର ଶେର୍ପା ଟେନଜିଙ୍ଗ ନରଗେ ପ୍ରଥମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟକୁ ଜୟ କଲେ। ଏହି ୮୮୪୮.୮୬  ମିଟର (୨୯୦୩୨ ଫୁଟ) ଉଚ୍ଚ ପର୍ବତ ଶିଖରକୁ ନେପାଳୀ ଭାଷାରେ ‘ସାଗରମାଥା’ କୁହାଯାଏ । ପ୍ରଥମ ଥର ଏଭରେଷ୍ଟ ଆରୋହଣ ହେବା ପରଠାରୁ ଏହି ବିରଳ ଯାତ୍ରା ପାଇଁ ଭାରତ ଏବଂ ନେପାଳ ସମେତ ବିଶ୍ବର ହଜାର ହଜାର ପର୍ବତାରୋହୀ ଆକର୍ଷିତ ହୋଇଥିଲେ। ଯଦିଓ ଅନେକ ଲୋକ ଦୁନିଆର ସର୍ବୋଚ୍ଚ ଶିଖରରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଏବଂ ସେହିପରି ଏହି ପ୍ରୟାସରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି ।

୭ ହଜାର ପର୍ବତାରୋହୀଙ୍କ ସଫଳ ଆରୋହଣ

ସରକାରୀ ଆକଳନ ଅନୁଯାୟୀ, ୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ୨୦୨୩  ମସିହାରେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ବ୍ୟତିକ୍ରମ ହେଇନାହିଁ । ୧୦୩ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ୨୦୨୩ ର ପ୍ରାରମ୍ଭରେ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଆରୋହଣ କରିଛନ୍ତି । ଏହି ବର୍ଷ ଚାରିଜଣ ଭାରତୀୟ ନାଗରିକ ମଧ୍ୟ ସଫଳତାର ସହ ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢିଛନ୍ତି ଏବଂ ଆରୋହଣ ସମୟରେ ଜଣେ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା ।

ୟାସି ଜୈନ , ମିଥିଳା  ରାଜୁ, ସୁନୀଲ କୁମାର ଏବଂ ପିଙ୍କି ହରିସ୍ ଗତ ୧୭ ତାରିଖରେ  ସଫଳତାର ସହ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଚଢିଥିଲେ । ପେସମେକର ଲାଗିଥିବା ଭାରତୀୟ ପର୍ବତାରୋହୀ ସୁଜାନ ଲିଓପୋଲଡିନା ଯୀଶୁଙ୍କ ମେ ୧୮ ରେ ଏଭରେଷ୍ଟ ବେସ କ୍ୟାମ୍ପ ନିକଟରେ ଶିଖର ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ମୃତ୍ୟୁ ଘଟିଥିଲା ।

୨୦୨୩ ରେ ୧ ଜଣ ଭାରତୀୟଙ୍କ ସମେତ ୧୧ ପର୍ବତାରୋହୀଙ୍କ ମୃତ୍ଯୁ ।

ଏହି ମାମଲା ସହ ଜଡିତ ନେପାଳୀ ଅଧିକାରୀମାନେ କହିଛନ୍ତି ଯେ ଚଳିତ ବର୍ଷ ଏଭରେଷ୍ଟ ପର୍ବତରେ ୮ ଜଣ ପର୍ବତାରୋହୀ ନିଖୋଜ ଥିବାବେଳେ ୪  ଜଣ ନେପାଳୀ, ଜଣେ ଭାରତୀୟ ଏବଂ ଜଣେ ଚାଇନିଜଙ୍କ ସମେତ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି । ନେପାଳର ୫୩  ବର୍ଷିୟ କାମି ରୀତା ଶେର୍ପା ମେ ୧୭ ଏବଂ ମେ ୨୩ ରେ ଚଳିତ ସିଜନରେ ଦୁଇଥର ଶୀର୍ଷରେ ପହଞ୍ଚି ସର୍ବାଧିକ ୨୮  ଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାର ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୨୨  ପର୍ଯ୍ୟନ୍ତ କାମି ରୀତାଙ୍କ ରେକର୍ଡ ତାଙ୍କ ସହକର୍ମୀ ୪୬ ବର୍ଷିୟ ଶେର୍ପା ପାସଙ୍ଗ ଡାୱାଙ୍କ ସହ ସମାନ ଥିଲା । ଏହି ବର୍ଷ ସେ ମେ ୧୪ ରେ ୨୬ ତମ ଥର ଏବଂ ମେ ୧୭ ରେ ୨୭ ତମ ଥର ପାଇଁ ସର୍ବୋଚ୍ଚ ଶିଖରରେ ପହଞ୍ଚିବାର କୃତିତ୍ୱ ହାସଲ କରିଥିଲେ । କେବଳ ଏତିକି ନୁହେଁ, ଦୁଇ ଗୋଡ ଅକ୍ଷମ ଥିବା ପୂର୍ବତନ ବ୍ରିଟିଶ ଗୋର୍ଖା ସୈନିକ  ହରି ବୁଦ୍ଧମାଗର (୪୩ ର୍ଷ), କୃତ୍ରିମ ଗୋଡ ସହିତ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଚଢିବାର ଏହି ବର୍ଗର ପ୍ରଥମ ବ୍ୟକ୍ତି ହୋଇ ମେ ୧୯ ରେ ଇତିହାସ ସୃଷ୍ଟି କରିଥିଲେ।ସେହି ଦିନ ୩୯ ବର୍ଷିୟ ଭାରତୀୟ ମୂଳ ସିଙ୍ଗାପୁରର ପର୍ବତାରୋହୀ ଶ୍ରୀନିବାସ ସାଇନି ଦତ୍ତାତ୍ରେୟ ଏଭରେଷ୍ଟ ପର୍ବତର ଶିଖରରୁ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ସେହିଭଳି ୩  ନେପାଳୀ ଶେର୍ପା ଗାଇଡ୍ (ଥମ୍ୱା ଟେନଜିଂ ଶେର୍ପା, ଲକ୍ଷ୍ମୀ ରୀତା ଶେର୍ପା ଏବଂ ବଦୁର ଶେର୍ପା) ୧୨ ଏପ୍ରିଲରେ ନିଖୋଜ ହୋଇଯାଇଥିଲେ ।  ଯେତେବେଳେ ୫୦ ମିଟରରୁ ଅଧିକ ଉଚ୍ଚର ଏକ ବଡ଼ ବରଫ ପର୍ବତ ଭୁଶୁଡ଼ି ସେମାନଙ୍କୁ କବର ଦେଇଥିଲା ।

ନେପାଳ ରେକର୍ଡ ସଂଖ୍ୟକ ପରମିଟ ଦେଇଛି

ନେପାଳ ସରକାର ଚଳିତ ବର୍ଷ ଏଭରେଷ୍ଟ ପର୍ବତ ଉପରକୁ ଚଢିବା ପାଇଁ ୬୫ ଟି ବିଭିନ୍ନ ଦେଶର ୪୬୬ ଜଣ ପର୍ବତାରୋହୀଙ୍କୁ  ପରମିଟ  ଦେଇଛି । ସେଥିମଧ୍ୟରୁ ୪୦ ଟି କେବଳ ଭାରତର । ପୂର୍ବରୁ ଏହି ରେକର୍ଡ ୨୦୨୧  ଥିଲା ଯେତେବେଳେ ୪୦୯ ଣଙ୍କୁ ଅନୁମତି ଦିଆଯାଇଥିଲା । ୨୦୨୨ ରେ ଏହି ସଂଖ୍ୟା ଥିଲା ୩୨୩ ।

The post ମାଉଣ୍ଟ ଏଭରେଷ୍ଟ ବିଜୟର ୭୦ ତମ ବାର୍ଷିକୀ, ୫୦୦  ପର୍ବତାରୋହୀଙ୍କ ସହ ୪ ଜଣ ଭାରତୀୟ ଶିଖରରେ ପାଳନ କଲେ  ଉତ୍ସବ । first appeared on Kanak News.

from Kanak News
via <a href="https://ifttt.com/?

ଭାରତରେ କାହିଁକି ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ, କ’ଣ ଥିଲା ପ୍ରକୃତ ଉଦ୍ଦେଶ୍ୟ?

କନକ ବ୍ୟୁରୋ : ବିମୁଦ୍ରିକରଣର ସମୟ ସମସ୍ତଙ୍କର ମନେ ଥିବ । ଯେତେବେଳେ ଗୋଟିଏ ମାତ୍ର ଝଟକାରେ ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କାର ନୋଟ ସାଧାରଣ କାଗଜ ଖଣ୍ଡ ହୋଇଯାଇଥିଲା  । କିନ୍ତୁ ଏହା ପୂର୍ବରୁ ଭାରତରେ ଶୂନ ଟଙ୍କାର ନୋଟ ଛପା ମଧ୍ୟ ହୋଇସାରିଥିଲା । ଏହି ନୋଟ୍ ଏତେ ପ୍ରଭାବଶାଳୀ ଥିଲା ଯେ ଏହାର ଚାହିଦା ସବୁଆଡେ ବଢି ଚାଲିଥିଲା । ହେଲେ ଏହି ନୋଟର କୌଣସି ମୂଲ୍ୟ ନଥିଲା । ଏହି ଶୂନ ଟଙ୍କାର ନୋଟରେ କେହି କିଛିବି ସାମଗ୍ରୀ କିଣି ପାରୁନଥିଲେ । କିନ୍ତୁ ଏହି ନୋଟ୍ ବହୁତ ବର୍ଷଧରି ପ୍ରଚଳିତ ହୋଇଥିଲା । ଏହାର ଚାହିଦା ଦିନକୁ ଦିନ ଦକ୍ଷିଣ ଭାରତରୁ ଉତ୍ତର ଭାରତ ଏବଂ ସମଗ୍ର ଦେଶରେ ବୃଦ୍ଧି ପାଉଥିଲା । ଏବଂ ପ୍ରାୟ ୭ ବର୍ଷ ପରେ ଏହିନୋଟ୍ ର ମୁଦ୍ରଣ କୁ ବନ୍ଦ କରାଯାଇଥିଲା ।

ଏମିତିରେ ବି ଭାରତରେ ୧ ଟଙ୍କାରୁ ନେଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଛାପା ହୋଇଛି । ୧୦,୦୦୦ ଟଙ୍କିଆ ନୋଟ୍ ଛାପିବା ଭାରତରେ ବହୁତ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଥିଲା । ସେହିଭଳି ବଜାରକୁ ୧୦୦୦ ଟଙ୍କାର ବି ନୋଟ ଆସିଥିଲା । ଦିର୍ଘ ସମୟ ଧରି ଏହା ଟ୍ରେଣ୍ଡରେ ମଧ୍ୟ ଚାଲିଥିଲା । ପରେ ଏହି ନୋଟକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହି ନୋଟ ପରେ ପୁଣି ୨୦୦୦ ଟଙ୍କାର ନୋଟ ମଧ୍ୟ ବଜାରକୁ ଆସିଲା ହେଲେ ବଜାର ଓ ବ୍ୟାଙ୍କ କାରବାରରେ ୨୦୦୦ ଟଙ୍କାର ନୋଟ ଦେଖିବା ପାଇଁ ମିଳୁନାହିଁ ।

ଶୂନ ଟଙ୍କିଆ ନୋଟ କାହିଁକି ଛାପା ହୋଇଥିଲା? ଏହାର ଆବଶ୍ୟକତା କଣ ଥିଲା?
୨୦୦୭ ମସିହାରେ ଚେନ୍ନାଇରେ ଏକ ଅଣ ସରକାରୀ ସଂଗଠନ ର ୫ ମ ସ୍ତମ୍ଭ ଶୂନ ଟଙ୍କାର ଏକ ନୋଟ ଛାପି ଥିଲେ । ଏହି ନୋଟ ଉପରେ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ କୌଣସି ଗ୍ୟାରେଣ୍ଟି ଦେଇନଥିଲେ । ଏହି ନୋଟକୁ ବ୍ୟବହାରରେ ମଧ୍ୟ ନିଆଯାଇନଥିଲା । ଏହାର ଅର୍ଥ ଏହି ନୋଟ୍ କୁ କାରବାର ଠାରୁ ଦୂରରେ ରଖାଯାଇଥିଲା । ଏହି ନୋଟ ମାଧ୍ୟମରେ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଦିଆଯାଇଥିଲା । ଏହା ହିନ୍ଦୀ, ତାମିଲ, କନ୍ନଡ, ମାଲାୟାଲମ୍ ଏବଂ ତେଲୁଗୁ ଭାଷାରେ ପ୍ରକାଶିତ କରାଯାଇଥିଲା ।

ଦେଶରେ ସରକାରୀ କାର୍ଯ୍ୟଳୟରେ ଦୁର୍ନୀତି ବ୍ୟାପୁଥିଲା । ଯେଉଁ ଠାରେ ଯେଉଁ କାମହେଲେ, ବିନା ଉପହାରରେ ତାହା କରାଯାଇପାରିବ ନାହିଁ । ଏହି ସବୁ କାରଣ ପାଇଁ ସାଧାରଣ ଜନତାଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ ଥିଲା । ଏହିଭଳି ପରିସ୍ଥିତିରେ ଦୁର୍ନୀତିକୁ ମୂଳରୁ ସଫା କରିବା ଉଦ୍ଦେଶ୍ୟରେ ଶୂନ ଟଙ୍କା ନୋଟ୍ ଛାପା ଯାଇଥିଲା । ଏହା ପରେ ଯେଉଁଠାରେ ଲାଂଚ ପାଇଁ ଦାବି କରୁଥିଲେ, ସେହି ସ୍ଥାନରେ ଏହି ସୂନ ଟଙ୍କିଆ ନୋଟ୍ ହସ୍ତାନ୍ତର କରିଦିଆ ଯାଉଥିଲା ।

ଶୂନ ଟଙ୍କାର ଏହି ନୋଟ୍ ଛାପିବା ବେଳେ ଏକ ଶପଥ ମଧ୍ୟ ନିଆଯାଇଥିଲା ସେହି ଶପଥ ହେଉଛି । ଆମେ ଲାଂଚ ଦେବୁ ନାହିଁ କି ଲାଂଚ ନେବୁ ନାହିଁ । ଏକ ଅଭିଜାନ ମାଧ୍ୟମରେ ଏହି ନୋଟ୍ ଗୁଡିକ ରେଳ ଷ୍ଟେସନ୍, ବସ୍ ଷ୍ଟେସନ୍ ଏବଂ ବଜାରରେ ଏହାକୁ ବଣ୍ଟନ କରାଯାଇଥିଲା । ଏହି ଦୁର୍ନୀତି ବିରୋଧରେ ଲୋକମାନଙ୍କୁ ଏନଜିଓ ଦ୍ୱାରା ସଚେତନ କରାଯାଇଥିଲା । ୮ ବର୍ଷଧରି ଏହି ଅଭିଯାନ ଚାଲିଥିଲା । ଏହି ଅଭିଯାନ ୨୦୧୪ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୧୫ ଲକ୍ଷ ଶୂନ ଟଙ୍କିଆ ନୋଟ ଛପା ହୋଇଥିଲା ।

The post ଭାରତରେ କାହିଁକି ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ, କ’ଣ ଥିଲା ପ୍ରକୃତ ଉଦ୍ଦେଶ୍ୟ? first appeared on Kanak News.

from Kanak News
via <a href="https://ifttt.com/?

ନୟାପଲ୍ଲୀ ପୋଲିସ ହାତରେ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ । ଦିନରେ ଫେରି କରି ରାତିରେ କରୁଥିଲେ ଲୁଟ୍ପାଟ୍ , ସୁନା ଓ ରୂପା ଅଳଙ୍କାର ସହ ଗାଡ଼ି ଜବତ

କନକ ବ୍ୟୁରୋ : ପୁଲିସ ହାତରେ ଧରାପଡ଼ିଲା ବଂଜାରା ଲୁଟେରା । କବାଡିଆ ଦୋକାନୀ ଓ କମ୍ବଳ ବେପାରୀଙ୍କ କାରନାମା ଦେଖି ତାଜୁବ ପୁଲିସ । ବାହାରୁ ଆସି ଭୁବନେଶ୍ୱରରେ ଚଳାଇଛନ୍ତି ଲୁଟ୍   । ନୟାପଲ୍ଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡ଼ିଛନ୍ତି ୫ଜଣିଆ ବଂଜାରା ଲୁଟେରା ଗ୍ୟାଙ୍ଗ । ଦିନରେ ଅଭିଯୁକ୍ତମାନେ ଫେରି କରନ୍ତି ଏବଂ ରାତିରେ ଲୁଟ୍ କରନ୍ତି । ଅଭିଯୁକ୍ତଙ୍କ ଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ୫ଟି ପାଣି ପମ୍ପ, ପିତଳ ବାସନ ଓ ଆକ୍ଟିଭା ଗାଡ଼ି ଆଦି ଜବତ କରାଯାଇଛି । ଭୁବନେଶ୍ୱରରେ ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁରେ ଡକାୟତି ମାମଲା ରହିଛି । ଅଭିଯୁକ୍ତଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି ଡିସିପି । ଗିିରଫ ଅଭିଯୁକ୍ତମାନେ ହେଲେ ମୋମିମ ମଲ୍ଲିକ, କିଶୋର ମହାନ୍ତି, ଔରଙ୍ଗଜେବ, ପ୍ରଭାତ ସାହୁ ଓ ଇକଲାକୁଲ ରେହମନ । ମାଷ୍ଟରମାଇଣ୍ଡ ମୋମିମ ମଲ୍ଲିକଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁରରେ । ଅନ୍ୟ ଅଭିଯୁକ୍ତଙ୍କ ଘର ଜଗତସିଂହପୁର, ଡୁମଡୁମା, କେନ୍ଦ୍ରାପଡ଼ା ଓ ବାଲିଅନ୍ତା ।

The post ନୟାପଲ୍ଲୀ ପୋଲିସ ହାତରେ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ । ଦିନରେ ଫେରି କରି ରାତିରେ କରୁଥିଲେ ଲୁଟ୍ପାଟ୍ , ସୁନା ଓ ରୂପା ଅଳଙ୍କାର ସହ ଗାଡ଼ି ଜବତ first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା । ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଗତକାଲି ଯାଇଥିଲା ଜଣଙ୍କ ଜୀବନ

କନକ ବ୍ୟୁରୋ : କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ ଜଣଙ୍କୁ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଓଡ୍ରାଫ ଟିମ୍ ଓ ନନ୍ଦପୁର ଅଗ୍ନିଶମ ବିଭାଗ ଦ୍ୱାରା ନଦୀରୁ ନିଖୋଜ ୪ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଜି ଶଶିରେଖା ଆର୍ଲବ, ନବିନା ଆର୍ଲବ, ପୁଷ୍ପାଞ୍ଜଳି ଆର୍ଲବ ଓ କ୍ରାନ୍ତି ସୀସାଙ୍କ ମୃତଦେସହ ଉଦ୍ଧାର କରାଯାଇଛି । ଗତକାଲି ତାନସିଂ ଘାଟ ନିକଟରେ ଲାଲ୍ମଣି ସୀମାଙ୍କ ମର ଶରୀର ଭାସୁଥିବା ବେଳେ ମରଶରୀର ଉଦ୍ଧାର କରାଯାଇଥିଲା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଂଚାୟତର ତାନସିଂ ଗାଁର ୩ ମହିଳା ଏବଂ ଦୁଇ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡ଼େଲା ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ନିଜ ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

The post କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା । ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଗତକାଲି ଯାଇଥିଲା ଜଣଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । କାହାରି ଚରିତ୍ର ସଂହାର କରାଯାଇନଥିବା ସଫେଇ ରଖିଲେ ପ୍ରଯୋଜନା ସଂସ୍ଥା

କନକ ବ୍ୟୁରୋ : କଂଚାଲଙ୍କା ଓଟିଟିରେ ରିଲିଜ୍ ହୋଇଥିବା ‘ବାରଙ୍ଗ-୧୯୯୯’କୁ ନେଇ ବିବାଦ । କଂଚାଲଙ୍କାକୁ ଏନେଇ ଲିଗାଲ ନୋଟିସ୍ ପଠାଇଛନ୍ତି ଅଂଜନା ମିଶ୍ର । ଏହି ବାରଙ୍ଗ-୯୯ ଚଳଚିତ୍ରରେ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିବା ଅଭିଯୋଗ କରିଛନ୍ତି । କନକ ନ୍ୟୁଜକୁ ଏନେଇ ପ୍ରତିକ୍ରିୟା ଦେଇ ଅଂଜନା କହିଛନ୍ତି, ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟ୍ିସ୍ ମାଧ୍ୟମରେ ୭୨ଘଂଟାର ସମୟ ଦିଆଯାଇଛି । ଏହି ସମୟ ଭିତରେ ଫିଲ୍ମକୁ ଉଠାଇ ନିଆନଗଲେ କୋର୍ଟଙ୍କ ଆଶ୍ରୟ ନେବେ । ସେପଟେ ସଫେଇ ରଖି ପ୍ରଯୋଜନା ସଂସ୍ଥା କହିଛି ଏହି ଫିଲ୍ମରେ କାହାରି ଚରିତ୍ର ସଂହାର କରାଯାଇନାହିଁ । ଏହା ଏକ କାଳ୍ପନିକ କାହାଣୀ । ପୂରା କାହାଣୀ ଟ୍ରେଲରରୁ ଜଣା ପଡେ ନାହିଁ ସମ୍ପୂର୍ଣ୍ଣ କାହାଣୀ ଦେଖିବା ପରେ ହିଁ ପୂରା କଥା ସାମ୍ନାକୁ ଆସିପାରିବ   ।

The post କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । କାହାରି ଚରିତ୍ର ସଂହାର କରାଯାଇନଥିବା ସଫେଇ ରଖିଲେ ପ୍ରଯୋଜନା ସଂସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ନୂଆ ନିୟମ । ନୂଆ ବର୍ଷ ପାଳନ କରିପାରିବେ ନାହିଁ ପାକିସ୍ତାନୀ ।

ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ନିଷିଦ୍ଧ କରିଛନ୍ତି ।  ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି ।ଆମ  ସରକାର କୌଣସି ବି ପ୍ରକାର ନୂଆବର୍ଷ ପାଳନ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ । ହମାସ ଦ୍ୱାରା ପରିଚାଳିତ ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦,୦୦୦  ରୁ ଅଧିକ ପାଲେଷ୍ଟାଇନ୍ର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ।କଙ୍ଗାଳ ହେଇଯାଇଥିବା ପାକିସ୍ତାନୀମାନେ ଆଉ ନୂଆ ବର୍ଷ ପାଳନ କରିବାକୁ ସକ୍ଷମ ହେବେ ନାହିଁ, କାରଣ ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ବାରଣ କରିଛନ୍ତି । ତେବେ ଏହାର କାରଣ ସରକାର ଦେଇଛନ୍ତି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ।

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଗୁରୁବାର ଦିନ ଦେଶରେ ନୂଆ ବର୍ଷ ପାଳନ ଉପରେ ନିଷେଧାଦେଶ ଘୋଷଣା କରି ଯୁଦ୍ଧ ଦ୍ଵାରା କ୍ଷତିଗ୍ରସ୍ତ ଗାଜାର ଲୋକଙ୍କ ସହ ଏକତା ପ୍ରଦର୍ଶନ କରିବେ। ରାଷ୍ଟ୍ରକୁ ସମ୍ବୋଧିତ କରି କାକର ପାକିସ୍ତାନୀମାନଙ୍କୁ ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂତନ ବର୍ଷରେ ସଂଯମତା ଏବଂ ନମ୍ରତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ।ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି । ଅମ ସରକାର କୌଣସି ବି ପ୍ରକାର ନୂଆବର୍ଷ ପାଳନ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ ।

ହମାସ ଦ୍ୱାରା ପରିଚାଳିତ ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦,୦୦୦  ରୁ ଅଧିକ ପାଲେଷ୍ଟାଇନ୍ର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ । ଜାରି ରହିଥିବା ଯୁଦ୍ଧ ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ୮୫% ଲୋକ ସ୍ଥାନାନ୍ତର ହେଇ ସାରିଲେଣି । ଏବଂ ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣରେ ଅଧିକ ଗାଜାବାସୀ ସ୍ଥାନାନ୍ତର ହେବ ବୋଲି ଆଶଙ୍କା କରାଯାଉଛି ।ଖବର ଅନୁଯାୟୀ, ଅକ୍ଟୋବର ୭ ରେ ଇସ୍ରାଏଲ୍ ବିସ୍ଫୋରଣ ଆରମ୍ଭ ହେବା ଦିନଠାରୁ ପ୍ରାୟ ୯୦୦୦  ଶିଶୁ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ୍ ସେନାର ହିଂସା ଏବଂ ଅନ୍ୟାୟର ସୀମା ଅତିକ୍ରମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଗାଜା ଏବଂ ୱେଷ୍ଟବ୍ଯାଙ୍କରେ ସାଧାରଣ ଜନତା ନହିଁନଥିବା କଷ୍ଟ ଭୋଗୁଛନ୍ତି ।

ଆମେ ସେମାନକର ଦୁଃଖରେ ଭାଗୀ ହେବାକୁ ଚେଷ୍ଟା କରିବା ଏବଂ ନୂଆବର୍ଷ ପାଳନ କରିବାନାହିଁ । ସେ କହିଛନ୍ତି ଯେ ପାଲେଷ୍ଟାଇନକୁ  ପାକିସ୍ତାନ ଦୁଇଟି ସହାୟତା ପ୍ୟାକେଜ ପଠାଇଛି ଏବଂ ତୃତୀୟ ପ୍ୟାକେଜ ପ୍ରସ୍ତୁତି ଚାଲିଛି । ବିଶ୍ବ ଫୋରମରେ ପାଲେଷ୍ଟାଇନବାସୀଙ୍କ ଅବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପାକିସ୍ତାନର ଜାରି ରହିଥିବା ପ୍ରୟାସକୁ ମଧ୍ୟ କାକର ଆଲୋକିତ କରିଛନ୍ତି ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ରକ୍ତପାତକୁ ରୋକିବା ପାଇଁ ଏହି ପ୍ରୟାସ ଜାରି ରଖିବାକୁ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଇସଲାମିକ ଗୋଷ୍ଠୀର ପ୍ରଭାବ ହେତୁ ପାକିସ୍ତାନରେ ନୂତନ ବର୍ଷର ଉତ୍ସବ ପାରମ୍ପାରିକ ଭାବରେ ବହୁତ ବଡ ନୁହେଁ, ଯେଉଁମାନେ ବଳ ପ୍ରୟୋଗ ସମେତ ବିଭିନ୍ନ ଉପାୟ ମାଧ୍ୟମରେ ଉତ୍ସବକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି ।

 

The post ପାକିସ୍ତାନରେ ନୂଆ ନିୟମ । ନୂଆ ବର୍ଷ ପାଳନ କରିପାରିବେ ନାହିଁ ପାକିସ୍ତାନୀ । first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ

କନକ ବ୍ୟୁରୋ : ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ପ୍ରତି ବୁଥରୁ ୫୦ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେପି । ଏପରି ରଣନୀତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଆଜି ବିଜେପିର ସମନ୍ୱୟ କମିଟି ବୈଠକ ବସିବାକୁ ଥିବା ବେଳେ ଆସନ୍ତାକାଲି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ବୈଠକ ହେବ । ସେହିପରି ରବିବାର ସଂଯୁକ୍ତ ମୋର୍ଚ୍ଚା ବୈଠକ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ବିଜେପି ସବୁବେଳେ ପ୍ରସ୍ତୁତ ଅଛି ଏବଂ ରାଷ୍ଟ୍ରୀୟ ପଦାଧୀକାରୀ ବୈଠକରେ ହୋଇଥିବା ନିଷ୍ପତି ଗ୍ରାଉଣ୍ଡରେ ପହଂଚାଇବା ପାଇଁ ଯୋଜନା ପ୍ରସ୍ତୁତ ହେବ । ଏହାସହ ପ୍ରତି ବୁଥରୁ ୫୦ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବିଜେପି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ।

The post ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ first appeared on Kanak News.

from Kanak News
via <a href="https://ifttt.com/?

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶ୍ୱେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିକେ ପାଣ୍ଡିଆନ ଟାର୍ଗେଟ କରିବା ପରେ ପାଣ୍ଡିଆନଙ୍କୁ ପାଲଟା ଟାର୍ଗେଟ କରିବା ସହ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି ରାଜନୀତିରେ କିଏ କାହାକୁ ପ୍ରଶ୍ନ କରିବାରେ କିଛି ଅସୁବିଧା ନାହିଁ । ହେଲେ ସେ ଆଗେ କୁହନ୍ତୁ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଅଭିଯୋଗପତ୍ର ଗ୍ରହଣ କରିବା ପରେ କେଉଁଠି କଣ କରିଛନ୍ତି । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କର କଣ ପରିବର୍ତ୍ତନ ହୋଇଛି ତାହାର ଆଗେ ଉତର ରଖନ୍ତୁ । ଏବଂ ତା ପରେ ଯାଇ କେନ୍ଦ୍ରକୁ ଓ ଆଉ କାହାକୁ ଟାର୍ଗେଟ କରିବେ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ଏହାର ଜବାବ ରଖିଛି ବିଜେଡି । ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ପ୍ରଶ୍ନ ପଚାରିବାଟା ଟାର୍ଗେଟ କରିବା ନୁହେଁ । ଏବଂ ନବୀନ ପଟ୍ଟନାୟକ କଣ କରିଛନ୍ତି ତାହା ରାଜ୍ୟବାସୀ ଜାଣିଛନ୍ତି ।

The post ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶ୍ୱେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ first appeared on Kanak News.

from Kanak News
via <a href="https://ifttt.com/?

ଡାକ୍ତରୀ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ । କନ୍ଧମାଳ ଗୋଛାପଡ଼ାରୁ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ ।

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ କନ୍ଧମାଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଏହି ଘଟଣାକୁ ନେଇ ତୀବ୍ର ହୋଇଛି କଲେଜ ଛାତ୍ରଙ୍କ ଆନ୍ଦୋଳନ । ହାଉସ୍ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପି ପହଂଚି ବୁଝାସୁଝା କରିଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଓପିଡିକୁ ବନ୍ଦ କରାଯାଇଥିବା ବେଳେ କେବଳ କାଜୁଆଲିଟିରେ ରୋଗୀ ଦେଖୁଛନ୍ତି ଡାକ୍ତର ।

ଚିକିତ୍ସାରେ ଅବହେଳା ଅଭିଯୋଗରେ ଗତକାଲି ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟ ହାଉସ ସର୍ଜନ ବିଶ୍ୱରଂଜନ ସାହୁଙ୍କୁ ପିଛା କରି ତାଙ୍କୁ ଆକ୍ରମଣ କରିଥିଲେ । ସହଯୋଗୀ ବିଶ୍ୱଙ୍କୁ ଆଣି ମେଡିକାଲରେ ଭର୍ତି କରିଥିଲେ । ଏହା ପରେ ମେଡିକାଲରେ ତାଲା ଦେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ।

The post ଡାକ୍ତରୀ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ । କନ୍ଧମାଳ ଗୋଛାପଡ଼ାରୁ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର । ।

କନକ ବ୍ୟୁରୋ: ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର ହୋଇଛି । ଦର୍ଶନ ପାଇଁ ଯାଉଥିବା ବେଳେ ଶିଶୁଟିର ଆଖିକୁ କାମୁଡ଼ିଦେଇଛି ବୁଲା କୁକୁର । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଭିଡ ଲାଗିଥିବାବେଳେ ୨ ବର୍ଷର ଶିଶୁକୁ ବଡ ଦାଣ୍ଡରେ ଭିଣିଦେଇଥିଲା ବୁଲା କୁକୁର । ଶିଶୁର ଆଖିକୁ କୁକୁର କାମୁଡି ଦେଇଥିବାରୁ ଶିଶୁଟି ଗୁରୁତର ରହିଛି । ଶିଶୁକୁ ତୁରନ୍ତୁ ଆଶୁ ଚିକିତ୍ସା ପାଇଁ ବଡ ଦାଣ୍ଡରେ ଥିବା ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି ।

The post ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର । । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started