ତୃତୀୟ ବିଶ୍ୱଯୁଦ୍ଧ ପରେ କେମିତି ଦେଖାଯିବେ ପାକିସ୍ତାନ, ଚୀନ୍ ଏବଂ ଆମେରିକା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦେଖାଉଛି ଏପରି ଭୟଙ୍କର ଭବିଷ୍ୟତ ।

ଦୁନିଆର ଅନେକ ଦେଶ ମଧ୍ୟରେ ଏବେ ଭୟଙ୍କର ଯୁଦ୍ଧ ଚାଲିଛି ।  ଯାହା ଦର୍ଶାଉଛି  ଯେ ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶି ଦୂର ନୁହେଁ । ସାରା ବିଶ୍ବ ଏବେ  ଦୁଇ ଭାଗରେ ବିଭକ୍ତ ହେଇଗଲାଣି । ଯେପରି ରୁଷ ଏବଂ ଚୀନ୍ ସହିତ ଆମେରିକାର ସମ୍ପର୍କ ଭଲ ନୁହେଁ ସେହିପରି  ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ବର୍ଷକରୁ ବେଶି ହେଇ ସାରିଲାଣି । ଅନ୍ୟପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୁସଲିମ ଦେଶ ଗୁଡିକ ହମାସର ପକ୍ଷ ନେଉଛନ୍ତି । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ଜାରି ରହିଛି ।

ଯଦି ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଆମେରିକାର ଚେହେରା ଏହିପରି ହେବ । ରୁଷ ଏବଂ ଚୀନ୍ ସହିତ ଆମେରିକାର ସମ୍ପର୍କ ଭଲ ନୁହେଁ । ତାଇୱାନ ପ୍ରସଙ୍ଗରେ ଆମେରିକାର ଆଭିମୁଖ୍ୟ ଚୀନ୍‌କୁ ଶତ୍ରୁ କରି ଠିଆ କରିଛି । ଏଥି ସହିତ ରୁଷ ସହ ଲଢେଇ ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଉପରେ ପୁଟିନଙ୍କ କ୍ରୋଧ ଆହୁରି ତୀବ୍ର ହୋଇଛି .

ଯଦି ଆମେରିକା ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଚୀନ୍ ଏହିପରି ଦେଖାଯିବ ।  AI ଦ୍ବାରା ସୃଷ୍ଟି ହୋଇଥିବା ଚିତ୍ରରେ, ଆପଣ ଦେଖିପାରିବେ ଯେ ଚୀନ୍ ବହୁ ପରିମାଣରେ ଧ୍ୱଂସ ହୋଇଯାଇଛି, କିନ୍ତୁ ଏହାର ଭିତ୍ତିଭୂମି ବହୁ ପରିମାଣରେ ଅକ୍ଷୁର୍ଣ୍ଣ ରହିଛି, ଅର୍ଥାତ୍ ଯୁଦ୍ଧ ପରେ ଚୀନ୍ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହେବ ନାହିଁ ।

ଯଦି ପାକିସ୍ତାନରେ ଯୁଦ୍ଧ ହୁଏ ତେବେ ଏହାର ଚିତ୍ର ଏହିପରି ହେବ ।  AI ପୋଡିଯାଇଥିବା ଅଟ୍ଟାଳିକା, ଭଙ୍ଗା ରାସ୍ତା ଏବଂ ଯାନ ଦେଖାଇଛି । ପାକିସ୍ତାନ ନିଜେ ଏବେ ଆତଙ୍କବାଦୀ ଆକ୍ରମଣର ଶିକାର ହେବାକୁ ଯାଉଛି। ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି ।

ରୁଷ ୟୁକ୍ରେନକୁ ଧ୍ୱଂସ କରିବାକୁ ଶପଥ ନେଇଛି । ଯଦି ଅନେକ ଦେଶ ଏକାଠି ହୋଇ ରୁଷକୁ ଧ୍ୱଂସ କରିବାକୁ ଶପଥ କରନ୍ତି, ତେବେ ଏହା ସମ୍ପୂର୍ଣ୍ଣ ବିନାଶର କାରଣ ହୋଇପାରେ ।

ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଉତ୍ତର କୋରିଆରେ ଏପରି ବିନାଶ ଘଟିବ । AI ଏହିପରି ଚିତ୍ର ସୃଷ୍ଟି କରିଛି ଏବଂ ଦୃଶ୍ୟ ଦେଖାଇଛି । ଦକ୍ଷିଣ କୋରିଆ ସହିତ କ୍ରମାଗତ ଭାବରେ ଖରାପ ସମ୍ପର୍କ ହେତୁ କ୍ଷେପଣାସ୍ତ୍ର ପରୀକ୍ଷା ଚାଲିଛି । 
HD wallpaper: Sci Fi, Robot, City, Soldier | Wallpaper Flare

The post ତୃତୀୟ ବିଶ୍ୱଯୁଦ୍ଧ ପରେ କେମିତି ଦେଖାଯିବେ ପାକିସ୍ତାନ, ଚୀନ୍ ଏବଂ ଆମେରିକା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦେଖାଉଛି ଏପରି ଭୟଙ୍କର ଭବିଷ୍ୟତ । first appeared on Kanak News.

from Kanak News
via <a href="https://ifttt.com/?

‘ବିଏସକେୱାଇ-ନବୀନ କାର୍ଡ’କୁ ନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ କଟାକ୍ଷ । କହିଲେ ସବୁଥିରେ ବିଫଳ ହେବା ପରେ କାର୍ଡ ଖେଳୁଛନ୍ତି ସରକାର ।

କନକ ବ୍ୟୁରୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ମୁଖ୍ୟମନ୍ତ୍ରୀ ବିଜେଡିର ଟ୍ରମ୍ପ କାର୍ଡ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ସବୁଥିରେ ବିଫଳ ହୋଇଛନ୍ତି ତେଣୁ କାର୍ଡକୁ ବଦଳାଇ ଖେଳିଲେ ଲୋକେ ବିଶ୍ୱାସ କରିବେ ବୋଲି ଭାବୁଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଆଜି ରାଜ୍ୟରେ ‘ବିଏସକେୱାଇ-ନବୀନ କାର୍ଡ’ର ଶୁଭାରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ହେବେ ଉପକୃତ ହେବେ ବୋଲି କୁହାଯାଇଛି ।

The post ‘ବିଏସକେୱାଇ-ନବୀନ କାର୍ଡ’କୁ ନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ କଟାକ୍ଷ । କହିଲେ ସବୁଥିରେ ବିଫଳ ହେବା ପରେ କାର୍ଡ ଖେଳୁଛନ୍ତି ସରକାର । first appeared on Kanak News.

from Kanak News
via <a href="https://ifttt.com/?

ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଲା ବଲୁଚି ଲିବରେଶନ ଆର୍ମି । ଭିଡିଓ ଜାରି କରି ଦେଲା ଏଭଳି ଧମକ

କନକ ବ୍ୟୁରୋ : ପାକିସ୍ତାନରେ ରହୁଥିବା ଚୀନର ଅଧିକାରୀଙ୍କୁ ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଚୀନ ଅଧିକାରୀଙ୍କ ଆବାସରେ ଆତ୍ମଘାତି ବିସ୍ଫୋରଣ କରିବାକୁ ଏହି ଭିଡିଓରେ ଧମକ ଦିଆଯାଇଛି । ଭିଡିଓ ଜାରି କରି ଚୀନ ରାଷ୍ଟ୍ରପତି ଓ ପାକିସ୍ତାନ ଜେନରାଲଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛି ବେଲୁଚି ଲିବରେଶନ ଆର୍ମି ।

ଗତ କିଛି ବର୍ଷ ହେବ ବେଲୁଚିସ୍ତାନକୁ ସ୍ୱାଧୀନ କରିବା ଦାବି କରି ଲଗାତର ସଂଘର୍ଷ ଜାରି ରଖିଥିବା ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରିଛି । ଭିଡିଓରେ ଜଣେ ଯବାନ ଇଂଗ୍ରାଜୀ ଭାଷାରେ ସ୍ପଷ୍ଟ କହୁଛି କି ବେଲୁଚିସ୍ତାନରେ ଥିବା ଚୀନ ଅଧିକାରୀ ଓ ନାଗରିକଙ୍କ ଠିକଣାରେ ଆତ୍ମଘାତି ଆକ୍ରମଣ କରିବାକୁ ଏକ ଅଲଗା ଟିମ୍ ପ୍ରସ୍ତୁତ କରାଯାଇଛି ।

ବେଲୁଚିସ୍ତାନ ଲିବରେଶନ ଆର୍ମିର ଏକ ଶାଖା ମସଜିଦ୍ ବ୍ରିଗେଡ ଏକ ନୂଆ ଆତ୍ମଘାତି ଶାଖା ଗଠନ କରିଛି । ଯାହାର ଉଦ୍ଦେଶ୍ୟ ରହିଛି କି, କେବଳ ଚୀନ ଠିକଣା ଓ ଚୀନ ନାଗରିକ ଏବଂ ଅଧିକାରୀମାନଙ୍କୁ ଟାର୍ଗେଟ୍ କରିବା । ଭିଡିଓରେ ବେଲୁଚିସ୍ତାନ ଲିବରେଶନ ଆର୍ମିର ଯୋଦ୍ଧା ସ୍ପଷ୍ଟ କହୁଛନ୍ତି କି, ‘ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କାନଖୋଲି ଶୁଣିନିଅ ତୁମେ ଏହି ସମୟରେ ବେଲୁଚିସ୍ତାନକୁ ଛାଡିଦିଅ, ଖାଲି କରିଦିଅ ନହେଲେ ବେଲୁଚିସ୍ତାନର ନାଗରିକଙ୍କ ମୃତ୍ୟୁର ସାକ୍ଷୀ ତୁମେ ରହିବ’

ଏହି ଭିଡିଓରେ ସ୍ପଷ୍ଟ ଧମକ ଦିଆଯାଇଛି କି, ଯଦି ଚୀନ ବେଲୁଚିସ୍ତାନରୁ ସେମାନଙ୍କ ଅଧିକାରୀ ଓ ନାଗରିକଙ୍କୁ ନେଇ ନଯାଏ ତେବେ ସେମାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରାଯିବ ଓ ଏହାକୁ ଦେଖିବାକୁ ଜିନପିଙ୍ଗ ପ୍ରସ୍ତୁତ ରୁହନ୍ତୁ । ଏହାସହ ସିଧାସଳଖ ଚୀନ ରାଷ୍ଟ୍ରପତିଙ୍କୁ ଧମକ ଦେଇଛି ଏହି ଲିବରେଶନ । ଭିଡିଓରେ କୁହାଯାଇଛି କି, ଯଦି ଚୀନ ବେଲୁଚିସ୍ତାନକୁ ସ୍ୱାଧୀନ ନ କରେ ତେବେ ବେଲୁଚିସ୍ତାନରେ ଥିବା ପାକିସ୍ତାନ ଲେଫ୍ଟନାଣ୍ଟ ଜେନେରଲ ଅସଲମ ବଲୋଚ ବି ଜିନପିଙ୍ଗଙ୍କୁ ରକ୍ଷା କରିପାରିବେ ନାହିଁ ।

The post ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଲା ବଲୁଚି ଲିବରେଶନ ଆର୍ମି । ଭିଡିଓ ଜାରି କରି ଦେଲା ଏଭଳି ଧମକ first appeared on Kanak News.

from Kanak News
via <a href="https://ifttt.com/?

ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

କନକ ବ୍ୟୁରୋ : ସଂଯୁକ୍ତ ଜନତା ଦଳ ବା ଜେଡିୟୁର ଅଧ୍ୟକ୍ଷ ପଦରୁ ଲଲନ୍ ସିଂ ଇସ୍ତଫା ଦେଇଛନ୍ତି । ପାର୍ଟି ତରଫରୁ ଲଲନ୍ ସିଂଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି । ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂ ଇସ୍ତଫା ଦେବା ପରେ ସେ ଏହି ପଦ ପାଇଁ ନୀତିଶ କୁମାରଙ୍କ ନାମ ସୁପାରିଶ କରିଥିଲେ । ପାର୍ଟିର ବରିଷ୍ଠ ନେତା କେ.ସି ତ୍ୟାଗୀ କହିଛନ୍ତି କି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଗତ କିଛିଦିନ ହେବ ଜେଡିୟୁର ସାଂଗଠନିକ ପରିବର୍ତ୍ତନକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଲଲନ ସିଂ ଆଜିର କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବାକୁ ସାଥିରେ ପହଂଚିଥିଲେ । ବୈଠକରେ ଲଲନ୍ ସିଂ ଇସ୍ତଫା ଦେଇ କହିଥିଲେ କି, ଆଗାମୀ ନିର୍ବାଚନରେ ନିଜକୁ ସକ୍ରିୟ ରଖିବା ପାଇଁ ସେ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛନ୍ତି । ଏବଂ ଅଧ୍ୟକ୍ଷ ପଦ ପାଇଁ ନୀତିଶ କୁମାରଙ୍କ ନାମ ସୁପାରିଶ କରୁଛନ୍ତି । ଏହାପରେ ତୁରନ୍ତ ନୀତିଶ କୁମାରଙ୍କ ନାମ ଉପରେ ମୋହର ଲାଗିଥିଲା ।

ଗତ କିଛିଦିିନ ହେବ କିଛି ଗଣମାଧ୍ୟମ ଅଟକଳ ଲଗାଇଥିଲେ କି , ନୀତିଶ ସରକାରଙ୍କ ସହଯୋଗୀ ଆରଜେଡି ସହ ନୀତିଶଙ୍କ ଘନିଷ୍ଠତା କାରଣରୁ ଲଲନ ସିଂ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଗତବର୍ଷ ଅଗଷ୍ଟ ମାସରେ ଜେଡିୟୁ ଓ ବିଜେପିର ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ କୁମାର ଆରଜେଡି ମେଣ୍ଟରେ ସରକାର ଗଠନ କରିଥିଲେ ।

The post ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି । ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଭିଡିଓ କଲ କରୁଛନ୍ତି ଅପହରଣକାରୀ ।

କନକ ବ୍ୟୁରୋ: ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ପାତ୍ରପଡା କ୍ରିଷ୍ଣା ବିହାର ଅଂଚଳର ଶଙ୍କର୍ଷଣ ଦାସଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୮ଟାରେ କିଛି ଲୋକ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ସ୍ତ୍ରୀକୁ ଫୋନ୍ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ମାଗୁଛନ୍ତି ଅପହରଣକାରୀ । ଭିଡିଓ କଲ୍ ମାଧ୍ୟମରେ ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

The post ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି । ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଭିଡିଓ କଲ କରୁଛନ୍ତି ଅପହରଣକାରୀ । first appeared on Kanak News.

from Kanak News
via <a href="https://ifttt.com/?

ବାଙ୍କି ଡମପଡ଼ା କୋ-ଅପରେଟିଭ ବ୍ୟାଙ୍କରୁ ଡକାୟତି । ଲକର ତାଡ଼ି ୧୫ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ।

କନକ ବ୍ୟୁରୋ: ମାତିଛନ୍ତି ଲୁଟେରା । ଲୁଟେରାଙ୍କ ଟାର୍ଗେଟରେ ବ୍ୟାଙ୍କ । ବାଙ୍କୀ ଥାନା ତମପଡ଼ା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ଲକର ତାଡ଼ି ନେଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଲକର ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକର ଥିବା ପ୍ରାୟ ୧୫ ଲକ୍ଷ ଟଙ୍କା ଓ କମ୍ପୁଟର ହାର୍ଡ ଡିସ୍କ ସହିତ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୃତ ନେଇଯାଇଥିବା କୁହାଯାଇଛି । ସେପଟେ ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପଂହଚି ଛାନଭିନ ଆରମ୍ଭ କରିଛି ।

The post ବାଙ୍କି ଡମପଡ଼ା କୋ-ଅପରେଟିଭ ବ୍ୟାଙ୍କରୁ ଡକାୟତି । ଲକର ତାଡ଼ି ୧୫ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । । first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ଭେଣ୍ଡି ୪୬୦ ଟଙ୍କା , ଆଳୁ ୭୭ ଟଙ୍କା । ଅନ୍ୟ ପରିବାରେ ହାତ ମାରି ହେଉନି

ଶୀତଦିନରେ ସାଧାରଣତଃ ପନିପରିବା ଶସ୍ତା ହୋଇଥାଏ କିନ୍ତୁ ପାକିସ୍ତାନରେ ଏହାର ବ୍ୟତିକ୍ରମ ଦେଖାଦେଇଛି ପାକିସ୍ତାନରେ ଭେଣ୍ଡି କିଲୋ ପିଛା ଯେତିକି ତାଙ୍କରଏ ବିକ୍ରି ହେଉଛି ଆମର ଏଠି ଦି ଟା  ବ୍ୟାଗ ଭର୍ତ୍ତି  ପରିବା ହେଇଯିବ

ଆମିଷାସି ହୁଅନ୍ତୁ କିମ୍ବା ଶାକାହାରୀ ହୁଅନ୍ତୁ, ସମସ୍ତେ ଶୀତ ଋତୁକୁ ଅପେକ୍ଷା କରିଥାନ୍ତି । ପ୍ରଥମତଃ ଏହି ସମୟରେ ବିଭିନ୍ନ ପ୍ରକାରର ପନିପରିବା ଉପଲବ୍ଧ, ଏବଂ ସେମାନଙ୍କର ମୂଲ୍ୟ ମଧ୍ୟ ଏତେ କମ୍ ହୋଇଯାଏ ଯେ ଆପଣ ରୋଷେଇ କରି ଆନନ୍ଦରେ ଖାଇପାରିବେ ।

ଶୀତଦିନେ ଭାରତୀୟ ଲୋକଙ୍କ ଘରେ ବିଭିନ୍ନ ପ୍ରକାର ସବୁଜ ପନିପରିବାରେ ଘର ଭର୍ତ୍ତି ଥାଏ କିନ୍ତୁ ଆମେ ଯଦି ଆମର ପଡୋଶୀ ଦେଶ ପାକିସ୍ତାନ କଥା କହିବା  ତେବେ ଚଳିତ ବର୍ଷ ସେମାନଙ୍କ ପାଇଁ ପରିବା ଏକ ସ୍ବପ୍ନ ପରି ହେଇଗଲାଣି । ସେଠାରେ ପରିବା ଡର ଏବେ ଆକାଶଛୁଆଁ । ହାତ ମାରି ହେଉନି ପରିବାରେ । ଶୀତ ଋତୁ ଆସିବା ମାତ୍ରେ ବଜାରରେ ପନିପରିବା ଶସ୍ତା ହୋଇଯାଏ କିନ୍ତୁ ପାକିସ୍ତାନରେ ବର୍ତ୍ତମାନ ଏହାର ବିପରୀତ ଘଟଣା ଘଟୁଛି । ଯେଉଁ ମୂଲ୍ୟରେ ଏଠାରେ ଏକ କିଲୋ ଭେଣ୍ଡି ଏବଂ କଖାରୁ ବିକ୍ରି ହେଉଛି, ଆମେ ଭାରତୀୟମାନେ ଦୁଇ ବ୍ୟାଗ ପନିପରିବା କିଣି ପାରିବା । ଏହା କୌଣସି ଥଟା ମଜା କଥା ନୁହେଁ ।  ଆଳୁ ଏବଂ ଟମାଟୋ ଭଳି ପନିପରିବା କିଣିବା ପାଇଁ ଲୋକମାନଙ୍କ ପକେଟ ଖାଲି ହେଇଯାଉଛି । ପରିବା ମୂଲ୍ୟ ଜାଣିବା ପୂର୍ବରୁ ଜାଣନ୍ତୁ ଭାରତୀୟ ମୁଦ୍ରର ବିନିମୟ ମୂଲ୍ୟ କେତେ ରହିଛି ପାକିସ୍ତାନରେ । ୧  ଭାରତୀୟ ଟଙ୍କା ୩.୩୬ ପାକିସ୍ତାନୀ ଟଙ୍କା ସହିତ ସମାନ । ଏଠାରେ ସମସ୍ତ ମୂଲ୍ୟ ପାକିସ୍ତାନୀ ଟଙ୍କାରେ ଦିଆଯାଇଛି।

ପାକିସ୍ତାନରେ ସବୁଜ ପନିପରିବା ଦର ଆକାଶଛୁଆଁ

ପାକିସ୍ତାନରେ ନିର୍ବାଚନ ପାଖେଇ ଆସିଲାଣି । ଏଭଳି ପରିସ୍ଥିତିରେ ରାଜନୀତି ସହିତ ପନିପରିବା ଦର ମଧ୍ୟ ନିଆଁରେ ଲାଗିଲା ଭଳି ଅନୁଭବ ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଆଲୋଚନା କରୁଛନ୍ତି ଯେ ପାକିସ୍ତାନରେ କେହି ପନିପରିବା ଖାଇ ପାରିବେ ନାହିଁ । ଗ୍ରୋସରୀ ଆପ୍ GrocerApp.pk ର ହାର ଅନୁଯାୟୀ ଗୋଟିଏ କିଲୋଗ୍ରାମ ଭେଣ୍ଡି ୪୬୦ ଟଙ୍କାରେ ବିକ୍ରି ହେଉଛି ।  କୋବି ଏବଂ ଗାଜର ପରି ଋତୁକାଳୀନ ପନିପରିବାର ମୂଲ୍ୟ ମଧ୍ୟ କିଲୋଗ୍ରାମକୁ ୨୦୦ ରୁ ୨୫୦ ଟଙ୍କା ମଧ୍ୟରେ ରହିଛି । ପାକିସ୍ତାନରେ ଆଳୁ କିଲୋଗ୍ରାମରେ ୭୭ ଟଙ୍କା ଏବଂ ପିଆଜ ୧୮୩  କିଲୋଗ୍ରାମରେ ବିକ୍ରି ହେଉଛି । ନିର୍ବାଚନ ଋତୁରେ ବଢୁଛି ମୁଦ୍ରାସ୍ପୀତି ୟେ ଟ ଗଲା ସବୁଜ ପନିପରିବା କଥା । ଏହା ବ୍ୟତୀତ, ଲାଗୁଛି ଯେପରି ଅଦା ଏବଂ ରସୁଣ ପରି ପନିପରିବା କିଣିବା ମଧ୍ୟ ସ୍ବପ୍ନ  ହୋଇସାରିଛି । ଏସବୁ ଆଉ କିଲୋଗ୍ରାମ ହିସାବରେ ନୁହେଁ , ଗ୍ରାମ ହିସାବରେ ବିକ୍ରି ହେଉଛି । ଅଦା ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୨୫୦ ଗ୍ରାମ ପିଛା ୧୨୮ ଟଙ୍କା ଅର୍ଥାତ୍ କିଲୋଗ୍ରାମ ପାଇଁ ୫୧୨  ଙ୍କା ଥିବାବେଳେ ରସୁଣର ମୂଲ୍ୟ କିଲୋଗ୍ରାମ ପିଛା ୭୫୦ ଟଙ୍କା ପହଞ୍ଚିଛି। ଏହା ନୁହେଁ ଯେ କେବଳ ପନିପରିବା ଏତେ ମହଙ୍ଗା, ଏଠାରେ କ୍ଷୀର ମଧ୍ୟ ଲିଟର ପିଛା ୨୭୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଏଭଳି ପରିବେଶରେ ପାକିସ୍ତାନୀ ନେତାମାନଙ୍କୁ ନିର୍ବାଚନ ଦାବି କରିବା ପୂର୍ବରୁ ଥରେ ଚିନ୍ତା କରିବାକୁ ପଡ଼ିବ ଏବଂ ସେମାନେ କ’ଣ ଏବଂ କେତେ ଲୋକଙ୍କୁ ଦେଇପାରିବେ ସେ ବିଷୟରେ ପ୍ରତିଶୃତି ଦେଇଛନ୍ତି । 

The post ପାକିସ୍ତାନରେ ଭେଣ୍ଡି ୪୬୦ ଟଙ୍କା , ଆଳୁ ୭୭ ଟଙ୍କା । ଅନ୍ୟ ପରିବାରେ ହାତ ମାରି ହେଉନି first appeared on Kanak News.

from Kanak News
via <a href="https://ifttt.com/?

ଆଦିମ ଆଦିବାସୀଙ୍କୁ ଘର ଦେବେ ମୋଦି ସରକାର, ବିଜେଡି ଆଦିବାସୀଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର । 

କନକ ବ୍ୟୁରୋ : ଆଦିମ ଆଦିବାସୀ ମାନଙ୍କୁ ପକ୍କାଘର ଦେବେ ମୋଦି ସରକାର । ଏବେ ବି ଅନେକ ଆଦିମ ଜନଜାତି ପଛୁଆ ଅଛନ୍ତି । ଗମନାଗମନ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ତେଣୁ ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ସ୍ୱଚ୍ଛ ପାନୀୟ ଜଳ, ପକ୍କା ଘର, ବିଜୁଳି ଆଦି ମୌଳିକ ସୁବିଧା ଆଦିମ ଆଦିବାସୀଙ୍କୁ ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ୯ଟି ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ଆଦିବାସୀ ବ୍ୟାପାର ବିଭାଗ ଅନ୍ୟ ୯ଟି ବିଭାଗ ସହ ମିଶି ୱାର୍କସପ କରିଥିଲେ । ଯେଉଁଠି ଆଦିବାସୀ ମନେ ବସବାସ କରୁଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଘର କରି ପାରିବେ । ବିଭିନ୍ନ କଟକଣାକୁ ଦୂର କରି କେମିତି ଆଦିମ ଆଦିବାସୀ ମାନଙ୍କୁ ପକ୍କା ଘର ମିଳିପାରିବ ସେଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ।

ଅନ୍ୟପଟେ ୨୩ ବର୍ଷ ମଧ୍ୟରେ ଆଦିବାସୀଙ୍କ ପାଇଁ ବିଜେଡି କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱେଶ୍ୱର । କେନ୍ଦ୍ର ସରକାରଙ୍କ ଯୋଜନାକୁ ରୂପାନ୍ତରଣ ନାଁ ଦେଇ ରାଜ୍ୟ ସରକାର ହାଇଜାକ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଯୋଜନା ଆଦିମ ଆଦିବାସୀଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟ ସରକାର ସହଯୋଗ କରୁନଥିବା କହିଛନ୍ତି ବିଶ୍ୱେଶ୍ୱର ।

The post ଆଦିମ ଆଦିବାସୀଙ୍କୁ ଘର ଦେବେ ମୋଦି ସରକାର, ବିଜେଡି ଆଦିବାସୀଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ।  first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ଚକେଇସିଆଣିରେ କଳାକନା ବୁଲାଇଲେ ଚୋର ।

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ମାତିଲେଣି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣିରେ ଏଭଳି ବଡଧରଣର ଲୁଟ୍ ହୋଇଛି । ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା, ସୁନା, ଗହଣା । ହେଲେ ଲୁଟିନେଇଗଲେ ଚୋର । ପରିବାର ଲୋକ ବୁଲିବାକୁ ଯାଇଥିଲେ ଆଉ ବିଳମ୍ବିତ ରାତିରେ ସାରା ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଅନ୍ୟପଟେ ଘର ମାଲିକ ତାଙ୍କ ଘରେ ଥିବା ଭଡାଟିଆଙ୍କୁ ଘରର ଚାବି ଦେଇ ଯାଇଥିବାରୁ ସନ୍ଦେହ କରାଯାଉଛି । ମାତ୍ର ଭଡାରେ ରହୁଥିବା ମହିଳା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

The post ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ଚକେଇସିଆଣିରେ କଳାକନା ବୁଲାଇଲେ ଚୋର । first appeared on Kanak News.

from Kanak News
via <a href="https://ifttt.com/?

କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପୋଷ୍ଟକୁ ମଧ୍ୟ କଲେ ଡିଲିଟ୍ ।

କନକ ବ୍ୟୁରୋ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶ୍ରୀମଦ ଭଗବତ୍ ଗୀତାର ଏକ ଶ୍ଳୋକ ତ୍ରୁଟିପୂର୍ଣ୍ଣ ଅନୁବାଦକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ଏହି ପୋଷ୍ଟକୁ ଡିଲିଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ବିଶ୍ୱଶର୍ମା ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କରିଥିବା ପୋଷ୍ଟକୁ ମଧ୍ୟ ଡିଲିଟ୍ କରିଛନ୍ତି । ଏହାକୁ ନେଇ ବିରୋଧୀ ତାଙ୍କ ଟାର୍ଗେଟ କରିବା ସହ ବିଶ୍ୱଶର୍ମା ରାଜ୍ୟରେ ଜାତି ବିଭେଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୋଷ୍ଟକୁ ଡିଲିଟ୍ କରିବା ସହ ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି ଯେ, ‘ମୁଁ ନିୟମିତ ଭାବେ ସକାଳେ ଭଗବତ୍ ଗୀତାର ଶ୍ଳୋକ ଅପଲୋଡ କରେ । ଏଯାଏଁ ମୁଁ ୬୬୮ଟି ଶ୍ଳୋକ ଅପଲୋଡ କରିସାରିିଲିଣି ।ନିକଟରେ ମୋ ଟିମର ଜଣେ ସଦସ୍ୟ ୧୮ ଅଧ୍ୟାୟର ଏକ ଶ୍ଳୋକର ଭୁଲ ଅନୁବାଦ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହା ଜାଣିବା ମାତ୍ରେ ମୁଁ ତାକୁ ତୁରନ୍ତ ଡିଲିଟ୍ କରିଥିଲି । ଯଦି ଡିଲିଟ୍ କରିଥିବା ପୋଷ୍ଟକୁ ନେଇ କାହାରି ଭାବନାକୁ ଆଘାତ ହୋଇଥିବା ତେବେ ମୁଁ କ୍ଷମା ମାଗୁଛି’ ।

The post କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପୋଷ୍ଟକୁ ମଧ୍ୟ କଲେ ଡିଲିଟ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started