ଇସ୍ରାଏଲ୍ ସେନାର ମସ୍ତବଡ ଭୁଲ । ଆତଙ୍କବାଦୀ ଭାବି  ମାରିଦେଲେ ନିଜର ୩ ବନ୍ଧକଙ୍କୁ ।

ଇସ୍ରାଏଲ୍ ସୈନ୍ୟମାନଙ୍କ ଦ୍ଵାରା ପ୍ରକାଶିତ ଏକ ସାମରିକ ଅନୁସନ୍ଧାନରେ କୁହାଯାଇଛି ଯେ ତାଙ୍କ ସୈନିକମାନେ ସାହାଯ୍ୟ ମାଗୁଥିବା ୩ ଜଣ ବନ୍ଧକଙ୍କୁ ଆତଙ୍କବାଦୀ ଭାବି ହତ୍ୟା କରିଦେଇଥିଲେ ।

ଇସ୍ରାଏଲ ଏବଂ ହାମାସ ଯୁଦ୍ଧକୁ ୮୪ ଦିନ ପୁରି ଗଲାଣି । ଏହି ସମୟ ମଧ୍ୟରେ, ଇସ୍ରାଏଲ୍ କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ୍ କରିବା ସହିତ ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଆଟାକ୍ ମଧ୍ୟ ଜାରି ରଖିଛି ।  ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୨୦,୦୦୦ ରୁ ଉର୍ଦ୍ଧ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି । ଏହି ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସୈନିକ ମାନେ କ୍ରମାଗତ ଭାବରେ ହାମାସ ଅପହରଣ କରି ନେଇଥିବା ବନ୍ଧକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ତେବେ ଏହି ବନ୍ଧକ ଉଦ୍ଧାର ଅପରେସନ ସମୟରେ ଇସ୍ରାଏଲ ସେନା ଏକ ବହୁତ ବଡ଼ ଭୁଲ କରିଦେଇଛି । ନିଜ ଦେଶର  ତିନିଜଣ ବନ୍ଧକଙ୍କୁ ଆତଙ୍କବାଦୀ ଭାବି ଗୁଳି କରି ହତ୍ୟା କରିଦେଇଛି ।

ନ୍ୟୁଜ୍ ଏଜେନ୍ସି AFP ରିପୋର୍ଟ ଅନୁସାରେ ଗୁରୁବାର ଦିନ ପ୍ରକାଶିତ ଏକ ସାମରିକ ଅନୁସନ୍ଧାନରେ କୁହାଯାଇଛି ଯେ ଇସ୍ରାଏଲ୍ ସୈନିକମାନେ ସାହାଯ୍ୟ ପାଇଁ ଚିତ୍କାର  କରୁଥିବା ତିନିଜଣ ବନ୍ଧକଙ୍କୁ ଆତଙ୍କବାଦୀ ଭାବି ଗୁଳି କରି ହତ୍ୟା କରି ଦେଇଥିଲେ । ଇସ୍ରାଏଲ ସୈନିକମାନେ କିଛି ଦିନ ପୂର୍ବରୁ ଗାଜା ସହରର ଏକ ବିଲ୍ଡିଂରେ ଅପରେସନ ପାଇଁ ପ୍ରବେଶ କରିଥିଲେ । ସେଠାରେ କିଛି ବନ୍ଧକ ଥିବାର ସୂଚନା ସେମାନଙ୍କ ପାଖରେ ଥିଲା  । ବିଲଡିଙ୍ଗରେ ଅପରେସନ ଚାଲିଥିବା ସମୟରେ ସେମାନେ ହିବୃ ଭାଷାରେ ‘ସାହାଯ୍ୟ’ ‘ସାହାଯ୍ୟ’ ବୋଲି ଶୁଣିବାକୁ ପାଇଥିଲେ । କିନ୍ତୁ ଏହାକୁ ସେମାନେ ହମାସର କିଛି ଚାଲ ଭାବି ତରବରରେ ବିଲଡିଙ୍ଗରୁ ବାହାରି ଆସିଥିଲେ । କାଳେ ସମ୍ପୂର୍ଣ ବିଲଡିଙ୍ଗରେ ବୋମା ଖଞ୍ଜା ଯାଇଥିବାର ସେମାନେ ସନ୍ଦେହ କରୁଥିଲେ । ସେମାନେ ଆସିବା ପରେ ପରେ ତିନିଜଣ ବନ୍ଧକ ମଧ୍ୟ ବିଲଡିଙ୍ଗରୁ ବାହାରି ଦଉଡିବାକୁ ଲାଗିଥିଲେ । ବନ୍ଧକମାନଙ୍କୁ ଆତଙ୍କବାଦୀ ଭାବି ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଇସ୍ରାଏଲ ସୈନିକଙ୍କ ଗୁଳିରେ ଦୁଇ ଜଣ ସେହିଠାରେ ହିଁ ଟଳି ପଡ଼ିଥିଲେ । ପରେ ଯାଞ୍ଚ କରିବାରୁ ଜଣା ପଡିଥିଲା ଯେ ସେମାନେ ସମସ୍ତେ ତାଙ୍କ ନିଜ ଦେଶର ନାଗରିକ ଥିଲେ । ଅକ୍ଟୋବର ୭ ତାରିଖରେ ହମାସ ସେମାନଙ୍କୁ ବନ୍ଧକ ଭାବେ ଅପହରଣ କରି ନେଇଯାଇଥିଲା । ଏହାପରେ ଇସ୍ରାଏଲରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ସରକାର ବାଧ୍ୟ ହେଇ ଏକ ସାମରିକ ଯାଞ୍ଚର ଆଦେଶ ଦେଇଥିଲେ । ଆସିଥିବା ଯାଞ୍ଚ ରିପୋର୍ଟରେ ଏହି ଘଟଣାର ପୁଷ୍ଟି କରାଯାଇଛି ।

ଗୁରୁବାର ଦିନ ଗାଜା ସହର ଏବଂ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରି ଇସ୍ରାଏଲ୍ ସୈନ୍ୟବାହିନୀ ଗ୍ରାଉଣ୍ଡ ଏବଂ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହି ଆକ୍ରମଣରେ ଅନେକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଗାଜାରେ ଉଗ୍ରବାଦୀ ଗୋଷ୍ଠୀ ହମାସକୁ ଟାର୍ଗେଟ କରି ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୨୦  ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଲେଣି । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଘଟଣା ୧୫ ଡିସେମ୍ବରରେ ଘଟିଥିଲା । ସୈନିକମାନେ ତରବରରେ ବିଲଡିଙ୍ଗ ଛାଡ଼ି ବାହାରିବା ସମୟରେ ବନ୍ଧକମାନେ ମଧ୍ୟ ବିଲଡିଂରୁ ପଳାୟନ କରିଥିଲେ ଏବଂ । ଇସ୍ରାଏଲ ସୈନିକମାନେ ସେମାନଙ୍କୁ ପ୍ରଥମେ ଧମକ ଦେଇଥିଲେ ଏବଂ ସେମାନେ ନଶୁଣିବାରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କର ତୁରନ୍ତ ମୃତ୍ୟୁ ଘଟିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ତୃତୀୟ ବନ୍ଧକ ଦଉଡି ପଳାଇ ଯାଉଥିଲେ ଏବଂ ତାଙ୍କୁ ଚିହ୍ନିବା ପାଇଁ ସୈନିକମାନ ପାଟି କରିଥିଲେ କିନ୍ତୁ ସେ ତାଙ୍କ କଥା ଶୁଣି ପାରିନଥିଲେ କରଣ ପାଖରେ ଟ୍ୟାଙ୍କ ଚାଲୁଥିଲା । ଟ୍ୟାଙ୍କ ଚାଲିବ ଶବ୍ଦରେ କେହି କାହା କଥା ଶୁଣି ପାରିନଥିଲେ । ଏହାପରେ ଇସ୍ରାଏଲ ସୈନିକମାନେ ତାଙ୍କୁ ମଧ୍ୟ ଗୁଳି କରି ଦେଇଥିଲେ । ତୃତୀୟ ବନ୍ଧକ ମଧ୍ୟ ତତକ୍ଷଣାତ ମୃତ୍ଯୁବରଂ କରିଥିଲା । ସମସ୍ତ ତିନିଜଣ ବନ୍ଧକ ସାର୍ଟ ପିନ୍ଧି ନଥିଲେ ଏବଂ ଜଣେ ହାତରେ ଧଳା ପତାକା ଧରିଥିଲା ।

The post ଇସ୍ରାଏଲ୍ ସେନାର ମସ୍ତବଡ ଭୁଲ । ଆତଙ୍କବାଦୀ ଭାବି  ମାରିଦେଲେ ନିଜର ୩ ବନ୍ଧକଙ୍କୁ । first appeared on Kanak News.

from Kanak News
via <a href="https://ifttt.com/?

ତୀବ୍ର ହେଲା ଭୀମଭୋଇ ମେଡିକାଲ କଲେଜର ଛାତ୍ରଙ୍କ ଆନ୍ଦୋଳନ । ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି ।

କନକ ବ୍ୟୁରୋ: ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ହାଉସ୍ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି । ମେଡିସିନ୍ ଓପିଡିକୁ ମଧ୍ୟ ଛାତ୍ରଛାତ୍ରୀ ବନ୍ଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ପୋଲିସ ସହ ଯୁକ୍ତିତର୍କ କରିଛନ୍ତି ।

ଗତକାଲି ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କୁ ଏନ୍ଏସ୍ରେ ଗିରଫ କରିବା ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଚିକିତ୍ସାରେ ଅବହେଳା ଅଭିଯୋଗରେ ଗତକାଲି ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟ ହାଉସ ସର୍ଜନ ବିଶ୍ୱରଂଜନ ସାହୁଙ୍କୁ ପିଛା କରି ତାଙ୍କୁ ଆକ୍ରମଣ କରିଥିଲେ । ସହଯୋଗୀ ବିଶ୍ୱଙ୍କୁ ଆଣି ମେଡିକାଲରେ ଭର୍ତି କରିଥିଲେ । ଏହା ପରେ ମେଡିକାଲରେ ତାଲା ଦେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ।

The post ତୀବ୍ର ହେଲା ଭୀମଭୋଇ ମେଡିକାଲ କଲେଜର ଛାତ୍ରଙ୍କ ଆନ୍ଦୋଳନ । ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି । first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ବିଏସକେୱାଇ-ନବୀନ କାର୍ଡର ଯୋଜନାର ଶୁଭାରମ୍ଭ, ରାଜ୍ୟର ୯୦% ଲୋକ ହେବେ ଉପକୃତ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏହି କାର୍ଡ?

କନକ ବ୍ୟୁରୋ : ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ନବୀନ ଆଣିଲେ ଖୁସିଖବର । ବିଏସକେୱାଇ ନବୀନ କାର୍ଡ ହୋଇଛି ଶୁଭାରମ୍ଭ । ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ । କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ । ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇରେ ପଞ୍ଜିକୃତ ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ସୁବିଧା ପାଇପାରିବେ ।

ବିଏସକେୱାଇର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ରାଜ୍ୟର ଜନସଂଖ୍ୟାର ୯୦ ପ୍ରତିଶତ । ସେମାନଙ୍କୁ ବିଏସକେୱାଇ ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ମିଳିବ । ଏହି କାର୍ଡ ଦ୍ୱାରା କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗର ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାରଣ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।

ଏହାପୂର୍ବରୁ ରାଜ୍ୟରେ ଅର୍ଥ ଅଭାବରୁ ଯେପରି କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ବିଏସକେୱାଇ ଯୋଜନା ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଥିଲା । ଏହି ଯୋଜନାରେ ମାସିକ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ହସ୍ପିଟାଲରେ ଏବଂ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ସରକାର ମାସିକ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ବିଏସକେୱାଇ ଯୋଜନାରେ ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

The post ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ବିଏସକେୱାଇ-ନବୀନ କାର୍ଡର ଯୋଜନାର ଶୁଭାରମ୍ଭ, ରାଜ୍ୟର ୯୦% ଲୋକ ହେବେ ଉପକୃତ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏହି କାର୍ଡ? first appeared on Kanak News.

from Kanak News
via <a href="https://ifttt.com/?

ବର୍ଷକ ମଧ୍ୟରେ ନନ୍ଦନକାନନ ହେବ ବିଶ୍ୱସ୍ତରୀୟ । ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଘୋଷଣା । ଲୋକାର୍ପିତ ହେଲା ଫାର୍ମା ୱାଲାବୀ ଖୁଆଡ଼ ।

କନକ ବ୍ୟୁରୋ: ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ପାର୍ମା ୱାଲବୀ ଖୁଆଡ ଲୋକାର୍ପିତ କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଏହାସହ କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏକକ୍ଲୋଜର ଏବଂ ଅଷ୍ଟ୍ରିଜ ଖୁଆଡ ବି ଲୋକର୍ପିତ ହୋଇଛି । ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟପ୍ରାଣୀ ପିସିସିଏଫ୍ ଉପସ୍ଥିତ ଥିଲେ ।

ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୮ରୁ ୧୦ ମାସ ଭିତରେ ନନ୍ଦନକାନନର ରୂପରେଖ ବଦଳିଯିବ ବୋଲି ଏ ଅବସରରେ କହିଛନ୍ତି ଜଙ୍ଗଲ-ପରିବେଶ ମନ୍ତ୍ରୀ । ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଜରିଆରେ ବହୁ ନୂଆ ଜୀବଜନ୍ତୁ ଆସିଛନ୍ତି । ରୋପ୍ ୱେ, ବୋଟିଂ ବ୍ୟବସ୍ଥା ହୋଇଛି । ଦୁବାଇରୁ ଚିତା ବାଘ ଓ ଧଳା ସିଂହ ସାବକ ବି ଆସିବେ । କାଂଜିଆ ହ୍ରଦ ବିକାଶ ଲାଗି ଏସ୍ଆରସି ପାଣ୍ଠିରୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ନନ୍ଦନକାନନ ଚିଡିଆଖାନା ଚୁଡଙ୍ଗ ଯାଏଁ ବଢିବା ସହ ଖୁବଶୀଘ୍ର ନାଇଟ୍ ସଫାରି ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

The post ବର୍ଷକ ମଧ୍ୟରେ ନନ୍ଦନକାନନ ହେବ ବିଶ୍ୱସ୍ତରୀୟ । ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଘୋଷଣା । ଲୋକାର୍ପିତ ହେଲା ଫାର୍ମା ୱାଲାବୀ ଖୁଆଡ଼ । first appeared on Kanak News.

from Kanak News
via <a href="https://ifttt.com/?

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ । ଏବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ହେବ ପରିଚିତ, ଗତ ନଭେମ୍ବରରେ ଘୋଷଣା କରିଥିଲେ ନବୀନ ।

କନକ ବ୍ୟୁରୋ : ବଦଳିଲା କଳାହାଣ୍ଡ ବିଶ୍ୱ ବିଦ୍ୟାଳୟର ନାଁ । କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ସମୁଦାୟ ୫୦ କଲେଜକୁ ନେଇ ୨୦୨୦ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟର ନାମକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀଙ୍କ ନାଁରେ କରିବାକୁ ଦାବି ମିଳିଥିଲା । ମଞ୍ଚ ଉପରୁ ହିଁ କଳହାଣ୍ଡି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିିତ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

The post ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ । ଏବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ହେବ ପରିଚିତ, ଗତ ନଭେମ୍ବରରେ ଘୋଷଣା କରିଥିଲେ ନବୀନ । first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମମନ୍ଦିରର ଗର୍ଭଗୃହରେ ରହିବେନି ମା’ ସୀତା । ୫ ବର୍ଷର ବାଳକ ରୂପେ ସ୍ଥାନ ପାଇବ ରାମଲଲାଙ୍କ ପ୍ରତିମା ।

କନକ ବ୍ୟୁରୋ : ଆଉ ମାତ୍ର କେଇ ଦିନ, ଅଯୋଧ୍ୟାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର ଉଦଘାଟନ ଉତ୍ସବ । ଅଯୋଧ୍ୟାର ୭୦ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଗର୍ଭଗୃହରେ କିନ୍ତୁ ଭକ୍ତ ଦେଖିବାକୁ ପାଇବେନି ମାଆ ସୀତାଙ୍କୁ । ଗର୍ଭଗୃହରେ ବିରାଜମାନ କରିବେ ଭଗବାନ ରାମଲଲ୍ଲା । ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ । ଏହା ଶ୍ରୀରାମଙ୍କ ବାଳକ ରୂପ ହୋଇଥିବାରୁ ମୁଖ୍ୟମନ୍ଦିର ଗର୍ଭଗୃହରେ ମାଆ ସୀତାଙ୍କର କୌଣସି ପ୍ରତିମୂର୍ତି ସ୍ଥାପନ କରାଯିବ ନାହିଁ । ଏନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୁଖ୍ୟ ମନ୍ଦିରରେ ଶ୍ରୀରାମଙ୍କ ବାଳକ ପ୍ରତିମା ସ୍ଥାନ ପାଇବ । ଏହା ବିବାହ ପୂର୍ବର ମୂର୍ତି ହୋଇଥିବାରୁ ଦେବୀ ସୀତାଙ୍କ ମୂର୍ତି ମୁଖ୍ୟମନ୍ଦିରରେ ରହିବ ନାହିଁ । ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏବେ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି । ବିଶ୍ୱବ୍ୟାପୀ ରାମଭକ୍ତ ରାମ ମନ୍ଦିରର ଉଦଘାଟନକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହି କ୍ରମରେ ଉଦଘାଟନ ଉତ୍ସବକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ,
ଗର୍ଭଗୃହରେ ରହିବେନି ମା’ ସୀତା
– ମୁଖ୍ୟ ମନ୍ଦିର ଗର୍ଭଗୃହରେ ସ୍ଥାନ ପାଇବନି ମା’ ସୀତାଙ୍କ ପ୍ରତିମୂର୍ତ୍ତୀ
– ଗର୍ଭଗୃହରେ ରହିବ ୫ ବର୍ଷର ବାଳ ରୂପରେ ରାମଲଲାଙ୍କ ପ୍ରତିମା
– ମୁଖ୍ୟ ମନ୍ଦିର ୩୬୦ ଫୁଟ ଲମ୍ବା ଏବଂ ୨୩୫ ଫୁଟ୍ ଓସାର
– ମନ୍ଦିରର ଶିଖର ୧୬୧ ଫୁଟ ଉଚ୍ଚ
– ରାମଲଲାଙ୍କ ମନ୍ଦିରରେ ରହିବ ୩୨ଟି ପାହାଚ
– ମୁଖ୍ୟ ମନ୍ଦିରରେ ସ୍ଥାପିତ ହେବ ବିବାହ ପୂର୍ବର ରାମଲଲାଙ୍କ ପ୍ରତିମା
– ମୁଖ୍ୟ ମନ୍ଦିର ବ୍ୟତୀତ ୭ଟି ଅନ୍ୟ ମନ୍ଦିର ରହିବ
– ୭୦ ଏକର ବିଶିଷ୍ଟ ଅଯୋଧ୍ୟା ଶ୍ରୀରାମ ମନ୍ଦିର

The post ଅଯୋଧ୍ୟା ରାମମନ୍ଦିରର ଗର୍ଭଗୃହରେ ରହିବେନି ମା’ ସୀତା । ୫ ବର୍ଷର ବାଳକ ରୂପେ ସ୍ଥାନ ପାଇବ ରାମଲଲାଙ୍କ ପ୍ରତିମା । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ : ଓଡିଶାରେ ବଢୁଛି କରୋନା ସଂକ୍ରମଣ । ଓଡିଶାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ରେ ପହଁଚିଛି । ଗତକାଲି ମଧ୍ୟ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହିଛନ୍ତି । ଏସବୁ ଭିତରେ ରାଜ୍ୟରେ କରୋନାକୁ ନେଇ ସେଭଳି କିଛି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ କେହି ସେମିତି ଗୁରୁତର ହୋଇନାହାନ୍ତି ।

କେବଳ ରାଜ୍ୟରେ ନୁହେଁ ଦେଶରେ ବି ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ବଢି ଚାଲିଛି । କେରଳରେ ସ୍ଥିତି ଉତ୍କଟ ରହିଛି । କରୋନାର ନୂଆ ସବ୍-ଭାରିଆଂଟ୍ ଜେଏନ୍ ଡଟ୍ ୱାନ୍ ଏବେ କେରଳରେ ବେଶ ଭୟଙ୍କର ରୂପ ନେବା ଆରମ୍ଭ କରିଛି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୦୯୧ ରହିଛି । କେରଳରେ ଏବେ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ର, ତାମିଲନାଡୁ ଓ ପଣ୍ଡିଚେରୀରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

The post ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ । first appeared on Kanak News.

from Kanak News
via <a href="https://ifttt.com/?

ମା’ ଘର ପରିଚାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ, ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ ।

କନକ ବ୍ୟୁରୋ : ମା’ ଘର ପରିଚାଳକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ସାଇଣ୍ଟିଫିକ୍ ଟିମ୍ ସହ ସାଥୀରେ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ଲକ୍ଷ୍ମୀ ମାଝୀ, ଦୀର୍ଘ ୫ ବର୍ଷ ହେବ ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାର୍ଯ୍ୟରତ ଥିଲେ । ମୃତକ ଜଣଙ୍କ ଦିବ୍ୟାଙ୍ଗ ଥିଲେ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ ଦାବିରେ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲେ ଜିଲ୍ଲା ଆଦିବାସୀ ମହାସଂଘ । ଗତକାଲି ବିଜେପି ପକ୍ଷରୁ ୬ ଘଂଟିଆ ବନ୍ଦ ଡାକାରା ଦିଆଯାଇଥିଲା ।ଆଉ ଆଜି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।

The post ମା’ ଘର ପରିଚାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ, ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । first appeared on Kanak News.

from Kanak News
via <a href="https://ifttt.com/?

ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପରିବାରର ୬ ଗୁରୁତର । ଭଦ୍ରକ ଚରମ୍ପା ବରାଳ ପୋଖରୀ ।

କନକ ବ୍ୟୁରୋ: ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପକ୍ଷର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖରୀର ୧ ନମ୍ବର ୱାର୍ଡରେ ଜାଗାବାଡ଼ି ବିବାଦକୁ ନେଇ ଘଟିଛି ଏହି ତୁମୁଳ କାଣ୍ଡ । ୪ ବର୍ଷ ହେବ ଜମି ଭାଗ ବଣ୍ଟାକୁ ନେଇ ଦଳେଇ ଓ ସେନାପତି ପରିବାର ମଧ୍ୟରେ ଚାଲିଥିଲା ବିବାଦ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାକୁ ନେଇ ପରିବାର ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରାଣାସ୍ତ୍ରରେ ଆକ୍ରମଣ କରିଥିଲେ ।

The post ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପରିବାରର ୬ ଗୁରୁତର । ଭଦ୍ରକ ଚରମ୍ପା ବରାଳ ପୋଖରୀ । first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ ।

 କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି ।

ନୂଆବର୍ଷ ପୂର୍ବରୁ ଦର ହ୍ରାସ ନେଇ ଘୋଷଣା କରାଯିବା ଆଶା କରାଯାଉଛି । ଏହା ସହ ଆଗକୁ ସାଧାରଣ ନିର୍ବାଚନ ରହିଛି । ତେଣୁ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ଧରଣର ହ୍ରାସ ପାଇଁ ବିଚାର କରାଯାଉଛି । ଇନ୍ଧନ ଦରରେ ଏହି ହ୍ରାସର କିଛି ଭାଗ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଙ୍କ ତରଫରୁ କରାଯିବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହ୍ରାସ ହୋଇଛି । ଫଳରେ ତେଲ ଆମଦାନୀ ଶସ୍ତା ହୋଇଛି । ତେଣୁ ଦର ହ୍ରାସ ପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ପେଟ୍ରୋଲ କମିବ ୧୦ ଟଙ୍କା!
– ଚଳିତ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ଅଶୋଧିତ ତେଲର ହାରାହାରି ଦର ବ୍ୟାରେଲ ପିଛା ୭୭.୧୪ ଡଲାର ରହିଛି
– କେବଳ ସେପ୍ଟେମ୍ବରରେ ୯୩.୫୪ ଡଲାର ଓ ଅକ୍ଟୋବରରେ ୯୦.୦୮ ଡଲାର ରହିଥିଲା
– ୨୦୨୨-୨୩ରେ ଅଶୋଧିତ ତେଲର ହାରାହାରି ଦର ୯୩.୧୫ ଡଲାର ଥିଲା
– ୨୦୨୨ ମେ’ରେ ପେଟ୍ରୋଲ ୮ ଓ ଡିଜେଲରେ ୬ ଟଙ୍କାର ଉତ୍ପାଦ ଶୁଳ୍କ ହ୍ରାସ ହୋଇଥିଲା
– ଦରଦାମ୍ ବୃଦ୍ଧି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ।

The post ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର । ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପ୍ରସ୍ତାବ ଦେଇଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started