
କନକ ବ୍ୟୁରୋ: ସାମାନ୍ୟ କଥାକୁ ନେଇ ତୁମୁଳକାଣ୍ଡ । ପୁରୀ ଟାଉନ୍ ଥାନା ମରଚିକୋଟ ଛକ ନିକଟରେ ଭକ୍ତଙ୍କ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଭକ୍ତଙ୍କ କାର ସାଇଡ୍ କରୁଥିବା ବେଳେ ଜଣେ ଯୁବକଙ୍କ ବାଇକ୍ରେ ମାଡ ହୋଇଯାଇଥିଲା । ଫଳରେ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ କାରକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଏପରିକି କାରରେ ଥିବା ଦୁଇ ଜଣ ଯୁବତୀ ତାଙ୍କୁ ବାଡେଇବାକୁ ପଛାଇନଥିଲେ । ଯାହାକୁ ନେଇ ବଡ଼ଦାଣ୍ଡରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା ।
ପୋଲିସ ଆସି ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣିନଥିଲେ । ପୋଲିସ ସମ୍ମୁଖରେ ମାରପିଟ୍ ହେଉଥିବା ଦେଖିବାକୁ ମିଳିଥିଲା । ଉଭୟ ପକ୍ଷଙ୍କୁ ଟାଉନ୍ ଥାନାକୁ ଡକାଯାଇ ବୁଝାଇବାକୁ ଚେଷ୍ଟା କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନପାରିବାରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
The post କାର୍ ସାଇଡ୍ ମାରିବାକୁ ନେଇ ବଡଦାଣ୍ଡରେ ତୁମୁଳକାଣ୍ଡ । ଯୁବକଙ୍କୁ ୨ ଯୁବତୀ ମାଡ ମାରିବା ପରେ ଖଣ୍ଡଯୁଦ୍ଧ । first appeared on Kanak News.
from Kanak News
via <a href="https://ifttt.com/?








