
କନକ ବ୍ୟୁରୋ: ବେଆଇନ ଭାବେ କରାଯାଇଛି ୫୦ ଏକର ଜାଗାର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ୍ । ଅପରେସନ ଗ୍ରୀନ୍ କ୍ଲିନ ଜରିଆରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଜି.ମଝିଗୁଡ଼ା ପଂଚାୟତର ଉଲଦାନ ଓ ଆଖପାଖ ଗାଁରେ ଏହି ଚାଷ କରାଯାଇଥିବା ବେଳେ ନଷ୍ଟ କରିଦିଆଯାଇଛି ।
ବୈପାରୀଗୁଡ଼ା ପୋଲିସ୍ ଓ ଡିଭିଏଫ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ପ୍ରାୟ ୫୦ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ବୈପାରୀଗୁଡ଼ା ବ୍ଲକର ଦୁର୍ଗମ ଅଂଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଦୁର୍ଗମ ଅଂଚଳ, ଏହାସହ ମାଓବାଦୀ ଭୟ ଯୋଗୁଁ ଲାଭ ଉଠାଉଛନ୍ତି ଗଞ୍ଜେଇ ମାଫିଆ । ସ୍ଥାନୀୟ ଲୋକଙ୍କକୁ ଗଞ୍ଜେଇ ଚାଷ କରିବାକୁ ପ୍ରବର୍ତାଉଛନ୍ତି । ତେବେ ଅପରେସନ୍ ଗ୍ରୀନ୍ କ୍ଲିନ୍ ଜରିଆରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି ।
The post ମାଟିରେ ମିଶିଲା ୫୦ ହଜାର ଗଞ୍ଜେଇ ଗଛ । ବୈପାରୀଗୁଡ଼ା ବ୍ଲକରେ ୫୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ। first appeared on Kanak News.
from Kanak News
via <a href="https://ifttt.com/?








