କନକ ବ୍ୟୁରୋ: ଅପରାଧୀ ଗୋଡରେ ପୋଲିସର ଗୁଳି । ରାତି ୩ଟାରେ କମିଶନରେଟ ପୋଲିସର ଏନକାଉଣ୍ଟର । ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ଅପରାଧୀ ରଘୁ ବିଶ୍ୱାଳ । ଅନ୍ୟ ଜଣେ ଫେରାର ରହିଛି । ଡକାୟତି ଓ ରାହାଜାନୀ ଭଳି ୧୦ଟି ମାମଲା ରହିଛି ରଘୁ ନାଁରେ ।
- ରାଜଧାନୀରେ ଏନକାଉଣ୍ଟର
- ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ଗୋଡରେ ଗୁଳି
ନୂଆବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଛି ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ । ଗୁରୁତର ଅବସ୍ଥାରେ ରଘୁକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜଧାନୀର ବିଭିନ୍ନ ଥାନାରେ ରଘୁ ନାଁରେ ମାଳ ମାଳ ମାମଲା ରହିଛି ।
- ସମୟ-ପ୍ରାୟ ଭୋଟ ୩ଟା
- ସ୍ଥାନ-ବାଲିଯାତ୍ରା ପଡିଆ, ଭୁବନେଶ୍ୱର
ବିଭିନ୍ନ ମାମଲାରେ ରଘୁ ବିଶ୍ୱାଳ କମିଶନରେଟ ପୁଲିସର ସ୍କାନରରେ ଥିଲା । ଗୁରବାର ଭୋର ପ୍ରାୟ ୩ଟାବେଳେ ଭୁବନେଶ୍ୱର ବାଲିଯାତ୍ରା ପଡିଆ ପାଖରେ ରଘୁ ଓ ତାର ଜଣେ ସହଯୋଗୀ ସନ୍ଦେହଜନକ ଭାବେ ବୁଲୁଥିବା ଖବର ମିଳିଥିଲା । ଆଉ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ପୋଲିସକୁ ଦେଖି ଅଭିଯୁକ୍ତ ରଘୁ ବିଶ୍ୱାଳ ଓ ତାର ସହଯୋଗୀ ପୁନିଆ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳିରେ ଆହତ ହେଇଛି ରଘୁ । ତାର ବାମଗୋଡରେ ଗୁଳି ବାଜିଛି । ସହଯୋଗୀ ପୁନିଆ ନାୟକ ଫେରାର ହୋଇଯାଇଛି ।
- ରଘୁ ନାଁରେ ଥାନାରେ ଏକାଧିକ ମାମଲା
- ସହଯୋଗୀଙ୍କୁ ଧରିବାକୁ ଚାରିଆଡେ ରେଡ୍
କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଏକ ଅଞ୍ଚଳରେ ଚେନ୍ ଝାମ୍ପିବା ଘଟଣାରେ ଜଣେ ମହିଳା ଗୁରୁତର ଭାବରେ ଆହାତ ହେଇଥିଲେ । ସେହି ଦିନଠାରୁ ପୁଲିସ ସ୍କାନରରେ ଥିଲା ରଘୁ । ରଘୁ ଭୁବନେଶ୍ୱରର ଜଣେ କୁଖ୍ୟାତ ଅପରାଧୀ ଥିଲା । ଦୀର୍ଘଦିନ ଧରି ପୁଲିସ ରଘୁକୁ ଖୋଜୁଥିଲା ।
- ରଘୁ ନାଁରେ ଏକାଧିକ ଡକାୟତି ଓ ରାହାଜନି ମାମଲା
- ରଘୁ ନାଁରେ ଆର୍ମ୍ସ ଆକ୍ଟରେ ଲାଗିଛିି ସଙ୍ଗୀନ ଦଫା
- ଅପରାଧୀ ନାଁରେ ୮ଟି ବନ୍ଧୁକଜନିତ ମାମଲା
- ରଘୁ ନିକଟରୁ ୭.୫ ଏମଏମ ବନ୍ଧୁକ ଜବତ
ରଘୁ କେଉଁ ଗ୍ୟାଙ୍ଗର ଥିଲା ନା ନିଜେ ଗ୍ୟାଙ୍ଗ ଚଳାଉଥିଲା ତାରା ତନାଘନା କରୁଛି ପୁଲିସ । ସହଯୋଗୀକୁ ଧରିବ ପାଇଁ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ ସ୍କାର୍ଡ ଚଢାଉକୁ ଜୋରଦାର କରିଛି ।
ତେବେ ଆଗକୁ ନୂଆବର୍ଷ । ଏଥିପାଇଁ ପୁଲିସ ସ୍କାନରରେ ଅପରାଧୀ । ସମସ୍ତ ଥାନାରେ ରହିଛି ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରର ଅପରାଧୀଙ୍କ ତଥ୍ୟ । ତେଣୁ ଯେଉଁମାନେ ଅପରାଧ ଘଟାଇବା ପାଇଁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ସୁଧୁରିଯିବା ପାଇଁ ଚେତାବନୀ ଦେଇଛି କମିଶନରେଟ ପୁଲିସ ।
The post ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳ ଗୋଡରେ ବାଜିଲା ଗୁଳି, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ରଘୁ ନାଁରେ ରହିଛି ଅନେକ ଡକାୟତି ଓ ରାହାଜାନି ମାମଲା first appeared on Kanak News.
from Kanak News
via <a href="https://ifttt.com/?