ବାଂଲାଦେଶ ନିର୍ବାଚନରେ ​​ଭାରତର ଭୂମିକା ଏବଂ ଶେଖ ହସିନାଙ୍କ ନୂଆଦିଲ୍ଲୀ ସଂଯୋଗ

ବାଂଲାଦେଶରେ ନିର୍ବାଚନ ଋତୁ ପାଖେଇ ଆସିବା ମାତ୍ରେ ପଡୋଶୀ ଦେଶ ଯାହାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭୂମିକା ଉପରେ ଅଧିକ ଚର୍ଚ୍ଚା ହୁଏ ସେ ହେଉଛି ନିଃସନ୍ଦେହରେ ଭାରତ ।

ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ପ୍ରଚାର ସମୟରେ ଭାରତର ଭୂମିକା  ବିଷୟରେ ଏଠାରେ ଏବଂ ସେଠାରେ ବେଶ ଚର୍ଚ୍ଚା କରାଯାଏ । ସେହିଭଳି ବାଂଲାଦେଶ ନିର୍ବାଚନରେ ​​ଭାରତ କଣ ଚାହୁଁଛି ଏହି ପ୍ରସଙ୍ଗରେ ମଧ୍ୟ ଅନେକ କଳ୍ପନାଜଳ୍ପନା ଚାଲିଛି ।

ଏଥର ନିର୍ବାଚନ ମଧ୍ୟ ଏଥିରେ ବ୍ୟତିକ୍ରମ ହେଇନାହିଁ ।  ବିରୋଧୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ଜଣେ ବରିଷ୍ଠ ନେତା ଏପରିକି ସର୍ବସାଧାରଣରେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ(ଭାରତ) ବାଂଲାଦେଶ ନାଗରିକଙ୍କ (ଗଣତାନ୍ତ୍ରିକ) ଭାଗ୍ୟକୁ ଛଡ଼ାଇ ନେଇଛି।

ବାଂଲାଦେଶରେ ଏପରି ଲୋକମାନଙ୍କର କୌଣସି ଅଭାବ ନାହିଁ ଯେଉଁମାନେ ବିଶ୍ବାସ କରନ୍ତି ଯେ ଲଗାତାର ୧୫ ବର୍ଷ ଧରି ଶେଖ ହସିନା ସରକାର କିପରି ଭାବରେ କ୍ଷମତାରେ ଅଛନ୍ତି ?  ଦୁଇଥର ସଂସଦୀୟ ନିର୍ବାଚନ କରିବା ସତ୍ତ୍ବେ ଭାରତର ସକ୍ରିୟ ସମର୍ଥନ ଏବଂ ସହଯୋଗ ବିନା ଏହା କୌଣସି ବି ପରିସ୍ଥିତିରେ ସମ୍ଭବ ନୁହେଁ। । ଏପରି କଥା  ଲୋକମାନେ ସର୍ବସାଧାରଣରେ ମଧ୍ୟ କହୁଛନ୍ତି ।

ଅନ୍ୟପକ୍ଷରେ, ଶାସକ ଦଳ କିମ୍ବା ମିଳିତ ମଞ୍ଚର ନେତା ତଥା ମନ୍ତ୍ରୀମାନେ ଶକ୍ତିଶାଳୀ ପଡୋଶୀ ଭାରତକୁ ଏହାର ପ୍ରତ୍ୟକ୍ଷ ସମର୍ଥନ ପାଇଁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

 

The post ବାଂଲାଦେଶ ନିର୍ବାଚନରେ ​​ଭାରତର ଭୂମିକା ଏବଂ ଶେଖ ହସିନାଙ୍କ ନୂଆଦିଲ୍ଲୀ ସଂଯୋଗ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡାର ଗୋବରୀ ନଦୀ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ

କନକ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡା ସହରର ପ୍ରବେଶ ପଥ ତିନିମୁହାଣି ଛକ ନିକଟରେ, ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ଯୋଜନା କରିଥିଲେ ସରକାର । କୋଟି କୋଟି ଟଙ୍କା ବ୍ୟୟରେ ୨୦୨୧ରେ ପୋଲ କାମ ଆରମ୍ଭ ହୋଇଥିଲା । ପୋଲର ଅଧିକାଂଶ ଅଂଶର ନିର୍ମାଣ କାର୍ଯ୍ୟ ବି ସରି ଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଗତ ମାର୍ଚ୍ଚ ମାସରେ ଶେଷଭାଗ କାମ ଚାଲିଥିବା ବେଳେ ପୋଲଟି ଭୁଷୁଡି ପଡିଥିଲା । ପୋଲ ଭୁଷୁଡି ପଡିବା ପରେ ଠିକାଦାର ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହ ମୁଖ୍ୟଯନ୍ତ୍ରୀ. ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ହେଲେ, ପରିତାପର ବିଷୟ ଅଧାପନ୍ତରିଆ ସେବେଠୁ ଆଗେଇ ପାରୁନି ପୋଲ ନିର୍ମାଣ ।

ଏସବୁ ଭିତରେ ପୋଲ ନିର୍ମାଣ କରୁଥିବା ଠିକାଦାର ସଂସ୍ଥା ପ୍ରକଳ୍ପ ସ୍ଥଳରୁ ସମସ୍ତ ଯନ୍ତ୍ରପାତି ଉଠାଇ ନେଇଛି । ଯାହା ପୋଲ ନିର୍ମାଣ କାର୍ଯ୍ୟକୁ ଅନିଶ୍ଚିତ ଆଡକୁ ଠେଲି ଦେଇଛି । ତେବେ ପ୍ରକଳ୍ପ କାର୍ଯ୍ୟକୁ ଖୁବଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଅଧାରେ ଅଟକିବା, ପ୍ରଶାସନ ଓ ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।

The post କେନ୍ଦ୍ରାପଡାର ଗୋବରୀ ନଦୀ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ first appeared on Kanak News.

from Kanak News
via <a href="https://ifttt.com/?

ମଣ୍ଡି ଖୋଲିଲା, ଚାଷୀ ଆସିଲେ, ହେଲେ ଆସିଲେ ନାହିଁ ମିଲର । ଇନ୍ଦ୍ରାବତୀ-ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କଲେ ଚାଷୀ

କନକ ବ୍ୟୁରୋ : ମଣ୍ଡିରେ ଧାନ କିଣାକୁ ନେଇ ଚାଷୀଙ୍କ ରାସ୍ତାରୋକ । ଚାଷୀଙ୍କ ରାସ୍ତା ରୋକ ପରେ ଧାନ କିଣିବା ନେଇ ମିଳିଲା ପ୍ରତିଶ୍ରୁତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଳକର ପୂଜାରିଗୁଡା ମଣ୍ଡିର ଚାଷୀଙ୍କ ଧାନ ଉଠି ପାରୁନାହିଁ । ତେନ୍ତୁଳିଖୁଂଟି ସମବାୟ ସମିତି ତରଫରୁ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍ ମିଳିଥିଲା । ଟୋକନ୍ ତାରିଖ ଅନୁସାରେ ଚାଷୀମାନେ ମଣ୍ଡିକୁ ଧାନ ନେଇଛନ୍ତି । ପୂଜାରିଗୁଡା ମଣ୍ଡିରେ ତିନି ହଜାର କ୍ୱିଂଟାଲ ଧାନ କିଣିବା ପାଇଁ ୯ଟି ମିଲରଙ୍କୁ ଟାର୍ଗେଟ ଦିଆଯାଇଛି । ହେଲେ କୌଣସି ମିଲର ମଣ୍ଡିକୁ ଆସି ନଥିଲେ । ଅପରାହ୍ନ ଯାଏଁ କୌଣସି ମିଲର ନଆସିବାରୁ ଚାଷୀମାନେ ବାଧ୍ୟ ହୋଇ ଇନ୍ଦ୍ରାବତୀ ଠାରୁ ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରିଥିଲେ । ଖବରପାଇ ତେନ୍ତୁଳିଖୁଂଟି ତହସିଲଦାର ଅଶୋକ କୁମାର ମୁଦୁଲି, ଯୋଗାଣ ଅଧିକାରୀ ରୋହିତ କୁମାର ମାଝୀ ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଧା କରି ଧାନ ବିକ୍ରି ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତାରୋକରୁ ଚାଷୀମାନେ ହଟିଥିଲେ ।

The post ମଣ୍ଡି ଖୋଲିଲା, ଚାଷୀ ଆସିଲେ, ହେଲେ ଆସିଲେ ନାହିଁ ମିଲର । ଇନ୍ଦ୍ରାବତୀ-ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କଲେ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଗରିବର ସ୍ୱପ୍ନ ସତ ହୁଏନା । ବିଛଣାରେ ରୋଗୀଣା ମା, ଜଙ୍ଗଲରେ କାଠ ସଂଗ୍ରହ କରୁଛନ୍ତି ବାପା । ବାକି ସବୁ ପାଲଟିଛି ପାହାନ୍ତିଆ ସ୍ୱପ୍ନ

କନକ ବ୍ୟୁରୋ : ବିଛଣାରେ ପଡିଛନ୍ତି ରୋଗୀଣା ମାଆ । ଖଟିବାକୁ ବୁଢା ବାପାଙ୍କ ଦେହରେ ଆଉ ଜୁ ନାହିଁ । ତେଣୁ ପରିବାର ଚଳାଇବା ପାଇଁ ଅଂଟା ଭିଡିଛି ନାବାଳକ ପୁଅ । ମାଆର ସେବା କରିବାକୁ ଅଧାରୁ ପାଠ ଛାଡିଦେଇଛି ଝିଅ । ଏମିତି ଏକ ଦୁଃଖି ପରିବାର ଅଛି, ବାଲେଶ୍ୱର ନୀଳଗିରି ବ୍ଲକ କେଶିପୁର ଅଶୋକନାଳ ଗାଁରେ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସନ୍ତୋଷ ମାହାକୁଡଙ୍କ ଛୋଟ ସଂସାର । ସ୍ୱଳ୍ପ ରୋଜଗାରରେ ଚଳିଯାଉଥିଲା ଛୋଟ ସଂସାର । ହେଲେ ଦୁଇ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇପଡିଲେ ସନ୍ତୋଷଙ୍କ ପତ୍ନୀ । ୨ଟି ଯାକ କିଡୀନ ନାଷ୍ଟ ହୋଇଯାଇଛି । ଝିଅ ମାଆଙ୍କ ସେବାରେ ଲାଗିଥିବା ବେଳେ ନାବାଳକ ପୁଅ ଚନ୍ଦନ ଦାଦନ ଖଟିବାକୁ ଯାଇଛି ।

ବାପା ସନ୍ତୋଷ ବାହାରେ ଦିନ ମଜୁରିଆ ଭାବେ କାମ କରି ଦୁଇ ପିଲାଙ୍କୁ ପାଠ ପଢାଇ ମଣିଷ କରିବାରୁ ସ୍ୱପ୍ନ ଦେଖୁଥିଲେ । ହେଲେ ସମୟ ସାଥ ଦେଲା ନାହିଁ । ମାଆ ଅସୁସ୍ଥ ହୋଇପଡିବା ପରେ ପିଲାଙ୍କ ପଢା ବହିରେ ଡୋରୀ ବନ୍ଧା ହୋଇଯାଇଛି । ଅର୍ଥାଭାବ ଯୋଗୁଁ ଝିଅ ଯୁକ୍ତ-୨ ପରେ ଓ ପୁଅ ମାଟ୍ରିକ ପରୀକ୍ଷା ଦେଇ ନପାରି ଦାଦନ ଖଟିବାକୁ ଚାଲିଯାଇଛି । ସେପଟେ ମାଆର ପ୍ରତି ସପ୍ତାହରେ ଦୁଇ ଥର ଡାଏଲସିସ୍ ଆବଶ୍ୟକ ହେଉଛି । ସ୍ୱାସ୍ଥ୍ୟକାର୍ଡରେ ଡାକ୍ତରଖାନାରେ ମାଗଣାରେ ଡାଏଲସିସି ହେଉଥିବା ବେଳ ଗାଡି ଭଡା କରି ଘରୁ ଡାକ୍ତରଖାନା ଯାଏଁ ଯିବା ସମ୍ଭବ ହେଉନାହିଁଁ  । ତେଣୁ ମାଆକୁ ସାଇକେଲରେ ବସାଇ ୧୦ କିଲୋମିଟର ନେବା ପରେ ବସ ଯୋଗେ ଡାକ୍ତରଖାନାକୁ ଯାଉଛନ୍ତି । ନିଜ ସାମର୍ଥ୍ୟ ନଥିବାରୁ ସହାୟତା ଲୋଡିଛନ୍ତି ।

ଅସହାୟ ଅବସ୍ଥାରେ ଏହି କୁଡିଆ ଭିତରେ ରହୁଥିବା ପରିବାରକୁ ଯଦି କେହି ସହାୟତା କରିବାକୁ ଚାହାନ୍ତି ତେବେ ମାମା ମହାକୁଡଙ୍କ ଆକାଉଂଟ ନମ୍ବରରେ କରିପାରିବେ ।
ନାମ-ମାମା ମହାକୁଡ଼

Account no- 41460110028839

ifsc code -IOBAORGB01

 

The post ଗରିବର ସ୍ୱପ୍ନ ସତ ହୁଏନା । ବିଛଣାରେ ରୋଗୀଣା ମା, ଜଙ୍ଗଲରେ କାଠ ସଂଗ୍ରହ କରୁଛନ୍ତି ବାପା । ବାକି ସବୁ ପାଲଟିଛି ପାହାନ୍ତିଆ ସ୍ୱପ୍ନ first appeared on Kanak News.

from Kanak News
via <a href="https://ifttt.com/?

ଖଣି ଅଂଚଳର ଅନ୍ଧାରୀ ଗାଁ । ରାସ୍ତା ନାହିଁ କି ନାହିଁ ବିଜୁଳି ଆଲୁଅ, କୋଇଲା ଖଣି ଖୋଳି କୋଟି କୋଟି ଟଙ୍କାର ରାଜସ୍ୱ ପାଇଥିବା ସରକାରଙ୍କ ନାହିଁ ନଜର

କନକ ବ୍ୟୁରୋ : ସୁନ୍ଦରଗଡରେ ରହିଛି ଏସିଆ ମହାଦେଶ ସବୁଠାରୁ ବଡ ଖୋଲା ମୁହଁ କୋଇଲା ଖଣି । ସୁନ୍ଦରଗଡ ଜିଲ୍ଲା ହେମଗିରିରେ ଏମସିଏଲର କୋଇଲା ଖଣି ସହ ଏନଟିପିସି, ଓପିଟିସିଏଲ, ବେଦାନ୍ତ, ଅଦାନୀ ଭଳି ବହୁ କଂପାନୀର ଅନେକ ଗୁଡାଏ କୋଇଲା ଖଣି ଅଛି । ଆଉ ଅନ୍ୟପଟେ ରହିଛି ଖଣି ଅଂଚଳର ଗାଁ ଓ ସହର । ସବୁଠି ଲାଗିଛି ବଡବଡ ହୋଡିଂ, ଯେଉଁଥିରେ ଓଡିଶାର ବିକାଶ ଧାରା ବାବଦରେ ବାର୍ତା ଦେଉଛନ୍ତି ରାଜ୍ୟ ସରକାର ।… ହେଲେ ପ୍ରକୃତରେ ଖଣି ଅଂଚଳର ସବୁ ଗାଁ କେତେ ବିକଶିତ ତାର, ନଗ୍ନ ଉଦାହରଣ ହେଉଛି ସୁନ୍ଦରଗଡର ତୁମ୍ବିଖୋଲ ଗାଁ   । ତୁମ୍ବିଖୋଲ ଗାଁକୁ ଯିବାକୁ ହେଲେ ଲେଫ୍ରିପଡା–ତିଉରିଆ ରାସ୍ତାରୁ ପ୍ରାୟ ୫ କିଲୋମିଟର ସଂଘର୍ଷ କରିବାକୁ ପଡିବ ।

ବିଜୁଳି ଏଠି ସାତ ସପନ । ଦିନର ଆଲୁଅରେ ବିତେ ଜୀବନ, ରାତି ହୋଇଗଲେ ସବୁ ଅନ୍ଧାର । ରାସ୍ତା କଥା ନକହିବା ଭଲ, କଚ୍ଚା ରାସ୍ତା ବି ଦେଖିନାହାନ୍ତି ତୁମ୍ବିଖୋଲ ଲୋକେ, ପାହାଡ ଭଳି ବଡ ବଡ ପଥର ଦେଇ ଯିବାକୁ ହୁଏ । ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ତ ଆସି ପାରେ ନାହିଁ ଖଟରେ ବୁହା ହୋଇ ୪ରୁ ୫ କିଲୋମିଟର ଯିବାକୁ ପଡେ । ପାଣି କଥା ଛାଡନ୍ତୁ । ଶୋଷ ମେଂଟାଇବା ପାଇଁ ନାଳ ଓ ଚୁଆ ପାଣି ହିଁ ଏକମାତ୍ର ଭରସା । ଯଦି ଆପଣ ମୋବାଇଲ୍ ନେଇ ତୁମ୍ବିଖୋଲ ଗାଁକୁ ଯାଉଛନ୍ତି, ତେବେ ନେଟୱାର୍କ କଥା ଭୁଲିଯିବେ । କାରଣ ଏହି ଅଂଚଳର ୧୦ କିଲୋମିଟର ପର୍ଯ୍ୟନ୍ତ ନେଟୱାର୍କ ଆସିନଥାଏ ।

ଏହିଭଳି ଅନେକ ଅଭିଯୋଗ ରହିଛି ଗାଁରେ । ବିକାଶ ଠାରୁ ବହୁ ଦୁରରେ, ମୌଳିକ ସୁବିଧା ପାଇଁ ଆଜି ମଧ୍ୟ ସଂଘର୍ଷ କରୁଛନ୍ତି ଦ୍ୱିତୀୟ ନଗଡା କୁହାଯାଉଥିବା ତୁମ୍ବିଖୋଲ ଗ୍ରାମବସୀ । ଗାଁର ସମସ୍ୟା ସଂପର୍କରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଚେଷ୍ଟା କରିଥିବା ବେଳେ ସେମାନେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି ।

The post ଖଣି ଅଂଚଳର ଅନ୍ଧାରୀ ଗାଁ । ରାସ୍ତା ନାହିଁ କି ନାହିଁ ବିଜୁଳି ଆଲୁଅ, କୋଇଲା ଖଣି ଖୋଳି କୋଟି କୋଟି ଟଙ୍କାର ରାଜସ୍ୱ ପାଇଥିବା ସରକାରଙ୍କ ନାହିଁ ନଜର first appeared on Kanak News.

from Kanak News
via <a href="https://ifttt.com/?

ଭାରତର ବଢୁଥିବା ଶକ୍ତି : ଜୟଶଙ୍କରଙ୍କୁ ଭେଟିବା ପାଇଁ ପୁଟିନ ଭାଙ୍ଗିଲେ ପ୍ରୋଟୋକଲ

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। ରୁଷ ସହ ଜଡିତ ଭାରତ ଏହାର ପ୍ରସଙ୍ଗ ଉପସ୍ଥାପନ କରିଛି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ଚର୍ଚ୍ଚାର ବିଷୟ । ଏହାର କାରଣ ହେଉଛି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ପାଞ୍ଚ ଦିନିଆ ରୁଷ ଗସ୍ତରେ ଅଛନ୍ତି । ଏହି ସମୟ ମଧ୍ୟରେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏପରି କିଛି କରିଥିଲେ ଯାହା କ୍ୱଚିତ୍ ଆଶା କରାଯାଏ ।  ବାସ୍ତବରେ, ସମସ୍ତ ପ୍ରୋଟୋକଲ ଭାଙ୍ଗି ପୁଟିନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ। ସାଧାରଣତ ପୁଟିନ କେବଳ ତାଙ୍କର ପ୍ରତିପକ୍ଷ ନେତାଙ୍କୁ ସାମନା ସାମନୀ ଭେଟିଥାନ୍ତି ।  ଏହାପୂର୍ବରୁ ସେ ଏହି କ୍ରମରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ପରମ୍ପରା ମଧ୍ୟ ଭାଙ୍ଗିଥିଲେ।

ଗତ ବର୍ଷ ଫେବୃଆରୀରେ ରାଷ୍ଟ୍ରପତି ପୁଟିନଙ୍କ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଯାହା ପରେ ରୁଷକୁ  ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଅର୍ଥନୈତିକ ବହିଷ୍କାର କରାଯାଇଥିଲା । ଋଷର ଏପରି ଖରାପ ସମୟରେ ମଧ୍ୟ ଭାରତ ତାର ବନ୍ଧୁତା ଭୁଲି ନଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୂଟନୀତି କାର୍ଯ୍ୟ କରିଥିଲା । ଏବଂ ସେ ପାଶ୍ଚାତ୍ୟ ଦେଶ ଏବଂ ରୁଷ ମଧ୍ୟରେ ସମ୍ପର୍କର ସନ୍ତୁଳନ ବଜାୟ ରଖି  ପାରିଥିଲେ । ରୁଷ ଏବଂ ଅନ୍ୟ ଦେଶ ମଧ୍ୟରେ ବିଭାଜନ ମଧ୍ୟରେ ଜି -20 ବୈଠକରେ ଭାରତ କେବଳ ରୁଷରୁ  ଅଶୋଧିତ ତୈଳ କିଣି ନଥିଲା ବରଂ ରୁଷ ଏବଂ ଅନ୍ୟ ୟୁରୋପୀୟ ଦେଶ ମାନଙ୍କ ସହ ସଂତୁଳନ ବଜାୟ ରଖିବାରେ ସକ୍ଷମ ହେଇଥିଲା । ଏହି କାରଣରୁ ପୁଟିନ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ।

 

The post ଭାରତର ବଢୁଥିବା ଶକ୍ତି : ଜୟଶଙ୍କରଙ୍କୁ ଭେଟିବା ପାଇଁ ପୁଟିନ ଭାଙ୍ଗିଲେ ପ୍ରୋଟୋକଲ first appeared on Kanak News.

from Kanak News
via <a href="https://ifttt.com/?

ଦୁନିଆର ସବୁଠାରୁ ଦାମୀ ଔଷଧ, ଯାହାର ଗୋଟିଏ ଡୋଜର ମୂଲ୍ୟ ୨୯ କୋଟି ରୁବି ଅଧିକ

କନକ ବ୍ୟୁରୋ : ଆପଣ ମାନେ ଦୁନିଆର ସବୁଠାରୁ ଦାମୀ କାର,ବାଇକ,ଘର,ହୋଟେଲ ଆଦି ବିଷୟରେ ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଆପଣ ମାନେ ଜାଣିଛନ୍ତି ବିଶ୍ୱର ସବୁଠାରୁ ଦାମୀ ଔଷଧର ନାମ କଣ? ଦୁନିଆର ସବୁଠୁ ଦାମୀ ଔଷଧର କେବଳ ଗୋଟିଏ ଡୋଜର ମୁଲ୍ୟ ହଜାର କି ଲକ୍ଷର ନୁହେଁ ବରଂ ଏହାର ମୂଲ୍ୟ କୋଟି କୋଟି ଟଙ୍କା । ଏହି ଦାମୀ ଔଷଧର ନାମ ହେଉଛି ହେମଜେନିକ୍ସ । ଏହି ମେଡିସିନ ହେମୋଫିଲିଆ ନାମକ ଏକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଏହି ହେମଜେନିକ୍ସ ଗୋଟିଏ ଡୋଜର ମୂଲ୍ୟ ହେଉଛି ୩୫ଲକ୍ଷ ଡଲାର ଅର୍ଥାତ ୨୯, କୋଟି ଟଙ୍କାରୁ ଅଧିକ । ଏହି ଔଷଧକୁ ଆମେରିକୀୟ କମ୍ପାନୀ ୟୁନିକ୍ୟୁର୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ବଣ୍ଟନ ଅଧୀକାର ସିଏସଏଲ ବେହରିଙ୍ଗ୍ ସହିତ ଅଛି । ହେମଜେନିକ୍ସ ହେଉଛି ଏକ ଜିନଥେରାପି, ଏବଂ ଏହାର ଗୋଟିଏ ଡୋଜ ନେଲାପରେ ହେମୋଫିଲିଆ ରୋଗ ଭଲ ହୋଇଯିବ ବୋଲି କମ୍ପାନି ଦାବିକରିଛି ।

ଏହି ଔଷଧକୁ ଇନଷ୍ଟିଚ୍ୟୁଟ୍ ଫର କ୍ଲିନିକାଲ୍ ଏବଂ ଇକୋନୋମିକ୍ ରିଭ୍ୟୁ ହେମଜେନିକ୍ସକୁ ଦୁନିଆର ସବୁଠାରୁ ଦାମୀ ମେଡିସିନ ବୋଲି ବିବେଚନା କରିଛି । ବଜାରରେ ଉପଲବ୍ଧ ଥିବା ଅନ୍ୟ ଏକକ-ଡୋଜ୍ ଜିନ୍ ଥେରାପି ଔଷଧ ତୁଳନାରେ ହେମଜେନିକ୍ସର ମୂଲ୍ୟ ବହୁତ ଅଧିକ । ଯେମିତି ଜିନଟେଗ୍ଲୋ (୨.୮ ମିଲିୟନ) ଏବଂ ଜୋଲଜେନଜମା (୨.୧ ମିଲିୟନ୍) । ଯେମିତି ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫିରେ ପୀଡିତ ରୋଗୀମାନଙ୍କୁ ଜୋଲଗାନ୍ସମା ଦିଆଯାଇଥିବାବେଳେ ବିଟା ଥାଲାସେମିଆର ଚିକିତ୍ସା ପାଇଁ ଜିନଟେଗ୍ଲୋ ବ୍ୟବହାର କରାଯାଏ ।

ଜିନ୍ ଥେରାପି ପାଇଁ ପ୍ରଭାବଶାଳୀ ଔଷଧର ମୂଲ୍ୟ ସବୁବେଳେ ବହୁତ ଅଧିକ । ପୂର୍ବବର୍ଷ ନଭେମ୍ବରରେ ହେମଜେନିକ୍ସ ଆମେରିକା ପ୍ରଶାନର ଅନୁମୋଦନ ପାଇବା ପରେ, ସିଏସଏଲ୍ ବେହେରିଙ୍ଗ କହିଥିଲେ କି ଏହାର ମୂଲ୍ୟ ହେଉଛି ଏହାର କ୍ଲିନିକାଲ୍,ସାମାଜିକ,ଅର୍ଥନୀତିକ ଏବଂ ଅଭିନବ ମୂଲ୍ୟକୁ ବିଚାରକୁ ନେଇ ସ୍ଥିର କରାଯାଇଛି । କମ୍ପାନୀ କହିଛି ଯେ ଏହା ଏକକ ଡୋଜ୍ ଥେରାପି ହୋଇଥିବାରୁୁ ଏହି ଔଷଧର ମୂଲ୍ୟ ହେମୋଫିଲିଆ ବି ଚିକିତ୍ସାରେ ବ୍ୟବହାର ହେଉଥିବା ଇଞ୍ଜେକ୍ସନଠାରୁ କମ୍ ହେବ ।

ହେମୋଫିଲିଆ ବି ର ଚିକିତ୍ସାରେ ଜଣେ ରୋଗୀ ତାଙ୍କ ଜୀବନରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଥାଏ । ଏବଂ ହେମଜେନିକ୍ସର ଖର୍ଚ୍ଚର ମୂଲ୍ୟ ମାତ୍ର ୩୫ ଲକ୍ଷ ଡଲାର । ଆମେ ଯଦି ଏହି ଦୃଷ୍ଟିକୋଣରୁ ଦେଖିବା ତାହାଲେ ଏହି ଔଷଧ ଶସ୍ତା ଅଟେ । କମ୍ପାନୀ ଏହି ଔଷଧକୁ ୨୦୨୬ ସୁଦ୍ଧା ୧.୨ ବିଲିୟନ ଡଲାର ରୋଜଗାର କରିବାର ଲକ୍ଷ୍ୟ ରଖିଛି ।

ହେମୋଫିଲିଆ ବି କଣ?

୪୦ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିକୁ ଏହି ହେମୋଫିଲିଆ ରୋଗ ହୋଇଥାଏ । ଏହି ରୋଗ ମହିଳାମାନଙ୍କ ତୁଳନାରେ ପୁରୁଷ ଲୋକମାନଙ୍କ ପାଖରେ ଅଧିକ ଦେଖିବା ପାଇଁ ମିଳିଥାଏ । ଏହି ରୋଗ ଦୁଇ ପ୍ରକାର ଅଛି ହେମୋଫିଲିଆ ଏ ଓ ହେମୋଫିଲିଆ ବିି । ଜେନେଟିକ୍ କୋଡ୍ ବ୍ୟାଘାତ ହେତୁ ଏହି ରୋଗ ହୋଇଥାଏ ।

The post ଦୁନିଆର ସବୁଠାରୁ ଦାମୀ ଔଷଧ, ଯାହାର ଗୋଟିଏ ଡୋଜର ମୂଲ୍ୟ ୨୯ କୋଟି ରୁବି ଅଧିକ first appeared on Kanak News.

from Kanak News
via <a href="https://ifttt.com/?

ସାଇ ସବୁରୀ ହସ୍ପିଟାଲରେ ବିଏସକେୱାଇ ଠକେଇ ଅଭିଯୋଗକୁ ଖଣ୍ଡନ । ସାମ୍ବାଦିକ ସମ୍ମିଳନୀ କରି ସଫେଇ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଳକାଟି ସ୍ଥିତ ସାଇସବୁରୀ ହସ୍ପିଟାଲରେ ବିଏସକେୱାଇରେ ହୋଇଥିବା ଠକେଇ ଅଭିଯୋଗକୁ ହସ୍ପିଟାଲ କର୍ତୃପକ୍ଷ ଖଣ୍ଡନ କରିଛନ୍ତି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାଇସବୁରୀ ହସ୍ପିଟାଲର ନିର୍ଦ୍ଦେଶକ ସ୍ମୃତି ସାଗରିକା, ସିଇଓ ଶ୍ରୀନିବାସ ରାଓ ଏବଂ ମେଡିକାଲ ସୁପରିଟେଣ୍ଡେଂଟ୍ ଡାକ୍ତର ପ୍ରଜ୍ଞା ସିଦ୍ଧାର୍ଥ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଚଳିତ ମାସ ୧୩ ତାରିଖରେ ଯାଜପୁର ଜିଲ୍ଲା ପାଟରଙ୍ଗା ଅଞ୍ଚଳରୁ ୨୩ ରୋଗୀଙ୍କୁ ହିମାଂଶୁ ଦାଶ ନାମକ ବ୍ୟକ୍ତି ହସ୍ପିଟାଲ ଏଜେଣ୍ଟ ପରିଚୟ ଦେଇ ଚିକିତ୍ସା ପାଇଁ ଆଣିଥିଲେ । ହସ୍ପିଟାଲ ତରଫରୁ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ୧୧ହଜାର ୫ଶହରୁ ୧୩ହଜାର ୫ଶହ ଟଙ୍କା ବିଏସକେୱାଇ କାର୍ଡରୁ ଚିକିତ୍ସା ପରେ ଅର୍ଥ କଟିଛି । ରୋଗୀମାନେ ଗସ୍ତ ଖର୍ଚ୍ଚ ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ । ହେଲେ ଗସ୍ତ ଖର୍ଚ୍ଚ ଅଳ୍ପ ପରିମାଣର ଦେବା ପରେ ରୋଗୀ ଅଭିଯୋଗ ଆଣିଛନ୍ତି । ହିମାଂଶୁ ଦାଶ ମିଛ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଘଟଣା ପରେ ଜଣାପଡିଛି । ହିଂମାଶୁ ଦାଶ ବିରୋଧରେ ହସ୍ପିଟାଲ ପକ୍ଷରୁ କୋରେଇ ଏବଂ ବାଳକାଟି ଫାଣ୍ଡିରେ ଅଭିଯୋଗ ଦିଆଯାଇଛି ।

The post ସାଇ ସବୁରୀ ହସ୍ପିଟାଲରେ ବିଏସକେୱାଇ ଠକେଇ ଅଭିଯୋଗକୁ ଖଣ୍ଡନ । ସାମ୍ବାଦିକ ସମ୍ମିଳନୀ କରି ସଫେଇ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ । first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାଧୀନତା ପୂର୍ବରୁ ମାତ୍ର ୧୨ ଜଣ କର୍ମଚାରୀରେ ଆରମ୍ଭ ହୋଇଥିଲା ପାରଲେ-ଜି କମ୍ପାନୀ । ଆଜି ୧୭ ହଜାର କୋଟିର ବ୍ୟବସାୟ

କନକ ବ୍ୟୁରୋ :ପାରଲେ ଜି ତରଫରୁ କମ୍ପାନୀର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳିଛି କିଛି ନୂଆ ଚିତ୍ର । ଏହି ଚିତ୍ର ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ କି ପାଲେଜି- ପ୍ୟାକେଟରେ ଥିବା କୁନି ଝିଅର ଚିତ୍ର କ’ଣ ବଦଳି ଯାଇଛି କି ? । ପାରଲେ ଇନଷ୍ଟାଗ୍ରାମରେ ଥିବା ପାଲେଜି ବିସ୍କୁଟ ପ୍ୟାକେଟର କେବଳ ଚିତ୍ର ବଦଳି ନାହିଁ ବରଂ ଏହାର ଲେଖା ମଧ୍ୟ ବଦଳି ଯାଇଛି । ଏହି ଇନଷ୍ଟାଗ୍ରାମ ପୋଷ୍ଟ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଜେରବାନ ଜେବଶାହ ତାଙ୍କର ଜଣେ ଭିଡିଓ ଫଲୋଅର୍ସଙ୍କୁ ପଚାରିଥିଲେ କି ଯଦି ତୁମେ କେବେ ପାର୍ଲେ ମାଲିକଙ୍କୁ ଭେଟିବ ତେବେ ତାଙ୍କ କ’ଣ ବୋଲି ସମ୍ବୋଧନ କରିବ ?

ଚାଲନ୍ତୁ ଜାଣିବା ପାର୍ଲେଜି ବିସ୍କୁଟ ତିଆରି କରିବାର କଳ୍ପନା କେଉଁଠାରୁ ଆସିଥିଲା ।  ଆଜିବି ଯେତେବେଳେ ବିସ୍କୁଟ କଥା ଆସେ, ସବୁଠାରୁ ପ୍ରଥମେ ଗୋଟିଏ ବିସ୍କୁଟର ନାମ ମୁହଁ ରେ ଆସେ ତାହାହେଲା ପାର୍ଲେ-ଜି । ଏବେ ବଜାରରେ ଅନେକ ଛୋଟ ବଡ କମ୍ପାନୀ ପ୍ରବେଶ କରିଛନ୍ତି କିନ୍ତୁ ପାର୍ଲେର ପ୍ରାଧାନ୍ୟ ଅକ୍ଷୁର୍ଣ୍ଣ ରହିଛି । ଗୋଟିଏ ସମୟରେ ପାଲେଜି ଦୁନିଆର ସବୁଠାରୁ ଅଧିକ ବିକ୍ରି ବିସ୍କୁଟ ନାମରେ ଜଣାସୁଣା ଥିଲା । ଏହି କମ୍ପାନୀର ଆରମ୍ଭ ଓ ବ୍ୟବସାୟକୁ ନେଇ ବହୁତ ସୁନ୍ଦର ଓ ମଜାଦାର କାହାଣୀ ମଧ୍ୟ ଅଛି ।

ଛୋଟ ପିଲା ହୁଅନ୍ତୁ କି ବୃଦ୍ଧ ବ୍ୟକ୍ତି ହୁଅନ୍ତୁ ବା ଯୁବକ ହୁଅନ୍ତୁ, ପ୍ରାୟ ସମସ୍ତେ ପାର୍ଲେଜି ବିସ୍କୁଟ ନାମ ଶୁଣିଥିବେ । ଏହି ନାମ ଏବଂ ଉତ୍ପାଦନ କେବଳ ଗୋଟିଏ ବିସ୍କୁଟ ବ୍ରାଣ୍ଡର ନାମ ନହେଁ ବରଂ ଏହା ଲୋକଙ୍କ ଭାବନା ସହିତ ଜଡିତ । ଯଦି ଏବେ ଆମେ ବୃଦ୍ଧ ଲୋକମାନଙ୍କ ଆଗରେ ପାର୍ଲେଜି ବିସ୍କୁଟ କଥା କହିବା ତାହାଲେ ସେମାନେ ତାଙ୍କର ପିଲାଦିନକୁ ଫେରିଯାଉଛନ୍ତି । ସମୟ ଆଗକୁ ବଢିବା ସହ ଏହି ବିସ୍କୁଟର ପ୍ୟାକେଜିଂ,ମୂଲ୍ୟ ବଦଳିଛି । କିନ୍ତୁ ଏହାର ସ୍ୱାଦ ସମାନ ରହିଛି । ଦ୍ୱିତୀୟ ବିଶ୍ୱ୍ୟୁଦ୍ଧ ସମୟରେ ଏହି ବିସ୍କୁଟ ଉଭୟ ଭରତୀୟ ଏବଂ ବ୍ରିଟିଶ ସେନା ମାନଙ୍କର ମନପସନ୍ଦ ବିସ୍କୁଟ ଥିଲା  ।

ବର୍ତ୍ତମାନ ଚାଲନ୍ତୁ ପାର୍ଲେ କେମିତି ଆରମ୍ଭ ହୋଇଥିଲା ସେହି ବିଷୟରେ ଆଲୋଚନା କରିବା । ପାର୍ଲେ ଉତ୍ପାଦଗୁଡିକ ହାଉସ୍ ଅଫ୍ ପାର୍ଲେ ଅଧୀନରେ ଆରମ୍ଭ ହୋଇଥିଲା । ୧୯୨୮ ମସିହାରେ ଏହି କମ୍ପାନୀ ମୋହନଲାଲ ଦିନଲଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ତାଙ୍କର ପାରିବାରିକ ବ୍ୟବସାୟ ରେଶମ ଥିଲା ଓ ସେତେବେଳେ ଭାରତ ସ୍ୱାଧୀନ ପାଇନଥିଲା । ସ୍ୱାଧୀନତା ପାଇଁ ସ୍ୱେଦେଶୀ ଆନ୍ଦୋଳନ ଚାଲିଥିଲା । ମୋହନଲାଲ ଦିନଲ ଏକ ପୁରୁଣା କାରଖାନାରେ ଏକ କନଫେରେନାରୀ ୟୁନିଟ୍ ସ୍ଥାପିତ କରିଥିଲେ ଏବଂ ଏଥିରେ ପ୍ରଥମ ନିର୍ମିତ ଉତ୍ପାଦ ହେଉଛି ରେଞ୍ଜ କ୍ୟାଣ୍ଡି ଥିଲା ପରେ ଏହାର ନାମ ପାର୍ଲେ କ୍ୟାଣ୍ଡି ରଖାଗଲା ।

ପାର୍ଲେ କ୍ୟାଣ୍ଡି ପ୍ରସିଦ୍ଧ ହେବାପରେ ମୋହନଲାଲ ଦିନଲଙ୍କ ମନରେ ବ୍ୟବସାୟ ବିସ୍ତାର ପାଇଁ ଯୋଜନା ଗଠନ ହେବାରେ ଲାଗିଲା । ହେଲେ ଏକ ନୂଆ ଉତ୍ପାଦ ଆଣିବାକୁ ତାଙ୍କୁ ୧୦ ବର୍ଷ ସମୟ ଲାଗିଗଲା ଏବଂ ପାର୍ଲେ ୧୯୩୮ ରେ ପ୍ରଥମେ ପାର୍ଲେ-ଗ୍ଲୋକୋ ନାମରେ ବିସ୍କୁଟ ଲଞ୍ଚ୍ କଲେ । ସ୍ୱାଧିନତା ପୂର୍ବରୁ ପାର୍ଲେଜି ବିସ୍କୁଟ ନାମ ଗ୍ଲୋକୋ ନାମରେ ଥିଲା ।

ସ୍ୱାଧୀନତା ପାରେ ଗ୍ଲୋକୋ ବିସ୍କୁଟର ଉପô୍ାଦନ ବନ୍ଦ କରିଦିଆଯାଇଥିଲା । କାରାଣ ଏହା କୁ ବନାଇବା ପାଇଁ ଗହମର ବ୍ୟବହାର କରାଯାଉଥିଲା ଏବଂ ସେହି ସମୟରେ ଦେଶରେ ଖାଦ୍ୟ ଅଭାବ ଦେଖା ଦେଉଥିଲା । ଯାହା ଫଳରେ ଏହାର ଉତ୍ପାଦନ ବନ୍ଦ କରିବା ପାଇଁ ପଡିଲା । ଖାଦ୍ୟ ଅଭାବରୁ କମ୍ପାନୀ ବନ୍ଦ ହେବା ପରେ, ପୁନର୍ବାର ବିସ୍କୁଟ ଉତ୍ପାଦନ ଆରମ୍ଭ କଲା ବେଳକୁ ବଜାରରେ ଅନେକ ଛୋଟ ବଡ ବିସ୍କୁଟ ଉତ୍ପାଦନ କରୁଥିବା କମ୍ପାନୀ ପ୍ରବେଶ କରିସାରିଥିଲେ । ବିଶେଷ କରି ବ୍ରିଟାନିଆ, ଯାହା ଗୁଲୁକୋଜ-ଡି ବିସ୍କୁଟ ମାଧ୍ୟମରେ ବଜାରରେ ଦ୍ରୁତ ଗତିରେ ଆଗେଇଚାଲିଥିଲେ    । ୮୦ ଦଶକରେ ଗ୍ଲୁକୋ ବିସ୍କୁଟର ନାମ ସାମାନ୍ୟ ପରିବର୍ତ୍ତନ କରି ବଜାରରେ ଲଂଚ କଲେ । ଏହି ବିସ୍କୁଟର ନୂତନ ନାମ ଥିଲା ପାର୍ଲେଜି ।

ପାର୍ଲେଜି ଦେଶର ସମସ୍ତ ଲୋକଙ୍କର ପ୍ରିୟ ହୋଇଗଲା ଏବଂ ଏହାର ବ୍ୟବସାୟ ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଲା । ଏବଂ ୨୦୧୧ ରେ ହୋଇଥିବା ନିଲସେନ୍ ସର୍ଭେ ଅନୁଯାୟୀ ପାର୍ଲେଜି ଦୁନିଆରେ ସର୍ବୋତ୍ତମ ବିକ୍ରି ହୋଇଥିବା ବିସ୍କୁଟ ବ୍ରାଣ୍ଡ ଥିଲା । ଏବେ ପର୍ଯ୍ୟନ୍ତ ପାର୍ଲେଜିର ପ୍ରାଧାନ୍ୟ ବହୁତ ଅଧିକ ରହିଛି ।

ପାର୍ଲେର ଆରମ୍ଭ ମାତ୍ର ୧୨ ଜଣ ସଦସ୍ୟଙ୍କୁ ନେଇ ହୋଇଥିଲା । ବର୍ତ୍ତମାନ ଦେଶର ୩୦ ଲକ୍ଷରୁ ଅଧିକ ଖୁଚୁରା ଷ୍ଟୋରରେ ପାର୍ଲେଜି ବ୍ରଣ୍ଡ ପହଂଚିସାରିଛି । ଭାରତରେ ପ୍ରତି ସେକେଣ୍ଡରେ ୪୦୦୦ ରୁ ଅଧିକ ପାର୍ଲେଜି ବିସ୍କୁଟ ଖିଆଯାଏ । ଏହାର ଲୋକପ୍ରୟତା ସହିତ କମ୍ପାନୀ ବ୍ୟବସାୟରେ ମଧ୍ୟ ବୃଦ୍ଧି ପାଇଛି । ଲୋକପ୍ରିୟତା ସହ କମ୍ପାନୀର ବ୍ୟବସାୟ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ମାତ୍ର ସ୍ୱଳ୍ପ ଟଙ୍କାରେ ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିବା ଏହି କମ୍ପାନୀର ମୂଲ୍ୟ ଏବେ ୧୭ ହଜାର କୋଟି ଟଙ୍କାରେ ପହଂଚିସାରିଛି ।

The post ସ୍ୱାଧୀନତା ପୂର୍ବରୁ ମାତ୍ର ୧୨ ଜଣ କର୍ମଚାରୀରେ ଆରମ୍ଭ ହୋଇଥିଲା ପାରଲେ-ଜି କମ୍ପାନୀ । ଆଜି ୧୭ ହଜାର କୋଟିର ବ୍ୟବସାୟ first appeared on Kanak News.

from Kanak News
via <a href="https://ifttt.com/?

ଫୁଲବାଣୀରେ ଏସିଡ୍ ଆକ୍ରମଣ । ବାପା-ପୁଅଙ୍କ ସମେତ ଜଣେ ଯୁବକ ଆହତ ।

କନକ ବ୍ୟୁରୋ: ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀପାନ ଦୋକାନ ଛକରେ ଏସିଡ୍ ଆକ୍ରମଣରେ ୩ ଆହତ । ବାପା-ପୁଅ ଓ ଜଣେ ଯୁବକ ଘଟଣାରେ ଆହତ । ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମେଡିକାଲ ଟାଉନ୍ ଥାନା ପୋଲିସ ଏବଂ ଫୁଲବାଣୀ ଏସଡିପିଓ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣରେ ପୀଡିତ ବାପା-ପୁଅ ହେଲେ ଚନ୍ଦ୍ର ମହାନ୍ତି ଓ ସୁରଜ ମହାନ୍ତି । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ଏମାନଙ୍କ ଉପରେ ଏସିଡ୍ ମାଡ ହୋଇଥିବା ସନ୍ଦେହ କରାଯାଉଛି ।

ଆଜି ଅପରାହ୍ଣରେ ସୁରଜ ଓ ତାଙ୍କ ସାଙ୍ଗ ରାକେଶ ମିଶ୍ର ଶଶୀପାନ ଛକରେ ବାଇକ୍ ଉପରେ ବସିଥିବାବେଳେ ହଠାତ୍ ପ୍ରମୋଦ ସାହୁ ନାମକ ବ୍ୟକ୍ତି ଏକ ଢାଳରେ ଏସିଡ୍ ଆଣି ସୁରଜଙ୍କ ଉପରକୁ ଫିଙ୍ଗିଥିଲେ । କିଛି ଏସିଡ୍ ଛିଟା ରାକେଶଙ୍କ ଉପରେ ପଡିଥିଲା । ଏହି ସମୟରେ ସୁରଜଙ୍କ ବାପା ଚନ୍ଦ୍ର ମହାନ୍ତି, ପ୍ରମୋଦଙ୍କୁ ଅଟକାଇବାକୁ ଆସିଥିବାବେଳେ ତାଙ୍କ ଉପରକୁ ମଧ୍ୟ ଏସିଡ୍ ମାଡ କରିଥିଲା ଅଭିଯୁକ୍ତ । ସ୍ଥାନୀୟ ଲୋକେ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ କାବୁ ପୋଲିସକୁ ଜିମା ଦେଇଥିଲେ ।

The post ଫୁଲବାଣୀରେ ଏସିଡ୍ ଆକ୍ରମଣ । ବାପା-ପୁଅଙ୍କ ସମେତ ଜଣେ ଯୁବକ ଆହତ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started