ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲା । ଘରୋଇ ନର୍ସିଂହୋମ୍ ମ୍ୟାନେଜର, ସରକାରୀ ଫାର୍ମାସିଷ୍ଟ ସମେତ ୪ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ । ସରକାରୀ ଡାକ୍ତରଖାନାର ଫାର୍ମାସିଷ୍ଟ, ବେସରକାରୀ ନର୍ସିଂହୋମ ମ୍ୟାନେଜର, ଗର୍ଭବତୀ କରାଇଥିବା ଯୁବକକୁ ମିଶାଇ ମୋଟ ୪ ଜଣ ଗିରଫ ହୋଇଛନ୍ତି । ସୁନ୍ଦରଗଡ ବିଶ୍ରା ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ଡାକ୍ତର ଜଣଙ୍କ ନାବାଳିକାକୁ ପ୍ରସବ କରାଇ ନବଜାତକ ଶିଶୁକୁ ନିଜ ଘରକୁ ନେଇଯାଇଥିଲେ ବୋଲି ଜଣାପଡିଛି । କିନ୍ତୁ ଲୋକଙ୍କୁ କୁହାଯାଇଥିଲା ଯେ ଶିଶୁଟିର ମୃତ୍ୟ ହୋଇଯାଇଛି । ପରେ କିନ୍ତୁ ଡାକ୍ତରଙ୍କ ଘରୁ ଉଦ୍ଧାର ହୋଇଛି ନବଜାତକ ଶିଶୁ କନ୍ୟା । ତେବେ ପୋଲିସ ସାଙ୍ଗରେ ସିଡବ୍ଲୁସି ଟିମ ଯାଇ ଶିଶୁଟିକୁ ଉଦ୍ଧାର କରିଛି । ବିଶ୍ରା ପୋଲିସ ଏହି ମାମଲାର ତଦନ୍ତ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ କରୁଛନ୍ତି ଜନେ ଡିଏସପି ପାହ୍ୟାର ମହିଳା ଅଧିକାରୀ ।

The post ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲା । ଘରୋଇ ନର୍ସିଂହୋମ୍ ମ୍ୟାନେଜର, ସରକାରୀ ଫାର୍ମାସିଷ୍ଟ ସମେତ ୪ ଅଭିଯୁକ୍ତ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

୭ବର୍ଷ ବୟସରେ ସ୍କେଟିଙ୍ଗରେ ହାସଲ କରିଛନ୍ତି ୩୨ଟି ସ୍ୱର୍ଣ୍ଣ ପଦକ । ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟନ ହେଲେ ନୋଏଡାର ସମୃଦ୍ଧି

କନକ ବ୍ୟୁରୋ : ୭ ବର୍ଷ ବୟସର ସମୃଦ୍ଧି ଯେତେବେଳେ ସ୍କେଟିଙ୍ଗ ଦୌଡ ଆରମ୍ଭ କରନ୍ତି ସେତେେବେଳ ବଡ ବଡ ସ୍କେଟିଂ ଖେଳାଳୀମାନେ ମଧ୍ୟ ପଛରେ ପଡିଯାଆନ୍ତି । ଗ୍ରେଟର ନୋଏଡାରେ ରହୁଥିବା ସମୃଦ୍ଧି ସାଡେ ୩ ବର୍ଷଳରୁ ସ୍କେଟିଂ ଶିଖିବା ଆରମ୍ଭ କରିଦେଇଥିଲେ । ଏବେ ସମୃଦ୍ଧି ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟାନ ହୋଇଛନ୍ତି । ସ୍କେଟିଂ ଖେଳି ସମୃଦ୍ଧି ଏପର୍ଯ୍ୟନ୍ତ ୩୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସବୁ ପଦକ ଜିଲ୍ଲା ସ୍ତର, ରାଜ୍ୟସ୍ତର ଓ ଜାତୀୟ ସ୍ତରରୁ ହାସଲ କରିଛନ୍ତି । ଏବେ ସମୃଦ୍ଧି ପୁଣି ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ଏହି ସ୍ଥାନରେ ପହଂଚିବାକୁ ସମୃଦ୍ଧିଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ସମୃଦ୍ଧିଙ୍କ କହିବା ମୁତାବକ ସେ ପ୍ରତିଦିନ ସକାଳେ ଖୁବଶୀଘ୍ର ଉଠି ଯାଆନ୍ତି । ସ୍କୁଲ ଯିବାର ୨ ଘଣ୍ଟା ପୂର୍ବରୁ ସେ ଅଭ୍ୟାସ ଆରମ୍ଭ କରିଥାନ୍ତି । କେବଳ ସେତିକି ନୁହେଁ ସ୍କୁଲରୁ ଫେରିବା ପରେ ମଧ୍ୟ ଅଭ୍ୟାସ କରିଥାନ୍ତି ।

ସମୃଦ୍ଧିଙ୍କ ସହ ତାଙ୍କ ବାପା ଓ ମା ମଧ୍ୟ ଅନେକ ପରିଶ୍ରମ କରୁଛନ୍ତି । ସେମାନେ କହିଛନ୍ତି କି, ଆଜି ସମୃଦ୍ଧି ଯେଉଁ ସ୍ଥାନରେ ପହଂଚିଛି ତାହା ପ୍ରାରମ୍ଭରୁ ଆଶା କରାଯାଇ ନଥିଲା । ହେଲେ ଥରେ ଅନ୍ୟପିଲାମାନେ ସ୍କେଟିଂ କରୁଥିବାର ଦେଖି ସମୃଦ୍ଧି ସ୍କେଟିଂ କରିବାକୁ ଜିଦ୍ କରିଥିଲା । ଏହାପରେ ତାଙ୍କୁ ସ୍କେଟିଂ ଏକାଡେମୀରେ ଆଡମିଶନ କରାଯାଇଥିଲା । ସେତେବେଳେ ସମୃଦ୍ଧିର ବୟସ ମାତ୍ର ସାଢେ ୩ ବର୍ଷ ଥିଲା । ମାତ୍ର କିଛିଦିନ ଟ୍ରେନିଂ ନେବା ପରେ ପ୍ରଥମ ଥର ପାଇଁ ସେ ଚାମ୍ପିୟନସିପରେ ଭାଗ ନେଇ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେପଟେ ମଧ୍ୟମ ବର୍ଗର ପରିବାର ପାଇଁ ସ୍କେଟିଂ ଭଳି ଏକ ଖେଳ ଖେଳିବାକୁ ପିଲାକୁ ପ୍ରୋତ୍ସାହନ ଯୋଗାଇ ଦେବା ଏତେ ସହଜ ନୁହେଁ ବୋଲି ସମୃଦ୍ଧିଙ୍କ ବାପା ସୁଜିତ କହିଛନ୍ତି । କାରଣ ଏବେ ସମୃଦ୍ଧି ପାଇଁ ସ୍କେଟିଂ କରିବାକୁ ୧ଲକ୍ଷ ଟଙ୍କାର ଜୋତା କିଣିବାକୁ ପଡୁଛି । ଏହାସହ ସମୃଦ୍ଧି କହିଛନ୍ତି କି, ସ୍କେଟିଂ କରିବାକୁ ହେଲେ ଖାଦ୍ୟ ପାନୀୟରେ ସଂଜମତା ରକ୍ଷା କରିବାକୁ ପଡିବ । ୭ବର୍ଷିୟା ସମୃଦ୍ଧି ଏବେ କେବଳ ସେହି ଖାଦ୍ୟ ଖାଉଛନ୍ତି ଯେଉଁଥିରୁ ଶକ୍ତିମିଳିବ ଓ ବଳ ବୃଦ୍ଧି ହେବ । ଏବେ ସମୃଦ୍ଧି ଦେଶ ପାଇଁ ଅଲମ୍ପିକ ଖେଳିବାର ସ୍ୱପ୍ନ ଦେଖୁଛନ୍ତି ।

The post ୭ବର୍ଷ ବୟସରେ ସ୍କେଟିଙ୍ଗରେ ହାସଲ କରିଛନ୍ତି ୩୨ଟି ସ୍ୱର୍ଣ୍ଣ ପଦକ । ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟନ ହେଲେ ନୋଏଡାର ସମୃଦ୍ଧି first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ଦିଆଯାଉନି ସୁଯୋଗ, ଓଡ଼ିଆ ପିଲାଙ୍କୁ ଜାଣିଶୁଣି କରାଯାଉନି ଚୟନ ।

କନକ ବ୍ୟୁରୋ : ଓଡିଶା କ୍ରୀଡା ବିଭାଗ ବିରୋଧରେ ପାତରଅନ୍ତର ଅଭିଯୋଗ । ଓଡିଆ ପିଲାଙ୍କୁ ଅଗ୍ରାଧିକାର ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଖେଳାଳି ଓ ତାଙ୍କ ଅଭିଭାବକ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ସିନିୟର ଆଣ୍ଡ ଜୁନିୟର ଜିମ୍ନାଷ୍ଟିକ ଚାମ୍ପିୟନସିପ୍ । ଏହି ପ୍ରତିଯୋଗିତା ପାଇଁ ଓଡିଶା ଟିମରେ ଖେଳୁଛନ୍ତି ରାଜ୍ୟ ବାହାରର ପିଲା । ଯାହାକୁ ନେଇ ସ୍ଥାନୀୟ ଖେଳାଳି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓଡ଼ିଶା ଟିମରେ ୬ ଜଣ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ରାଜ୍ୟ ବାହାରର ଖେଳାଳି । ଅଭିଭାବକ ମାନେ କହିଛନ୍ତି, ଚୟନ କରିବାର ଗୋଟିଏ ଦିନ ପୂର୍ବରୁ ଫୋନ୍ କଲ୍ ଆସୁଛି । ତେବେ ଜଣେ ଖେଳାଳି ମାନସିକ ଭାବେ ପ୍ରସ୍ତୁତ ହେବାକୁ ଗୋଟିଏ ଦିନ ଠାରୁ ଅଧିକ ସମୟ ଆବଶ୍ୟକ । ତେଣୁ ଯେଉଁଭଳି ତରବରିଆ ଭାବେ ଚୟନ କରାଯାଉଛି ତାହା ପଛରେ କାହାର ସ୍ୱାର୍ଥ ନିହିତ ଅଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଯଦି ସେମାନଙ୍କ କଥାକୁ କେହି ନ ଶୁଣନ୍ତି ଏବଂ ଏଭଳି ପାତରଅନ୍ତର ଜାରି ରୁହେ ତେବେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି ଅଭିଭାବକ ।

The post ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ଦିଆଯାଉନି ସୁଯୋଗ, ଓଡ଼ିଆ ପିଲାଙ୍କୁ ଜାଣିଶୁଣି କରାଯାଉନି ଚୟନ । first appeared on Kanak News.

from Kanak News
via <a href="https://ifttt.com/?

କତରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି । ଟଳିଲା ମୃତ୍ୟୁଦଣ୍ଡ

କନକ ବ୍ୟୁରୋ : କତରରେ ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି ମିଳିଛି । କତର ସରକାର ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଭାରତ ସରକାରଙ୍କ ଆବେଦନ ପରେ ଏହି ମୃତ୍ୟୁଦଣ୍ଡ ଟଳିଛି । ଏହି ମୃତ୍ୟୁଦଣ୍ଡ ଏବେ କତର ସରକାର କୋହଳ କରିଛନ୍ତି ।

https://platform.twitter.com/widgets.js

ବିଦେଶ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଭାରତ ସରକାରଙ୍କ ତରଫରୁ ଏନେଇ କତର କୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଏଥିରେ ପ୍ରଥମେ ଦିଆଯାଇଥିବା ମୃତ୍ୟୁଦଣ୍ଡ ଆଦେଶକୁ କୋହଳ କରାଯାଇଛି । କତରରେ ଭାରତୀୟ ରାଜଦୂତ, ଅନ୍ୟ ଅଧିକାରୀମାନେ କୋର୍ଟରେ ଉପସ୍ଥିତ ଥିଲେ । ବିଦେଶ ମନ୍ତ୍ରଣାଳୟ କହିଛି କି, ମାମଲା ଆରମ୍ଭରୁ ଭାରତ ସରକାର ଦଣ୍ଡିତ ଭାରତୀୟଙ୍କ ସହ ଥିଲେ ଓ ଆଗକୁ ମଧ୍ୟ ରହିବେ । ମାମଲାର ଗୋପନୀୟତା ଓ ସମ୍ବେଦନଶୀଳତାକୁ ନଜରରେ ରଖି ବିଦେଶମନ୍ତ୍ରଣାୟ ଅଧିକ ଟିପ୍ପଣୀ କରିନାହିଁ   ।

The post କତରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି । ଟଳିଲା ମୃତ୍ୟୁଦଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

‘ଆତଙ୍କବାଦୀ ହାଫିଜ ସଇଦକୁ  ଆମକୁ ହସ୍ତାନ୍ତର କର’ । ଭାରତ ପୁଣି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡକୁ ପ୍ରତ୍ୟର୍ପଣ କରିବାକୁ ଦାବିକରିଛି ।

ଆତଙ୍କବାଦୀ ହାଫିଜ ସଇଦକୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ପୁନର୍ବାର ଦାବି କରିଛି ।  ବିଶେଷ ସୂତ୍ରରୁ ପ୍ରକାଶ ଯେ ଭାରତ ସରକାର ଆନୁଷ୍ଠାନିକ ଭାବେ ପାକିସ୍ତାନକୁ କରିଛନ୍ତି ଯେ ଲଶ୍କର-ଏ-ତାଇବା ର ପ୍ରତିଷ୍ଠାତା ତଥା 26/11 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛି । ଆତଙ୍କବାଦୀ ହାଫିଜ ସଇଦଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନ ସରକାରଙ୍କୁ ଏକ ଆନୁଷ୍ଠାନିକ ଅନୁରୋଧ ପଠାଇଛି ବୋଲି ସୂତ୍ରରୁ ପ୍ରକାଶ ।

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ଏବଂ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ସମ୍ପର୍କରେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଆତଙ୍କବାଦୀ ହାଫିଜ ସଇଦକୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ ସରକାରଙ୍କ ନିକଟରେ ଭାରତ ସରକାର ଦାବି କରିଛନ୍ତି । ସରକାରୀ ଭାବେ ଆତଙ୍କବାଦୀ ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ସରକାର ପାକିସ୍ତାନକୁ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ଏ ସମ୍ପର୍କରେ କୌଣସି ଉତ୍ତର ଦେଇନାହିଁ। ସମସ୍ତେ ଜାଣନ୍ତି ଯେ ୨୬/୧୧  ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଥିଲା ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ଵାରା ପଞ୍ଜୀକୃତ ହୋଇଥିବା ବିଭିନ୍ନ ମାମଲାର ବିଚାର ପାଇଁ 26/11 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଭାରତ ସରକାର ଆନୁଷ୍ଠାନିକ ଭାବେ ପାକିସ୍ଥାନକୁ ଅନୁରୋଧ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଡକ୍ୟୁମେଣ୍ଟରେ ହାଫିଜ ସଇଦକୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦୀ ଗୋଷ୍ଠୀର ଆର୍ଥିକ ସହାୟତା ଭଳି ଅନେକ ମାମଲାରେ ଏନଆଇଏ ଦ୍ୱାରା ଅଭିଯୁକ୍ତ ଭାବେ ଅଭିଯୁକ୍ତ କରାଯାଇଛି। ଭାରତ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ହାଫିଜ ସଇଦ କାଶ୍ମୀର ଉପତ୍ୟକାରେ ଭାରତ ବିରୋଧୀ ତଥା ବିଦ୍ରୋହୀ କାର୍ଯ୍ୟରେ ମଧ୍ୟ ଜଡିତ ଅଛି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଏହା ଏକ ରୋଟେଟାରୀ ଲେଟର , ଯାହାର ପାକିସ୍ତାନୀ ଏଜେନ୍ସିମାନେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଆମେ ପାକିସ୍ତାନର ଉତ୍ତରକୁ ଅପେକ୍ଷା କରିଛୁ। ଏହା ପରେ ଆମେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସୂତ୍ରରୁ ପ୍ରକାଶ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ହେବାର କୌଣସି ସମ୍ଭାବନା ପୂର୍ବରୁ ପାକିସ୍ତାନକୁ ଆତଙ୍କବାଦୀ ସଇଦର ବହିଷ୍କାର ଅନୁରୋଧକୁ ପାଳନ କରିବାକୁ ପଡ଼ିବ।ସୂଚନାଯୋଗ୍ୟ ଯେ ଆତଙ୍କବାଦୀ ହାଫିଜ ସଇଦର ଏକ ନୂତନ ରାଜନୈତିକ ସାମ୍ମୁଖ୍ୟ ଫେବୃଆରୀ ୮ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ  ପାକିସ୍ତାନର ଅଧିକାଂଶ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜ ପ୍ରାର୍ଥୀ ଦେବକୁ ସ୍ଥିର କରିଛି ।  ଆତଙ୍କବାଦୀ ଆର୍ଥିକ ମାମଲାରେ ଅନେକ ବର୍ଷ ଦୋଷୀ ସାବ୍ୟସ୍ତ ହେବା ପରେ ଲଶ୍କର-ଇ-ତାଇବା ପ୍ରତିଷ୍ଠାତା ଆତଙ୍କବାଦୀ ହାଫିଜ ସଇଦ ୨୦୧୯ ରୁ ପାକିସ୍ଥାନ ଜେଲରେ ଅଛି ।

The post ‘ଆତଙ୍କବାଦୀ ହାଫିଜ ସଇଦକୁ  ଆମକୁ ହସ୍ତାନ୍ତର କର’ । ଭାରତ ପୁଣି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡକୁ ପ୍ରତ୍ୟର୍ପଣ କରିବାକୁ ଦାବିକରିଛି । first appeared on Kanak News.

from Kanak News
via <a href="https://ifttt.com/?

ଟଙ୍କା ଦେଇ ଟୋକନ ନେଉଛନ୍ତି, ବାଉଁଶ ବାନ୍ଧି ଜଙ୍ଗଲ ଜମି ଜବରଦଖଲ କରୁଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ୱର ଶାମପୁର ଅଞ୍ଚଳରୁ ଆସିଲା ଜମି ଜବରଦଖଲର ଭିନ୍ନ ଚିତ୍ର ।

କନକ ବ୍ୟୁରୋ : ଲାଗିଛି ଜଙ୍ଗଲ ଜମି ବିକ୍ରି ମେଳା । ସରକାରୀ ଜଙ୍ଗଲ ଜମିକୁ ଟୋକନ୍ କରି ଗରିବ ବସ୍ତି ଲୋକଙ୍କୁ ବିକ୍ରି କରୁଛନ୍ତି ଦଲାଲ । ଭୁବନେଶ୍ୱର ଶାମପୁର ମୌଜାରେ ବିଡିଏ ଜମି ସହ ଜଙ୍ଗଲ ଜମିକୁ ବି ପ୍ଲଟିଂ କରି ବିକ୍ରି କରୁଛନ୍ତି କିଛି ଦଲାଲ । ଏହି ଜମି ନେବାକୁ ଲାଗିଛି ମେଳା । ଏଭଳି ଏକ ଏକ୍ସକ୍ଲ୍ୟୁସିଭ୍ ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ।

ସରକାରୀ ଜଙ୍ଗଲ ଜମିକୁ ଦଲାଲମାନେ ବସ୍ତି ବାସିନ୍ଦାଙ୍କୁ ଟୋକନ୍ କରି ବିକି ଦେଉଛନ୍ତି । ଆଉ ବାଉଁଶ ବାନ୍ଧି ଜମିକୁ ନିଜର କହି ଦଖଲ କରିଛନ୍ତି ଲୋକେ । ପଚାରିବାରୁ ଉତର ଦେଉଛନ୍ତି ଥରେ ଘର କଲେ ସରକାର କେମିତି ଆମକୁ ଉଠାଇବ । ଆଗକୁ ନିର୍ବାଚନ ଆସୁଛି, ସରକାର ଆମକୁ ଉଠାଇଲେ, ଆମେ ପ୍ରତିବାଦ କରିବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।ଆମେ ଭୂମିହୀନ, ଆମକୁ ଜମି ପଟ୍ଟା ନଦେଲେ ଆମେ ହଟିବୁନି । ଆମେ ସରକାରକୁ ବାଛିଛୁ, ସରକାର ଆମ କଥା ଶୁଣିବା ଦରକାର । ସହର ମଧ୍ୟରେ ଭଡା ଦେଇ ରହିବା ସମ୍ଭବ ହେଉନି । ତେଣୁ ଆମେ କେଉଁଠି ରହିବୁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

The post ଟଙ୍କା ଦେଇ ଟୋକନ ନେଉଛନ୍ତି, ବାଉଁଶ ବାନ୍ଧି ଜଙ୍ଗଲ ଜମି ଜବରଦଖଲ କରୁଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ୱର ଶାମପୁର ଅଞ୍ଚଳରୁ ଆସିଲା ଜମି ଜବରଦଖଲର ଭିନ୍ନ ଚିତ୍ର । first appeared on Kanak News.

from Kanak News
via <a href="https://ifttt.com/?

କଟକ ଏସସିବି ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ ।

କନକ ବ୍ୟୁରୋ: କଟକ ଏସସିବିର ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ । ଦୀର୍ଘ ଦିନ ଧରି ଅଚଳ ପଡ଼ିଛି ଏହି ଲିପ୍ଟ । ଗୁରୁତର ରୋଗୀଙ୍କୁ ଷ୍ଟେଚରେ ସିଡିରେ ବିପଦପ୍ରୂ୍ଣ୍ଣ ଭାବେ ନିଆଯାଉଛି । ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଥିବା ଛୋଟ ଲିପ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନିଆଯାଉଥିବା ଦେଖିବାକୁ ମିିଳିଛି ।

ଏମ୍ସ ପ୍ଲସ ହେବାକୁ ଥିବା ଏସସିବିର ନ୍ୟୁ ମେଡିସିନ ୱାର୍ଡରେ ଦୀର୍ଘ ଦିନ ଧରି ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟ ମଧ୍ୟରେ ତ୍ରୀବ ଅସନ୍ତୋଷ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହା ଆଖିରେ ନପଡ଼ିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

The post କଟକ ଏସସିବି ନ୍ୟୁ ମେଡିସିନ ୱାର୍ଡରେ ଚାଲୁନି ଲିପ୍ଟ । ହନ୍ତସନ୍ତ ହେଉଛନ୍ତି ରୋଗୀ । first appeared on Kanak News.

from Kanak News
via <a href="https://ifttt.com/?

ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ ।

କନକ ବ୍ୟୁରୋ: ଖୋର୍ଦ୍ଧା ସାରୁଅ ଶିଳ୍ପା ଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ତେଲ ପ୍ୟାକିଂ ପାଇଁ ଥିବା ଆବଶ୍ୟକ ସାମଗ୍ରୀରେ ନିଅାଁ ଲାଗିଥିବା ଜଣାପଡ଼ିଛି । ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି । ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି ।

The post ସାରୁଅ ଶିଳ୍ପାଞ୍ଚଳ ତେଲ ଫ୍ୟାକ୍ଟ୍ରିରେ ନିଆଁ । ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ । first appeared on Kanak News.

from Kanak News
via <a href="https://ifttt.com/?

ଚନ୍ଦ୍ରଶେଖରପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଅଳିଆ ଗଦେଇଲା ବିଏମସି । ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ଜାଣନ୍ତୁ ପୁରା ଘଟଣା ।

କନକ ବ୍ୟୁରୋ: ଇଲେକ୍ଟ୍ରି ଅଫିସ୍ ଆଗରେ ବିଏମସି ଆଣି ଅଳିଆ ପକେଇବାକୁ ଧାରଣାରେ ବସିଲେ କର୍ମଚାରୀ । ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିଏମସି ଅଳିଆ ପକେଇବାକୁ ପ୍ରତିବାଦ କରି ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ସୂଚନା ଅନୁସାରେ, ଲାଇନ୍ ତାରରେ ଲାଗୁଥିବା ଗଛକୁ ବିଦ୍ୟୁତ କର୍ମଚାରୀମାନେ କାଟିବା ପରେ ଅବଶିଷ୍ଟକୁ ଅଳିଆ ପକାଇବା ସ୍ଥାନରେ ପକାଇଥିଲେ । ପରେ ବିଏମ୍ସି କର୍ମଚାରୀ ଆସି ସେହି ଅଳିଆକୁ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ପକାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଧାରଣା ଦେଇଛନ୍ତି ବିଦ୍ୟୁତ କର୍ମଚାରୀ ।

The post ଚନ୍ଦ୍ରଶେଖରପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଅଳିଆ ଗଦେଇଲା ବିଏମସି । ଧାରଣାରେ ବସିଲେ ବିଦ୍ୟୁତ କର୍ମଚାରୀ । ଜାଣନ୍ତୁ ପୁରା ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଫଳକରେ ନାଁ ନଥିବାରୁ ରାଗିଗଲେ ସରପଞ୍ଚ ।

କନକ ବ୍ୟୁରୋ: ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ସରପଞ୍ଚ ଫଳକ ଭାଙ୍ଗିଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ହାଇଡ୍ରାମା ଦେଖିବାକୁ ମିଳିଛି । ୪ କୋଟି ୭୮ ଲକ୍ଷ ବ୍ୟୟରେ କଳାକାଦ-ଟିଆକଟା-ଚେକାମରା ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ଶିଳାନ୍ୟାସ ଫଳକଙ୍କୁ ଭାଙ୍ଗି ସେଠାରେ ବସି ରହି ବିରୋଧ କରିଥିଲେ । ଏହାକୁ ନେଇ ସରପଞ୍ଚ ଓ ବିଧାୟକ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

The post ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଫଳକରେ ନାଁ ନଥିବାରୁ ରାଗିଗଲେ ସରପଞ୍ଚ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started