ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଡିଜିପି କହିଲେ, ଆଗକୁ ସାଧାରଣ ନିର୍ବାଚନ, ପୋଲିସ ପାଇଁ ରହିବ ଆହ୍ୱାନ ।

କନକ ବ୍ୟୁରୋ: ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଚ୍ୟାଲେଞ୍ଜିଙ୍ଗ ରହିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଭୁବନେଶ୍ୱର ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡିଜିପି କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ । ତେଣୁ ପୂର୍ବ ଭଳି ଓଡ଼ିଶା ପୋଲିସର ଯେଉଁ ସମ୍ମାନ ସାରା ଦେଶରେ ରହିଛି, ତାହା ବଳବତ୍ତର ରହିବ । ନିର୍ବାଚନ ପୂର୍ବରୁ ନୂଆପଡ଼ା, କନ୍ଧମାଳ ଭଳି ଜିଲ୍ଲାରେ ୧୧ଟି ନୂଆ ବେସ୍ ତିଆରି କରାଯିବ ବୋଲି ଡିଜିପି କହିଛନ୍ତି ।

୨୦୨୩ ମସିହା ବହୁ ସୁରୁଖୁରୁରେ ଶେଷ ହୋଇଛି । ଅପରାଧିକ କାର୍ଯ୍ୟକଳାପ ଘଟିଥିଲେ ମଧ୍ୟ ଓଡ଼ିଶା ପୋଲିସ ଏହାକୁ ସଫଳତାର ସହ ମୁକାବିଲା କରିଛି । ଏହି ବର୍ଷ ନକ୍ସଲ ଓ ମାଓବାଦୀ କାର୍ଯ୍ୟକଳାପ ବିରୋଧରେ ସ୍ପେଶାଲ ଅପରେସନ୍ ହୋଇଛି । ପୋଲିସ କର୍ମଚାରୀ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ପୋଲିସ ନିଯୁକ୍ତିରେ ମଧ୍ୟ ଓଡ଼ିଶା ଆଗରେ ରହିଛି । ଅନ୍ୟ ଅଫିସରଙ୍କ ସହ ୪ ହଜାର ୬ ଶହ କନେଷ୍ଟବଳ ନିଯୁକ୍ତ ହୋଇଛନ୍ତି ।

The post ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଡିଜିପି କହିଲେ, ଆଗକୁ ସାଧାରଣ ନିର୍ବାଚନ, ପୋଲିସ ପାଇଁ ରହିବ ଆହ୍ୱାନ । first appeared on Kanak News.

from Kanak News
via <a href="https://ifttt.com/?

ଆଉ ଦେଖାଯିବନି ପାର୍ଲେ ଗାର୍ଲ! ଏଥର ବିସ୍କୁଟ ପ୍ୟାକେଟରେ ଏ ଯୁବକ ଜଣକ କିଏ?

କନକ ବ୍ୟୁରୋ: ବିସ୍କୁଟର ନାଁ ଆସିଲେ ସାଙ୍ଗେ ସାଙ୍ଗେ ମନକୁ ପାର୍ଲେଜିର ନାଁ ଚାଲିଆସେ ତା ସହ ଆଖିରେ ଝଲସି ଉଠେ ବିସ୍କୁଟ ର୍ୟାପର ଉପରେ ଥିବା କୁନି ଝିଅଟିର ଚେହେରା । ହେଲେ ଏଣିକି ଆଉ ସେ କୁନି ଝିଅ ଛବି ଆଉ ପାର୍ଲେ ବିସ୍କୁଟ ପ୍ୟାକେଟରେ ଦେଖିବାକୁ ମିଳିବନି । କାରଣ ପାର୍ଲେ କମ୍ପାନୀ ନିଜର ନୂଆ ଲୋକେ ଧାର୍ଯ୍ୟ କରିସାରିଛି ।

ଦେଶର ସ୍ୱାଧୀନତା ମିଳିବା ପୂର୍ବରୁ ଦେଶରେ ଆରମ୍ଭ ହୋଇଥିଲା ପାର୍ଲେ- ଜି ବିସ୍କୁଟ କମ୍ପାନୀ । ଯାହା ସମସ୍ତଙ୍କ ପ୍ରିୟ ଥିଲା । ଏବେ ଯାଏଁ ମଧ୍ୟ ଏହାର ଗାଁ ଠାରୁ ସହର ସମସ୍ତଙ୍କ ପସନ୍ଦ ହୋଇ ରହିଛି । ଦାମ୍ ବି ସେମିତି ରହିଛି । ଲୋକଙ୍କ ପସନ୍ଦ ପାଇଁ ସାମାନ୍ୟ କ୍ୟାଣ୍ଡି ଫ୍ୟାକ୍ଟ୍ରିରୁ ଏବେ ଏହା ୧୭ ହଜାର କୋଟିର କମ୍ପାନୀ ଭାବେ ଛିଡା ହୋଇପାରିଛି । ମାର୍କେଟରେ ଅନେକ ବ୍ରାଣ୍ଡର ବିସ୍କୁଟ ଆସିଛି କିଛି ରହିଛି କିଛି କ୍ଷତି ସହି ବୁଡିଯାଇଛି । କିନ୍ତୁ ପାର୍ଲେଜି ନିଜର ଅସ୍ତିତ୍ୱକୁ ସେମିତି ବଜାୟ ରଖିପାରିଛି । କିନ୍ତୁ ଏବେ ଏହି ବିସ୍କୁଟ ପ୍ୟାକେଟର ଲୋଗୋ ବଦଳିଯାଇଛି ।

କୁନି ଝିଅ ବଦଳରେ ଏଣିକି ର୍ୟାପରରେ ଦେଖିବାକୁ ମିଳିବ ଜଣେ ଯୁବକଙ୍କ ଚେହେରା, ଯିଏ ଜଣେ ଇନଷ୍ଟାଗ୍ରାମ ଇନଫ୍ଲଏନ୍ସର ଏବଂ ପାର୍ଲେ- ଜି ବଦଳରେ ଲେଖାହେଉଛି ବୁନଶାହା- ଜି । କଥା ହେଉଛି ଥରେ ଜେରୱାନ୍ ଜେୱନଶାହା ନିଜର ଜଣେ ଫଲୋୟର୍ସଙ୍କୁ ପଚାରିଥିଲେ ଯେ, ଯଦି ସେ ପାର୍ଲେର ମାଲିକଙ୍କୁ ଭେଟନ୍ତି ତେବେ ତାଙ୍କୁ କ’ଣ ବୋଲି ସମ୍ବୋଧନ କରିବେ । ଏହି ପ୍ରଶ୍ନ ପଚାରିବା ବେଳେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ‘ରାମ-ଲଖନ୍’ ମୁଭିର ଏ ଜି ଓ ଜି ଗୀତ ବାଜୁଥିବା ଶୁଣିବାକୁ ମିଳିଥିଲା । ତେବେ ବୁନଶାହଙ୍କ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାକୁ ଲାଗିଲା । କେବଳ ଫଲେୟର୍ସ ବି ନୁହଁନ୍ତି ପାର୍ଲେ କମ୍ପାନୀ ମାଲିକ ମଧ୍ୟ ବେଶ୍ ପ୍ରଭାବିତ ହୋଇଥିଲେ ଏବଂ ବିସ୍କୁଟ ର୍ୟାପରରେ ଏହି ଯୁବକଙ୍କ ଫଟୋ ଲଗାଇ ଇନଷ୍ଟାରେ ପୋଷ୍ଟ କଲେ ।

The post ଆଉ ଦେଖାଯିବନି ପାର୍ଲେ ଗାର୍ଲ! ଏଥର ବିସ୍କୁଟ ପ୍ୟାକେଟରେ ଏ ଯୁବକ ଜଣକ କିଏ? first appeared on Kanak News.

from Kanak News
via <a href="https://ifttt.com/?

ଏଜୁକେସନ ସ୍କାମ: ବିଦେଶରେ ଶିକ୍ଷା ନାମରେ ସ୍କାମ ! : ଚିନ୍ତାରେ ଭାରତୀୟ ଛାତ୍ର, ହରେଇଲେଣି ଲକ୍ଷ ଲକ୍ଷ ଟଙ୍କା ।

ଆପଣ କିମ୍ବା ଆପଣଙ୍କର କେହି ସମ୍ପର୍କୀୟ ବିଦେଶ ପଢିବାପାଇଁ ଯାଉଛନ୍ତି କି ? ଏବେଠୁ ସାବଧାନ ହେଇଯାଆନ୍ତୁ ନହେଲେ ଆପଣ ଲକ୍ଷ ଲକ୍ଷ ଟଙ୍କା ହରେଇବେ ଏବଂ ଆପଣଙ୍କ ବିଦେଶର ପଢିବାର ସ୍ବପ୍ନ ମଧ୍ୟ ସ୍ବପ୍ନ ହେଇ  ରହିଯିବ । ପ୍ରତିବର୍ଷ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଶିକ୍ଷାଲାଭ ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ କରିଥାନ୍ତି । ବିଦେଶରେ ପଢିବାର ସ୍ୱପ୍ନ ଦେଖୁଥିବା ଏହି ଛାତ୍ରମାନେ ଏଠାରେ ତାଙ୍କର ସମସ୍ତ ଔପଚାରିକତା ପୂରଣ କରିବା ପରେ ଆଖିରେ ଆଖିଏ ସ୍ବପ୍ନ ନେଇ ନିଜ ଦେଶକୁ ବିଦାୟ ଦେଇ ବିଦେଶ ଅଭିମୁଖେ ବାହାରି ଯାଇଥାନ୍ତି । କିନ୍ତୁ ଏକ ବିଦେଶୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିବାର ରାସ୍ତା ଏତେ ସହଜ ନଥାଏ । ଏହି ରାସ୍ତାରେ ବହୁତ ଠକ ବସିଛନ୍ତି । ବହୁତ ଛାତ୍ର ଏମାନଙ୍କର ଶିକାର ହେଉଛନ୍ତି । ଅନେକ ଛାତ୍ର ବିଦେଶୀ ଶିକ୍ଷା ନାମରେ ଘଟୁଥିବା ଏହି ଘୋଟାଲାର ଖୁଲାସା କରିଛନ୍ତି ।

ବିଦେଶରେ ପଢିବାର ସ୍ୱପ୍ନ ଦେଖିବା ଯେତିକି ସହଜ, ଏହାକୁ ସଫଳ କରିବା ମଧ୍ୟ ସେତିକି କଷ୍ଟକର । ଆଜିକାଲି ଏଜୁକେସନ ନାମରେ ଅନେକ ଗୁଡିଏ ଅନଲାଇନ୍ ସ୍କାମର ଅନେକ ମାମଲା ସାମ୍ନାକୁ ଆସୁଛି । ବିଦେଶୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ନାମରେ ସ୍କାମ ମଧ୍ୟ ଘଟୁଛି । ଯଦି ଆପଣ ଆଡମିଶନ ପାଆନ୍ତି ତେବେ ଭିସା ନାମରେ ସ୍କାମ ଘଟୁଛି ।  ଯଦି ଆପଣ ଭିସା ସହିତ ବିଦେଶରେ ପହଞ୍ଚନ୍ତି, ସେଠାରେ ମଧ୍ୟ କ ଭିନ୍ନ ପ୍ରକାରର ସ୍କାମରେ ଆପଣ ଧନ୍ଦି ହେଇପଡ଼ିବେ । ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ଛାତ୍ରମାନେ ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଉଥିବା ବେଳେ ଅନେକ ପ୍ରକାରର ସ୍କାମ ଘଟୁଛି। ଅନେକ ଥର ନୀତିରେ ପରିବର୍ତ୍ତନକୁ ନେଇ ସେଠାକାର ସରକାରଙ୍କ ତରଫରୁ କୌଣସି ଆଦେଶ ଆସୁନାହିଁ। ସ୍କାମରଙ୍କ ଶିକାର ହୋଇ ଛାତ୍ରମାନେ ଏହା ସତ୍ୟ ବୋଲି ବିଶ୍ବାସ କରନ୍ତି ଏବଂ ବିପୁଳ ଫି ପ୍ରଦାନ କରନ୍ତି । ଏହିପରି କିଛି ଘୋଟାଲାର ମାମଲା ଉପରେ ନଜର ପକାନ୍ତୁ-

କେସ୍ ୧ – AnyDesk ଆପ୍ ମାଧ୍ୟମରେ ସ୍କାମ ଜୁଲାଇ ୨୦୨୩ ରେ, ସଲମାନ କୁରେଶି ନାମକ ଜଣେ ଛାତ୍ର ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ଏମଏସସି ଇଞ୍ଜିନିୟରିଂ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ଆଡମିଶନ ପାଇଥିଲେ। ଛାତ୍ରବୃତ୍ତି ଏବଂ ଦେୟ ଇତ୍ୟାଦି ପାଇଁ ବିଶ୍ୱବିଦ୍ୟାଳୟ ଦ୍ୱାରା ବ୍ୟବସ୍ଥା କରାଯାଇଥିଲା | ଯେତେବେଳେ ବିମାନ ଟିକେଟ୍ ନେଇ କୁରେଶୀ ବିମାନବନ୍ଦରରେ ପହଞ୍ଚିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଟିକେଟ୍ ନିଶ୍ଚିତ ହୋଇନାହିଁ (ୟୁକେ ଭିସା ଫି)। ସୁରକ୍ଷା ବ୍ୟବସ୍ଥା ତାଙ୍କୁ ବାହାରକୁ ଯାଇ କୌଣସି ସମ୍ପର୍କୀୟଙ୍କ ସହ କଥା ହେବାକୁ ମଧ୍ୟ ଅନୁମତି ଦେଲେନାହିଁ । ତା’ପରେ ଜଣେ ସମ୍ପର୍କୀୟଙ୍କ ପରାମର୍ଶରେ ସେ ଏକ ଏଜେଣ୍ଟଙ୍କ ସହ ଆଲୋଚନା କରିଥିଲେ । ୨୫,୦୦୦  ଟଙ୍କା ଫି ବଦଳରେ ସେ ୧୦ ମିନିଟ ମଧ୍ୟରେ ଫ୍ରାନ୍ସ ପାଇଁ ଟ୍ରାଞ୍ଜିଟ୍ ଭିସା ବ୍ୟବସ୍ଥା କରିବାକୁ ନିଶ୍ଚିତ କରିଥିଲେ । ବ୍ୟାଙ୍କ ବିବରଣୀ ମାଗିବା ପୂର୍ବରୁ, କ୍ୟୁରେଶିଙ୍କ ଫୋନରେ AnyDesk ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ । ଏଜେଣ୍ଟ କହିବା  ଅନୁସାରେ ସେ ସମସ୍ତ ପ୍ରକ୍ରିୟା କରିଚାଲିଥିଲେ । ଏହି  କଲ୍ ଚାଲିଥିବା ସମୟରେ ହିଁ କୁରେଶୀଙ୍କ ଆକାଉଣ୍ଟରୁ ୯୦,୦୦୦ ଟଙ୍କା କଟିଯାଇଥିଲା । ପୋଲିସରେ ଅଭିଯୋଗ ପଞ୍ଜିକରଣ କରିବା ପରେ କୁରେଶୀ ବ୍ରିଟେନ ଯାଇଥିଲେ।

ମାମଲା 2- ଇମିଗ୍ରେସନ ନୀତିରେ ପରିବର୍ତ୍ତନର ନାଁରେ ସ୍କାମ

ବ୍ରିଟେନ ସରକାର ଏବେ ତାଙ୍କର ଇମିଗ୍ରେସନ ନିୟମକୁ କଡାକଡି କରିଛନ୍ତି । କ୍ୟାରିୟର ପରାମର୍ଶଦାତାଙ୍କ କହିବାନୁସାରେ, ବିଦେଶୀ ଛାତ୍ରମାନଙ୍କ ସହିତ ଜଡ଼ିତ ସ୍କାମର ଏହା ମଧ୍ୟ ଏକ ପ୍ରମୁଖ କାରଣ ।  ନାଟୱେଷ୍ଟର ୨୦୨୩  ଷ୍ଟୁଡେଣ୍ଟ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ବ୍ରିଟେନର ବିଶ୍ୱବିଦ୍ୟାଳୟର ଏକ ତୃତୀୟାଂଶ ଛାତ୍ର ୨୦୨୨  ମସିହାରେ ଅପରାଧୀଙ୍କ ଟାର୍ଗେଟରେ ରହିଥିଲେ । ଏଥିମଧ୍ୟରୁ ୪୪ ପ୍ରତିଶତ ଛାତ୍ର କେବଳ ବୋର୍ନମାଉଥରୁ ଆସିଥିଲେ।ଏପରି ପରିସ୍ଥିତିରେ ବିଦେଶୀ ଛାତ୍ରମାନଙ୍କ ପାଖକୁ ଫ୍ରଡ କଲ୍ ଆସିଥାଏ । ନିଜକୁ ଇମିଗ୍ରେସନ୍ ବିଭାଗର ଅଧିକାରୀ ଦାବିକରି ଠକ କଲର୍ ନୀତି ପରିବର୍ତ୍ତନ (ୟୁକେ ଇମିଗ୍ରେସନ୍ ନ୍ୟୁଜ୍) ବିଷୟରେ ଛାତ୍ରମାନଙ୍କୁ ସୂଚନା ଦିଅନ୍ତି । ତା’ପରେ ସେମାନଙ୍କୁ ଜରିମାନା ଦେବାକୁ କୁହନ୍ତି । ଯଦି ଜରିମାନା ଆଦାୟ ନହୁଏ ତେବେ ତାଙ୍କୁ ଦେଶରୁ ବହିଷ୍କାର କରାଯିବ ବୋଲି ଧମକ ମଧ୍ୟ ଦେଇଥାନ୍ତି । ଆତଙ୍କିତ ଅବସ୍ଥାରେ ବିଦେଶୀ ଛାତ୍ରମାନେ ୬୦୦ ରୁ ୧୦୦୦ ୟୁରୋ ପର୍ଯ୍ୟନ୍ତ ମଧ୍ୟ ‘ପେନାଲ୍ଟି’ ପ୍ରଦାନ କରିଥାନ୍ତି ।

ପାଦେ ପାଦେ ବିପଦ , ସବଧାନ ରୁହନ୍ତୁ ।

ଅଧ୍ୟୟନ କିମ୍ବା ଚାକିରି ପାଇଁ ବିଦେଶ ଯାଉଥିବା ଛାତ୍ରମାନଙ୍କର ବିଦେଶୀମାନଙ୍କ ପାଇଁ ଇମିଗ୍ରେସନ ନୀତି ଏବଂ ନିୟମାବଳୀ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଉଚିତ୍ ।  କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେବା ପୂର୍ବରୁ ନିଶ୍ଚିତ ଭାବରେ ସେମାନଙ୍କ ସହିତ କଲ୍ କିମ୍ବା ଇମେଲ୍ ମାଧ୍ୟମରେ କଥା ହୁଅନ୍ତୁ । ସମସ୍ତ ସୁବିଧା ସୁଯୋଗ ବିଷୟରେ ପ୍ରାଞ୍ଜଳ ଭାବେ କଥା ହୁଅନ୍ତୁ ।  ଆଇଡି କାର୍ଡ, ଛାତ୍ରମାନଙ୍କ ପାଇଁ ଉପଲବ୍ଧ ରିହାତି ଇତ୍ୟାଦି ବିଷୟରେ ମଧ୍ୟ ଜାଣନ୍ତୁ । ସଜାଗ ରହିଲେ ଆପଣ ଏପରି ଠକାମୀରୁ ରକ୍ଷା ପାଇପାରିବେ ।

The post ଏଜୁକେସନ ସ୍କାମ: ବିଦେଶରେ ଶିକ୍ଷା ନାମରେ ସ୍କାମ ! : ଚିନ୍ତାରେ ଭାରତୀୟ ଛାତ୍ର, ହରେଇଲେଣି ଲକ୍ଷ ଲକ୍ଷ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ଲୋକସଭା ନିର୍ବାଚନ ମୋ ପାଇଁ ଶେଷ ନିର୍ବାଚନ । ଜାଣନ୍ତୁ ଏଭଳି କାହିଁକି କହିଲେ କଂଗ୍ରେସ ସାଂସଦ ଶଶି ଥରୁର୍

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଏବେ କଂଗ୍ରେସ ସାଂସଦ ଶଶି ଥରୁରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶଶି ଥରୁର କହିଛନ୍ତି କି ୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ତାଙ୍କ ପାଇଁ ଶେଷ ନିର୍ବାଚନ ହେବ । ହେଲେ ଏବେ ଭିଡିଓକୁ ନେଇ ଏବେ ଶଶି ଥରୁରୁ ସଫେଇ ଦେଇଛନ୍ତି ।

ଏନେଇ ଗଣମାଧ୍ୟମର ପ୍ରଶ୍ନ ଥିଲା କି ଏହା କଣ ଆପଣଙ୍କ ପାଇଁ ଶେଷ ନିର୍ବାଚନ କି ? । ଏହାର ଉତରରେ ସେ କହିଛନ୍ତି , ସମସ୍ତ ନେତାଙ୍କ ପାଇଁ ଏଭଳି ସମୟ ଆସେ ଯେତେବେଳେ ସେମାନେ ଯୁବନେତାଙ୍କ ପାଇଁ ସ୍ଥାନ ଛାଡିଥାନ୍ତି । ଏହାସହ ରାଜନୀତିରେ ଆଉ ଏକ ନାରା ରହିଛି କେବେ ବି କୁହନାହିଁ । ଅର୍ଥାତ ଯେତେବେଳେ ମୁଁ ନିର୍ବାଚନ ଲଢିବାକୁ ଯାଏ ସେତେବେଳେ ଏହା ମୋର ଶେଷ ନିର୍ବାଚନ ଭାବି ପୁରା ଶକ୍ତି ବିନିଯୋଗ କରି ନିର୍ବାଚନ ଲଢିଥାଏ ବୋଲି ସେ କହିଛନ୍ତି । ଯଦି ମୁଁ ବିଜୟୀ ହୁଏ ତେବେ ଏହା ଥିରୁଅନନ୍ତପୁରମ ଭୋଟରଙ୍କ ପାଇଁ ମୋ ତରଫରୁ ଶେଷ ସେବା ହେବ ଓ ଖୁସିରେ ପଦ ଛାଡିବାକୁ ପ୍ରସ୍ତୁତ ଅଛି ।

ଏହାସହ ଶଶି ଥରୁର କହିଛନ୍ତି କି, ରାଜନୀତରେ କୌଣସି ବି କଥା ଶେଷ କଥା ନୁହେଁ । କିଏ ଜାଣିଛି ପରିସ୍ଥିତି କଣ ହେବ, ଆଜିଠାରୁ କିଛି ବି କୁହାଯାଇପାରିବ ନାହିଁ । ୨୦୨୪ ନିର୍ବାଚନ ଫଳାଫଳ ନିଷ୍ପତ୍ତି ନେବ ଭାରତର ଭବିଷ୍ୟତ କିଭଳି ହେବ । ଏହାସହ ସେ କହିଛନ୍ତି କି ସବୁପରେ ବହୁଳବାଦ ସନ୍ଦର୍ଭରେ ଭାରତର ବୁନିଆଦୀ ଚରିତ୍ର ଓ ଲୋକତନ୍ତ୍ରର ରକ୍ଷା ହେଉ ।

The post ୨୦୨୪ ଲୋକସଭା ନିର୍ବାଚନ ମୋ ପାଇଁ ଶେଷ ନିର୍ବାଚନ । ଜାଣନ୍ତୁ ଏଭଳି କାହିଁକି କହିଲେ କଂଗ୍ରେସ ସାଂସଦ ଶଶି ଥରୁର୍ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟଙ୍କ ଝଟକା । ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କଲେ କୋର୍ଟ

କନକ ବ୍ୟୁରୋ : ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ନୀଲମ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତାଙ୍କ ଟିପ୍ପଣୀରେ କହିଛନ୍ତି ଯେ ମାମଲାର ତୁରନ୍ତ ଶୁଣାଣି ନେଇ କୌଣସି ଆବଶ୍ୟକତା ନାହିଁ । ପ୍ରଥମରୁ ଯେଉଁ ଜାନୁଆରୀ ୩ ତାରିଖରେ ଶୁଣାଣି ଧାର୍ଯ୍ୟ କରାଯାଇଛି ସେହିଦିନ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ନୀଲମ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି କି, ତାଙ୍କୁ ପୋଲିସ ହେପାଜତରେ ରଖାଯିବା ବେଆଇନ, କାରଣ ତାଙ୍କ ମାମଲାରେ ତାଙ୍କ ପସନ୍ଦର ଓକିଲଙ୍କ ଠାରୁ ପରାମର୍ଶ ନେବାକୁ ପୋଲିସ ଅନୁମତି ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

ନୀଲମଙ୍କୁ ହାଇକୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ହେବିୟସ କର୍ପସର ରିଟ୍ ଜାରି କରିବା ସହ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଥିଲା । ଆବେଦନରେ ନୀଲମ ଆଜାଦ କହିଛନ୍ତି ଯେ, ତାଙ୍କୁ ନିଜ ପସନ୍ଦର ଓକିଲଙ୍କ ସହ ପରାମର୍ଶ କରିବାକୁ ଅନୁମତି ନଦେବା ସମ୍ବିଧାନ ମୁତାବକ ତାଙ୍କ ମୌଳିକ ଅଧିôକାରର ଉଲଂଘନ ଏବଂ ଅଟକ ଆଦେଶ ବେଆଇନ । ନିମ୍ନ ଅଦାଲତ ତାଙ୍କୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି ।

ସୂଚନା ଥାଉକି ୨୦୦୧ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ବଡ ଆକ୍ରମଣ ହୋଇଥିଲା । ୨୦୨୩ ମସିହା ସମାନ ତାରିଖରେ ପୁଣି ସଂସଦର କଡା ସୁରକ୍ଷାକୁ ଭେଦ କରି ସାଗର ଶର୍ମା ଓ ମନୋରଞ୍ଜନ ଡି ନାମକ ଦୁଇଜଣ ଯୁବକ ସଂସଦ ଭିତରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ସ୍ଲୋଗାନ ଦେବା ସହ ଗ୍ୟାସ ଛାଡିଥିଲେ । ସେପଟେ ସମାନ ସମୟରେ ନୀଲମ ଆଜାଦ ଓ ଅମୋଲ ସିନ୍ଦେ ସଂସଦ ଭବନ ପରିସର ବାହାରେ ରଙ୍ଗୀନ ଗ୍ୟାସ ଛାଡି ଏକଛତ୍ରବାଦ ଚାଲିବ ନାହିଁ ବୋଲି ନାରା ଦେଇଥିବା ଅଭିଯୋଗ ହୋଇଥିଲା ।

The post ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟଙ୍କ ଝଟକା । ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କଲେ କୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

କୋହଲି ଆପଣାଇଲେ ବ୍ରଡଙ୍କ କୌଶଳ, ଭାରତକୁ ସଙ୍ଗେ ସଙ୍ଗେ ମିଳିଲା ୱିକେଟ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚରେ ଏବେ ଡ୍ରାଇଭର ସିଟରେ ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ନେଇଥିବା ବେଳେ ହାତରେ ଆହୁରି ୫ ୱିକେଟ ରହିଛି । ଆହୁରି ୩ ଦିନ ଖେଳ ବାକି ଥିବାରୁ ଫଳାଫଳ ବାହାରିବା ନେଇ କ୍ରିକେଟପ୍ରେମୀ ଆଶାବାଦୀ ରହିଛନ୍ତି । ତେବେ ପ୍ରଥମ ମ୍ୟାଚରେ ପଡିଆରେ କୋହଲିଙ୍କର ଏକ ଟ୍ରିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ୱିକେଠ ସହଳ ଯାଇଥିଲେ ପରବର୍ତ୍ତୀ ୱିକେଟ ନେବାକୁ ୨୯ ଓଭର ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଅପେକ୍ଷା କରିବାକୁ ପଡିଥିଲା । ୨୮ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର ୧୦୦ ପାର କରି ସାରିଥିବା ବେଳେ କ୍ରିଜରେ ଜମି ସାରିଥିଲେ ଡିନ୍ ଏଲଗାର ଓ ଟୋନି ଜୋର୍ଜି । ଏଭଳି ସମୟରେ ଇଂଲଣ୍ଡର ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ତରିକା ଆପଣାଇଥିଲେ ଭାରତୀୟ କ୍ରିକେଟର ବିରାଟ କୋହଲି । ୨୯ ଓଭର ଆରମ୍ଭରୁ ହିଁ ଷ୍ଟମ୍ପର ବେଲକୁ ଅଦଳ ବଦଳ କରିଥିଲେ କୋହଲି । ପରବର୍ତ୍ତୀ ୨ଟି ବଲ ପରେ ଜୋର୍ଜିଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଯଶପ୍ରୀତ ବୁମରା । ୩୧ ତମ ଓଭରରେ ଦକ୍ଷିଣ ଆଫ୍ରିକା ବ୍ୟାଟର ପିଟରସନଙ୍କୁ ମଧ୍ୟ ଆଉଟ କରିଥିଲେ ଯଶପ୍ରୀତ । କୋହଲି ବେଲ ଅଦଳ ବଦଳ କରିବାର ୩ ଓଭର ମଧ୍ୟରେ ୨ଟି ୱିକେଟ ହାତେଇଥିଲା ଟିମ୍ ଇଣ୍ଡିଆ । କୋହଲିଙ୍କର ଏଭଳି ବେଲ ବଦଳାଇବା ଟ୍ରିକକୁ ଭାରତୀୟ କ୍ରିକେଟପ୍ରେମୀ ବେଶ ପ୍ରଂଶସା କରିଛନ୍ତି । କୋହଲି ବେଲ ବଦଳାଇ ମ୍ୟାଜିକ କରିଦେଲେ ବୋଲି କହିଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।

https://platform.twitter.com/widgets.jsପଡିଆ ମଧ୍ୟରେ କୋହଲିଙ୍କର ଏହି ଟ୍ରିକର ଭିଡ଼ିଓକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ଇଂଲଣ୍ଡର ପୂର୍ବତନ ବୋଲର ଷ୍ଟୁଆର୍ଟ ବ୍ରଡ । ଭିଡ଼ିଓ କ୍ୟାପସନରେ ବ୍ରଡ ଲେଖିଛନ୍ତି ସଫଳତା ସହ ବିରାଟ କୋହଲି । ବ୍ରଡ ଏମିତି ଲେଖିବା ପଛର ବଡ କାରଣ ମଧ୍ୟ ରହିଛି । ୨୦୨୩ ଆସେସ ସିରିଜରେ ଷ୍ଟୁଆର୍ଡ ବ୍ରଡ ମଧ୍ୟ ମ୍ୟାଚରେ ଏଭଳି କିଛି କରି ୱିକେଟ ହାସଲ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଟ୍ରିକ୍ ଆପଣାଇଥିଲେ ବ୍ରଡ । ମ୍ୟାଚ ମଝିରେ ବେଲ ବଦଳାଇବା ପରେ ସଙ୍ଗେ ସଙ୍ଗେ ଅଷ୍ଟ୍ରେଲିଆ ବ୍ୟାଟର ଲାବୁସେନଙ୍କ ୱିକେଟ ହାତେଇଥିଲେ । ତେଣୁ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଟ୍ରିକ୍ ଆପଣାଇବା ପରେ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟୁଆର୍ଟ ବ୍ରଡ ।

https://platform.twitter.com/widgets.jsଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୨୫୬ ରନ କରିବା ସହ ପ୍ରଥମ ଇନିଂସରେ ଅଗ୍ରଣୀ ନେଇଥିଲା । ଭାରତ ଏହା ପୂର୍ବରୁ ପ୍ରଥମ ଇନିଂସରେ ୨୪୫ ରନ୍ କରିବାକୁ ସକ୍ଷମ ହୋଇଛି । କେ.ଏଲ ରାହୁଲଙ୍କ ଲଢୁଆ ଶତକ ବଳରେ ଭାରତ ସମ୍ମାନଜନକ ସ୍କୋର କରିପାରିଛି ।

The post କୋହଲି ଆପଣାଇଲେ ବ୍ରଡଙ୍କ କୌଶଳ, ଭାରତକୁ ସଙ୍ଗେ ସଙ୍ଗେ ମିଳିଲା ୱିକେଟ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଡରାଇଲାଣି କରୋନା । ଦେଶରେ ୨୪ ଘଣ୍ଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କ ମୃତ୍ୟୁ । ଏପଟେ ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନା । ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଆଉ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ସଂକ୍ରମଣ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । ଏପରିକି କହିଛନ୍ତି କୋଭିଡ ଟେଷ୍ଟିଂ ବଢ଼ିଛି । ୬୯୦ ଟେଷ୍ଟିଂ କରାଯାଇଥିଲା । ସେଥିରୁ ୩୭୮ ଆରଟିପିସିଆର ଟେଷ୍ଟ । ସେଥିରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ନମୂନାକୁ ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଉଛି । ରାଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ଆଦୌ ଉଦବେଗଜନକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କୋଭିଡ କଟକଣା ନେଇ ସାରା ରାଜ୍ୟ ପାଇଁ କୌଣସି ଗାଇଡଲାଇନ ହୋଇ ନାହିଁ । ସତର୍କ ଓ ସଚେତନ ରହିଲେ କରୋନାକୁ ଦୂରେଇ ଦେଇହେବ ବୋଲି ବିଶେଷଜ୍ଞ କହିଛନ୍ତି । ସତର୍କ ରହିବା ସହ କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ସେପଟେ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଂଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଶେଷ କରି କେରଳରେ ସ୍ଥିତି ସଙ୍ଗୀନ ରହିଛି ।

The post ପୁଣି ଡରାଇଲାଣି କରୋନା । ଦେଶରେ ୨୪ ଘଣ୍ଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କ ମୃତ୍ୟୁ । ଏପଟେ ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । first appeared on Kanak News.

from Kanak News
via <a href="https://ifttt.com/?

ଜମି କିଣା ବିକା ମାମଲା : ଇଡିର ଅଭିଯୋଗ ପତ୍ରରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ

କନକ ବୁୃ୍ୟରୋ : ହରିଆଣାରେ ୫ ଏକର ଜମି କିଣାବିକା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଯେଉଁ ଅଭିଯୋଗ ହୋଇଛି ସେଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ସାମିଲ ରହିଛି । ଏହା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ନାମ ଏହି ଅଭିଯୋଗରେ ସାମିଲ ଥିଲା । ହେଲେ ଇଡି ତରଫରୁ ଏପର୍ଯ୍ୟନ୍ତ ନା ପ୍ରିୟଙ୍କା ଗାନ୍ଧୀ ନା ରବର୍ଟ ଭଦ୍ରା କାହାକୁ ବି ନୋଟିସ କରାଯାଇ ନାହିଁ । ଏନଆରଆଇ ବ୍ୟବସାୟୀ ସିସି ଥାମ୍ପି ଏବଂ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ସୁମିତ ଚଢାଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା । ଇଡି ବିଶ୍ୱାସ କରୁଛି ଯେ ସେ ପଳାତକ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କୁ ସାହାଯ୍ୟ କରିଥିଲେ । ଯିଏ କି, ଆଇନ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଉଲଂଘନ କରିଥିବା ଅଭିଯୋଗ ହୋଇଛି ।

ଏଚ୍ଏଲ ପାହବା ଏଜେଣ୍ଟଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ୨୦୦୫-୦୬ ମଧ୍ୟରେ ହରିଆଣାର ଅମିପୁରରେ ୪୦.୮ ଏକ ଜମି କିଣିଥିଲେ ଓ ୨୦୧୦ ମସିହାରେ ପୁଣି ସେହି ଏଜେଣ୍ଟଙ୍କୁ ପ୍ରିୟଙ୍କା ଜମି ବିକ୍ରି କରିଦେଇଥିଲେ । ଏହିଭଳି ଡିଲ୍ ଥମ୍ପିଙ୍କ ସହ ମଧ୍ୟ କରାଯାଇଥିଲା । ତାଙ୍କୁ ଜାନୁଆରୀ ୨୦୨୦ରେ ଗିରଫ କରାଯାଇଥିଲା । ଇଡି ମୁତାବକ ଥମ୍ପି ୨୦୦୫ ରୁ ୨୦୦୮ ମସିହା ମଧ୍ୟରେ ଏଚଏଲ ପାହବା ସେହି ଗ୍ରାମରେ ୪୮୬ ଏକର ଜମି କିଣିଥିଲେ ।

ଇଡି ଏବେ ଅଭିଯୋଗ କରିଛି ଯେ, ପ୍ରିୟଙ୍କା ଗାନ୍ଧୀଙ୍କର ଥମ୍ପିଙ୍କ ସହ ଗଭୀର ସଂପର୍କ ରହିଛି । ଇଡିର ଅଭିଯୋଗ ଉପରେ ପ୍ରିୟଙ୍କା ଗାନ୍ଧୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ହେଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି କି ରାଜନୈତିକ ପ୍ରଣୋଦିତ ଭାବେ ଲୋକସଭା ନିର୍ବାଚନ ପୂର୍ବରୁ କିଛି ବିରୋଧୀଦଳ ନେତାଙ୍କ ନାମ ଇଡି ବିଭିନ୍ନ ଅଭିଯୋଗରେ ଯୋଡିବା ଆରମ୍ଭ କରିଛି ।

The post ଜମି କିଣା ବିକା ମାମଲା : ଇଡିର ଅଭିଯୋଗ ପତ୍ରରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ଆଗାମୀ ନିର୍ବାଚନ ନେଇ ଆଲୋଚନା କରିବେ ।

କନକ ବ୍ୟୁରୋ: ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ନୂଆ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଜାନୁଆରୀ ୬ରେ ଅଜୟ କୁମାର ଓଡିଶା ଆସିବେ । ୬, ୭ ଦିନ ଓଡିଶାରେ ରହି କଂଗ୍ରେସର ସବୁ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ ।

ନୂଆ ପ୍ରଭାରୀଙ୍କୁ ରାଜ୍ୟରେ ଜୋରଦାର ସ୍ୱାଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି । ଦିଲ୍ଲୀରେ ନୂଆ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଛନ୍ତି ଶରତ ପଟ୍ଟନାୟକ । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଦିଲ୍ଲୀରେ ନୂଆ ପ୍ରଭାରୀଙ୍କୁ ଭେଟି ଆଗାମୀ ନିର୍ବାଚନ ନେଇ ଆଲୋଚନା କରିଛନ୍ତି ।

The post ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ଆଗାମୀ ନିର୍ବାଚନ ନେଇ ଆଲୋଚନା କରିବେ । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ହାଇକୋର୍ଟ ଖାରଜ କଲା ସଂସଦ ଅନୁପ୍ରବେଶ ଘଟଣାର ଆରୋପି ନୀଲମ ଆଜାଦଙ୍କ ଅପିଲ । କହିଲେ ଏମିତି ..

ସଂସଦ ସୁରକ୍ଷା ତ୍ରୁଟି ମାମଲା : ଏହି ଆବେଦନରେ ନୀଲମ ଆଜାଦ କହିଛନ୍ତି ଯେ ତାଙ୍କୁ ତାଙ୍କ ପସନ୍ଦର ଓକିଲଙ୍କ ସହ ପରାମର୍ଶ କରିବାକୁ ଅନୁମତି ନଦେବା ହେଉଛି ସମ୍ବିଧାନ ଅନୁଯାୟୀ ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ । ଜେଲରେ ଅଟକ ଘଟଣାକୁ କହିଲେ ଆଇନ ବିରୋଧୀ । ସଂସଦର ସୁରକ୍ଷା ମାମଲାରେ ଅଭିଯୁକ୍ତ ନୀଲମ ଆଜାଦଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଗୁରୁବାର ସଂସଦ ଘଟଣା ମାମଲାରେ ଅଭିଯୁକ୍ତ ନୀଲମ ହାଇକୋର୍ଟରେ ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । କୋର୍ଟ ଏହାର ମନ୍ତବ୍ୟ ଦେଇ କହିଛନ୍ତି, ‘ଏହି ମାମଲାରେ କୌଣସି ଅତ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ନାହିଁ, ଏହା ଜାନୁଆରୀ ୩ ତାରିଖ ପୂର୍ବରୁ ସ୍ଥିର ହୋଇଥିବା ତାରିଖରୁ ହିଁ  ଶୁଣାଣି ହେବ।’ ଅଭିଯୁକ୍ତ ନୀଲମ ଆଜାଦ ତାଙ୍କ ପୋଲିସ ହେପାଜତକୁ  ବେଆଇନ ବୋଲି ଅଭିଯୋଗ କରି ବୁଧବାର ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି। କାରଣ ନିମ୍ନ ଅଦାଲତରେ ଶୁଣାଣି ସମୟରେ ତାଙ୍କୁ ପ୍ରତିରକ୍ଷା ପାଇଁ ତାଙ୍କ ପସନ୍ଦର ଓକିଲଙ୍କ ସହ ପରାମର୍ଶ କରିବାକୁ ଦିଆଯାଇନଥିଲା।

ତାଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ହାବିଆସ୍ କର୍ପସ୍ର ଏକ ରିଟ୍ ଜାରି କରିବାକୁ ନିବେଦନ କରାଯାଇଥିଲା। ଏହି ଆବେଦନରେ ନୀଲମ ଆଜାଦ କହିଛନ୍ତି ଯେ ତାଙ୍କୁ ତାଙ୍କ ପସନ୍ଦର ଓକିଲଙ୍କ ସହ ପରାମର୍ଶ କରିବାକୁ ଅନୁମତି ନଦେବା ହେଉଛି ସମ୍ବିଧାନ ଅନୁଯାୟୀ ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ, ବନ୍ଦୋବସ୍ତକୁ ବେଆଇନ କରିବା। ନିମ୍ନ ଅଦାଲତ ତାଙ୍କୁ ଜାନୁଆରୀ ୨ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି ।ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟର ଅବସରକାଳୀନ  ବେଞ୍ଚ ପୂର୍ବରୁ ଜରୁରୀ ଶୁଣାଣି ପାଇଁ ଏହି ମାମଲା ଉଲ୍ଲେଖ କରାଯାଇଛି ।

ଡିସେମ୍ବର ୧୩, ୨୦୦୧ ରେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା । ଏହି ସମୟ ମଧ୍ୟରେ ସାଗର ଶର୍ମା ଏବଂ ମନୋରଂଜନ ଡି ନାମକ ଦୁଇଜଣ ବ୍ୟକ୍ତି ଶୂନ ଘଣ୍ଟା ମଧ୍ୟରେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁପଡିଥିଲେ ଏବଂ ସ୍ଲୋଗାନ ଦେବାବେଳେ ହଳଦିଆ ଗ୍ୟାସ ଛାଡିଥିଲେ। ତେବେ କିଛି ସାଂସଦ ଉଭୟଙ୍କୁ ଧରିଥିଲେ। ପ୍ରାୟ ସମାନ ସମୟରେ, ଅନ୍ୟ ଦୁଇ ଜଣ ବ୍ୟକ୍ତି (ଆମୋଲ ସିନ୍ଦେ ଏବଂ ନୀଲମ ଆଜାଦ) ସଂସଦ ଗୃହ କମ୍ପ୍ଲେକ୍ସ ବାହାରେ ଥିବା ଏକ ‘କ୍ୟାନ୍’ରୁ ରଙ୍ଗୀନ ଗ୍ୟାସ୍ ଛାଡି ଦେଇଥିବା ଅଭିଯୋଗ କରିଥିଲେ ଯେ’ ଏକଛତ୍ରବାଦୀ ଶାସନ କାମ କରିବ ନାହିଁ ‘।

The post ଦିଲ୍ଲୀ ହାଇକୋର୍ଟ ଖାରଜ କଲା ସଂସଦ ଅନୁପ୍ରବେଶ ଘଟଣାର ଆରୋପି ନୀଲମ ଆଜାଦଙ୍କ ଅପିଲ । କହିଲେ ଏମିତି .. first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started