କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ଭି.କେ ପାଣ୍ଡିଆନ । କହିଲେ, କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଥାଇ ଜିଲ୍ଲା ପାଇଁ କରିଛନ୍ତି କ’ଣ?

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଅନୁଗୁଳ ଗସ୍ତରେ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ପ୍ରଭାଳଶାଳୀ ମନ୍ତ୍ରୀ ଥାଇ ୧୦ ବର୍ଷ ଭିତରେ ଅନୁଗୁଳ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି । କହିଛନ୍ତି, ଜିଲ୍ଲାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି, କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏପରିକି କଟକ- ଅନୁଗୁଳ ରାସ୍ତା ସମସ୍ୟାର ସମାଧାନ କାହିଁକି ହେଉନି ବୋଲି ପ୍ରଶ୍ନ କରିଛନ୍ତି ।

ଗତକାଲି ଭଦ୍ରକ ଗସ୍ତରେ ଯାଇଥିବା ବେଳେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ ୧୧ ମାସ ତଳେ ଧାମନଗରରେ ଉପନିର୍ବାଚନ ହୋଇଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଥିଲେ, ସେ ପ୍ରଚାର ବେଳେ ଧାମନଗର ଆସି ଶତାଧିକ ପ୍ରତିଶ୍ରୁତି ଦେଇଥିଲେ । ପ୍ରାର୍ଥୀ ବିଜୟୀ ହେବା ପରେ ତାଙ୍କର ଦେଖାଦର୍ଶନ ନାହିଁ । ଏପରିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଆସିନଥିବା କହିଥିଲେ ପାଣ୍ଡିଆନ୍ ।

The post କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ଭି.କେ ପାଣ୍ଡିଆନ । କହିଲେ, କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଥାଇ ଜିଲ୍ଲା ପାଇଁ କରିଛନ୍ତି କ’ଣ? first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ ଜମି ଦୁର୍ନିତୀ ନେଇ ତିନି ଦଲାଲଙ୍କ ବିରୋଧରେ ମାମଲା । ଇଓଡବ୍ଲୁରେ ଏତଲା ଦେଲା ବିଡିଏ ।

କନକ ବ୍ୟୁରୋ: ସରକାରୀ ଜମି ମାଡି ବସିବା ନେଇ ୩ ଦଲାଲଙ୍କ ନାଁରେ ଏତଲା ଦେଲା ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି । ଇଓଡବ୍ଲୁରେ ୩ଜଣଙ୍କ ନାଁରେ ଏତଲା ଦେଲା ବିଡିଏ । ଗୋଟିଏ କି ଦୁଇ ଏକର ନୁହେଁ ୬୮ ଏକର ସରକାରୀ ଜମିକୁ ଦଲାଲ ମାଡି ବସିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ମାଲିକାନା ଦେଖାଇ ୧୦ଜଣଙ୍କୁ ଜମି ବିକ୍ରି କରିଦେଇଛନ୍ତି ଦଲାଲ । ଏନେଇ ମାନସ ନାୟକ ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲୁରେ ଏତଲା ଦେଇଛି ବିଡିଏ ।

ସାଧାରଣ ପ୍ରଶାସନ ତରଫରୁ ସାମପୁର ମୌଜାରେ ୬୪ ଏକର ୭୫ ଡିସିମିଲ ଜମି ବିଡିଏକୁ ମିଳିଥିଲା । ଏହି ଜମିରେ ଆଫୋର୍ଡେବଲ ହାଉସିଂ ପ୍ରୋଜେକ୍ଟ ପାଇଁ ଅନୁମତି ମିଳିଛି । ତେବେ ଏହି କାମ ଆରମ୍ଭ ହେବା ପୂର୍ବରୁ କେତେକ ଦଲାଲ ଏହି ଜମିକୁ ଜାଲ ପ୍ରମାଣ ଦେଖାଇ ବିକିବା ପାଇଁ ମସୁଧା ଚଳାଇଛନ୍ତି । ଏ ବିଷୟରେ ବିଡିଏ ଜାଣିବା ପରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଛି । ପୂର୍ବରୁ ସେହି ଅଂଚଳରେ ଘର କରିଥିବା ୧୬ଜଣଙ୍କ ନାଁରେ ନୋଟିସ କରିଥିଲା ବିଡିଏ ।

The post ସରକାରୀ ଜମି ଦୁର୍ନିତୀ ନେଇ ତିନି ଦଲାଲଙ୍କ ବିରୋଧରେ ମାମଲା । ଇଓଡବ୍ଲୁରେ ଏତଲା ଦେଲା ବିଡିଏ । first appeared on Kanak News.

from Kanak News
via <a href="https://ifttt.com/?

ଘନ କୁହୁଡି ଯୋଗୁଁ ଦେଖାଗଲାନି ରାସ୍ତା । ଟ୍ରକକୁ ପଛପଟୁ ପିଟିଲା ପିକନିକ୍ ବସ୍ । ୮ ଆହତ, ୨ ଗୁରୁତର ।

କନକ ବ୍ୟୁରୋ: ଘନ କୁହୁଡ଼ି ହେଲା କାଳ । ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୯ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଛିଡ଼ା ହୋଇଥିବା ଟ୍ରକ ପଛକୁ ଟ୍ରକ ପିଟିଥିବା ବେଳେ ସେହି ଟ୍ରକକୁ ବସ୍ ପଛପଟୁ ଧକ୍କା ଦେଇଥିବା ସୂଚନା ରହିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ , ସୁବର୍ଣ୍ଣପୁର ସହରରର କମ୍ପ୍ୟୁଟର ଏକାଡେମୀର ଛାତ୍ରଛାତୀମାନେ କୋରାପୁଟ ଜିଲ୍ଲା ଦେଓମାଳିକୁ ଭୋଜି କରିବାକୁ ଯାଇଥିଲେ । ଆଜି ସକାଳୁ ଫେରିବା ବେଳେ ଏଭଳି ଘଟିଛି ।

The post ଘନ କୁହୁଡି ଯୋଗୁଁ ଦେଖାଗଲାନି ରାସ୍ତା । ଟ୍ରକକୁ ପଛପଟୁ ପିଟିଲା ପିକନିକ୍ ବସ୍ । ୮ ଆହତ, ୨ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଡ୍ରେନ୍ ସଫା କଲେ , ଝାଡୁମାରିଲେ ଉପମୁଖ୍ୟମନ୍ତ୍ରୀ । ଆକ୍ଟିଭ୍ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ।

କନକ ବ୍ୟୁରୋ: ଆକ୍ଟିଭ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବା ବେଳେ ଅଯୋଧ୍ୟାରେ ଡେରା ପକାଇଛନ୍ତି କେଶବ ପ୍ରସାଦ । କେତେବେଳେ ରାସ୍ତାରେ ଝାଡୁ ଧରି ବାହାରି ପଡୁଛନ୍ତି ତ ପୁଣି କେତେବେଳେ ଅଯୋଧ୍ୟାବାସୀଙ୍କୁ ଭେଟୁଛନ୍ତି ।

ଆଜି କର୍ମୀମାନଙ୍କୁ ଏକାଠି କରି ଅଯୋଧ୍ୟାର କଲୋନୀ ବୁଲି ଡ୍ରେନ୍ ଗୁଡିକୁ ନିଜେ ସଫା କରିବା ସହ ସେସବୁ ଅଳିଆକୁ କାଢି ନିଜେ ଗାର୍ବେଜ ଟ୍ରଲିରେ ବୋହି ନେଇଥିଲେ । ଏହାସହ ସହରର ବିଭିନ୍ନ ସ୍ଥାନକୁ ଝାଡୁ କରି ପରିଷ୍କାର କରିଥିଲେ । ଏହାପରେ ଚା’ ଷ୍ଟଲରେ ଚା’ ପିଇବା ସହ ସାଧାରଣ ଜନତାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ମୌର୍ଯ୍ୟଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

The post ଡ୍ରେନ୍ ସଫା କଲେ , ଝାଡୁମାରିଲେ ଉପମୁଖ୍ୟମନ୍ତ୍ରୀ । ଆକ୍ଟିଭ୍ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ । first appeared on Kanak News.

from Kanak News
via <a href="https://ifttt.com/?

କତାରରେ ଫସି ରହିଥିବା ୮  ଜଣ ଭାରତୀୟଙ୍କୁ ଆଜି ଶୁଣାଣି ପରେ ମୁକ୍ତ କରାଯିବ କି ?

କତାରରେ ଫସି ରହିଥିବା ୮ ଜଣ ଭାରତୀୟ କେବେ ନିଜ ଦେଶକୁ ଫେରିବେ ବୋଲି ପ୍ରଶ୍ନର ଉତ୍ତର ଆଜି କୋର୍ଟ ଶୁଣାଣିରେ ମିଳିପାରିବ। କତାରରେ ବନ୍ଦୀ ଥିବା ଭାରତୀୟମାନଙ୍କୁ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଛି। ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନର  ଶୁଣାଣି ଆଜି ହେବ।

କତାରରେ ବନ୍ଦୀ ଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଆଜି ଶୁଣାଣି ପରେ ଭାରତକୁ ଫେରି ଆସି ପାରିବେ କି ? ଏହି ପ୍ରଶ୍ନର ଉତ୍ତର ଆଜି ସମସ୍ତ ଭାରତୀୟଙ୍କ ମୁଣ୍ଡରେ ଉଙ୍କି ମରୁଛି । ପୂର୍ବତନ ନୌସେନା ଅଧିକାରୀମାନଙ୍କ ପରିବାରବର୍ଗ ଆଶା କରୁଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ମୁକ୍ତ ହେବେ। କାତାରରେ ବନ୍ଦୀ ହୋଇଥିବା ୮ ଜଣ ଭାରତୀୟଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଅଧିକାଂଶ କତାରର ରାଜଧାନୀ ଦୋହାରେ ଅଛନ୍ତି । କତାରରେ ଫସି ରହିଥିବା ଏହି ଭାରତୀୟଙ୍କ ପତ୍ନୀମାନେ ମଧ୍ୟ ଦୋହାଠାରେ ଭାରତୀୟ ରାଷ୍ଟ୍ରଦୂତ ଭିପୁଲଙ୍କୁ ଭେଟିଛନ୍ତି । ଶୁଣାଣି ପୂର୍ବରୁ ସେ ପ୍ରତିରକ୍ଷା ଓକିଲଙ୍କୁ ମଧ୍ୟ ଭେଟିଥିଲେ। କେବଳ ପୂର୍ବତନ ଅଧିକାରୀମାନଙ୍କ  ପରିବାର ନୁହେଁ, ସମଗ୍ର ଭାରତ ଆଜି ଶୁଣାଣିରେ କ’ଣ ହେବ ଦେଖିବା ପାଇଁ ଅପେକ୍ଷା କରିଛି ।

କେବେଠାରୁ ବନ୍ଦୀ ଅଛନ୍ତି ଏହି ଭାରତୀୟମାନେ ?

ଏହି ୮ ଜଣ ପୂର୍ବତନ ଭାରତୀୟ ନୟସେନ ଅଧିକାରୀ  ଅଗଷ୍ଟ ୩୦, ୨୦୨୨ ରୁ କତାର ଜେଲରେ ବନ୍ଦୀ ଅଛନ୍ତି । ସେମାନଙ୍କ ନାମ ହେଉଛି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ପୁରନେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଏବଂ ନାବିକ ରାଜେଶ ।

କତାର ନ୍ୟାସନାଲ ଡେ ରେ କାହିଁକି କ୍ଷମା ମିଳିଲା ନାହିଁ ।

ଡିସେମ୍ବର ୧୮ ରେ କାତାର ଜାତୀୟ ଦିବସରେ କତାର ଅନେକ କଏଦୀଙ୍କ ଦଣ୍ଡକୁ କ୍ଷମା କରି ଦେଇଥିଲା । ତେବେ ଏହି ୮ ଜଣ ଭାରତୀୟଙ୍କୁ ଉକ୍ତ ଦିନ କ୍ଷମା ମିଳିନାହିଁ । ମିଡ଼ିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି୮ ଣ ଭାରତୀୟଙ୍କୁ କତାର ଜାତୀୟ ଦିବସରେ କ୍ଷମା କରାଯାଇ ନାହିଁ କାରଣ ସେମାନଙ୍କର ଶୁଣାଣି ୨୮ ଡିସେମ୍ବରରେ ହେବାର ଥିଲା ।  ଭାରତ କ୍ରମାଗତ ଭାବରେ କତାରକୁ କହି ଆସୁଛି ଯେ ଏହି ଭାରତୀୟମାନେ କୌଣସି  ଭୁଲ କରିନାହାଁନ୍ତି।

ମୃତ୍ଯୁଦଣ୍ଡ ବିରୋଧରେ ଅପିଲ

ଏହାପୂର୍ବରୁ ଡିସେମ୍ବର ୨୨ ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ କତାରର ଏକ କୋର୍ଟ ଏହି ଭାରତୀୟମାନଙ୍କ  ମାମଲାର ତିନିଥର ଶୁଣାଣି କରି ସାରିଛନ୍ତି। ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଭାରତ କତାର କୋର୍ଟରେ ଆବେଦନ କରିଛି। କତାରରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି ।  ଏହି ଆଠ ଜଣ ପୂର୍ବତନ ଭାରତୀୟ ନୟସେନ ଅଧିକାରୀ ଗୁପ୍ତଚର ମାମଲାରେ ଗତବର୍ଷ ଅଗଷ୍ଟ ୨୨ ତାରିଖରୁ ଜେଲରେ ଅଛନ୍ତି ।

 

The post କତାରରେ ଫସି ରହିଥିବା ୮  ଜଣ ଭାରତୀୟଙ୍କୁ ଆଜି ଶୁଣାଣି ପରେ ମୁକ୍ତ କରାଯିବ କି ? first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ଗୁନାରେ ବସ୍ ଜଳିଯିବା ଘଟଣା, ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି । ଏବେବି ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା ଘଟି ଯାତ୍ରୀବାହୀ ବସ ପୋଡିଯିବା ଘଟଣାରେ ମୃତ୍ୟୁ ସଂଖ୍ୟଶ ୧୩କୁ ବୃଦ୍ଧି ପାଇଛି । ଏବେବି ଏକାଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଡମ୍ପର ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାପରେ ବିସ୍ଫୋରଣ ଘଟି ବସଟି ହୁ ହୁ ହୋଇ ଜଳି ଉଠିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଏବଂ ନିଆଁ ଆଖିପିଛୁଳାକେ ବ୍ୟାପୀଯିବାରୁ ଯାତ୍ରୀ ହଠାତ୍ ବସରୁ ବାହାରିବା ସମ୍ଭବ ହୋଇନଥିଲା ଫଳରେ ଘଟଣା ସ୍ଥଳରେ ୧୧ଜଣ ଜୀବନ୍ତ ଦଗ୍ଧ ହୋଇଯାଇ ପ୍ରାଣ ହରାଇଥିଲେ । ପାଖାପାଖି ୧୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । । ବସ୍ର ୧୨ଜଣଙ୍କ ସମେତ ଡମ୍ପର ଡ୍ରାଇଭରଙ୍କ ଘଟଣାରେ ମୃତ୍ୟୁ ହୋଇଛି ।

ବୁଧବାର, ରାତି ପ୍ରାୟ ୯ଟା ବେଳକୁ ଏହି ଦୁର୍ଘଟଣା ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ଗୁଣାରୁ ଆରୋନ୍ ଆଡକୁ ଯାଉଥିଲା । ସାମ୍ମାରୁ ଆସୁଥିବା ଏକ ଡମ୍ପରକୁ ବସଟି ମୁହାଁମୁହିଁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ବସ୍ଟି ଓଲଟି ପଡିବାରୁ, ତେଲ ଟାଙ୍କିରେ ବିସ୍ଫୋରଣ ଘଟି ବସରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ନିଆଁକୁ ଆୟତ କରିବା ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ବେଶ୍ କଷ୍ଟସାଧ୍ୟ ହୋଇ ପଡିଥିଲା ।

ଗୁନା ଏସପି ବିଜୟ କୁମାର ଖତ୍ରିଙ୍କ ସୂଚନା ଅନୁସାରେ, ବସରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ । ପରିବହନ ବିଭାଗର ସୂଚନା ଅନୁସାରେ ବସର ନା ରେଜିଷ୍ଟ୍ରେସନ୍ ହୋଇଥିଲା, ନା ତାର ବୀମା ଥିଲା । ସେପଟେ ମୃତ ଦେହର ପରିଚୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଗୁନା ପ୍ରଶାସନ ।

The post ମଧ୍ୟପ୍ରଦେଶ ଗୁନାରେ ବସ୍ ଜଳିଯିବା ଘଟଣା, ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି । ଏବେବି ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ । first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ । ଟିମ୍ ଇଣ୍ଡିଆ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ ସତବୀର ସିଂ ।

କନକ ବ୍ୟୁରୋ : ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର ।

https://platform.twitter.com/widgets.jsପୂର୍ବରୁ ୧୬ ବର୍ଷରୁ କମ, ୧୯ ବର୍ଷରୁ କମ ଟିମ ସହ ଓ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ସତବୀର ପେଶାରେ ଜଣେ ଫାର୍ମାସି ଅଫିସର । ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ୍ ପାଇଁ ସମୟ ଦିଅନ୍ତି ସତବୀର । ଏଭଳି ଉପଲବ୍ଧି ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର ।

The post ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ । ଟିମ୍ ଇଣ୍ଡିଆ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ ସତବୀର ସିଂ । first appeared on Kanak News.

from Kanak News
via <a href="https://ifttt.com/?

ଜାଲ ପ୍ରମାଣପତ୍ରରେ ଚାକିରି ପଡିଲା ମହଙ୍ଗା, ଡାକ୍ତରଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଜାଲ ଜାତିଗତ ପ୍ରମାଣ ପତ୍ରରେ ଚାକିରି । ନିଶ୍ଚେତକ ଡାକ୍ତରଙ୍କୁ ବାନ୍ଧିଲା ସେମିଳିଗୁଡ଼ା ପୋଲିସ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ସୁବିଧା ହାତେଇଥିବା ଅଭିଯୋଗରେ କୋରାପୁଟ ସମବାୟ କଲୋନୀର ଦୁର୍ଗାତର ଶାସନୀଙ୍କୁ ଗିରଫ କରାଯାଇଛି । ତାଙ୍କ ସାନ ଭାଇ ଅମ୍ବିକା ପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ରହିଛି ।

ଗିରଫ ପରେ ଦୁର୍ଗାତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଦୁର୍ଗାତର ଆନାସ୍ଥେସିଆ ବିଭାଗର ଡାକ୍ତର ଥିଲେ । ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ କାର୍ଯ୍ୟ କରୁଥିଲେ । ଜାତିରେ ସେ ବ୍ରାହ୍ମଣ ଥିଲେ । ହେଲେ ନିଜକୁ ଅନୁସୂଚିତ ଜନଜାତି ଦର୍ଶାଇ ପାଠ ପଢ଼ିବା ସହ ସରକାରୀ ସୁବିଧା ହାତେଇଥିଲେ । ଏନେଇ ଗତ ଜୁଲାଇରେ ସାନ ଭାଇ ଅମ୍ବିକା ପ୍ରସାଦ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସମସ୍ତ ତଦନ୍ତ ଶେଷ କରିବା ପରେ ଦୁର୍ଗାତରଙ୍କୁ ଗିରଫ କରିଛି ।

The post ଜାଲ ପ୍ରମାଣପତ୍ରରେ ଚାକିରି ପଡିଲା ମହଙ୍ଗା, ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮କୁ ବୃଦ୍ଧି ।

କନକ ବ୍ୟୁରୋ: ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୫ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ କରାଯାଇଥିବା ବେଳେ ଆଜି ଆଉ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଦେଶରେ ମଧ୍ୟ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା ।  ୨୪ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର ୧୦୯ଟି ମାମଲା ଚିହ୍ନଟ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ଗୁଜରାଟରେ ୩୬, କର୍ଣ୍ଣାଟକରେ ୩୪, ଗୋଆରେ ୧୪, କେରଳ ଓ ମହାରାଷ୍ଟ୍ରରେ ୬, ରାଜସ୍ଥାନ ଓ ତାମିଲନାଡୁରେ ୪ ଏବଂ ତେଲେଙ୍ଗାନାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଜଣେ ରାଜନେତା ତଥା ଅଭିନେତା କ୍ୟାପ୍ଟେନ ବିଜୟକାନ୍ତଙ୍କ ପରଲୋକ ହୋଇଥିବା ଖବର ରହିଛି ।

The post ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮କୁ ବୃଦ୍ଧି । first appeared on Kanak News.

from Kanak News
via <a href="https://ifttt.com/?

ରାୟଗଡ଼ାରେ ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର ଘଟଣା । ଦୋଷୀକୁ ଗିରଫ ଦାବିରେ ବିଜେପିର ବନ୍ଦ ଡାକାରା ।

କନକ ବ୍ୟୁରୋ: ରାୟଗଡ଼ାରେ ବିଜେପିର ୬ ଘଣ୍ଟିିଆ ବନ୍ଦ ଡାକାରା । ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର ଘଟଣାରେ ବିଜେପି ପକ୍ଷରୁ ବନ୍ଦ ପାଳନ । ଦୋଷୀକୁ ଗିରଫ କରାଯାଉ ଦାବି କରି ରାୟଗଡ଼ା ସହରର କପିଳାସ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଛି । ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ନଗର ସଭାପତି ମଂଜୁଳା ମିନିଆକା ଉପସ୍ଥିତ ଅଛନ୍ତି ।

ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ଲକ୍ଷ୍ମୀ ମାଝୀ, ଦୀର୍ଘ ୫ ବର୍ଷ ହେବ ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାର୍ଯ୍ୟରତ ଥିଲେ । ମୃତକ ଜଣଙ୍କ ଦିବ୍ୟାଙ୍ଗ ଥିଲେ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେଃ ଗତକାଲି ମଧ୍ୟ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲେ ଜିଲ୍ଲା ଆଦିବାସୀ ମହାସଂଘ ।

The post ରାୟଗଡ଼ାରେ ମା’ ଗୃହ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଉଦ୍ଧାର ଘଟଣା । ଦୋଷୀକୁ ଗିରଫ ଦାବିରେ ବିଜେପିର ବନ୍ଦ ଡାକାରା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started