ଅଭିନେତା ତଥା ଡିଏମଡିକେ କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ । କୋଭିଡ ପଜିଟିଭ ପରେ ଭେଣ୍ଟିଲେଟର ରହି ହେଉଥିଲେ ଚିକିତ୍ସିତ ।

କନକ ବ୍ୟୁରୋ: ପୁଣି କୋଭିଡ୍ ନେଲା ଜୀବନ । କରୋନାରେ ଆକ୍ରାନ୍ତ ହୋଇ ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ପରଲୋକ ହୋଇଛି । ଅଭିନେତା ତଥା ଡିଏମଡିକେ ପାର୍ଟିର ଅଧ୍ୟକ୍ଷ କ୍ୟାପ୍ଟେନ୍ ବିଜୟକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତି ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲଟରରେ ରଖାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଡାକ୍ତର ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିନଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ହସ୍ପିଟାଲ ବାହାରେ ତାଙ୍କ ପ୍ରଶଂସକ ଏକାଠି ହୋଇଛି ।

The post ଅଭିନେତା ତଥା ଡିଏମଡିକେ କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ । କୋଭିଡ ପଜିଟିଭ ପରେ ଭେଣ୍ଟିଲେଟର ରହି ହେଉଥିଲେ ଚିକିତ୍ସିତ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ବରପାଲି ବନ୍ଦ । ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ଓକିଲ ସଂଘର ବନ୍ଦ ଡାକରା ।

କନକ ବ୍ୟୁରୋ: ଗତକାଲି ବରଗଡ଼ ପରେ ଆଜି ବରପାଲିରେ ବନ୍ଦ ପାଳନ । ବରପାଲି ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଛି । ଯଦି ପଦ୍ମପୁର ଜିଲ୍ଲା ହେବ ତେବେ ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ବନ୍ଦ ପାଳନ ହେଉଛି । ଏପରି ନହେଲେ ଆଗାମୀ ଦିନରେ ସରକାରଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

The post ଆଜି ବରପାଲି ବନ୍ଦ । ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ଓକିଲ ସଂଘର ବନ୍ଦ ଡାକରା । first appeared on Kanak News.

from Kanak News
via <a href="https://ifttt.com/?

ଡମ୍ପରରେ ଧକ୍କା ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ୧୧ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର । ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା ।

କନକ ବ୍ୟୁରୋ: ମଧ୍ୟ ପ୍ରଦେଶ ଗୁନାରେ ଭୀଷଣ ଦୁର୍ଘଟଣା । ଏକ ଡମ୍ପର ସହ ଧକ୍କା ହୋଇ ଯାତ୍ରୀବାହୀ ବସରେ ନିଆଁ ଲାଗିବାରୁ ଜୀବନ୍ତ ପୋଡି ଚାଲିଗଲା ୧୧ ଯତ୍ରୀଙ୍କ ଜୀବନ । ପାଖାପାଖି ୧୪ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି ।

ସୂଚନା ମୁତାବକ. ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସଟି ଗୁନାରୁ ଆରୋନ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ ଖବର ପାଇ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

The post ଡମ୍ପରରେ ଧକ୍କା ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ୧୧ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୪ ଗୁରୁତର । ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ଦୁବାଇରୁ ଆସିବେ ଚିତା ବାଘ, ଧଳା ସିଂହ ଛୁଆ ।

କନକ ବ୍ୟୁରୋ: ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ ଚିତାବାଘ ଅଣାଯିବା ଲାଗି ଯୋଜନା ହୋଇଛି ।

ଜାନୁଆରୀରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତିି ହୋଇଛି । ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ । ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡ଼ିପାରେ । ସେହିଭଳି ପୁନେ ଚିଡ଼ିଆଖାନାରୁ ନନ୍ଦନକାନନକୁ ଜିରଫା ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି । ୨୦୧୨ ମସିହାରେ ସେପ୍ଟେମ୍ବର ୧୧ ତାରିଖରେ ପାଟନାରୁ ଅଣାଯାଇଥିବା ଏକମାତ୍ର ଜିରାଫ ଖୁସି ଏବେ ନନ୍ଦନକାନନରେ ଅଛି ।

The post ନୂଆ ବର୍ଷରେ ନନ୍ଦନକାନନ ଆସିବେ ନୂଆ ଅତିଥି । ଦୁବାଇରୁ ଆସିବେ ଚିତା ବାଘ, ଧଳା ସିଂହ ଛୁଆ । first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା । ପୁରୀ ସହରବାସୀଙ୍କ ପାଇଁ ରହିବନି କଟଣା ।

କନକ ବ୍ୟୁରୋ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଆରମ୍ଭ ହେବ ନୂଆ ଦର୍ଶନ ବ୍ୟବସ୍ଥା । ନୂଆ ଦର୍ଶନ ବ୍ୟବସ୍ଥା ଅନୁସାରେ ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତଙ୍କୁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂଆ କରି ତିଆରି ହୋଇଥିବା ସେଡ୍ରେ ଦର୍ଶନ ପାଇଁ ଛଡ଼ାଯିବ । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ବଡଦାଣ୍ଡ ଦେଇ ଆସୁଥିବା ଭକ୍ତ ଶୀତତାପ ନିୟନ୍ତ୍ରିତ ସିଡ୍ ଦେଇ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଂଚିବେ । ପୁରୀ ସହରବାସୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ବିଶେଷ ଦିନକୁ ଛାଡି ଦେଲେ ଅନ୍ୟ ଦିନମାନଙ୍କରେ ଚାରି ଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇପାରିବେ ।

The post ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା । ପୁରୀ ସହରବାସୀଙ୍କ ପାଇଁ ରହିବନି କଟଣା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ  ତିରୁପତି ପଦ୍ମନାଭ ସ୍ୱାମୀଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । ରାଜ୍ୟ ବାହାର ୧୫ ମନ୍ଦିରକୁ ନିମନ୍ତ୍ରଣ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଓଡ଼ିଶା ବାହାରେ ମୁମ୍ବାଇର ଅନେ୍ଧରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, କୋଲକାତାର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର, ମଦୁରାଇର ଶ୍ରୀରାମେଶ୍ୱରମ୍ ମନ୍ଦିରକୁ ନିମନ୍ତ୍ରଣ ଯାଇଛି । ଏହି ପରି ରାଜ୍ୟ ବହାରର ୧୫ ପ୍ରସିଦ୍ଧ ମନ୍ଦିରକୁ ନିମନ୍ତ୍ରଣ ଦିଆ ସରିଲାଣି ।

ସେହିପରି ରାଜ୍ୟ ଭିତରେ ୩୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଫୁଲବାଣୀର ଶ୍ରୀଜନ୍ନାଥ ମନ୍ଦିର, ଦଧିବାମନଜିଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର ଓ ବରାହ ମନ୍ଦିର, ଢେଙ୍କାନାଳର କପିଳାସ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଛି । ଜଗତସିଂହୁପରର ମା’ ସାରଳାଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ସମସ୍ତ ସ୍ଥାନରେ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ଟିମ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ  ତିରୁପତି ପଦ୍ମନାଭ ସ୍ୱାମୀଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । ରାଜ୍ୟ ବାହାର ୧୫ ମନ୍ଦିରକୁ ନିମନ୍ତ୍ରଣ  । first appeared on Kanak News.

from Kanak News
via <a href="https://ifttt.com/?

ବିବାହ, ନିର୍ଯାତନା ପରେ ହତ୍ୟା । ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ବାପ ଘର ଲୋକେ ।

କନକ ବ୍ୟୁରୋ: ପ୍ରେମ, ଏହାପରେ ବିବାହ, ପୁଣି ନିର୍ଯାତନା ଆଉ ତା ପରେ ହତ୍ୟା । ଦଶରଥପୁର ବ୍ଲକ ଐହାସ ପୁରୁଣା ସାହିରେ ବଧୂହତ୍ୟା ଅଭିଯୋଗ । ଦୁଇବର୍ଷ ପୂର୍ବେ ସେହି ଗାଁର ଉମେଶ ମୁଦୁଲିଙ୍କ ସହ ପାଲଟପୁର ପଞ୍ଚାୟତ ଦାସ ସାହିର ବର୍ଷା ସାହୁଙ୍କର ବିବାହ ହୋଇଥିଲା । ହେଲେ ବିବାହ ପରେ ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେବା ଅଭିଯୋଗ କରିଆସୁଥିଲେ । ମଙ୍ଗଳବାର ବର୍ଷାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ବାପଘର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମଙ୍ଗଳପୁର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସ୍ୱାମୀ ଉମେଶ ମୁଦୁଲିଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।

The post ବିବାହ, ନିର୍ଯାତନା ପରେ ହତ୍ୟା । ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ବାପ ଘର ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ନର୍ଦ୍ଦମାକୁ ଫିଙ୍ଗିଦେଲା ସ୍ତ୍ରୀ । ଲଇମୁରା ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ।

କନକ ବ୍ୟୁରୋ: ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅଞ୍ଚଳରେ ମାସେ ତଳୁ ନିଖୋଜ ଥିବା ବ୍ୟକ୍ତିଙ୍କର ହତ୍ୟା ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମିକ ସହ ମିଶି ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ପୋଲିସ କହିଛି । ଦୁଇ ଅଭିଯୁକ୍ତଙ୍କୁ ପୋଲି୍ ଗିରଫ କରିଛି ।

ନଭେମ୍ବର ୨୭ରୁ ଉମାକାନ୍ତ ବାଘ ନିଖୋଜ ଥିଲେ । ଏନେଇ ଥାନାରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ପୋଲିସ୍ ଜାଣିବାକୁ ପାଇଛି ଯେ, ଉମାକାନ୍ତଙ୍କ ସ୍ତ୍ରୀ ଆରତୀଙ୍କ ସହ ତାଙ୍କ ଜଣେ ସମ୍ପର୍କୀୟ ଚନ୍ଦ୍ରମଣିଙ୍କ ଘନିଷ୍ଠ ସମ୍ପର୍କ ରହିଥିଲା । ହେଲେ ଏହା ଜାଣିବା ପରେ ଉମାକାନ୍ତ ବିରୋଧ କରିବାରୁ ଉଭୟ ମିଶି ତାଙ୍କୁ ତଂଟିଚିପି ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ପ୍ରଥମେ ଏକ ଗାତଖୋଳି ପୋତିଦେଇଥିଲେ ଓ ପରେ ଗାଁ ନିକଟରେ ଥିବା ଚକ୍ରଦର୍ହ ନାଳରେ ଫିଙ୍ଗିିଦେଇଥିଲେ । ୧୬ ତାରିଖରେ ନାଳରେ ମୃତଦେହ ଭାସୁଥିବା ଗାଁଲୋକ ପୋଲିସକୁ ସୂଚନା ଦେଇଥିଲେ ।

The post ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ନର୍ଦ୍ଦମାକୁ ଫିଙ୍ଗିଦେଲା ସ୍ତ୍ରୀ । ଲଇମୁରା ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । । first appeared on Kanak News.

from Kanak News
via <a href="https://ifttt.com/?

ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ । ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ମହିଳା । ସୁଶ୍ରିତା ମିଶ୍ର ଟପ୍ପର ।

କନକ ବ୍ୟୁରୋ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ  ଓଜେଏସ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପାସ କରିଛନ୍ତି ।  ପ୍ରଥମ ଦଶଜଣଙ୍କ ମଧ୍ୟରେ  ୮ ଜଣ ମହିଳା ଅଛନ୍ତି ।

ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି ।  ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ । ମୋଟ  ପାସ କରଥିବା ପରୀକ୍ଷାର୍ଥୀ ମଧ୍ୟରୁ ୩୯ ଜଣ ଝିଅ ଅଛନ୍ତି ।  ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।

The post ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ । ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ମହିଳା । ସୁଶ୍ରିତା ମିଶ୍ର ଟପ୍ପର । first appeared on Kanak News.

from Kanak News
via <a href="https://ifttt.com/?

ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକ୍ନିକ୍ ସାରି ସ୍କୁଳ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକନିକ୍ ସାରି ସ୍କୁଲ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା ହୋଇଛି । ଏଥିରେ ୧୦ରୁ ଅଧିକ ଆହତ ହୋଇଥିବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଛାତ୍ରଛାତ୍ରୀ ନିରାପଦ ଥିବା ଜଣାପଡିଛି ।

The post ହାଇୱାକୁ ପିଟିଲା ସ୍କୁଲ ବସ୍ । ସମ୍ବଲପୁରରୁ ପିକ୍ନିକ୍ ସାରି ସ୍କୁଳ ଛାତ୍ରଛାତ୍ରୀ ବାଲେଶ୍ୱର ଫେରୁଥିବା ବେଳେ ଭାଲୁକୁମା ନିକଟରେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started