ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି ।

କନକ ବ୍ୟୁରୋ : ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି । ପାଟ୍ରୋଲିଂ ସମୟରେ ରଘୁକୁ ପିଛା କରିଥିଲା ପୋଲିସ । ପ୍ରଥମେ ପୋଲିସ ଉପରକୁ ଗୁଳି କରିଥିଲା ରଘୁ । ପାଲଟା ଗୁଳିରେ ଅପରାଧୀ ରଘୁ ଆହତ ହୋଇଥିବା ସୂଚନା ରହିଛି ।

The post ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି । first appeared on Kanak News.

from Kanak News
via <a href="https://ifttt.com/?

ଦେଖିବାକୁ ମିଳିଲା ଅଯୋଧ୍ୟା ରାମମନ୍ଦିର ଭିତର ଦୃଶ୍ୟ । ମନମୋହିଲା ଆକର୍ଷଣୀୟ ଓ ଚମତ୍କାର କାରୁକାର୍ଯ୍ୟ । ଅନ୍ୟପଟେ ଅଯୋଧ୍ୟାକୁ ନେଇ ଚାଲିଛି ରାଜନୀତି ।

କନକ ବ୍ୟୁରୋ: ଅଦ୍ଭୁତ, ଆଶ୍ଚର୍ଯ୍ୟ, ଆକର୍ଷଣୀୟ ଅଯୋଧ୍ୟାର ଭବ୍ୟ ଶ୍ରୀରାମମନ୍ଦିର । ଯେଉଁଠି ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେବ ସେହି ମହଲାରେ କାମ ଶେଷ ହେବା ପରେ ସାମ୍ନାକୁ ଆସିଛି ଏହାର ପ୍ରଥମ ଦୃଶ୍ୟ । ଯେତିକି ପ୍ରଶଂସା କଲେ ସେତିକି କମ ପଡୁଛି କାରିଗରଙ୍କ କାରିଗରୀକୁ । ମନ୍ଦିରର କୋଣ ଅନୁକୋଣରେ ସ୍ଥାନ ଦିଆଯାଇଛି ଆକର୍ଷଣୀୟ କଳାକୃତିକୁ । ଏହି ମହଲାରେ ଥିବା ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ହନୁମାନଙ୍କ ମନ୍ଦିର ଓ ଉତରଭାଗରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ରହିବ । ୭୦ ଏକର ଜମିରୁ କେବଳ ୨୦ ଏକର ଜମିରେ ରାମମନ୍ଦିର ନିର୍ମାଣ କାମ କରାଯାଉଛି । ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖାସ ବ୍ୟବସ୍ଥା ରହିିଛି । ଏକାସହ ୨୫ହଜାର ଶ୍ରଦ୍ଧାଳୁ ଏଠାରେ ରହିପାରିବେ । ଖାଦ୍ୟ,ପାନୀୟ ପାଇଁ କ୍ୟାଟିଂନ, ଶୌଚାଳୟ. ଡାକ୍ତରଖାନ ମଧ୍ୟ ପରିସର ମଧ୍ୟରେ ରହିବ । ଦିବ୍ୟାଙ୍ଗଙ୍କ ପାଇଁ ଲିପ୍ଟର ବ୍ୟବସ୍ଥା ରହିବ । ମୋଟ ୪୪ଟି ଦ୍ୱାର ରହିଛି । ୩୩ଟି ଶିଢ଼ି ଚଢିବା ପରେ ଶ୍ରଦ୍ଧାଳୁ ମୁଖ୍ୟ ଦ୍ୱାରରେ ପହଁଚିପାରିବେ । ପୂର୍ବ ଦ୍ୱାରରେ ପ୍ରବେଶ ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ମନ୍ଦିର ବାହାରକୁ ବାହରିବେ । ଏଭଳି ଅନେକ ତଥ୍ୟ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି ।

The post ଦେଖିବାକୁ ମିଳିଲା ଅଯୋଧ୍ୟା ରାମମନ୍ଦିର ଭିତର ଦୃଶ୍ୟ । ମନମୋହିଲା ଆକର୍ଷଣୀୟ ଓ ଚମତ୍କାର କାରୁକାର୍ଯ୍ୟ । ଅନ୍ୟପଟେ ଅଯୋଧ୍ୟାକୁ ନେଇ ଚାଲିଛି ରାଜନୀତି । first appeared on Kanak News.

from Kanak News
via <a href="https://ifttt.com/?

ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ୍ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ. ଅଧିକ ଦାମ ଦେଇ କିଣିନେଉଛନ୍ତି ଛତିଶଗଡ଼ ଦଲାଲ ।

କନକ ବ୍ୟୁରୋ: ଏହି ଡିସେମ୍ବର ମାସରେ ଯେଉଁ ମଣ୍ଡିରେ ଚାଷୀଙ୍କ ଭିଡ଼ ଲାଗୁଥିଲା, ସେଠି ଏବେ କାଁଭାଁ ଚାଷୀ ଆସୁଛନ୍ତି । ଏମିତି ନୁହେଁ କି ଟୋକନ୍ ସମସ୍ୟା ରହିଛି । ହାତରେ ଟୋକନ୍ ଅଛି, ପାଖରେ ଧାନ ବି ଅଛି, ହେଲେ ଧାନ ବିକିବାକୁ ମଙ୍ଗୁ ନାହାଁନ୍ତି ଚାଷୀ । କାରଣ, ଏଠି ମଣ୍ଡିରେ ଚାଷୀଙ୍କ ଯେଉଁ ଦାମ ମିଳୁଛି, ତାଠୁ ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ୍ । ଏଭଳି କିଛି ଦାବି କରିଛନ୍ତି ମାଲକାନଗିରି ମଣ୍ଡିକୁ ଆସିଥିବା ଚାଷୀ ।

ମଣ୍ଡିକୁ ଧାନ ନେବାର ଝିନଝଟ ନାହିଁ । କଟଣି-ଛଟଣିର ସମ୍ଭାବନା ନାହିଁ । ଏମିତି କି ମଣ୍ଡିକୁ ଧାନ ଆଣିବା ପାଇଁ ନାଁ ଗାଡ଼ି ଭଡ଼ା ପଡୁଛି ନା’ ଲୋକ ଦରକାର ପଡ଼ୁଛନ୍ତି । ଛତିଶଗଡ଼ ଦଲାଲ୍ ଆସି ଘରୁ ଧାନ ନେବା ସହ ହାତକୁ ହାତ ଟଙ୍କା ଧରାଇ ଦେଉଛନ୍ତି । ଓଡ଼ିଶାରେ ଧାନର ସହାୟକ ମୁଲ୍ୟ ହେଉଛି-୨୧୮୩ ରୁ ୨୨୦୩ ଟଙ୍କା । ହେଲେ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କାରେ ଧାନ କିଣୁଛି ଛତିଶଗଡ଼ । କେବଳ ଛତିଶଗଡ଼ ସରକାର ଅଧିକ ଦାମ ଦେଉଛନ୍ତି ତାହା ନୁହେଁ ଛତିଶଗଡ଼ର ଦଲାଲ୍ ଓଡିଶା ଚାଷୀଙ୍କ ଘରୁ ଆସି ୨୨୦୦ କିମ୍ବା ୨୩୦୦ ଟଙ୍କାରେ ଧାନ କିଣି ନେଉଛି । ଯାହା ଓଡ଼ିଶାର ନିର୍ଦ୍ଧାରିତ ମୁଲ୍ୟରୁ ବି ଅଧିକ । ଏପଟେ ମଣ୍ଡି ସମସ୍ୟା, ଟୋକନ୍ ସମସ୍ୟା ଏବଂ କଟଣି-ଛଟଣି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଧାନର ଅଭାବି ବିକ୍ରି ହେଉଥିବା ନେଇ ପିସିସି ସଭାପତି ଅଭିଯୋଗ କରିଥିବା ବେଳେ ମଣ୍ଡିକୁ ଯାଇ ସ୍ଥିତି ଦେଖିବାକୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା । ଏପଟେ ମନ୍ତ୍ରୀ କହିଛନ୍ତି- ଓଡ଼ିଶାରେ ଚାଷୀ ଖୁସି ଅଛନ୍ତି ।
ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଚାଷୀର ଅବସ୍ଥା କିନ୍ତୁ ବୁଜିବାକୁ କେହି ନାହିଁ ।

The post ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ୍ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ. ଅଧିକ ଦାମ ଦେଇ କିଣିନେଉଛନ୍ତି ଛତିଶଗଡ଼ ଦଲାଲ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ । ପୁଟିନ କହିଲେ ବନ୍ଧୁ ମୋଦୀ ଆସିଲେ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷରୁ ଆସିଲା ଆମନ୍ତ୍ରଣ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମସ୍କୋ ଯିବାକୁ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି । ପୁଟିନ କହିଛନ୍ତି ଯେ, ବନ୍ଧୁ ମୋଦି ଆସିଲେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର ଅଛି ।

ପୁଟିନ୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ମଜବୁତ ରହିଛି । ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ବଢ଼ିଚାଲିଛି । ବିଶେଷକରି ବାଣିଜ୍ୟ କ୍ଷେତ୍ରରେ ବଢ଼ିଚାଲିଛି । ବୈଦଶିକ ମନ୍ତ୍ରୀ ଜୟଶଙ୍କରଙ୍କ ମସ୍କୋ ଗସ୍ତ ବେଳେ ଏହି ଆମନ୍ତ୍ରଣ ମିଳିଛି । ଜୟଶଙ୍କର ଋଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରଠାରୁ ଏହାକୁ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ସମାଲୋଚନା କରିଆସୁୁଛନ୍ତି । ଏପରିକି ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି ଘୋଷଣା କରିଛନ୍ତି କିଛି ୟୁରୋପୀୟ ଦେଶ । ତେବେ ଭାରତ ଋଷ-ୟୁକ୍ରେନ ଯୁଦ୍ଧରେ ନିରପେକ୍ଷ ରହିଆସିଛି । ଋଷକୁ ସିଧାସଳଖ ସମାଲୋଚନା କରିନାହିଁ ଭାରତ, ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ବାହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶଙ୍କୁ ପରାମର୍ଶ ଦେଇଆସିଛନ୍ତି ।

The post ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ । ପୁଟିନ କହିଲେ ବନ୍ଧୁ ମୋଦୀ ଆସିଲେ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । । first appeared on Kanak News.

from Kanak News
via <a href="https://ifttt.com/?

ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ: ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା

କନକ ବ୍ୟୁରୋ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଏଥିପେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପାସ କରିଛନ୍ତି । ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି । ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ । ମୋଟ ପାସ କରଥିବା ପରୀକ୍ଷାର୍ଥୀ ମଧ୍ୟରୁ ୩୯ ଜଣ ଝିଅ ଅଛନ୍ତି । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।

The post ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ: ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା first appeared on Kanak News.

from Kanak News
via <a href="https://ifttt.com/?

ଲୋହିତ ସାଗରରେ ଆମେରିକାର ବଡ ଆକ୍ରମଣ: ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ

କନକ ବ୍ୟୁରୋ: ଲୋହିତ ସାଗରରେ ଆମେରିକାର ବଡ କାର୍ଯ୍ୟାନୁଷ୍ଠାନ । ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ କରିଛି ଆମେରିକା ସେନା । ବାରମ୍ବାର ବିଦେଶୀ ଜାହାଜକୁ ଅପହରଣ ଓ ଆକ୍ରମଣରେ ପରେ ହୁତୀ ଉପରେ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନ କରିଛି ।

The post ଲୋହିତ ସାଗରରେ ଆମେରିକାର ବଡ ଆକ୍ରମଣ: ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ first appeared on Kanak News.

from Kanak News
via <a href="https://ifttt.com/?

କୁସ୍ତି ଆଖଡ଼ାରେ କଂଗ୍ରେସ ସାଂସଦ: ହରିଆଣା ଆର୍ଯ୍ୟ ଆଖଡ଼ାଶାଳରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ଶୀତୁଆ ସକାଳରେ କୁସ୍ତି ଆଖଡ଼ାରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୁଧବାର ସକାଳୁ ହରିୟାଣା ଛାର ଗାଁରେ ଥିବା କୁସ୍ତି ଆଖଡ଼ାରେ ପହଁଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ରାହୁଲ । ଏଠାରେ ଥିବା ବୀରେନ୍ଦ୍ର ଆର୍ଯ୍ୟ ଆଖାଡ଼ାରେ ପହଁଚିବା ପରେ କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହ କିଭଳି କୁସ୍ତି ଅଭ୍ୟାସ କରାଯାଏ ସେହି ବାବଦରେ ପଚାରି ବୁଝିଥିଲେ । କେବଳ ସେତିକି ନୁହେଁ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହ ଏକାଠି ମିଶି କିଛି କସରତ ମଧ୍ୟ କରିଥିଲେ ରାହୁଲ । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

ଆଖଡ଼ାରେ ହଠାତ ପହଁଚିଥିଲେ ରାହୁଲ । ତାଙ୍କ ଗସ୍ତ ବାବଦରେ କାହାରି ପାଖରେ କୌଣସି ଖବର ନଥିଲା । ତେଣୁ ରାହୁଲଙ୍କ ସ୍ୱାଗତ ପାଇଁ କୌଣସି ପ୍ରସ୍ତୁତି ମଧ୍ୟ କରାଯାଇନଥିଲା । ରାହୁଲଙ୍କୁ ନିଆରା ଢଙ୍ଗରେ କୁସ୍ତିଯୋଦ୍ଧା ସ୍ୱାଗତ କରିଥିଲେ । ପୁଷ୍ପଗୁଚ୍ଛ ବଦଳରେ କ୍ଷେତ୍ରରୁ ତାଜା ମୂଳା ତୋଣି ଆଣି ରାହୁଲଙ୍କୁ ଦେଇଥିଲେ କୁସ୍ତିଯୋଦ୍ଧା ।

ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂ ଓ ନୂଆ ସଭାପତି ସଂଜୟ ସିଂଙ୍କୁ ନେଇ ବିବାଦ ଥମିବା ନା ନେଉନି । ସେପଟେ ଜଣଙ୍କ ପରେ ଜଣେ କୁସ୍ତିଯୋଦ୍ଧାର ପଦ୍ମଶ୍ରୀ ଓ ଅନ୍ୟାନ୍ୟ ସମ୍ମାନୀୟ ପଦକ ଫେରାଇବା ପର୍ବ ଆରମ୍ଭ ହୋଇଛି । ଏହା ଭିତରେ ହରିଆଣାରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି ରାହୁଲ ଓ ସେମାନଙ୍କ ଲଢେଇକୁ କଂଗ୍ରେସ ସମର୍ଥନ ଜଣାଉଥିବା ଆଶ୍ୱସନା ମଧ୍ୟ ଦେଇଛନ୍ତି । ପୂର୍ବରୁ ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ଭେଟି ମନୋବଳ ଓ ଆତ୍ମବିଶ୍ୱାସ ବଢାଇଥିଲେ ।

The post କୁସ୍ତି ଆଖଡ଼ାରେ କଂଗ୍ରେସ ସାଂସଦ: ହରିଆଣା ଆର୍ଯ୍ୟ ଆଖଡ଼ାଶାଳରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁକାଶ୍ମୀରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା: ସେନାଧିକାରୀଙ୍କ ସହ କଲେ ଉଚ୍ଚସ୍ତରୀୟ ବୈଠକ, ବଢ଼ାଇଲେ ଯବାନଙ୍କ ମନୋବଳ

କନକ ବ୍ୟୁରୋ: ପୁଂଚରେ ଆତଙ୍କୀ ହମଲା ଘଟଣା । ଜମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ସେନାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସୀମାନ୍ତ ଅଂଚଳବାସୀ ଏବଂ ଶହୀଦ ଯବାନଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆତଙ୍କୀଙ୍କୁ ନିପାତ ପାଇଁ ସେନା ସବୁବେଳେ ପ୍ରସ୍ତୁତ ରହିଛି । ଶତ୍ରୁ ଯେଉଁଠି ଲୁଚିଥିଲେ ବି ତାକୁ ନିପାତ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । କିଛି ଦିନ ତଳେ ଜମ୍ମୁ କଶ୍ମୀର ସୀମାରେ ଆତଙ୍କୀ ହମଲାରେ ଶହୀଦ ହୋଇଥିଲେ ୪ଜଣ ଯବାନ । ଏହାପରେ ସୀମାରେ ଭାରତୀୟ ସେନା ଆଲର୍ଟ ମୋଡକୁ ଆସିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।

The post ଜମ୍ମୁକାଶ୍ମୀରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା: ସେନାଧିକାରୀଙ୍କ ସହ କଲେ ଉଚ୍ଚସ୍ତରୀୟ ବୈଠକ, ବଢ଼ାଇଲେ ଯବାନଙ୍କ ମନୋବଳ first appeared on Kanak News.

from Kanak News
via <a href="https://ifttt.com/?

ଭୟ ବଢ଼ାଉଛି କରୋନା ସଂକ୍ରମଣ: ୨୪ ଘଂଟାରେ ଦେଶରୁ ନୂଆ ୫୨୯ ସଂକ୍ରମିତ ଚିହ୍ନଟ, ୩ମୃତ

କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ୨୪ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର ୧୦୯ଟି ମାମଲା ଚିହ୍ନଟ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ଗୁଜରାଟରେ ୩୬, କର୍ଣ୍ଣାଟକରେ ୩୪, ଗୋଆରେ ୧୪, କେରଳ ଓ ମହାରାଷ୍ଟ୍ରରେ ୬, ରାଜସ୍ଥାନ ଓ ତାମିଲନାଡୁରେ ୪ ଏବଂ ତେଲେଙ୍ଗାନାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ସର୍ଭେଲାନ୍ସ କରାଯାଉ ବୋଲି ସିଏସଆଇଆରର ପୂର୍ବତନ ମୁଖ୍ୟ ଡକ୍ଟର ଶେଖର ମାଣ୍ଡେ କେନ୍ଦ୍ର ସରକାରଙ୍କୁ ପରାର୍ମଶ ଦେଇଛନ୍ତି । ଲୋକ ମାନଙ୍କୁ ଭୟଭୀତ ନହୋଇ ମାସ୍କ ପରିଧାନ କରିବା ସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

The post ଭୟ ବଢ଼ାଉଛି କରୋନା ସଂକ୍ରମଣ: ୨୪ ଘଂଟାରେ ଦେଶରୁ ନୂଆ ୫୨୯ ସଂକ୍ରମିତ ଚିହ୍ନଟ, ୩ମୃତ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ନିର୍ବାଚନ ପାଇଁ ଶାହାଙ୍କ ଫମୂର୍ଲା ୩୫: ମମତାଙ୍କ ଗଢ଼ରୁ ୩୫ ଲୋକସଭା ଆସନ ହାସଲ କରିବା ବୋଲି ବିଜେପି ଦୃଢୋକ୍ତି

କନକ ବ୍ୟୁରୋ: ବିଜେପି ମିଶନ ପଶ୍ଚିମବଙ୍ଗ । ଅମିତ ଶାହାଙ୍କ ଷ୍ଟାଟେଜି ସିଟ୍ ପଇଁତିରିଶି । ଲୋକସଭା ନିର୍ବାଚନ ପୂର୍ବରୁ ବଡ ଦାବି କରିଛି ଦଳ । ପଶ୍ଚିମବଙ୍ଗ ଅର୍ଥାତ ମମତା ବାର୍ନାଜୀଙ୍କ ଗଢ଼ରୁ ବିଜେପି ୩୫ ଲୋକସଭା ଆସନରେ ଜିତ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ୨୦୧୯ ନିର୍ବାଚନରେ ଦଳ ୧୯ଟି ଆସନ ହାସଲ କରିଥିବାବେଳେ ଏଥରକ ୩୫ ଆସନ ପାଇଁ ଟାର୍ଗେଟ କରିଛି । ପଶ୍ଚିମବଙ୍ଗରେ ବଡ ବିଜୟ ପାଇଁ ଦଳ ଲକ୍ଷ୍ୟ ରଖିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରି ନିର୍ବାଚନ ସମିତି ଗଠନ କରି କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି । ସେପଟେ ବିଜେପିର ସ୍ଲୋଗାନ ଅବ କି ବାର ମୋଦୀ ସରକାରକୁ କଟାକ୍ଷ କରିଛି ଟିଏମସି । ଦଳ କହିଛି ବିଜେପି ୩୫ ଆସନରେ ଜିତ ହାସଲ କରିବା ସ୍ୱପ୍ନର କଥା । ୩ଟି ଆସନ ପାଇବା ସମ୍ଭାବନା ନାହିଁ । ଅବ କି ବାର ଫିର ସେ ହାର କହି ବିଜେପିକୁ କଟାକ୍ଷ କରିଛି ଟିଏମସି ।

The post ୨୦୨୪ ନିର୍ବାଚନ ପାଇଁ ଶାହାଙ୍କ ଫମୂର୍ଲା ୩୫: ମମତାଙ୍କ ଗଢ଼ରୁ ୩୫ ଲୋକସଭା ଆସନ ହାସଲ କରିବା ବୋଲି ବିଜେପି ଦୃଢୋକ୍ତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started