କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ପୋଲିସକୁ ସୁରକ୍ଷା ଚିନ୍ତା । ହୋଟେଲ ଓ ବାରକୁ ଦେଲେ ଏଭଳି ଗାଇଡଲାଇନ

କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପାଇଁ ଲାଗିଛି ପ୍ରତିଯୋଗିତା । ଗ୍ରାହକଙ୍କୁ ହୋଟେଲ ମୁହାଁ କରିବାକୁ ରାଜଧାନୀର ବିଭିନ୍ନ ହୋଟେଲ, କ୍ଲବ ଆକର୍ଷଣୀୟ ଅଫର ସହ ଯୋଗାଇ ଦେଉଛନ୍ତି ମାଗଣା ସେବା । ରସିଆନ ଗର୍ଲଙ୍କ ଏଲଇଡି ସୋ, ଆତସବାଜି ଓ ସେଲିବ୍ରିଟି ଡିଜେଙ୍କୂୁ ନେଇ ସେଲିବ୍ରେସନ ହେବ ଜିରୋ ଆୱାର ।

ଭୁବନେଶ୍ୱରର ଆଉ ଏକ ହୋଟେଲରେ ପୁରୁଣା ବର୍ଷକୁ ବିଦାୟ ଦେବାପାଇଁ ଦେଖିବାକୁ ମିଳିଛି ଏକ ନିଆରା ଆୟୋଜନ । କ୍ଲବକୁ ଆସୁଥିବା ଗ୍ରାହକମାନେ ପାର୍ଟି ପରେ ଘରକୁ ଫେରିବା ବଡ଼ ସମସ୍ୟା ସୃଷ୍ଟି କରେ । ସେଇଥି ପାଇଁ କ୍ଲବରେ ହୋଟେଲ ବ୍ୟବସ୍ଥା ସହ ଗ୍ରାହକମାନଙ୍କୁ ଘରକୁ ଛାଡ଼ିବା ପାଇଁ ଏକାଧିକ ଡ୍ରାଇଭରଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ଗ୍ରାହକଙ୍କୁ ସୁରକ୍ଷିତ ଭାବରେ ଘରକୁ ଛାଡ଼ିବାକୁ ଯିବେ । ଏହାସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନସ ଆସିବାକୁ ବିଳମ୍ବ ହୋଇପାରେ । ତାକୁ ଆଖି ଆଗରେ ରଖି କ୍ଲବ ବାହାରେ ଆମ୍ବୁଲାନସ ବ୍ୟବସ୍ଥା ମଧ୍ୟ କରାଯାଇଛି । ଖାଲି ଏତିକି ନୁହେଁ ବରିଷ୍ଠ ନାଗରିକ ଓ ଛୋଟ ଛୁଆଙ୍କ ପାଇଁ ରେଷ୍ଟୁରାଂଟରେ ମହିଳା ଓ ପୁରୁଷ ସୁରକ୍ଷା କର୍ମୀ ନିୟୋଜିତ ରହିବେ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି ।

ସେପଟେ ଦୈତନଗରୀରେ ୫୦ ପ୍ଲାଟୁନ ଫୋର୍ସ ସହ ଅସାମାଜିକଙ୍କ ଉପରେ ନଜର ରଖିବ ସିପିଙ୍କ ସ୍ମାର୍ଡ । କମିଶନରେଟ ପୁଲିସ କହିଛି ଶାନ୍ତିଶୃଂଖଳା ସହ ଜିରୋନାଇଟକୁ ସେଲିବ୍ରେସନ କରନ୍ତୁ । ରାସ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓ ରାସ୍ତା ଉପରେ ନଜରକୁ ଆସିଲେ ଅନ ଦ ସ୍ପଟ ଆକ୍ସନ ହେବ ।

ଭୁବନେଶ୍ୱରରେ ଜିରୋ ନାଇଟ ଫିଭର । ୨ ହଜାର ଟଙ୍କାରୁ ଆରମ୍ଭ କରି ୭୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ହୋଟେଲର ଏଂଟ୍ରି ଟିକେଟ । ଆକର୍ଷଣ ପାଇଁ ଅନଲିମିଟେଡ ଫୁଡ ଡ୍ରିଙ୍କସ ସହିତ ଗ୍ରାହକଙ୍କୁ ମନଲୋଭା ଅଫର ହୋଟେଲଗୁଡିକରେ ଯୋଗାଇ ଦିଆଯାଉଛି ।

The post କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ପୋଲିସକୁ ସୁରକ୍ଷା ଚିନ୍ତା । ହୋଟେଲ ଓ ବାରକୁ ଦେଲେ ଏଭଳି ଗାଇଡଲାଇନ first appeared on Kanak News.

from Kanak News
via <a href="https://ifttt.com/?

ରାମମନ୍ଦିର ନିମନ୍ତ୍ରଣ ଓ ରାଜନୀତି: ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବେନି ମମତା, ଆସିବେନି ବାମପନ୍ଥୀ ନେତା ୟେଚୁରୀ

କନକ ବ୍ୟୁରୋ: ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିିଛି କାର୍ଯ୍ୟକ୍ରମ । ଅନ୍ତିମ ପର୍ଯ୍ୟାୟରେ ନିର୍ମାଣକାମ ପହଁଚିଥିବାବେରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦିନ ସମୟ ଧାର୍ଯ୍ୟ ହୋଇସାରିଛି । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପଠାଯାଉଛି । ତେବେ ନିମନ୍ତ୍ରଣ ପାଇବା ସତ୍ୱେ କାର୍ଯ୍ୟକ୍ରମକୁ ଆସିବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ମନା କରିଥିବା ଜଣାପଡିଛି । ପୂର୍ବରୁ ବାମପନ୍ଥି ନେତା ସୀତରାମ ୟେଚୁରୀ ମଧ୍ୟ କାର୍ଯ୍ୟକ୍ରମକୁ ଆସିବେନି ବୋଲି ମନା କରିଥିଲେ । ଉଭୟ ଦଳ କହିଛନ୍ତି ଧର୍ମୀୟ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମର ରୂପଦେଇଛି । ନିର୍ବାଚନ ପାଇଁ ରାମଙ୍କ ନାଁରେ ଦଳ ଭୋଟ ମାଗୁଛି । ବିଜେପି ,ଆରଏସଏସ ଓ ଭିଏଚିପିର ଏହା ଏକ ଦଳୀୟ କାର୍ଯକ୍ରମ ଅଟେ । ତେଣୁ ଯୋଗ ନଦେବାକୁ ନିଷ୍ପତି ନେଇଛୁ ।

ନିମନ୍ତ୍ରଣ ସତ୍ୱେ ଟିଏମସି ଓ ସିପିଆଇଏମ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ମନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମ ନାଁରେ କିଛି ବିରୋଧୀ ଦଳ ରାଜନୀତି କରୁଛନ୍ତି । ଯେବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଥିଲା ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଭଗବାନ ରାମ ଓ ଅଯୋଧ୍ୟା କ’ଣ କେବଳ ବିଜେପିର ବୋଲି ପ୍ରଶ୍ନ କରିଥିଲେ । ଆଉ ଏବେ ବିଭିନ୍ନ ବାହାନା ଦେଇ ନିମନ୍ତ୍ରଣ ପାଇବା ସତ୍ୱେ କାର୍ଯ୍ୟକ୍ରମକୁ ନଆସିବା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠାଇଛି ବିଜେପି ।
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥିଭାବେ ସାମିଲ ହେବେ ।ଏହ।। ଭିତରେ ଟିଏମସି ଓ ସିପିଆଇଏକୁ କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ଯୋଗ ନଦେବା ଘଟଣା ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି ।

The post ରାମମନ୍ଦିର ନିମନ୍ତ୍ରଣ ଓ ରାଜନୀତି: ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବେନି ମମତା, ଆସିବେନି ବାମପନ୍ଥୀ ନେତା ୟେଚୁରୀ first appeared on Kanak News.

from Kanak News
via <a href="https://ifttt.com/?

ଜନତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଜାନୁଆରୀ ୧୪ରୁ ଦଳ କରିବ ଭାରତ ନ୍ୟାୟ ଯାତ୍ରା

କନକ ବ୍ୟୁରୋ: ୫ବିଧାନସଭା ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ ପରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନରେ ସଫଳତା ପାଇବାକୁ ଅଂଟା ଭିଡିଛି । ଜାନୁଆରୀ ୧୪ରୁ ଦଳ ଭାରତ ଯୋଡ଼ ଯାତ୍ରାର ୨ୟ ସଂସ୍କରଣ କୁହାଯାଉଥିବା ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏଥରକ ମଧ୍ୟ ଯାତ୍ରାର କମାଣ ସମ୍ଭାଳିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଶହ ଶହ ସମର୍ଥକ, କର୍ମୀ, ନେତାଙ୍କୁ ନେଇ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ କରିବେ ପଦଯାତ୍ରା । ଏନେଇ ବୁଧବାର ସାମ୍ବାଦିକ ସମ୍ମିଳନୀ କରାଯାଇ ଦଳ ପକ୍ଷରୁ ବିସ୍ତୁତ ସୂଚନ ଦିଆଯାଇଛି ।

କଂଗ୍ରେସର ଭାରତ ନ୍ୟାୟ ଯାତ୍ରାର ଉଦ୍ଦେଶ୍ୟ ଉପରେ ଯଦି ବିଚାର କରାଯାଏ ତେବେ ଦଳ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ଆରମ୍ଭ କରୁଛି । ମଣିପୁର ହିଂସା ଘଟଣାକୁ ଏଜେଣ୍ଡା କରି ହୁଏତ ଦଳ ଭୋଟବ୍ୟାଙ୍କ ରାଜନୀତି କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଜୟର ଶ୍ରେୟ ପଛରେ ଭାରତ ଯୋଡ ଯାତ୍ରା ରହିଥିଲା । ତେବେ ନଜର ପକାଇବା ଭାରତ ଯୋଡ ଯାତ୍ରାଠୁ ଭାରତ ନ୍ୟାୟ ଯାତ୍ରାରେ କ’ଣ ଭିନ୍ନତା ରହିଛି ।

ଭାରତ ନ୍ୟାୟ ଯାତ୍ରା
-ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ୬୫ ଦିନ ଧରି ପଦଯାତ୍ରା ଚାଲିବ
-୧୪ ରାଜ୍ୟର ୮୫ ଜିଲ୍ଲାରେ ପହଁଚିବ ଦଳ
-ମୋଟ ୬ହଜାର ୨ଶହ କିଲୋମିଟର ପଦଯାତ୍ରା କରିବ ଦଳ
-ଫୋକସରେ ପୂବୋର୍ତର ରାଜ୍ୟ ରହିଛି
-ମଣିପୁରରୁ ଆରମ୍ଭ ହୋଇ ଦଳ ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ. ଗୁରୁଜରାଟ ପରେ ମହାରାଷ୍ଟ୍ର୍ରରେ ପହଁଚିବ ।
-ଯାତ୍ରାରେ ଦଳ ମହିଳା, ଯୁବଗୋଷ୍ଠୀ, ଦଳିତ ସମୁଦାୟଙ୍କୁ ଭେଟିବାକୁ ଲକ୍ଷ୍ୟ ରଖିଛି
-ଜନତାଙ୍କୁ ନ୍ୟାୟ ଦେବାକୁ ଦଳ ଉଦ୍ଦେଶ୍ୟ ରଖିଛି

ଭାରତ ଯୋଡ଼ ଯାତ୍ରା
-୨୦୨୨ ସେପ୍ଟେମ୍ବର ୬ର ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା
-୧୫୦ ଦିନ ଧରି ୪ହଜାର ୫ଶହ କିଲୋମିଟର ପଦଯାତ୍ରା କରିଥିଲା ଦଳ
-ଋାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଯାତ୍ରା ବେଶ ସଫଳତା ପାଇଥିଲା
-ଦକ୍ଷିଣ ଭାରତକୁ ଫୋକସ କରିଥିଲା ଦଳ

ଦଳର ଚଳିତବର୍ଷ ଭାରତ ଯୋଡ଼ ଯାତ୍ରା କରି ଜନତାଙ୍କ ସହ ସିଧାସଳଖ ଯୋଡିବା ପାଇଁ ବଡ ପ୍ରୟାସ କରିଥିଲା । ଯାହାର ଫାଇଦା ଦଳକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମିଳିଥିଲା । ଦକ୍ଷିଣ ଭାରତ ରାଜ୍ୟ କର୍ଣ୍ଣାଟକ ଓ ତେଲେଙ୍ଗାନା ଶାସନ କ୍ଷମତା ଫେରିପାଇବା ସହ ହିମାଚଳରେ ମଧ୍ୟ କଂଗ୍ରେସ ସରକାର ଗଢ଼ିପାରିଛି । ତେଣୁ ଭାରତ ନ୍ୟାୟ ଯାତ୍ରା ଦ୍ୱାରା ପୁଣି ଥରେ ନିର୍ବାଚନରେ ପରମ ପ୍ର୍ତିଦ୍ୱନ୍ଦୀ ବିଜେପିକୁ ଚେକ ଦେବାକୁ ଯୋଜନା କରୁଛି କଂଗ୍ରେସ ।

The post ଜନତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଜାନୁଆରୀ ୧୪ରୁ ଦଳ କରିବ ଭାରତ ନ୍ୟାୟ ଯାତ୍ରା first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ୨୪ ଘଂଟାରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି, କୋଭିଡ଼ ନିୟମ ପାଳନ ପାଇଁ ଗଂଜାମ ପ୍ରଶାସନର ଗାଇଡଲାଇନ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଶ୍ୱସ୍ତିକର କଥା ହେଉଛି ଓଡିଶାରେ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ନାହିଁ । କିନ୍ତୁ ପାଖ ପଡୋଶୀ ରାଜ୍ୟରେ ସଂକ୍ରମଣ ବଢିଲେ ଓଡିଶା ପ୍ରତି ବିପଦ ରହିଛି । ସେପଟେ ରାଜ୍ୟରେ ଗତ ୨୪ ଘଂଟାରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ନମୂନାକୁ ଜିନୋମ ସ୍ୱକେନ୍ସିଂ ପାଇଁ ପଠାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ଆଦୌ ଉଦବେଗଜନକ ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏବେ କୋଭିଡ କଟକଣା ନେଇ ସାରା ରାଜ୍ୟ ପାଇଁ କୌଣସି ଗାଇଡ ଲାଇନ ହୋଇ ନାହିଁ । ସତର୍କ ଓ ସଚେତନ ରହିଲେ କରୋନାକୁ ଦୁରେଇ ଦେଇହେବ ବୋଲି ବରିଷ୍ଠ ଚିକିତ୍ସକ ନିରଞ୍ଜନ ମିଶ୍ର କହିଛନ୍ତି । ସତର୍କ ରହିବା ସହ କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

କୋଭିଡ ପିକ ଆୱାରରେ ଓଡିଶାର ହଟସ୍ପଟ ପାଲଟିଥିଲା ଗଂଜାମ ଜିଲ୍ଲା । ଗଂଜାମକୁ ବାହାରୁ ବହୁ ଲୋକ ଆସିବାରୁ ସଂକ୍ରମଣ ସ୍ଥିତି ଅଣାୟତ ହୋଇଥିଲେ । ଏବେ ପୁଣି ଦେଶରେ ସଂକ୍ରମଣ ବଢୁଥିବାରୁ ସେଭଳି ସ୍ଥିତିର ଆଶଙ୍କା କରି ଗଂଜାମ ଜିଲ୍ଲା ପ୍ରଶାସନ ସତର୍କ ହୋଇଛନ୍ତି । ଗଂଜାମରେ ପୁଣି କୋଭିଡ ନିୟମ ଫେରିଛି । ଥଣ୍ଡା, କାଶ, ଜ୍ୱର ହେଲେ ମାସ୍କ ପିନ୍ଧିବା, ସମାଜିକ ଦୂରତା ବଜାୟ ରଖିବା । ନିୟମିତ ହାତ ଧୋଇବା ଭଳି କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଦେଶରେ ଗତ ୨୪ ଘଂଟାରେ ୫୨୯ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଦିନକରେ କରୋନା ୩ ଜଣ ସଂକ୍ରମିତଙ୍କ ଜୀବନ ନେଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୦୯୩ ରହିଛି । ସେହିପରି ଜେଏନ ଡଟ ୱାନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ହୋଇଛି ।

The post ରାଜ୍ୟରେ ୨୪ ଘଂଟାରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି, କୋଭିଡ଼ ନିୟମ ପାଳନ ପାଇଁ ଗଂଜାମ ପ୍ରଶାସନର ଗାଇଡଲାଇନ first appeared on Kanak News.

from Kanak News
via <a href="https://ifttt.com/?

ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ । ସିଏମସି ବୈଠକରେ ହଙ୍ଗାମା, ଅଧାରୁ ଉଠିଗଲେ କଟକ ମେୟର

କନକ ବ୍ୟୁରୋ : କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା, ପାଟିତୁଣ୍ଡ । ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିରୋଧୀ ଦଳର କର୍ପୋରେଟର୍, ଦୁର୍ନୀତିର ତଦନ୍ତ ଦାବିରେ ଅଡ଼ି ବସିଥିଲେ । ନାରାବାଜି ଓ ପାଟିତୁଣ୍ଡ କରିବା ସହ ପ୍ଲା-କାର୍ଡ ଦେଇ ବିରୋଧ କରିଥିଲେ । ଫଳରେ ବୈଠକ ଚାଲି ପାରିନଥିଲା । କାଉନସିଲ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାକୁ ଥିଲେ ମଧ୍ୟ ବିରୋଧୀ କର୍ପୋରେଟରଙ୍କ ବିରୋଧ ଯୋଗୁଁ ବୈଠକ ଚାଲିପାରିନଥିଲା । ସ୍ଥିତି ଜଟିଳ ହେବାରୁ ଅଧାରୁ ବୈଠକ ବାତିଲ୍ କରି ଚାଲି ଯାଇଥିଲେ ମେୟର ଓ କମିଶନର ।

ନିକଟରେ ସରିଥିବା ବାଲିଯାତ୍ରା ସମୟରେ ସ୍ୱାଗତ ତୋରଣ, ଲେଜର ସୋ, ଏସି ହ୍ୟାଙ୍ଗର, ଆତଶବାଜି ଓ ପ୍ରଜ୍ଞାପନ ରଥ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନିଆଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି ଦଳର କର୍ପୋରେଟର୍ । ଏଥିରେ ୮କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି ବିରୋଧୀ  ।

ପୂର୍ବରୁ ଏହି ଦୁନୀତି ପ୍ରସଙ୍ଗ ଉଠାଇ ଆସୁଛନ୍ତି କଟକ ବାରବାଟୀ ବିଧାୟକ । ଏମିତି କି ଦୁର୍ନୀତିର ତଦନ୍ତ ଦାବିରେ ସିଏମସି କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ବିରୋଧୀ ଦଳର କର୍ପୋରେଟର୍ ।

The post ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ । ସିଏମସି ବୈଠକରେ ହଙ୍ଗାମା, ଅଧାରୁ ଉଠିଗଲେ କଟକ ମେୟର first appeared on Kanak News.

from Kanak News
via <a href="https://ifttt.com/?

ବିରୋଧୀଙ୍କୁ ୫-ଟି ଅଧ୍ୟକ୍ଷ ସିଧା ଟାର୍ଗେଟ । ଧାମନଗର ନିର୍ବାଚନ କଥା ଉଠାଇ ବର୍ଷିଲେ

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପଣ୍ଡିଆନ । ଆରଡି, ଅସୁରାଳି ଓ ଭଦ୍ରକ ପୌରାଂଚଳରେ ଲୋକଙ୍କ ସହ ବାର୍ତାଳାପ କରିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଅସୁରାଳିରେ ସେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଧାମନଗର ଉପନିର୍ବାଚନ କଥା ଉଠାଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ପାଣ୍ଡିଆନ କହିଛନ୍ତି , ୨୦୨୨ ଧାମନଗର ଉପନିର୍ବାଚନ ପାଇଁ ୫ ଥର ଆସିଥିଲେ ପ୍ରଚାରର ମଙ୍ଗ ଧରିଥିବା ନେତା । ଗାଁ ଗାଁରେ ବୁଲି ଲୋକଙ୍କୁ ଭେଟିଥିଲେ । ଶହ ଶହ ପ୍ରତିଶ୍ରୃତି ବି ଦେଇଥିଲେ । ଏବେ ଉପନିର୍ବାଚନ ସରିବାର ବର୍ଷେ ହେଲାଣି , କିନ୍ତୁ ଲୋକଙ୍କୁ ଧନ୍ୟବାଦ ଦେବାକୁ ବି ଆସିଲେ ନାହିଁ । ଯାହା ପ୍ରତିଶ୍ରୃତି ଦେଇଥିଲେ ଗୋଟିଏ ବି ରଖିଲେ ନାହିଁ । ଏହା ହେଉଛି ଭୋଟ ରାଜନୀତି କରୁଥିବା ଲୋକଙ୍କ ପ୍ରକୃତ ଚେହେରା ।

ଭି.କେ.ପାଣ୍ଡିଆନ ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିଛନ୍ତି । ଆରଡି ପୀଠ ଯାଇ ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ଏଠାରେ ଚାଲିଥିବା ଉନ୍ନତିମୂଳକ କାମ ଦେଖିଥିଲେ । ଏଠାରେ ଏକ ସାଧାରଣ ସଭାରେ ଯୋଗଦେବା ପରେ ଅସୁରାଳିରେ ଏକ ସମାବେଶରେ ଯୋଗଦେଇ ମହିଳା ପଂଚାୟତ ପ୍ରତିନିଧି ଓ ସ୍ଥାନୀୟ ଅଂଚଳବାସୀଙ୍କ ଆପତି ଅଭିଯୋଗ ଶୁଣିଥିଲେ । ସେହିଭଳି ଭଦ୍ରକ ନେହେରୁ ଷ୍ଟାଡିୟମରେ ସ୍ଥାନୀୟ ବିଜୁ ଜନତାଦଳ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବିଭିନ୍ନ ପ୍ରକଳ୍ପର ଘୋଷଣା କରିଥିଲେ । ଭଦ୍ରକରେ ପାଣ୍ଡିଆନ କହିଛନ୍ତି, ମନ୍ଦିର ରୂପାନ୍ତରିକରଣ ପାଇଁ କିଛି ଲୋକଙ୍କ ନିଦ ହଜିଯାଇଛି ।

ଗଂଜାମରୁ ଜିଲ୍ଲାରୁ ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିଛନ୍ତି ଫାଇବ-ଟି ଅଧ୍ୟକ୍ଷ । ଆଉ ସବୁୁ ସ୍ଥାନରେ ଲୋକଙ୍କ ସମସ୍ୟା ବୁଝୁଛନ୍ତିା ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ପ୍ରତିଶ୍ରୃତି ଦେଉଛନ୍ତି ।

The post ବିରୋଧୀଙ୍କୁ ୫-ଟି ଅଧ୍ୟକ୍ଷ ସିଧା ଟାର୍ଗେଟ । ଧାମନଗର ନିର୍ବାଚନ କଥା ଉଠାଇ ବର୍ଷିଲେ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ମନ୍ତବ୍ୟ । କହିଲେ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଦିଲ୍ଲୀରୁ ଫେରି ୨୦୨୪ ନିର୍ବାଚନ ଲାଗି ବିଜେପି ରଣନୀତି ସଂପର୍କରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ସଂଘର୍ଷ ଓ ସଂଗଠନକୁ ଜୋରଦାର କରି ‘ବିଲ’ ପ୍ରସ୍ତୁତ ରଖିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜାନୁଆରୀ ବେଳକୁ ସବୁ ସାଂଗଠନିକ କାମ ଶେଷ କରି ‘ହଳ’ ପାଇଁ ‘ବିଲ’କୁ ଓହ୍ଲାଇବ ବିଜେପି । ଅର୍ଥାତ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ ଭାରତୀୟ ଜନତା ପାର୍ଟି ।

କେଉଁ ପ୍ରସଙ୍ଗରେ ଘେରିବ ବିଜେପି?
ରତ୍ନ ଭଣ୍ଡାର ଖୋଲିବାରେ ଟାଳଟୁଳ ନୀତି
ଶ୍ରୀମନ୍ଦିରକୁ ଗୋମାଂସ ଭକ୍ଷଣକାରୀକୁ ପୁରାଇବା
ମଦ ବ୍ୟବସାୟୀଙ୍କ ଘରେ ଟଙ୍କା ରଖି ଧରାପଡ଼ିବା
ବିକାଶରେ ଓଡି଼ଶା ସବୁ କ୍ଷେତ୍ରରେ ପଛରେ ପଡି଼ବା
ନାରୀ ନିର୍ଯାତନା, ଶିଶୁ ଚୋରି, ଖଣି ଲୁଟ୍
ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଲଢେଇକୁ ବିଜେପି ଜୋରଦାର କରିବ ବୋଲି କହିଛନ୍ତି ଜୟନାରାୟଣ । ହେଲେ ବିରୋଧୀଙ୍କ ରଣନୀତିର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦମ୍ଭୋକ୍ତି କରିଛି ଶାସକ ଦଳ ।

୨୦୨୪ ନିର୍ବାଚନ ପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ବିଜେପି । କିଛିଦିନ ତଳେ ମୋଦୀ ଗ୍ୟାରେଂଟିକୁ ଓଡିଶାରେ ଘରେ ଘରେ ପହଂଚାଇବା କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହି କ୍ରମରେ ରାଜ୍ୟ ବିଜେପି ପକ୍ଷରୁ ସମ୍ବଲପୁର ଓ ଢେଙ୍କାନାଳରେ ଏକ ଅଡିଓ, ଭିଡିଓ ରିଲିଜ କରାଯାଇଛି । ଫିର ଆୟେଗା ନରେନ୍ଦ୍ର ମୋଦୀ ଏବଂ ଭାଇ ଆମର ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଗୀତର ଭିଡିଓ ଏବଂ ନୂଆବର୍ଷ କ୍ୟାଲେଣ୍ଡରକୁ ଉନ୍ମୋଚନ କରାଯାଇଛି । ଢେଙ୍କାନାଳରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ସମ୍ବଲପୁରରେ ବିଧାୟକ ନାଉରୀ ନାୟକ ଏହାର ଉନ୍ମୋଚନ କରିଛନ୍ତି ।

The post ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ମନ୍ତବ୍ୟ । କହିଲେ ବିଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୦ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ୮୫ଟି ଜିଲ୍ଲା ବୁଲିବେ ରାହୁଲ

କନକ ବ୍ୟୁରୋ : କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ ଯାତ୍ରା କରି ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୁହାଯାଏ, ଦକ୍ଷିଣ ଭାରତରେ ଏହି ଯାତ୍ରା ବେଶ ସଫଳ ହୋଇଥିଲା ଏବଂ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ସରକାର ଗଢିବାକୁ ସମର୍ଥ ହୋଇଥିଲା କଂଗ୍ରେସ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନ୍ୟାୟ ଯାତ୍ରା ପାଇଁ ଅଂଟା ଭିଡିଛନ୍ତି ରାହୁଲ । ଭାରତ ଯୋଡ଼ ଯାତ୍ରା ଦକ୍ଷିଣରୁ ଉତରକୁ ହୋଇଥିବା ବେଳେ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମ ଭାରତ ବୁଲିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଆର୍ôଥକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଏହି ତିନି ପ୍ରସଙ୍ଗ ନେଇ ଲୋକଙ୍କୁ ପାଖକୁ ଯିବେ ରାହୁଲ ଗାନ୍ଧୀ ।

ଏହା ହେଉଛି ରାହୁଲଙ୍କ ନ୍ୟାୟ ଯାତ୍ରାର ରୁଟ୍ ମ୍ୟାପ୍ । ମଣିପୁରରୁ ଆରମ୍ଭ ହୋଇ ଏହା ମୁମ୍ବାଇରେ ଶେଷ ହେବ । ମଣିପୁରର ରାଜଧାନୀ ଇମ୍ଫାଲରୁ ଏହି ଯାତ୍ରାର ଶୁଭାରମ୍ଭ କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗୁରୁବାର ନାଗପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ ହେବ । ନ୍ୟାୟ ଯାତ୍ରା କେଉଁ ବାଟେ ଯିବ, ଏହାକୁ ନେଇ ପିସିସି ସଭାପତିଙ୍କ ସହ ରଣନୀତି ପ୍ରସ୍ତୁତ କରାଯିବ ।
ରାହୁଲଙ୍କ ‘ନ୍ୟାୟ ଯାତ୍ରା’
ଜାନୁଆରି ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବୁଲିବେ ରାହୁଲ
୧୪ରାଜ୍ୟର ୮୫ଟି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ
୬,୨୦୦ କିଲୋମିଟର ଯାତ୍ରା କରିବେ ରାହୁଲ
ପଦଯାତ୍ରା କରିବା ସହ ସ୍ୱତନ୍ତ୍ର ବସରେ ବି ବୁଲିବେ

ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଯେଉଁସବୁ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି, ସେହି ରାଜ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଛି ।

ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ ଖେଳିଯାଇଛି । ଓଡ଼ିଶାର କେଉଁ କେଉଁ ଜିଲ୍ଲା ଦେଇ ରାହୁଲଙ୍କ ନ୍ୟାୟ ଯାତ୍ରା ଯିବ, ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପଟେ ରାହୁଲଙ୍କ ଏହି ଯାତ୍ରାର କିଛି ପ୍ରଭାବ ନାହିଁ ବୋଲି କହିଛନ୍ତି ବିଜେଡି ଓ ବିଜେପି ।

୫ ମାସ ଧରି କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ଏହାର ପ୍ରଭାବକୁ ଆଧାର କରି ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ରାହୁଲ । ତେବେ ଏହି ନ୍ୟାୟ ଯାତ୍ରା କେତେ ସଫଳ ହେବ, ତାହା ୨୦୨୪ ନିର୍ବାଚନର ଫଳାଫଳ ହିଁ କହିବ ।

The post ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୦ମାର୍ଚ୍ଚ ପର୍ଯ୍ୟନ୍ତ ଦେଶର ୮୫ଟି ଜିଲ୍ଲା ବୁଲିବେ ରାହୁଲ first appeared on Kanak News.

from Kanak News
via <a href="https://ifttt.com/?

ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ, କହିଲେ, ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ

କନକ ବ୍ୟୁରୋ : ଏହି ଡିସେମ୍ବର ମାସରେ ଯେଉଁ ମଣ୍ଡିରେ ଚାଷୀଙ୍କ ଭିଡ଼ ଲାଗୁଥିଲା, ସେଠି ଏବେ କାଁଭାଁ ଚାଷୀ ଆସୁଛନ୍ତି । ଏମିତି ନୁହେଁ କି ଟୋକନ୍ ସମସ୍ୟା ରହିଛି । ହାତରେ ଟୋକନ୍ ଅଛି, ପାଖରେ ଧାନ ବି ଅଛି, ହେଲେ ଧାନ ବିକିବାକୁ ମଙ୍ଗୁ ନାହାଁନ୍ତି ଚାଷୀ । କାରଣ, ଏଠି ମଣ୍ଡିରେ ଚାଷୀଙ୍କ ଯେଉଁ ଦାମ ମିଳୁଛି, ତାଠୁ ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ୍ । ଏଭଳି କିଛି ଦାବି କରିଛନ୍ତି ମାଲକାନଗିରି ମଣ୍ଡିକୁ ଆସିଥିବା ଚାଷୀ ।

ମଣ୍ଡିକୁ ଧାନ ନେବାର ଝିନଝଟ ନାହିଁ । କଟଣି-ଛଟଣିର ସମ୍ଭାବନା ନାହିଁ । ଏମିତି କି ମଣ୍ଡିକୁ ଧାନ ଆଣିବା ପାଇଁ ନାଁ ଗାଡ଼ି ଭଡ଼ା ପଡୁଛି ନା’ ଲୋକ ଦରକାର ପଡ଼ୁଛନ୍ତି । ଛତିଶଗଡ଼ ଦଲାଲ୍ ଆସି ଘରୁ ଧାନ ନେବା ସହ ହାତକୁ ହାତ ଟଙ୍କା ଧରାଇ ଦେଉଛନ୍ତି । ଓଡ଼ିଶାରେ ଧାନର ସହାୟକ ମୁଲ୍ୟ ହେଉଛି-୨୧୮୩ ରୁ ୨୨୦୩ ଟଙ୍କା । ହେଲେ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କାରେ ଧାନ କିଣୁଛି ଛତିଶଗଡ଼ । କେବଳ ଛତିଶଗଡ଼ ସରକାର ଅଧିକ ଦାମ ଦେଉଛନ୍ତି ତାହା ନୁହେଁ ଛତିଶଗଡ଼ର ଦଲାଲ୍ ଓଡିଶା ଚାଷୀଙ୍କ ଘରୁ ଆସି ୨୨୦୦ କିମ୍ବା ୨୩୦୦ ଟଙ୍କାରେ ଧାନ କିଣି ନେଉଛି । ଯାହ ଓଡ଼ିଶାର ନିର୍ଦ୍ଧାରିତ ମୁଲ୍ୟରୁ ବି ଅଧିକ ।

ଏପଟେ ମଣ୍ଡି ସମସ୍ୟା, ଟୋକନ୍ ସମସ୍ୟା ଏବଂ କଟଣି-ଛଟଣି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଧାନର ଅଭାବି ବିକ୍ରି ହେଉଥିବା ନେଇ ପିସିସି ସଭାପତି ଅଭିଯୋଗ କରିଥିବା ବେଳେ ମଣ୍ଡିକୁ ଯାଇ ସ୍ଥିତି ଦେଖିବାକୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା । ଏପଟେ ମନ୍ତ୍ରୀ କହିଛନ୍ତି- ଓଡ଼ିଶାରେ ଚାଷୀ ଖୁସି ଅଛନ୍ତି ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଚାଷୀର ଅବସ୍ଥା କେମିତି ରହିଛି, ରାଜ୍ୟର ବିଭିନ୍ନ ମଣ୍ଡିରୁ ଆସୁଥିବା ଚିତ୍ର ହିଁ ବୟାନ କରୁଛି ।

The post ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ, କହିଲେ, ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ first appeared on Kanak News.

from Kanak News
via <a href="https://ifttt.com/?

ସଜେଇ ହୋଇଛି ଚିଲିକା ରାଣୀ । ମା’ କାଳିଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଗହଳି, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍ ଦେଖିବାକୁ ପ୍ରବଳ ଭିଡ

କନକ ବ୍ୟୁରୋ : ଏବେ ପର୍ଯ୍ୟଟନ ଋତୁ । ଚଂଳଚଂଚଳ ଚିଲିକା । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଯାଇଙ୍କୁ ଦର୍ଶନ କରିବାକୁ ପୀଠକୁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଗହଳି ଲାଗୁଛି । ସବୁ ସମୟରେ ମା’ଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଶୀତ ଋତୁର ଅଧିକ ସଂଖ୍ୟାର ପର୍ଯ୍ୟଟକ ଏଠାକୁ ଆସନ୍ତି । ପ୍ରାକୃତି ପରିବେଶ ସହ ଚିଲିକାରେ ଡଙ୍ଗାରେ ବସି ବୁଲିବା ସହ ଭୋଜିଭାତ କରି ମଜା ନିଅନ୍ତି ପର୍ଯ୍ୟଟକ ।

ଆଉ ଦିନ କେଇଟା ପରେ ନୂଆବର୍ଷ । ପରିବାର ସହ ଛୁଟି କାଟିବାକୁ ଲୋକଙ୍କ ଏଠାରେ ଗହଳି ଜମେ । ମା’ଙ୍କ ଦର୍ଶନ କରିବା ସହ ଜେଟିରେ ବୁଲି ମଜା ନିଅନ୍ତି ପର୍ଯ୍ୟଟକ । ପାହାଡ଼ ବୁଲା ସାଙ୍ଗକୁ ମୋବାଇଲିରେ ସେଲ୍ଫି ନେଇ ଖୁସିର ମୁହୁର୍ତକୁ ସାଇତି ରଖନ୍ତି ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ଏହି ସମୟରେ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ସେପଟେ ଚିଲିକା ସାତପଡ଼ା, ରାଜହଂସରେ ଡଲଫିନ ଦେଖିବା ପାଇଁ ଭିଡ଼ ଜମେ ।

The post ସଜେଇ ହୋଇଛି ଚିଲିକା ରାଣୀ । ମା’ କାଳିଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଗହଳି, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍ ଦେଖିବାକୁ ପ୍ରବଳ ଭିଡ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started