ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ନିମାପଡ଼ାର କୁନି ଝିଅ । ବିଲକୁ ଯାଇ କାମ କରୁଛନ୍ତି ଦେଉଳି ସାହିର ପୂଜା ସ୍ୱାଇଁ, ସ୍କୁଲ ଯିବା ସହ ବାପାଙ୍କୁ କରୁଛନ୍ତି ସାହାଯ୍ୟ

କନକ ବ୍ୟୁରୋ : ନବମ ଶ୍ରେଣୀର ଛାତ୍ରୀ ପୂଜା ସ୍ୱାଇଁ । ସ୍କୁଲ ଯିବା ସହ ବିଲରେ ବାପାଙ୍କୁ କାମରେ ସାହାଯ୍ୟ କରୁଛନ୍ତି ପୂଜା । ଦିନକୁ ଦୁଇରୁ ୩ ବେଳା ବିଲରେ ଯାଇ କାମ କରୁଛନ୍ତି । କେତେବେଳେ ବିଲରେ କୋଦାଳ ଧରି ମାଟି ହାଣୁଛନ୍ତି । ଅନ୍ୟ କେତେବେଳେ କ୍ଷେତରେ ପାଣି ମଡ଼ାଉଛନ୍ତି । ସ୍କୁଲ ଯିବା ପୂର୍ବରୁ ହେଉକି ପରେ ବାପାଙ୍କୁ ସାହାଯ୍ୟ କରିବାକୁ ବିଲକୁ ଆସି କାମ କରନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଦେଉରୀ ସାହିର ପୂଜା ସ୍ୱାଇଁ ।

ବାପା ପ୍ରଭାକର ସ୍ୱାଇଁ ଅସୁସ୍ଥ ଥିବାରୁ ତାଙ୍କ ହାତ, ଗୋଡ଼ ଫୁଲି ଯାଉଛି । ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନଥିବା ବେଳେ ଲୋକଙ୍କୁ ମଜୁରୀ ଦେଇ କାମ କରାଇବା ସମ୍ଭବ ହେଉନାହିଁ । ତେଣୁ ଯେତିକି ସମ୍ଭବ ସେତିକି କରୁଛନ୍ତି ପ୍ରଭାକର । ଆଉ ବାପାଙ୍କ ଅବସ୍ଥା ଦେଖି କାମରେ ସାହାଯ୍ୟ କରୁଛନ୍ତି ଝିଅ ପୂଜା । କାମ ସମୟରେ କାମ କରିବା ସହ ବଳକା ସମୟରେ ପାଠରେ ମଧ୍ୟ ବେଶ ମନ ଦିଅନ୍ତି ପୂଜା ।

ଏତେ କମ୍ ବୟସରେ ପରିବାରକୁ ବୁଝି ନିଜ ସମୟ ଦେଉଛନ୍ତି ନବମ ଶ୍ରେଣୀରେ ପଢ଼ୁଥିବା ପୂଜା । ପୂଜାଙ୍କ ସାହାସ ଓ ଉଦ୍ୟମକୁ ଗାଁରେ ଲୋକେ ବେଶ ପ୍ରଶଂସା କରନ୍ତି ।

The post ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ନିମାପଡ଼ାର କୁନି ଝିଅ । ବିଲକୁ ଯାଇ କାମ କରୁଛନ୍ତି ଦେଉଳି ସାହିର ପୂଜା ସ୍ୱାଇଁ, ସ୍କୁଲ ଯିବା ସହ ବାପାଙ୍କୁ କରୁଛନ୍ତି ସାହାଯ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବଦଳିବ ପାକିସ୍ତାନୀ ସେନା ଡ୍ରେସ କୋଡ୍। କର୍ପୋରେଟ୍ ଲୁକ୍ ରେ ଦେଖାଯିବେ ସେନା ଅଧିକାରୀ ।

ସେନା ମୁଖ୍ୟଙ୍କ ନୂତନ ଆଦେଶ ପରେ ପାକିସ୍ତାନ ସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଇଯାଇଛି । ଗୋଟେ ଗୋଷ୍ଠୀ  ନୂଆ ଡ୍ରେସ୍ କୋଡ୍ ଲାଗୁ କରିବାକୁ ଚାହୁଁନାହିଁ । ସେମାନେ କହିବ କଥା ଯେ ଦେଶର ସୁରକ୍ଷା ହେଉଛି ସେନାର କାମ। ଏପରି  କର୍ପୋରେଟ୍ ଡ୍ରେସ୍ କୋଡ୍ ରେ ଫସିଯିବା ଉଚିତ୍ ନୁହେଁ ।

ପାକିସ୍ତାନୀ ସେନା ବର୍ତ୍ତମାନ ଏକ ନୂତନ ସର୍ଭିସ ଡ୍ରେସ କୋଡ୍ ତିଆରି କରିବାକୁ ଯାଉଛି ଯେଉଁଥିରେ ଏହାର ଅଧିକାରୀମାନେ ଗଳା ବନ୍ଦ ଜ୍ୟାକେଟ୍ ପ୍ୟାଟର୍ଣ ବଦଳରେ କର୍ପୋରେଟ୍ ଲୁକ୍ ରେ ଦେଖାଯିବେ। ଏହି ନୂତନ ସର୍ଭିସ ଡ୍ରେସରେ ଟାଇ ଏବଂ ସାର୍ଟ ପିନ୍ଧାଯିବ । ଆମେରିକା ଗସ୍ତରୁ ଫେରିବା ପରେ ପାକିସ୍ତାନୀ ଆର୍ମି ଜେନେରାଲ ଅସୀମ ମୁନିର୍ ଏହି ନୂତନ ଡ୍ରେସ କୋଡ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଅଧିକାରୀମାନଙ୍କୁ ଟାଇ ଏବଂ ସାର୍ଟ ପିନ୍ଧିବା ଏବଂ କର୍ପୋରେଟ୍ ଲୁକ୍ ବଜାୟ ରଖିବାକୁ କୁହାଯାଇଛି ।

ଏହି ନୂତନ ଡ୍ରେସ୍ କୋଡ୍ କୁ ନେଇ ପାକିସ୍ତାନ ସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଗୋଟିଏ ଦଳ ନୂତନ ଡ୍ରେସ୍ କୋଡ୍ ଲାଗୁ କରିବାକୁ ଚାହୁଁନାହାଁନ୍ତି । ଏହି ଦଳ କହିବା କଥା ଯେ ସେନାବାହିନୀର କାର୍ଯ୍ୟ ହେଉଛି ସୀମାରେ ଲଢେଇ କରିବା ଏବଂ ସୁରକ୍ଷା କରିବା । ସେନାର କାମ କର୍ପୋରେଟ୍ ଲୋକଙ୍କ ପରି ଅଫିସରେ ବସିବା ନୁହେଁ । ଯେତେବେଳେ ଜେନେରାଲ ଅସୀମ ମୁନିର୍ଙ୍କ ଦଳ କହିଛି ଯେ ସେନା ପୋଷାକ ସମ୍ବନ୍ଧରେ ବିଶ୍ୱର ଅନେକ ସ୍ଥାନରେ ନୂତନ ପରୀକ୍ଷଣ କରାଯାଉଛି ଏବଂ ଏହା ଅଧୀନରେ ପାକିସ୍ତାନ ମଧ୍ୟ ନୂତନ ପରୀକ୍ଷଣ କରିବା ଉଚିତ୍ ।

କଣ ପାଇଁ ହେଉଛି ଡ୍ରେସ କୋଡରେ ପରିବର୍ତ୍ତନ

ପାକିସ୍ତାନରେ ଏକ ପ୍ରକାର ସେନାର ଶାସନ ଚାଲେ ବୋଲି ସମସ୍ତେ ଜାଣନ୍ତି । ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ପାକିସ୍ତାନର ବୈଦେଶିକ ନୀତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନିଅନ୍ତି । ତେଣୁ ଜେନେରାଲ ଅସୀମ ମୁନିର ଚାହୁଁଛନ୍ତି ଯେ ତାଙ୍କ ଅଧିକାରୀମାନେ ବିଦେଶରେ ତଥା ବରିଷ୍ଠ ଅଧିକାରୀଙ୍କ ସହ ହେଉଥିବା ବୈଠକରେ ସମ୍ପୂର୍ଣ୍ଣ କର୍ପୋରେଟ୍ ଲୁକ୍ ରେ  ଦେଖାଯାଆନ୍ତୁ । ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ପ୍ରତିବାଦ ସମୟରେ ଅନେକ ଅଧିକାରୀଙ୍କୁ ନୂଆ ଡ୍ରେସ କୋଡ୍ ଅନୁସାରେ ନୂଆ ଡ୍ରେସ ପିନ୍ଧିଥିବାର ଦେଖାଯାଉଛି ଏବଂ ବିଶ୍ୱାସ କରାଯାଏ ଯେ ଏହି ନୂଆ ଡ୍ରେସ କୋଡ୍ ଖୁବ ଶୀଘ୍ର ଅନୁମୋଦନ ହେବାର ସମ୍ଭାବନା ଅଛି ।

The post ବଦଳିବ ପାକିସ୍ତାନୀ ସେନା ଡ୍ରେସ କୋଡ୍। କର୍ପୋରେଟ୍ ଲୁକ୍ ରେ ଦେଖାଯିବେ ସେନା ଅଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣାରେ ଆଖି ବୁଜିଦେଲା ବଢ଼ିଲା ପୁଅ । ବୃଦ୍ଧ ବାପାଙ୍କ କାନ୍ଧରେ ଏବେ ପରିବାର ବୋଝ, ଝିଅ ବାହାଘର ପାଇଁ ଗାଁ ଗାଁ ବୁଲି ସହାୟତା ମାଗୁଛନ୍ତି ସୁଦର୍ଶନ ମଉସା

କନକ ବ୍ୟୁରୋ : ପରିଣତ ବୟସରେ ନଇଁ ନଇଁ ଚାଲୁଛନ୍ତି । ଗୋଟେ ଆଖିକୁ ଦେଖାଯାଉନି ତଥାବି ଥକି ନାହାଁନ୍ତି । ୟେ ହେଉଛନ୍ତି ବାଲେଶ୍ୱର ରେମୁଣା ସୋମନାଥପୁର ସୁଦର୍ଶନ ମଉସା । ଦିନେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ଓ ପୁଅ ଝିଅଙ୍କୁ ପାଠ ପଢ଼ାଉଥିଲେ । ଏକମାତ୍ର ପୁଅ କଷ୍ଟିଂ ପଢ଼ି ଚାକିରୀ ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ବଡ଼ ଝିଅର ନିବନ୍ଧ ସରିଥିଲା । ହେଲେ ଦୁର୍ଘଟଣାରେ ପୁଅ ସହ, ହେବାକୁ ଥିବା ଜ୍ୱାଇଁ ବି ଆଖି ବୁଜିଦେଇଥିଲେ । ଏପଟେ ପୁଅକୁ ଝୁରି ଝୁରି ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି । ମାନସିକ ଭାବେ ଭାଙ୍ଗି ପଡ଼ିଥିବା ସୁଦର୍ଶନ ମଉସା କାମ କରୁ କରୁ ଭାରାରୁ ଖସି ପଡ଼ି ଆହତ ହେବା ପରେ, ଆଉ କାମ କରିପାରୁନାହାଁନ୍ତି । ବଡ଼ ଝିଅ ବିବାହ ପାଇଁ ରାଜି ହେଉନଥିବା ବେଳେ ସାନ ଝିଅ ବିବାହ ପାଇଁ ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି ସୁଦର୍ଶନ ।

The post ଦୁର୍ଘଟଣାରେ ଆଖି ବୁଜିଦେଲା ବଢ଼ିଲା ପୁଅ । ବୃଦ୍ଧ ବାପାଙ୍କ କାନ୍ଧରେ ଏବେ ପରିବାର ବୋଝ, ଝିଅ ବାହାଘର ପାଇଁ ଗାଁ ଗାଁ ବୁଲି ସହାୟତା ମାଗୁଛନ୍ତି ସୁଦର୍ଶନ ମଉସା first appeared on Kanak News.

from Kanak News
via <a href="https://ifttt.com/?

ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

କନକ ବ୍ୟୁରୋ : ଇଡକୋ ସିଜିଏମ୍ ସରୋଜକାନ୍ତ ମିଶ୍ର ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସରୋଜକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ବେଳେ ଅନେକ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୧୦ଟି ପ୍ଲଟ, ୨ଟି ଫ୍ଲାଟ, ୩ ମହଲା ବିଲ୍ଡିଂ ଠାବ ହୋଇଥିଲା । କେବଳ ସେତିକି ନୁହେଁ ୮୭୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ବୀମା ଟଙ୍କା ମଧ୍ୟ ଠାବ ହୋଇଥିଲା । ତାଙ୍କ ନିକଟରୁ ୨୫.୫୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିଲା । ଏହା ତାଙ୍କର ଆୟ ଠାରୁ ୧୫୫ ପ୍ରତିଶତ ଅଧିକ ବୋଲି କହିଥିଲା ଭିଜିଲାନ୍ସ ।

The post ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଜୀବନ । ପଲିଥିନ ତଳେ ଚଳୁଛନ୍ତିି ରାଜକନିକା ବ୍ଲକ ସିହୋପଡ଼ା ଗାଁର ଗୋପବନ୍ଧୁଙ୍କ ପରିବାର

କନକ ବ୍ୟୁରୋ : ଭଙ୍ଗା ଘରେ ପଲିଥିନ୍ ତଳେ ଜୀବନ । ଅତି ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ପାଂଚ ପ୍ରାଣୀ କୁଟୁମ୍ବ । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ସିହୋପଡ଼ା ପଂଚାୟତ ସିହୋପଡ଼ା ଗାଁର ଗୋପବନ୍ଧୁ ଜେନାଙ୍କ ପରିବାର । ଘର ଅବସ୍ଥା ନକହିବା ଭଲ । ଘରର ଚାରିପଟେ କାନ୍ଥ ପଡ଼ି ରହିଛି । ମୁଣ୍ଡ ଉପରେ ଛପର ନାହିଁ ସୂର୍ଯ୍ୟକିରଣ ପଡ଼ୁଛି । ଖରା, କାକରରେ ଭଙ୍ଗା ଘରେ ବଢ଼ିଲା ୩ ଝିଅ ଓ ପତ୍ନୀଙ୍କୁ ନେଇ ଚଳୁଛନ୍ତି ଗୋପବନ୍ଧୁ ଜେନା । ଘରର ବାଉଁଶ ଗୁଡ଼ିକ ଭାଙ୍ଗି ବାହାରିଗଲାଣି, ଚଳିବା ପାଇଁ ପଲିଥିନ୍ ସାହା । ଯେମିତି ଏହି ପରିବାର ଲାଗି ସରକାରୀ ଯୋଜନା ସାତସପନ ।

ପରର ମୂଲଲାଗି ପାଂଚ ବର୍ଷ ତଳେ ଧାରକରଜ କରି ଏକ ଚାଳ ଘର ତିଆରି କରିଥିଲେ । ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇ ପଡ଼ିରହିଛି ଘର । ଘର ଖଣ୍ଡେ ଲାଗି ପଂଚାୟତକୁ ବାରମ୍ବାର ଯାଇ ଆବେଦନ କରିଥିଲେ ବି କେହି ଶୁଣୁନାହାଁନ୍ତି । ସରକାରୀ ଯୋଜନା କାହା ପାଇଁ ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି । ସେହିପରି ଅର୍ଥ ଅଭାବରୁ ବଡ଼ ଝିଅ ଅଧାରୁ ପାଢ଼ ଛାଡ଼ିଥିବା ବେଳେ ଯଦି ସରକାରୀ ସାହାଯ୍ୟ ମିଳନ୍ତା ସେ ଆଗକୁ ପଢ଼ିପାରନ୍ତେ ବୋଲି କହିଛନ୍ତି । ଏନେଇ ବିଡିଓ କହିଛନ୍ତି ତଦନ୍ତ କରାଯିବ ଯଦି ପ୍ରକୃତ ହିତାଧିକାରୀ ହୋଇଥିବେ ତାଙ୍କୁ ସରକାରୀ ସାହାର୍ଯ୍ୟ ମିଳିବ ।

ଗୋପବନ୍ଧୁଙ୍କ ଭଳି ଅନେକ ଲୋକ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି । ଗୋପବନ୍ଧୁଙ୍କୁ ତୁରନ୍ତ ଘର ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

The post ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଜୀବନ । ପଲିଥିନ ତଳେ ଚଳୁଛନ୍ତିି ରାଜକନିକା ବ୍ଲକ ସିହୋପଡ଼ା ଗାଁର ଗୋପବନ୍ଧୁଙ୍କ ପରିବାର first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ ମୁହାଁ ଓଡିଶା ଧାନ । ଧାନର ମୂଲ୍ୟ ଅଧିକ ଥିବାରୁ ମଣ୍ଡି ନୁହେଁ ଦଲାଲଙ୍କୁ ଟେକି ଦେଉଛନ୍ତି ଚାଷୀ , ମାଲକାନଗିରି ଜିଲ୍ଲାରେ ଖାଁ ଖାଁ ଧାନ ମଣ୍ଡି

କନକ ବ୍ୟୁରୋ :  ମାଲାକନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଆରଏମସି ପରିସରରେ ଧିବା ଧାନ ମଣ୍ଡି ର ଚିତ୍ର । ପ୍ରତି ବର୍ଷ ଏହି ମଣ୍ଡି ରେ ଧାନ ରଖିବାକୁ ସ୍ଥାନ ମିଳୁ ନ ଥାଏ । ତେବେ ଚଳିତ ବର୍ଷ ମାଲକାନଗିରି ସଦର ମହକୁମାର ଏହି ଧାନ ମଣ୍ଡି ରେ ୨୦୦୦ କ୍ୱିଂଟାଲ ଧାନ କିଣିବାକୁ ସ୍ଥିର ହୋଇଥିବା ବେଳେ ଏଠାରେ ଧାନ କିମ୍ବା ଚାଷୀଙ୍କ ଭିଡ ନାହିଁ । କାରଣ ଓଡିଶାରେ ଧାନର ସହାୟକ ମୂଲ୍ୟ ୨୧୮୩ ରୁ ୨୨୦୩ ଟଙ୍କା ହୋଇଥିବା ବେଳେ ପଡୋଶୀ ଛତିଶଗଡ଼ରେ ୩୧୦୦ ଟଙ୍କା ପ୍ରତି କ୍ୱିଂଟାଲ ଦରରେ ଧାନ କିଣୁଛନ୍ତି ସରକାର । ଆଉ ଛତିଶଗଡ଼ର ଦଲାଲମାନେ ଓଡିଶା ଚାଷୀଙ୍କ ଘରୁ ଆସି ୨୨୦୦ କିମ୍ବା ୨୩୦୦ ପ୍ରତି କ୍ୱିଂଟାଲ ନଗଦ ଦରରେ ଧାନ କିଣି ନେଉଛନ୍ତି ।

ସେହିପରି ମଣ୍ଡି ବିଳମ୍ବରେ ଆରମ୍ଭ ହେଉଥିବାରୁ ଚାଷୀମାନେ ବିଲରୁ ହିଁ ଧାନ ବିକିବା ଆରମ୍ଭ କରନ୍ତି । ଗତବର୍ଷ ଡିସେମ୍ବର ୧୪ ତୁଳନା ରେ ଚଳିତ ବର୍ଷ ଡିସେମ୍ବର ୨୦ରେ ମଣ୍ଡି ଆରମ୍ଭ ହୋଇଛି । ଏହାର ପୂର୍ବରୁ ଧାନ ବିକ୍ରି କରି ଦେଇଛନ୍ତି ଚାଷୀ । ମାଲାକନଗିରି ମଣ୍ଡିରେ ପ୍ରତିଦିନ ୨ ହଜାର କ୍ୱିଂଟାଲ ଧାନ କିଣିବା ଲାଗି ପ୍ରୋଗ୍ରାମ ରହିଥିବା ବେଳେ ପ୍ରଥମ ଦିନରେ ୭୧୯, ଦ୍ୱିତୀୟ ଦିନରେ ୧୪୧୬, ତୃତୀୟ ଦିନରେ ୧୧୩୧ ଓ ବୁଧବାର ଚତୁର୍ଥ ଦିନରେ ପ୍ରାୟ ୧୪୦୦ କ୍ୱିଂଟାଲ ଧାନ କିଣା ହୋଇଛି । ଯାହା ଟାର୍ଗେଟ ଠାରୁ ୪୦ ପ୍ରତିଶତ କମ୍ ବୋଲି ଜଣାପଡିଛି । ସେହି ପରି ସମଗ୍ର ଜିଲ୍ଲାରେ ଗତ ବର୍ଷ ୨୫ ତାରିଖ ସୁଧା ୨ ଲକ୍ଷ ୪୩ ହଜାର ୬୦୫ କ୍ୱିଂଟାଲ ଧାନ କ୍ରୟ ହୋଇଥିବା ବେଳେ ଚଳିତ ବର୍ଷ ୨୫ ତାରିଖ ସୁଧା ମାତ୍ର ୧ ଲକ୍ଷ ୧୧ ହଜାର କ୍ୱିଂଟାଲ ଧାନ କିଣା ହୋଇଛି । ଯାହା ୫୦ ପ୍ରତିଶତ ଠାରୁ ବି କମ

The post ଛତିଶଗଡ ମୁହାଁ ଓଡିଶା ଧାନ । ଧାନର ମୂଲ୍ୟ ଅଧିକ ଥିବାରୁ ମଣ୍ଡି ନୁହେଁ ଦଲାଲଙ୍କୁ ଟେକି ଦେଉଛନ୍ତି ଚାଷୀ , ମାଲକାନଗିରି ଜିଲ୍ଲାରେ ଖାଁ ଖାଁ ଧାନ ମଣ୍ଡି first appeared on Kanak News.

from Kanak News
via <a href="https://ifttt.com/?

ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍: କହିଲେ ଧାମନଗରରେ ନିର୍ବାଚନରେ ପରେ ନେତାଙ୍କୁ ମିଳୁନି ଦେଖା ଦର୍ଶନ

କନକ ବ୍ୟୁରୋ: ପୁଣି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଭଦ୍ରକ ଗସ୍ତ ବେଳେ ଧାମନଗରରେ କାହା ନାଁ ନ ନେଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସେ କହିଛନ୍ତି,ଧାମନଗର ଉପନିର୍ବାଚନ ବେଳେ ଯେଉଁମାନେ ୫-୫ ଥର ଆସିଥିଲେ । ଗାଁ ଗାଁରେ ବୁଲି ଲୋକଙ୍କୁ ଭେଟିଥିଲେ । ଆପଣଙ୍କୁ ଶହେ ଦୁଇଶହ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ଉପନିର୍ବାଚନ ସରିବାର ବର୍ଷେରୁ ଅଧିକ ଦିନ ହେଲାଣି । କିନ୍ତୁ ଧନ୍ୟବାଦ ଦେବା ପାଇଁ ପ୍ରଚାରର ମଙ୍ଗ ଧରିଥିବା ବ୍ୟକ୍ତି ଆସିଲେ ନାହିଁ । ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାହା ପାଳନ କଲେ ନାହିଁ । ସଂପୃକ୍ତ ବ୍ୟକ୍ତି ଶହେ ଥର ଓଡିଶା ଆସିଲେଣି, କିନ୍ତୁ ଧାମନଗରକୁ ଭୁଲିଗଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଧାମନଗରକୁ ଭୁଲିନାହାନ୍ତି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ଭି.କେ.ପାଣ୍ଡିଆନ ଆଜି ଭଦ୍ରକ ଗସ୍ତରେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଚାନ୍ଦବାଲି ଆସି ଆରଡିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଥିଲେ । ଆରଡିରେ ବାବା ଆଖଣ୍ଡଳମଣିଙ୍କ ୨ୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହାସହ ଧାନଖଣିଆ ସାଳନ୍ଦୀ ନଦୀଘାଟରେ ସେତୁ ନିର୍ମାଣ ପାଇଁ ୮୦ କୋଟି ଟଙ୍କା ମଂଜୁର ହୋଇଛି । ସେହିଭଳି ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲ୍ଲାରେ ଲକ୍ଷ୍ମୀବସ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଭି.କେ. ପାଣ୍ଡିଆନ ।

The post ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍: କହିଲେ ଧାମନଗରରେ ନିର୍ବାଚନରେ ପରେ ନେତାଙ୍କୁ ମିଳୁନି ଦେଖା ଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

ଏକମାତ୍ର ମୁସଲମାନ ଦେଶ, ଯେଉଁଠି ହିନ୍ଦୁ ନାମରେ ଅଛି ବିମାନବନ୍ଦର । ପୂଜା ପାଉଛନ୍ତି ହିନ୍ଦୁ ଦେବୀ ଓ ଦେବତା

କନକ ବ୍ୟୁରୋ : ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ ଯାହାର ମୁଖ୍ୟ ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହାର ନାମ ହିନ୍ଦୁ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରାଯାଇଛି । ଏବଂ ସେଠାକାର ବିମାନବନ୍ଦରରେ ହିନ୍ଦୁ ଦେବତା ଏବଂ ଦେବୀଙ୍କର ଅନେକ ମୂର୍ତ୍ତି ରହିଛି । ବିଶେଷ କରି ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହାନ ଗରୁଡ ସେଠାରେ ପୂଜା ପାଇଥାନ୍ତି ।

ଇଣ୍ଡୋନେସିଆର ବାଲିଠାରେ ରହିଛି ଏହି ବିମାନବନ୍ଦର । ଏହି ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର । ଏହି ବିମାନବନ୍ଦରରେ ଅନେକ ଜାଗାରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ଅଛି । ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ, ଏଠାରେ ୮୭ ପ୍ରତିଶତ ଲୋକ ହେଉଛନ୍ତି ମୁସଲମାନ ଓ ମାତ୍ର ୧.୭ ପ୍ରତିଶତ ହିନ୍ଦୁ ଇଣ୍ଡୋନେସିଆରେ ବାସ କରନ୍ତି ।

ଆସନ୍ତୁ ଆଗ ଜାଣିବା ଗସ୍ତୀ ନାଗୁର ରାୟ କିଏ । ସେ ଇଣ୍ଡୋନେସିଆରେ ଜନ୍ମ ହୋଇଥିଲେ ଓ ପରେ ସେ ସେନାରେ ଯୋଗ ଦେଇ ଜେଣ ବର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ । ଧର୍ମୀୟ ଚେତନା ଦୃଷ୍ଟିରୁ ସେ ଜଣେ ହିନ୍ଦୁ ଥିଲେ । ଏବଂ ଇଣ୍ଡୋନେସିଆକୁ ଡଚ୍ ଦଖଲରୁ ମୁକ୍ତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଇଣ୍ଡୋନେସିଆରେ ଜଣେ ସାହାସି ଯୋଦ୍ଧା ଭାବରେ ତାଙ୍କ ନାମ ଲେଖା ଯାଇଛି । ତାଙ୍କ ନାମରେ ଅନେକ ପ୍ରତିମୂର୍ତ୍ତି ଦେଶରେ ଅଛି ଏବଂ ଏକ ଡାକ ଷ୍ଟାମ୍ପ ମଧ୍ୟ ଜାରି କରାଯାଇଛି ।

ଏହି ଚିତ୍ର ହେଉଛି ବାଲି ବିମାନ ବନ୍ଦରରେ ସ୍ଥାପିତ ସୁବାହୁଙ୍କ ପ୍ରତିମୂର୍ତ୍ତି । ସୁବାହୁଙ୍କ ବିଷୟରେ ରାମାୟଣରେ ଉଲ୍ଲେଖ କରାଯାଇଛି । ସେ ତାଡକା ଏବଂ ସୁନ୍ଦେଙ୍କ ପୁତ୍ର ଥିଲେ । ସୁବାହୁ ମାରିଚଙ୍କ ଭାଇ ଓ ଲଙ୍କାର ରାଜା ରାବଣଙ୍କ ଭଣଜା ଥିଲେ । ସେ ଏକ ରାକ୍ଷାସ ଥିଲେ । ରାମ ବିଶ୍ୱମିତ୍ରଙ୍କ ଯଜ୍ଞକୁ ସୁରକ୍ଷା ଦେବାବେଳେ ସୁବାହୁକୁ ହତ୍ୟା କରିଥିଲେ ।

ଏହିଚିତ୍ର ହେଇଛି ବାଲି ବିମାନବନ୍ଦରରେ ସ୍ଥାପିତ ଭଗବାନ ବିଷ୍ଣୁ ଏବଂ ତାଙ୍କ ଗରୁଡଙ୍କ ପ୍ରତିମୂର୍ତ୍ତି । ଭଗବାନ ବିଷ୍ଣୁଙ୍କୁ ଇଣ୍ଡୋନେସିଆରେ ବହୁତ ସମ୍ମାନ କରାଯାଏ । ସେଠାରେ ତାଙ୍କର ଅନେକ ମନ୍ଦିର ସ୍ଥାପିତ ଅଛି । ୧୦-୧୧ ଶତାଦ୍ଧି ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଏକ ହିନ୍ଦୁ ସଂଖ୍ୟାଗରିଷ୍ଠତା ଥିଲା ଏବଂ ରାଜାମାନେ ମଧ୍ୟ ହିନ୍ଦୁ ଥିଲେ କିନ୍ତୁ ଧାର୍ମିକ ପରିବର୍ତ୍ତନ ପରେ ଏହି ଦେଶ ମୁସଲମାନ ସଂଖ୍ୟାଲଘୁ ଜନସଂଖ୍ୟାରେ ପରିଣତ ହୋଇଥିଲା ।

ଏହା ହେଉଛି ଗରୁଡଙ୍କ ମୂର୍ତ୍ତି । ସେ ଭଗବାନ ବିଷ୍ଣୁଙ୍କ ବାହାନ ଭାବରେ ପରିଗଣିତ । ତାଙ୍କର ପ୍ରତିମୂର୍ତ୍ତି ବାଲି ବିମାନବନ୍ଦରରେ ଦେଖିବା ପାଇଁ ମିଳିଥାଏ । କୁହାଯାଏ ଯେ ଗରୁଡ ହେଉଛନ୍ତି ଶ୍ରୀ ରାମଚନ୍ଦ୍ରଙ୍କ ସାନ ଭାଇ ଏବଂ ଦଶରଥଙ୍କ ଦ୍ୱିତୀୟ ପୁତ୍ର ଭାବରେ ଅବତାରିତ ହୋଇଥିଲେ ।

ସେହିଭଳି ଇଣ୍ଡୋନେସିଆର ରାଜଧାନୀ ବାଲିର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ବାହାରକୁ ଆସିବା ମାତ୍ରେ ଏକ ବିଲ୍ଡିଂରେ ଭଗବାନ ବିଷ୍ଣୁଙ୍କର ଏକ ବିରାଟ ମୂର୍ତ୍ତି ଲଗାଯାଇଥିବା ଦେଖିବାକୁ ମିଳିଥାଏ ।

ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ଦୃଶ୍ୟମାନ ହେଉଛି । ବିମାନବନ୍ଦରରୁ ବାହାରକୁ ଆସୁଥିବା ବ୍ୟକ୍ତି ମାନେ ଏହି ବିଶାଳ ମୂର୍ତ୍ତି କୁ ଦୂଦରୁ ଦେଖି ପାରିବେ । ବାଲି ବିମାନବନ୍ଦର ବାହାରେ ଘଟୋକାଙ୍କ ମୂର୍ତ୍ତି , ଯାହା ସମସ୍ତଙ୍କ ଦୁଷ୍ଟି ଆକର୍ଷଣ କରିଥାଏ । ଘଟୋଟକା ମହାଭାରତରେ ପଣ୍ଡା ଯୋଦ୍ଧା ଭୀମଙ୍କ ପୁତ୍ର ଥିଲେ ।

The post ଏକମାତ୍ର ମୁସଲମାନ ଦେଶ, ଯେଉଁଠି ହିନ୍ଦୁ ନାମରେ ଅଛି ବିମାନବନ୍ଦର । ପୂଜା ପାଉଛନ୍ତି ହିନ୍ଦୁ ଦେବୀ ଓ ଦେବତା first appeared on Kanak News.

from Kanak News
via <a href="https://ifttt.com/?

ସ୍ପିଡ୍ ପେଟ୍ରୋଲ କଣ ? କଣ ପାଇଁ ଏହାର ଦାମ ଅଧିକ ? ସତରେ କଣ ଅଧିକ ମାଇଲେଜ ଦେଇଥାଏ ?

ସ୍ପିଡ୍ ପେଟ୍ରୋଲ ଏବଂ ସାଧାରଣ ପେଟ୍ରୋଲ ମଧ୍ୟରେ ପାର୍ଥକ୍ୟ କ’ଣ ଏବଂ ଏହା ଅଧିକ ରେଟରେ  କାହିଁକି ବିକ୍ରି ହୁଏ ? ଏହା ପ୍ରକୃତରେ ମାଇଲେଜ୍ ବୃଦ୍ଧି କରେ କି ? କାର କିମ୍ବା ବାଇକ୍ ପାଇଁ କେଉଁ ପେଟ୍ରୋଲ ଭଲ ? ଆସନ୍ତୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ।

ଆପଣ ଗାଡିରେ ପେଟ୍ରୋଲ ଭର୍ତ୍ତି କରିବା ସମୟରେ ଅନେକ ଥର ଆପଣ ଲକ୍ଷ୍ୟ କରିଥିବେ ଯେ ଆପଣଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଅଛି । ଗୋଟିଏ ‘ସାଧା ପେଟ୍ରୋଲ’ ଏବଂ ଅନ୍ୟଟି (PoWer) ପାୱାର, (Speed) ସ୍ପୀଡ କିମ୍ବା (xtra premium) ଏକ୍ସଟ୍ରା ପ୍ରିମିଅମ ପେଟ୍ରୋଲ । ଅନେକ ଲୋକ ଏହାକୁ ନିଜ ଗାଡିରେ ପକାଇଥାନ୍ତି । ଯଦି ଆପଣ  ମେକାନିକକୁ ସାଧାରଣ ଏବଂ ପାୱାର ପେଟ୍ରୋଲ ମଧ୍ୟରେ ପାର୍ଥକ୍ୟ କ’ଣ ବୋଲି ପଚାରିବେ ତେବେ ସେ କହିବ ସବୁ ଆଜ୍ଞା ସମାନ , ପଇସା ନେବା ପାଇଁ ଏଇଟା ଗୋଟେ ବାହାନା , ଏହା କେବଳ ପ୍ରଚାର ଅଟେ । ଏହା ରୋଜଗାରର ଆଉ ଏକ ଉପାୟ । କାରଣ ପାୱାର ପେଟ୍ରୋଲ ପାଇଁ ଅଧିକ ପଇସା ଦେବାକୁ ପଡିଥାଏ କିନ୍ତୁ ବାସ୍ତବରେ ତାହା ନୁହେଁ ।

ତେବେ ପ୍ରିମିୟମ ପେଟ୍ରୋଲ ମାଇଲେଜରେ ଉନ୍ନତି କରେ କି ? ଆପଣଙ୍କ କାର କିମ୍ବା ବାଇକ୍ ପାଇଁ କେଉଁ ପେଟ୍ରୋଲ ଭଲ ? ଆସନ୍ତୁ ସଠିକ୍ ଉତ୍ତର ଜାଣିବା ।

ପେଟ୍ରୋଲର ବିଭାଜନକୁ  ଅକ୍ଟାନ ସଂଖ୍ୟା ହିସାବରେ  କରାଯାଇଥାଏ । ସାଧାରଣ ପେଟ୍ରୋଲର ଅକ୍ଟାନ ସଂଖ୍ୟା ୮୭ ରୁ ୮୯ ମଧ୍ୟରେ ଥିବାବେଳେ ପ୍ରିମିୟମ ପେଟ୍ରୋଲର ଅକ୍ଟାନ ସଂଖ୍ୟା ୯୧ ରୁ ୯୩  ମଧ୍ୟରେ ରହିଥାଏ ।  ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ବୁଝିପାରିଥିବେ  ଯେ ଅଧିକ ଅକ୍ଟାନ୍ ସଂଖ୍ୟା ଅଧିକ ମହଙ୍ଗା ଅଟେ ।  କିନ୍ତୁ କାହିଁକି ? ବାସ୍ତବରେ, ଉଚ୍ଚ ଅକ୍ଟାନ ପେଟ୍ରୋଲ ଇଞ୍ଜିନରେ ନକ୍ କରିବା ଏବଂ ଡିଟୋନେସନକୁ ହ୍ରାସ କରିଥାଏ । ଇଞ୍ଜିନ ଡିଟୋନେସନ ଏବଂ ଇଞ୍ଜିନ-ନକ୍ ହେଉଛି ମେକାନିକାଲ ଟର୍ମ ଯାହା ଇଞ୍ଜିନରୁ ଆସୁଥିବା ଶବ୍ଦକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଏ ।  ସରଳ ଶବ୍ଦରେ ଅଧିକ ଅକ୍ଟାନ ବିଶିଷ୍ଟ ପେଟ୍ରୋଲ ଇଞ୍ଜିନରୁ ଆସୁଥିବା ଟକ୍ ଟକ୍ (ନକ୍) ଶବ୍ଦକୁ ହ୍ରାସ କରିଥାଏ । ଉଚ୍ଚ ଅକ୍ଟାନ ନମ୍ବର ବିଶିଷ୍ଟ ଇନ୍ଧନ ସମସ୍ତ ଯାନ ପାଇଁ ଉପଯୁକ୍ତ ନୁହେଁ । ହାଇ କମ୍ପ୍ରେସନ ସିଷ୍ଟମ ଥିବା ଯାନଗୁଡିକ ପାଇଁ ଏହା ଲାଭଦାୟକ ଅଟେ ଯେପରି ଇମ୍ପୋଟେଡ କାର, ସ୍ପୋର୍ଟସ କାର କିମ୍ବା ବାଇକ୍ ପରି । ଏହାଦ୍ବାରା  ଇଞ୍ଜିନ୍ ଦକ୍ଷତାରେ ଉନ୍ନତି ହୋଇଥାଏ ।

ଆପଣ କେଉଁ ଇନ୍ଧନ ପକାଇବା ଉଚିତ ?

ଆପଣ କେଉଁ ଇନ୍ଧନ ପକାଇବା ଉଚିତ ତାହାର ଉତ୍ତର ମଧ୍ୟ ଏଠାରେ ଲୁଚି ରହିଛି । ଆପଣଙ୍କ ଗାଡିର  କମ୍ପ୍ରେସନ ରେସିଓ ଅନୁସାରେ ଆପଣ ଇନ୍ଧନ ଚୟନ କରିବା ଦରକାର । ଏହା ସମସ୍ତ ଗାଡିର ଗାଇଡ ବୁକରେ ସ୍ପଷ୍ଟ ଭାବେ ଲେଖା ଯାଇଥାଏ । ଯଦି ଆପଣଙ୍କର  ଗାଡିର କମ୍ପ୍ରେସନ ରେସିଓ 7.5 ତେବେ ଆପଣ 85 ଅକ୍ଟାନ ଇନ୍ଧନ ନେବା ଉଚିତ । ଯଦି ଏହା 9.0 ଅଟେ ତେବେ ଆପଣଙ୍କୁ 90 କିମ୍ବା ଅଧିକ ଅକ୍ଟାନ୍ ଇନ୍ଧନ ଦରକାର । ସର୍ବୋତ୍ତମ ଇନ୍ଧନ ହେଉଛି speed 97 ।  ଏହାର ଅକ୍ଟାନ୍ ସଂଖ୍ୟା ହେଉଛି 97 ।

The post ସ୍ପିଡ୍ ପେଟ୍ରୋଲ କଣ ? କଣ ପାଇଁ ଏହାର ଦାମ ଅଧିକ ? ସତରେ କଣ ଅଧିକ ମାଇଲେଜ ଦେଇଥାଏ ? first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପତ୍ନୀଙ୍କ ଅଜବ ତପସ୍ୟା । ଦଣ୍ଡବତ ମୁଦ୍ରାରେ ୨୧ କିଲୋମିଟର କରୁଛନ୍ତି ପରିକ୍ରମା

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଅନେକ ବରିଷ୍ଠ ନେତାଙ୍କୁ ପଛରେ ପକାଇ ସେ ଆଶ୍ଚର୍ଯ୍ୟଜନକ ଭାବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଭଜନଲାଲ ଗୋଟିଏ ପରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେବାରେ ଲାଗିଛନ୍ତି । ସେପଟେ ତାଙ୍କ ପତ୍ନୀ ଏକ କଠିନ ତପସ୍ୟାରେ ଲାଗିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଭଜନଲାଲଙ୍କ ସ୍ତ୍ରୀ ଗିରାଜ ପର୍ବତ ପରିକ୍ରମା କରୁଛନ୍ତି । ି ସେ ଏହି ୨୧ କିଲୋମିଟର ପରିକ୍ରମା ପାଦରେ ଚାଲି ଚାଲି ନୁହେଁ ବରଂ ଗଡିବା ପୋଜିସନରେ ପ୍ରଣାମ କରି କରି ଆଗକୁ ଯାଉଛନ୍ତି । ଏହିଭଳି ଆଗକୁ ଚାଲିଲେ ଅତିକମ୍ ରେ ତାଙ୍କୁ ଏହି ପରିକ୍ରମା ସମାପ୍ତ କରିବାକୁ ୫ ଦିନ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗିରାଜ ମହାରାଜାଙ୍କ ଜଣେ ବଡ ଭକ୍ତ ଅଟନ୍ତି । ଏବଂ ବହୁ ବର୍ଷଧରି ସେ ମଥୁରାର ଗୋବର୍ଦ୍ଧନ ପରିକ୍ରମା କରୁଛନ୍ତି । ତାଙ୍କ ପରିବାରର ସମସ୍ତ ବ୍ୟକ୍ତି ଭଗବାନ କୃଷ୍ଣଙ୍କର ବଡ ଭକ୍ତ । ଏବଂ ତାଙ୍କ ପନô୍ୀ ଗୀତା ଦେବୀ ତାଙ୍କ ପୁଅ ସହିତ ମଥୁରାର ଗୋବର୍ଦ୍ଧନ ପର୍ବତ ପରିକ୍ରମା କରୁଛନ୍ତି । ଗୀତା ଦେବୀଙ୍କ ଏହି ପରିକ୍ରମା ପ୍ରାୟ ୫ଦିନ ମଧ୍ୟରେ ସମାପ୍ତ ହେବ । ଗୀତା ଦେବୀ କଡା କଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହି ଦଣ୍ଡବତ ପରିକ୍ରମା ପୁରା କରୁଛନ୍ତି ।

ଏହି ଗୋବର୍ଦ୍ଧନ ପର୍ବତ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଅବସ୍ଥିତ । ଯାହା ରାଜସ୍ଥାନର ଭରତପୁର ସୀମା ନିକଟରେ ଅଛି । ଏହି ଗୋବର୍ଦ୍ଧନ ପର୍ବତ ୨୧ କିଲୋମିଟର ବ୍ୟାସାର୍ଦ୍ଧରେ ଲମ୍ବିଛି ଏବଂ ଏହା କୁ ପରିକ୍ରମା କରିବା ପାଇଁ ଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ।

କୁହାଯାଏ ଯେ ଯେତେବେଳେ ଇନ୍ଦ୍ରଦେବତା ତାଣ୍ଡବ ରଚିଥିଲେ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ଗିରାଜ ପର୍ବତକୁ ଉଠାଇ ବ୍ରଜବାସୀଙ୍କ ଜୀବନ ରକ୍ଷାକରିଥିଲେ । ସେବେଠାରୁ ଏହି ପର୍ବତକୁ ପୂଜା କରାଯାଏ । ଏହାସହ ଯେତେବେଳେ ଭଗବାନ ହନୁମାନ ଅଜ୍ଞାତ ଲକ୍ଷ୍ମଣଙ୍କୁ ବଂଚାଇବା ପାଇଁ ସଞ୍ଜୀବନୀ ଔଷଧ ସହିତ ସମଗ୍ର ପର୍ବତକୁ ଉପରକୁ ଉଠାଇଥିଲେ । ଏବଂ ପରେ ତାଙ୍କୁ ପର୍ବତକୁ ଫେରାଇବାକୁ ପଡିଥିଲା ଏବଂ ଏହାର ଏକ ଅଂଶ ଏଠାରେ ରଖାଯାଇଥିଲା ଯାହା ଆଜି ଗୋବର୍ଦ୍ଧନ ପର୍ବତ ଭାବରେ ପୂଜା କରାଯାଏ ।

The post ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପତ୍ନୀଙ୍କ ଅଜବ ତପସ୍ୟା । ଦଣ୍ଡବତ ମୁଦ୍ରାରେ ୨୧ କିଲୋମିଟର କରୁଛନ୍ତି ପରିକ୍ରମା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started