ବୁଲା କୁକୁରଙ୍କ ସାହାରା କେୟାର ଫର୍ ଫାଉଣ୍ଡେସନ: ରଖିଛନ୍ତି ୮୦ରୁ ଅଧିକ ବୁଲା କୁକୁର, ନେଉଛନ୍ତି ଯତ୍ନ

କନକ ବ୍ୟୁରୋ: ରାସ୍ତାଘାଟରେ ବୁଲା କୁକୁରଙ୍କ ଅବସ୍ଥା କହିଲେ ନସରେ । ଆଉ ରୋଗହେଲେ ତ ଏମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଏ । ତା ଉପରେ କିଏ ଟେକା ଫୋପାଡିଥାଏ ତ ଆଉ କିଏ ଗାଡି ପିଟି ଚାଲିଯାଏ । ସେ ସମୟରେ ଏମାନଙ୍କ କଥା ବୁଝିବାକୁ କେହି ନଥାନ୍ତି । କଥା କହି ପାରୁନଥିଲେ ବି ଏମାନଙ୍କୁ କଷ୍ଟ ହୋଇଥାଏ । ଆଉ ସେହି କଷ୍ଟକୁ ବୁଝି ପାରିଛନ୍ତି କିଛି ହୃଦୟବାନ ଯୁବକ । ସେଥିପାଇଁ କଟକ ନରାଜଠାରେ ଏମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରି ଦେଖାଶୁଣା ବି କରୁଛନ୍ତି ।

କିଏ ଘୁସୁରୁଛି ତ କିଏ ଠିକରେ ଠିଆ ହୋଇପାରୁନି ତ ଆଉ କାହାକୁ ପୁରୁଣା ମାଲିକ ରାସ୍ତାରେ ଛାଡି ଚାଲିଯିବା ପରେ ଏଇଠି ଆଶ୍ରୟ ନେଇଛି । ଏମିତି ପ୍ରାୟ ୮୦ ରୁ ଅଧିକ ଆହତ ବୁଲା କୁକୁରଙ୍କ ଆଶ୍ରୟ ପାଲଟିଛି କଟକ ନରାଜ୍ ଠାରେ ଥିବା କେୟାର ଫର୍ ଫାଉଣ୍ଡେସନ । ଚୁଲିରେ ଏମାନଙ୍କ ପାଇଁ ଖାଇବା ରନ୍ଧା ଚାଲିଛି, ଦେହରେ ହୋଇଥିବା ଖଣ୍ଡିଆ ଜାଗାରେ ବେଟାଡ଼ିନ ପାଉଡର ପକାଇ ଦିଆଯାଉଛି । ମଣିଷକୁ ଯେମିତି ଶୀତ କଥା କହି ନ ପାରିଲେ ବି ଏମାନଙ୍କୁ ବି ଶୀତ, ତେଣୁ ନଡ଼ା ପକାଇ ପୁରୁଣା କପଡାରେ ତାଙ୍କୁ ଘୋଡାଇ ଦିଆଯାଉଛି ।

ଚାଳ ଘରେ ରହୁଥିବା ଏହି ଅସହାୟମାନଙ୍କୁ ସକାଳୁ ନେଇ ରାତି ଯାଏଁ ଏମାନେ କଣ ଖାଇବେ କେମିତି ରହିବେ ସବୁ କିଛି ବୁଝୁଛନ୍ତି ଅନୁଷ୍ଠାନର କିଛି ସଦସ୍ୟ । ସମୟ କାଢି ଏମାନଙ୍କ ପାଇଁ ସମୟ ଦେଲେ ଆତ୍ମସନ୍ତୋଷ ଲାଗେ ବୋଲି ସେମାନଙ୍କ ମତ । ପାଖକୁ ଆସି ଗେହ୍ଲା ହେବା ଖାଇବା ସମୟ ହେଲେ ଦୌଡ଼ି ଯାଇ ଖାଇବା କୁକୁରମାନଙ୍କ ଏମିତି କାମ ସେମାନଙ୍କୁ ଖୁସି ଦେଇଥାଏ । ଏହି ଅନୁଷ୍ଠାନ ଚଳାଇବାକୁ କେହି କେହି କେବେ କେବେ କିଛି ସହଯୋଗ ମଧ୍ୟ କରନ୍ତି । ତେବେ ଯେଉଁଠି ବ୍ୟସ୍ତତା ମଧ୍ୟରେ ନିଜ ଲୋକଙ୍କ ପାଇଁ ସମୟ କାଢିବା କେବେ କେବେ କଷ୍ଟ ହୋଇଯାଉଛି ସେଠି ଏହି ଆହତ ବୁଲା କୁକୁରଙ୍କ ଦେଖାଶୁଣା କରିବାକୁ ସମୟ କାଢିବା ଭଳି ଉଦ୍ୟମ ସତରେ ବେଶ ମନଛୁଆଁ ।

ବୃଦ୍ଧ ବୟସରେ ମଣିଷ ହତାଦର ହେଲେ ସେମାନଙ୍କ ଠିକଣା ଥାଏ ଜରାଶ୍ରମ ସେହିଭଳି ରାସ୍ତାରେ ଆହତ ପରେ କିମ୍ବା ମାଲିକ ଛାଡି ଚାଲି ଯିବା ପରେ ଏମାନଙ୍କ ଆଶ୍ରୟର ଠିକଣା ପାଲଟିଛି ଏହି ଜାଗା । ସତରେ ନିରାଶ୍ରୟ କଥା କହିପାରୁନଥିବା ଏହି ପଶୁମାନଙ୍କ ପାଇଁ ସାହାର ପାଲଟିଥିବା ଏହି ଯୁବ ଗୋଷ୍ଠୀ ନିହାତି ପ୍ରଶଂସା ଯୋଗ୍ୟ ।

The post ବୁଲା କୁକୁରଙ୍କ ସାହାରା କେୟାର ଫର୍ ଫାଉଣ୍ଡେସନ: ରଖିଛନ୍ତି ୮୦ରୁ ଅଧିକ ବୁଲା କୁକୁର, ନେଉଛନ୍ତି ଯତ୍ନ first appeared on Kanak News.

from Kanak News
via <a href="https://ifttt.com/?

ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ: ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା

କନକ ବ୍ୟୁରୋ: ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲର ପିଲା ଶୁଣିବେ ଗପ । ଆରମ୍ଭ ହେବ ‘ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ’ । ଗପ ଶୁଣାଇବାର ଦକ୍ଷତା ଥିବା ଅଂଚଳର ବରିଷ୍ଠ ବ୍ୟକ୍ତି, ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପିଲାଙ୍କୁ ଗପ କହିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଓସେପା ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି । ପିଲାମାନେ କେବଳ ଗପ ଶୁଣିବେ ନାହିଁ । ଗପ ଶୁଣିବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁନଃଆବୃତି କରିବାକୁ ସୁଯୋଗ ମିଳିବ ।ଏଥିପାଇଁ ପ୍ରତି ସରକାରୀ ପ୍ରାଥମିକ ସ୍କୁଲ ପିଚ୍ଛା ଏକ ହଜାର ଟଙ୍କା ହିସାବରେ ୨୭୧.୧୮ ଲକ୍ଷ ଟଙ୍କା ମଂଜୁର କରାଯାଇଛି । କାର୍ଯ୍ୟକ୍ରମକୁ ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସର୍ବାଧିକ ୨ଟି ପିରିୟଡ ଦିଆଯିବ । ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସିଆରସିସି କାର୍ଯ୍ୟକ୍ରମର ତଦାରଖ କରିବେ । ତେବେ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ଅଭିଭାବକ ସଂଘ । କାର୍ଯ୍ୟକ୍ରମକୁ ପ୍ରାଥମିକ ଶିକ୍ଷକ ସଂଘ ସ୍ୱାଗତ କରିଛି ।

The post ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ: ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା first appeared on Kanak News.

from Kanak News
via <a href="https://ifttt.com/?

ଧାନମଣ୍ଡିକୁ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ: ପିସିସି ସଭାପତି କହିଲେ ପ୍ରଶାସନର ଅବହେଳା ଯୋଗୁଁ କ୍ଷତି ସହୁଛନ୍ତି ଓଡିଶାରେ ଚାଷୀ

କନକ ବ୍ୟୁରୋ: ମଣ୍ଡିର ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେଉଁଠି ଚାଷୀଙ୍କ ବସ୍ତା ବସ୍ତା ଧାନ ମଣ୍ଡିରେ ପଡି ରହିଛି । ପୁଣି କେଉଁଠି କଟନୀଛଟନୀକୁ ନେଇ ମିଲର ଚାଷୀ ମୁହାଁମୁହିଁ ହୋଇଥିବା ଖବର ଆସୁଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କମ ପଇସାରେ ସାହୁକାରଙ୍କ ପାଖର ଧାନ ବିକ୍ରି କରି କ୍ଷତି ସହୁଛନ୍ତି । ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେହି ବି ଚାଷୀଙ୍କ ସମସ୍ୟା ଉପରେ ଧ୍ୟାନ ଦେଉ ନାହାନ୍ତି । ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, କେଉଁଠି ଟୋକନ ନାହିଁ, ପୁଣି କେଉଁଠି ଟୋକନ ଥିଲେ ମଧ୍ୟ ବିକ୍ରି ହେଉନାହିଁ । ସେପଟେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଓଡିଶାରେ ଚାଷୀ ଖୁସି ଅଛନ୍ତି । କେଉଁ ଜିଲ୍ଲାରୁ ଅଭିଯୋଗ ଆସୁନାହିଁ, ଆସିଲେ ତୁରନ୍ତ ପଦକ୍ଷେପ ନିଆଯିବ ।

The post ଧାନମଣ୍ଡିକୁ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ: ପିସିସି ସଭାପତି କହିଲେ ପ୍ରଶାସନର ଅବହେଳା ଯୋଗୁଁ କ୍ଷତି ସହୁଛନ୍ତି ଓଡିଶାରେ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ବୟାନ । କହିଲେ ବିଲ’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କହିଲେ ବିଲ ପ୍ରସ୍ତୁତ ରଖ । ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ଏଭଳି ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଛନ୍ତି ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରିରେ ସବୁ ସାଂଗଠନିକ କାମ ଶେଷ କରି ହଳ କରିବା ପାଇଁ ବିଲକୁ ଓହ୍ଲାଇବ ବିଜେପି । ଜାନୁଆରିରୁ ସଂଘର୍ଷକୁ ବିଜେପି ଶାଣିତ କରିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ବର୍ଷା ହେବା କ୍ଷଣି ବିହନ ଗଜା ହେବ ଆଉ ମୋଦୀ ନିଜେ ଜାନୁଆରିରେ ଓଡିଶା ଆସି ବିଲ ଦେଖି ସାର ପକାଇବେ । ସାରଲ ପାଇ ବିଲ ଆହୁରି ଉବ ର୍ର ହେବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଟିକେଟ ବଂଟନ ପାଇଁ ଆମ କ୍ରାଇଟେରିଆ ହେଉଛି ଯିଏ ଦଳ ପାଇଁ ସମର୍ପିତ ଥିବ, ସମାଜ ପ୍ରତି ସମର୍ପିତ ଥିବ, ତା ନାଁରେ ବିଶେଷ କିଛି ଅଭିଯୋଗ ନଥିବ, ଜିତିବାର କ୍ଷମତା ରଖିଥିବ, ସେଭଳି ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ।

The post ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ବୟାନ । କହିଲେ ବିଲ’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଏହି ୧୧ ଟି ଦେଶ ଗସ୍ତ କରିଛନ୍ତି, ୨୦୨୩ ମସିହାରେ ଏହିପରି ଥିଲା ଭାରତର କୂଟନୀତି  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତ ୨୦୨୩: ବର୍ଷ ଶେଷ ହେବାକୁ ଯାଉଛି ଏବଂ ଆଉ କିଛିଦିନ ପରେ ନୂଆବର୍ଷ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଯାତ୍ରା ସବୁବେଳେ ଚର୍ଚ୍ଚାର ଶୀର୍ଷରେ ରହିଆସିଛି ।  ୨୦୨୩  ମସିହାରେ ସେ ୧୧ ଟି ଦେଶ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାରେ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ  ଚଳିତ ବର୍ଷ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଦୁବାଇ ଗସ୍ତରେ ଯାଇ ୨୦୨୩ ବିଦେଶ ଗସ୍ତ ଶେଷ କରିଛନ୍ତି । ତେବେ ଆସନ୍ତୁ ଜାଣିବା ୨୦୨୩ର ମୋଦୀଙ୍କ  ବିଦେଶ ଗସ୍ତ ସମ୍ପର୍କରେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଦୁବାଇ ଗସ୍ତ

ବର୍ଷ ଶେଷ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ଦୁବାଇ ଗସ୍ତ କରିଥିଲେ। ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋବାଇ ଦୁବାଇରେ ପହଞ୍ଚିଥିଲେ। ମିଳିତ ଜାତିସଂଘର ପାର୍ଟି ଅଫ୍ କ୍ଲାଇମେଟ୍ ସମ୍ମିଳନୀରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା, ଯାହା COP28 ଭାବରେ ଜଣାଶୁଣା | ଏହି ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଇଣ୍ଡୋନେସିଆ ଗସ୍ତ

ନୂଆଦିଲ୍ଲୀରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀର କିଛି ଦିନ ପୂର୍ବରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟାଦଶ ପୂର୍ବ ଏସିଆ ସମ୍ମିଳନୀ ଏବଂ ୨୦ ତମ ASEAN- ଭାରତ ସମ୍ମିଳନୀରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ

ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀସରେ ପହଞ୍ଚିଥିଲେ। ଗତ ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ ଥିଲା। ତାଙ୍କ ଗସ୍ତ ସମୟରେ ପିଏମ ମୋଦୀ ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀରେ ନବୀକରଣ ଉପରେ ଧ୍ୟାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଓ ୟୁଏଇ ଗସ୍ତ

ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇରେ ଫ୍ରାନ୍ସର ବଷ୍ଟିଲ୍ ଡେ ସାମରିକ ପରେଡରେ ମୁଖ୍ୟ ଅତିଥି ଭାବରେ ଫ୍ରାନ୍ସରେ ପହଞ୍ଚିଥିଲେ। ୨୦୧୭  ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସ ଗସ୍ତରେ ଆସିଥିବା ଏହି ସମ୍ମାନ ଜଣେ ବିଦେଶୀ ନେତାଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କ ଗସ୍ତ ସମୟରେ ପିଏମ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଥିଲେ ଏବଂ ଏକ ଘରୋଇ ରାତ୍ରୀ ଭୋଜନରେ ମଧ୍ୟ ଯୋଗ ଦେଇଥିଲେ। ଫ୍ରାନ୍ସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୫ ରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆବୁଧାବିରେ ପହଞ୍ଚି ସେଠାରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ ସହ କଥା ହୋଇଥିଲେ। ବିଶ୍ୱସ୍ତରୀୟ ସହଯୋଗର ପ୍ରସଙ୍ଗଗୁଡିକ, ବିଶେଷକରି ୟୁଏଇର COP28 ର ଅଧ୍ୟକ୍ଷତା ଏବଂ G20 ର ଭାରତର ଅଧ୍ୟକ୍ଷତା ପ୍ରସଙ୍ଗରେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ମାସରେ ଆମେରିକା ଗସ୍ତ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପିଏମ ମୋଦୀ ନ୍ୟୁୟର୍କରେ ପହଞ୍ଚିଥିଲେ ଏବଂ ସେଠାରେ ସେ ଜୁନ୍ ୨୧ ରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ । ଜୁନ୍ ୨୨ ରେ, ପ୍ରଧାନମନ୍ତ୍ରୀ ମୋଦୀ ୱାଶିଂଟନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ହ୍ଵାଇଟ ହାଉସରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ଏହି ସମୟରେ ବାଇଡେନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବାର୍ତ୍ତାଳାପ ଅନୁଷ୍ଠିତ ହୋଇଥିଲା ଏବଂ ରାଜ୍ୟ ଭୋଜନରେ ପିଏମ ମୋଦୀଙ୍କୁ ସମ୍ମାନିତ କରାଯାଇଥିଲା। ଜୁନ୍ ୨୨ ରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସର ମିଳିତ ବୈଠକକୁ ସମ୍ବୋଧିତ କରିଥିଲେ। ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ପ୍ରବାସୀ ଭାରତୀୟଙ୍କୁ ଭେଟି ନାହାଁନ୍ତି ବରଂ ଅନେକ କମ୍ପାନୀର ସିଇଓଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ-ଫତ୍ତାହ ଅଲ-ସିସିଙ୍କ ନିମନ୍ତ୍ରଣ କ୍ରମେ ଇଜିପ୍ଟ ଗସ୍ତରେ କାଇରୋରେ ପହଞ୍ଚିଥିଲେ। ସିସିଙ୍କ ସହ କଥାବାର୍ତ୍ତା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟର ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି, ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ଭାରତୀୟ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ ।

G7 ଶିଖର ସମ୍ମିଳନୀରୁ ଆରମ୍ଭ

ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ G7 ଶିଖର ସମ୍ମିଳନୀ ସହିତ ତାଙ୍କର ବିଦେଶ ଗସ୍ତ ଆରମ୍ଭ କରିଥିଲେ ଏବଂ ଜାପାନର ହିରୋସିମା ଠାରେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ | ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପାପୁଆ ନ୍ୟୁ ଗିନି ଗସ୍ତରେ ଯାଇଥିଲେ। ଏହି ଭାରତ-ପ୍ରଶାନ୍ତ ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିଲା। ତା’ପରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ସିଡନୀ ଯାଇଥିଲେ ଏବଂ ସେଠାରେ ସେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ସହ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ଭାରତୀୟ ସମ୍ପ୍ରଦାୟ ସହ ମଧ୍ୟ କଥାବାର୍ତ୍ତା  କରିଥିଲେ।

The post ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଏହି ୧୧ ଟି ଦେଶ ଗସ୍ତ କରିଛନ୍ତି, ୨୦୨୩ ମସିହାରେ ଏହିପରି ଥିଲା ଭାରତର କୂଟନୀତି   first appeared on Kanak News.

from Kanak News
via <a href="https://ifttt.com/?

ରାହୁଲଙ୍କ ଲଢୁଆ ଶତକ, ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ୨ ବର୍ଷ ପରେ ସେହି ସମାନ ଗ୍ରାଉଣ୍ଡରେ ଶତକ ମାରିଲେ ରାହୁଲ ।

କନକ ବ୍ୟୁରୋ : ରାହୁଲଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୪୫ ରନ୍ କରି ପୂରା ଟିମ୍ ପ୍ୟାଭିଲିୟନ ଫେରିଛି । ଭାରତ ପକ୍ଷରୁ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରିବା ସହ ସର୍ବାଧିକ ୧୦୧ କରିଛନ୍ତି । ଛକା ମାରି ରାହୁଲ ନିଜର ଟେଷ୍ଟ ଶତକ ପୂରା କରିଥିଲେ । ରାହୁଲଙ୍କ ଶେଷ ଶତକ ୨ ବର୍ଷ ପୂର୍ବେ ସେହି ସେଞ୍ଚୁରିଆନ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ଦିନରେ ଭାରତ ୨୦୮ ରନରୁ ଖେଳ ଆରମ୍ଭ କରିଥିଲା । ସିରାଜ କିଛି ସମୟ ରାହୁଲଙ୍କ ସାଥ୍ ଦେବା ପରେ ୨୩୮ ରନରେ ପ୍ୟାଭିଲିୟନ ଫେରିଥିଲେ । ପରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାଥୀ କରି ନିଜର ଟେଷ୍ଟ ଶତକ ପୂରା କରିଥିଲେ ରାହୁଲ । ଏହାପୂର୍ବରୁ ଗତକାଲି ବର୍ଷା କାରଣରୁ ୯୦ ଓଭର ଖେଳ ହୋଇପାରିନଥିଲା । ୫୯ ଓଭରରେ ଭାରତ ୨୦୮ ରନ୍ କରିଥିବା ବର୍ଷା କାରଣରୁ ପ୍ରଥମ ଦିନର ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା ।

https://platform.twitter.com/widgets.jsଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବଡା ସର୍ବାଧିକ ୫ ୱିକେଟ ହାସଲ କରିବା ସହ ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତଥାପି ରାହୁଲ ଲଢୁଆ ପ୍ରଦର୍ଶନ କରି ଶତକ ହାସଲ କରିବା ସହ ଭାରତର ସ୍କୋରକୁ ୨୦୦ ପାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ୍ ।

The post ରାହୁଲଙ୍କ ଲଢୁଆ ଶତକ, ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ୨ ବର୍ଷ ପରେ ସେହି ସମାନ ଗ୍ରାଉଣ୍ଡରେ ଶତକ ମାରିଲେ ରାହୁଲ । first appeared on Kanak News.

from Kanak News
via <a href="https://ifttt.com/?

ସିଏମସି ବୈଠକରେ ହୋହଲ୍ଲା । ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଘେରିଲେ ବିରୋଧୀ । ମୁହାଁମୁହଁ ହେଲେ ଶାସକ-ବିରୋଧୀ ଓ କର୍ପୋରେଟର

କନକ ବ୍ୟୁରୋ : କଟକ ମହାନଗର ନିଗମ ବା ସିଏମସି ବୈଠକରେ ହୋହଲ୍ଲା । ବିରୋଧୀ କର୍ପୋରେଟର ମେୟରଙ୍କୁ ବାଲିଯାତ୍ରା ଦୁର୍ନୀତି ହୋଇଥିବା କଥା କହି ପ୍ରଶ୍ନ କରିଥିଲେ । ପରେ ଏହାକୁ ନେଇ ଶାସକ ଦଳ କର୍ପୋରେଟର ମଧ୍ୟ ବିରୋଧୀଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ବୈଠକ ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବା ପାଇଁ ମିଳିଥିଲା । ଆଉ ମେୟର ସୁବାସ ସିଂହ ଏବଂ କମିଶନର ବୈଠକ ସ୍ଥଳ ଛାଡି ପଳାଇ ଯାଇଛନ୍ତି ।

ନିକଟରେ ବାଲିଯାତ୍ରା ଆୟୋଜିତ ହୋଇଥିଲା । ଏହି ସମୟରେ ସ୍ୱାଗତ ତୋରଣ, ଲେଜର ସୋ, ଏସି ହ୍ୟାଙ୍ଗର, ଆତଶବାଜି ଓ ପ୍ରଜ୍ଞାପନ ରଥ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ୮କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ

The post ସିଏମସି ବୈଠକରେ ହୋହଲ୍ଲା । ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଘେରିଲେ ବିରୋଧୀ । ମୁହାଁମୁହଁ ହେଲେ ଶାସକ-ବିରୋଧୀ ଓ କର୍ପୋରେଟର first appeared on Kanak News.

from Kanak News
via <a href="https://ifttt.com/?

ମୋଦି କହିଛନ୍ତି ବିଲ ପ୍ରସ୍ତୁତ ରଖ, ଜାନୁଆରୀରେ ଆସିବେ ସାର ପକାଇ ବିଲ ଉର୍ବର କରିବେ । ଜାନୁଆରୀରୁ ସଂଘର୍ଷ ଶାଣିତ ହେବ ବୋଲି କହିଲେ ଜୟନାରାୟଣ ।

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ବିଜେପି ବିଧାୟକ ଭେଟିବା ପରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଜାନୁଆରୀରେ ସଂଘର୍ଷ ହେବ । ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ ବିଜେପି । ରତ୍ନ ଭଣ୍ଡାର ଖୋଲିବା, କିପରି ଶ୍ରୀମନ୍ଦିର ଭିତରେ ଗୋ ମାଂସ ଭକ୍ଷଣକାରୀକୁ ପୂରାଇ ପ୍ରଚାର କରିଛନ୍ତି, ନିର୍ବାଚନ ପାଇଁ କିପରି ବିଜେଡି ନେତା ମଦ ବେପାରୀଙ୍କ ଘରେ ଟଙ୍କା ରଖିଥିଲେ, ବିକାଶରେ ଓଡିଶା ପଛରେ କାହିଁକି, ନାରୀ ନିର୍ଯାତନା, ଶିଶୁ ଚୋରି, ଖଣି ଲୁଟ୍ ଭଳି ପ୍ରସଙ୍ଗ ହେବ ବିଜେପିର ମୁଦ୍ଦା ।

ବିଧାୟକ ମାନଙ୍କ ସହ ଆଲୋଚନା ବେଳେ ଜାନୁଆରୀରୁ ସଂଘର୍ଷକୁ ଶାଣିତ କରିବା ପାଇଁ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଜାନୁଆରୀ ବେଳକୁ ସବୁ ସାଙ୍ଗଠନିକ କାମ ଶେଷ କରି ହଳ ପାଇଁ ବିଲକୁ ଓହ୍ଲାଇବୁ । ବର୍ଷା ହେବା କ୍ଷଣି ବିହନ ଗଜା ହେବ ଆଉ ମୋଦି ନିଜେ ଜାନୁଆରୀରେ ଆସିବେ ବିଲ ଦେଖିବେ । ଏହାସହ ସାର ପକାଇ ବିଲକୁ ଆହୁରି ଉର୍ବର କରିବେ । ଟିକେଟ ବଣ୍ଟନ ପାଇଁ ଆମର ପ୍ରମୁଖ ମାପଦଣ୍ଡ ହେଉଛି ଯିଏ ଦଳ ପାଇଁ ସମର୍ପିତ ଥିବ, ସମାଜ ପ୍ରତି ସମର୍ପିତ ଥିବ, ତା ନାଁରେ ଵିଶେଷ କିଛି ଅଭିଯୋଗ ନଥିବ, ଜିତିବାର କ୍ଷମତା ରଖିଥିବ ସେଇଭଳି ଲୋକଙ୍କୁ ଟିକେଟ ଦିଆଯିବ । ୨୧ରୁ ୨୧ ଲୋକସଭା ଆସନ ବିଜୟ ଓ ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର ଗଢିବା ବିଜେପିର ମିଶନ ବୋଲି କହିଛନ୍ତି ଜୟନାରାୟଣ ।

The post ମୋଦି କହିଛନ୍ତି ବିଲ ପ୍ରସ୍ତୁତ ରଖ, ଜାନୁଆରୀରେ ଆସିବେ ସାର ପକାଇ ବିଲ ଉର୍ବର କରିବେ । ଜାନୁଆରୀରୁ ସଂଘର୍ଷ ଶାଣିତ ହେବ ବୋଲି କହିଲେ ଜୟନାରାୟଣ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ମା’ ସମଲେଇଙ୍କୁ ନିମନ୍ତ୍ରଣ । ମା’ ବିରଜା ଓ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ ପ୍ରତିନିଧି

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଓ ରେଢାଖୋଲର ଶ୍ରୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦିଆଯାଇଛି । ପୁରୀରୁ ଆସିଥିବା ସେବାୟତ ପ୍ରତିନିଧି ଦଳ ସମ୍ବଲପୁରରେ ପହଂଚି ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ନିମନ୍ତ୍ରଣ ଦେଇଛନ୍ତି । ସମଲେଇ ମନ୍ଦିରର ଟ୍ରଷ୍ଟବୋର୍ଡ଼ ସଭାପତି ଉପସ୍ଥିତ ରହି ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଛି । ସେବାୟତ ପ୍ରତିନିଧିଙ୍କୁ ପାରମ୍ପରିକ ନୃତ୍ୟ, ସଂକୀର୍ତନ, ଓଡିଶୀ ନୃତ୍ୟ,ବାଜା ଓ ବାଣରେ ସ୍ୱାଗତ କରାଯାଇଥିଲା । ସେହିପରି ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରରିକ୍ରମା ନିମନ୍ତ୍ରଣ ଦିଆଯାଇଛି । ସେହିପରି ଗଂଜାମ ଖଲ୍ଲିକୋଟ୍ ବ୍ଲକ ଚିକିଲି ଚକା ଠାକୁର ମନ୍ଦିରରେ ନିମନ୍ତ୍ରଣପତ୍ର ଦେଇଛନ୍ତି ସେବାୟତ ପ୍ରତିନିଧି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ମା’ ସମଲେଇଙ୍କୁ ନିମନ୍ତ୍ରଣ । ମା’ ବିରଜା ଓ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ ପ୍ରତିନିଧି first appeared on Kanak News.

from Kanak News
via <a href="https://ifttt.com/?

୨ ବର୍ଷ ଧରି କର୍କଟ ସହ ଲଢ଼ିବା ପରେ ମୁହଁରେ ହେଲା ଅପରେସନ୍ । ନିଶା ସେବନ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

କନକ ବ୍ୟୁରୋ : କ୍ୟାନସର ବା କର୍କଟରେ ପୀଡିତ ହୋଇ ମୁହଁ ଅପରେଶନ ହେବା ପରେ ଲୋକମାନଙ୍କୁ ଟବାକୋ ନ ଚୋବାଇବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର । ସେ କହିଛନ୍ତି କି, ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ସମସ୍ତେ ମୋ ଅନୁରୋଧ ରକ୍ଷା କରିବେ ବୋଲି ମୋର ଆଶା ।

ସୂଚନା ଥାଉକି ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେଶନ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି ।

The post ୨ ବର୍ଷ ଧରି କର୍କଟ ସହ ଲଢ଼ିବା ପରେ ମୁହଁରେ ହେଲା ଅପରେସନ୍ । ନିଶା ସେବନ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started