ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗ ପତ୍ର ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଚାନ୍ଦବାଲି ଗସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ କହିଲେ ସାତ ଦିନରେ ହେବ ଅଭିଯୋଗର ସମାଧାନ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ଲୋକଙ୍କ ଅଭିଯୋଗ ଫର୍ଦ୍ଦ । ଭଦ୍ରକ ଚାନ୍ଦବାଲି ଗସ୍ତରେ ଥିବା ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏହା କହିଛନ୍ତି । ଲୋକମାନେ ନିଜ ଅଂଚଳର ସମସ୍ୟା ବାବଦରେ ତାଙ୍କୁ ଅଭିଯୋଗ ପତ୍ର ଦେଉଛନ୍ତି । ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ସାତ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି । ଫାଇଭ ଟି ଅଧ୍ୟକ୍ଷ ଆଜି ଚାନ୍ଦବାଲି ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠକୁ ଆସି ଦର୍ଶନ କରିଥିଲେ । ଏହାପରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଚାନ୍ଦବାଲି ପାଇଁ ମୋଟ୍ ୩୫୦ କୋଟିର ପ୍ରକଳ୍ପ ଭେଟି ଦେଇଥିବା ମଂଚ ଉପରୁ ଘୋଷଣା କରିଛନ୍ତି ପାଣ୍ଡିଆନ୍ ।

The post ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗ ପତ୍ର ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଚାନ୍ଦବାଲି ଗସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ କହିଲେ ସାତ ଦିନରେ ହେବ ଅଭିଯୋଗର ସମାଧାନ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ନ୍ୟାୟ ଯାତ୍ରା, ମଣିପୁରରୁ ଆରମ୍ଭ ମହାରାଷ୍ଟ୍ରରେ ସରିବ । ୨୦୨୪ ନିର୍ବାଚନରେ କଂଗ୍ରେସକୁ ଫାଇଦା ମିଳିବ ତ?

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ରାହୁଲଙ୍କ ନେତୃତ୍ୱରେ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ମଣିପୁରରୁ ମହାରାଷ୍ଟ୍ର, ଦୀର୍ଘ ୬୨୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ । ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମହାରାଷ୍ଟ୍ରରେ ଶେଷ ହେବ ଏହି ଯାତ୍ରା । ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବା ପଛରେ କଂଗ୍ରେସର ବଡ ଉଦ୍ଦେଶ୍ୟ ଲୁଚି ରହିଛି । ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ କଂଗ୍ରେସ ପୁଣିଥରେ ମଣିପୁର ଘଟଣା ମନେ ପକାଇ ଦେବାକୁ ଚାହିଁଛି । ମଣିପୁରରେ ଯେଉଁ ହିଂସା ଦେଖିବାକୁ ମିଳିଥିଲା ତାହାକୁ କଂଗ୍ରେସ ଭୁଲିନାହିଁ ବୋଲି ବାର୍ତ୍ତା ଦେବାକୁ ଚାହୁଁଛି । ପୂର୍ବରୁ ପଶ୍ଚିମ ଭାରତ ଅଭିମୁଖେ ଏହି ଯାତ୍ରା ଆଗକୁ ବଢିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଶେଷରେ ମହାରାଷ୍ଟ୍ରରେ ପହଞ୍ଚିବ । ତେବେ ଏହି ଯାତ୍ରା କଂଗ୍ରେସ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଯୋଡ ଯାତ୍ରା ପରେ ଏହାର ପ୍ରଭାବ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ତେଣୁ ସାଧାରଣ ନିର୍ବାଚନର ଠିକ୍ ଦିନ କେଇଟା ପୂର୍ବରୁ କଂଗ୍ରେସର ଏହି ଯାତ୍ରା ଦଳ ପାଇଁ ଭିନ୍ନ ଏକ ବାତାବରଣ ସୃଷ୍ଟି କରିପାରେ ।

ପୂର୍ବ ଭାରତରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ରାହୁଲ ସାଧାରଣ ଲୋକଙ୍କୁ ଭେଟିବା ସହ ଆଲୋଚନା କରିବେ । ତେବେ ଯେଉଁ ରାଜ୍ୟ ଦେଇ ରାହୁଲ ଗାନ୍ଧି ଭାରତ ନ୍ୟାୟ ଯାତ୍ରା କରିବେ ସେହି ସବୁ ରାଜ୍ୟରେ କଂଗ୍ରେସ କ୍ଷମତାରେ ନାହିଁ । ଏହାଛଡା ଏହି ଯାତ୍ରାର ଇଣ୍ଡିଆ ମେଣ୍ଟରେ ଥିବା ଦଳ ରାହୁଲଙ୍କ ସହ ସାମିଲ ହୋଇପାରନ୍ତି । ଯାହାଦ୍ୱାରା ଇଣ୍ଡିଆ ମେଣ୍ଟକୁ ମଧ୍ୟ କିଛି ମାତ୍ରାରେ ଫାଇଦା ମିଳିପାରେ । ଏହି ଯାତ୍ରା ଯିବାକୁ ଥିବା ୧୪ ରାଜ୍ୟରେ ୩୫୦ରୁ ଅଧିକ ଲୋକସଭା ଆସନ ରହିଛି । ତେଣୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପାଇଁ ଏହି ସବୁ ଆସନ କେତେ ଲାଭଦାୟକ ହେବ ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଏଯାଏଁ ଇଣ୍ଡିଆ ମେଣ୍ଟରେ ଦଳ ଗୁଡିକ ଭିତରେ ଆସନ ବୁଝାମଣା ହୋଇନାହିଁ । ସେହିଭଳି ଏହି ଯାତ୍ରା ଆରମ୍ଭ ପଛର ମୁଖ୍ୟ କାରଣ ଆର୍ଥିକ, ସାମିଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ ।

The post ଭାରତ ନ୍ୟାୟ ଯାତ୍ରା, ମଣିପୁରରୁ ଆରମ୍ଭ ମହାରାଷ୍ଟ୍ରରେ ସରିବ । ୨୦୨୪ ନିର୍ବାଚନରେ କଂଗ୍ରେସକୁ ଫାଇଦା ମିଳିବ ତ? first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ନେତାଙ୍କ କଳା କାରନାମା । କୁକୁଡା ଫାର୍ମ ଭିତରେ ଚଳାଇଥିଲେ ଚୋରା ମଦ କାରବାର । ୧୪ ହଜାର ବୋତଲ ଜବତ କଲା ପୋଲିସ

କନକ ବ୍ୟୁରୋ : କେରଳ ପୋଲିସ ମଙ୍ଗଳବାର ଦିନ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କୁକୁଡା ଫାର୍ମରେ ଚଢାଉ କରି ୧୪ ହଜାର ବୋତଲରୁ ଅଧିକ ଚୋରା ମଦ ଜବତ କରିଛି । ଏହାସହ ୨୪ଶହ ଲିଟର ସ୍ପିରିଟ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ମୁତାବକ ପୋଲିସକୁ ଏ ବାବଦରେ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କୁକୁଡା ଫାର୍ମଟି ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ପଂଚାୟତ ସଦସ୍ୟ ଲାଲୁ ଓ ତାଙ୍କ ସହଯୋଗୀ ଲରେନ୍ସକୁ ଗିରଫ କରିଛି ।

ପୋଲିସ କହିଛି କି, ଚଢାଉ ବେଳେ ପ୍ରଚୁର ପରିମାଣର ଚୋରାମଦ ଜବତ କରିଛି । ଏହି ବିଜେପି ନେତାଙ୍କ କୁକୁଡା ଫାର୍ମ କୋଡକରା ନିକଟ ବେଲ୍ଲାନାଚିରାରେ ରହିଛି । ଏଠାରେ କୁକୁଡା ଫାର୍ମ ସହ ଏକ ଗୋଦାମ ତିଆରି ହୋଇଛି ଓ ଗୋଦାମ ଭିତରେ ଚୋରା ମଦ ରଖି ବ୍ୟବସାୟ କରାଯାଉଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି ଚଢାଉ ବେଳେ ୧୪ ହଜାର ବୋତଲ ଚୋରା ବିଦେଶୀ ମଦ, ୨୪ଶହ ଲିଟର ସ୍ପିରିଟ୍ ମିଳିଥିଲେ ବି ବଟଲିଂ ୟୁନିଟର କୌଣସି ସନ୍ଧାନ ମିଳିପାରି ନାହିଁ  ।

The post ବିଜେପି ନେତାଙ୍କ କଳା କାରନାମା । କୁକୁଡା ଫାର୍ମ ଭିତରେ ଚଳାଇଥିଲେ ଚୋରା ମଦ କାରବାର । ୧୪ ହଜାର ବୋତଲ ଜବତ କଲା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ଅଟା ଓ ଡାଲି ପରେ ଭାରତ ଚାଉଳ । କିଲୋପ୍ରତି ୨୫ ଟଙ୍କାରେ ଯୋଗାଇଦେବେ ସରକାର

କନକ ବ୍ୟୁରୋ : ଭାରତ ଅଟା ଓ ଭାରତ ଡାଲି ପରେ ଏବେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଭାରତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଗରିବ ଲୋକଙ୍କ ଉପରେ ଯେଭଳି ଦରବୃଦ୍ଧି ବୋଝ ନହେବ ସେଥିପାଇଁ ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ବଜାରରେ ଚାଉଳର ଦାମ ଯେତେ ବୃଦ୍ଧି ହେଲେ ମଧ୍ୟ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ କିଲୋପ୍ରତି ୨୫ ଟଙ୍କାରେ ଭାରତ ଚାଉଳ ଯୋଗାଇ ଦେବେ ବୋଲି ଜଣାପଡିଛି ।

ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଭାରତ ଚାଉଳ କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି କରାଯିବ । ଏହି ଚାଉଳ ସରକାରୀ ଏଜେନ୍ସି ମାନଙ୍କ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ନ୍ୟାସନାଲ ଏଗ୍ରିକଲଚର କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ , ନ୍ୟାସନାଲ କୋ-ଅପରେଟିଭ କଞ୍ଜ୍ୟୁମର ଫେଡେରେଶନ ଅଫ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ରୀୟ ଭଣ୍ଡାର ଦୋକାନ ଓ ମୋବାଇଲ ଭ୍ୟାନ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ ।

ଉପଭୋକ୍ତା ମନ୍ତ୍ରଣାଳୟର ପରିସଂଖ୍ୟାନ ମୁତାବକ ଭାରତରେ ବଢୁଥିବା ଚାଉଳର ଦାମକୁ ନଜରରେ ରଖି ଗରିବ ଲୋକଙ୍କୁ ଶସ୍ତାରେ ଚାଉଳ ଯୋଗାଇ ଦେବାକୁ ସରକାର ଏଭଳି ଯୋଜନା କରିଛନ୍ତି । ଗତବର୍ଷ ତୁଳନାରେ ଭାରତୀୟ ବଜାରରେ ଚଳିତ ବର୍ଷ ୧୪.୧ ପ୍ରତିଶତ ଚାଉଳର ଦାମ ବୃଦ୍ଧି ପାଇଛି । ଏବେ ଭାରତୀୟ ବଜାରରେ ଚାଉଳ କିଲୋପ୍ରତି ଦାମ ୪୩.୩ ଟଙ୍କା ରହିଛି ।

ଏସବୁ ଭିତରେ ସରକାର ଟମାଟୋ, ଡାଲି ଓ ଅଟା, ପିଆଜ ଶସ୍ତାରେ ବାଣ୍ଟୁଥିବା ନେଇ ଖବର ଆସୁଥିଲେ ବି ତାହା ବାସ୍ତବରେ ଲୋକଙ୍କ ପାଖରେ ପହଂଚୁଛି କି? ବୋଲି ପ୍ରଶ୍ନ ଉଠୁଛି । କାରଣ ସରକାର ଯେତେବେଳେ ଶସ୍ତା ଟମାଟୋ ଓ ଶସ୍ତା ପିଆଜ ବିକ୍ରି କରୁଥିଲେ ତାହା ନାମକୁ ମାତ୍ର ଥିଲା । ଏହାଦ୍ୱାରା ୧୦ ପ୍ରତିଶତ ଗରିବ ଲୋକ ଉପକୃତ ହୋଇନଥିବା ଜଣାପଡିଛି । ସେହିଭଳି ଭାରତ ଅଟା କେଉଁଠି ମିଳୁଛି ତାହା ଏବେ ବି ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି । ସେହିଭଳି ଭାରତ ଚାଉଳ ଗରିବ ଲୋକଙ୍କୁ କେତେ ସହାୟକ ହେବ ତାହା ସମୟ କହିବ ।

The post ଅଟା ଓ ଡାଲି ପରେ ଭାରତ ଚାଉଳ । କିଲୋପ୍ରତି ୨୫ ଟଙ୍କାରେ ଯୋଗାଇଦେବେ ସରକାର first appeared on Kanak News.

from Kanak News
via <a href="https://ifttt.com/?

ତିନି ବର୍ଷ ପୂର୍ବେ ଇରାକରେ ହତ୍ୟା କରାଯାଇଥିଲା ଇରାନର ଜଣେ ବରିଷ୍ଠ ଆର୍ମି ଜେନେରାଲଙ୍କୁ । ଏବେ ସିରିଆରେ ଏୟାର ଷ୍ଟ୍ରାଇକରେ  ନିହତ ହେଲେ ଆଉଜଣେ ଟପ୍ କମାଣ୍ଡର

ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଦୀର୍ଘ ଦିନର ଉପଦେଷ୍ଟା ସୟଦ ରାଜୀ ମୁସାଭି ସୋମବାର ଦିନ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଛନ୍ତି ।

ସୋମବାର ଦିନ ସିରିଆର ରାଜଧାନୀ ଦାମାସ୍କସରେ ଏୟାର ଷ୍ଟ୍ରାଇକ୍ କରି ଇସ୍ରାଏଲ ଇରାନକୁ ଏକ ବଡ଼ ଝଟକା ଦେଇଛି । ଏହି ଆକ୍ରମଣରେ ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଦୀର୍ଘ ଦିନର ପରାମର୍ଶଦାତା ତଥା ପୂର୍ବତନ ବରିଷ୍ଠ ଆର୍ମି ଅଧିକାରୀ ସୟଦ ରାଜୀ ମୋସାଭିଙ୍କର ମୃତ୍ୟୁ ଘଟିଛି । ୨୦୨୦ ରେ ବାଗଦାଦରେ ଆମେରିକାର ଷ୍ଟ୍ରାଇକରେ ନିହତ ହୋଇଥିବା ଇରାନର ଶକ୍ତିଶାଳୀ ଗୁପ୍ତଚର କମାଣ୍ଡର ମେଜର ଜେନେରାଲ କାସୀମ ସୁଲେମାନୀଙ୍କ ମୃତ୍ୟୁ ସହିତ ଏହି ଘଟଣାକୁ ତୁଳନା କରାଯାଉଛି ।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଲେବାନନ୍-ଇସ୍ରାଏଲ୍ ସୀମାରେ ହିଜବୁଲ ଏବଂ ଇସ୍ରାଏଲ୍ ମଧ୍ୟରେ ସଂଘର୍ଷର ତୀବ୍ରତା ହେତୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧର ପରିସର ବୃଦ୍ଧି ହେବାର ଭୟ ରହିଛି ।ସର୍ବଶେଷରେ, ମୋସାଭି କିଏ ଏବଂ ଜେନେରାଲ ସୁଲେମାନୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ଥିଲା ।  ଇରାନର ‘ ରିଭୋଲ୍ୟୁସନାରୀ ଗାର୍ଡ’ କ’ଣ ଯାହାପାଇଁ  ଆମେରିକା ଏବଂ ଇସ୍ରାଏଲ୍ ସର୍ବଦା କ୍ରୋଧ ପ୍ରକାଶ କରି ଆସୁଛନ୍ତି ।

ମୋସାଭି ଜେନେରାଲ ସୁଲେମାନୀଙ୍କ ଘନିଷ୍ଠ ଥିଲେ କି?

ଜେନେରାଲ ମୋସାଭି ଇରାନର ଜଣେ ପୂର୍ବତନ ଲୋକପ୍ରିୟ ଗୁପ୍ତଚର କମାଣ୍ଡର ମେଜର ଜେନେରାଲ କାସୀମ ସୁଲେମାନୀଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ସମସ୍ତେ ଜାଣନ୍ତି ଯେ ୨୦୨୦ ରେ ବାଗଦାଦରେ ଆମେରିକୀୟ ଆକ୍ରମଣରେ ଜେନେରାଲ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା।

ଜେନେରାଲ ସୁଲେମାନି କିଏ ଥିଲେ ?

ଜେନେରାଲ ସୁଲେମାନିଙ୍କୁ ଇରାନ ଜଣେ ଜାତୀୟ ହିରୋର  ମାନ୍ୟତା ଦେଇଛି । ତାଙ୍କୁ ଇରାନ ଶକ୍ତିର ଏକ ଦୃଢ ସ୍ତମ୍ଭ ଭାବରେ ବିବେଚନା କରାଯାଉଥିଲା । ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୁଲ୍ଲା ଅଲି ଖାମେନୀଙ୍କ ପରେ ସେ ଦେଶର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ । ସେ ଅନେକ ଦେଶ ସହ ଇରାନର ସମ୍ପର୍କକୁ ମଜବୁତ୍ତ କରିବା ଏବଂ ମଧ୍ୟ ପୂର୍ବରେ ଇରାନର ପ୍ରଭାବକୁ ଗଭୀର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିବେଚନା କରାଯାଏ । ଜେନେରାଲ ସୁଲେମାନି କୁଡ୍ସ ଫୋର୍ସ ନାମକ ଏକ ସୈନ୍ୟବାହିନୀର ମୁଖ୍ୟ ଥିଲେ। ବିଭିନ୍ନ ଦେଶରେ ଇରାନର ସ୍ୱାର୍ଥ ଅନୁଯାୟୀ କୁଡ୍ସ ଫୋର୍ସ କାମ କରିଥାଏ । କେଉଁଠାରେ କାହାକୁ ସମର୍ଥନ କରେ ଏବଂ ଅନ୍ୟ କୋଉଠି କାହାକୁ ବିରୋଧ ମଧ୍ୟ କରେ ।  କୁହାଯାଏ ଯେ କୁଡ୍ସ ଫୋର୍ସ ଦେଶର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନୀଙ୍କୁ ସିଧାସଳଖ ରିପୋର୍ଟ କରିଥାଏ। ଆମେରିକା କୁଡ୍ସ ଫୋର୍ସ ଏବଂ ସୁଲେମାନୀଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା ।୨୦୧୨ ରେ, ସିରିଆ ଗୃହଯୁଦ୍ଧ ଆରମ୍ଭ ହେବା ପରେ ସୋଲେମାନି ସିରିଆ ସରକାର ଏବଂ ଏହାର ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କୁ ଏବଂ ଅନ୍ୟ  ପ୍ରମୁଖ ଇରାନ ସହଯୋଗୀମାନଙ୍କୁ ଶସକ୍ତ କରିବାରେ ସାହାଯ୍ୟ କରିଥିଲେ। ସେ ସିରିଆର ଗୃହଯୁଦ୍ଧରେ ଇରାନର କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲେ ଏବଂ ସିରିଆରେ ରୁଷର ସାମରିକ ହସ୍ତକ୍ଷେପ ଯୋଜନା ତଥା ସଂଗଠିତ କରିବାରେ ସାହାଯ୍ୟ କରିଥିଲେ।

ସୋଲେମାନିଙ୍କ ହତ୍ୟା

ଜାନୁୟାରୀ ୩,୨୦୨୦ରେ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ଡ୍ରୋନ୍ ଦ୍ୱାରା ସୋଲେମାନିଙ୍କ କନଭେନକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ସୋଲେମାନିଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ କାଟାଏବ ହିଜବୁଲ ନେତା ଅବୁ ମହଦି ଅଲ-ମୁହାନ୍ଦିସ ମଧ୍ୟ ଯାତ୍ରା କରୁଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ଆମେରିକା ଦ୍ୱାରା କାଟାଏବ ହିଜବୁଲଙ୍କୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଇଥିଲା ।

ଇରାନ ସେନା କାହିଁକି ସିରିଆରେ ଉପସ୍ଥିତ ?

ସିରିଆ ଗୃହଯୁଦ୍ଧ ଆରମ୍ଭରୁ ଇରାନ ସୈନ୍ୟବାହିନୀ ସିରିଆରେ ଉପସ୍ଥିତ ଥିଲେ। ତାଙ୍କ ଶାସନ ବିରୋଧରେ ବ୍ୟାପକ ବିଦ୍ରୋହରେ ଇରାନ ସୈନ୍ୟମାନେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସାଦଙ୍କୁ ସମର୍ଥନ କରିଛନ୍ତି ।ନିକଟ ଅତୀତରେ ଇସ୍ରାଏଲ ଯୁଦ୍ଧଗ୍ରସ୍ତ ସିରିଆର ସରକାରୀ ନିୟନ୍ତ୍ରିତ ଅଞ୍ଚଳରେ ଶହ ଶହ ଷ୍ଟ୍ରାଇକ୍ କରିଛି । ଇସ୍ରାଏଲ୍ ସାଧାରଣତ ସିରିଆ ଉପରେ କରିଥିବା ଏହାର କୌଣସି ବି ଏୟାର ଷ୍ଟ୍ରାଇକକୁ ସ୍ୱୀକାର କରେ ନାହିଁ। କିନ୍ତୁ ଯେତେବେଳେ ବି ଏହା ହୁଏ, ସେ ସଫେଇ ଦେଇଥାଏ କି ଯେ ଏହା ସେଠାରେ ଇରାନ ସମର୍ଥିତ ଗୋଷ୍ଠୀକୁ ଟାର୍ଗେଟ କରୁଛି, ଯାହା ଅସଦଙ୍କ ସରକାରକୁ ସମର୍ଥନ କରୁଛନ୍ତି । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)IRGC ହେଉଛି ଇରାନ ସଶସ୍ତ୍ର ବାହିନୀର ଏକ ଶାଖା | ଇସଲାମିକ ବିପ୍ଳବ ପରେ ମେ ୧୯୭୯ ରେ ରୁହୋଲ୍ଲା ଖୋମିନିଙ୍କ ଦ୍ଵାରା ଏହା ଏକ ସାମରିକ ଶାଖା ଭାବରେ ପ୍ରତିଷ୍ଠିତ ହୋଇଥିଲା । ଇରାନ ସୈନ୍ୟମାନେ ପାରମ୍ପାରିକ କ୍ଷମତାରେ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରୁଥିବାବେଳେ ଆଇଆରଜିସିସିର ସାମ୍ବିଧାନିକ ଦାୟିତ୍ଵ ହେଉଛି ଇସଲାମିକ୍ ଗଣତନ୍ତ୍ରର ଅଖଣ୍ଡତା ନିଶ୍ଚିତ କରିବା । ଏହା ଅଧୀନରେ, ଇରାନରେ ବିଦେଶୀ ହସ୍ତକ୍ଷେପକୁ ରୋକିବା, ସୈନ୍ୟବାହିନୀ ଦ୍ଵାରା ସରକାରକୁ କ୍ଷମତାଚ୍ୟୁତ କରିବାରୁ ରୋକିବା ଏବଂ ଇସଲାମିକ ବିପ୍ଳବର ଆଦର୍ଶଗତ ଐତିହ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ହେଉଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଇତ୍ୟାଦି । ଆଇଆରଜିସି ବହାରେନ, ସାଉଦି ଆରବ, ସ୍ୱିଡେନ ଏବଂ ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ ହୋଇଛି ।

୨୦୧୧ ସୁଦ୍ଧା, IRGC ରେ ମୋଟ ୨୫୦,୦୦୦ ସୈନିକ ଥିଲେ। ଆଇଆରଜିସି ନୌସେନା ବର୍ତ୍ତମାନ ପାରସ୍ୟ ଉପସାଗରରେ କାର୍ଯ୍ୟକ୍ଷମ ନିୟନ୍ତ୍ରଣ ସହିତ ଇରାନର ମୁଖ୍ୟ ଶକ୍ତି ଅଟେ । ଆଇଆରଜିସିର ବାସିଜ, ଏକ ପାରାମିଲିଟାରୀ ସ୍ବେଚ୍ଛାସେବୀ ମିଲିସିଆରେ ପ୍ରାୟ ୯୦,୦୦୦  ସକ୍ରିୟ କର୍ମଚାରୀ ଅଛନ୍ତି । ଏକ ଆଦର୍ଶବାଦୀ ମିଲିସିଆ ଭାବରେ ଉଭା ହୋଇ ଇରାନ ରାଜନୀତି ଏବଂ ସମାଜର ପ୍ରାୟ ସବୁ କ୍ଷେତ୍ରରେ ଆଇଆରଜିଟିସି ପ୍ରମୁଖ ଭୂମିକା ଗ୍ରହଣ କରିଛି ।

The post ତିନି ବର୍ଷ ପୂର୍ବେ ଇରାକରେ ହତ୍ୟା କରାଯାଇଥିଲା ଇରାନର ଜଣେ ବରିଷ୍ଠ ଆର୍ମି ଜେନେରାଲଙ୍କୁ । ଏବେ ସିରିଆରେ ଏୟାର ଷ୍ଟ୍ରାଇକରେ  ନିହତ ହେଲେ ଆଉଜଣେ ଟପ୍ କମାଣ୍ଡର first appeared on Kanak News.

from Kanak News
via <a href="https://ifttt.com/?

ବସ୍ ଓଲଟି ୨୫ରୁ ଅଧିକ ଆହତ । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର

କନକ ବ୍ୟୁରୋ : ବାଲିଗୁଡାକୁ ଆସିଲା ଏକ ବଡ ଦୁର୍ଘଟଣାର ଖବର । ବ୍ରାହ୍ମଣୀଗାଁ ଥାନା ମାହାକୁଡି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପର୍ଯ୍ୟଟକ ବସ୍ ଓଲଟି ୨୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି । ଆହାତଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଆଧାରରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ଦାରିଙ୍ଗବାଡିରୁ ଗଜପତି ଯିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

The post ବସ୍ ଓଲଟି ୨୫ରୁ ଅଧିକ ଆହତ । ୨ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର first appeared on Kanak News.

from Kanak News
via <a href="https://ifttt.com/?

୧୦ଡିଗ୍ରୀ ତଳେ ୪ ସହର । ରାଜ୍ୟରେ କମୁଛି ଶୀତର ଲହରୀ

କନକ ବ୍ୟୁରୋ : ମାତ୍ର କିଛି ଦିନ ହାଡଭଙ୍ଗା ଶୀଲ ପରେ ରାଜ୍ୟରେ କମିଛି ଶୀତର ଲହରୀ । ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ୧୦ଡିଗ୍ରୀ ତଳେ ୪ସହର ରହିଛି ।

କୋରାପୁଟ ୭.୪, ଜି. ଉଦୟଗିରି ୭.୮, ଦାରିଙ୍ଗବାଡି ୯.୫, ସେମିଳିଗୁଡା ୯.୬, ଫୁଲବାଣୀ ୧୦.୫, କିରେଇ ୧୦.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା ଓ ନବରଙ୍ଗ ପୁରରେ ୧୧ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବୌଦ୍ଧ ଓ ନୂଆପଡାରେ ରାତିର ତାପମାତ୍ରା ୧୨ଡିଗ୍ରୀ ରେକର୍ଡ ହୋଇଛି ।

The post ୧୦ଡିଗ୍ରୀ ତଳେ ୪ ସହର । ରାଜ୍ୟରେ କମୁଛି ଶୀତର ଲହରୀ first appeared on Kanak News.

from Kanak News
via <a href="https://ifttt.com/?

ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ନମିଶିବା ନେଇ ବିଜେପୁର ନାଗରିକ କମିଟି ପକ୍ଷରୁ ପ୍ରତିବାଦ

କନକ ବ୍ୟୁରୋ : ଆଜି ବିଜେପୁରରେ ଚାଲିଛି ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ମିଶିବେ ନାହିଁ ବୋଲି ବିଜେପୁର ନାଗରିକ କମିଟି ସହ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ବିଜେପୁର ବ୍ଲକ ଓ ଏନ-ଏସ-ସି ଅଞ୍ଚଳ ସାମିଲ ନ ହେବା ପାଇଁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ଠପ ରହିଛି ।
ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହେଉଥିବା ବେଳେ ବିଭିନ୍ନ ଛକରେ ପ୍ରତିବାଦକାରୀ ପିକେଟିଂ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ବିଭିନ୍ନ ଛକରେ ମୁତୟନ କରାଯାଇଛି ।

The post ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ନମିଶିବା ନେଇ ବିଜେପୁର ନାଗରିକ କମିଟି ପକ୍ଷରୁ ପ୍ରତିବାଦ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା । ନେତୃତ୍ୱ ନେବେ ରାହୁଲ ଗାନ୍ଧୀ, ଓଡ଼ିଶା ଦେଇ ଆଗକୁ ବଢିବ ଯାତ୍ରା ।

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଯିବ । ମୋଟ ୬୨୦୦ କିଲୋମିଟରର ଏହି ଯାତ୍ରା ସମ୍ପୂର୍ଣ୍ଣ ରୂପେ ପଦଯାତ୍ରା ହେବନି । ବରଂ ଏହି ଯାତ୍ରାରେ ବସର ବ୍ୟବହାର କରାଯିବ ।

ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଦେଇ ଏହି ଯାତ୍ରା ଯିବ । ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ବସରେ ଏହି ଯାତ୍ରା କରାଯିବ । ତେବେ ଯାତ୍ରାରେ ସାମିଲ ନେତା କିଛି କିଛି ସ୍ଥାନରେ ପଦଯାତ୍ରା ମଧ୍ୟ କରିବେ ।

https://platform.twitter.com/widgets.jsଏହି ଯାତ୍ରାର ନାଁ ଭାରତ ନ୍ୟାୟ ଯାତ୍ରା ରଖିବା ପଛର ମୂଳ କାରଣ ବାବଦରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆମେ ଜନତାଙ୍କୁ ଆଶ୍ୱସନା ଦେବାକୁ ଚାହୁଁଛୁୁ ଯେ, ଆର୍ଥିକ, ସାମାଜିକ ନ୍ୟାୟ ସେମାନଙ୍କୁ ପ୍ରଦାନ କରିବୁ । ପୂର୍ବରୁ ଭାରତ ଯୋଡ ଯାତ୍ରା ୧୨ଟି ରାଜ୍ୟ ଦେଇ ଯାଇଥିବା ବେଳେ ଏବେ ୧୪ଟି ରାଜ୍ୟ ଦେଇ ଭାରତ ନ୍ୟାୟ ଯାତ୍ରା ଯିବ । ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ।

The post ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା । ନେତୃତ୍ୱ ନେବେ ରାହୁଲ ଗାନ୍ଧୀ, ଓଡ଼ିଶା ଦେଇ ଆଗକୁ ବଢିବ ଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ପାଠପଢା ନାଁରେ କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ । ହିଞ୍ଜିଳିକାଟୁ ସାଇନ୍ସ କଲେଜ ନାଁରେ ଆସିଲା ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ୍ । ଏପରି ଏକ ସାଂଘାତିକ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରେ ଗତ ଦୁଇ ବର୍ଷ ହେଲା ସେକ୍ସ୍ ରାକେଟ କାରବାର ଚାଲୁଛି ।

ରାତିବେଳା କଲେଜ କ୍ୟାମ୍ପସରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି । ଏହାପରେ ଉଚ୍ଚ ଶିକ୍ଷା ବିଭାଗ ଏହାକୁ ନେଇ ଗମ୍ଭୀର ହୋଇଛନ୍ତି । ସଂପୃକ୍ତ କଲେଜର ଅନେକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି ।

The post ପାଠପଢା ନାଁରେ କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ । ହିଞ୍ଜିଳିକାଟୁ ସାଇନ୍ସ କଲେଜ ନାଁରେ ଆସିଲା ସାଂଘାତିକ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started