କର୍ଣ୍ଣାଟକରେ ଫେରିଲା କ୍ୱାରେଣ୍ଟାଇନ । କରୋନାରେ ସଂକ୍ରମିତ ହେଲେ ୭ ଦିନ ପର୍ଯ୍ୟନ୍ତ ରହିବେ ସଙ୍ଗରୋଧରେ ।

କନକ ବ୍ୟୁରୋ : କର୍ଣ୍ଣାଟକରେ ଫେରିଲା କୋଭିଡ୍ କଟକଣା । କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ସଂଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ।

ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ ଦିନ ଛୁଟି ପାଇବେ । ଜେଏନ୍.୧ ସବ୍ ଭାରିଏଂଟ ଚିହ୍ନଟ ହେବା ପରେ ମଙ୍ଗଳବାର କୋଭିଡ୍-୧୯ ସଂକ୍ରାନ୍ତ କ୍ୟାବିନେଟ୍ ସବ୍ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଖୁବଶୀଘ୍ର ସରକାର ଏ ନେଇ ଗାଇଡଲାଇନ ଜାରି କରିବେ ବୋଲି ଜଣାପଡିଛି । ସେହିପରି କର୍ଣ୍ଣାଟକରେ ଦୈନିକ ପାଖାପାଖି ୫ ହଜାର କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି ।

The post କର୍ଣ୍ଣାଟକରେ ଫେରିଲା କ୍ୱାରେଣ୍ଟାଇନ । କରୋନାରେ ସଂକ୍ରମିତ ହେଲେ ୭ ଦିନ ପର୍ଯ୍ୟନ୍ତ ରହିବେ ସଙ୍ଗରୋଧରେ । first appeared on Kanak News.

from Kanak News
via <a href="https://ifttt.com/?

ରାହୁଲ କୁସ୍ତି ଖେଳିଲେ, କୁସ୍ତିଯୋଦ୍ଧାଙ୍କ ଜୀବନଶୈଳୀ ବାବଦରେ ପଚାରି ବୁଝିଲେ । ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ।

କନକ ବ୍ୟୁରୋ : ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହରିୟାଣାର ଝାଜାର ଜିଲ୍ଲାରେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ଏହି ଭେଟଘାଟ ପରେ ବଜରଙ୍ଗ କହିଛନ୍ତି, ରାହୁଲ ଏଠାକୁ ଆସି କୁସ୍ତି ଶିଖିବା ସହ ଖେଳିଥିଲେ । କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ଜୀବନଶୈଳୀ କେମିତି ତାହା ଜାଣିଥିଲେ ।

ବିଜେପି ସାଂସଦ ତଥା କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବିବାଦ ଦେଖାଦେଇଥିଲା । ଯାହାକୁ ବିରୋଧ କରିଥିଲେ କୁସ୍ତିଯୋଦ୍ଧା । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ସେହିଭଳି ଅଲିମ୍ପିକ ମେଡାଲ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ । ସ୍ଥିତି ବିଗୁଡୁଥିବାରୁ କୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ରଦ୍ଦ କରିଥିଲା । ସଂଘ ପରିଚାଳନା ପାଇଁ ଅସ୍ଥାୟୀ କମିଟି ଗଠନ କରିବାକୁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି ।

The post ରାହୁଲ କୁସ୍ତି ଖେଳିଲେ, କୁସ୍ତିଯୋଦ୍ଧାଙ୍କ ଜୀବନଶୈଳୀ ବାବଦରେ ପଚାରି ବୁଝିଲେ । ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ । first appeared on Kanak News.

from Kanak News
via <a href="https://ifttt.com/?

ଏସଡିଓ ଓ ସରପଞ୍ଚ ମାରପିଟ, ଉଭୟଙ୍କୁ କୋର୍ଟରୁ ମିଳିଲା ଜାମିନ । ନିମ୍ନମାନର କାମ ଅଭିଯୋଗ କରି ମାଡ ଖାଇଥିଲେ ସରପଞ୍ଚ !

କନକ ବ୍ୟୁରୋ : ହରିଶଙ୍କର ପୀଠର ଏସଡିଓ ଓ ସରପଞ୍ଚଙ୍କ ମାରପିଟ୍ ଘଟଣାରେ ଉଭୟଙ୍କୁ ଜାମିନ୍ । ପୋଲିସ କୋହଳ ଦଫା ଲଗାଇଥିବାରୁ ଉଭୟଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି । ଗତକାଲି ବଲାଙ୍ଗୀର ହରିଶଙ୍କର ପୀଠରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶୀଲ ଗୁରୁଙ୍କୁ ମାଡ ମାରିଥିଲେ ପି.ଡବ୍ଲୁ,ଡି.ଏସଡିଓ ଶ୍ରୀଧର ଦାସ ।

ବାଡି ଓ ଲୁହାରଡ ଧରି ସରପଞ୍ଚଙ୍କୁ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହରିଶଙ୍କରରେ ବିଭିନ୍ନ ଉନ୍ନୟନମୂଳକ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିବା ପରେ ପିଡବ୍ଲୁଡି ଏସଡିଓ ତାଙ୍କୁ ମାଡ କରିଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଉଭୟ ସରପଞ୍ଚ ଏବଂ ଏସଡିଓଙ୍କ ବିରୋଧରେ ସମାନ ଦଫା ଲଗାଇଥିଲା । ତେଣୁ ଉଭୟଙ୍କୁ ଜାମିନ୍ ମିଳିଯାଇଛି ।

ପ୍ରଥମେ ସରପଂଚ ଧକ୍କା ମାରିବାରୁ ଏସଡିଓ ତାଙ୍କୁ ମାଡ ମାରିଥିବା ଏସଡିଓ କହିଥିଲେ । ୫-ଟି ଅଧିନରେ ବଲାଙ୍ଗୀରର ପବିତ୍ର ଶୈବପୀଠ ହରିଶଙ୍କରରେ ବିକାଶ ପାଇଁ ୧୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କିନ୍ତୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ ଏସଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରପଞ୍ଚ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ପରେ ସରପଞ୍ଚଙ୍କୁ ଏସଡିଓ ମାଡ ମାରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲିଥିଲା ।

The post ଏସଡିଓ ଓ ସରପଞ୍ଚ ମାରପିଟ, ଉଭୟଙ୍କୁ କୋର୍ଟରୁ ମିଳିଲା ଜାମିନ । ନିମ୍ନମାନର କାମ ଅଭିଯୋଗ କରି ମାଡ ଖାଇଥିଲେ ସରପଞ୍ଚ ! first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରାନ୍ତ ବଢ଼ୁଥିବାରୁ ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଗତ ୨୪ ଘଂଟା ମଧ୍ୟରେ କର୍ଣ୍ଣାଟକରେ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୬, ପୁଡୁଚେରୀରେ ୯, ଉତର ପ୍ରଦେଶରେ ୫, ତେଲେଙ୍ଗାନାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

The post ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି first appeared on Kanak News.

from Kanak News
via <a href="https://ifttt.com/?

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭଜନ କୀର୍ତନ ସହ ରାମ ଧୂନରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ

କନକ ବ୍ୟୁରୋ : ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା । ଜାନୁଆରୀ ୨୨ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହିଁଚିଛି ।

ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି । ଏହାରି ଭିତରେ ଶିଳ୍ପୀମାନେ ମଧ୍ୟ ନିର୍ମାଣ କାମ ବେଶ ଧୁମ୍ ଧାମରେ କରୁଛନ୍ତି । ମନ୍ଦିରରେ ଲାଗିବାକୁ ଥିବା ଖମ୍ବରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରୁଛନ୍ତି ଶିଳ୍ପୀ । ପଥର ଗୁଡ଼ିକ ରାଜସ୍ତାନରୁ ଆସିଥିବା ବେଳେ ଶିଳ୍ପୀଙ୍କ କାରୁକାର୍ଯ୍ୟ ବେଶ ଆକୃଷ୍ଟୁ କରୁଛି ।

The post ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭଜନ କୀର୍ତନ ସହ ରାମ ଧୂନରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ତତ୍ପର ଗଞ୍ଜାମ ପ୍ରଶାସନ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ।

କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତତ୍ପର ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୬, ପୁଡୁଚେରୀରେ ୯, ଉତର ପ୍ରଦେଶରେ ୫, ତେଲେଙ୍ଗାନାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପିକନିକ ଋତୁ ଥିବାରୁ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ ପରିଲିକ୍ଷିତ ହେଉଛି । ଯାହା କରୋନା ସଂକ୍ରମଣକୁ ବୃଦ୍ଧି କରିପାରେ । ତେଣୁ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

The post ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ତତ୍ପର ଗଞ୍ଜାମ ପ୍ରଶାସନ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଟ୍ରକ ରଖି ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ । ଘଟଣା ସ୍ଥଳରେ ଟ୍ରକ ଜଣଙ୍କର ମୃତ୍ୟୁ ହୋଇଛି । ଜାମୁଝାଡି-ଧାମରା ରାସ୍ତା ମନ୍ଦାରିରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ଏକ ଟ୍ରକ କେନ୍ଦୁଝରରୁ ଲୁହାପଥର ନେଇ ଧାମରା ବନ୍ଦର ଯାଉଥିବା ବେଳେ ମନ୍ଦାରୀ ନିକଟରେ ଗାଡି ଖରାପ ହୋଇଯାଇଥିଲା । ଗାଡି ରଖି ହେଲପର ଟାୟାର ଖୋଲୁଥିବା ବେଳେ ପଛୁପଟୁ ଆସୁଥିବା ଆଉ ଏକ ଟ୍ରକ ଧକ୍କା ଦେଇଥିଲା ।

The post ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ସିଏନଜି କାରରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ପରିବାରର ତିନି ସଦସ୍ୟ, ଅନ୍ୟ ତିନି ଗୁରୁତର

କନକ ବ୍ୟୁରୋ : କେତେ ଭୟଙ୍କର ହୋଇପାରେ ସିଏନଜି ଚାଳିତ କାର ଗତକାଲି ତାର ଏକ ଉଦାହରଣ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । କାରରେ ନିଆଁ ଲାଗିଯିବାରୁ ଏକ ପରିବାରର ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରତର ହୋଇଛନ୍ତି ।

ସଙ୍କଟାପର୍ଣ୍ଣ ଅବସ୍ଥାରେ ସେମାନଙ୍କୁ ଚିତ୍କିତ୍ସା ଚାଲିଛି । ଗତକାଲି ମଧ୍ୟାନ ସମୟରେ ବେଙ୍ଗାଲୁରୁ ତୁମକର ରୋଡରେ ଏଭଳି ଅଘଟଣ ଘଟିଛି । ମାରୁତି ସୁଜୁକି କାରରେ ହଠାତ୍ ପଛପଟରେ ନିଆଁ ଲାଗିଯାଇଥିଲା । ପରେ ଷ୍ଟେପିନକୁ ନିଆଁ ଧରି ପୁରା କାରରେ ନିଆଁ ଲାଗିଯାଇଥିଲା । ହେଲେ କାର ଡୋର ଲକ ହୋଇଯିବାରୁ ଗାଡିରୁ ବାହାରିପାରିନଥିଲେ ଲୋକ । ପରେ ଅଗ୍ନୀଶମ ବାହୀନୀ ଟିମ ପହଞ୍ଚି ନିଆଁକୁ ଆୟତ କରିବା ଭିତରେ କାରରେ ଥିବା ୩ ଜଣ ସମ୍ପୁର୍ଣ୍ଣ ଜଳିଯାଇଥିଲେ । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି ।

The post ସିଏନଜି କାରରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ପରିବାରର ତିନି ସଦସ୍ୟ, ଅନ୍ୟ ତିନି ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ଆଖି ବୁଜିଲା ରଣପୁରରେ ଅସୁସ୍ଥ ହୋଇପଡିଥିବା ହାତୀ । ଗୋଡରେ ହୋଇଥିଲା ସଂକ୍ରମଣ

କନକ ବ୍ୟୁରୋ : ଖୋର୍ଦ୍ଧା ରଣପୁରରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ହାତୀ ଶେଷରେ ଆଖି ବୁଜିଛି । ବିଳମ୍ବିତ ରାତିରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି । ହାତୀର ଆଗପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା ।

ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତାକୁ ମୟୁରଝାଲିଆ ବୋରବୋରଝର ଜଙ୍ଗଲରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା । ଏପରିକି ଭୁବନେଶ୍ୱର ନନ୍ଦନ କାନନ ଓ ଓୟୁଏଟିରୁ ବିଶେଷଜ୍ଞ ଟିମ୍ ଆସି ଚିକିତ୍ସା କରୁଥିଲେ । ଗତ କାଲି ଦନ୍ତା ହାତୀଟି ଛିଡା ହେବାରେ ଅସମର୍ଥ ହେଉଥିଲା । ଆଉ ରାତିରେ ଶେଷରେ ପ୍ରାଣ ହରାଇଛି

The post ଆଖି ବୁଜିଲା ରଣପୁରରେ ଅସୁସ୍ଥ ହୋଇପଡିଥିବା ହାତୀ । ଗୋଡରେ ହୋଇଥିଲା ସଂକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳରେ ଅନ୍ତଃକନ୍ଦଳ ଚର୍ଚ୍ଚା । ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନସିଂଙ୍କ ଇସ୍ତଫା

କନକ ବ୍ୟୁରୋ : ବିହାରର ଶାସକ ଦଳ ଜନତା ଦଳ (ୟୁନାଇଟେଡ୍)ରେ ସବୁକିଛି ଠିକ୍ ଅଛି ବୋଲି ଏବେ କହିବା ଠିକ୍ ହେବ ନାହିଁ । ଯଦି ଏହା ହୋଇଥାନ୍ତା ତେବେ ଡିସେମ୍ବର ୨୯ରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଡିସେମ୍ବର ୨୫ରେ ପାଟନାରେ ଜେଡିୟୁର ମେଗା ଇଭେଣ୍ଟ୍ ବାତିଲ ହୋଇନଥାନ୍ତା । ଅନ୍ୟପଟେ ଗତକାଲି ଲଲନ ସିଂହ ଜାତୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି । ତେଣୁ ଏବେ ଚର୍ଚ୍ଚା ହେଉଛି ଯେ ନୀତୀଶଙ୍କ ପାର୍ଟିରେ ଆଉ କିଛି ଠିକଠାକ ନାହିଁ । ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ହେଉଛି ଜେଡିୟୁ । କୁହାଯାଉଛି ଦଳର କିଛି ନେତା ଏବେ ବିଜେପି ଆଡକୁ ଢଳିବାକୁ ଚାପ ପକାଉଛନ୍ତି । ଯାହାକୁ ବିରୋଧ କରୁଛନ୍ତି ଲଲନ ସିଂହ । ଏ ବାବଦରେ ସେ ଯେତେବେଳେ ନୀତୀଶଙ୍କୁ ଅବଗତ କରାଇଥିଲେ, ସେ ନିରବ ରହିଥିଲେ । ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଲଲନ ସିଂହ ଇସ୍ତଫା ଦେଇଥିବା କୁହାଯାଉଛି ।

ଅନ୍ୟପଟେ ଜେଡିୟୁ ଭାଙ୍ଗି ଆରଜେଡି ସହ ମିଶ୍ରଣ ହୋଇଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ଚିନ୍ତିତ ଥିବା କୁହାଯାଉଛି । ସେହିପରଣି ଆରଜେଡିର ଶୀର୍ଷ ନେତା ଲାଲୁ ପ୍ରସାଦ ଯାଦବଙ୍କ ସହ ନୀତୀଶଙ୍କ ମନାନ୍ତର ହୋଇଥିବା କୁହାଯାଉଛି । ନୀତୀଶ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ତେଜସ୍ୱୀ ଯାଦବଙ୍କୁ ମେଣ୍ଟର ବର୍ଷକ ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡିବେ ବୋଲି କହିଥିଲେ । ହେଲେ ଏବେ ସେ ପଦ ଛାଡିବାକୁ ରାଜି ହେଉନଥିବା ଚର୍ଚ୍ଚା ହେଉଛି । ତେଣୁ ଏ ନେଇ ଲାଲୁ ଓ ନୀତୀଶଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା କୁହାଯାଉଛି । ତେଣୁ ଇଣ୍ଡିଆ ମେଣ୍ଟର ଆବାହକ ଭାବେ ନୀତୀଶଙ୍କ ନାଁ ଘୋଷଣା ହେବାକୁ ଲାଲୁ କୁଆଡେ ବିରୋଧ କରିଥିବା ଚର୍ଚ୍ଚା ହେଉଛି ।

The post ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳରେ ଅନ୍ତଃକନ୍ଦଳ ଚର୍ଚ୍ଚା । ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନସିଂଙ୍କ ଇସ୍ତଫା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started