୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ସକାଳୁ ସକାଳୁ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳିଲେ ସଲମାନ

କନକ ବ୍ୟୁରୋ : ୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ବଲିଉଡ ଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ସକାଳୁ ସକାଳୁ ପରିବାର ଲୋକ, ସାଙ୍ଗସାଥୀଙ୍କ ସହ ମୁମ୍ବାଇରେ ଜନ୍ମଦିନ ପାଳନ କରିଛନ୍ତି ସଲମାନ । ଗତକାଲି ଦବଙ୍ଗ ଷ୍ଟାରଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ ସେ ମୁମ୍ବାଇ ଆସିଛନ୍ତି । ବ୍ଲାକ ଟି-ସାର୍ଟ ଓ ଜିନ୍ସରେ ସଲମାନଙ୍କୁ ଦେଖିବାକୁ ମିଳିଛି ।

ଜନ୍ମଦିନ ଉତ୍ସବରେ ଝିଆରୀ ଆୟତ୍, ଅର୍ବାଜ ଖାନ, ଅର୍ପିତା ଖାନ ଶର୍ମାଙ୍କୁ ଦେଖିବାକୁ ମିଳିଛି । ସଲମନଙ୍କ ଘନିଷ୍ଠ ବନ୍ଧୁ ବବି ଦେୱଲଙ୍କୁ ମଧ୍ୟ ଦେଖିବାକୁ ମିିଳିଛି । ସଲମାନ ଜଣେ ଅଭିନେତା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ୟ । ଦିର୍ଘ ୩୦ ବର୍ଷ ହେଲା ସେ ବଲିଉଡରେ କାର୍ଯ୍ୟ କରିଆସୁଛନ୍ତି । ଫିଲ୍ମ ପ୍ରଜୋଜକ ଭାବେ ତାଙ୍କୁ ନ୍ୟାସନାଲ ଫିଲ୍ମ ପୁରସ୍କାର, ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୫ରୁ ୨୦୧୮ ମଧ୍ୟରେ ସେ ବିଶ୍ୱର ସବୁଠୁ ଅଧିକ ପାଉଣା ନେଉଥିବା ସେଲିବ୍ରେଟିଙ୍କ ମଧ୍ୟରେ ଗଣାଯାଉଥିଲ । ୧୯୯୮ରେ ‘ବିବି ହୋ ତେ ଏଇସି’ରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ

The post ୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ସକାଳୁ ସକାଳୁ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳିଲେ ସଲମାନ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ରାଜଧାନୀକୁ ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ

କନକ ବ୍ୟୁରୋ : ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର । ଗତକାଲି ହୋଟେଲ ଓ ବାର୍ ମାଲିକଙ୍କୁ ନେଇ ଏକ ବୈଠକ ବସିଥିଲା । ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ଡିସିପିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନକରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ସେହିପରି ରାଜଧାନୀକୁ ସୁରକ୍ଷା ଯୋଗାଇ ଦେବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ସୂଚନା ରହିଛି । ମଦୁଆଙ୍କ ପାଇଁ ସ୍ପେଶାଲ ୫ଟିି ପିସିଆର ଭ୍ୟାନ ବୁଲିବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗା ଓ ତାରକା ହୋଟେଲ ସମ୍ମୁଖରେ ପୋଲିସ ପଇଁତରା ମାରିବ ।

The post ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ରାଜଧାନୀକୁ ଜଗିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ first appeared on Kanak News.

from Kanak News
via <a href="https://ifttt.com/?

ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁବାଇରେ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକର ଅଟକ

କନକ ବ୍ୟୁରୋ : ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁବାଇରେ ମହାଦେବ ବେଟିଂ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଅଟକ ରଖାଯାଇଛି । ଖୁବ୍ ଶୀଘ୍ର ଠକ ଚନ୍ଦ୍ରାକରଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ । ପୁଲିସ ଚନ୍ଦ୍ରାକରଙ୍କ ବିରୋଧରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରାରେ ମାମଲା ରୁଜୁ କରିଛି । ଏହା ସହ ୨୦୧୯ ରୁ ଏହି ଆପ୍ ଜରିଆରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ମୁମ୍ବାଇ ପୋଲିସ ଚନ୍ଦ୍ରାକରଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୬୭, ୪୬୮, ୧୨୦ (ବି) ଏବଂ ଆଇଟି ଆଇନର ଧାରା ୬୬ (ସି), ୬୬ (ଏଫ୍) ଅନୁଯାୟୀ ଏଫଆଇଆର ରୁଜୁ କରିଛି ।

ପୁଲିସ ଏହି ମାମଲାରେ ଚନ୍ଦ୍ରାକରଙ୍କ ସମେତ ୩୨ ଜଣଙ୍କୁ ଅଭିଯୁକ୍ତ କରିଛି । ଏହି ମାମଲାରେ ପୋଲିସ ଦ୍ୱାରା ଲାଗୁ କରାଯାଇଥିବା ଆଇଟି ଆଇନର ଧାରା ୬୬(ଏଫ୍)ର ଅର୍ଥ ହେଉଛି “ସାଇବର ଆତଙ୍କବାଦ ପାଇଁ ଦଣ୍ଡ”, ଏହି ଧାରା ବହୁତ କମ୍ ମାମଲାରେ ଲାଗୁ କରାଯାଇଛି । ଭାରତର ଅଖଣ୍ଡତା, ଏକତା ଏବଂ ନିରାପତା ପ୍ରତି ବିପଦ ଥିବା କ୍ଷେତ୍ରରେ ଏହି ଧାରା ବିଶେଷ ଭାବରେ ପ୍ରୟୋଗ କରାଯାଏ । ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତମାନେ ୨୦୧୯ ରୁ ଫେସବୁକ, ଇନଷ୍ଟାଗ୍ରାମ, ଗୁଗୁଲରେ ପ୍ରମୋସନ କରି ଖିଲାଡି ବୁକ୍ ଭଳି ଆପ୍ଲିକେସନ୍ ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ କ୍ରିକେଟ, ଫୁଟବଲ, ଟେନିସ, କ୍ୟାସିନୋ ଏବଂ ତିନ ପଟ୍ଟି ଭଳି ଖେଳ ଖେଳିବାକୁ ପ୍ରୋତ୍ସାହିତ କରୁଥିଲେ ।

ଅଭିଯୁକ୍ତମାନେ ଏହି ମାଧ୍ୟମରେ ପାଖାପାଖି ୧୫ ହଜାର କୋଟି ଟଙ୍କା ବେଆଇନ୍ ଭାବେ ରୋଜଗାର କରିଛନ୍ତି ଏବଂ ଏହି ପାଣ୍ଠିକୁ ଭାରତ ଏବଂ ବିଦେଶରେ ହୋଟେଲ ଏବଂ ଅନ୍ୟାନ୍ୟ ସଂପତି ଅଧିଗ୍ରହଣ କରିଥିବା ଅଭିଯୋଗ ହୋଇଛି । ନିକଟରେ ଆଇଟି ମନ୍ତ୍ରଣାଳୟ ମହାଦେବ ଆପ୍ ସମେତ ୨୨ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଇଡିର ଅନୁରୋଧକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ୱେବସାଇଟ୍ ବ୍ଲକ୍ ହେବା ମାତ୍ରେ ମହାଦେବ ବୁକ୍ ମଧ୍ୟ ଏକ ନୂଆ ଡୋମେନ୍ ଜାରି କରିଛି । ଏହି ଆପ୍ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ବେଟରଙ୍କ ଆଇଡି ଓ ପାସୱାର୍ଡ ସମାନ ରହିବ ।

The post ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁବାଇରେ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକର ଅଟକ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ । କିଏ ଓ କାହିଁକି ବିସ୍ଫୋରଣ ଘଟାଇଲା କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ମଙ୍ଗଳବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଏହି ବିସ୍ଫୋରଣ ଘଟିଛି । ଦିଲ୍ଲୀ ପୁଲିସର ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ପହଞ୍ଚି ଛାନବିନ କରିଛି ।

ତେବେ ବିସ୍ଫୋରଣରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ । କେହି ଜଣେ ଅଜଣା ବ୍ୟକ୍ତି ଅଗ୍ନିଶବ ବିଭାଗକୁ ଫୋନ୍ କରି ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲା । ଫୋନ୍ କରିଥିବା ବ୍ୟକ୍ତି ଦୂତାବାସ ନିକଟରେ ଥିବା ଏକ ଖାଲି ଜାଗାରେ ବିସ୍ଫୋରଣ ଘଟିଥିବା ସୂଚନା ଦେଇଥିଲା । ତୁରନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କୌଣସି ସିନ୍ଦିଗ୍ଧ ଗତିବିଧି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଘରୋଇ ସୁରକ୍ଷାକର୍ମୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

The post ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ । କିଏ ଓ କାହିଁକି ବିସ୍ଫୋରଣ ଘଟାଇଲା କାରଣ ଅସ୍ପଷ୍ଟ first appeared on Kanak News.

from Kanak News
via <a href="https://ifttt.com/?

ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ପ୍ରଶାସନିକ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମିଳିଲା ଅନୁମତି

କନକ ବ୍ୟୁରୋ : ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ ।

ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି ।

The post ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ପ୍ରଶାସନିକ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମିଳିଲା ଅନୁମତି first appeared on Kanak News.

from Kanak News
via <a href="https://ifttt.com/?

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ ଅନଲାଇନରୁ କେମିତି କରିବେ ଡାଉନଲୋଡ୍

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ ଆଣିବେ ।

ସାମ୍ସ ୱେବସାଇଟ http://www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କତୃପକ୍ଷ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ କଜେଜକୁ ଅବଗତ କରାଇଛି । ଆଡମିଟ୍ କାର୍ଡ ଡାଉନଲୋଡ ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରିବେ, କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କତୃପକ୍ଷ ମେଲ ଜରିଆରେ ବୋର୍ଡକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠୁ ରାଜ୍ୟର ସମସ୍ତ ୧୧୫୮ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ।

The post ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ ଅନଲାଇନରୁ କେମିତି କରିବେ ଡାଉନଲୋଡ୍ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ଟ୍ରାଫିକରେ ଫଶିରହିଛି ହଜାର ହଜାର ଗାଡି

କନକ ବ୍ୟୁରୋ : ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ହିମାଂଚଳ ପ୍ରଦେଶରେ ଟ୍ରାଫିକ୍ରେ ଫଶିରହିଛି ହଜାର ହଜାର ଗାଡି । ଅଟଳ ଟନେଲରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ୨୪ ଘଂଟାରେ ୨୮ ହଜାର ଗାଡି ଟନେଲ ଅତିକ୍ରମ କରିଛି । ମନାଲି ଏବଂ ଅଟଲ ଟନେଲ ମଧ୍ୟରେ ଥିବା ଶୋଲାଙ୍ଗ, ଢୁଙ୍ଗୀ, ଶିଶୁ, ସ୍ପିତି ଆଦି ଅଂଚଳରେ ପ୍ରବଳ ଟ୍ରାଫିକ୍ ଜାମ ହୋଇଛି । ସେପଟେ ଟ୍ରାଫିକ୍ରୁ ବର୍ତିବାକୁ ବିପଦଜ୍ଜନକ ପନ୍ଥା ଆପଣାଇଲେ ପର୍ଯ୍ୟଟକ । ଚନ୍ଦ୍ରା ନଦୀ ଭିତରେ ଚଳାଇଲେ ଏସୟୁଭି କାର ଥାର ।

The post ନୂଆବର୍ଷରେ ମନାଲି ଯାଉଥିଲେ ସାବଧାନ । ତୁଷାରପାତ ଯୋଗୁ ଟ୍ରାଫିକରେ ଫଶିରହିଛି ହଜାର ହଜାର ଗାଡି first appeared on Kanak News.

from Kanak News
via <a href="https://ifttt.com/?

ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ପ୍ରତିକ୍ରିୟ। ରଖିଲା ଚୀନ

କନକ ବ୍ୟୁରୋ : ଚୀନର ମୋବାଇଲ କମ୍ପାନୀ ଭିଭୋର ୩ ଅଫିସରଙ୍କୁ ଗିରଫ କରିବା ପରେ ଚିହିଁକି ଉଠିଛି ଚୀନ । ଗିରଫ ହୋଇଥିବା କର୍ମଚାରୀଙ୍କୁ ରାଷ୍ଟ୍ରଦୂତ ତରଫରୁ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି, ମାମଲାକୁ ଅତି ନିକଟରେ ତଜର୍ମା କରାଯିବା ସହ କର୍ମଚାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବ୍ୟବସାୟ ପାଇଁ ଉଭୟ ଦେଶ ସହମତିରେ କାରବାର କରିବା ଉଚିତ୍ ବୋଲି କହିଛି ଚୀନ । ବେଆଇନ ଅର୍ଥ ହେରଫେର ଅଭିଯୋଗରେ ଭିଭୋ କମ୍ପାନୀରେ ତିନି ଜଣ ଅଫିସରଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରି ପଚରାଉଚରା କରୁଛି । ଅଧିକ ପଚରାଉଚରା ପାଇଁ ମଙ୍ଗଳବାର ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ କୋର୍ଟ । ସେମାନଙ୍କ ମଧ୍ୟରେ ଭିଭୋ ଇଣ୍ଡିଆର ଅସ୍ଥାୟୀ ସିଇଓ, ସିଏଫଓ ଏବଂ କନସଲଟାଂଟ୍ ଅଛନ୍ତି । ଚଳିତ ମାସରେ ଭିଭୋ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଇଡି । ସେଥିରେ କମ୍ପାନୀ ୨୦୧୪ରୁ ୨୦୨୧ ମଧ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା କୁହାଯାଇଛି ।

The post ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ପ୍ରତିକ୍ରିୟ। ରଖିଲା ଚୀନ first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ

କନକ ବ୍ୟୁରୋ : ଚିନ୍ତା ବଢାଉଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦିନକରେ ଜେଏନ ଡଟ୍ ୱାନରେ ୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୪୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ହେଉଛନ୍ତି କର୍ଣ୍ଣାଟକର । ବତର୍ମାନ ଦେଶରେ ସକ୍ରିୟ ମାମଲା ୪ହଜାର ୧୭୦ ମାମଲା ରହିଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଜନଗହଳି ସ୍ଥାନରେ ସାମାଜିକ ଦୁରତା ବଜାୟୀ ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ସିଏସଆଇଆର ଡିଜି ।

The post ଚିନ୍ତା ବଢାଉଛି କୋରୋନାର ନୂଆ ପ୍ରଜାତି ଜେଏନ ଡଟ୍ ୱାନ । ଜନଗହଳି ସ୍ଥାନରେ ସାମାଜିକ ଦୁରତା ରଖିବା ସହ ମାସ୍କ ପିନ୍ଧବାକୁ ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

୪ ଦିନ ପରେ ଫ୍ରାନ୍ସରୁ ଭାରତ ଫେରିଲା ବିମାନ । ମାନବଚାଲାଣ ସନ୍ଦେହରେ ରଖାଯାଇଥିଲା ଅଟକ

କନକ ବ୍ୟୁରୋ : ୪ ଦିନ ଧରି ଫ୍ରାନ୍ସରେ ଅଟକ ଥିବା ବିମାନ ମଙ୍ଗଳବାର ମୁମ୍ବାଇରେ ପହଁଚିଛି । ୨୭୬ ଜଣ ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି ଏହି ବିମାନ୍ । ଅଟକ ଥିବା ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସରେ ଶରଣ ନେଇଛନ୍ତି । ଅବଶିଷ୍ଟ ୨୭୬ ଜଣ ଯାତ୍ରୀ ଏବେ ଭାରତ ଫେରିଛନ୍ତି । ମାନବ ଚାଲାଣ ନେଇ ସନ୍ଦେହ ପରେ ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ପରେ ସବୁକିଛି ଯାଂଚ ପରେ ବିମାନଟି ଭାରତ ଫେରିଥିବା ବେଳେ ଆଶ୍ୱସ୍ତ ହୋଇଛନ୍ତି ଯାତ୍ରୀ ।

ଦୁବାଇରୁ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା । ଫ୍ରାନ୍ସର ବିମାନବନ୍ଦର ଭ୍ୟାଟ୍ରିରେ ଇନ୍ଧନ ଭର୍ତି ପାଇଁ ବିମାନଟି ଅବତରଣ କରିଥିଲା । ପରେ ମାନବ ଚାଲାଣ ସନ୍ଦେହରେ ବିମାନକୁ ସେଠାରେ ଅଟକାଇ ଦିଆଯାଇଥିଲା ।

ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା । ବିମାନରେ ରହିଥିଲେ ୩୦୩ ଜଣ ଭାରତୀୟ । ଯାହାକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ କରିଥିଲା ଫ୍ରାନ୍ସର ସଙ୍ଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ । ତେଣୁ ବିମାନଟି କେଉଁ କାରଣରୁ ନିକରାଗୁଆ ଯାଉଥିଲା ଏବଂ ସେଥିରେ ଥିବା ଯାତ୍ରୀଙ୍କ ଯାଂଚ ପରେ ବିମାନକୁ ଛାଡିଦିଆଯାଇଛି । ତେବେ ଫରାସୀ ଗଣମାଧ୍ୟମ ଅନୁୟାୟୀ ବିମାନର କିଛି ଯାତ୍ରୀ ହିନ୍ଦୁ ଏବଂ କିଛି ତାମିଲ ଭାଷା କହୁଥିଲେ ।

ପ୍ୟାରିସର ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ମାନବ ଚାଲାଣ ନେଇ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ପରେ ବିମାନକୁ ଅଟକ ରଖାଯାଇ ଯାଂଚ କରାଯାଇଥିଲା । ଏପରିକି ପ୍ୟାରିସ ପୋଲିସ ସମସ୍ତ ଯାତ୍ରୀଙ୍କୁ ହୋପାଜତକୁ ନେଇ ତଦନ୍ତ କରିଥିଲା ।

ଫ୍ରାନ୍ସରେ ମାନବ ଚାଲାଣ ପାଇଁ ୨୦ ବର୍ଷ ଯାଏଁ ରହିଛି ଦଣ୍ଡ ବ୍ୟବସ୍ଥା । କିନ୍ତୁ ଯାଂଚରୁ ମାନବ ଚାଲାଣ ହେଉନଥିବା ଜଣାପଡ଼ିବା ପରେ ଶେଷରେ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଫେରିଛି ବିମାନ ।

The post ୪ ଦିନ ପରେ ଫ୍ରାନ୍ସରୁ ଭାରତ ଫେରିଲା ବିମାନ । ମାନବଚାଲାଣ ସନ୍ଦେହରେ ରଖାଯାଇଥିଲା ଅଟକ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started