ଜଞ୍ଜିରରେ ବାନ୍ଧି ହତ୍ୟା କଲା, ତା ପରେ ମୃତଦେହକୁ ପୋଡିଦେଲା । ବିବାହ ପାଇଁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କଲା ପିଲାବେଳ ସାଙ୍ଗ ।

କନକ ବ୍ୟୁରୋ: ଚେନ୍ନାଇରେ ଘଟିଛି ଏକ ଛାତିଥରା ଘଟଣା । ସ୍କୁଲ ବେଳ ସାଙ୍ଗକୁ ବିବାହ କରିବାକୁ ବାନ୍ଧବୀ ଜଣକ ନିଜ ଲିଙ୍ଗ ପରିବର୍ତ୍ତନ କଲା । କିନ୍ତୁ ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କଲା ପୁରୁଷ ବେଶ ବଦଳାଇଥିବା ବାନ୍ଧବୀ । ରାଗରେ ପ୍ରଥମେ ଯୁବତୀଙ୍କୁ ଜଞ୍ଜିରରେ ବାନ୍ଧି ବ୍ଲେଡରେ କାଟି ହତ୍ୟା କରିବା ପରେ ମୃତଦେହକୁ ପୋଡିଦେଲା । ।

ଘଟଣାଟି ଶନିବାର ଦିନ ଚେନ୍ନାଇର ଦକ୍ଷିଣ ଉପନଗରୀ ଅନ୍ତର୍ଗତ ତଲାମ୍ବପୁରରେ ଘଟିଛି। ସେଦିନ ଥିଲା ସେ ଇଞ୍ଜିନିୟର୍‌ ଯୁବତୀଙ୍କର ୨୬ତମ ଜନ୍ମଦିନ। ଆଉ ତାଙ୍କୁ ପୋଡ଼ି ମାରିଥିବା ସାଥୀଜଣକ ହେଉଛନ୍ତି ତାଙ୍କୁ ବିଭା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଥିବା ତାଙ୍କ ସ୍କୁଲ୍‌ ବେଳର ବାନ୍ଧବୀ।
ଇଞ୍ଜିନିୟର୍‌ ଆର୍‌. ନନ୍ଦୀନିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କର ଭାବୀ ବର ତଥା ‘ଏମ୍‌ବିଏ’ ସ୍ନାତକ ବେତ୍ରିମାରନ୍‌ଙ୍କୁ ପୁଲିସ ଗିରଫ କରିଛି। ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ବେତ୍ରିମାରାନ୍‌ଙ୍କ ନାଁ ଥିଲା ପଣ୍ଡି ମୁରୁଗେଶ୍ବରୀ। ଦୁହେଁ ସାଥୀ ହୋଇ ଏକା ବାଳିକା ବିଦ୍ୟାଳୟରେ ପଢୁଥିଲେ।

ଲିଙ୍ଗ ପରିବର୍ତ୍ତନ କରିବା ପରେ ବେତ୍ରିମାରନ୍‌ ଦୈହିକ ସମ୍ପର୍କ ଲାଗି ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ନନ୍ଦୀନି ଅରାଜି ହେବାରୁ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। କିନ୍ତୁ, ଦୁହେଁ ପରସ୍ପର ସହିତ ଯୋଗଯୋଗ ରଖିଥିଲେ। ‘ଆଇଟି’ରେ ‘ବିଏସ୍‌ସି’ ଡିଗ୍ରି ହାସଲ କରିବା ପରେ ନନ୍ଦୀନି ୮ ମାସ ତଳେ ଚେନ୍ନାଇରେ ଚାକିରି ଖଣ୍ଡେ ପାଇ ମାମୁଙ୍କ ପାଖରେ ରହୁଥିଲେ। ଶନିବାର ଦିନ ବେତ୍ରିମାରନ୍‌ ନନ୍ଦୀନିଙ୍କୁ ଫୋନ୍‌ କରି ଡକାଇଲେ। ବେତ୍ରିମାରାନ୍‌ ନନ୍ଦୀନିଙ୍କୁ କିଛି ନୂଆ ପୋଷାକପତ୍ର ଖରିଦ କରିଦେଲେ। ନନ୍ଦୀନି ସେସବୁ ଗୋଟାଏ ଅନାଥାଶ୍ରମରେ ଦାନ କଲେ।

ବେତ୍ରିମାରନ୍‌ ନନ୍ଦୀନିଙ୍କୁ ବାଇକ୍‌ରେ ବସାଇ ଘରେ ଛାଡ଼ି ଆସିବାକୁ କହିଲେ। ଘରକୁ ଯିବା ବାଟରେ ପୋନ୍‌ମାର ଅଞ୍ଚଳର ଗୋଟାଏ ନିଛାଟିଆ ଜାଗାରେ ବେତ୍ରିମାରନ୍‌ ଗାଡ଼ି ଅଟକାଇଲେ। ଫଟୋ ପାଇଁ ପୋଜ୍‌ ଦେବାକୁ ନନ୍ଦୀନିଙ୍କୁ କହିଲେ। ତା’ପରେ ବେତ୍ରିମାନ୍‌ ବାଇକ୍‌ରେ ଆଣିଥିବା ଚେନ୍‌ରେ ନନ୍ଦୀନିଙ୍କ ଦୁଇହାତ ଓ ଗୋଡ଼ ବାନ୍ଧି ପକାଇ କହିଲେ କି, ସେ ମଜାରେ ଏମିତି କରୁଛନ୍ତି।

ଚେନ୍‌ ଖୋଲିବାକୁ ନନ୍ଦୀନି ଯେତେ ଅନୁରୋଧ କଲେ ବି ବେତ୍ରିମାରନ୍‌ ଖୋଲିଲେ ନାହିଁ। ଓଲଟି ଗୋଟାଏ ବ୍ଲେଡ୍‌ରେ ନନ୍ଦୀନିଙ୍କ ବେକ ଓ ହାତକୁ କାଟିଲେ। ବୋତଲରେ ଆଣିଥିବା ପେଟ୍ରୋଲ୍‌ ନନ୍ଦୀନିଙ୍କ ଉପରେ ଓଜାଡ଼ି ପକାଇ ନିଆଁ ଲଗାଇ ଘଟଣାସ୍ଥଳରୁ ଖସି ପଳାଇଗଲେ। କିଛି ସମୟରେ ପରେ ନନ୍ଦୀନିଙ୍କୁ ଏଭଳି ଅବସ୍ଥାରେ ଦେଖି କେଥତେକ ଲୋକ ପୁଲିସକୁ ଖବର ଦେଲେ। ମୃତ୍ୟୁ ପୂର୍ବରୁ ନନ୍ଦୀନି ପୁଲିସକୁ ଗୋଟାଏ ଫୋନ୍‌ ନମ୍ବର ଦେଲେ ଏବଂ ସେ ନମ୍ବର ଥିଲା ବେତ୍ରିମାରନ୍‌ଙ୍କର। ପୁଲିସ ସେ ନମ୍ବରକୁ ଫୋନ୍‌ କରିବାରୁ ବେତ୍ରିମାରନ୍‌ ଘଟଣାସ୍ଥଳକୁ ଆସି ନନ୍ଦୀନିର ସାଙ୍ଗ ବୋଲି ପରିଚୟ ଦେଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହିତ ମିଶି ନନ୍ଦୀନିର ଶବ ନେଇ କ୍ରୋମ୍‌ପେଟ୍‌ ଡାକ୍ତରଖାନାକୁ ବି ଗଲେ। ତା’ପରେ ବେତ୍ରିମାରନ୍‌ ଫେରାର୍‌ ହୋଇଗଲେ। ପ୍ରକୃତ କଥା ଜାଣିବା ପରେ ରବିବାର ଦିନ ତଦନ୍ତକାରୀମାନେ ଫେରାର୍‌ ବ୍ରେତିମାରନ୍‌ଙ୍କୁ ଧରିଲେ। କିନ୍ତୁ, କଲାକର୍ମ ପ୍ରତି ତାଙ୍କର କିଛି ଅନୁଶୋଚନା ନାହିଁ ବୋଲି ସେ ପୁଲିସକୁ କହିଛନ୍ତି। ଏବେ ତାକୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି।

The post ଜଞ୍ଜିରରେ ବାନ୍ଧି ହତ୍ୟା କଲା, ତା ପରେ ମୃତଦେହକୁ ପୋଡିଦେଲା । ବିବାହ ପାଇଁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କଲା ପିଲାବେଳ ସାଙ୍ଗ । first appeared on Kanak News.

from Kanak News
via <a href="https://ifttt.com/?

ବଡ଼ଦିନରେ ସାନ୍ତା ବାଣ୍ଟିଲେ ଉପହାର । ଉପହାରରେ ମିଳିଛି ଜାମୁକୋଳି, ଅଶୋକ ଓ ଅନେକ ଫୁଲଗଛ ।

କନକ ବ୍ୟୁରୋ: ବଡ଼ଦିନରେ ସାନ୍ତା ବାଂଟିଲେ ଉପହାର । ବକୁଳ ଲାଇବ୍ରେରୀ ପକ୍ଷରୁ କ୍ୟାଥଲିକ ଚର୍ଚ୍ଚ ଆଗରେ ଗଛ ବଂଟନ କରାଯାଇଛି । ଉପହାର ସ୍ୱରୁପ ଜାମୁକୋଳି, ଅଶୋକ ଓ ଫୁଲଗଛ ଶ୍ରଦ୍ଧାଳୁଙ୍କୁ ବଂଟନ କରାଯାଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।

The post ବଡ଼ଦିନରେ ସାନ୍ତା ବାଣ୍ଟିଲେ ଉପହାର । ଉପହାରରେ ମିଳିଛି ଜାମୁକୋଳି, ଅଶୋକ ଓ ଅନେକ ଫୁଲଗଛ । first appeared on Kanak News.

from Kanak News
via <a href="https://ifttt.com/?

୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ବିଜେପି ପଦାଧିକାରୀ ବୈଠକରେ ନିଷ୍ପତ୍ତି । ରାଜ୍ୟ ସଭାପତି କହିଲେ ଓଡ଼ିଶାକୁ ଦିଆଯିବ ଅଧିକ ଗୁରୁତ୍ୱ ।

କନକ ବ୍ୟୁରୋ: ଓଡ଼ିଶାରେ ୫୧ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ବୈଠକ କରିଥିଲେ । ବୈଠକରେ ହୋଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ ସେ ନେଇ ଆଲୋଚନା ହୋଇଛି । ୫୧ପ୍ରତିଶତ ଭୋଟ୍ ପାଇବା ଲକ୍ଷ୍ୟ ରଖାଯାଇଛି । ଏହାସହ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏବଂ ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

The post ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ବିଜେପି ପଦାଧିକାରୀ ବୈଠକରେ ନିଷ୍ପତ୍ତି । ରାଜ୍ୟ ସଭାପତି କହିଲେ ଓଡ଼ିଶାକୁ ଦିଆଯିବ ଅଧିକ ଗୁରୁତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

କଟକ ଜଗତପୁର ପୂର୍ବକଚ୍ଛ ନାବାଳକ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ ।

କନକ ବ୍ୟୁରୋ: କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାଣ୍ଡର ୯ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଅପ୍ରାକୃତିକ ଯୌନ ସମ୍ପର୍କ ନେଇ ନାବାଳକ ନିଜ ଘରେ କହି ଦେବାରୁ କାଠରେ ପିଟିବା ପରେ ବେକ କାଟି ଦେଇଥିଲା ଅଭିଯୁକ୍ତ ଯୋଗେନ୍ଦ୍ର । ହତ୍ୟା ଘଟଣାରେ ଅଭିଯୁକ୍ତ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛି ପୁଲିସ । ଏହାସହ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଦା’ ଓ କାଠ ଫାଳିଆ ଜବତ କରିଛି ।

ଗତ ୧୬ତାରିଖରେ ଗାଁର ଚନ୍ଦନପୋଖରୀ ହୁଡ଼ାରେ ନାବାଳକର ମୃତଦେହ ମିଳିଥିଲା । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଏବେ ୯ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

The post କଟକ ଜଗତପୁର ପୂର୍ବକଚ୍ଛ ନାବାଳକ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ । ଦେଶରେ ୪ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୩୭୨ ଆକ୍ରାନ୍ତ ଚିହ୍ନଟ , ଜଣେ ମୃତ ।

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି କୋଭିଡର ନୂଆ ସବ ଭାରିଆଣ୍ଟ ଜେଏନ-ଡଟ୍ୱାନ । ସାରା ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ରା ୪ହଜାର ୫୪ରେ ପହଂଚିଛି । ଗତ ୨୪ଘଂଟାରେ ୬୨୮ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ପାର କରିଛି । ଏହାସହ କେରଳର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ମହାରାଷ୍ଟ୍ରର ଥାଣେରୁ ୫ଜଣଙ୍କ ନମୂନାରେ ନୂଆ ଭାରିଆଣ୍ଟ ଜେଏନ-ଡଟ୍ୱାନ ଚିହ୍ନଟ ହୋଇଛି । ନଭେମ୍ବର ୩୦ପରେ ଟେଷ୍ଟ କରାଯାଇଥିବା ୨୦ଟି ନମୂନାରୁ ୫ଟି ଜେଏନ-ଡଟ୍ୱାନ ପଜିଟିଭ ଚିହ୍ନଟ ହୋଇଛି । ରବିବାର ଦିନ ୬୫୬ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଦିନ ୭୫୨ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

The post ପୁଣି ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ । ଦେଶରେ ୪ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୩୭୨ ଆକ୍ରାନ୍ତ ଚିହ୍ନଟ , ଜଣେ ମୃତ । first appeared on Kanak News.

from Kanak News
via <a href="https://ifttt.com/?

ଫଳ ବିକାଳିଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବୃଦ୍ଧ । କେବଳ ଫ୍ଲାଟର ଦାମ ୩.୮୪ କୋଟିରୁ ଉର୍ଦ୍ଧ୍ୱ ।

କନକ ବ୍ୟୁରୋ: ଜଣେ ୮୮ ବର୍ଷୀୟ ବୃଦ୍ଧ ନିଜ ସବୁ ସମ୍ପତ୍ତି ଜଣେ ଫଳ ବିକାଳି ନାଁରେ କରିଦେଲେ । ଏନେଇ ସମ୍ପର୍କୀୟ ଅଭିଯୋଗ କରିଥିଲେ ବି କୋର୍ଟ କିନ୍ତୁ ବୃଦ୍ଧଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିବା ସହ ଫଳ ବିକାଳିକୁ ସବୁ ସମ୍ପତ୍ତିର ହକଦାର ବୋଲି ନିଷ୍ପତ୍ତି ଶୁଣାଇଲେ । ଏଭଳି ଘଟଣା ଘଟିଛି ଚୀନରେ ।
ସାଉଥ୍ ଚୀନ୍ ମର୍ଣ୍ଣିଙ୍ଗ ରିପୋର୍ଟ ଅନୁସାରେ, ଫଳ ବିକାଳିର ନାଁ ହେଉଛି ଲିୟୁ । ବୃଦ୍ଧ ହେଉଛନ୍ତି ୟାହା ମା । ବୃଦ୍ଧ ଜଣକ ଏକାକି ରହୁଥିଲେ । ଦିନେ ଫଳ ବିକାଳି ସହ ତାଙ୍କର କଥା ବାର୍ତ୍ତା ହେବା ସହ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଧିରେ ଧିରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା । ଫଳ ବିକାଳି ଲିୟୁ ବୃଦ୍ଧଙ୍କର ଯତ୍ନ ନେବାକୁ ଲାଗିଲେ । ଏହାପରେ ପରିବାର ସହ ଆସି ସେଠାରେ ରହିବା ସହ ୟାହା ମାଙ୍କର ସବୁ ଦାୟିତ୍ୱ ନେଲେ । ଏଥିରେ ସନ୍ତୁଷ୍ଟ ହୋଇ ବୃଦ୍ଧ ଜଣକ ନିଜର ସବୁ ସମ୍ପତ୍ତି ଲିୟୁଙ୍କ ନାଁରେ ୱିଲ କରିଦେଲେ ।

୨୦୨୦ରେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ କିନ୍ତୁ ଏହାକୁ ଗ୍ରହଣ କରିନଥିଲେ । ବରଂ ବୃଦ୍ଧ ୟାହା ମା ନିଜ ମାନସିକ ଅସ୍ଥିରତା ଯୋଗୁଁ ଏଭଳି କରିଛନ୍ତି ବୋଲି ଯୁକ୍ତି କରିଥିଲେ । ଏବଂ କୋର୍ଟର ଦ୍ୱାରସ୍ଥ ହେଲେ । କିନ୍ତୁ ନୋଟାରୀ ସହ କୋର୍ଟ ମଧ୍ୟ ସବୁ ତଥ୍ୟକୁ ଯାଞ୍ଚ କରି ବୃଦ୍ଧଙ୍କ ମାନସିକ ସ୍ଥିତି ପୁରା ଠିକ୍ ଥିବା କହିବା ସହ ତାଙ୍କର ୱିଲ ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇବା ସହ ସବୁ ସମ୍ପତ୍ତିର ଦସ୍ତାବିଜ୍ ଫଳ ବିକାଳି ଲିୟୁଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ଫଳ ବିକାଳିଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବୃଦ୍ଧ । କେବଳ ଫ୍ଲାଟର ଦାମ ୩.୮୪ କୋଟିରୁ ଉର୍ଦ୍ଧ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୫ ଗିରଫ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ ।

କନକ ବ୍ୟୁରୋ: ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୫ଜଣଙ୍କୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିର ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଏକାଧିକ ଲୋକଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ ଅନ୍ୟମାନଙ୍କ ଅପରାଧର ତାଲିକା ଖୋଜୁଛି ପୁଲିସ । ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ରବିବାର ଏୟାରପୋର୍ଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହାଣି ପକାଇଥିଲେ ଦୁର୍ବୃତ୍ତ । ଆକ୍ରମଣରେ ଯୁବକଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଗଲା ତାହା ଜଣାପଡି ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।

The post ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୫ ଗିରଫ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ଧର୍ଯ୍ୟ ହରାଇଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ । ଅଟକାଇପାରିଲାନି ପୋଲିସ ।

କନକ ବ୍ୟୁରୋ: ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ଧର୍ଯ୍ୟ ହରାଇଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଅଟକାଇପାରିନାହିଁ ପୋଲିସ । ଗଳାବାଟରେ ଯାତ୍ରୀ ଗୁମାସ୍ତା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଅଭିଯୋଗ ହୋଇଛି । ବଡ଼ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହୋଇଛି ପ୍ରବଳ ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଦିନ ବଢିବା ସହ ଭକ୍ତଙ୍କ ଗହଳି ବଢୁଛି । ଲମ୍ବା ଲାଇନରେ ଯାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି ।

ଆଗକୁ ନୂଆ ବର୍ଷ ଆସୁଛି । ନୂଆବର୍ଷ ଯେତିକି ପାଖଉଛି, ପର୍ଯ୍ୟଟକଙ୍କ ଭିଡ଼ ସେତିକି ବଢିଚାଲିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

The post ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ଧର୍ଯ୍ୟ ହରାଇଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ । ଅଟକାଇପାରିଲାନି ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲା ପରେ ବଲାଙ୍ଗୀରରେ ଡାଇରିଆ ଆତଙ୍କ । କଣ୍ଟାବାଞ୍ଝିରେ ଝାଡାବାନ୍ତିରେ ୨ ମୃତ, ୬ଆକ୍ରାନ୍ତ ।

କନକ ବ୍ୟୁରୋ: ରାଉରକେଲାରେ ଏଯାଏଁ ନିୟନ୍ତ୍ରଣକୁ ଆସିନି ଡାଇରିଆ । ଏପଟେ ବଲାଙ୍ଗୀର କଣ୍ଟାବାଞ୍ଝିରେ ଝାଡ଼ାବାନ୍ତି ଚିନ୍ତା ବଢ଼ାଇଲାଣି । ଝାଡ଼ାବାନ୍ତିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆକ୍ରାନ୍ତ କଣ୍ଟାବାଞ୍ଝିି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କଣ୍ଟାବାଞ୍ଝି ଡାକ୍ତରଖାନାରେ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ପୁଡ଼ାପଦାର ଗାାଁ ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ସାହୁ ।

The post ରାଉରକେଲା ପରେ ବଲାଙ୍ଗୀରରେ ଡାଇରିଆ ଆତଙ୍କ । କଣ୍ଟାବାଞ୍ଝିରେ ଝାଡାବାନ୍ତିରେ ୨ ମୃତ, ୬ଆକ୍ରାନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ: ରାମଲାଲାଙ୍କ ମାମୁଁଘରୁ ୩ ହଜାର କ୍ୱିଣ୍ଟାଲ ଚାଉଳ, ଶ୍ୱଶୁର ଘରୁ ଉପହାରର ୧୧ଶହ ଥାଳି ଆସିବ… ଆଉ କେଉଁଠୁ କ’ଣ ଆସିବ?

କନକ ବ୍ୟୁରୋ: ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ତଥା ପ୍ରାଣ ପ୍ରତିଷ୍ଠାର ଦିନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉକ୍ରଣ୍ଠା ସେତିକି ବଢି ବଢି ଚାଲିଛି । ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି । ଏହି ଦିନ ପାଇଁ ଅଯୋଧ୍ୟାକୁ ଦେଶ ବିଦେଶରୁ ଉପହାର ପହଞ୍ଚିବା ଉପରେ । ଯେପରିକି ଶ୍ରୀରାମଙ୍କ ମାମୁଁଘର ଛତିଶଗଡରୁ ୩ ହଜାର କ୍ୱିଣ୍ଟାଲ ଚାଉଳ ଆସିବ । ସେହିପରି ଶ୍ରୀରାମଙ୍କ ଶ୍ୱଶୁର ଘର ନେପାଳର ଜନକପୁରୀରୁ ନୂତନ ବସ୍ତ୍ର ସହ ଫଳ . ମିଠା, ଏବଂ ବିଭିନ୍ନ ଉପହାରରେ ସଜ୍ଜିତ ପାଖାପାଖି ୧୧୦୦ ଥାଳି ଆସି ପହଞ୍ଚିବ । ଏହା ବ୍ୟତୀତ ଭାରତର ବିଭିନ୍ନ ରାଜ୍ୟରୁ ମଧ୍ୟ ଅନେକ ପ୍ରକାରର ଉପହାର ଅଯୋଧ୍ୟା ଆସି ପହଞ୍ଚିବାର ସୂଚନା ରହିଛି । ଆସନ୍ତୁ ଜାଣିବା କେଉଁଠୁ କ’ଣ ଆସିବ?

ଶ୍ରୀରାମଙ୍କ ମାମୁଁଘର ଓ ଶ୍ୱଶୁର ଘର ବ୍ୟତୀତ ଉତ୍ତରପ୍ରଦେଶ ଏଟା ଜିଲ୍ଲାରୁ ରାମଲାଲାଙ୍କ ଦରବାର ପାଇଁ ଅଷ୍ଟଧାତୁରେ ନିର୍ମିତ ୨୧ କେଜିର ଘଣ୍ଟି ଆସିବ । କୁହାଯାଉଛି ଏହା ହେବ ଦେଶର ସବୁଠୁ ବଡ ଘଣ୍ଟି, ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା । ଏହାକୁ ବନାଇବାରେ ୪୦୦ କାରିଗର ଲାଗିଛନ୍ତି ।ଏହାର ଓଜନ ୨୧୦୦ କେଜି ଥିବାବେଳେ ଏହାର ଚଉଡା ୧୫ ଫୁଟ ରହିଛଇ । ଏହାକୁ ବନାଇବାରେ ୧ ବର୍ଷ ସମୟ ଲାଗିଥିବା କୁହାଯାଇଛି ।

ଏହାସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ଗୁଜୁରାଟ ବଦୋଦରାରୁ ୧୦୮ ଫୁଟ ଲମ୍ବର ଧୂପକାଠି ଅଯୋଧ୍ୟା ଆସିବ । ଏହାକୁ ପଞ୍ଚଗବ୍ୟରେ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ୩୫୦୦ କେଜି । ଏହାକୁ ବନାଇବାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏବଂ ୬ ମାସ ସମୟ ଲାଗିଛି ।

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ସେଠାରେ ଭଗବାନଙ୍କ ଚରଣ ପାଦୁକା ରଖାଯିବ । ଏହାକୁ ଦେଶବ୍ୟାପୀ ପରିକ୍ରମା କରାଯାଉଛି । ଏହା ଜାନୁଆରୀ ୧୯ରେ ଅଯୋଧ୍ୟାରେ ପହଞ୍ଚିବ । ଏହାକୁ ହାଇଦ୍ରାବାଦର ଶ୍ରୀନିବାସ ଶାସ୍ତ୍ରୀ ନିର୍ମାଣ କରିଛନ୍ତି ।

The post ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ: ରାମଲାଲାଙ୍କ ମାମୁଁଘରୁ ୩ ହଜାର କ୍ୱିଣ୍ଟାଲ ଚାଉଳ, ଶ୍ୱଶୁର ଘରୁ ଉପହାରର ୧୧ଶହ ଥାଳି ଆସିବ… ଆଉ କେଉଁଠୁ କ’ଣ ଆସିବ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started