ସାମାନ୍ୟ କଳିରୁ ଭାଇକୁ ମାରିଦେଲା ଭାଇ । ସାନଭାଇର ପେଚକସ୍ ଆକ୍ରମଣରେ ଗଲା ବଡଭାଇର ଜୀବନ ।

କନକ ବ୍ୟୁରୋ: ସାମାନ୍ୟ କଳହରୁ ଭାଇକୁ ମାରିଲା ଭାଇ । ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବିବିସିପଡ଼ାର ମହେନ୍ଦ୍ର ବାଗ ନିଜ ବଡ଼ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ଏକ ପେଚକସରେ ଆକ୍ରମଣ କରିଥିଲେ ମହେନ୍ଦ୍ର ବାଗ୍ । ଘଟଣା ସ୍ଥଳରେ ହିଁ ଗଣେଶଙ୍କର ମୃତ୍ୟୁ ହୋଇଥିବା ବେଳେ ମହେନ୍ଦ୍ର ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ସାମାନ୍ୟ କଳିରୁ ଭାଇକୁ ମାରିଦେଲା ଭାଇ । ସାନଭାଇର ପେଚକସ୍ ଆକ୍ରମଣରେ ଗଲା ବଡଭାଇର ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ଦିନ ସୁରକ୍ଷା ଚିନ୍ତା । ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା ।

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ପୁଲିସକୁ ବଡ଼ଦିନ ସୁରକ୍ଷା ଚିନ୍ତା । ସାରା ଜିଲ୍ଲାର ବିଭିନ୍ନ ପ୍ରମୁଖ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ କଡ଼ାକଡ଼ି ସୁରକ୍ଷା କରାଯାଇଛି । ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଯାଂଚ ଚାଲିଛି । ୨୦ପ୍ଲାଟୁନ ପୁଲିସ ଫୋର୍ସ, ୭୦ରୁ ଅଧିକ ଅଧିକାରୀ ମୁତୟନ ଥିବା ବେଳେ ୧୦ଟି ଚେକିଂ ପଏଂଟ କରାଯାଇଛି ।

ସେପଟେ ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚରେ ମଧ୍ୟରାତିରେ ପ୍ରଭୁ ଯୀଶୁଙ୍କ ଧରାବତଣ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଛି । ଏହି ଅବସରରେ ଚର୍ଚ୍ଚକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜା ଯାଇଥିଲା । ଖ୍ରୀଷ୍ଟ ଧର୍ମବଲମ୍ବି ନୂତନ ପୋଷାକ ପରିଧାନ କରି ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ପ୍ରଭୁଙ୍କ ପ୍ରାର୍ଥନା, ଉପାସନା ସହ ଭକ୍ତିପୂର୍ଣ୍ଣ ଗୀତ ଗାଇ ଯୀଶୁଙ୍କ ଆଗମନକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ।

The post କନ୍ଧମାଳ ଜିଲ୍ଲା ପୋଲିସକୁ ବଡ଼ଦିନ ସୁରକ୍ଷା ଚିନ୍ତା । ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା । first appeared on Kanak News.

from Kanak News
via <a href="https://ifttt.com/?

୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଲା ମାଆ; ଘରେ ପଡ଼ିରହି ଦୁର୍ଗନ୍ଧ ହେଲା ଶବ

କନକ ବ୍ୟୁରୋ: ୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଥିବା କାରଣରୁ ଆମେରିକାର ଉତ୍ତର କେରୋଲିନା ଅନ୍ତର୍ଗତ ମୋରିସ୍‌ଭିଲ୍‌ ସହରରେ ରହୁଥିବା ପ୍ରିୟଙ୍କା ତିୱାରୀ ନାମ୍ନୀ ଜଣେ ଭାରତୀୟ ମହିଳାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି। ମୋରିସଭିଲସ୍ଥିତ ବାସଭବନରୁ ତାଙ୍କ ପୁଅର ଗଳିତ ଶବ ଉଦ୍ଧାର କରାଯାଇଛି। ସେଦିନ ସନ୍ଧ୍ୟା ୫.୩୫ରେ ୩୩ ବର୍ଷୀୟ ତିୱାରି ୯୧୧କୁ ଫୋନ୍‌ କରି ଜଣାଇଲେ ଯେ, ତାଙ୍କ ପୁଅ ନିଶ୍ଚଳ ହୋଇ ପଡ଼ିରହିଛି। ସେଠାରେ ପହଞ୍ଚି ପୁଲିସ ଓ ପାରାମେଡିକ୍‌ କର୍ମଚାରୀମାନେ ପୁଅର ‘ସିପିଆର୍‌’ କଲେ, କିନ୍ତୁ ତା’ର ଶ୍ବାସକ୍ରିୟା ଫେରିଲା ନାହିଁ।

ଶବ ପଚି ଆସିଥିବା ଦେଖି ପୁଲିସ ସୁନିଶ୍ଚିତ ହେଲା ଯେ, ପିଲାଟି କେତେ ଦିନ ତଳୁ ମରିଯାଇଛି। ସେମାନେ ଦେଖିଲେ ଘରେ ଖାଇବା ଜିନିଷ ପ୍ରାୟ କିଛି ନାହିଁ। ସେମାନେ ସୁନିଶ୍ଚିତ ହେଲେ ଯେ, ମୃତ୍ୟୁର ପ୍ରାୟ ମାସେ ଆଗରୁ ସେ ପିଲାର ଓଜନ ଖୁବ୍‌ ହ୍ରାସ ପାଇଥିଲା। ପିଲାଟି ନିର୍ୟାତନା ଓ ଅବହେଳା କାରଣରୁ ମରିଥିବା କଥା ତଦନ୍ତକାରୀମାନେ ସୁନିଶ୍ଚିତ ହୋଇଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।

The post ୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଲା ମାଆ; ଘରେ ପଡ଼ିରହି ଦୁର୍ଗନ୍ଧ ହେଲା ଶବ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ । ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ।

କନକ ବ୍ୟୁରୋ: ଆଜି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ । ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ସମାଧି ସ୍ଥଳ ‘ସଦୈବ ଅଟଳ’ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଓ ନେତାବୃନ୍ଦ ।

The post ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ । ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । । first appeared on Kanak News.

from Kanak News
via <a href="https://ifttt.com/?

ଘର ଭିତରେ ଫାଟିଲା ଗ୍ୟାସ୍ ଟାଙ୍କି, ଜଳିଗଲା ଆସବାବପତ୍ର, ଜଣେ ଗୁରୁତର ।

କନକ ବ୍ୟୁରୋ : ଘର ଭିତରେ ଫାଟିଲା ଗ୍ୟାସ୍ ଟାଙ୍କି । ଆଖିଆଗରେ ଜଳିଗଲା ଦୁଇ ବଖରା ଘର । ପୁରୀ ଜିଲ୍ଲା କଣାସ ଜାଗୁଳାଇପଦର ଗାଁରେ ଏଭଳି ଅଗ୍ନିକାଣ୍ଡ ହୋଇଛି । ଫଳରେ ଦୁଇ ବଖରା ଘର ଜଳିଯିବା ସହ ଆସବାବପତ୍ର ନଷ୍ଟ ହୋଇଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ହୋଇଥିବା ଘର ନିକଟରେ ସ୍କୁଲ ରହିଛି । ସ୍କୁଲ ହତାକୁ ଲାଗି ଘରଟି ରହିଛି । ତେବେ ସ୍କୁଲ ଛୁଟିଥିବାରୁ ବଡ ଅଘଟଣ ଟଳିଯାଇଛି । ଏହି ଅଗ୍ନିକାଣ୍ଡରେ କାହାର ଜୀବନହାନି ହୋଇନଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

The post ଘର ଭିତରେ ଫାଟିଲା ଗ୍ୟାସ୍ ଟାଙ୍କି, ଜଳିଗଲା ଆସବାବପତ୍ର, ଜଣେ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଟ୍ରାଙ୍କୁଲାଇଜ୍ ହେବ ଅସୁସ୍ଥ ହାତୀ । ଗତ ୮ ଦିନ ହେଲା ବାମ ଗୋଡ଼ରେ ଆଘାତ ଯୋଗୁଁ ଅସୁସ୍ଥ ରହିଛି ହାତୀ ।

କନକ ବ୍ୟୁରୋ : ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ଅଧୀନ ମୟୁରଝାଲିଆ ହରିହରପୁର ଅଂଚଳର ବୋରବୋରଝର ଜଙ୍ଗଲରେ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ୫ଜଣିଆ ଟିମ୍ ପ୍ରୟାସ ଜାରି ରଖିଛନ୍ତି ।
ପ୍ରଥମେ ପେନକିଲର ଦିଆଯାଇଛି ଏହାପରେ ଟ୍ରାଙ୍କୁଲାଇଜ କରିବ ଟିମ୍ । ଗତ ୮ଦିନ ହେଲା ବୋରବୋରଝର ଜଙ୍ଗଲରେ ରହିଛି ଅସୁସ୍ଥ ହାତୀ । ହାତୀର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଆହତ ଅବସ୍ଥାରେ ୮ଦିନ ହେଲା ବୁଲୁଥିଲା ହାତୀ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଚେତିଛି ବନ ବିଭାଗ । ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଚିକିତ୍ସା କରାଯିବ ।

The post ଟ୍ରାଙ୍କୁଲାଇଜ୍ ହେବ ଅସୁସ୍ଥ ହାତୀ । ଗତ ୮ ଦିନ ହେଲା ବାମ ଗୋଡ଼ରେ ଆଘାତ ଯୋଗୁଁ ଅସୁସ୍ଥ ରହିଛି ହାତୀ । first appeared on Kanak News.

from Kanak News
via <a href="https://ifttt.com/?

ଖୋର୍ଦ୍ଧାରେ ବୁଲୁଛି କଟା ହାତ! ମାନପୁର ନିକଟ ବିଲରୁ ମିଳିଲା କଟା ପାପୁଲ । ପୁଲିସର ଛାନଭିନ ଆରମ୍ଭ ।

କନକ ବ୍ୟୁରୋ: କଟା ପାପୁଲିକୁ ନେଇ ଚର୍ଚ୍ଚା । ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି ।

ବିଲରେ ପଡ଼ିଥିବା ପାପୁଲିକୁ ଏକ କୁକୁର ଝୁଣି ଖାଉଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାପୁଲିକୁ ଜବତ କରିଛି । କଟା ପାପୁଲି କାହାର ଓ କେଉଁଠୁ ଆସିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏପରିକି କୌଣସି ବ୍ୟକ୍ତିଙ୍କ ହାତକୁ କାଟି ଦୁର୍ବୃତମାନେ ଫୋପାଡି ଦେଇଥିବା ଚର୍ଚ୍ଚା ହେଉଛି । ସେପଟେ ଜଙ୍କିଆ ଥାନା ଅଧିକାରୀ କହିଛନ୍ତି ଏହା ଛିଣ୍ଡା ହାତ ପାପୁଲି । ଏହାକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ନା କୌଣସି ହତ୍ୟାକାଣ୍ଡ ଘଟିଛି ସେ ନେଇ ତଦନ୍ତ ଚାଲିଛି ଓ ଏହାକୁ ଲାବ୍ରେଟୋରୀକୁ ପଠାଯିବ ।

The post ଖୋର୍ଦ୍ଧାରେ ବୁଲୁଛି କଟା ହାତ! ମାନପୁର ନିକଟ ବିଲରୁ ମିଳିଲା କଟା ପାପୁଲ । ପୁଲିସର ଛାନଭିନ ଆରମ୍ଭ । first appeared on Kanak News.

from Kanak News
via <a href="https://ifttt.com/?

ନିଷ୍ଠୁର ପୁଅକୁ ବାନ୍ଧିଲା ପୋଲିସ । କୋବି ତୋଳିବାକୁ ନେଇ ମା’କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲା ପୁଅ । ମା’ର ଚାଲିଛି ଚିକିତ୍ସା ।

କନକ ବ୍ୟୁରୋ: ନିଷ୍ଠୁର ପୁଅକୁ ବାନ୍ଧିଲା ପୋଲିସ । କେନ୍ଦୁଝର ସରସପଶି ଗାଁରେ ମା’କୁ ଖୁଂଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ପୁଅ ଶତ୍ରୁଘ୍ନ ମହାନ୍ତିକୁ ଗିରଫ କଲା ପୋଲିସ । କୋବି ତୋଳିବାକୁ ନେଇ ନିଜ ମା’କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିବା ଜଣାପଡ଼ିଥିଲା । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୁକ୍ତ ପୁଅ ଶତ୍ରୁଘ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୭୦ ବଷିୟ ମା’ ସୁଭଦ୍ରା ରୋଷେଇ କରିବା ପାଇଁ ବାଡିରୁ କୋବି ତୋଳି ଆଣିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଅ ଶତ୍ରୁଘ୍ନ ମାଆଙ୍କୁ ଖୁଂଟରେ ବାନ୍ଧି ମାଡ ମାରିଥିଲେ । ପରେ ଗାଁଲୋକେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେମାନଙ୍କ କଥା ପୁଅ ଶୁଣିନଥିଲା । ଘଟଣା ସ୍ଥଳରେ ପୁଲିସ ପହଂଚି ଶୁଭଦ୍ରାଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

The post ନିଷ୍ଠୁର ପୁଅକୁ ବାନ୍ଧିଲା ପୋଲିସ । କୋବି ତୋଳିବାକୁ ନେଇ ମା’କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲା ପୁଅ । ମା’ର ଚାଲିଛି ଚିକିତ୍ସା । first appeared on Kanak News.

from Kanak News
via <a href="https://ifttt.com/?

ବଡ଼ଦିନରେ ବଡ଼ଦାଣ୍ଡରେ ବଡ଼ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି । ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି ।

କନକ ବ୍ୟୁରୋ: ବଡ଼ଦିନରେ ବଡ଼ଦାଣ୍ଡରେ ବଡ଼ ଭିଡ଼ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ସକାଳୁ ସକାଳୁ ଲୋକଙ୍କ ସମାଗମ ହେବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଦିନ ବଢିବା ସହ ଭକ୍ତଙ୍କ ଗହଳି ବଢୁଛି । ଲମ୍ବା ଲାଇନରେ ଯାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଛି । ନୂଆବର୍ଷ ଯେତିକି ପାଖଉଛି, ପର୍ଯ୍ୟଟକଙ୍କ ଭିଡ଼ ସେତିକି ବଢିଚାଲିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

The post ବଡ଼ଦିନରେ ବଡ଼ଦାଣ୍ଡରେ ବଡ଼ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି । ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ । ଛତିଶଗଡରେ ମାଓବିରୋଧୀ ଅଭିଯାନକୁ ବଡ ସଫଳତା ।

କନକ ବ୍ୟୁରୋ: ଛତିଶଗଡରେ ମାଓବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡର ଡଚାକୋନା ଜଙ୍ଗଲରେ ଏନକାଉଁଟର । ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ, ବନ୍ଦୁକ, ଗୁଳି ସହ ମାଓସାମଗ୍ରୀ ଜବତ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ମୋଷ୍ଟ ୱାଂଟେଡ ଦରଭା ଡିଭିଜନର ଏଲଓଏସ କମାଣ୍ଡର ଲକ୍ଷ୍ମଣ କୋହରାମୀ । ତାଙ୍କ ସୂଚନା ଯିଏ ତା ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ସୁକୁମା ପୋଲିସ । ସେହିପରି ଯବାନଙ୍କ ଗୁଳିରେ କଟେକଲ୍ୟାଣ ଏରିଆ କମିଟି ସଦସ୍ୟ ଜଗଦୀଶ ସୋଢୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଜଗଦୀଶଙ୍କ ମୁଣ୍ଡ ପାଇଁ ମଧ୍ୟ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଡଚାକୋନା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଖବର ପାଇ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଡିଆରଜି, ବସ୍ତର ଫାଇଟର୍ସ, ସିଏଏଫ ଓ ସିଆରପିଏଫ ଯବାନ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲ ଭିତରେ ସୁର କ୍ଷା କର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମ ଗୁଳି ମାଡ କରିଥିଲେ । ଯବାନ ପାଲଟା ଜବାବ ଦେଇଥିଲା, ଆଉ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

The post ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ । ଛତିଶଗଡରେ ମାଓବିରୋଧୀ ଅଭିଯାନକୁ ବଡ ସଫଳତା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started