କୁହୁଡ଼ିରେ ଅଦୃଶ୍ୟ ହୋଇଗଲା କୋଣାର୍କ! ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । କୁହୁଡ଼ିରେ ହଜିଗଲା କୋଣାର୍କ!

କନକ ବ୍ୟୁରୋ: ଘନ କୁହୁଡିରେ ଅଦୃଶ୍ୟ ହୋଇଗଲା ବିଶ୍ୱ ଐତିହ୍ୟ କୋଣାର୍କ । ଆଜି କୋଣାର୍କରେ ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ବଡ଼ ଦିନ ଥିବାରୁ କୋଣାର୍କରେ ଭୋରରୁ ଲୋକଙ୍କ ଭିଡ ହୋଇଥିଲା । ହେଲେ କୁହୁଡି ଯୋଗୁ କିଛି ଦୃଶ୍ୟମାନ ହୋଇନଥିଲା । କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ଅସୁବିଧା ହୋଇଥିଲା ।

The post କୁହୁଡ଼ିରେ ଅଦୃଶ୍ୟ ହୋଇଗଲା କୋଣାର୍କ! ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । କୁହୁଡ଼ିରେ ହଜିଗଲା କୋଣାର୍କ! first appeared on Kanak News.

from Kanak News
via <a href="https://ifttt.com/?

ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । ଭୋପାଳ ବିିଦିସାରେ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ ।

କନକ ବ୍ୟୁରୋ: ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । କିନ୍ତୁ ଏହା ଓଡ଼ିଶାରେ ନୁହେଁ ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ବିିଦିସା ଜିଲ୍ଲା ନୋଲାଖି ଗାଁକୁ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ । ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ନବକଳେବର ପାଇଁ ୪୦ରୁୁ ଅଧିକ ଗ୍ରାମବାସୀ ପୁରୀରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ନିଜ ଗାଁକୁ ବାହାରିଛନ୍ତି । ୧୨ ଦିନ ହେଲା ସେମାନେ ପୁରୀରୁ ବାହାରିଥିବା ବେଳେ ଏବେ ବୌଦ୍ଧ ଜିଲ୍ଳା ଅତିକ୍ରମ କରିଛନ୍ତି । ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ବିଶ୍ୱର ମଙ୍ଗଳ କାମନା କରି ବଡ଼ ଯଜ୍ଞ ଆୟୋଜନ କରାଯିବ ବୋଲି ସେମାନେ କହିଛନ୍ତି ।

The post ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । ଭୋପାଳ ବିିଦିସାରେ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

୫୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅର୍ବାଜ ଖାନ । ମୁମ୍ବାଇରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସୁରାଙ୍କୁ କଲେ ବିବାହ ।

କନକ ବ୍ୟୁରୋ: ଦ୍ୱିତୀୟ ବିବାହ କଲେ ବଲିଉଡ ଅଭିନେତା ଅର୍ବାଜ ଖାନ । ମୁମ୍ବାଇରେ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଧରିଲେ ସୁରା ଖାନଙ୍କ ହାତ । ୨୦୨୨ ‘ପାଟନା ଶୁକ୍ଳା’ ଫିଲ୍ମରେ ଉଭୟଙ୍କର ହୋଇଥିଲା ପରିଚୟ । ପରେ ଉଭୟ ରିତିନୀତି ଅନୁଯାୟୀ ବିବାହ କରିଛନ୍ତି । ବିବାହ ଉତ୍ସବରେ ଫରହା ଖାନ, ରିତେଶ ଦେଶମୁଖଙ୍କ ଭଳି ସେଲିବ୍ରିଟି ଯୋଗଦେଇଥିଲେ । ତେବେ ପୂର୍ବରୁ ୧୯୯୮ ମଲ୍ଲିକା ଆରୋରାଙ୍କୁ ବିବାହ କରିଥିଲେ  ଅର୍ବାଜ । ହେଲେ ୨୦୧୯ ରେ  ମଲ୍ଲିକାଙ୍କଠୁ ଅଲଗା ହୋଇଥିଲେ ।

The post ୫୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅର୍ବାଜ ଖାନ । ମୁମ୍ବାଇରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସୁରାଙ୍କୁ କଲେ ବିବାହ । first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ ପାଇଁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ ।

କନକ ବ୍ୟୁରୋ: ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ କରିବାକୁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ । ଗତକାଲି ଭାରତୀୟ କୁସ୍ତି ମହାସଂଘ ନୂଆ କାର୍ଯ୍ୟକାରିଣୀକୁ ରଦ୍ଦ କରିଥିଲା କ୍ରୀଡା ମନ୍ତ୍ରାଳୟ । ନବନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ ହେବା ସହ ସଂଘର ସମସ୍ତ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତିଉପରେ ରୋକ ଲଗାଇଛି କ୍ରୀଡା ମନ୍ତ୍ରାଳୟ ।

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ତଥା ପୁର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ଏପରିକି କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ଏହାସହ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ । ସ୍ଥିତି ବିଗୁଡୁଥିବାରୁ କୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

The post ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ ପାଇଁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ପାଇଁ ବିଜେପିର ରଣନୀତି । ଗୋଟିଏ ପରିବାର ପାଇଁ ଜଣେ ବିଜେପି କର୍ମୀଙ୍କୁ ଦାୟିତ୍ୱ। ଘରକୁ ଘର ଯିବେ ବିଧାୟକ ଓ ସାଂସଦ ।

କନକ ବ୍ୟୁରୋ: ତିନି ରାଜ୍ୟରେ ବଡ ବିଜୟ ପରେ ୨୪ ପାଇଁ ନୂଆ ରଣନୀତି କରୁଛି ରାଜ୍ୟ ବିଜେପି । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଏଭଳି ଆଲୋଚନାକୁ ଖୋରାକ୍ ଯୋଗାଇଛି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ହେଉଛି ରାଜ୍ୟ ବିଜେପିର ଟାର୍ଗେଟ । ଘରକୁ ଘରକୁ ଯିବେ ବିଜେପି କର୍ମୀ, ସାଂସଦ ଓ ବିଧାୟକ । ସେପଟେ ବିଜେଡି କହିଛି, କିଏ କଣ କହୁଛି ତାହା ସେମାନେ ଜାଣନ୍ତି । କିନ୍ତୁ ଓଡିଶାରେ ବିଜେଡି ଏକ ଦଳ ହୋଇ ଆଉ ରହିନାହିଁ । ବିଜେଡି ଜନଆନ୍ଦୋଳନର ରୂପ ନେଇଛି ।

The post ୨୦୨୪ ପାଇଁ ବିଜେପିର ରଣନୀତି । ଗୋଟିଏ ପରିବାର ପାଇଁ ଜଣେ ବିଜେପି କର୍ମୀଙ୍କୁ ଦାୟିତ୍ୱ। ଘରକୁ ଘର ଯିବେ ବିଧାୟକ ଓ ସାଂସଦ । first appeared on Kanak News.

from Kanak News
via <a href="https://ifttt.com/?

କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । ସେପଟେ ୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା ।

କନକ ବ୍ୟୁରୋ: କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା. ସୁନ୍ଦରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, କୋରାପୁଟ, ବଲାଙ୍ଗିର ।

ପାଣିପାଗ ବିଭାଗର ସୂଚନା ମୁତାବକ, ଏବେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ପବନ ପ୍ରବାହ ବଢୁଛି । ତେଣୁ ତାପମାତ୍ରା ବୃଦ୍ଧି ହେବା ସହ ଘନ କୁହୁଡି ଦେଖିବାକୁ ମିଳୁଛି । ଆସନ୍ତା ଦୁଇ ଦିନ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି । କୋରାପୁଟରେ ସର୍ବନିମ୍ନ ୬ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

The post କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । ସେପଟେ ୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ । ମହାପ୍ରଭୁ ଲିଙ୍ଗରାଜଙ୍କ ପରେ କାଲିଠୁ ପ୍ରମୁଖ ପୀଠ ଓ ଧର୍ମଗୁରୁଙ୍କୁ କରାଯିବ ନିମନ୍ତ୍ରଣ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ଦିଆଯିବ । ଦେଶର ସବୁ ଦେବାଦେବୀ ପୀଠ ଓ ଧର୍ମଗୁରୁଙ୍କୁ ଆସନ୍ତକାଲି ଠାରୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହିକ୍ରମରେ ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ବିଭିନ୍ନ ଦଳଗୁଡିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ । ପୁରୀଠାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଛି ।

ସୂଚନା ଅନୁସାରେ ଆସନ୍ତା ୨୮ ତାରିଖରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ । ୧୩ଟି ଗାଡି ରାଜ୍ୟ ମଧ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ସେହିପରି ଅନ୍ୟ ୧୭ଟି ଗାଡି ରାଜ୍ୟ ବାହାରକୁ ଯାତ୍ରା କରିବ । ରାଜ୍ୟ ମଧ୍ୟରେ ଚିଲିକା, ଖଲ୍ଲିକୋଟ ଓ କୋଦଳା ଅଞ୍ଚଳକୁ ପ୍ରଥମ ଦଳ ଯାତ୍ରା କରିବ । ଏହାପରେ ଅନ୍ୟ ଦଳ ବି ଯିବେ । ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ସହ ଅନ୍ୟ ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ କରାଯିବ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ । ମହାପ୍ରଭୁ ଲିଙ୍ଗରାଜଙ୍କ ପରେ କାଲିଠୁ ପ୍ରମୁଖ ପୀଠ ଓ ଧର୍ମଗୁରୁଙ୍କୁ କରାଯିବ ନିମନ୍ତ୍ରଣ । first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ।

କନକ ବ୍ୟୁରୋ: ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଧ୍ୟରାତିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିଛନ୍ତି । ଏଥିପାଇଁ ଚର୍ଚ୍ଚଗୁଡିକ ଆକର୍ଷଣୀୟ ଆଲୋକମାଳାରେ ସଜେଇ ହୋଇଛି । ପ୍ରଭୁ ଯୀଶୁଙ୍କ ପାଇଁ ପ୍ରାର୍ଥନା ଚାଲିଛି । ପୂର୍ବଥର ବିଭିନ୍ନ କଟକଣା ମଧ୍ୟରେ ବଡ଼ଦିନ ପାଳନ ହୋଇଥିବା ବେଳେ ଚଳିତଥର ସେମିତି କିଛି କଟକଣା ନଥିବାରୁ ବହୁତ ଭଲରେ ଚର୍ଚ୍ଚ ଏବଂ ଘର ଗୁଡିକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ସହ ଧୁମଧାମରେ ପାଳନ ପ୍ରସ୍ତୁତି ହେଉଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ଏଥିପାଇଁ ଚର୍ଚ୍ଚଗୁଡିକ ସୁନ୍ଦର ଆଲୋକମାଳାରେ ସଜ୍ଜିତ ହୋଇଛନ୍ତି ।

The post ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ବିଏ ପାସ ପରେ ଚାକିରି ନମିଳିବାରୁ କରୁଛନ୍ତି ମେସିନ୍ ମରାମତି । ଭଲ କାମ କରୁଥିବାରୁ ଦୂରଦୂରାନ୍ତରରୁ ଆସୁଛନ୍ତି ଲୋକେ

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ନାରାୟଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ସେଠୀ । ଜଣେ ଗ୍ରାଜୁଏଟ ଛାତ୍ର । ପାଠପଢା ପରେ ଚାକିରି ନମିଳିବାରୁ ଟେଲର ମେସିନ ମରାମତି କାମକୁ ଆପଣେଇଛନ୍ତି । ଏହି ଅଂଚଳର ଅଧିକାଂଶ ଲୋକଙ୍କ ରୋଜଗାରର ମାଧ୍ୟମ କହିଲେ ଶାଳ ପତ୍ର ସିଲେଇ କରି ଖଲି ପ୍ରସ୍ତୁତ କରିବା ।

ଏହି ବ୍ଲକର ପାଖାପାଖି ୪୦ ପ୍ରତିଶତ ଲୋକ ସିଲେଇ ମେସିନ ସାହାଯ୍ୟରେ ପତ୍ର ସିଲେଇ କରନ୍ତି । ଲୋକଙ୍କ ଏହି ପତ୍ର ସିଲେଇ ମେସିନ ଖରାପ ହେଉଥିବାରୁ ଏହାକୁ ମରାମତି କରିବା ପାଇଁ ଲୋକେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ତେଣୁ ସିଲେଇ ମେସିନରୁ କିପରି ରୋଜଗାର କରିହେବ ଭାବି ନିଜେ ଗୋଟିଏ ସିଲେଇ ମେସିନ ଆଣି ପତର ସିଲେଇ କରିବା ସହିତ ଏହାର ମରାମତି କରିବା ଆରମ୍ଭ କରିଥିଲେ । ସବୁଠାରୁ ବଡକଥା ହେଉଛି ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି । ନିଜ ମେସିନକୁ ଖୋଲିବା ସହିତ ନିଜେ ମରାମତି କରୁଥିଲେ । ସେଥିରୁ ସଫଳ ହେବା ପରେ ଅମର୍ଦା ରୋଡ ରେଳବାଇ ଗେଟ ପାଖରେ ଏକ କେବିନ ପକାଇ ମରାମତି କାମ ଆରମ୍ଭ କଲେ । ଆସ୍ତେ ଆସ୍ତେ ତାଙ୍କ ନିକଟକୁ ଲୋକେ ମେସିନ ମରାମତି କରିବାକୁ ଆସିଲେ । ଭଲ ମରାମତି କରୁଥିବାରୁ ବହୁ ଦୁର ଦୁରାନ୍ତରୁ ଲୋକେ ତାଙ୍କ ପାଖକୁ ମେସିନ ମରାମତି କରିବାକୁ ଆସୁଛନ୍ତି । ଦୈ÷ନିକ ସେ ୧୫ ରୁ ୨୦ଟି ମେସିନ ମରାମତି କରିଥାନ୍ତି । ଏଥିରୁ ତାଙ୍କୁ ମାସକୁ ୧୨ ହଜାରରୁ ୧୫ ହଜାର ଟଙ୍କା ରୋଜଗାର ମିଳିଯାଉଛି । ଟେଲର ମେସିନ ମରାମତି କାମ କରି ନିଜ ପରିବାର ଚଳାଇବା ସହିତ ପୁଅ-ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି ।

ପୁର୍ଣ୍ଣଚନ୍ଦ୍ର ପ୍ରତ୍ୟେକ ଦିନ ସକାଳ ୬ଟାରୁ ଦୋକାନ ଖୋଲି ୨ଟାରେ ବନ୍ଦ କରିଥାନ୍ତି । ତାଙ୍କ ଦୋକାନକୁ ଅମର୍ଦାରୋଡ ସମେତ ବସ୍ତା, ପାଉଁଶକୁଲି, ରୁପସା, ହଳଦୀପଦା, ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଚିତ୍ରଡା, ମୋରଡା ପ୍ରଭୃତି ସ୍ଥାନରୁ ଲୋକେ ଆସି ମେସିନ ମରାମତି କରନ୍ତି । ଭୋର ୪ଟାରୁ ଗ୍ରାହକ ମାନେ ଆସି ପୁର୍ଣ୍ଣଚନ୍ଦ୍ରଙ୍କୁ ଅପେକ୍ଷା କରିଥାନ୍ତି । ଅନ୍ୟ ମିସ୍ତ୍ରୀ ମାନଙ୍କ ଅପେକ୍ଷା ଭଲ କାମ କରୁଥିବାରୁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ।

ଚାକିରି ନମିଳିଲେ ଭାଙ୍ଗିନପଡି ନିଜ ଉଦ୍ୟମରେ କିଛି କରିବା ପାଇଁ ଚେଷ୍ଟା କଲେ ପୁର୍ଣ୍ଣଚନ୍ଦ୍ରଙ୍କ ଭଳି ସଫଲତା ନିଶ୍ଚୟ ମିଳିବ ।

The post ବିଏ ପାସ ପରେ ଚାକିରି ନମିଳିବାରୁ କରୁଛନ୍ତି ମେସିନ୍ ମରାମତି । ଭଲ କାମ କରୁଥିବାରୁ ଦୂରଦୂରାନ୍ତରରୁ ଆସୁଛନ୍ତି ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ଚିଲିକା ମାଟିରେ ବିଦେଶୀ କୋଳି । ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରୁ ମିଳୁଛି ଭଲ ଲାଭ, ଥରେ ଗଛ ଲଗାଇଲେ ୫ ବର୍ଷ ଯାଏଁ ହୋଇଥାଏ ଅମଳ

କନକ ବ୍ୟୁରୋ : ଚିଲିକା ମାଟିରେ ବିଦେଶୀ ଫଳ । ୟୁଟ୍ୟୁବରୁ କୋଳି ଚାଷ ପ୍ରଣାଳୀ ଜାଣିବା ପରେ ଏଥିରେ ସଫଳ ହୋଇଛନ୍ତି କୃଷ୍ଣପ୍ରସାଦ ଅଂଚଳର ଯୁବଚାଷୀ ଅଳେଶ୍ୱର ପଲେଇ । ଅନଲାଇନ୍ରେ କଲିକତାରୁ ଚାରା କିଣି ଏକ ଏକର ଜମିରେ ଚାଷ କରିଛନ୍ତି ଅଳେଶ୍ୱର । ଗଛ ଲାଗିବାର ୮ ମାସ ପରେ ଗଛରେ ଫଳ ଆସିଛି । ଆଉ ଏବେ ଦୈନିକ ୪୦ ରୁ ୫୦ କିଲୋ ଫଳ ଅମଳ ହେଉଛି । ସ୍ଥାନୀୟ ବଜାର ସହ ଗଂଜାମ, ପୁରୀ, ଭୁବନେଶ୍ୱର ଭଳି ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏଥିରେ ଅଳେଶ୍ୱରଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।

ଏହି ଚାଷରେ ତାଙ୍କୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ବର୍ଷକୁ ଲକ୍ଷାଧିକ ଟଙ୍କାର ରୋଜଗାର ହେବାର ଲକ୍ଷ୍ୟ ରଖିଛନ୍ତି ଅଳେଶ୍ୱର । ସକାଳ ହେବା ମାତ୍ରେ ତାଙ୍କ ବଗିଚାରେ ବ୍ୟବସାୟୀଙ୍କ ଭିଡ଼ ଜମୁଛି । ତାଙ୍କ ଠାରୁ କୋଳି କିଣି ନେଇ ବ୍ୟବସାୟୀ ମାନେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି ।

ବଜାରରେ ଥାଇଲାଣ୍ଡ କୋଳିର ଚାହିଦା ରହିଥିବା ବେଳେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି ଅଳେଶ୍ୱର । ପାରମ୍ପରିକ ଚାଷ କରିବା ଅପେକ୍ଷା ନୂଆ ନୂଆ ଚାଷ କରିବାକୁ ସେ ଅନ୍ୟ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

The post ଚିଲିକା ମାଟିରେ ବିଦେଶୀ କୋଳି । ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରୁ ମିଳୁଛି ଭଲ ଲାଭ, ଥରେ ଗଛ ଲଗାଇଲେ ୫ ବର୍ଷ ଯାଏଁ ହୋଇଥାଏ ଅମଳ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started