ଫୁଲକୋବି ଚାଷର ଗାଁ ମଧୁରଚୁଆ । ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ, ଧର୍ମଶାଳା ଓ ରସୁଲପୁର ଅଂଚଳରେ କୋବି ଚାଷ କରି ଲକ୍ଷପତି ଚାଷୀ

କନକ ବ୍ୟୁରୋ : ଫୁଲକୋବି ଚାଷର ଗାଁ ମଧୁରଚୁଆ । ଯୁଆଡ଼େ ଚାହିଁବ, ସିଆଡ଼େ ଖାଲି କୋବି ହିଁ କୋବି । ସବୁଜ ପନିପରିବାରେ ଭର୍ତି ହୋଇଛି ପଡ଼ିଆ ଜମି । ଏହି ଗାଁର ପ୍ରାୟ ଅଧିକାଂଶ ଲୋକେ କୋବି ଚାଷୀ । ରୁତୁକାଳୀନ ଫସଲ ଭାବେ କୋବି ଚାଷ କରି ଅନେକ ଲୋକ ଜୀବିକା ନିର୍ବାହ କରନ୍ତି । ଗଂଜାମ ମଧୁରଚୁଆ ଗାଁର ସମସ୍ତ ଲୋକ ଚାଷ ଉପରେ ନିର୍ଭରଶୀଳ । ପ୍ରାୟ ଶହେ ହେକ୍ଟରରୁ ଅଧିକ ଜମିରେ ଫୁଲ କୋବି ଚାଷ କରିଛନ୍ତି ଚାଷୀ । ୨ଶହରୁ ଅଧିକ ପରିବାର ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ସବୁଜିମାରେ ଚମକୁଥିବା ଏହି ସବୁ ପରିବା କ୍ଷେତ ହେଉଛି ଧର୍ମଶାଳା ଓ ରସୁଲପୁର ଅଂଚଳର । ଶହ ଶହ ଏକର ଜମିରେ ଫଳିଛି ବନ୍ଧା କୋବି ଓ ଫୁଲ କୋବି । ଧର୍ମଶାଳା ବ୍ଲକର ଅଂଟିଆ, କୁସ୍ତିରା, କମାଗଡ, ଜେନାପୁର, ରସୁଲପୁର ବ୍ଲକର କଲଣ, ଶୁଳିଆ, ସିଂହାପୁର, ବାରବାଟି, ଅର୍ତିଆ ଭଳି ଅଂଚଳର ଚାଷୀ କୋବିଚାଷ ଉପରେ ନିର୍ଭର କରିଥାନ୍ତି । ଗୋଟିଏ ଏକର ଚାଷ ଜମିରେ କୋବି ଚାଷ ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରିଥାନ୍ତି ।

ବର୍ଷକରୁ ଚାରିମାସ ଚାଷୀ ବିଲରେ ହାଡଭଙ୍ଗା ପରିଶ୍ରମ କରି ଅମଳ କରନ୍ତି ଫୁଲକୋବି ଓ ବନ୍ଧା କୋବି । ଉପଯୁକ୍ତ ବଜାର ଅଭାବରୁ ଚାଷୀଙ୍କୁ ଉତ୍ପାଦିତ ପରିବାକୁ ଶାଗମାଛ ଦରରେ ବିକ୍ରୀ କରିବାକୁ ପଡ଼ୁଛି । ତେଣୁ ଫସଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଯୋଗାଇଦେବାକୁ ଦାବି କରିଛନ୍ତି କୋବି ଚାଷୀ ।

The post ଫୁଲକୋବି ଚାଷର ଗାଁ ମଧୁରଚୁଆ । ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ, ଧର୍ମଶାଳା ଓ ରସୁଲପୁର ଅଂଚଳରେ କୋବି ଚାଷ କରି ଲକ୍ଷପତି ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଏସଏଚଜି ମହିଳାଙ୍କ ଫୁଲଚାଷ । ୩ ଏକର ଜମିରେ ଗେଣ୍ଡୁ, ଗୋଲାପ ଓ ସେବତୀ ଫୁଲ ଚାଷ କରିଛନ୍ତି ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ମହିଳା

କନକ ବ୍ୟୁରୋ : ଗେଣ୍ଡୁ, ଗୋଲାପ ଓ ସେବତି ଫୁଲରେ ହସୁଛି କ୍ଷେତ । ଶୀତ ସକାଳର କାକର ବିନ୍ଦୁ ଓ କଅଁଳିଆ ଖରା, ଫୁଲର ପାଖୁଡ଼ାକୁ ଆହୁରି ସତେଜ କରିଛି । ପବନରେ ଦୋଳି ଖେଳୁଛି ହଳଦୀ ରଙ୍ଗର ସେବତୀ, ଗେଣ୍ଡୁ ଓ ଲାଲ ଗୋଲାପ । ଏ ଦୃଶ୍ୟ ହେଉଛି ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗାଁର ଏକ ଫୁଲ ବଗିଚାର । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଏକ ସୁନ୍ଦର ବଗିଚା କେବଳ ମହିଳା ମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ଘର କାମ ପରେ ନିଜର ଶ୍ରମ ଦାନ କରି ଏସଏଚଜି ମହିଳା ମାନେ ଫୁଲ ବଗିଚା କରିଛନ୍ତି ପ୍ରତିଦିନ ବଗିଚାରେ କାମ କରିବା ସହ ଉତ୍ପାଦିତ ହେଉଥିବା ଫୁଲ ନିକଟସ୍ଥ ବଜାରରେ ବିକ୍ରି କରୁଛନ୍ତି ।

ଡୁଙ୍ଗୁରିପାଲି ଗାଁର ୧୦ ଜଣ ମହିଳା ୨୦୧୦ ମସିହାରେ ଆରମ୍ଭ କରିଥିଲେ ଦଧୀବାମନ ସ୍ୱୟଂ ସହାୟକ ଗୋଷ୍ଠୀ । ଏବେ ମିଶନ ଶକ୍ତି ସହଯୋଗରେ କିଛି ରୁଣ ନେଇ ଫୁଲ ଚାଷ କରି ଲାଭବାନ ହେଉଛନ୍ତି ମହିଳା । ୩ ଏକର ଜମିରେ ପ୍ରଥମେ ମହିଳା ମାନେ ଗେଣ୍ଡୁ ଓ ସେବତୀ ଚାଷ ଆରମ୍ଭ କରିଥିଲେ । ଗୋଲାପ ଫୁଲର ଚାହିଦା ବଜାରରେ ଅଧିକ ରହିଥିବାରୁ ପରେ ଗୋଲାପ ଚାଷ କରି ସେଥିରେ ସଫଳ ମଧ୍ୟ ହୋଇଛନ୍ତି । ଗୋଟିଏ ଗୋଟିଏ ରୁତୁରେ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରି ବେଶ ଉପକୃତ ହେଉଛନ୍ତି ଏସଏଚଜି ମହିଳା ।

ଓଡ଼ିଶା ଭଳି ରାଜ୍ୟରେ ଅନେକ ଚାଷୀ ପାରମ୍ପରିକ ଚାଷ କରିବା ଆମେ ସମସ୍ତେ ଦେଖିଛେ । ବଜାରରେ ଫୁଲର ଚାହିଦା ବେଶ ଅଧିକ ରହିଥିବା ବେଳେ ଫୁଲ ଚାଷ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳେ । ଫଳରେ ବାହାର ରାଜ୍ୟରୁ ଫୁଲ ଆଣି ବ୍ୟବସାୟ କରୁଛନ୍ତି ବ୍ୟବସାୟୀ । ଏହି ମହିଳା ମାନଙ୍କର ଫୁଲ ଚାଷରେ ସଫଳତା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।

The post ଏସଏଚଜି ମହିଳାଙ୍କ ଫୁଲଚାଷ । ୩ ଏକର ଜମିରେ ଗେଣ୍ଡୁ, ଗୋଲାପ ଓ ସେବତୀ ଫୁଲ ଚାଷ କରିଛନ୍ତି ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ମହିଳା first appeared on Kanak News.

from Kanak News
via <a href="https://ifttt.com/?

‘ତେଲେଙ୍ଗାନା ସୋନା’ ଧାନ ଚାଷ କରି ଚର୍ଚ୍ଚାରେ ବିଂଝାରପୁରର ଚାଷୀ । ଡାଏବେଟିସ୍ ରୋଗୀ ଖାଇପାରିବେ ଏହି ଧାନରୁ ପ୍ରସ୍ତୁତ ଭାତ

କନକ ବ୍ୟୁରୋ : କ୍ଷେତରେ ଫଳିଥିବା ଏହି ଧାନର ନାଁ ହେଉଛି ଆରଏନଆର-ପନ୍ଦର-ଶୁନ୍-ଅଡଚାଳିଶ ତଥା ‘ତେଲେଙ୍ଗାନା ସୋନା’ । ଗବେଷଣା ମୁତାବକ, ସାଧାରଣ ଧାନ ଠାରୁ ଏହି ଧାନରେ ୫୦ ପ୍ରତିଶତ କମ୍ କାର୍ବୋହାଇଡ୍ରେଟ୍ ରହିଥାଏ । ତେଣୁ ଏହି ଚାଉଳରୁ ପ୍ରସ୍ତୁତ ଭାତ ଖାଇପାରିବେ ଡାଏବେଟିସ୍ ରୋଗୀ । ଏହି ଧାନରେ ୫୧ ଦଶମିକ ୫ ପ୍ରତିଶତ ଗ୍ଲାଏସେମିକ୍ ଇଣ୍ଡେକ୍ସ ରହିଛି    । ୧୨୫ ଦିନରେ ଅମଳ ହୋଇଥାଏ ଏହି ଧାନ । ଏଭଳି ଏକ ଧାନ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ବିଞ୍ଝାରପୁର ଇଞ୍ଜନପୁର ଗାଁର ଚାଷୀ ଉମେଶ ଚନ୍ଦ୍ର ନାୟକ । ପାଖାପାଖି ୫ ଗୁଣ୍ଠ ଜମିରେ ସେ ଏହି ଧାନ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ୪ରୁ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ୩ କୁଇଂଟାଲ ଧାନ ଅମଳ ହେବାର ଆଶା ରଖିଛନ୍ତି ଚାଷୀ । ଏହାକୁ ସେ ବିହନ ଆକାରରେ ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି ।

ଉମେଶ ଚନ୍ଦ୍ର ନାୟକ । ଯିଏ କି ଦିନେ ଏକ ମେଡ଼ିସିନ୍ କମ୍ପାନୀରେ ଚାକିରି କରୁଥିଲେ । ବାର୍ଷିକ ମୋଟା ଅଙ୍କର ଦରମା ପାଉଥିଲେ । କିନ୍ତୁ ଚାକିରି କରିବାରେ ତାଙ୍କୁ ସନ୍ତୁଷ୍ଟି ମିଳିନଥିଲା । ଘରେ ଘରେ ଡାଏବେଟିସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କାର୍ବୋହାଡ୍ରେଟ୍ ଜାତୀୟ ଖାଦ୍ୟ ଖାଇବା ଏମାନଙ୍କ ପାଇଁ ବଡ଼ ସମସ୍ୟା ହୋଇଛି । ତେଣୁ ତେଲେଙ୍ଗାନାରୁ ଆରଏନଆର-୧୫୦୪୮ ଧାନ ବିଷୟରେ ଜାଣି ଏହି ଚାଷ କରୁଛନ୍ତି ଚାଷୀ ଉମେଶ ନାୟକ । ଡାକ୍ତରଙ୍କ ସୂଚନା ଅନୁସାରେ ଏହି ଚାଉଳରେ କମ୍ ଗ୍ଲାଏସେମିକ୍ ଇଣ୍ଡେକ୍ସ ରହିଛି । ଯାହାକି ମଧୁମେହ ରୋଗୀଙ୍କ ପାଇଁ ଅଧିକ ଉପଯୋଗୀ । ଅନ୍ୟ ଚାଉଳରେ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣର ଥାଏ । ଏହି ଚାଉଳର ଭାତ ଖାଇଲେ ମଧୁମେହ ରୋଗୀଙ୍କ ପାଇଁ କିଛି ଅସୁବିଧା ନଥିବା କହିଛନ୍ତି ଡାକ୍ତର ।

ତେଲେଙ୍ଗାନାରୁ ୧୮ଶହ ଟଙ୍କା ମୂଲ୍ୟର ୨ କିଲୋ ବିହନ କିଣି ଏହି ଚାଷ କରିଛନ୍ତି ଉମେଶ । ବିକ୍ରି କରିବା ପାଇଁ ମାର୍କେଟିଙ୍ଗ ବ୍ୟବସ୍ଥା ହୋଇପାରିଲେ ଏହି ଧାନା ଚାଷ କରି ଚାଷୀ ଲାଭବାନ ହୋଇପାରନ୍ତେ ବୋଲି ସେ କହିଛନ୍ତି ।

The post ‘ତେଲେଙ୍ଗାନା ସୋନା’ ଧାନ ଚାଷ କରି ଚର୍ଚ୍ଚାରେ ବିଂଝାରପୁରର ଚାଷୀ । ଡାଏବେଟିସ୍ ରୋଗୀ ଖାଇପାରିବେ ଏହି ଧାନରୁ ପ୍ରସ୍ତୁତ ଭାତ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ ପବରେ ଚାଲିଛି ଯାଂଚ

କନକ ବ୍ୟୁରୋ : କମିସନରେଟ ପୁଲିସର କଡ଼ା ଚେତାବନୀ । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ବଡ଼ଦିନ ଓ ୨୦୨୪କୁ ସ୍ୱାଗତ କରିବାପାଇଁ ହୋଟେଲ, ପବ ଓ କ୍ଲବ ପ୍ରସ୍ତୁତ ହୋଇ ରହିଛି । ଅନ୍ୟପଟେ ସେମାନଙ୍କ ଉପରେ ନଜର ରଖିଛି କମିସନରେଟ ପୋଲିସ ଓ ଅବକାରୀ ବିଭାଗ ।

ରାତି ୧୨ଟା ପରେ କ୍ଲବ୍, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ତେବେ ଚଳିତ ବର୍ଷ ଜିରୋନାଇଟ ସେଲିବ୍ରେସନ ନେଇ କୌଣସି ଇଭେଂଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଂଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ । ନୂଆବର୍ଷ ଆଗକୁ ଆସୁଥିବା ବେଳେ ସହରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଉଛି । ଏଥିପାଇଁ ପୋଲିସର ସ୍ୱତନ୍ତ୍ର ନଜର ରହିଛି । ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଟ୍ୱିନ ସିଟିରେ ପୁଲିସ ବ୍ୟାପକ ମାତ୍ରାରେ ପଇଁତରା ମାରିବେ । ଭିଡ଼ ନିୟନ୍ତ୍ରଣ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଚେକିଙ୍ଗ କରିବା ସହ ନାକାବନ୍ଦୀ କରିବ । ବଡ଼ଦିନ ପାଇଁ ଚର୍ଚ୍ଚ, ପିକନିକ ପ୍ଲେସରେ ମଦ୍ୟପଙ୍କ ଉତ୍ପାତ ରୋକିବା ପାଇଁ ପ୍ରତ୍ୟେକ ଥାନାକୁ ବ୍ରେଥ ଆନାଲାଇଜର ଦିଆଯାଇଥିବା କହିଛନ୍ତି ଡିସିପି ।

ରୋଡ଼ ରୋମିଓଙ୍କୁ ସାବାଡ଼ କରିବାକୁ ରାସ୍ତା ଉପରେ ବାରିକେଡ଼ ଲଗାଇ, ବିଭିନ୍ନ ଛକରେ ନାକାବନ୍ଦୀ କରିବା ସହ ରାତି ସାରା ପାଟ୍ରୋଲିଂ କରିବ କମିସନରେଟ ପୋଲିସ ।

The post ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ ପବରେ ଚାଲିଛି ଯାଂଚ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ

କନକ ବ୍ୟୁରୋ : ଜାନ୍ରୁଆରୀ ମାସରେ ଓଡିଶାରେ ଦେଖିବାକୁ ମିଳିପାରେ ବଡ ରାଜନୈତିକ ହଲଚଲ । ବିଜେଡି ସୁପ୍ରିମୋ ଜିଲ୍ଳା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ, ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ଫୋକସରେ ରହିଛି ଓଡିଶା । ଦୁଇ ଦଳ ସେମାନଙ୍କ ଶୀର୍ଷ ନେତୃତ୍ୱଙ୍କୁ ଓଡିଶାକୁ ଆଣି ଶକ୍ତି ପ୍ରଦର୍ଶନ କରିବାକୁ ସଜବାଜ ହେଉଛନ୍ତି ।

ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଘୋଷଣା ହୋଇନଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ମାସରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ମାସରେ ମୋଦୀଙ୍କ ଓଡିଶା ଗସ୍ତ ବାତିଲ ହୋଇଥିବାରୁ ଜାନୁଆରୀରେ ଆସିବେ ବୋଲି ଆଶା ରଖିଛନ୍ତି ବିଜେପି ନେତା । ସେହିପରି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା, ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡାଙ୍କ ସମେତ ଅନ୍ୟ ଜାତୀୟ ସ୍ତରର ନେତା ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଜାନୁଆରୀରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆଉ ଦୁଇ ଦଳର ନେତା ଆସିବାକୁ ଥିବାରୁ ଉତ୍ସାହିତ ଅଛନ୍ତି ଉଭୟ ଦଳର ନେତା ।

ଯଦି ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ଜାନୁଆରୀରେ ଓଡିଶାକୁ ଆସନ୍ତି, ତାହେଲେ, ରାଜ୍ୟ ରାଜନୀତି ଆହୁରି ସରଗରମ ହେବ । ତେବେ ଓଡିଶାକୁ ଯିଏ ଆସିଲେ ବି ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ।

ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକିଥିବାବେଳେ, ଓଡିଶାରେ ଶାସନରେ ଥିବା ବିଜେଡି କେନ୍ଦ୍ରସ୍ତରର କୌଣସି ରାଜନୈତିକ ମେଂଟରେ ସାମିଲ ହୋଇନି । ତେଣୁ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଓଡିଶା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

The post ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ first appeared on Kanak News.

from Kanak News
via <a href="https://ifttt.com/?

ଶେଷ ହେବାକୁ ଯାଉଛି ବର୍ଷ -୨୦୨୩ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜୋରଦାର ଭିଡ଼, ଶ୍ରୀମନ୍ଦିରରରେ ପ୍ରବଳ ଗହଳି

କନକ ବ୍ୟୁରୋ : ବଡଦିନ ଛୁଟି ସହ ବର୍ଷ ଶେଷ । ଆଉ ପୁରୀରେ ଜଗା ଦର୍ଶନ ପାଇଁ ଆରମ୍ଭ ହୋଇଯାଇଛି ଗହଳି । ଏହି ଦୃଶ୍ୟ ହିଁ ବୟାନ କରୁଛି ସିଂହଦ୍ୱାର ଆଗରେ ଭିଡ କେତେ । ରବିବାର ହୋଇଥିବାରୁ ଠାକୁର ଦର୍ଶନ ପାଇଁ ଧାଡିରେ ଠିଆହୋଇ ବ୍ୟାରିକେଡ ଭିତରେ ଭକ୍ତ କଲବଲ ହୋଇଛନ୍ତି । ଠାକୁରଙ୍କ ପହିଲିଭୋଗ ନୀତିବିଳମ୍ବ ଯୋଗୁଁ ଲମ୍ବାଧାଡିରେ ହାଇରାଣ ହୋଇଛନ୍ତି ଭକ୍ତ । ସକାଳ ୬ଟା ସୁଦ୍ଧା ଗୋପାଳବଲ୍ଲଭ ଓ ପହିଲିଭୋଗ ନୀତି ସରିବା ନିୟମ ଥିଲେ ବି ୧୦ଟାରେ ପହିଲିଭୋଗ ବାହାରୁଛି । ଫଳରେ ଭକ୍ତ ଧାଡିରେ ଠିଆ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପୁରୀରେ ଦେଖନ୍ତୁ ଏହି ଭିଡକୁ । କୁହାଯାଉଛି, ଛୁଟିଦିନ ଥିବାରୁ ଗତବର୍ଷ ଅପେକ୍ଷା ଏଥର ଦୁଇଗଣା ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

– ନୂଆବର୍ଷ ଲାଗି ସ୍ୱତନ୍ତ୍ର ବ୍ୟାରିକେଡ ହୋଇଛି
-ଟ୍ରାଫିକକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି
-ଏବେ ଶ୍ରୀମନ୍ଦିର ନିକଟରେ ୨୦ ପ୍ଲାଟୁନ ଓ ବେଳାଭୂମିରେ ୪ ପ୍ଲାଟୁନ ଫୋର୍ସ ମୁତୟନ
-ଜିରୋ ନାଇଟ ଓ ନୂଆବର୍ଷରେ ଏହାକୁ ଦୁଇଗୁଣା କରାଯିବ

ବଡଦିନ ଯୋଗୁଁ ପୁରୀରେ ବଢୁଛି ଭକ୍ତଙ୍କ ଗହଳି । ଆଉ ଶାନ୍ତି ଶୃଙ୍ଖଳା ପୁରୀ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

The post ଶେଷ ହେବାକୁ ଯାଉଛି ବର୍ଷ -୨୦୨୩ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜୋରଦାର ଭିଡ଼, ଶ୍ରୀମନ୍ଦିରରରେ ପ୍ରବଳ ଗହଳି first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଆଇଡି ବିସ୍ଫୋରଣରେ ୨ ଯବାନ ଆହତ । ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର, କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ଯବାନ-ମାଓବାଦୀ

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ସର୍ଲା କେହେଲିଗଡ଼ି ଅଚଂଳରେ ମାଓ ଗତିବିଧି ଖବର ପାଇ କୁମ୍ବି ଅପରେସନ୍ ଆରମ୍ଭ କରିଥିଲେ ଏସଓଜି ଯବାନ । ଜଙ୍ଗଲ ଭିତରେ ମାଓବାଦୀମାନେ କ୍ୟାମ୍ପ କରି ରହୁଥିବା ସମୟରେ ଜଙ୍ଗଲରେ ମୁହଁମୁହିଁ ହୋଇଛନ୍ତି ଯବାନ-ମାଓବାଦୀ । ତେବେ ମାଓ ବିରୋଧୀ ଅପରେସନ୍ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଆହତ ହୋଇଛନ୍ତି । ଜଣେ ଯବାନଙ୍କ ଆଖିରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ପାଇଁ ପ୍ରକିୟା ଆରମ୍ଭ ହୋଇଛି । ସେହିପରି ଆଉ ଜଣେ ଯବାନଙ୍କୁ ବାଲିଗୁଡ଼ା ହସ୍ପିଟାଲରେ ଚିକିତ୍ସା କରାଯାଇଛି ।

ଗୋଟିଏ ସପ୍ତାହ ପୂର୍ବରୁ କନ୍ଧମାଳ-ବୌଦ୍ଧ ସୀମାନ୍ତରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ । ମାଓ ଠିକଣା ଉପରେ ଚଢ଼ାଇ କରି, ଯବାନମାନେ ମାଓ ପୋଷାକ, ଔଷଧ ସମେତ ବ୍ୟାପକ ସାମଗ୍ରୀ ଜବତ କରିଥିଲେ । ତେବେ ଏହା ପୂର୍ବରୁ କନ୍ଧମାଳ ଜିଲ୍ଳା ଗସ୍ତ କରି ମାଓ ସ୍ଥିତିର ସମୀକ୍ଷା କରିଥିଲେ ପୁଲିସ୍ ଡିଜି । ମାଓ ମୁକାବିଲା ପାଇଁ ମୁତୟନ ହୋଇଥିବା ସିଆରପିଏଫ, ବିଏସ୍ଏଫ, କେନ୍ଦୀୟ ବଳ ସହ ଆଲୋଚନା କରିଥିଲେ । ତେବେ ମାଓ ଗତିବିଧିକୁ ନଜରରେ ରଖି, ରବିବାର ସକାଳୁ କୁମ୍ବି ଅପରେସନ୍ କରାଯାଇଥିଲା ।

ତେବେ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ଼ ଗ୍ରୁପ୍ ଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ସୁରକ୍ଷାକମୀ । ତେଣୁ ସମସ୍ତ ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ଦିଅଯାଇଛି ।

The post ପୁଣି ଆଇଡି ବିସ୍ଫୋରଣରେ ୨ ଯବାନ ଆହତ । ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର, କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ଯବାନ-ମାଓବାଦୀ first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ଫୋକସରେ ଓଡିଶା । ଅଜୟ କୁମାରଙ୍କୁ ନୂଆ ପ୍ରଭାରୀ କରିବା ପରେ ବଢ଼ିଲା ଚର୍ଚ୍ଚା, ବଦଳିବ କି ଓଡିଶା କଂଗ୍ରେସର ଭାଗ୍ୟ

କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତନ । ରାଜ୍ୟ କଂଗ୍ରେସର ପ୍ରଭାରୀ ପରିବର୍ତନ ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଚେଲ୍ଲା କୁମାରଙ୍କ ବଦଳରେ ଅଜୟ କୁମାରଙ୍କୁ ଦାୟୀତ୍ୱ ଦେବା ପଛରେ କଂଗ୍ରେସର ରଣନୀତି ଥିବା କୁହାଯାଉଛି । ତେବେ ଯଦିଓ ପ୍ରଶାସନିକ ଓ ସାଠନିକ ପରିଚଳନା ନେତ୍ରରେ ଅଜୟଙ୍କ ଲମ୍ବା ଅଭିଜ୍ଞତା ରହିଛି, ତଥାପି କଂଗ୍ରେସ ହାତରେ ଦିନ କମ୍, ଚ୍ୟାଲେଞ୍ଜ ଅଧିକ ରହିଛି ।

ଚେଲ୍ଲା କୁମାରଙ୍କ ବଦଳରେ ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ଦେବା କେବଳ ଏକ ସଂଗଠନିକ ପରିର୍ତନ କହିଲେ ହୁଏତ ଭୁଲ୍ ହୋଇଯିବ । କାରଣ, ଆଗକୁ ୨୪ ନିର୍ବାଚନ ଅଛି ଏବଂ ପରିବର୍ତନର ଠିକ୍ ପୂର୍ବରୁ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତତ୍ୱ ଏଆଇସିସିର ଶୀର୍ଷ ନେତାଙ୍କୁ ସାକ୍ଷତ କରିଥିଲେ । ତେଣୁ ଏଥିରେ କୌଣସି ସନ୍ଦେହ ନାହଁ ଯେ, ଓଡ଼ିଶା ପାଇଁ ବଡ଼ ଯୋଜନା କରୁଛି କଂଗ୍ରେସ । ଏହାରି ଭିତରେ ଅଜୟ କୁମାରଙ୍କ ଠାରୁ ବଡ ଆଶା ରଖୁଛି ଦଳ । କାରଣ ପ୍ରଶାସନିକ ଓ ସାଠନିକ ପରିଚଳନା ନେତ୍ରରେ ଅଜୟଙ୍କ ଲମ୍ବା ଅଭିଜ୍ଞତା ରହିଛି । ହେଲେ ହାତରେ ଦିନ କମ୍, ଚ୍ୟାଲେଞ୍ଜ ଅଧିକ ।

ଏପଟେ ଅଜୟଙ୍କ ଅନୁଭୁତି, ରାଜ୍ୟ କଂଗ୍ରେସକୁୁ ତୃତୀୟରୁ ପ୍ରଥମ ସ୍ଥାନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ଏବଂ ଦଳୀୟ ବିଧାୟକ ।

ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଦଳ ୭ଟି ଉପ-ନିର୍ବାଚନରେ ପରାଜିତ ହେବା ସହ ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସେତେ ଭଲ ପ୍ରଦର୍ଶନ କରି ନଥିଲା । ଏହା ସହ ଚେଲ୍ଲା କୁମାର ଦକ୍ଷିଣ ଭାରତରୁୁ ଆସୁଥିବାରୁ ସାଧାରଣ ଲୋକଙ୍କ ସହ ଭାବ ବିନିମୟରେ ମଧ୍ୟ ସମସ୍ୟା ହେଉଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ । ଏପଟେ ଅଜୟ କୁମାର ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ସହ ଜଡ଼ିତ ଥିବାରୁ ଓଡିଶାରେ ସଠିକ୍ ଢଙ୍ଗରେ ଗୋଟି ଚାଳନା କରି ପାରିବେ ବୋଲି କହିଛନ୍ତି । ସେହିପରି ସାଂଗଠିନକ ପରିବର୍ତନ ନେଇ ନିଷ୍ପତି ନେଇପାରନ୍ତି ।

ଜାନୁଆରୀରେ ଦଳ ପ୍ରାୟ ୫୦ ପ୍ରତିଶତ ପ୍ରାର୍ଥୀଙ୍କୁ ଚୂଡାନ୍ତ କରିବାକୁ ପୂର୍ବରୁ ନିଷ୍ପତି ନେଇଥିଲା । ହେଲେ ପ୍ରଭାରୀ ପରିବର୍ତନ ପରେ ପ୍ରାର୍ଥୀ ଚୂଡାନ୍ତରେ ମଧ୍ୟ ବ୍ରେକ୍ ଲାଗି ପାରିବ ବୋଲି ଚର୍ଚ୍ଚା ହେଉଛି  । ଏହାସହ ୯ ରୁ ୯୦ ମିଶନକୁ ସଫଳ କରିବାରେ କେତେ ସହାୟକ ହେଉଛନ୍ତି ତାହା ଦେଖିବା ବାକି ରହିଲା ।

The post କଂଗ୍ରେସ ଫୋକସରେ ଓଡିଶା । ଅଜୟ କୁମାରଙ୍କୁ ନୂଆ ପ୍ରଭାରୀ କରିବା ପରେ ବଢ଼ିଲା ଚର୍ଚ୍ଚା, ବଦଳିବ କି ଓଡିଶା କଂଗ୍ରେସର ଭାଗ୍ୟ first appeared on Kanak News.

from Kanak News
via <a href="https://ifttt.com/?

ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି ୧୬ଜଣଙ୍କ ଜୀବନ

କନକ ବ୍ୟୁରୋ : ପ୍ରଶାସନର ସବୁ ଦାବି ସତ୍ୱେ ରାଉରକେଲା ଲୋକଙ୍କୁ କଲବଲ କରୁଛି ହାଇଜା । ଶନିବାରଦିନ ହଇଜା ନିୟନ୍ତ୍ରଣକୁ ଆସିଛି ବୋଲି ଦାବି କରିଥିଲା ପ୍ରଶାସନ । ତାସତ୍ୱେ ହଇଜାରେ ଆଉ ଜଣକର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି କୁଆଁରମୁଣ୍ଡା ଅଂଚଳର ସୁବୋଧ ଟପ୍ପୋ । ସରକାରୀ ଭାବେ ସହରରେ ହାଇଜାରେ ୧୬ ଜଣ ପ୍ରାଣ ହରାଥିବାବେଳେ ସରକାରୀ ଭାବେ ଏହି ସଂଖ୍ୟା ୯ ବୋଲି କୁରାଯାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ଚିନ୍ତାର ବିଷୟ ପାଲଟିଛି । କମିଶନର କହିଛନ୍ତି, ବଡଦିନ ଓ ନୂଆବର୍ଷ ଆସୁଥିବାରୁ ଆହୁରି ସତର୍କ ରହିବାର ଆବଶ୍ୟକତା ରହିଛି ।

ରାଉରକେଲାରେ ହଇଜା ବ୍ୟାପିବାର କାରଣ ପାଣି ବୋଲି କୁହାଯାଉଛି । କିନ୍ତୁ ଏ ଯାଏଁ ଏହା ସ୍ପଷ୍ଟ ହୋଇନାହିଁ । ସହରରରେ ୪୦ରୁ ଅଧିକ ବସ୍ତି ଲୋକେ ଆତଙ୍କିତ ହୋଇ ଅଛନ୍ତି ବିଶେଷକରି ଯେଉଁ ବସ୍ତିଗୁଡିକରେ ହଇଜା ବ୍ୟାପିଥିଲା ସେହି ଅଂଚଳରେ ଗୁଡିକରେ ଧିରେ ଧିରେ ଭଲ ପାଣି ଆସିଲାଣି । ପୂର୍ବରୁ ଗୋଳିଆପାଣି ଆସୁଥିବା ଅଭିଯୋଗ ହୋଇଥିଲା । ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ରାଉରକେଲାରେ ଆରଏମଆରସି ନମୁନା ସଂଗ୍ରହ କରି ଫେରିଯାଇଛି । ଖାଦ୍ୟ ଓ ପାଣି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ଖୁବଶୀଘ୍ର ରିପୋର୍ଟ ଆସିଲା ପରେ ହଇଜାର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

The post ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି ୧୬ଜଣଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ପାଇଁ ବିଜେପିର ରଣନୀତି । ପ୍ରତି ବୁଥରୁ ୫୦ପ୍ରତିଶତ ଭୋଟ ପାଇବା ଲକ୍ଷ୍ୟ, ବିଜେପି କର୍ମୀଙ୍କୁ ଗୋଟିଏ ପରିବାରର ଦାୟିତ

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ୨୪ ପାଇଁ ପ୍ରସ୍ତୁତି ହେଉଛି ବିଜେପି । ବୁଥ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ଯୋଜନା ହିଁ ଏହି ରାଜ୍ୟରେ ବିଜେପିକୁ ସଫଳତା ଦେଇଛି । ଏହାରିଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ବିଜେପିର ୨୪ ନିର୍ବାଚନ ପ୍ରସ୍ତୁତିକୁ ଖୋରାକ ଯୋଗାଇଛି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ରାଜ୍ୟ ବିଜେପିର ଟାର୍ଗେଟ । ନିଜ ନିଜ ବୁଥରୁ ୫୦ ପ୍ରତିଶତ ଭୋଟ ପାଇର୍ ସମସ୍ତେ ଦାୟିତ୍ୱ ନେବାକୁ ପଡିବ ବୋଲି ଦଳର ପ୍ରତ୍ୟେକ କର୍ମୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେଡି କହିଛି ଦଳ ମଜବୁତ ସ୍ଥିତିରେ ଅଛି । ଦଳର ଭୋଟ ପ୍ରତିଶତ ଏଥର ୭୦ ପ୍ରତିଶତରୁ କମିବ ନାହିଁ ।

ଦିଲ୍ଲୀ ଗସ୍ତ ସାରି ଫେରିଥିବା ବିଜେପି ବିଧାୟକମାନେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଅଂଟା ଭିଡିଛନ୍ତି । ମୋଦୀଙ୍କ ଆହ୍ୱାନ କ୍ରମେ ଓଡିଶାରେ ଏକ କୋଟି ପରିବାର ପାଖରେ ପହଂଚିବ ଦଳ । ବିଧାୟକ ମାନେ ଏକ ହଜାରରୁ ଦୁଇ ହଜାର ଘରକୁ ଯିବେ । ସେହିଭଳି ସାଂସଦମାନେ ଚାରିର ପାଂଚ ହଜାର ଘରକୁ ଯିବେ । ପ୍ରତ୍ୟେକ କର୍ମୀ ପ୍ରତି ଘର ଦାୟିତ୍ୱରେ ରହିବାକୁ ଯୋଜନା ପ୍ରସ୍ତତ କରିଛି ବିଜେପି ।

୨୪ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ ଆରମ୍ଭ କରିଛନ୍ତି ଦୁଇ ରାଜନୈତିକ ଦଳ । ଉଭୟ ବିଜେଡି ଏବଂ ବିଜେପି ବୁଥରୁ ସଂଗଠନ ସୁଦୃଢ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ଭୋଟର କାହାକୁ ବିଶ୍ୱାସ କରୁଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।

The post ୨୦୨୪ ପାଇଁ ବିଜେପିର ରଣନୀତି । ପ୍ରତି ବୁଥରୁ ୫୦ପ୍ରତିଶତ ଭୋଟ ପାଇବା ଲକ୍ଷ୍ୟ, ବିଜେପି କର୍ମୀଙ୍କୁ ଗୋଟିଏ ପରିବାରର ଦାୟିତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started