ରାଜନୀତିର ରଂଗ ଲାଗିବା ପରେ ସ୍ପଷ୍ଟିକରଣ ରଖିଲେ କାମିଆ ଜାନି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ, କହିଲେ, କେବେବି ଖାଇନାହାଁନ୍ତି ଗୋମାଂସ

କନକ ବ୍ୟୁରୋ : ୟୁ-ଟ୍ୟୁବର କାମିଆ ଜାନିଙ୍କ ପ୍ରସଙ୍ଗରେ ରାଜନୀତିର ରଂଗ ଲାଗିବା ପରେ, ବୟାନବାଜି ତୀବ୍ର ହେବା ପରେ ସେ ନିଜେ ସାମନାକୁ ଆସିଛନ୍ତି । ଯେଉଁ ସୋସିଆଲ ମିଡିଆରେ ତାଙ୍କୁ ନେଇ ଝଡ ଉଠିଛି ସେହି ସୋସିଆଲ ମିଡିଆରେ ସେ ଭିଡିଓ ପୋଷ୍ଟ କରି ନିଜକୁ ଜଣେ ହିନ୍ଦୁ ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ସେ କେବେବି ଗୋମାଂସ ଖାଇନଥିବା କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାନ୍ତି ବୋଲି କହିଛନ୍ତି । ଏବଂ ଯେଉଁ ଭିଡିଓକୁ ସାମନାକୁ ଆଣି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି, ସେ ତାର ପୂରା ଭିଡିଓକୁ ଜାରି କରି ସତ କଣ ଜାଣିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଭାରତର ବିଭିନ୍ନ ପ୍ରକାରର ଜିନିଷକୁ ବିଶ୍ୱସ୍ତରରେ ପହଁଚାଇବା ତାଙ୍କର କର୍ତବ୍ୟ ବୋଲି କହିଛନ୍ତି ।

କାମିଆଙ୍କ ସଫେଇ ସତ୍ୱେ ଥମିନି ବିବାଦ । ରାଜନୈତିକ ଦଳଙ୍କ ଭିତରେ ବଢ଼ୁଛି ବୟାନବାଜି । କାମିଆ ଜାନିଙ୍କ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ, ଶାସକ ଦଳ ବିଜେଡିକୁ ଘେରିଛନ୍ତି । ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ନେଇ ମାର୍କେଟିଂ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । କାମିଆ ଜାନିଙ୍କୁ ଆଣି ବିଜେଡି ଅପପ୍ରଚାର କରି ଉକ୍ରଳର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିବା କହିଛି କଂଗ୍ରେସ । ଜବାବରେ, କାମିଆ ଜାନି କେମିତି ରାମ ମନ୍ଦିରର ବ୍ରାଣ୍ଡ ଆମ୍ବାସଡର ହୋଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ଏକ ସାକ୍ଷାତକାର ନେଇଥିଲେ କର୍ଲି ଟେଲ୍ସର ମୁଖ୍ୟ କାମିଆ ଜାନି । ସୋସିଆଲ୍ ମିଡିଆରେ କାମିଆ ମହାପ୍ରସାଦ ଖାଉଥିବା ଦୃଶ୍ୟ ଭାଇରାଲ ହୋଇଥିଲା । ଆଉ କାମିଆଙ୍କ ଏହି ଭିଡିଓ ଆସିବା ପରେ, ଭାଇରାଲ ହୋଇଥିଲା ସେ ପୂର୍ବରୁ ପୋଷ୍ଟ କରିଥିବା ଏକ ହୋଟେଲର ଭିଡିଓ । ତାପରେ ଆରମ୍ଭ ହୋଇଯାଇଛି ବିବାଦ ।

The post ରାଜନୀତିର ରଂଗ ଲାଗିବା ପରେ ସ୍ପଷ୍ଟିକରଣ ରଖିଲେ କାମିଆ ଜାନି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ, କହିଲେ, କେବେବି ଖାଇନାହାଁନ୍ତି ଗୋମାଂସ first appeared on Kanak News.

from Kanak News
via <a href="https://ifttt.com/?

ଦେବଗଡ କୁନି ଝିଅ ପିହୁ ଅପହରଣ ମାମଲାର ସାଂଘାତିକ ତଥ୍ୟ । ୨ କୋଟି ଟଙ୍କା ପାଇଁ ନେଇଯାଇଥିଲେ ଦୁବୃର୍ତ, ଜଣ ପିଛା ୫୦ ଲକ୍ଷ ବାଂଟି ନେବାକୁ କରିଥିଲେ ଯୋଜନା

କନକ ବ୍ୟୁରୋ : ଦୀପକ ନାୟକ, ରୋହିତ ପାତ୍ର, ମହେଶ୍ୱର ସଗରିଆ ଏବଂ ହିମାଂଶୁ ନାରଙ୍ଗ । ଗିରଫ ହୋଇଥିବା ଏହି ୪ ଜଣ ହିଁ ପ୍ରାୟ ୪ ମାସ ପୂର୍ବରୁ ପିହୁକୁ ଅପହରଣ ପାଇଁ କରିଥିଲେ ଯୋଜାନ । ଏକାଧିକ ଥର ଅପହରଣ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଗତ ୧୮ ତାରିଖରେ ଅପହରଣ କରିବାକୁ ସଫଳ ହୋଇଥିଲେ ୪ ଅଭିଯୁକ୍ତ ।

ଟଙ୍କା ପାଇଁ ଟିଉସନରୁ ଫେରିବାବେଳେ ପିହୁକୁ ଅପହରଣ କରିଥିଲେ ଦୁବୃର୍ତ । ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଅସୁଲ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବଂ ମୁଣ୍ଡପିଛା ୫୦ଲକ୍ଷ ଟଙ୍କା ଲେଖାଏଁ ଭାଗ ପାଇଁ ଯୋଜନା କରିଥିଲେ । ଯୋଜନକୁ କାର୍ଯ୍ୟକାରୀ କରିବା ପାଇଁ ଦେବଗଡ଼ର ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁକୁ ଟାର୍ଗେଟ୍ କରିଥିଲେ ।

ପୁରା ଘଟଣାର ମାଷ୍ଟରମାଇଣ୍ଡ ଥିଲା ନୂଆଗାଁର ହିମାଂଶୁ ନାରଙ୍ଗ । ଯେଉଁଥିରେ ଅନ୍ୟ ୩ ଅଭିଯୁକ୍ତ ସହଯୋଗ କରିଥିଲେ । ମାଷ୍ଟରମାଇଣ୍ଡ ସମେତ ୪ଜଣଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ ଏକାଧିକ ଥର ଅପହରଣ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତ ।

ଗତ ୧୮ ତାରିଖରେ ପିହୁକୁ ଅପହରଣ କରାଯାଇଥିଲା । ହେଲେ ପୁଲିସର ବଡ଼ଧରଣର ଛାନଭିନ ପରେ ବଡ଼ଗାଁ ଥାନା ଭୋଇପାଲି ସର୍ଭିସ ରୋଡ ପୋଲ ନିକଟରେ ପିହୁକୁ ଛାଡ଼ି ପଳାଇଥିଲେ ଦୁର୍ବୃତ । ଆଉ ଅପହରଣର ୧୨ଘଂଟା ପରେ ଉଦ୍ଧାର ହୋଇଥିଲା କୁନି ଝିଅ ପିହୁ ।

The post ଦେବଗଡ କୁନି ଝିଅ ପିହୁ ଅପହରଣ ମାମଲାର ସାଂଘାତିକ ତଥ୍ୟ । ୨ କୋଟି ଟଙ୍କା ପାଇଁ ନେଇଯାଇଥିଲେ ଦୁବୃର୍ତ, ଜଣ ପିଛା ୫୦ ଲକ୍ଷ ବାଂଟି ନେବାକୁ କରିଥିଲେ ଯୋଜନା first appeared on Kanak News.

from Kanak News
via <a href="https://ifttt.com/?

ସହରୀ ଘରକୁ ରାସ୍ତା ବିପଦ । ବଲାଙ୍ଗିରରେ ରାସ୍ତା ଉଚ୍ଚା ହେବାରୁ ନିଚା ହୋଇଯାଉଛି ଘର, ବର୍ଷା ହେଲେ ଘରେ ପାଣି ପଶିବାର ଆଶଙ୍କା

କନକ ବ୍ୟୁରୋ : ବଲାଙ୍ଗିର ସହରକୁ ପ୍ଲାନିଂ ସହର ବୋଲି କୁହାଯାଏ । ଏହି ସହରର ରାସ୍ତା, ଘର, ଡ୍ରେନ ସବୁକିଛି ଚେସ୍ ବୋର୍ଡର ନକ୍ସା ହିସାବରେ ତିଆରି ହୋଇଥିଲା । ହେଲେ, ଏବେ ରାସ୍ତା ନିର୍ମାଣ କରୁଥିବା ଆରଏଣ୍ଡବି ବିଭାଗ ନିୟମ ମାନୁନଥିିବାରୁ ଦିନ ଦିନକୁ ରାସ୍ତା ଉଚ୍ଚା ହୋଇ ହୋଇ ଚାଲିଛି । କିନ୍ତୁ ଘର ଗୁଡିକ ଯେମିତି ଥିଲା ସେମିତି ଅଛି । ଯାହାକୁ ନେଇ ସହରବାସୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ବଲାଙ୍ଗୀର ସହର । ପଶ୍ଚିମ ଓଡିଶାର ପ୍ରମୁଖ ସହର । ଶିକ୍ଷାଠାରୁ ଆରମ୍ଭ କରି, ରାଜନୀତିର କେନ୍ଦ୍ରସ୍ଥଳ । କିନ୍ତୁ ଏହି ସହରରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି । ସହରର ରାସ୍ତାଗୁଡିକ ଉଚ୍ଚା ହୋଇ ଚାଲିଛି । ହେଲେ, ଘର ଯେମିତି ଥିଲା ସେମିତି ଅଛି । ରାସ୍ତାଗୁଡିକ ଘର ଠାରୁ ୩ଫୁଟରୁ ଅଧିକ ଉଚ୍ଚା ହୋଇଗଲାଣି । ଯାହାଫଳରେ ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ପଶୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଲାଙ୍ଗୀର ସହରବାସୀ ।

ନିୟମ ଅନୁସାରେ ପୁରୁଣା ଖରାପ ରାସ୍ତାକୁ ତାଡି, ଭଲ ଭାବେ ସଫା କରିବା ପରେ, ନୂଆ ରାସ୍ତା ନିର୍ମାଣ କରିବା କଥା । ହେଲେ, ସହରର ଅଧିକାଂଶ ସ୍ଥାନରେ ପୁରୁଣା ରାସ୍ତାକୁ ନତାଡି, ତା ଉପରେ ନୂଆ ରାସ୍ତା ନିର୍ମାଣ କରାଯାଉଛି । ଫଳରେ ରାସ୍ତା ଉଚ୍ଚା ହୋଇ ଚାଲିଛି, କିନ୍ତୁ ଘର ନିଚା ହୋଇ ଯାଉଛି ବୋଲି କ୍ଷୋଭର ସହ କହିଛନ୍ତି ସ୍ଥାନୀୟବାସିନ୍ଦା ।

ତେବେ ଏବେ ଠାରୁ ସଜାଗ ନହେଲେ, ପ୍ଲାନିଂର ସହର ବଲାଙ୍ଗୀରରେ ଆଗକୁ ଏହି ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

The post ସହରୀ ଘରକୁ ରାସ୍ତା ବିପଦ । ବଲାଙ୍ଗିରରେ ରାସ୍ତା ଉଚ୍ଚା ହେବାରୁ ନିଚା ହୋଇଯାଉଛି ଘର, ବର୍ଷା ହେଲେ ଘରେ ପାଣି ପଶିବାର ଆଶଙ୍କା first appeared on Kanak News.

from Kanak News
via <a href="https://ifttt.com/?

ବ୍ରହ୍ମପୁର ହଳଦିଆ ପଦର ବସଷ୍ଟାଣ୍ଡକୁ ଯାଉନି ବସ । ଗଳି ରାସ୍ତାରେ ବସ ଗଲେ ରହିଛି ଦୁର୍ଘଟଣା ଆଶଙ୍କା, ବସ୍ ଟର୍ମିନାଲରେ ଚାଲିଛି ତହସିଲ କାର୍ଯ୍ୟାଳୟ

କନକ ବ୍ୟୁରୋ : ଦିନ ୧୦ଟା ହେଲେ ବ୍ରହ୍ମପୁର ସହରର ନୂଆ ବସଷ୍ଟଣ୍ଡ ଠାରୁ ଫାଷ୍ଟ ଗେଟ ପର୍ଯ୍ୟନ୍ତ ଭିଡ଼ ହିଁ ଭିଡ଼ । ଗୋଟଏ ପଟେ ସ୍କୁଲ ଓ କଲେଜ ଅଫିସ ଯିବା ପାଇଁ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ସହର ବସ ଯାତାୟତ ଟ୍ରାଫିକ ସମସ୍ୟା ବଢୁଛିି ।

ହଳଦିଆ ପଦର ଠାରେ ୨୦୧୩ରେ ଉଦଘାଟିତ ହୋଇଥିବା ବସ ଟର୍ମିନାଲକୁ ବସ୍ ଯାଉନାହିଁ । ଏବେ ସେଠାରେ ତହସିଲ କାର୍ଯ୍ୟାଳୟ ଚାଲୁଛି । ଏପଟେ ୧୯୯୦ ମସିହାରେ ସହର ମଝିରେ ତିଆରି ହୋଇଥିବା ନୂଆ ବସଷ୍ଟାଣ୍ଡରେ ବସ୍ ଓ ଯାତ୍ରୀଙ୍କ ଭିଡ ଲାଗୁଛି । ରାଜ୍ୟ ଓ ରାଜ୍ୟ ବାହାରକୁ ବସ ଚଳାଚଳ କରୁଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଟାଟାକୁ ବସ ଯା’ଆସ କରୁଛି ।

ହଳଦିଆ ପଦର ଠାରେ ବସ୍ ଟର୍ମିନାଲ ଥିବା ବେଳେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ । ପୁରୁଣା ବ୍ରହ୍ମପୁର ଅଂଚଳର ସଂକିର୍ଣ୍ଣ ରାସ୍ତା ଦେଇ ବସ ଗଲେ ଦୁର୍ଘଟଣାର ଆଶଙ୍କା ରହିଛି । ତେଣୁ ବସକୁ ଟର୍ମିନାଲକୁ ପଠାଇବା ପାଇଁ ରାଜି ହେଉନାହାନ୍ତି ବସ୍ ମାଲିକ ସଂଘ ।

The post ବ୍ରହ୍ମପୁର ହଳଦିଆ ପଦର ବସଷ୍ଟାଣ୍ଡକୁ ଯାଉନି ବସ । ଗଳି ରାସ୍ତାରେ ବସ ଗଲେ ରହିଛି ଦୁର୍ଘଟଣା ଆଶଙ୍କା, ବସ୍ ଟର୍ମିନାଲରେ ଚାଲିଛି ତହସିଲ କାର୍ଯ୍ୟାଳୟ first appeared on Kanak News.

from Kanak News
via <a href="https://ifttt.com/?

ଖଲ୍ଲିକୋଟରେ ପିଡିଏସ ଚାଉଳ ବଂଟନରେ ଅନିୟମିତତା । ୩ ହଜାରରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ

କନକ ବ୍ୟୁରୋ : ଗରିବ ଲୋକଙ୍କୁ ଦୁଇ ଓଳି ଖାଇବା ଯୋଗାଇବା ପାଇଁ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫କେଜି ଚାଉଳ ପ୍ରଦାନ କରାଯାଉଛି । ହେଲେ ଗଂଜାମ ଖଲ୍ଲିକୋଟରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି କୁଇଂଟାଲ କୁଇଂଟାଲ ଚାଉଳ । ଖଲ୍ଲିକୋଟ ବ୍ଲକ ସମିତି ବୈଠକରେ ଏଭଳି ଅଭିଯୋଗ କରିଛନ୍ତି ସରପଂଚ ଓ ସମିତି ସଭ୍ୟ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସନକାର୍ଡରୁ ମୃତକଙ୍କ ନାଁକୁ ବାଦ ଦେଉ ନାହାଁନ୍ତି ଯୋଗାଣ ଅଧିକାରୀ । ବ୍ଲକର ପ୍ରାୟ ୨୯ଟି ପଂଚାୟତରେ ପ୍ରାୟ ୩୫ ହଜାର ୮୫୪ ରାସନ କାର୍ଡ ହିତାଧିକାରୀ ରହିଛନ୍ତି । ୩ ହଜାରରୁ ଅଧିକ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠୁଥିବା ନେଇ ଅଭିଯୋଗ ହୋଇଛି ।

ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଇ ହଡପ କରାଯାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ରାସନ ଅର୍ନ୍ତଭୂକ୍ତ ହୋଇପାରୁନାହାନ୍ତି । ରାଶନ କାର୍ଡ ପାଇଁ ଲୋକମାନେ ବ୍ଲକ ଓ ପଂଚାୟତକୁ ଦୀର୍ଘ ଦିନ ହେଲା ଦୌଡୁଛନ୍ତି । ହେଲେ ରାଜନୈତିକ ଶତ୍ରୁତା କାରଣରୁ ତାଙ୍କ ନାମକୁ ରାସନ ତାଲିକାରୁ କାଟି ଦେଉଥିବା ଅଭଯୋଗ ହୋଇଛି । ସେପଟେ ଏନେଇ ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲ ଖୁବଶିଘ୍ର ସମାଧାନ କରିବେ ବୋଲି କହିଛନ୍ତି ।

ମୃତ ହିତାଧିକାରୀଙ୍କ ନାମକୁ ରାସନକାର୍ଡରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ଦାବି ହୋଇଛି ।

The post ଖଲ୍ଲିକୋଟରେ ପିଡିଏସ ଚାଉଳ ବଂଟନରେ ଅନିୟମିତତା । ୩ ହଜାରରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ first appeared on Kanak News.

from Kanak News
via <a href="https://ifttt.com/?

ମା’ ଗୋଡରେ ଘା’ ହେବାରୁ ପର କରି ଦେଲା ପରିବାର । ଘରୁ ଆଣିଲେ, ବିଲରେ ପଲିଥିନ୍ ତଳେ ଛାଡି ଚାଲିଗଲେ

କନକ ବ୍ୟୁରୋ : ଯେତେବେଳେ ଲୋକଙ୍କ ଭିତରେ ମଣିଷପଣିଆ ମରିଯାଏ, ମନରେ ଅନ୍ଧବିଶ୍ୱାସ ଜନ୍ମନିଏ, ସେତେବେଳେ ଏମିତି ଅଭାବନୀୟ, ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସେ । ଆପାଣର ମଣିଷଟି ପର ହୋଇଯାଏ । ଖୋଲା ଆକାଶ ତଳେ ପଲିଥିନଟିଏ ଟାଣି, ସଂପର୍କୀୟ ମଣିଷଟିକୁ ଅସହାୟ ଅବସ୍ଥାରେ ଛାଡି ଚାଲିଯାଆନ୍ତି ପରିବାର ଲୋକ । ବରଗଡ ଜିଲ୍ଲାର ଭଟଲି ୍ବ୍ଲକ ଅନ୍ତର୍ଗତ ନୂଆଁଗଡ ରାସ୍ତା କଡରୁ ସାମ୍ନାକୁ ଆସିଛି ଏହି ଚିନ୍ତାଜନକ ଦୃଶ୍ୟ ।

ଅସୁସ୍ଥ ବୃଦ୍ଧା ଜଣଙ୍କ କୁଶନପୁରୀ ଗାଁର । ଘରେ ସ୍ୱାମୀ, ପୁଅ,ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ ଗୋଡରେ ଘା’ ଯୋଗୁଁ ତାଙ୍କୁ କେହି ଛୁଇଁଲେ ନାହିଁ । ଘରୁ ଆଣି ଜଙ୍ଗଲ ମଝିରେ ଛାଡି ଦେଇ ଚାଲିଗଲେ । ବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ଦେଖି ସାମାଜିକ ଅନୁଷ୍ଠାନ ସଂକଳ୍ପ ପକ୍ଷରୁ ଭଟଲି ପୁଲିସକୁ ଖବର ଦିଆଯାଇଛି । ସେଚ୍ଛାସେବୀ ବିକାଶ ଅଗ୍ରୱାଲ, ଜି.ରମେଶ, ଶେଷଦେବ ପ୍ରଧାନ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ସର୍ଜରୀ ୱାର୍ଡରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।

ଏବେ ବିଜ୍ଞାନ କେତେ ଆଗକୁ ଗଲାଣି, ଲୋକ ଚନ୍ଦ୍ରପୃଷ୍ଠରେ ପହଂଚିଲାଣି । ହେଲେ ଏବେ ବି ସାମଜରୁ ଅନ୍ଧବିଶ୍ୱାସ ଭଳି ବିଷ ଦୂରେଇ ପାରିନାହିଁ । ଜଣେ ବୃଦ୍ଧା ମାଆ ରୁଗ୍ଣ ହୋଇଯିବାରୁ ପରିବାର ଲୋକ ତାଙ୍କ ଚିକିତ୍ସା କରାଇବା ବଦଳରେ ଜଙ୍ଗଲରେ ଛାଡି ଚାଲିଯାଉଛନ୍ତି । ପରିବାରର ଏଭଳି କାମକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଥିବା ବେଳେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ପ୍ରଶଂସା କରିଛନ୍ତି ।

The post ମା’ ଗୋଡରେ ଘା’ ହେବାରୁ ପର କରି ଦେଲା ପରିବାର । ଘରୁ ଆଣିଲେ, ବିଲରେ ପଲିଥିନ୍ ତଳେ ଛାଡି ଚାଲିଗଲେ first appeared on Kanak News.

from Kanak News
via <a href="https://ifttt.com/?

ବଖରାଏ ଘରେ ପୁରା ପରିବାର । ୫ଜଣ ଏକାଠି ବସିବାକୁ ନାହିଁ ଜାଗା, ତଥାପି ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଛନ୍ତି ରାଜକନିକା ଦିବ୍ୟାଙ୍ଗ ସତ୍ୟବ୍ରତ ଜେନାଙ୍କ ପିଲାଛୁଆ

କନକ ବ୍ୟୁରୋ :  ଝାଟି ମାଟିର କୁଡିଆରେ ରହୁଛନ୍ତି ୫ ପ୍ରାଣୀ ପରିବାର । ପିଲାଛୁଆ-ବାପାମାଆ ଏକାଠି ବସିବାକୁ ଜାଗା ନାହିଁ । ଜିନିଷ ପତ୍ର କାନ୍ଥରେ ଟଙ୍ଗା ହୋଇଛି । ରୋଷେଇ ବାସ-ଖିଆପିଆ ଘର ବାହାରେ କରିବାକୁ ପଡୁଛି । ଆଜିର ସମୟରେ ସହରରେ ବସ୍ତିବାସିନ୍ଦାଙ୍କୁ ସରକାର ଆପାର୍ଟମେଂଟ ଦେଉଛନ୍ତି । ହେଲେ କେନ୍ଦ୍ରାପଡା ରାଜକନିକା ବ୍ଲକର ସିହପଡା ଗାଁର ସତ୍ୟବ୍ରତ ଜେନାଙ୍କ ଭାଗ୍ୟରେ ଜୁଟିନାହିଁ ସରକାରୀ ଆବାସଟିଏ ।

୪୩ ବର୍ଷିୟ ସୁବ୍ରତ ଏବେ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି । କୋଲକାତାରେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ କରି ପରିବାର ଚଳାଉଥିଲେ । ସୁଖେ ଦୁଃଖେ ୩ ପିଲାଙ୍କୁ ନେଇ ସଂସାର ଚାଲୁଥିଲା   । ହେଲେ ସାତ ବର୍ଷ ତଳେ ଏକ ସଡକ ଦୁର୍ଘଟଣା, ତାଙ୍କୁ ଦିବ୍ୟାଙ୍ଗ କରି ଦେଇଥିବା ବେଳେ ପରିବାର ଉପରେ ଦୁଃଖର ପାହାଡ ଲଦି ହୋଇପଡିଛି । ପାଖରେ ଆର୍ଥିକ ସମ୍ବଳ ନାହିଁ । ଘରକୁ ଛପର କରିପାରିନାହାନ୍ତି  । ସତ୍ୟବ୍ରତଙ୍କ ସ୍ତ୍ରୀ, ମାଗି ଯାଚି ଆଣି ପରିବାର ମୁହଁରେ ଦାନା ଦେବା ସହ ଦୁଇ ଝିଅଙ୍କୁ ପାଠ ପଢାଉଛନ୍ତି । ଏଭଳି ସ୍ଥିତିରେ ପକ୍କାଘରଟିଏ ପାଇଁ ଅନେକ ଥର ପଂଚାୟତ ଓ ବ୍ଲକ ସ୍ତରରେ ଅନୁରୋଧ କରିଛନ୍ତି ସତ୍ୟବ୍ରତଙ୍କ ସ୍ତ୍ରୀ । ହେଲେ କେହି ବୁଝୁନାହାନ୍ତି ତାଙ୍କ ଦୁଃଖ ।

ପରିବାରର ଏଭଳି ସ୍ଥିତିରେ ସତ୍ୟବ୍ରତଙ୍କୁ ସରକାରୀ ଯୋଜନାରେ ଭତାଟିଏ ମିଳୁଛି । ପରିବାରରେ ୫ଜଣ ସଦସ୍ୟ ଥିବା ବେଳେ ୪ ଜଣଙ୍କୁ ରାସନ ଚାଉଳ ମିଳୁଛି । ଏତିକିରେ ସଂସାର ରଥକୁ ଆଗକୁ ନେବା ସହଜ ହେଉନଥିବାରୁ ସହାୟତା ଲୋଡିଛନ୍ତି ସତ୍ୟବ୍ରତଙ୍କ ପରିବାର ।

The post ବଖରାଏ ଘରେ ପୁରା ପରିବାର । ୫ଜଣ ଏକାଠି ବସିବାକୁ ନାହିଁ ଜାଗା, ତଥାପି ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଛନ୍ତି ରାଜକନିକା ଦିବ୍ୟାଙ୍ଗ ସତ୍ୟବ୍ରତ ଜେନାଙ୍କ ପିଲାଛୁଆ first appeared on Kanak News.

from Kanak News
via <a href="https://ifttt.com/?

ବଡଦିନ ପାଇଁ ପ୍ରସ୍ତୁତି ଜୋରଦାର । ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ, କଟକରେ ୧୨ ହଜାର ପାନ ପତ୍ରରେ ତିଆରି ହୋଇଛି ସାନ୍ତାକ୍ଲଜ

କନକ ବ୍ୟୁରୋ : ବଡ ଦିନ ଯୋଗୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋର୍ ହୋଇଛି । କଟକ ସୂତାହାଟରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ । ୧୨ ହଜାର ପାନରେ ତିଆରି ହୋଇଛି ସାନ୍ତାକ୍ଲଜ । ଥ୍ରୀ ଡି ଆଟିଷ୍ଟ ବିଜୟଲକ୍ଷ୍ମୀ ତାଙ୍କ ଟିମ୍ ମେମ୍ବରଙ୍କ ସହ ୧୭ଶହ ବର୍ଗଫୁଟ ଗ୍ରୀନ ଫିଲ୍ଡରେ ଏହି ପାନପତ୍ରରେ ସାନ୍ତାକ୍ଲଜ କରିଛନ୍ତି କାର୍ପେଟ ଉପରେ ପାନ ପତ ଓ ଫେଭୀକଲ ଦେଇ ଏହି ଆକର୍ଷଣୀୟ ସନ୍ତା ତିଆରି କରି ପ୍ରଶଂସା ସାଉଁଟିଛନ୍ତି ବିଜୟଲକ୍ଷ୍ମୀ ।

ବଡ଼ଦିନ ଯୋଗୁ ବିଭିନ୍ନ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ହୋଇଛି । ଫୁଲବାଣୀରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ କାରୋଲ ସାଜସଜା ଆଦି ଆରମ୍ଭ ହୋଇଛି । ଫୁଲବାଣୀର ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମୀ ମାନେ କାରୋଲ ଉପାସନା କରିଛନ୍ତି । ସନ୍ଧ୍ୟାରେ ଚର୍ଚ୍ଚ ରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିଛନ୍ତି ।

ପୂର୍ବଥର ବିଭିନ୍ନ କଟକଣା ମଧ୍ୟରେ ବଡ଼ଦିନ ପାଳନ ହୋଇଥିବା ବେଳେ ଚଳିତଥର ସେମିତି କିଛି କଟକଣା ନଥିବାରୁ ବହୁତ ଭଲରେ ଚର୍ଚ୍ଚ ଏବଂ ଘର ଗୁଡିକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ସହ ଧୁମଧାମରେ ପାଳନ ପ୍ରସ୍ତୁତି ହେଉଛି ।

The post ବଡଦିନ ପାଇଁ ପ୍ରସ୍ତୁତି ଜୋରଦାର । ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ, କଟକରେ ୧୨ ହଜାର ପାନ ପତ୍ରରେ ତିଆରି ହୋଇଛି ସାନ୍ତାକ୍ଲଜ first appeared on Kanak News.

from Kanak News
via <a href="https://ifttt.com/?

“ମୁଁ ବି ସନ୍ନ୍ୟାସ ନେଉଛି, କୁସ୍ତିସଂଘ ସହ ମୋର କିଛି ସଂପର୍କ ନାହିଁ…” : କୁସ୍ତିସଂଘ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଜଭୂଷଣଙ୍କ ବୟାନ

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଅଧ୍ୟକ୍ଷ ହେବା ପରେ ବିବାଦ ବଢିବାରେ ଲାଗିଛି । ଜଣେ ଜଣେ କୁସ୍ତିଯୋଦ୍ଧା ସଂଜୟ ସିଂଙ୍କୁ ବିରୋଧ କରୁଛନ୍ତି । ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି, ପୁଣି ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି । ଏସବୁ ପରେ କେନ୍ଦ୍ର ସରକାର କୁସ୍ତିସଂଘକୁ ନିଲମ୍ବନ କରିଛି । ଏହାପରେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କୁସ୍ତିସଂଘରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି କି, ମୁଁ କୁସ୍ତିସଂଘରୁ ସନ୍ନ୍ୟାସ ନେଇସାରିଛି , ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ଯାହା କହିବାର ଅଛି ତାହା ନୂଆ ସଂଘ କରିବ । ମୋର କୁସ୍ତିସଂଘ ସହ କୌଣସି ନେଣଦେଣ ନାହିଁ , ମୁଁ ସାଂସଦ ଅଛି, ଏବେ ମୁଁ ମୋ କାମ ଉପରେ ଫୋକସ କରିବି ବୋଲି ସେ କହିଛନ୍ତି ।

ସଂଜୟ ସିଂ କୁସ୍ତିସଂଘର ଅଧ୍ୟକ୍ଷ ହେବା ପରେ କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଥିଲେ । ଏହାପରେ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ଡିସେମ୍ବର ୨୧ ତାରିଖରେ ନବ ଗଠିତ କୁସ୍ତିସଂଘକୁ ନିଲମ୍ବିତ କରିଥିଲେ । ଏହାପରେ ବ୍ରିଜଭୂଷଣ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଏବଂ ଭେଟ ପରେ ନୂଆ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ବ୍ରିଜଭୂଷଣ କହିଛନ୍ତି କି, ଖେଳ ବାତାବରଣ ପୁଣି ଆରମ୍ଭ ହେଉ ବୋଲି ଗୋଣ୍ଡାରେ ନ୍ୟାସନାଲ ଚାମ୍ପିଅନସିପ୍ ପୁଣି ଆରମ୍ଭ କରାଯାଇଥିଲା । ସରକାର ଫେଡେରେସନ ଉପରେ ପ୍ରତିବନ୍ଧକ ଲଗାଇବା ବଦଳରେ ଚମ୍ପିଆନସିପକୁ ନିଜ ତତ୍ୱାବଧାନରେ କରାନ୍ତୁ । ଫଳରେ ଖେଳାଳୀମାନଙ୍କର କ୍ଷତି ହେବ ନାହିଁ । ପୂର୍ବରୁ ମୋର କୁସ୍ତିସଂଘ ଉପରେ ଦବଦବା ଥିଲା ଓ ଆଗକୁ ରହିବ, ମାତ୍ର ଏ ପୋଷ୍ଟର ଲଗାଯିବା ଫଳରେ ମୋର କିଛି କ୍ଷତି ହେବନାହିଁ ବୋଲି ସେ କହିଛନ୍ତି ।

The post “ମୁଁ ବି ସନ୍ନ୍ୟାସ ନେଉଛି, କୁସ୍ତିସଂଘ ସହ ମୋର କିଛି ସଂପର୍କ ନାହିଁ…” : କୁସ୍ତିସଂଘ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଜଭୂଷଣଙ୍କ ବୟାନ first appeared on Kanak News.

from Kanak News
via <a href="https://ifttt.com/?

ନିଆଁ ଆଁରେ ଜଳିଗଲା ଘର, ପୋଡି ପାଉଁଶ ହୋଇଗଲା ସ୍ୱାମୀଙ୍କ ଶେଷ ସନ୍ତକ । ଘରପୋଡି ଭିତରେ କନ୍ଦେଇଦେଲା ସ୍ମୃତିପୋଡିର କାହାଣୀ…

କନକ ବ୍ୟୁରୋ: ଦୂରରୁ ହୁଏତ ଏହା ଆପଣଙ୍କୁ ଘରପୋଡିର ଦୃଶ୍ୟ ଭଳି ଲାଗିପାରେ କିମ୍ବା ପିଲାବେଳେ ଘରପୋଡିର ରଚନା ଲେଖିବାକୁ କହିଲେ ଆମେ ଯେଉଁ ଦୃଶ୍ୟକୁ ଆଖି ସାମ୍ନାକୁ ଆଣୁ ଏହା ତାହା ହୋଇପାରେ… କିନ୍ତୁ ଏଠି ଖାଲି ଘରପୋଡୁନି ବରଂ ଏଠି ଜଳି ଯାଉଛି ମନ, ପୋଡି ଯାଉଛି ପୁଳାପୁଳା ସ୍ମୃତି । ଘରର ଜିନିଷପତ୍ର ସହ ପୋଡି ପାଉଁଶ ହୋଇଯାଇଛି ସ୍ୱାମୀଙ୍କ ଶେଷ ସନ୍ତକ, ଶେଷ ସମ୍ପତ୍ତି, ଶେଷ ସ୍ମୃତି… ସ୍ୱାମୀଙ୍କ ମୃତ୍ୟୁ ପରେ ଯାହା କିଛି ଥିଲା ତାହା ଆଜି ନିଆଁର ଆରେ ନଷ୍ଟ ହୋଇଯିବା ପରେ ସେ ଦୁଃଖ ସ୍ତ୍ରୀ ଲକ୍ଷ୍ମୀଙ୍କ ଆଖିରୁ ଲୁହ ହୋଇ ଝରିଯାଉଛି…

ଘରପୋଡି ସବୁକିଛି ନେଇଯାଏ, ସର୍ବସ୍ୱାନ୍ତ କରିଦିଏ । ଯାହାର ଯନ୍ତ୍ରଣାଦାୟକ ଦୃଶ୍ୟ କେନ୍ଦୁଝର ହାଟଡିହି ଅପସର ଗାଁରୁ ଆସିଛି । ଆଉ ନିଆଁ ଆଁରେ ୨ଟି ପରିବାରର ୩ ବଖରା ଘର ଜଳି ଯିବା ପରର ଚିତ୍ର କେତେ କରୁଣ ତାହା ଯିଏ ଦେଖିଛି ସିଏ ଜାଣିଛି । ନିଆଁରେ ପୋଡି ଅଙ୍ଗାର ହୋଇଯାଇଛି ବର୍ଷକର ଆହାର, ଖଟ ପଲଙ୍କ, ଲୁଗାପଟା, ବାସନକୁସନ, ଆସବାବପତ୍ର । ଯାହା ପୋଡା ପାଉଁଶ ତଳୁ ବାହାର କରିବା ମୁସ୍କିଲ…

ଜିନିଷ ପତ୍ର ଜଳିଯିବା ଯେତିକି ଯନ୍ତ୍ରଣା ଦେଲା ତାଠୁ ଲକ୍ଷ୍ମୀଙ୍କୁ କଷ୍ଟ ଦେଲା ସ୍ୱାମୀଙ୍କ ଶେଷ ସନ୍ତକ ପୋଡି ପାଉଁଶ ହୋଇଯିବା । ମୃତ୍ୟୁ ପରେ ପାଖରେ ସ୍ୱାମୀ ନଥିଲେ ସତ କିନ୍ତୁ ଲକ୍ଷ୍ମୀଙ୍କ ପାଖରେ ଥିଲା ସ୍ୱାମୀଙ୍କ ଶେଷ ସନ୍ତକ ସୁନା ମୁଦି, ସୁନା ହାର । ଯାହାକୁ ଦେଖି ସେ ସ୍ୱାମୀଙ୍କ କଥା ମନେପକାନ୍ତି, ସ୍ୱାମୀଙ୍କ ପାଇଁ କାନ୍ଦନ୍ତି, ସ୍ୱାମୀଙ୍କ ଉପସ୍ଥିତିକୁ ଅଦୃଶ୍ୟରେ ଅନୁଭବ କରନ୍ତି । କିନ୍ତୁ ହାଏ, ନିଆଁ ସେତକ ବି ଜାଳିଦେଲା…

ସ୍ୱାମୀ ଗଲା ପରେ ଲକ୍ଷ୍ମୀ ବହୁ କଷ୍ଟରେ ପରିବାର ଚଳାଇଛନ୍ତି । ଜୀବନରେ ଅନେକ ଅଭାବ, ଅନେକ ଝଡଝଞ୍ଜା ଆସିଛି । ଚଳିବାକୁ ବି ସମସ୍ୟା ହୋଇଛି । ଏମିତି ହୋଇଛି ପେଟ ଖାଲି ରହିଛି, ପାଣି ପିଇ ରାତିରେ ଉପାସ ଶୋଇବାକୁ ବି ପଡିଛି । କିନ୍ତୁ ସ୍ୱାମୀଙ୍କ ସୁନା ମୁଦି କିମ୍ବା ସୁନା ହାର ବିକିବାକୁ କେବେ ହାତ ଯାଇନି । କାରଣ- ସେ ସୁନା ମୁଦି ହିଁ ସେମାନଙ୍କ ସମ୍ପର୍କର ଶେଷ ସନ୍ତକ ଥିଲା, ଶ୍ରେଷ୍ଠ ସ୍ମୃତି ପାଲଟିଥିଲା । କିନ୍ତୁ ଅହନ୍ତାନଗା ନିଆଁରେ ସେ ସ୍ମୃତି ଜଡସଡ ଅମୂଲ୍ୟ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଗଲା… ସତରେ ଘରପୋଡି ଭିତରେ ଏ ସ୍ମୃତି ପୋଡିର କାହାଣୀ ସମସ୍ତଙ୍କୁ କନ୍ଦେଇଦେଲା ।

The post ନିଆଁ ଆଁରେ ଜଳିଗଲା ଘର, ପୋଡି ପାଉଁଶ ହୋଇଗଲା ସ୍ୱାମୀଙ୍କ ଶେଷ ସନ୍ତକ । ଘରପୋଡି ଭିତରେ କନ୍ଦେଇଦେଲା ସ୍ମୃତିପୋଡିର କାହାଣୀ… first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started