ଆଇପିଏଲରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା ! ପୁଣି ହିଟମ୍ୟାନଙ୍କ ହାତକୁ ଫେରିବ କି ମୁମ୍ବାଇ କ୍ୟାପଟେନ୍ସି?

କନକ ବ୍ୟୁରୋ: ମୁମ୍ବାଇ ଫ୍ରାଞ୍ଚାଇଜକୁ ବଡ଼ ଝଟକା, ୨୦୨୪ ଆଇପିଏଲରୁ ବାଦ୍ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହିଟମ୍ୟାନଙ୍କ ହାତରୁ କ୍ୟାପଟେନ୍ସି ନେଇ ହାର୍ଦ୍ଦିକଙ୍କୁ ଦେଇଥିବା ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଙ୍କ ମୁଣ୍ଡ ବିନ୍ଧା କରିଛି ଏହି ଖବର । ଚିନ୍ତାରେ ଏବେ ମୁମ୍ବାଇର ପୂରା ଫ୍ରାଞ୍ଚାଇଜ୍, କାରଣ ଟ୍ରେଡ୍ କରି ଗୁଜରାଟ ଟାଇଟନ୍ସଠୁ ଆଣିଥିବା ହାର୍ଦ୍ଦିକ ଏବେ ଆହତ ଅଛନ୍ତି ବୋଲି ପିଟିଆଇକୁ ସୂଚନା ଦେଇଛି ବିସିସିଆଇ । ଏପରିକି ଆଗକୁ ଆଫଗାନିସ୍ତାନ ବିପକ୍ଷରେ ହେବାକୁଥିବା ଟି-୨୦ ସିରିଜରେ ମଧ୍ୟ ହାର୍ଦ୍ଦିକ ନଖେଳିପାରନ୍ତି ବୋଲି ରିପୋର୍ଟ କହୁଛି ।

ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ଏଯାଏଁ କୌଣସି ଅପଡେଟ୍ ନଥିବା ବିସିସିଆଇର ଜଣେ ବିଶ୍ୱସ୍ତ ସୂତ୍ର ପିଟିଆଇକୁ ସୂଚନା ଦେଇଛନ୍ତି । ଏପରିକି ୨୦୨୪ ଆଇପିଏଲ ଶେଷ ପୂର୍ବରୁ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଠିକ୍ ହୋଇନପାରନ୍ତି ବୋଲି ଆଶଙ୍କାରେ ବିସିସିଆଇ । ହାର୍ଦ୍ଦିକଙ୍କ ଲଗାତାର ଆହତ ସମସ୍ୟା ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଉଥିବାବେଳେ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ମ୍ୟାନେଜମେଣ୍ଟଙ୍କ ଟେନସନ୍ ବଢ଼ାଇଛି ।

ଏପଟେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିବା କାରଣରୁ ସେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଅନୁପସ୍ଥିତ ରହିପାରନ୍ତି । ଏଭଳି ସଙ୍କଟ ସମୟରେ ଉଭୟ ଟିମ୍ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସଙ୍କଟ ମୋଚକ ସାଜିପାରନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ହାର୍ଦ୍ଦିକଙ୍କ ବାମପଟ ଗୋଡ଼ରେ ଆଘାତ ଲାଗିଥିବାରୁ ବିଶ୍ୱକପ୍ ଅଧାରୁ ହିଁ ସେ ବାଦ୍ ପଡ଼ିଥିଲେ । ତା’ ସହ ଅଷ୍ଟ୍ରେଲିଆ ଏବଂ ସାଉଥଆଫ୍ରିକା ସିରିଜରୁ ମଧ୍ୟ ବାଦ୍ ପଡ଼ିଥିଲେ ହାର୍ଦ୍ଦିକ । ତେବେ ଏସବୁ ସମସ୍ୟା ଭିତରେ ସେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ସି ନସମ୍ଭାଳି ପାରନ୍ତି ବୋଲି ରିପୋର୍ଟ କହୁଛି ।

ସବୁଠାରୁ ବଡ଼କଥା ହେଲା, ହାର୍ଦ୍ଦିକଙ୍କ କ୍ରିକେଟ କ୍ୟାରିୟର ସ୍ୱର୍ଣ୍ଣିମ ଯୁଗ ମୁମ୍ବାଇ ଇଣ୍ଡିଆନ୍ସରୁ ହିଁ ଆରମ୍ଭ ହୋଇଥିଲା । କିନ୍ତୁ ସେ ମୁମ୍ବାଇକୁ ଫେରିବା ପରେ ମଧ୍ୟ ମୁମ୍ବାଇ ଫ୍ୟାନ୍ସ ଖୁସିନଥିବା ସୋସିଆଲ ମିଡ଼ିଆରୁ ଦେଖିବାକୁ ମିଳୁଛି । ଏପରିକି ୨୦୧୫ରୁ ୨୦୨୦ ମଧ୍ୟରେ ମୁମ୍ବାଇ ୪ ଥର ଚାମ୍ପିଅନ ହୋଇଥିବା ବେଳେ ସେଥିରେ ହାର୍ଦ୍ଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ଅନେକ ମ୍ୟାଚରେ ଅବିଶ୍ୱସନୀୟ ପ୍ରଦର୍ଶନ ମଧ୍ୟ କରିଥିଲେ । ପରେ ଗୁଜରାଟ ଟାଇଟନ୍ସର କ୍ୟାପଟେନ୍ ଭାବେ ଦାୟିତ୍ୱ ତୁଲାଉଥିବା ହାର୍ଦ୍ଦିକଙ୍କୁ ଟ୍ରେଡରେ ଆଣି ଚଳିତ ଆଇପିଏଲ ପାଇଁ କ୍ୟାପଟେନ୍ସି ଦେଇଛି ମୁମ୍ବାଇ । କିନ୍ତୁ ଏବେ ହାର୍ଦ୍ଦିକଙ୍କ ଘର ଲେଉଟାଣିରେ ମଧ୍ୟ ଖୁସି ନାହାନ୍ତି ମୁମ୍ବାଇ ଫ୍ୟାନ୍ସ । କାରଣ ୫ ଥରର ମୁମ୍ବାଇକୁ ଚମ୍ପିଆନ୍ କରିଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଦେବା ପରେ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଠୁ ଆରମ୍ଭ କରି ହାର୍ଦ୍ଦିକଙ୍କ ଉପରେ ଖପ୍ପା ଫ୍ୟାନ୍ସ । ସୋସିଆଲ ମିଡିଆରେ ମୁମ୍ବାଇକୁ ଟ୍ରୋଲ କରିବା ସହ ଉଭୟ ମୁମ୍ବାଇ ଏବଂ ହାର୍ଦ୍ଦିକଙ୍କୁ ଅନଫଲୋ କରିବାରେ ଲାଗିପଡ଼ିଛନ୍ତି କ୍ରିକେଟ ପ୍ରେମୀ ।

The post ଆଇପିଏଲରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା ! ପୁଣି ହିଟମ୍ୟାନଙ୍କ ହାତକୁ ଫେରିବ କି ମୁମ୍ବାଇ କ୍ୟାପଟେନ୍ସି? first appeared on Kanak News.

from Kanak News
via <a href="https://ifttt.com/?

ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲାଗିଛି ଭିଡ଼ । ଆଗକୁ ବଡ଼ଦିନ ନୂଆ ବର୍ଷ ପାଇଁ ନନ୍ଦନକାନନରେ ପ୍ରବଳ ଗହଳି, ବୋଟିଂ ସହ ରୋପୱେର ମଜା ନେଉଛନ୍ତି ବୁଲିଆସୁଥିବା ପର୍ଯ୍ୟଟକ

କନକ ବ୍ୟୁରୋ : ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଏନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଲାଗିଛି ଭିଡ । ଅନ୍ୟସ୍ଥାନ ଭଳି ନନ୍ଦନକାନନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ୪୦ ହଜାରରୁ ଅଧିକ ପର୍ଯ୍ୟଟକ ଚଡ଼ିଆଖାନାରେ ଭିଡ ଜମାଇଛନ୍ତି । ଏହାକୁ ନଜରରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଏବେ ବଡ଼ଦିନ ଓ ନୂଆବର୍ଷ ପଡୁଥିବାରୁ ଖୋଲା ରହିବ । ଟିକେଟ ମୂଲ୍ୟ ପୂର୍ବରୁ ଯାହାଥିଲା ତାହା ସେତିକି ରହିବ । ଏବେଠାରୁ ସେଠାରେ ପ୍ରବଳ ଗହଳି ଲାଗିଛି । ଦୂରରୁ ଆସୁଥିବା ପର୍ଯ୍ୟଟକ ମାନେ ବୋଟିଂ ସହ ରୋପୱେ’ର ମଜା ନେଉଛନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଆଗକୁ ପର୍ଯ୍ୟଟକଙ୍କ ଭିଡକୁ ଲକ୍ଷ୍ୟରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ମାନ କରାଯାଇଛି ।

The post ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲାଗିଛି ଭିଡ଼ । ଆଗକୁ ବଡ଼ଦିନ ନୂଆ ବର୍ଷ ପାଇଁ ନନ୍ଦନକାନନରେ ପ୍ରବଳ ଗହଳି, ବୋଟିଂ ସହ ରୋପୱେର ମଜା ନେଉଛନ୍ତି ବୁଲିଆସୁଥିବା ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ । ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ବିଜୟ । ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି ମହିଳା ଦଳ । ୭୫ ରନର ଟାର୍ଗେଟ୍ ୨ ୱିକେଟ୍ ହରାଇ ହାସଲ କରିନେଇଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୯ ଓ ଦ୍ୱିତୀୟ ଇନିଂସରେ ୨୬୧ ରନ୍ କରିଥିଲା । ସେହିପରି ଭାରତ ପ୍ରଥମ ଇନିଂସରେ ୪୦୬ ରନ୍ କରିଥିବା ବେଳେ ୭୫ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ।

The post ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ । ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ନୀତି । ରାଧାକୃଷ୍ଣଙ୍କୁ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି

କନକ ବ୍ୟୁରୋ: ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମଧ୍ୟ ଏହି ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଛି । ପରମ୍ପରା ଅନୁସାରେ ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ଆଜିର ବିଶେଷ ତିଥିରେ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟ ମଠ ମାନଙ୍କରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପୁରୀର ଗୌର ବିହାର ପରିସରରେ ପ୍ରସ୍ତୁତ କରାଯାଇଥିଲା ପ୍ରାୟ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ୪୦ଜଣ ଭକ୍ତ ୮ଘଣ୍ଟାରୁ ଅଧିକ ସମୟ ଧରି ପ୍ରସ୍ତୁତ କରିଥିଲେ ଭଳିକି ଭଳି ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ପିଠା । ଏଥିରେ ରହିଥିଲା ୧୪ ପ୍ରକାର ଅନ୍ନ, ୬୦ ପ୍ରକାର ଡାଲି, ତରକାରୀ , ପିଠା , ମିଠା , ୫୫ପ୍ରକାର ଚଟଣୀ, ୫୦ ପ୍ରକାର ପାମ୍ପଡ, ୬୦ପ୍ରକାର ଭଜା ଓ ୮୫୧ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କୁ ଅର୍ପଣ କରାଯାଇଥିଲା । ପ୍ରସାଦ ଅର୍ପଣ କରାଯାଇ ସାରିବା ପରେ ସମସ୍ତ ବ୍ୟଞ୍ଜନ ଭକ୍ତଙ୍କ ଗହଣରେ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା ।

The post ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ନୀତି । ରାଧାକୃଷ୍ଣଙ୍କୁ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି first appeared on Kanak News.

from Kanak News
via <a href="https://ifttt.com/?

ଏବେ ମାନିବେ କି ପ୍ରତିବାଦକାରୀ କୁସ୍ତିଯୋଦ୍ଧା । କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କଲେ ସାକ୍ଷୀ ମଲ୍ଲିକ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କରିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ସେ କହିଛନ୍ତି କି, ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପକୁ ସେ ସମର୍ଥନ କରୁଛନ୍ତି । ସେ କହିଛନ୍ତି କି କୁସ୍ତିସଂଘର ଅଧ୍ୟକ୍ଷ ଜଣେ ମହିଳା ହେବା ଆବଶ୍ୟକ । ଏହା ଫଳରେ କୁସ୍ତିସଂଘ ପାଇଁ ଖେଳୁଥିବା ମହିଳା ଓ ଝିଅମାନେ ସୁରକ୍ଷିତ ରହିବେ ।

ଭାରତୀୟ କୁସ୍ତି ସଂଘକୁ ନେଇ ବିବାଦ ଓ କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ପରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଭାରତୀୟ କୁସ୍ତିସଂଘର ମାନ୍ୟତା ରଦ୍ଦ କରିବା ସହ ନବ ନିଯୁକ୍ତ କୁସ୍ତି ସଂଘର ଅଧ୍ୟକ୍ଷ ସଂଜୟ ସିଂଙ୍କୁ ନିଲମ୍ବନ କରିଛନ୍ତି । କ୍ରୀଡା ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏହାର କାରଣ ଭାବେ କୁହାଯାଇଛି କି ନବ ନିର୍ବାଚିତ ଭାରତୀୟ କୁସ୍ତିସଂଘ ତରଫରୁ ପର୍ଯ୍ୟାପ୍ତ ସମୟ ନ ଦେଇ ଅଣ୍ଡର-୧୫ ଓ ଅଣ୍ଡର-୨୦ ରାଷ୍ଟ୍ରୀୟ ଚାମ୍ପିୟନସିପ ଆୟୋଜନର ଘୋଷଣା କରିଥିଲା । ସେପଟେ କୁସ୍ତିସଂଘ ପାଇଁ ଡିସେମ୍ବର ୨୧ ତାରିଖରେ ହୋଇଥିବା ନିର୍ବାଚନରେ ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଓ ତାଙ୍କ ପ୍ୟାନେଲ ବଡ ଅନ୍ତରରେ ବିଜୟଲାଭ କରିଥିଲା ।

https://platform.twitter.com/widgets.js

ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାରକୁ ରାସ୍ତାରେ ରଖି ପଳାଇ ଯିବା ସହ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ଆଉ କେବେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

The post ଏବେ ମାନିବେ କି ପ୍ରତିବାଦକାରୀ କୁସ୍ତିଯୋଦ୍ଧା । କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କଲେ ସାକ୍ଷୀ ମଲ୍ଲିକ first appeared on Kanak News.

from Kanak News
via <a href="https://ifttt.com/?

ଶିକାରୀଙ୍କୁ ସାବାଡ କରିବା ପାଇଁ ବନବିଭାଗର ଚଢଉ । ଶିମିଳିପାଳରେ ୪ ଶିକାରୀ ସହ ୬ ଅଭିଯୁକ୍ତ ଗିରଫ । ମାରାଣାସ୍ତ୍ର ସହ ଚୋରାକାଠ ଜବତ ।

କନକ ବ୍ୟୁରୋ: ଶିମିଳିପାଳରେ ବନ୍ଧା ହେଲେ ୪ ଶିକାରୀ । ଗୋଟେ ଦିନରେ ୩ଟି ଭିନ୍ନ ଭିନ୍ନ ଘଟଣାରେ ୪ ଜଣ ଶିକାରୀଙ୍କ ସହ ୨ ଜଣ କାଠ ଚୋରଙ୍କୁ ଧରିଛି ବନବିଭାଗ । ବିଭିନ୍ନ ମାରଣାସ୍ତ୍ର ସହ ଚୋରା କାଠ ମଧ୍ୟ ଯବତ କରିଛି । ପ୍ରଥମେ ଏସଟିପିଏଫପକ୍ଷରୁ ଚଢ଼ାଉ କରି ଜେନାବିଲ ରେଂଜରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ପରେ ଜେଟିଏଫ ପକ୍ଷରୁ ଚଢ଼ାଉ କରି ଡୁକୁରା ରେଂଜ ଅଂଚଳରୁ ଆଉ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଉଛି । ପେଟ୍ରୋଲିଂ ସମୟରେ ପୀଠା ବଟା ଅଂଚଳରୁ ୨ ଜଣ କାଠ ଚୋରଙ୍କୁ ଗିରଫ କରିଛି ବନବିଭାଗ ।

The post ଶିକାରୀଙ୍କୁ ସାବାଡ କରିବା ପାଇଁ ବନବିଭାଗର ଚଢଉ । ଶିମିଳିପାଳରେ ୪ ଶିକାରୀ ସହ ୬ ଅଭିଯୁକ୍ତ ଗିରଫ । ମାରାଣାସ୍ତ୍ର ସହ ଚୋରାକାଠ ଜବତ । first appeared on Kanak News.

from Kanak News
via <a href="https://ifttt.com/?

ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର । କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ।

କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୋଲିସ- ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । କିଛି ଦିନ ହେଲା ମାଓବାଦୀମାନେ ସର୍ଲା ଜଙ୍ଗଲରେ କ୍ୟାମ୍ପ କରି ରହି ଆସୁଥିଲେ । କନ୍ଧମାଳ ଏସପି ସୂଚନା ପାଇ କମ୍ବିଂ ଅପରେସନ କରିଥିଲେ । ସୂଚନା ଅନୁସାରେ ୨ ଯବାନ ବିସ୍ଫୋରଣ ସମୟରେ ଆହତ ହୋଇଛନ୍ତି ।

The post ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର । କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ । first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେ । ସୁନ୍ଦରଗଡ଼ରେ ହୋଇପାରେ ବିଶାଳ ସମାବେଶ ।

କନକ ବ୍ୟୁରୋ: କଂଗ୍ରେସର ଫୋକସ୍ରେ ଓଡ଼ିଶା । ରାଜ୍ୟ ପ୍ରଭାରୀ ପରିବର୍ତନର ଠିକ୍ ଦିନକ ପରେ କଂଗ୍ରେସକୁ ନେଇ ଆସିଛି ବଡ଼ ସୂଚନା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସୂଚନା ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦେଇଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ଏକ ବିଶାଳ ସମାବେଶ କରିପାରନ୍ତି କଂଗ୍ରେସର ଶୀର୍ଷସ୍ତରୀୟ ନେତା । ଓଡ଼ିଶା ଗସ୍ତର ତାରିଖ ଚୁଡ଼ାନ୍ତ ହେବା ପରେ ସୁନ୍ଦରଗଡରେ ଏହି ସମାବେଶ ହେବ । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ପକେଟ୍ ଭୋଟ୍ ଥିବା କୁହାଯାଉଥିବା ବେଳେ ସେହି ଭୋଟ୍କୁ ନିଜ ଆଡକୁ ଆଣିବା ପାଇଁ ଉଦ୍ୟମ କରିପାରେ କଂଗ୍ରେସ ।

The post ଜାନୁଆରୀରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେ । ସୁନ୍ଦରଗଡ଼ରେ ହୋଇପାରେ ବିଶାଳ ସମାବେଶ । first appeared on Kanak News.

from Kanak News
via <a href="https://ifttt.com/?

କଟକ ମେଡିକାଲ ପରିସରରେ ଉତ୍ତେଜନା । ପୁରୀର ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର ।

କନକ ବ୍ୟୁରୋ: କଟକ ମେଡ଼ିକାଲ ପରିସରରେ ଉତ୍ତେଜନା । ପୁରୀ ଚନ୍ଦନପୁର ଅଂଚଳରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚରେ ବିଳମ୍ବ ହେବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଉତେଜନା ପରେ ଘଟଣା ସ୍ଥଳରେ ପହଂଚିଥିଲା ପୋଲିସ । ମେଡିକାଲ ଫାଣ୍ଡି ପାଖରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ଉଦ୍ୟମ କରୁଛି ପୋଲିସ ।

The post କଟକ ମେଡିକାଲ ପରିସରରେ ଉତ୍ତେଜନା । ପୁରୀର ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ତାଇୱାନ ଉପରେ ଆକ୍ରମଣ କରିବ କି ଚୀନ । ତାଇୱାନ ସୀମା ଅତିକ୍ରମ କଲା ଚୀନର ୮ ଯୁଦ୍ଧ ଜାହାଜ

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଚୀନ ସର୍ବଦା ଚର୍ଚ୍ଚାରେ ରହିଛି । ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ଚୀନ ନିନ୍ଦିତ ହେଉଥିବା ବେଳେ ଏବେ ପଡୋଶୀ ରାଷ୍ଟ୍ର ତାଇୱାନ ସହ ସୀମା ବିବାଦକୁ ନେଇ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଏହି କ୍ରମରେ ଏବେ ଚୀନର ୮ଟି ଯୁଦ୍ଧ ଜାହାଜ ତାଇୱାନ ସୀମା ଅତିକ୍ରମ କରି ଦେଶ ଭିତରକୁ ପ୍ରବେଶ କରିଛି ।

ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଚୀନର ଜେ-୧୦, ଜେ-୧୧ ଓ ଜେ-୧୬ ଯୁଦ୍ଧ ବିମାନ ଜଲଡମରଧ୍ୟର ଉତ୍ତର ଓ କେନ୍ଦ୍ର ମଧ୍ୟ ରେଖା ଅତିକ୍ରମ କରିଛି । ଏହାକୁ ନଜରରେ ରଖି ତାଇୱାନ ତରଫରୁ ନଜର ରଖିବାକୁ ସେନାକୁ ସଜାଗ କରାଯାଇଛି ।

ସେପଟେ ଗୁଇନ୍ଦାଗିରି ପାଇଁ ଚୀନ ଦ୍ୱାରା ବେଲୁନ ଉପଯୋଗ କରାଯାଉଛି । ଚଳିତ ବର୍ଷ ଫେବୃଆରୀ ମାସରେ ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିଲା । ଏହି ସମୟରେ ଆମେରିକା ତରଫରୁ ଚୀନ ଦ୍ୱାରା ପ୍ରେରିତ ହୋଇଥିବା ଏକ ବେଲୁନକୁ ଖସାଇ ଦେଇଥିଲା । ସେହି ସମୟରେ ଚୀନ କହିଥିଲା କି ଏହି ବେଲୁନ ଏକ ନାଗରିକ ଜାହାଜ ଥିଲା ଓ ତାହା ଭୁଲରେ ବାଟବଣା ହୋଇଯାଇଥିଲା ।

ଗୋଟିଏ ପଟେ ତାଇୱାନ ତରଫରୁ ୨୦୨୪ ଜାନୁଆରୀ ୧୩ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ଜାରି ରଖିଛି । ସେପଟେ ଚୀନର ଏଭଳି ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ତାଇୱାନ ଆଶଂକା କରିଛି କି ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନ ଏଭଳି କାର୍ଯ୍ୟ କରୁଛି । ଅନ୍ୟପଟେ ଏହି ବିବାଦ ପଛରେ ଏକ ପ୍ରମୁଖ କାରଣ ହେଉଛି ଚୀନ କହୁଛି ଯେ ତାଇୱାନ ହେଉଛି ଚୀନର ଏକ ଅଂଶ ଯାହା ପୁଣି ଚୀନରେ ବିଲୟ ହେବ । ସେପଟେ ତାଇୱାନ ନିଜକୁ ଏକ ସ୍ୱାଧୀନ ଦେଶ ବୋଲି ମାନ୍ୟତା ଦେଇଛି । ତାଇୱାନର ନିଜର ସମ୍ବିଧାନ ରହିଛି ଓ ତାଇୱାନ ନାଗରିକଙ୍କ ଦ୍ୱାରା ନିର୍ବାଚିତ ସରକାର ସେଠାରେ ଶାସନ କରୁଛି ।

The post ତାଇୱାନ ଉପରେ ଆକ୍ରମଣ କରିବ କି ଚୀନ । ତାଇୱାନ ସୀମା ଅତିକ୍ରମ କଲା ଚୀନର ୮ ଯୁଦ୍ଧ ଜାହାଜ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started