କାମିୟା ଜାନୀଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଲେ ସୂରଜ ସୂର୍ଯ୍ୟବଂଶୀ । କହିଲେ , ଅଭଡା ରେଷ୍ଟୁରାଣ୍ଟର ଖାଦ୍ୟ ନୁହେଁ ।

କନକ ବ୍ୟୁରୋ: କାମିୟା ଜାନୀଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ସେ କହିଛନ୍ତି ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ନେଇ ମାର୍କେଟିଂ କରାଯାଉଛି । ଅଭଡା ରେଷ୍ଟୁରାଂଟର ଖାଦ୍ୟ ନୁହେଁ । କାମିୟାଙ୍କ ଖାଇବା ଟେବୁଲରେ ଗୋମାଂସ ରହିଛି । ଯାହା ଧରିଥିଲେ ତାହା ଗୋମାଂସ । ସେ ଖାଆନ୍ତୁ କି ନଖାଆନ୍ତୁ, ସେ ଗୋମାଂସର ପ୍ରଚାର କରୁଛନ୍ତି । ଗୋମାଂସକୁ ପ୍ରଚାର ପ୍ରସାର ଓ ଉତ୍ସାହିତ କରୁଥିବା ଲୋକଙ୍କୁ ମନ୍ଦିର ଭିତରକୁ କିପରି ପ୍ରବେଶ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

The post କାମିୟା ଜାନୀଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଲେ ସୂରଜ ସୂର୍ଯ୍ୟବଂଶୀ । କହିଲେ , ଅଭଡା ରେଷ୍ଟୁରାଣ୍ଟର ଖାଦ୍ୟ ନୁହେଁ । first appeared on Kanak News.

from Kanak News
via <a href="https://ifttt.com/?

୪ଲକ୍ଷ କୋଟି ଟଙ୍କାର ଋଣରେ ବୁଡିଛି ମଧ୍ୟପ୍ରଦେଶ ସରକାର । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ପୁଣି ମାଗିଲା ଋଣ

କନକ ବ୍ୟୁରୋ : ନିର୍ବାଚନ ଜିତିବା ପାଇଁ ମଧ୍ୟପ୍ରଦେଶ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଏବେ ସରକାର ପାଇଁ ବଡ ଚ୍ୟାଲେଞ୍ଜ ପାଲଟି ଯାଇଛି । ଗୋଟିଏ ପଟେ ଲୋକସଭା ନିର୍ବାଚନ ପୂର୍ବରୁ ସରକାରକୁ ପ୍ରତିଶ୍ରୁତି ପୂରଣ କରିବାକୁ ପଡିବ ତ ସେପଟେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ମଧ୍ୟପ୍ରଦେଶ ଭୋଟର ମାନେ ଓ ବିରୋଧୀଦଳ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ହେଲେ ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ । ପରିସ୍ଥିତି ଏଭଳି ହୋଇଛି କି ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ତୁରନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଋଣ ମାଗିବା ଆରମ୍ଭ କରିଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ସପ୍ତାହ ମଧ୍ୟରେ ମହୋନ ଯାଦବ ରାଜ୍ୟର ଖର୍ଚ୍ଚକୁ ପୂରା କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୨ ହଜାର କୋଟି ଟଙ୍କାର ଋଣ ମାଗିଛନ୍ତି । ସେପଟେ ମୋହନ ଯାଦବଙ୍କ ପୂର୍ବରୁ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂ ଚୌହାନ ପାଖାପାଖି ୪ ଲକ୍ଷ କୋଟି ଟଙ୍କା ଋଣ କରିସାରିଛନ୍ତି ।

ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଯେଉଁ ଲାଡଲୀ ବେହେନା ଯୋଜନା ପାଇଁ ବିଜେପିର ବଡ ବିଜୟ ହୋଇଛି ବୋଲି କୁହାଯାଉଛି ଏହା ପାଇଁ ରାଜ୍ୟବାସୀଙ୍କୁ ବହୂମୂଲ୍ୟ ଦେବାକୁ ପଡିଛି । ଏନେଇ ଶିବରାଜସିଂ ଚୌହାନ ସରକାର ୨୦୨୩ ମସିହାରେ ୪୪ ହଜାର କୋଟି ଟଙ୍କା ଋଣ କରିଛନ୍ତି । ଏହାସହ ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେବା ପରେ ଯେଉଁ ୫ ହଜାର କୋଟି ଟଙ୍କା ଋଣ ରାଜ୍ୟ ସରକାର ନେଇଛନ୍ତି ତାହା ମଧ୍ୟ ଅନ୍ତର୍ଭୁକ୍ତ । ଅନୁମାନ କରାଯାଉଛି କି ଏହି ଋଣର ଏକ ବଡ ଭାଗ କେବଳ ଲାଡଲୀ ବେହେନା ଯୋଜନାରେ ବିନିଯୋଗ କରାଯାଇଛି । ଏବେ ନୂଆ ସରକାର ଆସିବା ବେଳକୁ ରାଜ୍ୟ ରାଜକୋଷ ଖାଲି ପଡିଛି । ସେପେଟ ସରକାରଙ୍କ ପାଖରେ ନିର୍ବାଚନ ପ୍ରତିଶ୍ରୁତିର ଏକ ଲମ୍ବା ତାଲିକା ପଡି ରହିଛି । ବିଜେପି ଭୟ କରୁଛି କି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନକଲେ ଲୋକସଭା ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ।

The post ୪ଲକ୍ଷ କୋଟି ଟଙ୍କାର ଋଣରେ ବୁଡିଛି ମଧ୍ୟପ୍ରଦେଶ ସରକାର । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ପୁଣି ମାଗିଲା ଋଣ first appeared on Kanak News.

from Kanak News
via <a href="https://ifttt.com/?

ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ଟଙ୍କା ପାଇଁ ଅପହରଣ କରିଥିଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ଦେବଗଡର ପିହୁ ଅଗ୍ରୱାଲ ଅପହରଣ ମାମଲାରେ ୪ଗିରଫ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ । ଘଟଣାର ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ନୂଆଗାଁର ହିମାଂଶୁ ନାରଙ୍ଗ । ଅନ୍ୟ ଅଭିଯୁକ୍ତମାନେ ହେଲେ ମେଣ୍ଢୀପାଲି ସାଧୁବାହାଳ ଗାଁର ଦୀପକ ନାଏକ, ବଲଣ୍ଡା ଗାଁର ରୋହିତ ପାତ୍ର ଓ ଜରେଇକେଲା ଗାଁର ମହେଶ୍ୱର ଶଗଡ଼ିଆ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ୍ ଜବତ ହୋଇଛି ।

ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତ । ଟଙ୍କା ପାଇଁ ଟ୍ୟୁସନରୁ ଫେରିବାବେଳେ ଅପହରଣ କରିଥିଲେ ଦୁବୃର୍ତ । ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଅସୁଲ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବଂ ମୁଣ୍ଡପିଛା ୫୦ଲକ୍ଷ ଟଙ୍କା ଲେଖାଏଁ ଭାଗ ପାଇଁ ଯୋଜନା କରିଥିଲେ । ଯୋଜନକୁ କାର୍ଯ୍ୟକାରୀ କରିବା ପାଇଁ ନଭେମ୍ବର ମାସର ପ୍ରୟାସ କରିଥିଲେ ବି ତାହା ଫେଲ୍ ମାରିଥିଲେ । ପରେ ପୁଣି ଡିସେମ୍ବର ୧୮ ତାରିଖରେ ପିହୁକୁ ଅପହରଣ କରିନେଇଥିଲେ । ତେବେ ବଡ଼ଧରଣର ଛାନଭିନ ପରେ ବଡ଼ଗାଁ ଥାନା ଭୋଇପାଲି ସର୍ଭିସ ରୋଡ ପୋଲ ନିକଟରେ ପିହୁକୁ ଛାଡ଼ି ପଳାଇଥିଲେ । ଅପହରଣର ୧୨ଘଂଟା ପରେ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା ପିହୁ । ଏହାସହ ସପ୍ତାହକ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିଛି ।

The post ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ଟଙ୍କା ପାଇଁ ଅପହରଣ କରିଥିଲେ ଦୁର୍ବୃତ୍ତ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରଖିଲେ ପ୍ରତିକ୍ରିୟା । କହିଲେ, ୨୦୨୪ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି ।

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । କହିଛନ୍ତି, ମୋଦୀଙ୍କ ପ୍ରତି ରହିଛି ଓଡିଶାବାସୀଙ୍କ  ଭଲ ପାଇବା ରହିଛି । ମୋଦୀ ମଧ୍ୟ ଓଡ଼ିଶାବାସୀଙ୍କୁ ବେଶ୍ ଭଲ ପାଆନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ସେ ଏକ ଗୀତା ଉପହାର ଦେଇଥିଲେ । ଗୀତା ଉପହାର ଦେଖି ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପିର ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

The post ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରଖିଲେ ପ୍ରତିକ୍ରିୟା । କହିଲେ, ୨୦୨୪ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ କୁସ୍ତି ମହାସଂଘ ରଦ୍ଦ । ସଂଘର ନୂଆ କାର୍ଯ୍ୟକାରିଣୀକୁ ନିଲମ୍ବନ କଲା ଖେଳ ମନ୍ତ୍ରାଳୟ । ଅବସର ଘୋଷଣା କରିଥିଲେ ସାକ୍ଷୀ ମଲ୍ଲିକ ।

କନକ ବ୍ୟୁରୋ: ଭାରତୀୟ କୁସ୍ତି ମହାସଂଘ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କୁସ୍ତି ମହାସଂଘର ନୂଆ କାର୍ଯ୍ୟକାରିଣୀକୁ ରଦ୍ଦ କରିଛି କ୍ରୀଡା ମନ୍ତ୍ରାଳୟ । ନବନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ ହେବା ସହ ସଂଘର ସମସ୍ତ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତିି ଉପରେ ରୋକ ଲଗାଇଛି କ୍ରୀଡା ମନ୍ତ୍ରାଳୟ ।

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ଏପରିକି କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ଏହାସହ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବା ଘୋଷଣା କରି ପ୍ରଧାନମନ୍ତ୍ରୀ ଆବାସ ସମ୍ମୁଖର ପଦ୍ମଶ୍ରୀ ରଖି ଏକ ଚିଠି ମଧ୍ୟ ଲେଖିଥିଲେ । ଏବେ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କରିବା ସହ ସଂଘର ସମସ୍ତ ନିଷ୍ପତି ଉପରେ ରୋକ ଲଗାଇ ଦିଆଯାଇଛି । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ପ୍ରକାର ଗତିବିଧି ଉପରେ ରୋକ୍ ଲାଗିଛି । ଏବଂ ସଂଜୟ ସିଂଙ୍କ ଦ୍ୱାରା ନିଅଯାଇଥିବା ସମସ୍ତ ନିଷ୍ପତି ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଛି । ଭାରତୀୟ କୁସ୍ତି ମହାସଂଘକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶରେ ଲେଖାଯାଇଛି, ଲାଗୁଛି ଯେମିତି ସବୁ ନିଷ୍ପତି ପୁରୁଣା ପଦାଧିକାରୀ ହିଁ ନେଉଛନ୍ତି । ଏବଂ ନିଅଯାଇଥିବା ସବୁ ନିଷ୍ପତି ନିୟମ ବିରୋଧରେ ରହିଛି । ଏହି ସବୁ ନିଷ୍ପତିରେ ନୂଆ ଅଧ୍ୟକ୍ଷଙ୍କ ମନମାନୀ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।

The post ଭାରତୀୟ କୁସ୍ତି ମହାସଂଘ ରଦ୍ଦ । ସଂଘର ନୂଆ କାର୍ଯ୍ୟକାରିଣୀକୁ ନିଲମ୍ବନ କଲା ଖେଳ ମନ୍ତ୍ରାଳୟ । ଅବସର ଘୋଷଣା କରିଥିଲେ ସାକ୍ଷୀ ମଲ୍ଲିକ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା । ପୁଣି ହେଲା ମହାପ୍ରଭୁଙ୍କ ମହାସ୍ନାନ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା । ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ । ଘଂଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଜଣେ ଶ୍ରଦ୍ଧାଳୁ ଆଘାତ ଯୋଗୁ ରକ୍ତ ପଡିଥିବା ଅନୁମାନ କରାଯାଉଛି । ଆଜି ରବିବାର ଓ କାଲି ବଡଦିନ ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛି ।

The post ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା । ପୁଣି ହେଲା ମହାପ୍ରଭୁଙ୍କ ମହାସ୍ନାନ । first appeared on Kanak News.

from Kanak News
via <a href="https://ifttt.com/?

ବିଜାପୁରରେ ଯବାନଙ୍କୁ ଗଳାକାଟି ହତ୍ୟା । ଗତକାଲି ଅପହରଣ କରିନେଇଥିଲେ ମାଓବାଦୀ ।

କନକ ବ୍ୟୁରୋ: ବିଜାପୁରରେ ଯବାନଙ୍କୁ ଗଳାକାଟି ହତ୍ୟା । ଗତକାଲି ରାତିରେ ଯବାନଙ୍କୁ ଅପହରଣ କରିନେଇ ଥିଲେ । ମାଓବାଦୀମାନେ ହକ୍ୟା କରିଥିବା ସନ୍ଦେହ କରାଯାଉଛି । ଅମ୍ବୁଲାନ୍ସରେ ସମ୍ପର୍କୀୟଙ୍କୁ ନେଇ ଯାଉଥିଲେ ଯବାନ ରାଜୁ କର୍ସାମ । ଏତିକି ବେଳେ ଆମ୍ବୁଲାନ୍ସରୁ ଓହ୍ଲାଇ ନେଇଥିଲେ ୪ଜଣ ଅଭିଯୁକ୍ତ । ହତ୍ୟା କରିବା ପରେ ଗୋରନା ରାସ୍ତାରେ ମରଶରୀର ଫୋପାଡିଦେଇଛନ୍ତି । ମାଓ ସଙ୍ଗଠନ ଛାଡ଼ି ପୁଲିସରେ ଯୋଗଦେଇଥିଲେ । ଗୋପନୀୟ ସୈନିକ ଭାବେ କାମ କରୁଥିେ ରାଜୁ କର୍ସାମ ।

The post ବିଜାପୁରରେ ଯବାନଙ୍କୁ ଗଳାକାଟି ହତ୍ୟା । ଗତକାଲି ଅପହରଣ କରିନେଇଥିଲେ ମାଓବାଦୀ । first appeared on Kanak News.

from Kanak News
via <a href="https://ifttt.com/?

୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ଜାନୁଆରୀରେ ୧୨,୦୦୦ କର୍ମଚାରୀ ଛଟେଇ ହୋଇଥିଲେ ।

କନକ ବ୍ୟୁରୋ: ୩୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଗୁଗୁଲ । ଏଭଳି ଏକ ଖବର ପ୍ରକାଶ ପାଇବା ପରେ ଆଇଟି ସେକ୍ଟରରେ ଛାଟିନିଆଁ ପଶିଛି । ଚଳିତ ବର୍ଷ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ‘ଗୁଗଲ୍‌’ ଆହୁରି ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି।

ଏହା ହେଉଛି ବର୍ଷ ୨୦୨୩ରେ ‘ଗୁଗଲ୍‌’ର କର୍ମଚାରୀ ସଂଖ୍ୟା ହ୍ରାସ ଲାଗି ୪ର୍ଥ ଉଦ୍ୟମ। ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ଜାନୁଆରି ମାସରେ କହି ଶେଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ ‘ଗୁଗଲ୍‌’ ଛଟେଇ କରିଥିଲା। ‘ଆଲ୍‌ଫାବେଟ୍‌’ ମାଲିକାନାରେ ଥିବା ‘ଗୁଗଲ୍‌’ ତା’ର ବିଜ୍ଞାପନ ବା ‘ଆଡ୍‌ ସେଲ୍‌ସ୍‌ ୟୁନିଟ୍‌’କୁ ପୁର୍ନବ୍ୟବସ୍ଥିତ କରିବ ବୋଲି ମଙ୍ଗଳବାର ଦିନ ‘ଦି ଇନ୍‌ଫମେସନ୍‌’ ରିପୋର୍ଟ କରିଛି।

The post ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ଜାନୁଆରୀରେ ୧୨,୦୦୦ କର୍ମଚାରୀ ଛଟେଇ ହୋଇଥିଲେ । first appeared on Kanak News.

from Kanak News
via <a href="https://ifttt.com/?

ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତପଡ଼ା ଥାନା ଭଗତପୁର ଘଟଣା । ଗ୍ୟାସ ଲିକେଜ ପାଇଁ ଲୋକେ ଭୟଭୀତ ।

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତାପଡ଼ା ଥାନା ଭଗତପୁର ଚିଙ୍ଗୁଡ଼ି ପ୍ଲାଂଟ ନିକଟରେ ରାସ୍ତା ତଳକୁ ଓଲଟିଲା ହାଇଡ୍ରୋ କ୍ଲୋରିକ ଏସିଡି ଗ୍ୟାସ ବୋଝେଇ ଗାଡି । ଗ୍ୟାସ ଲିକେଜ ହେଉଥିବାରୁ ଲୋକେ ଭୟଭୀତ । ଏହି ଟ୍ୟାଙ୍କରଟି ଗଞ୍ଜାମ ଜିଲ୍ଲା ମୋହନା ଅଞ୍ଚଳରୁ ନାଟୋ ବାୟୁସାଇନ୍ସ ଚିଙ୍ଗୁଡ଼ି କମ୍ପାନୀକୁ ଯାଉଥିଲା । ଚାଳକଙ୍କ କହିବା ଅନୁସାରେ ରାସ୍ତାଟି ବଙ୍କା ଥିବାରୁ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା ।

The post ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତପଡ଼ା ଥାନା ଭଗତପୁର ଘଟଣା । ଗ୍ୟାସ ଲିକେଜ ପାଇଁ ଲୋକେ ଭୟଭୀତ । first appeared on Kanak News.

from Kanak News
via <a href="https://ifttt.com/?

ଗହଣା ଦେଖିବା ବାହାନାରେ ଲୁଟିନେଲେ ମହିଳା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ଗହଣା ଦୋକାନରୁ ସୁନା ଗହଣା ଲୁଟି ନେଉଥିବାର ଦୃଶ୍ୟ । ଗହଣା ଦୋକାନକୁ ଯାଇ ବିଭିନ୍ନ ପ୍ରକାରର ଗହଣା ଦେଖିବାକୁ କହି ପାଖାପାଖି ଲକ୍ଷେ ଟଙ୍କାର ସୁନା ଲୁଟିନେଲେ । ମହାଦେବ ଅଳଙ୍କାର ଦୋକାନରେ ଜଣେ ମାତ୍ର ସେଲ୍ସମ୍ୟାନ ଥିବା ଦେଖି ଲୁଟି ନେଇଛନ୍ତି ମହିଳା ଲୁଟେରା । ସେଲ୍ସମ୍ୟାନ ଟିକିଏ ଅନ୍ୟମନସ୍କ ହେବା ଭିତରେ ଏହି ମହିଳା ଲୁଟେରାମାନେ ୧୫ଗ୍ରାମର ଅଳଙ୍କାର ଲୁଟି ନେଇଛନ୍ତି । ସିସିଟିଭିରେ କଏଦ ହୋଇଛି ପୂରା ଲୁଟର ଦୃଶ୍ୟ । ଏନେଇ ପୁରୀଘାଟ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ଗହଣା ଦେଖିବା ବାହାନାରେ ଲୁଟିନେଲେ ମହିଳା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started