ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତ ।

କନକ ବ୍ୟୁରୋ: ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଆଜି ରବିବାର ସାଙ୍ଗକୁ ସନ୍ତାକାଲି ବଡ଼ ଦିନ ରହିଛି । ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆଜି ସକାଳଠାରୁ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି । ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଥିବାରୁ ବଡ଼ଦାଣ୍ଡରେ ଏପରି ଗହଳି ଲାଗି ରହିବ ।

The post ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ମସଜିଦ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଗୁଳିକରି ହତ୍ୟା।

କନକ ବ୍ୟୁରୋ: ବାରମୂଳା ଜିଲ୍ଲାସ୍ଥିତ ଏକ ମସଜିଦ ଭିତରେ ଅଜ୍ଞାତ ଆତଙ୍କବାଦୀମାନେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି। ଶୀରି ବାରମୂଳା ଅନ୍ତର୍ଗତ ଗଣ୍ଟମୂଳା ବାଲାସ୍ଥିତ ଏକ ସ୍ଥାନୀୟ  ମସଜିଦ ଭିତରେ ‘ଆଜାନ୍‌’ କରୁଥବା ବେଳେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ (ଏସ୍‌ଏସ୍‌ପି) ମହମ୍ମଦ୍‌ ଶାଫିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ଚୋଟରେ ଆହତ ହୋଇ ଶାଫିଙ୍କର ମୃତ୍ୟୁ ହୋଇଯାଇଛି। ଗୁଳିକାଣ୍ଡ ଘଟଣା ପରେ ସେ ଅଞ୍ଚଳକୁ କର୍ଡନ କରାଯାଇଛି।

The post ଜମ୍ମୁ-କାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ମସଜିଦ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଗୁଳିକରି ହତ୍ୟା। first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

The post ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।

କନକ ବ୍ୟୁରୋ: ନିୟମନ୍ତ୍ରଣକୁ ଆସିନି ରାଉରକେଲାରେ ହଇଜା ସ୍ଥିତି । ହଇଜାରେ ଆଉ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ବେସରକାରୀ ଭାବେ ମୃତ୍ୟୁ ସଂଖା ୧୬ରେ ପହଞ୍ଚିିଛି । ମୃତକ ହେଉଛନ୍ତି କୁଆରମୁଣ୍ଡା ଅଞ୍ଚଳର ସୁବୋଧ ଟପ୍ପୋ । ଝାଡାବାନ୍ତିରେ ଗୁରୁତର ହୋଇ ସେ ଆଇଜିଏଚ୍ରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୬ ଥିବା ବେଳେ ହଇଜାରେ ୯ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

The post ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର । ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ।

କନକ ବ୍ୟୁରୋ: ଯଦି ସ୍ତ୍ରୀ ଜାଣିଶୁଣି ସ୍ୱାମୀଙ୍କୁ ଅପମାନ କରନ୍ତି , ସର୍ବ ସମକ୍ଷରେ ଅସମ୍ମାନ କରନ୍ତି, ତେବେ ଏହାକୁ ସହ୍ୟ କରିବାକୁ ସ୍ୱାମୀ ବାଧ୍ୟ ନୁହଁନ୍ତି । ଏଥିରେ ସ୍ୱାମୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିପାରିବେ । ଏପରିକି ଆବଶ୍ୟକ ପଡିଲେ ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ ବୋଲି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନ କରିବା ବା କଥାରେ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ କଥା । ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା କିମ୍ବା ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଭଳି ଘଟଣା ଗ୍ରାହଣୀୟ ନୁହେଁ । ତେଣୁ ଏପରି ନିର୍ଯାତନା ନସହି ବରଂ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇପାରିବ ବୋଲି କହିଛନ୍ତି ଜଷ୍ଟିସ୍ ସୁରେଶ କୁମାର କୈତ ଏବଂ ନୀନା ବନସଲଙ୍କ ଖଣ୍ଡପୀଠ ।

The post ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନିକ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର । ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଭୁବନେଶ୍ୱର ରାଜପଥ ।

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା ପଥ ଉତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବ ପଥ ଉତ୍ସବ । ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିବ । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ର୍ୟାପର ବିଗ୍ଡିଲ୍ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ ଦେଖାଉଛନ୍ତି । ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳରୁ ମଜା ନେଉଛନ୍ତି ସହରବାସୀ । ବିଏମସି ପକ୍ଷରୁ ଏଥର ତିନିଟି ଷ୍ଟେଜ କରାଯାଇଛି । ଗୋଟିଏ ରାମ ମନ୍ଦିର, ଗୋଟିଏ ମାଷ୍ଟରକ୍ୟାଂଟିନ୍ ରହିଛି । ଆଉ ଏକ ଷ୍ଟେଜ୍ରେ ଭୁବନେଶ୍ୱର ଟାଲେଣ୍ଟ ସୋ’ କରାଯାଉଛି ।

The post ରାଜଧାନୀକୁ ପୁଣି ଫେରିଛି ପଥ ଉତ୍ସବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଭୁବନେଶ୍ୱର ରାଜପଥ । first appeared on Kanak News.

from Kanak News
via <a href="https://ifttt.com/?

ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା ।

କନକ ବ୍ୟୁରୋ: ଭାରତ ମହାସାଗରରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଆକ୍ରମଣ ନେଇ ବଡ଼ ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା ପଛରେ ଇରାନର ହାତ ଥିବା କହିଛି ଆମେରିକା । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏବଂ ଇରାନରୁ ଏହି ଡ୍ରୋନକୁ ଲଞ୍ଚ କରାଯାଇଥିବା ପେଣ୍ଟାଗନ କହିଛି ।

ଏହି ଡ୍ରୋନ ଆକ୍ରମଣ ପରେ ବିସ୍ଫୋରଣ ହେବା ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନାହିଁ । ଗୁଜରାଟର ପୋର ବନ୍ଦର ଠାରୁ ୨୧୭ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଛି । ଜାହାଜଟି ଅଶୌଧିତ ତୈଳ ନେଇ ମାଙ୍ଗାଲୁରୁ ଅଭିମୁଖେ ଆସୁଥିଲା । ଡ୍ରୋନ ଆକ୍ରମଣରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି । ପେଂଟାଗନର ସୂଚନା ଅନୁସାରେ ୨୦୨୧ ପରେ ବାଣିଜ୍ୟିକ ଜାହାଜ ଉପରେ ଇରାନର ସପ୍ତମ ଆକ୍ରମଣ ।

The post ସମୁଦ୍ର ମଝିରେ ଇସ୍ରାଇଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା । first appeared on Kanak News.

from Kanak News
via <a href="https://ifttt.com/?

ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାର ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କାମିୟା ଜାନି । କହିଲେ, ସେ କେବେବି ଖାଇନାହାଁନ୍ତି ଗୋମାଂସ ।

କନକ ବ୍ୟୁରୋ: ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାରକୁ ନେଇ ବିବାବ ପରେ ମୁହଁ ଖୋଲିଛନ୍ତି ୟୁ-ଟ୍ୟୁବର କାମିଆ ଜାନି । କହିଛନ୍ତି ସେ ଜଣେ ହିନ୍ଦୁ । ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରତିବାଦ କରାଯଇଛି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦର ପ୍ରସାର ପ୍ରଚାର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ କଳି ଚାଲିଛି ।

The post ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାର ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କାମିୟା ଜାନି । କହିଲେ, ସେ କେବେବି ଖାଇନାହାଁନ୍ତି ଗୋମାଂସ । first appeared on Kanak News.

from Kanak News
via <a href="https://ifttt.com/?

ହିଜାବ ଉପରେ ନାହିଁ ବାଧ୍ୟବାଧ୍ୟକତା । ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର ।

କନକ ବ୍ୟୁରୋ: ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି । ହିଜାବ ନିଷେଧାଦେଶ ଉପରେ କୌଣସି ବାଧ୍ୟ ବାଧକତା ନାହିଁ ବୋଲି କହିବା ସହ ମହିଳାଙ୍କ ଯାହା ଇଚ୍ଛା ତାହା ସେମାନେ ପିନ୍ଧନ୍ତୁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମହୀଶୂରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଣିକି ହିଜାବ ଉପରେ ଆଉ ନିଷେଧାଦେଶ ନାହିଁ । ନିଜ ପସନ୍ଦର କପଡା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର ବୋଲି କହିଛନ୍ତି ସିଦ୍ଧରମୈୟା । ୨୦୨୨ରେ ତକ୍ରାଳୀନ ବିଜେପି ସରକାର ଆଣିଥିବା ସ୍କୁଲ କଲେଜରେ ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ରାଜ୍ୟରୁ ହଟାଇ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସବ୍ କା ସାଥ୍ ସବ୍ କା ବିକାଶ କଥା ମିଛ । ବିଜେପି କପଡା ଓ ପୋଷାକ ଏବଂ ଜାତି ଆଧାରରେ ଲୋକ ଓ ସମାଜକୁ ଭାଗ କରୁଛି ବୋଲି ସିଦ୍ଧରମେୟା କହିଛନ୍ତି ।

The post ହିଜାବ ଉପରେ ନାହିଁ ବାଧ୍ୟବାଧ୍ୟକତା । ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର । first appeared on Kanak News.

from Kanak News
via <a href="https://ifttt.com/?

ମହାନତା ଦେଖାଇଲେ ସଫେଇ କର୍ମୀ । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଚାରିଆଡୁ ପ୍ରଶଂସା ।

କନକ ବ୍ୟୁରୋ: ସଫେଇ କର୍ମୀଙ୍କ ମହାନତା । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳଛି । ସ୍ଥାନୀୟ ଅଞ୍ଚଳର ଅର୍ପିତା ସାହୁଙ୍କ ସୁନା ଚେନ ଓ ଲକେଟ ଭୁଲବଶତଃ ଅଳିଆ ଗଦାରେ ପଡିଯାଇଥିଲା । ଚାରିଆଡେ ଖୋଜାଖୋଜି କରି ନପାଇବା ପରେ ପ୍ରଶାନ୍ତି ବିହାରରେ ଥିବା ୱେଲଥ ସେଣ୍ଟର ପହଞ୍ଚି ପଚରାଉଚରା କରିଥିଲେ । ଶେଷରେ ସଫେଇ କରୁଥିବା କର୍ମୀମାନେ ଅଳିଆ ଗଦାରୁ ସୁନା ଚେନ ଓ ଲକେଟ ପାଇବା ପରେ ଅର୍ପିତାଙ୍କୁ ହସ୍ତାନ୍ତର କରିଛନ୍ତି । ସଫେଇ କର୍ମୀଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

The post ମହାନତା ଦେଖାଇଲେ ସଫେଇ କର୍ମୀ । ଫେରାଇଲେ ଅଳିଆ ଗଦାରୁ ପାଇଥିବା ସୁନା ଚେନ ଓ ଲକେଟ୍ । ଚାରିଆଡୁ ପ୍ରଶଂସା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started