ଧିକ ସେ ପୁଅ ଜନ୍ମ । ମା’କୁ ଖୁଣ୍ଟରେ ବାନ୍ଧି ମାଡମାରିଲା ପୁଅ । ସେପଟେ ବରଗଡରେ ବୃଦ୍ଧା ମା’କୁ ଜଙ୍ଗଲରେ ଛାଡି ପଳାଇଲେ ପରିବାର ଲୋକେ ।

କନକ ବ୍ୟୁରୋ: ମାନବିକତା ଭୁଲିଗଲା ମଣିଷ । ପାଦରେ ଘା ହୋଇଯିବାରୁ ଅସହାୟ ବୃଦ୍ଧାଙ୍କୁ ନିଛାଟିଆ ଜଙ୍ଗଲରେ ଏକା ଛାଡି ଚାଲିଗଲେ ପରିବାର ଲୋକେ । ଡିସେମ୍ବର ମାସ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଥିବା ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଗଡ଼ ଅଂଚଳରେ । ଖୋଲା ଆକାଶ ତଳେ ପଲିଥିଲ ପଡିରହିଥିଲେ ବୃଦ୍ଧା । ସେ ସ୍ଥାନୀୟ କୁଶନପୁରୀ ଗାଁର ବାସୀନ୍ଦା । ତାଙ୍କର ସ୍ୱାମୀ, ନାତି, ନାତୁଣି ସମସ୍ତେ ଅଛନ୍ତି । ତାଙ୍କ ବାଦରେ ଏକ ଘା ହୋଇ ସେଥିରେ ପୋକ ହୋଇଯାଇଥିଲା । ଜାତି ଲୋକେ ତାଙ୍କୁ ବିରୋଧ କରିବାରୁ ପରିବାର ଲୋକେ ଏଭଳି ଅସହାୟ ଅବସ୍ଥାରେ ତାଙ୍କୁ ଛାଡି ଚାଲିଯାଇଥିଲେ । ପରେ ସାମାଜିକ ଅନୁଷ୍ଠାନ ସଂଙ୍କଳ୍ପ ପରିବାର ଆମ୍ବୁଲାନ୍ସ ସହାୟତାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଆଣି ଚିକିତ୍ସା କରାଇଛନ୍ତି ।

ଯୋଡାରେ ମଧ୍ୟ ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ସମାନ୍ୟ କଥାକୁ ନେଇ ମା’କୁ ଖୁଣ୍ଟରେ ବାନ୍ଧି ମାଡ ମାରିିଛି ପୁଅ । କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ସୋରସ୍ପାଷି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ ବଷିୟ ମା’ ସୁଭଦ୍ରା ରୋଷେଇ କରିବା ପାଇଁ ବାଡି କୋବି ତୋଳି ଆଣିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଅ ଶତ୍ରୁଘ୍ନ ତାଙ୍କ ମାଆଙ୍କୁ ଖୁଂଟରେ ବାନ୍ଧି ମାଡ ମାରିଛନ୍ତି । ପରେ ଗାଁଲୋକେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେମାନଙ୍କ କଥା ପୁଅ ଶୁଣିନଥିଲା । ଗ୍ରାମବାସୀ ଉଦ୍ଧାର କରିବାରେ ବିଫଳ ହେବାରୁ ଶେଷରେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ଶୁଭଦ୍ରାଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଏଭଳି ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

The post ଧିକ ସେ ପୁଅ ଜନ୍ମ । ମା’କୁ ଖୁଣ୍ଟରେ ବାନ୍ଧି ମାଡମାରିଲା ପୁଅ । ସେପଟେ ବରଗଡରେ ବୃଦ୍ଧା ମା’କୁ ଜଙ୍ଗଲରେ ଛାଡି ପଳାଇଲେ ପରିବାର ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି ପରେ ପ୍ରତିକ୍ରିୟା ରଖିଲେ ସଂସଦ ଅନୁଭବ ମହାନ୍ତି । କହିଲେ ବାପା ସୁସ୍ଥ ହେବା ପରେ ଦ୍ୱିତୀୟ ବିବାହ ପାଇଁ ନେବେ ନିଷ୍ପତ୍ତି ।

କନକ ବ୍ୟୁରୋ: ବିବାହ ବିଚ୍ଛେଦ ପାଇଁ ବାଟ ଫିଟିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ବିଳମ୍ବରେ ହେଉ ପଛେ ନ୍ୟାୟ ମିିଳିଥିବା କହିଛନ୍ତି ଅନୁଭବ । ସେପଟେ ଦ୍ୱିତୀୟ ବିବାହ କଥା ଚିନ୍ତା କରିନଥିବା କହିଛନ୍ତି । ବାପାଙ୍କ ଦେହ ଅସୁସ୍ଥ ଅଛି । ତେଣୁ ବାପା ସୁସ୍ଥ ହେବା ପରେ ପରିବାର ଲୋକେ ଯାହା ନିଷ୍ପତ୍ତି ନେବେ, ତାହା କରିବେ । ଏପରିକି ବିବାଦ ପଛରେ କିଛି ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରିବା ସହ ଆଗକୁ ନ୍ୟାୟିକ ପ୍ରକ୍ରିୟାର ସାମ୍ନାକୁ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସାଂସଦ ।

The post ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି ପରେ ପ୍ରତିକ୍ରିୟା ରଖିଲେ ସଂସଦ ଅନୁଭବ ମହାନ୍ତି । କହିଲେ ବାପା ସୁସ୍ଥ ହେବା ପରେ ଦ୍ୱିତୀୟ ବିବାହ ପାଇଁ ନେବେ ନିଷ୍ପତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ କୁହୁଡି ।

କନକ ବ୍ୟୁରୋ: ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଂଟାରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ । ହେଲେ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ ଘନ କୁହୁଡି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ ।

ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ବିଭିନ୍ନ ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ବାୟୁମଣ୍ଡଳରେ ଉପର ଭାଗରେ ପଶ୍ଚିମା ନିମ୍ନ ଚାପରେଖା ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମେଘୁଆ ପାଗ ରହିପାରେ ।

The post ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ କୁହୁଡି । first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ । ଓଡିଶା ସମେତ ବଦଳିଲେ ବିଭିନ୍ନ ରାଜ୍ୟର ପ୍ରଭାରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ ଦାୟିତ୍ୱ ।

କନକ ବ୍ୟୁରୋ: ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତନ । ଓଡିଶା ସମେତ ବଦଳିଛନ୍ତି ବିଭିନ୍ନ ରାଜ୍ୟର ପ୍ରଭାରୀ । ଓଡିଶାରେ ଚେଲ୍ଲା କୁମାର ଆଉ ପ୍ରଭାରୀ ରହିବେନି । ତାଙ୍କ ସ୍ଥାନରେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର ଓଡିଶା ପ୍ରଭାରୀ ହେବେ । ଅଜୟ କୁମାର ପୂର୍ବରୁ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବି ଥିଲେ । ଏହା ପୂର୍ବରୁ ସେ ସିକିମ, ତ୍ରିପୁରା ଓ ନାଗାଲାଣ୍ଡର ପ୍ରଭାରୀ ଥିଲେ । ଓଡିଶା ସମେତ ତାମିଲନାଡୁ ଓ ପୁଡୁଚେରୀ ଅତିରିକ୍ତ ଦାୟିତ୍ୱରେ ପ୍ରଭାରୀ ରହିବେ ଅଜୟ କୁମାର । ଅଜୟ ଜାମସେଦପୁରରୁ ସାଂସଦ ରହିସାରିଛନ୍ତି ।

ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଦୀର୍ଘଦିନ ହେଲା ଓଡିଶାରେ ପ୍ରଭାରୀ ବଦଳିବେ ବୋଲି ଚର୍ଚ୍ଚା ହେଉଥିଲା । ବୁଧବାରଦିନ ରାଜ୍ୟର କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ , ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଆଉ ସେମାନେ ଫେରିବାର ଗୋଟିଏ ଦିନ ପରେ ଓଡିଶାର ପ୍ରଭାରୀ ପରିବର୍ତ୍ତନ ହୋଇଛନ୍ତି ।

The post ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ । ଓଡିଶା ସମେତ ବଦଳିଲେ ବିଭିନ୍ନ ରାଜ୍ୟର ପ୍ରଭାରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଓଡିଶା ଫେରିଲେ ବିଜେପି ବିଧାୟକ । ରାଜ୍ୟ ସରକାରଙ୍କ ବିରୋଧରେ ଦେଲେ ଯୁଦ୍ଧ ଡାକରା ।

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସଭାପତି ଜେପି.ନଡ୍ଡାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଲେ ବିଜେପି ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ଯାଇଥିଲୁ ସେ ନେଇ ଆଲୋଚନା ହୋଇଛି । ଉଭୟ ନେତାଙ୍କ ସହ କଥାବାର୍ତ୍ତା ଉତ୍ସାହିତ କରିଛି । ରାଜ୍ୟରେ ସରକାର ଗଠନ ପାଇଁ କେନ୍ଦ୍ର ବିଜେପି ରାଜ୍ୟ ଶାଖାକୁ ସବୁ ପ୍ରକାରର ସହାୟତା କରିବ ।

ଦଳ କୋଟିଏ ଲୋକଙ୍କ ପାଖକୁ ଯିବ । ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ଲୋକଙ୍କ ପାଖକୁ ଯିବ ଦଳ । ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ନରମ ହୋଇନାହିଁ ବରଂ ଆଗକୁ ଯୁଦ୍ଧ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଜାନୁଆରୀରେ ବିଜେପିର କେନ୍ଦ୍ରୀୟ ନେତା, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ୟୁପି ମୁଖ୍ୟମନ୍ତ୍ରୀ ଓଡିଶା ଆସିବେ ବୋଲି କହିଛନ୍ତି ଜୟନାରାୟଣ ।

The post ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଓଡିଶା ଫେରିଲେ ବିଜେପି ବିଧାୟକ । ରାଜ୍ୟ ସରକାରଙ୍କ ବିରୋଧରେ ଦେଲେ ଯୁଦ୍ଧ ଡାକରା । first appeared on Kanak News.

from Kanak News
via <a href="https://ifttt.com/?

କୋଭିଡ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ହେଲେ ଆଇଏନଏସଏସିଓଜି କହିଲା ଆବଶ୍ୟକ ନାହିଁ ଅଧିକ ଡୋଜର ଭ୍ୟାକସିନ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।

କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଇଏନଏସଏସିଓଜି କହିଛି କୋଭିଡର ନୂଆ ଭାରିଆଣ୍ଟ ପାଇଁ ଅ୍ରାଉ ଅତିରିକ୍ତ ଭ୍ୟାକ୍ସିନର ଆବଶ୍ୟକତା ନାହିଁ । କିନ୍ତୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ପାଇଁ ପ୍ରତିଷେଧାତ୍ମକ ଡୋଜର ଆବଶ୍ୟକତା ରହିଛି । ବିଶେଷକରି କ୍ୟାନସର ରୋଗୀ ଏବଂ ଅନ୍ୟ ରୋଗ ଥିବା ବୟସ୍କଙ୍କୁ ଅତିରିକ୍ତ ଡୋଜ ଦେବାକୁ ପରାମର୍ଶ ରହିଛି । ନଚେତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ଡୋଜର କୌଣସି ଆବଶ୍ୟକତା ନଥିବା କହିଛନ୍ତି ଆଇଏନଏସଏସିଓଜି ମୁଖ୍ୟ ଡକ୍ଟର ଏନକେ ଆରୋରା ।

ସେପଟେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ କରୋନାର ନୂଆ ଭାରିଆଂଟ ଔଘ.୧ ଭୂତାଣୁ ଏତେଟା ମାରାତ୍ମକ ନୁହେଁ, ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବୟସ୍କମାନେ ବାହାରିଲେ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏକାଧିକ ରୋଗରେ ଆକ୍ରାନ୍ତଙ୍କ ପାଇଁ ମାସ୍କ ଜରୁରୀ । ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ସରକାରଙ୍କ ପରାମର୍ଶ ଦେଇଛନ୍ତି । କିନ୍ତୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି ।

ଗତ ୨୪ ଘଣ୍ଟାରେ ଦେଶରେ ୭୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୦ରେ ପହଂଚିଛି । ଆଗକୁ ବଡଦିନ, ନୂଅବର୍ଷ ଭଳି ଉତ୍ସବ ଥିବାରୁ ଲୋକଙ୍କ ଭିଡ ଜମିଲେ ସଂକ୍ରମଣ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଉଥିବାବେଳେ ସତର୍କ ନହେଲେ ଆଗକୁ କଡା ଗାଇଡଲାଇନ ଆସିବା ସମ୍ଭାବନା ରହିଛି ।

The post କୋଭିଡ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ହେଲେ ଆଇଏନଏସଏସିଓଜି କହିଲା ଆବଶ୍ୟକ ନାହିଁ ଅଧିକ ଡୋଜର ଭ୍ୟାକସିନ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ

କନକ ବ୍ୟୁରୋ : ପ୍ରସିଦ୍ଧ ହୋମିଓପାଥିକ୍ ଡାକ୍ତର ଡା.ଦେବଶ୍ଲୋକ ଶର୍ମା ଏବଂ ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଜିତେଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଜଟିଳ ରୋଗ ଉପରେ ଦୁଇ ଦିନିଆ ଜାତୀୟ ହୋମିଓପାଥିକ୍ କର୍ମଶାଳା ଆୟୋଜିତ ହୋଇଥିଲା। ନେମିନାଥ ହୋମିଓପାଥିକ ମେଡିକାଲ କଲେଜ, ଆଗ୍ରାର ହୋମିଓପାଥିକ ଚିକିତ୍ସକ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଗୁପ୍ତା, ଆଗ୍ରା ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍। ଯେଉଁଥିରେ ହୋମିଓପାଥିକ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇଥିବା କର୍କଟ, ମଧୁମେହ ଏବଂ ସାଂଘାତିକ ରୋଗର ଅନେକ ମାମଲା ସେମିନାରରେ ଉପସ୍ଥାପିତ କରାଯାଥିଲା ଏବଂ ହୋମିଓପାଥିକ ଡାକ୍ତରମାନେ ଆଶ୍ଚର୍ୟ୍ୟ କରିଦେଇ ଥିଲେ। ଏହି ଅବସରରେ ଝାରସୁଗୁଡା ପୋଲିସ୍ ଅଧୀକ୍ଷକ ଶ୍ରୀ ସ୍ମିଥ୍ ପି ପାରମାରଙ୍କୁ ଏକ ଅଗଂ ବସ୍ତ୍ର ଏବଂ ପ୍ରମାଣପତ୍ର ତଥା ପୋଲିସ୍ ଅଧୀକ୍ଷକ ଶ୍ରୀ ସ୍ମିଥ୍ ପି ପରମାର କୁ ସମ୍ମାନିତ କରାଯାଇଥିଲା। ପୋଲିସ୍ ଅଧୀକ୍ଷକ ହୋମିଓପାଥିକ ହସ୍ପିଟାଲକୁ ପ୍ରଶଂସା କରି ଡାକ୍ତରମାନଙ୍କୁ କହିଛନ୍ତି ଯେ ଆଜିର ସମୟରେ ହୋମିଓପାଥି ଏକ ନିରାପଦ ଔଷଧ ଏବଂ କୋଭିଡ ପରେ ହୋମିଓପାଥିର ଖ୍ୟାତି ବଢିଛି। ଆଜିର କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ୭୦ ଜଣ ଡାକ୍ତର ଯୋଗ ଦେଇଥିଲେ। ଇନ୍ଦୋରର ଡାକ୍ତରମାନେ ଡଃ ବୈଭବ ଜୈନ , ଡଃ ମନୋଜ ବାରେଠ, ଡଃ ଶ୍ରୀୟେଷ ଚୌଗନେ ଡଃ ଆଶିଷ ଯାଦବ, ମହାରାଷ୍ଟ୍ରର ନାଶିକରୁ ଡଃ ସୌରଭ କୁଟେ, ଆନ୍ଧ୍ରପ୍ରଦେଶର ଡଃ ମଣି ଧ୍ରୁପାଦ ଡଃ ଏଲ ସାବ୍ୟା, ଛତିଶଗଡର ଡଃ ଶିବାନୀ ସାଓ, ଡଃ ସ୍ବାତି ସୋନି, ଡଃ ଶାକ୍ଷି ସୋନି, ଡଃ ଏମଡି ମାସୁଦ, ଝାରଖଣ୍ଡର ଡଃ ଅମର କୁମାର ଏବଂ ଓଡ଼ିଶାର ଅନ୍ୟ ଚିକିତ୍ସକ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

The post ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା ! ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନଖେଳିବା ନେଇ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟାରୁ ମୁକୁଳି ପାରିନଥିବା ବେଳେ ହାର୍ଦ୍ଦିକ ଆଫଗାନିସ୍ଥାନ ବିପକ୍ଷ ସିରିଜ ସମେତ ଆଇପିଏଲ ୨୦୨୪ ସିଜିନରୁ ମଧ୍ୟ ବାଦ ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ । ଟ୍ରେଡିଂ ଜରିଆରେ ଗୁଜରାଟ ଟାଇଟନ୍ସଠୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକୁ ଫେରାଇ ଆଣିବା ପରେ ଅଧିନାୟକ ଭାବେ ନିଯୁକ୍ତ କରିଥିଲା । ତେବେ ବର୍ତମାନ ସୁଦ୍ଧା ହାର୍ଦ୍ଦିକ ସୁସ୍ଥ ହୋଇନଥିବା ବେଳେ ପଡ଼ିଆକୁ ଫେରିବା ନେଇ ଆଶଙ୍କା ଦେଖାଦେଇଛି । ବିଶ୍ୱକପ ଟୂର୍ଣ୍ଣାମେଂଟରେ ବାଲାଂଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଦଳରୁ ବାଦ ପଡିଥିଲେ ହାର୍ଦ୍ଦିକ । ଆହତ ସମସ୍ୟା ଦୂର ନହେବା କାରଣରୁ ବିଶ୍ୱକପ ପରେ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଥିଲେ ହାର୍ଦ୍ଦିକ ।

The post ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା ! ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ନଖେଳିବା ନେଇ ବଢ଼ିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଅଟକାଇଥିବା ସୂଚନା

କନକ ବ୍ୟୁରୋ : ୩ଶହରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନରେ ସେହି ସମୟରେ ହଲଚଲ ଖେଳିଯାଇଥିଲା ଯେଉଁ ସମୟରେ ହଠାତ ବିମାନକୁ ଅଧାବାଟରୁ ଅଟକ ରୋକାଯାଇଥିଲା   । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ସୂଚନା ଅନୁସାରେ ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି । ମାନବ ଚାଲାଣ ଅଭିଯୋଗ ଆସିବା ପରେ ଏବେ ଘଟଣାର ତଦନ୍ତ ଭାର ଫ୍ରାନ୍ସ ଗୁଇନ୍ଦା ସଂସ୍ଥା ଜେୟୁଏନଏଏଲସିଓ ନେଇଛି । ସମସ୍ତ ଯାତ୍ରୀଙ୍କୁ ଜେରା କରାଯାଉଛି । ଦୁଇ ଜଣ ସନ୍ଦିଗ୍ଦଙ୍କୁ ଗିରଫ କରାଯାଇଛି ।

ଏବେ ଜାଣିବା କ’ଣ ଥିଲା ଘଟଣାକ୍ରମ—–ଶୁକ୍ରବାର ରୋମାନିଆ ଏୟାରଲାଇନ୍ସ ବିମାନ ‘ଲିଜେଣ୍ଡ ଏ-୩୪୦’ ଫ୍ରାନ୍ସର ବ୍ରାଟି ବିମାନବନ୍ଦରରେ ଅବତଣ କରିଥିଲା । ଇନ୍ଧନ ଭରିବା ପାଇଁ ଅବତରଣ କରିଥିବା ବିମାନ ନିକଟକୁ ଫ୍ରାନ୍ସ ପୁଲିସ ପହଁଚି ତଦନ୍ତ କରିଥିଲେ । ପୂରା ବିମାନବନ୍ଦର ପୁଲିସ ଛାଉଣୀ ହେବା ସହ ଯାତ୍ରୀଙ୍କୁ ବିଶ୍ରାମ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି । ୨ଜଣଙ୍କୁ ଗିରଫ କରାଯାଇଛି ଓ ଅନ୍ୟ କିଛି ଯାତ୍ରୀଙ୍କୁ ଜେରା କରୁଛି ଫ୍ରାନ୍ସ ଗୁଇନ୍ଦା ସଂସ୍ଥା । ତଦନ୍ତ ଚାଲିଥିବାରୁ ୧୫୦ କିଲୋମିଟର ଦୂରେ ଥିବା ନିଜ ଗନ୍ତବ୍ୟସ୍ଥଳରେ ପହଁଚିପାରିନି ବିମାନ । ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବ ଚାଲାଣ ମାମଲାରେ ତଦନ୍ତ ପାଇଁ ସହ । ବିମାନ କମ୍ପାନୀ ପକ୍ଷରୁ କୌଣସି ସୁଚନା ଦିଆଯାଇନି । ଭାରତ ସରକାରଙ୍କୁ ଏହି ବାବଦରେ ସୂଚନା ଦେଇଛି ଫ୍ରାନ୍ସ । ଭାରତୀୟ ଦୂତାବାସ ଅଧିକାରୀ ଘଟଣାସ୍ଥଳରେ ପହଁଚିବା ସହ ଭେଟିବା ପାଇଁ କନସୁଲାର ଆକ୍ସେସ ପାଇଛି । ତେବେ ଘଟଣା ଉପରେ ଭାରତ ସରକାର ନଜର ରଖିଥିବା ଜଣାପଡିଛି ।

The post ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଅଟକାଇଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁକାଶ୍ମୀରରେ ଇଣ୍ଟରନେଟ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

କନକ ବ୍ୟୁରୋ : କଡ଼ାକଡ଼ି ହେଲା ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା । ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ସୁରକ୍ଷାକର୍ମୀ । ଆତଙ୍କୀ ଠିକଣା ଉପରେ ପ୍ରହାର କରୁଛି ଭାରତୀୟ ସେନା । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ତାକୁ ନଷ୍ଟ କରାଯାଉଛି । ସେପଟେ ସିସଟିଭିରେ କଏଦ ହୋଇଛି ଆତଙ୍କୀଙ୍କ ଭିଡିଓ । ମୃତ ଆତଙ୍କୀଙ୍କ ଶବକୁ ବୋହି ନେଇଯାଉଥିବା ୩ ଆତଙ୍କୀ କ୍ୟାମେରାରେ କଏଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୨୨ ଅଧରାତିରେ ଅଖନୁର ସେକ୍ଟର ଦେଇ ଆତଙ୍କୀ ଅନୁପ୍ରବେଶ ଉଦମ ପଣ୍ଡ ହୋଇଛି । ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ସେପଟେ ରଜୌରୀ ସେକ୍ଟରରେ ମୋଟାର ମାଡରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି । ସୁରକ୍ଷା ଦୃଷ୍ଟିରେ ଦୁଇ ଜିଲ୍ଲ।।ରେ ଇଂଟରନେଟ ସେବାକୁ ବନ୍ଦ କରାଯାଇଛି ।

The post ଜମ୍ମୁକାଶ୍ମୀରରେ ଇଣ୍ଟରନେଟ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started