ଥମୁନି କୁସ୍ତିଯୋଦ୍ଧାଙ୍କ କଳି । ପଦ୍ମଶ୍ରୀ ଫେରାଇଲେ ପୁନିଆ, ସାକ୍ଷୀଙ୍କ ସନ୍ନ୍ୟାସ ଘୋଷଣା

କନକ ବ୍ୟୁରୋ : ଦୀର୍ଘଦିନ ହେବ ଚାଲିଥିବା ବିବାଦ ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି । ସଂଜୟ ସିଂଙ୍କୁ କୁସ୍ତି ମହାସଂଘର ସଭାପତି କରାଯିବା ପରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମର୍ମର୍ାହତ ହୋଇ ପ୍ରଥମେ ସାକ୍ଷୀ ମଲ୍ଲିକ କୁସ୍ତିରୁ  ସନ୍ନ୍ୟାସ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ ଭିନେଶ ଫୋଗଟ । ଆଉ ଏବେ ଚାମ୍ପିୟନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଛନ୍ତି । କର୍ତବ୍ୟବଥ ଫୁଟପାଥରେ ପଦ୍ମଶ୍ରୀ ପଦକକୁ ରଖି ଚାଲିଯାଇଥିବା ଜଣାପଡିଛି । ପୁନିଆ କହିଛନ୍ତି—ପ୍ରଧାନମନ୍ତ୍ରୀ ବ୍ୟସ୍ତ ଥିବାରୁ ତାଙ୍କୁ ସାକ୍ଷାତ କରିପାରିଲିନି । ପଦ୍ମଶ୍ରୀ ମେଡ଼ାଲକୁ ଘରକୁ ଆଉ ଫେରାଇ ନେବିନି ।  ଝିଅ ଓ ମାଙ୍କ ପାଇଁ ଆମ ଲଢେଇ ଜାରି ରହିବ । ଆମକୁ ନ୍ୟାୟ ଦେଇପାରିଲେନି ସରକାର । ତେଣୁ ମୁଁ ନିଜକୁ ପଦ୍ମଶ୍ରୀ ସମ୍ମାନର ଯୋଗ୍ୟ ଭାବୁନି । ଚିଠି ସହ ପଦ୍ମଶ୍ରୀକୁ ଛାଡିଯାଉଛି ।

କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଅନେକ ରାଜନେତାଙ୍କଠୁ ନେଇ କ୍ରୀଡାବିତ ଏବଂ ସେଲିବ୍ରେଟି ଆଗକୁ ଆସିଛନ୍ତି । ବକ୍ସର ବିଜେନ୍ଦ୍ର ସିଂ କହିଛନ୍ତି ଯାହା ସବୁ ଘଟୁଛି ଏହା ଅତ୍ୟନ୍ତ ନିନ୍ଦଦୀୟ । ସରକାର ଏହା ଉପରେ ଦୃଷ୍ଟି ଦେବା ଜରୁରୀ । ଅନ୍ୟପଟେ ଶୁକ୍ରବାର କୁସ୍ତିଯୋଦ୍ଧାଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଦଳ କହିଛି କୁସ୍ତିଯୋଦ୍ଧା ସହ ଶେଷ ପର୍ଯ୍ୟନ୍ତ ଏକାଠି ମିଶି ଲଢେଇ ଜାରି ରଖିବ ।

କୁସ୍ତିମହାସଂଘର ସଭାପତି ଭାବେ ସଂଜୟ ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ସଂଜୟ ହେଉଛନ୍ତି ପୂର୍ବତନ ସଭାପତି ତଥା ବିବାଦର ମୁଖ୍ୟ କାରଣ କୁହାଯାଉଥିବା ବ୍ରିଜଭୂଷଣଙ୍କ ଘନିଷ୍ଟ ସହଯୋଗୀ । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗ ଆସିବା ପରେ ଏକାଧିକ କୁସ୍ତିଯୋଦ୍ଧା ଆନ୍ଦୋଳନ କରିଥିଲେ । ବ୍ରିଜଭୂଷଣଙ୍କ ଇସ୍ତଫା ଦାବି ମଧ୍ୟ କରିଥିଲେ । କିନ୍ତୁ ଇସ୍ତଫା ଦେବେନି ବୋଲି ସଫା ସଫା କହିଥିଲେ ବ୍ରିଜ ଭୂଷଣ । ଏବେ ତାଙ୍କ କାର୍ଯ୍ୟକାଳ ସରିବା ପରେ ଯେଉଁ ନିର୍ବାଚନେ ହୋଇଛି ସେଥଇରେ ସଂଜୟ ସିଂଙ୍କୁ କୁସ୍ତି ମହାସଂଘର ସଭାପତି କରାଯାଇଛି ।ଯାହାକୁ ଜୋରଦାର ବିରୋଧ କରୁଛନ୍ତି କୁସ୍ତିଯୋଦ୍ଧା ।

The post ଥମୁନି କୁସ୍ତିଯୋଦ୍ଧାଙ୍କ କଳି । ପଦ୍ମଶ୍ରୀ ଫେରାଇଲେ ପୁନିଆ, ସାକ୍ଷୀଙ୍କ ସନ୍ନ୍ୟାସ ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

 ଦେଶରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୭୫୨ ସଂକ୍ରମିଚ ଚିହ୍ନଟ, ୪ ମୃତ

କନକ ବ୍ୟୁରୋ : ଦେଶରେ କରୋନା ଭୟ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଗତ ୨୪ ଘଂଟାରେ ଦେଶରେ ୭୫୨ ସଂକ୍ରମିିତ ଚିହ୍ନଟ ହେବା ସହ ୪ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପି ୩ହଜାର ୪୨୦ ଛୁଇଁଛି ।  ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ…

ମାଡ଼ୁଛି ‘ଜେଏନ୍ ଡଟ୍ ୱାନ୍’ ସବ୍ ଭ୍ୟାରିଆଂଟ୍

-୧୭ରାଜ୍ୟରେ ସଂକ୍ରମଣ ଅଧିକ ବୃଦ୍ଧି ପାଉଛି
-୨୬୬ ସଂକ୍ରମିତ ସହ ସବୁଠୁ ଆଗରେ କେରଳ ରହିଛି
-କର୍ଣ୍ଣାଟକରେ ୭୦, ମହାରାଷ୍ଟ୍ରରେ ୧୫, ତାମିଲନାଡୁ ୧୩, ଗୁଜରରାଟରେ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
-କେରଳରେ ୨ଜଣଙ୍କ ମୃତ୍ୟୁ, କର୍ଣ୍ଣାଟକ ଓ ରାଜସ୍ଥାନରର ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି
-୨୪ଘଂଟା ଭିତର ୩୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି
-ସୁସ୍ଥ ହାର ୯୮.୮୧% ରହିଛି

ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ କହିଛି….ଜେଏନ ଡଟ ୱାନ ଓମିକ୍ରନର ସବ୍ ଭ୍ୟାରିଆଂଟ ଅଟେ । ଦ୍ରୁତ ଗତିରେ ଏହା ବ୍ୟାପୁଛି । ବର୍ତମାନ ଚିନ୍ତାର କାରଣ ନାହିଁ ହୁଏତ ଆଗକୁ ଘାତକ ହୋଇପାରେ । ସର୍ତକ ରହି କୋଭିଡ ପ୍ରୋଟୋକଲ ମାନିବା ଉଚିତ । ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହୁଛି ଓ ଖୁବ ଶିଘ୍ର ସୁସ୍ଥ ହେଉଛନ୍ତି । କେବଳ ଭାରତର କରୋନା ମାମଲା ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨% ବଢ଼ିଛି ।

ବିଶ୍ୱରେ କରୋନା ଆତଙ୍କ
-ବିଶ୍ୱର ୪୦ ଦେଶ ‘ଜେଏନ ଡଟ ୱାନ’ ଭାଇରସ ବ୍ୟାପିଛି
-ଭାରତର ୧୭ରାଜ୍ୟରେ  ‘ଜେଏନ ଡଟ ୱାନ’ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
– ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି
-୫ ସପ୍ତାହ ଭିତରେ ଚିହ୍ନଟ ସମସ୍ତ ରୋଗୀ ‘ଜେଏନ ଡଟ ୱାନ’ରେ ଆକ୍ରାନ୍ତ ସୂଚନା
-ପ୍ରତି ଏକ ଘଂଟାରେ ୨୬ଜଣ ଆକ୍ରାନ୍ତ ହେଉଛନ୍ତି ।

କୋଭିଡକୁ ନେଇ ଭୟଭୀତ ନହୋଇ ବରଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବିିଭନ୍ନ ରାଜ୍ୟରେ ଧିରେ ଧିରେ ଫେରୁଛି କଟକଣା । ବୟସ୍କ ଓ ବହୁ ବ୍ୟାଧୀ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି  । ବଡ ଦିନ, ନୂଆବର୍ଷ ଓ ପର୍ବପର୍ବାଣୀରେ ଭିଡରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସବୁ ରାଜ୍ୟମାନଙ୍କୁ କରୋନା ସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶ ଦିଆଯାଇଛି ।

The post  ଦେଶରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୭୫୨ ସଂକ୍ରମିଚ ଚିହ୍ନଟ, ୪ ମୃତ first appeared on Kanak News.

from Kanak News
via <a href="https://ifttt.com/?

୨୪ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବଡ଼ ଦଳ ଭାବେ ଉଭା ହେଉଛି ବିଜେପି, ରାଜ୍ୟର କୋଟିଏ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତା

କନକ ବ୍ୟୁରୋ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜୟରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ମୋଦି ଗ୍ୟାରେଂଟି । ଏବେ ଏହି ଗ୍ୟାରେଂଟିକୁ ଓଡିଶାରେ ଆପଣାଇବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି  । ଏ ନେଇ  ଜାତୀୟ ସଭାପତି.ଜେ.ପି.ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ବିଧାୟକା  ଏକ କୋଟି ଘରେ ପହଁଚି ବିକାଶର ବାର୍ତା ପହଂଚାଇବାକୁ ଟାସ୍କ ପାଇଛନ୍ତି ବିଜେପି ବିଧାୟକ ।

ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସାହିତ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ  । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ମୋଦୀ ଗ୍ୟାରେଂଟିକୁ ପ୍ରଚାରର ପ୍ରସଙ୍ଗ କରି ବିଜୟ ଲାଭ କରିଥିବା ବିଜେପି ଏଠାରେ ମଧ୍ୟ ମୋଦୀ ଗ୍ୟାରେଂଟିକୁ ନେଇ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିି ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ବିଜେପି ବିଧାୟକ । ଓଡିଶାର ଏକ କୋଟି ଘରେ ପହଁଚି ବିକାଶର ବାର୍ତା ପହଂଚାଇବାକୁ ଟାସ୍କ ପାଇଛନ୍ତି ବିଜେପି ବିଧାୟକ  । ଓଡିଶାରେ ମୋଦୀ ଗ୍ୟାରେଂଟିକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ସେପଟେ କଂଗ୍ରେସ କହିଛି, ବିଜେପି ବିଜେଡି ଏକ, ତେଣୁ ରାଜ୍ୟରେ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ  । ଏହାର ଜବାବ ରଖିଛି ବଜେଡି ।

ଦେଶରେ ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଓଡିଶାେରେ ୮୦ ପ୍ରତିଶତ ଲୋକଙ୍କ ପ୍ରିୟ ନେତା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଓଡିଶାରେ ବଡ ଦଳ ରୂପେ ଉଭା ହେଉଛି ବିଜେପି  । ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟକୁ କଟାକ୍ଷ କରିଛି ବିଜେଡି । ବିଧାୟକ ଅମର ଶତପଥୀ କହିଛନ୍ତ, ଏହ କେବଳ ନିର୍ବାଚନୀ ଆସ୍ଫାଳନ । କର୍ମୀଙ୍କ ମନରେ ଭରସା ସୃଷ୍ଟି କରିବାକୁ ଏଭଳି କହୁଛନ୍ତି କେନ୍ଦ୍ରମନ୍ତ୍ରୀ । ୨୪ ନିର୍ବାଚନ ଲାଗି ରାଜନୈତିକ ଦଳଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବା ବେଳେ ଜୋର ଧରିଛି ନେତାଙ୍କ  ବୟାନବାଜି  ।

The post ୨୪ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବଡ଼ ଦଳ ଭାବେ ଉଭା ହେଉଛି ବିଜେପି, ରାଜ୍ୟର କୋଟିଏ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତା first appeared on Kanak News.

from Kanak News
via <a href="https://ifttt.com/?

ମୋଦୀଙ୍କ ‘ରାମ’ ବନାମ ନୀତୀଶଙ୍କ ‘ସୀତା’ ଏଥର ନିର୍ବାଚନରେ ଶ୍ରୀରାମଙ୍କୁ ଟକ୍କର ଦେବେ ମାଆ ଜାନକୀ?

କନକ ବ୍ୟୁରୋ : ଲୋକସଭା ନିିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଚାଲ ଖେଳିଛନ୍ତି । ନିର୍ବାଚନୀ ମଇଦାନରେ ଶ୍ରୀରାମଙ୍କ ବଦଳରେ ମାଆ ସୀତାଙ୍କୁ ପ୍ରସଙ୍ଗ କରିଦେଇଛନ୍ତି । ଯାହା ହିନ୍ଦୁତ୍ୱ କାର୍ଡ ଖେଳୁଥିବା ବିଜେପିକୁ ଦେଇଛି ଶକ୍ତି ଧକ୍କା । ଆଉ କିଛି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଯୋଧ୍ୟାରେ ବିଶାଳ ଶ୍ରୀରାମ ମନ୍ଦିର ଉଦ୍ଘାଟନ ସହ ଶ୍ରୀରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଠିକ୍ ଏତିକିବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନୂଆ ଚାଲ୍ ଖେଳିଛନ୍ତି । ବିହାର ସୀତାମଢ଼ି ସ୍ଥିତ ଦେବୀ ସୀତାଙ୍କ ଜନ୍ମଭୂମୀରେ ଜାନିକ ମନ୍ଦିର ପୁନଃନିର୍ମାଣ ନେଇ ଶୀଳାନ୍ୟାସ କରିଛନ୍ତି ନୀତୀଶ । ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଆଗାମୀ ଲୋକସଭା ନିର୍ବାଚନରେ ପ୍ରଭୁ ଶ୍ରୀରାମଙ୍କୁ ମାଆ ସୀତା ଟକ୍କର ଦେବେ ବୋଲି କୁହାଯାଉଛି । ଗତ ୧୩ ତାରିଖରେ ସୀତାମଢ଼ି ସ୍ଥିତ ପୁନୋରାଧାମ ମନ୍ଦିରର ବିକାଶ ନେଇ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହାଶହ ପୁନୋରାଧାମ ମନ୍ଦିରର ବିକାଶ ମୂଳକ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।

ଗତ ୧୩ ତାରିଖରେ ସୀତାମଢି ସ୍ଥିତ ଦେବୀ ସୀତାଙ୍କ ଜନ୍ମଭୂମୀରେ ଜାନକୀ ମନ୍ଦିରର ପୁନଃ ବିକାଶ ନେଇ ୭୨ କୋଟିରୁ ଅଧିକ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ । ସେ କହିଛନ୍ତି, ଅଯୋଧ୍ୟା ଶ୍ରୀରାମ ମନ୍ଦିର ବିହାର ଲୋକଙ୍କ ପାଇଁ ଦୂର ହେବ । ବିହାରବାସୀ ଓ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜାନକୀ ମନ୍ଦିରକୁ ପୁନଃ ସ୍ଥାପନା କରାଯିବ । ମୁଖ୍ୟ ମନ୍ଦିରକୁ ବିକାଶ କରାଯିବ । ପରିକ୍ରମା ପଥ, ଜାନକୀ ମହୋତ୍ସବ ମଇଦାନ, ପାର୍କିଂ ସମେତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ସବୁ ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

ଦେବୀ ସୀତାଙ୍କ ମନ୍ଦିର ବିକାଶ କରିବା ପାଇଁ ନୀତୀଶଙ୍କ ଘୋଷଣା ପରେ ବିଜେପି ଜେଡିୟୁକୁ ଆକ୍ଷେପ କରିବାର କୌଣସି ମଉକା ଛାଡୁନାହିଁ । ବିଜେପି ଭଳି ଜେଡିୟୁ ବି ହିନ୍ଦୁତ୍ୱକୁ ମାଧ୍ୟମ କରି ନିର୍ବାଚନୀ ମଇଦାନକୁ ଓହ୍ଲାଉଥିବା ଦଳ ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ ବିଜେପି କହିଛି, ବିହାରରେ ବର୍ଷ ବର୍ଷ ଧରି ଲାଲୁ ଓ ନୀତୀଶଙ୍କ ସରକାର ରହି ଆସିଛି । ପୂର୍ବରୁ ତ କେବେ କାହିଁ ଜାନକୀ ମନ୍ଦିର କଥା କାହାର ମନେ ପଡି଼ ନଥିଲା । ହେଲେ କେନ୍ଦ୍ର ସରକାର ଶ୍ରୀରାମ ମନ୍ଦିରକୁ ପ୍ରଧାନ୍ୟ ଦେବା ପରେ ନୀତୀଶ କୁମାରଙ୍କୁ ହଠାତ୍ ମାତା ସୀତାଙ୍କ କଥା ମନେ ପଡିଗଲା । ଏହାର ଜବାବ୍ରେ ଜେଡିୟୁ କହିଛି, ମୋଦୀ ସରକାର ଶ୍ରୀରାମ ମନ୍ଦିରକୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ସେତିକି ଦେଶର ଅନ୍ୟ ପ୍ରାନ୍ତରେ ଥିବା ଧର୍ମପୀଠ ଗୁଡିକୁ ଦେବା ଉଚିତ୍ । ଶ୍ରୀରାମଙ୍କ ପାଇଁ ଏତେ ଆୟୋଜନ, ମାତା ସୀତାଙ୍କୁ ଅଣଦେଖା କାହିଁକି? ବୋଲି ପ୍ରଶ୍ନ କରିଛି ଜେଡିୟୁ ।

ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ରହିଥିବାବେଳେ, ଏବେ ହିନ୍ଦୁତ୍ୱକୁ ପ୍ରମୁଖ ପ୍ରସଙ୍ଗ କରିଛି ବିଜେପି ଓ ଜେଡିୟୁ । ଯାହା ଏବେ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।

The post ମୋଦୀଙ୍କ ‘ରାମ’ ବନାମ ନୀତୀଶଙ୍କ ‘ସୀତା’ ଏଥର ନିର୍ବାଚନରେ ଶ୍ରୀରାମଙ୍କୁ ଟକ୍କର ଦେବେ ମାଆ ଜାନକୀ? first appeared on Kanak News.

from Kanak News
via <a href="https://ifttt.com/?

ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭୋଟ୍ ମାଗିଲେ ପାଣ୍ଡିଆନ୍ । ବିରୋଧୀଙ୍କ ଉପରେ ବି ପୁଣି ବର୍ଷିଲେ ।

କନକ ବ୍ୟୁରୋ: ୨୦୧୯ରେ ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ବହୁଥିବାବେଳେ ଜୟପୁର ବିଧାନସଭା ଆସନରେ ବିଜେଡିକୁ ମାତ ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି । ସେହିପରି କୋରାପୁଟ ଲୋକସଭା ଆସନ ବି ଖସି ଯାଇଥିଲା । ହେଲେ, ୨୦୨୪ ନିର୍ବାଚନରେ କେମିତି ବାଜିମାତ କରିହେବ, ସେଥିପାଇଁ ରଣନୀତି କରୁଛି ବିଜେଡି । ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିଜେଡି ପାଇଁ ଭୋଟ ମାଗିଛନ୍ତି ଭି.କେ.ପାଣ୍ଡିଆନ୍ ।

ଗୋଟିଏ ପରେ ଗୋଟିଏ ଜିଲ୍ଳା ଗସ୍ତ ଜାରି ରଖିଥିବା ଭି.କେ.ପାଣ୍ଡିଆନ, କୋରାପୁଟ ଗସ୍ତରେ ଯାଇ ଆୟୋଜିତ ସଭା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ ସରକାରର ଉନ୍ନତି ମୂଳକ କାମ କରୁଥିବାବେଳେ ବିରୋଧୀ ସବୁବେଳେ ନିନ୍ଦିତ କରି ଆସୁଥିବା ଅଭିଯୋଗ କରିଛନ୍ତି । ଏପରିକି ବିରୋଧୀ ଓଡିଶାକୁ ବଦନାମ କରୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ବିରୋଧୀଙ୍କୁ ଜବାବ ଦେବା ସହ ଶାସକ ଦଳ ବିଜେଡିକୁ ଭୋଟ୍ ଦେବାକୁ ପାଣ୍ଡିଆନ ଅପିଲ କରିଛନ୍ତି ।

୨୦୧୯ରେ କୋରାପୁଟ ସଂସଦୀୟ କ୍ଷେତ୍ର ବିଜେଡି ହାତରୁ ଖସି ଯାଇଥିଲା । ତେଣୁ ୨୦୨୪ରେ ପୁଣି କିପରି ଦଳ କେମିତି ମଜଭୁତ ହେବ, ସେଥିପାଇଁ ଦଳୀୟ କର୍ମୀ ଓ ନେତାଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ନବୀନଙ୍କ ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ କହିଛନ୍ତି । ତେବେ ପାଣ୍ଡିଆନଙ୍କ କୋରାପୁଟ ଗସ୍ତ ପୂର୍ବରୁ ସୂଚନା ପାଇଁ କେତେକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । କୋରାପୁଟ ବାଟମଂଗଳା ଛକରେ ବିରୋଧ କରିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ସେମାନଙ୍କୁ ଉଠାଇ ନେଇଥିଲା ପୋଲିସ ।

କିଛି ଦିନ ପୂର୍ବରୁ ଏକ ସଭା ମଞ୍ଚରୁ ଜୟପୁର ବିଧାୟକ ଶାସକ ଦଳର ନେତାଙ୍କୁ ସଭା ମଂଚରୁ ଚାଲେଞ୍ଜ ଦେଇଥିଲେ । ତାଙ୍କ ସହ ନଲାଗିବାକୁ କହିଥିିଲେ । ତେବେ ପାଣ୍ଡିଆନ କୋରାପୁଟ ଗସ୍ତରେ ଆସି କୋରାପୁଟ ଓ ଜୟପୁରରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଟିପ୍ସ ଦେଇଥିଲେ । କିନ୍ତୁ ପାଣ୍ଡିଆନଙ୍କ ଗସ୍ତ ଭୋଟ ଉପରେ କି ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

The post ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭୋଟ୍ ମାଗିଲେ ପାଣ୍ଡିଆନ୍ । ବିରୋଧୀଙ୍କ ଉପରେ ବି ପୁଣି ବର୍ଷିଲେ । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ ଆହ୍ୱାନ

କନକ ବ୍ୟୁରୋ : ଦିଲ୍ଲୀରେ ବସିଥିବା ବିଜେପିର ପଦାଧିକାରୀ ବୈଠକ ଶେଷ ହୋଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବୈଠକ କରୁଛି ଦଳ । ନୂଆଦିଲ୍ଲୀରେ ୨ ଦିନିଆ ରୁଦ୍ଧଦ୍ୱାର ବୈଠକରେ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ଦଳ ପାଇଁ ୫୦ ପ୍ରତିଶତ ଭୋଟ ସଂଗ୍ରହ ଲକ୍ଷ୍ୟ ରଖିବାକୁ ଦଳୀୟ କର୍ମର୍ୀ, ନେତା ଓ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ନକରାତ୍ମକ ସମାଲୋଚନାର ଜବାବ ସକରାତ୍ମକ ଭାବେ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ଲୋକଙ୍କ ନିକଟରେ ପହଂଚାଇବା, ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରାର ବ୍ୟାପକ ସଫଳତା ନେଇ ବୈଠକରେ ଆଲୋଚନା କରାଯାଇଛି । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବୈଠକର ଆୟୋଜନ କରାଯାଇଥିଲା ।

The post ଦିଲ୍ଲୀରେ ସରିଲା ବିଜେପି ପଦାଧୀକାରୀଙ୍କ ଦୁଇ ଦିନିଆ ବୈଠକ । ୫୦ ପ୍ରତିଶତ ଭୋଟ ସଂଗ୍ରହ ପାଇଁ କର୍ମୀଙ୍କୁ ମୋଦୀଙ୍କ ଆହ୍ୱାନ first appeared on Kanak News.

from Kanak News
via <a href="https://ifttt.com/?

କ୍ରେଡିଟ୍ କାର୍ଡ ଠକେଇର ବଡ ଖୁଲାସା । ୮କୋଟି ଟଙ୍କା ଚୁନା ଲଗେଇଥିଲେ ଠକ । ୬ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ ।

କନକ ବ୍ୟୁରୋ: ପ୍ରାଇଭେଟ ହସ୍ପିଟାଲରେ ମହାଦୁର୍ନୀତି! ଟଙ୍କା ଲୁଟୁଛନ୍ତି ବିଲିଂ ଏଜେଣ୍ଟ ! ମାଳ ମାଳ କ୍ରେଡିଟ କାର୍ଡ ସାଙ୍ଗକୁ ପୁଳା ପୁଳା ଟଙ୍କା । ଗଦାଗଦା ଚେକବୁକ ଓ ପାସବୁକ ସାଙ୍ଗକୁ କାର୍ଡ ସ୍ୱାଇପ ମେସିନ । ସାଇବର ଥାନା ପୋଲିସ ଠକଙ୍କ ଠାରୁ ଜବତ କରିଛି ସାମଗ୍ରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟିଏ କି ଦୁଇ କୋଟି ନୁହେଁ, ପ୍ରାଇଭେଟ ହସ୍ପିଟାଲ ଗୁଡିକରେ ହୋଇଛି ପାଖାପାଖି ୮ କୋଟି ଟଙ୍କାର ମହାଦୁର୍ନୀତି । କ୍ରେଡିଟ୍ କାର୍ଡ ପେମେଣ୍ଟ ମାଧ୍ୟମରେ ହୋଇଥିବା ଏଭଳି ବଡଧରଣର ଠକେଇ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ମାମଲାରେ ସାଇବର ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିବା ପରେ ଏ ପୂରା ସ୍କାମ ସାମ୍ନାକୁ ଆସିଛି । ସେମାନଙ୍କ ନିକଟରୁ ୪୫୦ଟି କ୍ରେଡିଟ୍ ଓ ଡେବିଟ କାର୍ଡ, ନଗଦ ୭ ଲକ୍ଷ ଟଙ୍କା, ୭୮ଟି ପାସବୁକ୍, ୫୦ଟି ଚେକ ବୁକ୍, ୬ଟି ସ୍ୱାଇପ୍ ମେସିନ ଓ ମନି ରିସିପ୍ଟ ଜବତ କରାଯାଇଛି ।

ଟଙ୍କା ହଡ଼ପ କରିବା ପାଇଁ ନୂଆ ଯୋଜନା କରିଥିଲେ ଏହି ଠକ ଗ୍ୟାଙ୍ଗ ।
– ପ୍ରଥମେ ବିଭିନ୍ନ ଲୋକଙ୍କ ନାରେ ଜାଲ୍ ଡକ୍ୟୁମେଂଟ ଦେଇ କ୍ରେଡିଟ କାର୍ଡ ବନାଉଥିଲେ
– ପ୍ରାଇଭେଟ ହସ୍ପିଟାଲ ବିଲିଂ କାଉଂଟରରେ ଥିବା ଏଜେଂଟ ମାନଙ୍କ ସହ ଡିଲ କରୁଥିଲେ
– ହସ୍ପିଟାଲରେ କ୍ୟାସରେ ପେମେଂଟ କରୁଥିବା ଲୋକଙ୍କ ଠାରୁ କ୍ୟାସ ଗ୍ରହଣ କରୁଥିଲେ ବିଲିଂ ଏଜେଂଟ
– ଲୋକଙ୍କଠୁ ନେଇଥିବା କ୍ୟାସକୁ ହସ୍ପିଟାଲ ଆକାଉଂଟରେ ଆଉ ଡିପୋଜିଟ ନକରି ନିଜ ପାଖରେ ରଖୁଥିଲେ
– ପେମେଂଟ ବାବଦ ସମସ୍ତ ଟଙ୍କାକୁ କ୍ରେଡିଟ୍ କାର୍ଡ ମାଧ୍ୟମରେ ପୈଠ କରୁଥିଲେ
– ନଗଦ ଟଙ୍କାକୁ ହଡ଼ପ କରି ବିଭିନ୍ନ ସ୍ଥାନରେ ଇନଭେଷ୍ଟ କରି ଲାଭ ନେଉଥିଲେ
– କ୍ରେଡିଟ କାର୍ଡ ପେମେଂଟର ବିଲ୍ ଟଙ୍କାକୁ ୪୫ ଦିନ ମଧ୍ୟରେ ସୁଝୁ ନଥିଲେ
– ଫଳରେ କ୍ରେଡିଟ କାର୍ଡ ସଂସ୍ଥା କ୍ଷତି ସହୁଥିଲେ
– ଏପରିିକି ଜାଲ୍ ଡକ୍ୟୁମେଂଟ ଦେଇ ଯାହା ନାଁରେ କ୍ରେଡିଟ କାର୍ଡ ଇସୁ କରାଯାଇଛି, ସେମାନେ ଠକାମୀର ଶିକାର ହେଉଥିଲେ

ତେବେ ଏଭଳି ଠକାମୀ ଘଟଣା ସାମ୍ନାକୁ ଆସିବା ପରେ ଅନେକ ଗୁଡିଏ ପ୍ରଶ୍ନ ସାମ୍ନାକୁ ଆସୁଛି ।
-ଜାଲ୍ ଡକ୍ୟୁମେଂଟ ଦେଇ ଲୋକଙ୍କ ନାଁରେ କ୍ରେଡିଟ କାର୍ଡ କିଭଳି ପ୍ରସ୍ତୁତ ହେଉଛି?
-ଠକଙ୍କୁ କିଏ ଦେଉଛି ଲୋକଙ୍କ ତଥ୍ୟ?
-ନକଲି କ୍ରେଡିଟ୍ କାର୍ଡ ପ୍ରସ୍ତୁତିରେ ବ୍ୟାଙ୍କ ଅଧିକାରୀଙ୍କ ହାତ ରହୁଛି କି?
-ହସ୍ପିଟାଲ ଗୁଡିକରେ ଏଭଳି ଦୁର୍ନୀତି ଚାଲୁଥିବା ବେଳେ କେହି କିଛି ଜାଣିପାରୁନଥିଲେ କେମିତି?

The post କ୍ରେଡିଟ୍ କାର୍ଡ ଠକେଇର ବଡ ଖୁଲାସା । ୮କୋଟି ଟଙ୍କା ଚୁନା ଲଗେଇଥିଲେ ଠକ । ୬ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟର ପରାଜୟ ପରେ କଂଗ୍ରେସର ମାନସମନ୍ଥନ । ବଦଳିଲେ ଏହି ସବୁ ପ୍ରଦେଶର ପ୍ରଭାରୀ

କନକ ବ୍ୟୁରୋ : ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ଅଭିନାଶ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ସଚିନ ପାଇଲଟଙ୍କୁ ଛତିଶଗଡର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

କେବଳ ଏହି ଦୁଇଟି ରାଜ୍ୟ ନୁହେଁ ବିହାରର ପିସିସି ପ୍ରଭାରୀଙ୍କୁ ବଦଳ କରି ମୋହନ ପ୍ରକାଶଙ୍କୁ ଦିଆଯାଇଛି । ରାଜସ୍ଥାନର ପ୍ରଭାରୀ ଭାବେ ସୁଖଜିନ୍ଦର ସିଂ ରନ୍ଧୱାଙ୍କୁ ଦାୟୀତ୍ୱ ଦିଆଯାଇଛି । ସେହିଭଳି ଦୀର୍ଘଦିନ ଧରି ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟୀତ୍ୱ ସମ୍ଭାଳିଥିବା ଚେଲ୍ଲା କୁମାରଙ୍କ ସ୍ଥାନରେ ଅଜୟ କୁମାରଙ୍କୁ ଦାୟୀତ୍ୱ ମିଳିଛି ।

https://platform.twitter.com/widgets.js

ସୂଚନା ଥାଉ କି, ଡିସେମ୍ବର ୨୧ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଉପରେ ବିଶ୍ଳେଷଣ କରାଯାଇଥିଲା ।

The post ୩ ରାଜ୍ୟର ପରାଜୟ ପରେ କଂଗ୍ରେସର ମାନସମନ୍ଥନ । ବଦଳିଲେ ଏହି ସବୁ ପ୍ରଦେଶର ପ୍ରଭାରୀ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ହଇଜା ସ୍ଥିତିରେ ସୁଧାର, ସ୍ୱପ୍ନ ଭାଙ୍ଗି ଚୁରମାର । ଦିନେ ୨ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ଆଶା ।

କନକ ବ୍ୟୁରୋ: ଜଳ ପାଲଟିଛି ଜହର । ରାଉରକେଲାରେ କଲବଲ କଲାଣି ହଇଜା । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫ ହୋଇଥିବା ଥିବାବେଳେ ସରକାରୀ ଭାବେ ଏହା ୬ ବୋଲି କୁହାଯାଇଛି । ହଇଜା ବ୍ୟାପିବାର କାରଣ ଏ ଯାଏଁ ଜଣାପଡିନାହିଁ । ନମୂନା ପଠାଯାଇଛି , କାହାର ରିପୋର୍ଟ ଆସିନାହିଁ । ପ୍ରଶାସନ ଦାବି କରିଛି, ଶନିବାର କାହାର ମୃତ୍ୟୁ ହୋଇନାହିଁ । ପରିସ୍ଥିତି ଧିରେ ଧିରେ ସାମାନ୍ୟ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି କମୁଛି । ବର୍ତମାନ କେବଳ ୫୩ ଜଣଙ୍କ ଚିକିତ୍ସା ଚାଲିଛି । ଜଳସାଥୀ ଓ ୱାଟକୋର ପ୍ରତିନିଧି ବିଭିନ୍ନ ୱାର୍ଡରେ ବୁଲି ପାଣିର ମାନ ଯାଞ୍ଚ କରୁଛନ୍ତି । ସହରର ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୨୪ ଘଂଟା ପାଇଁ ଖୋଲା ରହିଛି । ସରକାର ଓ ପ୍ରଶାସନ ସତର୍କ ଅଛନ୍ତି ।

ପ୍ରଶାସନ ସ୍ଥିତି ନିୟନ୍ତ୍ରଣକୁ ଆସିିଛି ବୋଲି ଯେତେ ଦାବି କଲେ ବି ଗ୍ରାଉଣ୍ଡ ଜିରୋ ସ୍ଥିତି ଅଲଗା । ଆଶ୍ୱସ୍ତିକର କଥା ହେଲା , ମେଡିକାଲରେ ରୋଗୀ ସଂଖ୍ୟା କମୁଛନ୍ତି । କିନ୍ତୁ ବସ୍ତିରେ ଏବେ ବି ଲୋକେ ଗୋଳିଆ ପାଣି ପିଉଛନ୍ତି । ରାଉରକେଲାର ବିଭିନ୍ନ ଅଂଚଳ ବୁଲିବା ବେଳେ ଲୋକେ ଗୋଳିଆପାଣି ପିଉଥିବା ଦେଖିଛି କନକ ନ୍ୟୁଜ ଟିମ୍ । ବିଶେଷକରି ପାୱାର ହାଉସ, ପ୍ରଧାନପଲ୍ଲୀ ମଧୁସୁଦନପଲ୍ଲୀ ଓ ଉତ୍ତମ ବସ୍ତିରେ ଏବେ ବି ଗୋଳିଆ ପାଣି ଆସୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ହଇଜା ଅନେକ ପରିବାର ପାଇଁ ଆଣିଛି ଅଦିନିଆ ଝଡ । କିଏ ନିଜର ମାଆଙ୍କୁ ହରାଇଛି ତ କିଏ ପୁଣି ନିଜ ସମ୍ପର୍କୀୟଙ୍କୁ । ଅନେକ ବେସାହାରା ହୋଇଛନ୍ତି, ଅନେକଙ୍କ ସ୍ୱପ୍ନ ଉଜୁଡିଯାଇଛି । ଆଉ ସ୍ଥିତି ସ୍ୱାଭାବିକ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

The post ରାଉରକେଲାରେ ହଇଜା ସ୍ଥିତିରେ ସୁଧାର, ସ୍ୱପ୍ନ ଭାଙ୍ଗି ଚୁରମାର । ଦିନେ ୨ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ଆଶା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରକୁ କାମିଆ ଜାନି ପ୍ରବେଶ ପ୍ରସଙ୍ଗରେ ଲାଗିଲା ରାଜନୀତିର ରଙ୍ଗ । ବିଜେଡି-ବିଜେପି ଆରୋପ ପ୍ରତ୍ୟାରୋପ ।

କନକ ବ୍ୟୁରୋ: ୟୁ-ଟ୍ୟୁବର କାମିଆ ଜାନିଙ୍କୁ ନେଇ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି ହେବା ପରେ ଏଥିରେ ଲାଗିଛି ରାଜନୀତିର ରଙ୍ଗ । ରାଜରାସ୍ତାରେ ପ୍ରତିବାଦ ହୋଇଛି ଆଉ ତୀବ୍ର ହେବାରେ ଲାଗିଛି ରାଜନୈତିକ ବୟାନବାଜି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରତିବାଦ କରାଯାଇଛି । ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଓ ଜଗନ୍ନାଥ ସେନା ବିକ୍ଷୋଭ କରିଛନ୍ତି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦର ପ୍ରସାର ପ୍ରଚାର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

କାମିଆ ଜାନିକୁ ନେଇ ବିବାଦ ତେଜୁଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି – ଜନଭାବନାକୁ ଆଘାତ ଦେବା ଭଳି କେହି କାମ କରିବା ଉଚିତ ନୁହେଁ । ଓଡ଼ିଆ ଲୋକଙ୍କ ଆସ୍ଥା ଓ ଭାବାବେଗ ପ୍ରଭୁ ଜଗନ୍ନାଥଙ୍କ ସହ ଅଛି । ଅତି ଉତ୍ସାହିତ ହୋଇ ଏଥିରେ ନଖେଳିଲେ ଭଲ ।

ସେପଟେ ଧର୍ମେନ୍ଦ୍ରଙ୍କ ମତାମତ ପରେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସେଥିରେ ସେ ଲେଖିଛନ୍ତି – ଆପଣ ଡେରିରେ ହେଉ ପଛେ ଠିକ କଥା କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସମସ୍ତଙ୍କର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର । ହେଲେ ଆପଣଙ୍କ ଦଳର କିଛି ନେତା ଓଡ଼ିଶା ଓ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି? ବୋଲି ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସୋସିଆଲ୍ ମିଡିଆ ‘ଏକ୍ସ’ରେ କାମିଆ ଜାନିଙ୍କ ଫଟୋ ପୋଷ୍ଟ କରି ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି, ପୁରୀ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବା ଚିନ୍ତାଜନକ ଘଟଣା । ଏଥିପାଇଁ ଦାୟୀ ଲୋକଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପଟେ ଦେଶର ପ୍ରସିଦ୍ଧ ମନ୍ଦିର ପରିସରରେ କାମିଆ ଜାନିଙ୍କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି ।

ସୋସିଆଲତ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ କାମିଆ ଜାନି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କେବେ ବିଫ୍ ଖାଇନାହାନ୍ତି ବୋଲି ନିଜ ତରଫରୁ ସ୍ପଷ୍ଟ କରି ସାରିଛନ୍ତି । ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କର ଏକ ସାକ୍ଷାତକାର ନେଇଥିଲେ କର୍ଲି ଟେଲ୍ସର ମୁଖ୍ୟ କାମିଆ ଜାନି । ସୋସିଆଲ୍ ମିଡିଆରେ ମହାପ୍ରସାଦ ଖାଉଥିବା ଦୃଶ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ତେଜିଛି ବିବାଦ ।

The post ଶ୍ରୀମନ୍ଦିରକୁ କାମିଆ ଜାନି ପ୍ରବେଶ ପ୍ରସଙ୍ଗରେ ଲାଗିଲା ରାଜନୀତିର ରଙ୍ଗ । ବିଜେଡି-ବିଜେପି ଆରୋପ ପ୍ରତ୍ୟାରୋପ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started