ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ହୃଦୟସ୍ପର୍ଶୀ ପଦକ୍ଷେପ, ଘିଚାମୁରା ଗ୍ରାମ ପଞ୍ଚାୟତରେ ଶୀତବସ୍ତ୍ର ବଣ୍ଟନ

କନକ ବ୍ୟୁରୋ : ଏକ ହୃଦୟସ୍ପର୍ଶୀ ପଦକ୍ଷେପରେ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ, ଜେଏସଡବ୍ଲ୍ୟୁ ବିପିସିଏଲର ସିଏସଆର ବିଭାଗ ଡିସେମ୍ବର ୨୦ ତାରିଖରେ ଘିଚାମୁରା ଗ୍ରାମ ପଞ୍ଚାୟତରେ ‘ୱାର୍ମଥ ଡ୍ରାଇଭ ଅଂଶୀଦାର’ ଆୟୋଜନ କରି ସ୍ଥାନୀୟ ଅଞ୍ଚଳର ଅଭାବୀ ତଥା ବଞ୍ଚିତ ସଂପ୍ରଦାୟକୁ କମ୍ବଳ ପ୍ରଦାନ କରିଥିଲେ । ପଶ୍ଚିମ ଓଡିଶାର ଜେଏସଡବ୍ଲ୍ୟୁ ବିପିସିଏଲରେ ପ୍ରବଳ ଥଣ୍ଡା ତରଙ୍ଗର ପରିସ୍ଥିତିକୁ ଦେଖି ସିଏସଆର ବିଭାଗ ସଂପ୍ରଦାୟର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ଏବଂ ସଂପ୍ରଦାୟର କଲ୍ୟାଣରେ ସକ୍ରିୟ ଯୋଗଦାନ କରିଛି ।

ଏହି କାର୍ଯ୍ୟକ୍ରମକୁ ପ୍ରଥମ ମହିଳା ନୀଲମ୍ ସିଂ ଏବଂ ଆକଙ୍କଶା ଲେଡିଜ୍ କ୍ଲବର ସଭାପତି ଜେଏସଡବ୍ଲ୍ୟୁ, ବିପିସିଏଲର ଅନ୍ୟ ସଦସ୍ୟଙ୍କ ସମ୍ମାନୀତ ଉପସ୍ଥିତି ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଘିଚାମୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ରାଜୀବ କିସାନ ଏବଂ ଜେଏସଡବ୍ଲ୍ୟୁ ବିପିସିଏଲର ସିଏସଆର ମୁଖ୍ୟ ବିଶାଲ ରାଜ ସକ୍ରିୟ ଭାବେ ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରହୀତାଙ୍କ ମୁହଁରେ ହସ ଆଣିଥିଲେ ।

‘ୱାର୍ମଥ ଡ୍ରାଇଭ ଅଂଶୀଦାର’ ପ୍ରାୟ ଶହ ଶହ କମ୍ବଳ ବଣ୍ଟନକୁ ସାକ୍ଷୀ ରଖିଛି, ଯେଉଁମାନେ କଠିନ ପାଗ ପାଇଁ ଅତି ଅସୁରକ୍ଷିତ ଅଟନ୍ତି । ଏହି ପଦକ୍ଷେପର ସଫଳତା ସେବା ସଂପ୍ରଦାୟ ପାଇଁ ଏକ ଉଜ୍ୱଳ ଏବଂ ଅଧିକ ଅନ୍ତର୍ଭୁକ୍ତ ଭବିଷ୍ୟତ ସୃଷ୍ଟି କରିବା ପାଇଁ କମ୍ପାନୀର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଯାହା ଘିଚାମୁରା ଗ୍ରାମ ପଞ୍ଚାୟତ ଲୋକମାନଙ୍କ ଦ୍ୱାରା ବ୍ୟାପକ ପ୍ରଶଂସା ଲାଭ କରିଥିଲା ।

The post ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ହୃଦୟସ୍ପର୍ଶୀ ପଦକ୍ଷେପ, ଘିଚାମୁରା ଗ୍ରାମ ପଞ୍ଚାୟତରେ ଶୀତବସ୍ତ୍ର ବଣ୍ଟନ first appeared on Kanak News.

from Kanak News
via <a href="https://ifttt.com/?

କରୋନା ଫେରିଲା, ମାସ୍କ ପିନ୍ଧ… ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ପରାମର୍ଶ । ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ ବୟସ୍କ ।

କନକ ବ୍ୟୁରୋ: ରାଜ୍ୟରେ ଆଜି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ପ୍ରଜାତି ଜେଏନ ଡଟ୍ ୱାନ ଯୋଗୁଁ, ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ଏପର୍ଯ୍ୟନ୍ତ ଓଡି଼ଶାରେ ନୂଆ ମାମଲା ଚିହ୍ନଟ ହୋଇନଥିଲା । କିନ୍ତୁ ଗତ ୨୪ ଘଂଟାରେ ଓଡି଼ଶାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ସେ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ତେଣୁ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଗଲେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଆକ୍ରାନ୍ତଙ୍କ ଠାରୁ ସଂଗୃହିତ ନମୂନାର ଜେନମ ସିକ୍ୱେନସିଂ ପାଇଁ ପଠାଯାଇଛି । ରିିପୋର୍ଟ ଆସିବା ପରେ ତାହା JN.1 ଭୂତାଣୁ କି ନୁହେଁ ଜଣାପଡ଼ିବ । ଯଦିଓ କରୋନାର ନୂଆ ଭାରିଆଂଟ JN.1 ଭୂତାଣୁ ଏତେଟା ମାରାତ୍ମକ ନୁହେଁ, ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି

ବୟସ୍କମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ
ଏକାଧିକ ରୋଗରେ ଆକ୍ରାନ୍ତଙ୍କ ପାଇଁ ମାସ୍କ ଜରୁରୀ
ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ସରକାରଙ୍କ ପରାମର୍ଶ

ଯଦିଓ କରୋନାର ନୂଆ ପ୍ରଜାତି ଏତେ ମାରାତ୍ମକ ନୁହେଁ ବୋଲି କୁହାଯାଉଛି, କିନ୍ତୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୭୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ନଜର ପକାନ୍ତୁ ଗତ ୩ ଦିନର କରୋନା ସଂକ୍ରମଣ ଉପରେ ।

ତାରିଖ ନୂଆ ସଂକ୍ରମଣ ସକ୍ରିୟ ଆକ୍ରାନ୍ତ
୨୩ ଡିସେମ୍ବର ୭୫୨ ୩୪୨୦
୨୨ ଡିସେମ୍ବର ୬୪୦ ୨୯୯୭
୨୧ ଡିସେମ୍ବର ୩୫୮ ୨୬୬୯

୨୪ ଘଂଟା ଭିତରେ କରୋନା ସଂକ୍ରମଣରେ ୫୨ ପ୍ରତିଶତ ବୃଦ୍ଧି ହୋଇଛି । ଆଗକୁ ବଡଦିନ, ନୂଅବର୍ଷ ଭଳି ଉତ୍ସବ ଥିବାରୁ ଲୋକଙ୍କ ଭିଡ ଜମିଲେ ସଂକ୍ରମଣ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଉଥିବାବେଳେ ସତର୍କ ନହେଲେ ଆଗକୁ କଡା ଗାଇଡଲାଇନ ଆସିବା ସମ୍ଭାବନା ରହିଛି ।

The post କରୋନା ଫେରିଲା, ମାସ୍କ ପିନ୍ଧ… ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ପରାମର୍ଶ । ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ ବୟସ୍କ । first appeared on Kanak News.

from Kanak News
via <a href="https://ifttt.com/?

ଶୀତ- କାହା ପାଇଁ ଉଷୁମ ଉତ୍ସବ ହୋଇପାରେ… କିନ୍ତୁ ଖଟିଖିଆ ରିକ୍ସାବାଲାଙ୍କ ପାଇଁ ଶୀତ ସଂଘର୍ଷର ଋତୁ ।

କନକ ବ୍ୟୁରୋ: ଖୋଲା ଆକାଶ ତଳେ ଖେଳେଇ ହୋଇ ପଡିଛି ଶୀତ । ଷ୍ଟ୍ରିଟ୍ ଲାଇଟର ଫର୍ଚ୍ଚା ଆଲୁଅରେ କୁହୁଡି ସହ କବାଡି ଖେଳୁଛି ଶୀତ । ଥରିଲା ରାତିରେ ଆମ ତମ ଭଳି ଜାକେଟ୍ ପିନ୍ଧା ଆଉ ସ୍ୱେଟର ପିନ୍ଧା ମଣିଷଙ୍କ ପାଇଁ ଏ ଦୃଶ୍ୟ ହୁଏତ ଶୀତର ଗୋଟେ ଗୋଟେ ସୁନ୍ଦର ସ୍କ୍ରିନସଟ୍ ହୋଇପାରେ କିନ୍ତୁ ସେହି ସହରର ଟିକେ ଦୂରରେ ହିଁ ଶୀତର ଶାସ୍ତି ଭୋଗୁଥାନ୍ତି କିଛି ଅଭାବୀ ମଣିଷ । ନା ପାଦରେ ଥାଏ ସକ୍ସ ନା ହାତରେ ଥାଏ ଓଷୁମ ଗ୍ଲୋଭ୍ସ । ଏତେବଡ ଶୀତଟାର ମୁକାବିଲା ପାଇଁ ବି ଦେହରେ ମୋଟା ସ୍ୱେଟର କି ଚାଦର ନଥାଏ । ପତଳା ପୋଷାକ ଭେଦି ଶୀତର ଛାଟରେ ଦେହ ପଟପଟ ଥରୁଥାଏ । ତଥାପି ପରିବାର ମୁହଁରେ ଦାନା ଗଣ୍ଡେ ଦେବାର ସେ ଝୁଙ୍କ ଥରିଲା ଦେହରେ ବି ଗମଗମ ଝାଳ ହୋଇ ବହିଯାଏ…

ରାତିର ବୟସ ବଢେ, ଶୀତର ଆୟୁଷ ବଢେ । ରାସ୍ତାଘାଟ ଯେବେ ଶୂନଶାନ ହେଇଯାଏ ସେବେ ଆହୁରି ବଢିଯାଏ ଶୀତର ଶକ୍ତି । ଶୀତ ଭୟଙ୍କର ରୂପ ନିଏ, ସାରା ଓଡିଶାକୁ ଥରାଏ । ହାଡଭଙ୍ଗା ଜାଡର ଯନ୍ତ୍ରଣାରେ ଜୀବନ ଅସ୍ତବ୍ୟସ୍ତ କରିଦିଏ । ଡରି ଯାଆନ୍ତି ସୌଖିନ ମଣିଷ । ଶୀତକୁ ସାମ୍ନା କରିବାକୁ ନଥାଏ ସେମାନଙ୍କ ସାହସ । କାରଣ- ଶୀତ ସେମାନଙ୍କ ପାଇଁ କମ୍ବଳ ତଳର ଉଷୁମ ଉତ୍ସବ । ସୁଖନିଦ୍ରାର ବିରାଟ ସୁଯୋଗ…

ହେଲେ ଶୀତର ସେ ନାଲି ଆଖିକୁ ଡରନ୍ତିନି ଏମାନେ । ଶୀତର ଶାସ୍ତିକୁ ନଥାଏ ଖଟିଖିଆଙ୍କ ଖାତିର । କାରଣ ସେମାନେ ଜାଣନ୍ତି ଥିଲାବାଲା ଶୀତକୁ ଉପଭୋଗ କରନ୍ତି ଆଉ ନଥିଲାବାଲା ଶୀତରେ ଉଦ୍ୟମ କରନ୍ତି । ଶୀତକୁ ଡରି ଯଦି ସେମାନେ ଘରେ ରହିଯିବେ ତେବେ ଘରେ ଜଳିବନି ଚୁଲି, ପେଟରେ ପଡିବନି ଦାନା । ବୋଧେ ସେହି ଭୟ ଶୀତର ଏ ଭୟକୁ କାଟି କଳା ମଚମଚ ରାସ୍ତାରେ ରାତିର ଅନ୍ଧାର ଚିରି ପଇସା ପାଇଁ ପେଡାଲ୍ ମାରେ ।

ଏଇ ଦେଖୁ ନାହାନ୍ତି ଏ ରିକ୍ସାବାଲା ମାନଙ୍କୁ । କେମିତି ଜାଡ ଜଡସଡ ଅଧରାତିରେ ରିକ୍ସାକୁ ଧରି ଗ୍ରାହକଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି । କିଏ ଆସିବ ଆଉ ତାଙ୍କ ରିକ୍ସାରେ ବସି, ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ପରିଶ୍ରମର ପାଉଣା ଦେବ । କିନ୍ତୁ ହାଏ ଶୀତ ପାଇଁ କେବେ କେବେ ରୋଜଗାର ହୁଏ ତ ପୁଣି କେବେ ପକେଟ ଖାଲି ରହେ । ଆଉ ସେମାନେ ସେହି ରିକ୍ସାରେ ହିଁ କାଟି ଦିଅନ୍ତି ତତମା ଶୀତର ରାତି…

ଆଜିର ଗାଡି ମଟର ଯୁଗରେ ରିକ୍ସାକୁ କିଏ ବା ପଚାରେ । ତଥାପି ଶୀତ ରାତିରେ ଗାଡି ବାହାରୁ ନଥିବାରୁ କାଳେ ଦିପଇସା ହେଇଯିବ ଏଇ ଆଶାରେ ଶୀତକୁ ଚେତାବନୀ ଦେଇ ଆଗକୁ ଗଡିଚାଲେ ରିକ୍ସାର ଚକ…

The post ଶୀତ- କାହା ପାଇଁ ଉଷୁମ ଉତ୍ସବ ହୋଇପାରେ… କିନ୍ତୁ ଖଟିଖିଆ ରିକ୍ସାବାଲାଙ୍କ ପାଇଁ ଶୀତ ସଂଘର୍ଷର ଋତୁ । first appeared on Kanak News.

from Kanak News
via <a href="https://ifttt.com/?

୧୯୯୦ରେ ସ୍ୱର୍ଗତ ବିଜୁ ପଟ୍ଟନାୟକ କରିଥିଲେ ଶିଳାନ୍ୟାସ । ବିଂଝାରପୁରରେ ୩୩ ବର୍ଷ ପରେ ବି ତିଆରି ହୋଇପାରିଲା ନାହିଁ ୧୨ କିଲୋମିଟର ରାସ୍ତା

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଂଚାୟତର ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ ଠାରୁ ବିଂଝାରପୁର ନିର୍ବାଚନ ମଣ୍ଡଳିର ବଡକୁଆଁଲ ପର୍ଯ୍ୟନ୍ତ ଲମ୍ବିଛି ରାସ୍ତା । ୧୯୯୦ରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହାରି ଭିତରେ ୩୩ ବର୍ଷ ବିତିଲାଣି, ସ୍ଥାନୀୟ ଅଂଚଳର ଜନ ପ୍ରତିନିଧି ଭାବେ ପ୍ରମିଳା ମଲ୍ଲିକ ୬ଥର ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ ରହିବା ସହ ବର୍ତ୍ତମାନର ବାଚସ୍ପତି ରହିଛନ୍ତି । ହେଲେ ତାଙ୍କ ଅଂଚଳରେ ଏହି ରାସ୍ତା ନିର୍ମାଣ ଆଜି ଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ । କାମ ସରିବାକୁ ଆହୁରି ୩ ବର୍ଷ ଲାଗିବ ବୋଲି କୁହାଯାଉଛି ।

୧୨ କିଲୋମିଟର ଲମ୍ବ ରାସ୍ତାର ମାତ୍ର ୨ କିଲୋମିଟର ରାସ୍ତା ଓ ୨ଟି ପୋଲ ତିଆରି ହୋଇଛି । ବ୍ରିଜ ଫାଟି ଗଲାଣି, ହେଲେ ବ୍ରିଜକୁ ସଂଯୋଗ ପାଇଁ ଆପ୍ରୋଚ ରୋଡ ହୋଇନାହିଁ । ତେବେ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ୱିତ କରୁନଥିବାରୁ ରାସ୍ତା କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଚାଷୀ କହିଛନ୍ତି, ତାଙ୍କୁ ୧୭-୧୮ ବର୍ଷ ହୋଇଥିବା ବେଳେ ରାସ୍ତାର ଶୁଭ ଦିଆଯାଇଥିଲା । ୫୦ ବର୍ଷ ହେଲାଣି ରାସ୍ତା କାମ ସରୁନାହିଁ ।

ବାପାଙ୍କ ଶାସନ ଅମଳରେ ଶୁଭ ଦିଆଯାଇଥିବା ରାସ୍ତାକାମ ପୁଅଙ୍କ ଶାସନ କାଳରେ ସରିବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ ।

The post ୧୯୯୦ରେ ସ୍ୱର୍ଗତ ବିଜୁ ପଟ୍ଟନାୟକ କରିଥିଲେ ଶିଳାନ୍ୟାସ । ବିଂଝାରପୁରରେ ୩୩ ବର୍ଷ ପରେ ବି ତିଆରି ହୋଇପାରିଲା ନାହିଁ ୧୨ କିଲୋମିଟର ରାସ୍ତା first appeared on Kanak News.

from Kanak News
via <a href="https://ifttt.com/?

ସମୟ ଗଡୁଛି ଆଶାୟୀଙ୍କ ସଂଖ୍ୟା ବଢୁଛି । ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସରେ ଅଛନ୍ତି ଏକାଧିକ ଆଶାୟୀ

କନକ ବ୍ୟୁରୋ : ଧର୍ମଗଡ ବିଧାନସଭା ନିର୍ବାଚନୀ କ୍ଷେତ୍ରରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୌସୁଧୀ ବାଗ ବିଜୟୀ ହୋଇଥିଲେ । ୨୦୦୪, ୨୦୦୯, ୨୦୧୪ରେ ମଧ୍ୟ ଏହି ଆସନରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଆଉ ଏହି ଆସନରୁ ବାରମ୍ବାର ବିଜେଡି ପ୍ରାର୍ଥୀ ବିଜୟୀ ହେଉଥିବାରୁ ଏଥର ଶାସକ ଦଳରୁ ଟିକେଟ ନେବା ପାଇଁ ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା । ଆଶାୟୀ ପ୍ରାର୍ଥୀମାନେ ନାମ ଯଜ୍ଞଠାରୁ ଆରମ୍ଭ କରି ବିବାହ ବ୍ରତରେ ସାମିଲ ହେଉଛନ୍ତି । କ୍ରିକେଟ ଓ ଫୁଟବଲ ଖେଳରେ ଅତିଥି ଭାବେ ଯୋଗ ଦେଉଛନ୍ତି । ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ଲୋକଙ୍କ ସହ ସମ୍ପର୍କ ବଢ଼ାଉଛନ୍ତି ।

୨୦୨୪ରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକାରେ ରହିଛନ୍ତି, ପୂବର୍ତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ବର୍ତ୍ତମାନର ବିଧାୟକ ମୌସୁଧୀ ବାଗ, ଧର୍ମଗଡ ଏନଏସି ଅଧ୍ୟକ୍ଷା ମନିଷା ମିଶ୍ର ।

ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଲମ୍ବିଚାଲିଛି । ବିଶେଷକରି ଲକ୍ଷ୍ମୀକାନ୍ତ ବାଗ, ସୁଧିର ରଞ୍ଜନ ପାଟ୍ଟଯୋଶୀ, ବିଜୟ ଦେବ ସାହୁ, ଜନ୍ମେଜୟ ନାୟକ ଓ ଘନଶ୍ୟାମ ଅଗ୍ରୱାଲ ବିଜେପି ଟିକେଟ ପାଇବାକୁ ଆଶାୟୀ ଅଛନ୍ତି ।

କଂଗ୍ରେସ ଦଳରୁ ଗତ ନିର୍ବାଚନରେ ପରାଜିତ ହୋଇଥିବା ଯୁବ ନେତା ଦିଗାମ୍ବର ଦୁରିଆ, ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରବିନ୍ଦ୍ର କୁମାର ପାଟ୍ଟଯୋଶୀ, ଯାଦବ ନେତା ଡାକେଶ୍ୱର ଲହଜଳଙ୍କ ନାମ ଚର୍ଚ୍ଚାରେ ରହିଛି ।

ତେବେ କେଉଁ ଦଳରୁ କାହାକୁ ଟିକେଟ ମିଳିବ ତାହା ଏବେ କହିବା ମୁସ୍କିଲ ।

The post ସମୟ ଗଡୁଛି ଆଶାୟୀଙ୍କ ସଂଖ୍ୟା ବଢୁଛି । ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସରେ ଅଛନ୍ତି ଏକାଧିକ ଆଶାୟୀ first appeared on Kanak News.

from Kanak News
via <a href="https://ifttt.com/?

ଭାଇକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଦିବ୍ୟାଙ୍ଗ ବଡ ଭାଇଙ୍କ ସଂଘର୍ଷ । ଟ୍ରାଇ-ସାଇକେଲରେ ଗାଁକୁ ଗାଁ ବୁଲି ବିକୁଛନ୍ତି ପନିପରିବା

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଧୋବାବନ୍ଦର ଗାଁର ସନ୍ୟାସୀ ବେହେରା । ପିଲାଦିନେ ଅସୁସ୍ଥତା କାରଣରୁ ଦୁଇଟି ଯାକ ଗୋଡ ଅଂଚଳ ହୋଇଯାଇଛି । ସଂପୂର୍ଣ୍ଣ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି, ଅଧିକ ପାଠ ପଢିପାରିନାହାନ୍ତି । କିନ୍ତୁ ଅକ୍ଷମ ନୁହନ୍ତି । ଦୃଢ଼ ଆତ୍ମବଳ ତାଙ୍କୁ ସଂଘର୍ଷ ଭିତରେ ସକ୍ଷମ କରିପାରିଛି । ପରିବାର ଚଳାଇବା ପାଇଁ ଟ୍ରାଇ-ସାଇକେଲରେ ଗାଁକୁ ଗାଁ ଯାଇ ପରିବା ବିକୁଛନ୍ତି  । ସେଥିରେ ପାଂଚ ପ୍ରାଣୀ ପରିବାର ମୁହଁରେ ଦାନା ଦେବା ସହ ସାନ ଭାଇକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଏମବିଏ ପଢାଉଛନ୍ତି ।

ଅଜା ଆଇଙ୍କ ଘରେ ରହୁଛନ୍ତି ସନ୍ୟାସୀଙ୍କ ପରିବାର । ସ୍ତ୍ରୀ, ଦୁଇ ଯାଆଁଳା ପୁଅ ଓ ସାନ ଭାଇକୁ ନେଇ ତାଙ୍କ ସଂସାର । ସକାଳୁ ଉଠି ନିଜ ନିତ୍ୟକର୍ମ ସାରିବା ପରେ ତିନି ଚକିଆ ସାଇକେଲରେ ପରିବା ଲଦି ବିକିବାକୁ ବାହାରି ଯାଆନ୍ତି ସନ୍ୟାସୀ । ଚାଷୀଙ୍କ ପାଖରୁ ପନିପରିବା କିଣି, ୮ ରୁ ୧୦ ଖଣ୍ଡ ଗାଁ ବୁଲି ବିକ୍ରିବଟା କରିଥାନ୍ତି । ଦୈନିକ ୩ଶହରୁ ୪ଶହ ଟଙ୍କା ରୋଜଗାର କରି ସ୍ୱାଭିମାନର ସହ ବଂଚିବାକୁ ପ୍ରୟାସ ଜାରି ରଖିଛନ୍ତି ।

ସରକାରୀ ଯୋଜନାରେ ଭତା ଓ ମାସିକ ଚାଉଳ ସହ ଆବାସ ଘର ଖଣ୍ଡେ ପାଇଛନ୍ତି । ଏବେ ସରକାରୀ ସ୍ତରରେ ତିନି ଚକିଆ ମୋଟର ସାଇକେଲ ଓ କିଛି ଋଣ ମିଳିଲେ ପରିବା ବ୍ୟବସାୟକୁ ସନ୍ୟାସୀ ବଢ଼ାଇ ପାରନ୍ତେ ବୋଲି ଆଶା ରଖିଛନ୍ତି ।

The post ଭାଇକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଦିବ୍ୟାଙ୍ଗ ବଡ ଭାଇଙ୍କ ସଂଘର୍ଷ । ଟ୍ରାଇ-ସାଇକେଲରେ ଗାଁକୁ ଗାଁ ବୁଲି ବିକୁଛନ୍ତି ପନିପରିବା first appeared on Kanak News.

from Kanak News
via <a href="https://ifttt.com/?

ବରଗଡ ପାଣିମୋରା ମଣ୍ଡିରେ ପଡି ରହିଛି ବର୍ଷକର ପରିଶ୍ରମ । ଆସୁନାହାନ୍ତି ମିଲର କି ଉଠୁନି ଧାନ, ଦିନ ରାତି ଧାନ ବସ୍ତାକୁ ଜଗି ରହୁଛନ୍ତି ଚାଷୀ

କନକ ବ୍ୟୁରୋ : ପାହାଡ ଭଳି ବସ୍ତା ବସ୍ତା ଧାନ ଗଦା ହୋଇ ପଡିରହିଛି । ଅଦିନିଆ ବର୍ଷା, ରୋଗ ପୋକରୁ କଷ୍ଟରେ ଫସଲକୁ ସୁରକ୍ଷିତ ରଖି ଅମଳ ପରେ ଚାଷୀଙ୍କୁ ଏବେ ମଣ୍ଡିରେ ଧାନ ବିକ୍ରି ପାଇଁ ସଂଘର୍ଷ କରିବାକୁ ପଡିଛି । ଧାନ ବସ୍ତାର ଗଦାକୁ ପାଳ ଘୋଡାଇ, ପଲିଥିନ ପକେଇ ଚାଷୀ ନିଜେ ଖୋଲା ଆକାଶ ତଳେ ଜଗି ରହିଛି । ବରଗଡ ଜିଲ୍ଲା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନ ପାଣିମୋରା ମଣ୍ଡିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଚାଷୀଙ୍କ ଅଭିଯୋଗ ଟୋକନ ଥିଲେ ସୁଦ୍ଧା ଧାନ ବିକ୍ରି ହେଉନି । ଯେଉଁ ଚାଷୀଙ୍କ ଧାନ ବିକ୍ରି ହେଉଛି, ଆଦ୍ରତାର ଆଳ ଦେଖାଇ ମନଇଛା କଟନୀ ଛଟନୀ କରାଯାଉଥିବା ଅଭିଯୋଗ ହୋଇଛି ।

ବରଗଡରେ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଛି । ଧାନ ସଂଗ୍ରହ ପାଇଁ ୨୦୫ଟି ମଣ୍ଡି ଓ ଅସ୍ଥାୟୀ ଧାନ କେନ୍ଦ୍ର ଖୋଲା ଯାଇଛି । ୫୮ଟି ପେକ୍ସ ଓ ୫୪ଏସଏଚଜି ଦ୍ୱାରା ଧାନ କିଣା ପ୍ରକ୍ରିୟା ଚାଲିଛି । କିନ୍ତୁ ମିଲରଙ୍କ ମନମାନି ଯୋଗୁଁ ଧାନ ବିକ୍ରି ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏବେ ମଧ୍ୟ ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୨ଲକ୍ଷ ୩୨ ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡି ରହିଛି । କିନ୍ତୁ ଯୋଗାଣ ଅଧିକାରୀ କହିଛନ୍ତି ସୁରୁଖୁରୁରେ ଧାନ କିଣା ଚାଲିଛି ।

ତୁରନ୍ତ ମଣ୍ଡିରୁ ଚାଷୀଙ୍କ ଧାନ ନଉଠେ ତେବେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

The post ବରଗଡ ପାଣିମୋରା ମଣ୍ଡିରେ ପଡି ରହିଛି ବର୍ଷକର ପରିଶ୍ରମ । ଆସୁନାହାନ୍ତି ମିଲର କି ଉଠୁନି ଧାନ, ଦିନ ରାତି ଧାନ ବସ୍ତାକୁ ଜଗି ରହୁଛନ୍ତି ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ବିସର୍ଜନ ବେଳେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା । ଭୋଗରାଇ ରସିଦପୁର ଜଗନ୍ନାଥ ମନ୍ଦିରରେ କ୍ଷମା ପ୍ରର୍ଥନା କଲା ଭୋଗରାଇ ଆଧ୍ୟାତ୍ମିକ କମିଟି

କନକ ବ୍ୟୁରୋ : ଜଗନ୍ନାଥଙ୍କୁ ଅସମ୍ମାନ କରି କ୍ଷମା ମାଗିଲେ ପୂଜା କମିଟି ସଦସ୍ୟ । ସମୁଦ୍ରରେ ଜଗନ୍ନାଥଙ୍କ ମାଟି ମୂର୍ତ୍ତି ବିସର୍ଜନ ବେଳେ ସାମ୍ନାକୁ ଆସିଥିଲା ଏକ ଅଶୋଭନୀୟ ଦୃଶ୍ୟ । ମହାପ୍ରଭୁଙ୍କୁ ପାଣିରେ ବିସର୍ଜନ କରିବା ବେଳେ ଟ୍ରାକ୍ଟର ଉପରୁ ଠେଲି ଦେଇଥିଲେ ଦୁଇଜଣ ଯୁବକ । ଯେଉଁ ଦୃଶ୍ୟକୁ ଦେଖି ପ୍ରତି ଓଡିଆ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଭୋଗରାଇ ଆଧ୍ୟାତ୍ମିକ କମିଟି । ରସିଦପୁର ଜଗନ୍ନାଥ ମନ୍ଦିରରେ କ୍ଷମା ପ୍ରାର୍ଥନା କରିଛନ୍ତି । ଗତକାଲି ତାଳସରୀ ମହୋଦଧିରେ ବିଷର୍ଜନ ପାଇଁ ଜଗନ୍ନାଥଙ୍କ ୩୨ ବେଶ ସହ ରାଧାକୃଷ୍ଣ ଓ ଶିବ ସରସ୍ୱତୀଙ୍କୁ ମୂର୍ତ୍ତିଙ୍କୁ ୧୦ଟି ଟ୍ରାକ୍ଟରରେ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ମୂର୍ତ୍ତି ବସର୍ଜନ କାମରେ ନିୟୋଜିତ ଯୁବକମାନେ କାଳିଆକୁ ଅସନମ୍ମାନ କରି ବିଦାୟ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା

The post ବିସର୍ଜନ ବେଳେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା । ଭୋଗରାଇ ରସିଦପୁର ଜଗନ୍ନାଥ ମନ୍ଦିରରେ କ୍ଷମା ପ୍ରର୍ଥନା କଲା ଭୋଗରାଇ ଆଧ୍ୟାତ୍ମିକ କମିଟି first appeared on Kanak News.

from Kanak News
via <a href="https://ifttt.com/?

‘ଓଡ଼ିଶା ମୋ ପରିବାର’ ର ମହତ୍ୱ କାର୍ଯ୍ୟ । ୩ ଭିନ୍ନକ୍ଷମଙ୍କୁ ଯୋଗାଇଦେଲେ କୃତ୍ରିମ ଅଙ୍ଗ

କନକ ବ୍ୟୁରୋ : ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।

ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ, ତାଙ୍କ ବାମ ହାତର ପାପୁଲି ନାହିଁ । କିନ୍ତୁ ମନରେ ଚିତ୍ରାକୃତି, ନୃତ୍ୟ ଓ ଟାଇକୋଣ୍ଡୋ ପ୍ରତି ଉତ୍ସାହ ଭରି ରହିଛି । ସେ ଏହି ସବୁକୁ ଶିଖିବା ପାଇଁ ତାଲିମ ମଧ୍ୟ ନେଉଛନ୍ତି । ଦୁଇଥର ବିଭିନ୍ନ ଶିବିରରୁ କୃତ୍ରିମ ହାତ ଲଗାଇଥିଲେ ସୁଦ୍ଧା ସମୟକ୍ରମେ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା । ତାଙ୍କ ଘର ପାଖରେ ଏକ ସଚେତନତା ଶିବିରରୁ ସେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଏକ କୃତ୍ରିମ ହାତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଠିକ ସେହିପରି, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୫୨ ବର୍ଷିୟ ଜଣେ ଦିନ ମଜୁରିଆ ଭରତ ଚନ୍ଦ୍ର ବାଇ ଯାହାଙ୍କ ଫାଇଲେରିଆରେ ଡାହାଣ ଗୋଡ଼ଟି ସଂକ୍ରମଣ ହୋଇଥିବାରୁ ଡାକ୍ତରଙ୍କର ପରାମର୍ଶରେ ତାଙ୍କ ଗୋଡ଼ଟିକୁ ଅପରେସନ କରି କଟା ଯାଇଥିଲା ଏବଂ ପରବର୍ତ୍ତି ସମୟରେ ସେ ତାଙ୍କପାଇଁ ଏକ କୃତ୍ରିମ ଗୋଡ଼ ପାଇଁ ସମାଜସେବୀ ଅର୍ସଦ୍ ଅଲ୍ଲିଙ୍କ ଜରିଆରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କୁ ନିବେଦନ କରିଥିଲେ। ଶ୍ରୀ ବେହେରା ଓଡ଼ିଶା-ମୋ ପରିବାରକୁ ଏହି ବିଷୟରେ ଜଣାଇବା ପରେ ଓଡ଼ିଶା-ମୋ ପରିବାର ତରଫରୁ ଭରତଙ୍କୁ ଯୋଗାଯୋଗ କରାଯାଇଥିଲା ।

ଅନ୍ୟଏକ ଘଟଣାରେ କୋରାପୁଟ ଜିଲ୍ଲା ଜୟପୁରର ୬୫ ବର୍ଷିୟ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଯାହାଙ୍କ ବାମ ଗୋଡ଼ର ଆଣ୍ଠୁ ପାଖରେ ବାରମ୍ବାର ଟ୍ୟୁମର ହେଉଥିବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କ ଗୋଡ଼ର ଆଣ୍ଠୁ ଉପର ଭାଗଠାରୁ ଗୋଡ଼ଟି କଟାଯାଇଥିଲା । ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉପରୋକ୍ତ ତିନିଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଓ ଓଡ଼ିଶା-ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ କୃତ୍ରିମ ହାତ ଓ ଗୋଡ଼ ଯୋଗାଇ ଦିଆଯାଇଛି ।

The post ‘ଓଡ଼ିଶା ମୋ ପରିବାର’ ର ମହତ୍ୱ କାର୍ଯ୍ୟ । ୩ ଭିନ୍ନକ୍ଷମଙ୍କୁ ଯୋଗାଇଦେଲେ କୃତ୍ରିମ ଅଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ଏହି ଦେଶରେ ଦରବୃଦ୍ଧି ୬୨ ପ୍ରତିଶତକୁ ସୁଧହାର ୪୨ ପ୍ରତିଶତ । ଜାଣନ୍ତୁ କାହିଁକି ଏଭଳି ପରିସ୍ଥିତିରେ ପଡିଲା ଏହି ଦେଶ

କନକ ବ୍ୟୁରୋ : ଭାରତ ସରକାର ଦରବୃଦ୍ଧିକୁ ଆୟତରେ ରଖିବା ପାଇଁ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏହି ଅଣାୟତ ମୁଲ୍ୟ ବୃଦ୍ଧି ଜନ ସାଧାରଣଙ୍କୁ ହନ୍ତସନ୍ତ କରିସାରିଲାଣି । ବସ୍ତୁର ଦରଦାମ ବଢି ୫.୫ ଥିବା ବେଳେ ବ୍ୟାଙ୍କର ସୁଧହାର ବଢି ୮ ରୁ ୧୨ ପ୍ରତିଶତ ବଢି ଗଲାଣି । ଏତିକିରେ ଜନତାଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡିଲାଣି । ଯଦି ମୁଲ୍ୟ ବୃଦ୍ଧି ତଥା ସୁଧହାର ବଢି ୬୨ ଓ ୪୨ ରେ ପହଂଚି ଯାଏ ତେବେ କଣ ଦୁର୍ଦ୍ଦଶା ହେବ ଭାବିଛନ୍ତି କି ? ତୁର୍କୀ ବର୍ତମାନ କିଛି ଏମିତି ହିଁ ଅବସ୍ଥା ଦେଇ ଗତି କରୁଛି ।

ସୂଚନା ଅନୁଯାୟୀ ତୁର୍କୀରେ ମହଙ୍ଗାପଣ ଏତେ ବଢି ଗଲାଣି କି ସେଠାକାର ସେଣ୍ଟ୍ରାଲ ବ୍ୟାଙ୍କ ପୁଣି ସୁଧହାର ୨.୫ ପ୍ରତିଶତକୁ ବଢାଇ ଦେଇଛନ୍ତି । ଯାହାକି ବଢି ଏବେ ୪୨.୫ ରେ ପହଂଚିଯାଇଛି  । ଗତ କିଛି ମାସ ଧରି ଅନେକ ଥର ଏହା ବଢା ଯାଇଥିବା ବେଳେ ଲଗାତାର ୭ ଥର ପାଇଁ ଦର ବୃଦ୍ଧି କରାଯାଇଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଏମିତି ବଢି ଚାଲିଲେ ଏହା ୩୫ ପ୍ରତିଶତ ବଢିଯିବ ।

ସେପଟେ ଦରବୃଦ୍ଧି ଓ ବ୍ୟାଙ୍କର ଏଭଳି ସୁଧହାର ବୃଦ୍ଧି କାରଣରୁ ସାଧାରଣ ଲୋକ ଦୈନଦିନ ଜରୁରୀ ଜିନିଷ କିଣିବା ପାଇଁ ମଧ୍ୟ ହଇରାଣ ହେଉଥିବାର ଦେଖା ଦେଉଛି । ରାସନ କିଣା ଠାରୁ ଆରମ୍ଭ କରି ଘର ଭଡା ଯାଏଁ ଏ ସବୁରେ ଅଶାତୀତ ଭାବେ ମୁଲ୍ୟ ବୃଦ୍ଧି ପାଇଛି । ସେଂଟ୍ରାଲ ବ୍ୟାଙ୍କ ଏସବୁକୁ ସୁଧାରିବାକୁ ଚାହୁଁଥିଲେ ମଧ୍ୟ ନିକଟ ଅତୀତରେ ଏ ପରିସ୍ଥିତିରେ ସୁଧାର ଆସିବାର ନାହିଁ ବୋଲି ଜଣାଇଛି । ତୁର୍କୀର ରାଷ୍ଟ୍ରପତି ରସେପ ତୟପ ଏରଦୋଗା ନିର୍ବାଚନ ଜିତିବା ପରେ ଏହି ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ ମଧ୍ୟ ଏହା କୌଣସି ସୁଫଳ ଆଣିବାରେ ସଫଳ ହୋଇ ପାରିଲା ନାହିଁ । ଫଳ ସ୍ୱରୁପ ତୁର୍କୀର ଅର୍ଥ ବ୍ୟବସ୍ଥା କ୍ରମଶଃ ଭାବେ ଖସୁଥିବା ବେଳେ ବିଦେଶୀ ନିବେଶକ ମାନେ ମଧ୍ୟ ଆଉ ନିବେଶ ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ଏହା ଫଳରେ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରାର ପରିମାଣ ମଧ୍ୟ ଅଭାବ ଦେଖା ଦେଉଛି ।

The post ଏହି ଦେଶରେ ଦରବୃଦ୍ଧି ୬୨ ପ୍ରତିଶତକୁ ସୁଧହାର ୪୨ ପ୍ରତିଶତ । ଜାଣନ୍ତୁ କାହିଁକି ଏଭଳି ପରିସ୍ଥିତିରେ ପଡିଲା ଏହି ଦେଶ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started