ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ କହିଲେ, ପୂର୍ବଥର କମ୍ ଭୋଟ୍ ମିଳିଥିଲା, ଏଥର ଅଧିକ ଭୋଟ୍ ମିଳିବ

କନକ ବ୍ୟୁରୋ : ମଞ୍ଚ ଉପରୁ ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଭୋଟ୍ ମାଗିଛନ୍ତି ପାଣ୍ଡିଆନ । କହିଛନ୍ତି, ଗତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରୁ କମ୍ ଭୋଟ୍ ମିଳିଥିଲା । କିନ୍ତୁ ଏଥର ଅଧିକ ଭୋଟ୍ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ । ସେ ଆହୁରି କହିଛନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଅନେକ ସୁବିଧା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୬ ମାସ ମଧ୍ୟରେ ପ୍ରତି ପଂଚାୟତରେ ଆମ ବ୍ୟାଙ୍କ ଖୋଲାଯିବ । ମିଶନ୍ ଶକ୍ତି ମା’ମାନଙ୍କୁ ଆଉ ଦୂର ଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ରୋକିବା ପାଇଁ କିଛି ବ୍ୟକ୍ତି ଅପପ୍ରଚାର କରୁଛନ୍ତି । ସେମାନଙ୍କୁ ଉଚିତ ଜବାବ ଦେବାକୁ ପଡ଼ିବ ବୋଲି ପାଣ୍ଡିଆନ କହିଛନ୍ତି । ଏହାସହ ସବୁ ଅଭିଯୋଗକୁ ୭ ଦିନ ଭିତରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ ।

The post ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ କହିଲେ, ପୂର୍ବଥର କମ୍ ଭୋଟ୍ ମିଳିଥିଲା, ଏଥର ଅଧିକ ଭୋଟ୍ ମିଳିବ first appeared on Kanak News.

from Kanak News
via <a href="https://ifttt.com/?

ସାହସ ଅଛି ତ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢନ୍ତୁ । ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଲେ ବିଜେପି ନେତ୍ରୀ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଜେପି ନେତ୍ରୀଙ୍କ ଚ୍ୟାଲେଞ୍ଜ । ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ମମତାଙ୍କୁ ବାରଣାସୀରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ୍ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ବୈଠକରେ ବାରଣାସୀ ଆସନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ମମତା । ଏହା ଜାଣିବା ପରେ ଅଗ୍ନିମିତ୍ରା ମମତାଙ୍କୁ ବାରଣାସୀରୁ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି । ସତସାହସ ଯଦି ଅଛି ତେବେ ପ୍ରିୟଙ୍କାଙ୍କ ବଦଳରେ ବାରଣାସୀ ଆସନରୁ ମମତା ନିର୍ବାଚନ ଲଢନ୍ତୁ ବୋଲି କହିଛନ୍ତି ଅଗ୍ନିମିତ୍ରା ।
୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧୀ ମୈଦାନକୁ ଓହ୍ଳାଇବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଏଥିରେ କଂଗ୍ରେସ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଅଜୟ ରାୟଙ୍କୁ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା କଂଗ୍ରେସ । ଏହି ନିର୍ବାଚନରେ ଅଜୟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଇଣ୍ଡିଆ ମେଣ୍ଟ ବୈଠକରେ, ଆସନ୍ତା ୩୧ ସୁଦ୍ଧା ଆସନ ଭାଗବଣ୍ଟା ପାଇଁ ଶେଷ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ରାଜ୍ୟସ୍ତରରେ ଡିସେମ୍ବର ଶେଷ ସୁଦ୍ଧା ଆସନ ବୁଝାମଣା ହେବାକୁ ସ୍ଥିର ହୋଇଥିବା ବେଳେ ଶେଷ ନିଷ୍ପତ୍ତି ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ନେବେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ।

The post ସାହସ ଅଛି ତ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢନ୍ତୁ । ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଲେ ବିଜେପି ନେତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

 କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ୬ଜଣଙ୍କୁ ବାନ୍ଧିଲା ଭୁବନଶ୍ୱେର ସାଇବର ଥାନା । ୮କୋଟି ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ ରାକେଶ କୁମାର ନାୟକ

କନକ ବ୍ୟୁରୋ :  କ୍ରେଡିଟ୍ କାର୍ଡ ମାଧ୍ୟମରେ ୮କୋଟି ଟଙ୍କାର ଠକେଇ, ୬ ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ରାକେଶ କୁମାର ନାମକ ବ୍ୟକ୍ତିଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଲା ପୁରା ଠକେଇ ଘଟଣା । ଅଭିଯୋଗକାରୀ ରାକେଣ ଲୋନ ପାଇଁ ଆବେଦନ କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥଲେ । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲ ବିଲିଂ ଏଜେଂଟଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠକେଇ କରୁଥିବା ତଦନ୍ତ ପରେ ଜଣାପଡିଥିଲା । ହସ୍ପଟିଲା ଗୁଡିକରେ ପେସେଂଟ ବିଲିଂ କରିବା ସମୟରେ ବିଲିଂ ଏଜେଂଟ ଠକ ନିକଟରେ ଥିବା କ୍ର୍ରେଡିଟ କାର୍ଡ ମାଧ୍ୟମରେ ସ୍ୱାଇପ କରି ପେମେଂଟ ନେଉଥିଲେ । ହେଲେ ଏହି ଟଙ୍କା ସବୁ ଠକ ଅଭିଯୁକ୍ତର ଆକାଉଁଟକୁ ଯାଉଥିଲା । ଏଭଳି କରି ଲୋକଙ୍କୁ ଚୁନା ଲଗାଉଥିଲା ଠକ । ଗିରଫ ପରେ ସାଇବର ଥାନା ପୋଲିସଅଭିଯୁକ୍ତ ନିକଟରୁ ୭ଲକ୍ଷ ଟଙ୍କା ସହିତ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬ଟି ମୋବାଇଲ, ପାସବୁକ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

The post  କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ୬ଜଣଙ୍କୁ ବାନ୍ଧିଲା ଭୁବନଶ୍ୱେର ସାଇବର ଥାନା । ୮କୋଟି ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ ରାକେଶ କୁମାର ନାୟକ first appeared on Kanak News.

from Kanak News
via <a href="https://ifttt.com/?

ଜେଲରୁ ମୁକୁଳିଲେ ୟୁଟ୍ୟୁବର ମନୀଷ କଶ୍ୟପ । ସ୍ୱାଗତ କରିବାକୁ ଜେଲ ସାମ୍ନାରେ ପ୍ରବଳ ଭିଡ

କନକ ବ୍ୟୁରୋ : ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି । ବେୱର ଜେଲରୁ ସେ ବାହାରିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ହଜାର ହଜାର ଲୋକ ଜେଲ ସାମ୍ନାରେ ଭିଡ ଜମାଇଥିଲେ । ହେଲେ ଜାମିନ ପେପରରେ କିଛି ତ୍ରୁଟି କାରଣରୁ ସେ ଜେଲରୁ ବାହାରିପାରି ନାହାଁନ୍ତି । କୁହାଯାଉଛି କି, ତାଙ୍କ ନାମ ମନୀଷ କଶ୍ୟପ ଓରଫ ତ୍ରିପୁରାରୀ  କୁମାର ତିୱାରୀ ହୋଇଥିବା ବେଳେ ଜାମିନ ପେପରରେ ଅଧାନାମ ଲେଖାଯାଇଛି ।

ତାମିଲନାଡୁରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାରେ ପ୍ରଥମରୁ ତାଙ୍କୁ ଜାମିନ ମିଳିଯାଇଥିଲା । ଏବେ ପାଟନା ହାଇକୋର୍ଟ ଓ ସଭିଲ କୋର୍ଟରୁ ମଧ୍ୟ ତାଙ୍କୁ ଜାମିନ ମିଳିବା ତାଙ୍କ ଜେଲରୁ ବାହାରିବାର ସମସ୍ତ ପ୍ରତିବନ୍ଧକ ହଟି ଯାଇଛି । ହେଲେ କୋର୍ଟ କାଗଜରେ କିଛି ତ୍ରୁଟି ଥିବା କାରଣରୁ ସେ ଜେଲରୁ ବାହାରିବାକୁ ଆଉ କିଛି ସମୟ ଲାଗିପାରେ ।

ସେପଟେ ମନୀଷ କଶ୍ୟପ ଆଜି ଜେଲରୁ ବାହାରୁଥିବାର ଖବର ପ୍ରଚାରିତ ହେବା ପରେ ଜେଲ ବାହାରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିବାକୁ ଭିଡ ଜମାଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା କି ଭିଡ ରୋକିବାକୁ ପୋଲିସ ଡାକିବାକୁ ପଡିଥିଲା ।

The post ଜେଲରୁ ମୁକୁଳିଲେ ୟୁଟ୍ୟୁବର ମନୀଷ କଶ୍ୟପ । ସ୍ୱାଗତ କରିବାକୁ ଜେଲ ସାମ୍ନାରେ ପ୍ରବଳ ଭିଡ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରକୁ କାମିୟା ଜାନି ପ୍ରବେଶ ପ୍ରସଙ୍ଗରେ ତେଜିଲା ରାଜନୀତି । କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ ।

କନକ ବ୍ୟୁରୋ: ରାଜରାସ୍ତାରେ ଜଗନ୍ନାଥ ସେନା । ଜଗନ୍ନାଥଙ୍କ ସଂସ୍କୃତିକୁ ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ । କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର ଦ୍ୱାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀଙ୍କୁ ଦୁଃଖ ଦେଇଛି । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ତେଣୁ କାମିଆଙ୍କ ବିରୋଧରେ ମାମଲା ଦାୟର କରିବାକୁ ଦାବି କରାଯାଇଛି ।

କାମିଆ ଯାନୀ ପ୍ରସଙ୍ଗରେ , ନାଁ ନନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ, ସବୁ ଓଡ଼ିଆ ଓ ସନାତନୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ ଦେଲା ଭଳି କାମ କେହି ନକରିବା ଉଚିତ । ଜାଣତରେ କିମ୍ବା ଅଜାଣତରେ ହେଉ, ଯେଉଁ ଆସ୍ଥା ଓଡ଼ିଆ ଲୋକଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି ଓ ଯେଉଁ ଭାବାବେଗ ରହିଛି, ତା ସାଙ୍ଗରେ ଅତି ଉତ୍ସାହ ହୋଇ ନଖେଳିଲେ ଭଲ । ଏଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କାମ୍ୟା ଯାନୀ ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି । ହେଲେ ଏହାକୁ ନେଇ ବିଜେଡି ମଧ୍ୟ ଉତ୍ତର ରଖିଥିଲା । ହେେ ଏବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବା ଆରମ୍ଭ କଲାଣି ।

The post ଶ୍ରୀମନ୍ଦିରକୁ କାମିୟା ଜାନି ପ୍ରବେଶ ପ୍ରସଙ୍ଗରେ ତେଜିଲା ରାଜନୀତି । କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।

କନକ ବ୍ୟୁରୋ: ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି ମାସ୍କ ଗାଇଡଲାଇନ୍ । ପ୍ରଥମ ଥର ପାଇଁ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ମାସ୍କ ପିନ୍ଧିବାକୁ ଅପିଲ କରିଛି । ବିଶେଷ କରି ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏପରିକି ଏକାଧିକ ରୋଗରେ ଆକ୍ରାନ୍ତ ଥିବା ବୟସ୍କ ଭିଡ଼ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଦେଶରେ କ୍ରମାଗତ କରୋନା ସଂକ୍ରମଣ ବଢ଼ିଚାଲିଛି, କୋଭିଡର ନୂଆ ଭୂତାଣୁ ଯେ ଏନ୍ ଡଟ୍ ୱାନ ପାଇଁ ସଂକ୍ରମଣ ବଢ଼ୁଛି । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀ ଏବେ ସୁସ୍ଥ ଅଛନ୍ତି ଓ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଗତ ୨୪ ଘଂଟାରେ ଦେଶରେ ୭୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

The post ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

ବିବାହ ବନ୍ଧନରେ ବାନ୍ଧିହେଲେ IAS ପରୀ ଓ ବିଜେପି MLA ଭବ୍ୟ… ଉଦୟପୁରରେ ରାଜକୀୟ ଢଙ୍ଗରେ ହେଲା ବିବାହ ।

କନକ ବ୍ୟୁରୋ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲଙ୍କ ନାତି ତଥା ବିଜେପି ବିଧାୟକ ଭବ୍ୟ ବିଷ୍ଣୋୟୀଙ୍କର ରାଜସ୍ଥାନର ବାସିନ୍ଦା ଆଇଏଏସ୍ ପରୀଙ୍କ ସହ ବିବାହ ହୋଇଛି । ଉଦୟରପୁରର ଏକ ମହଲରେ ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି । ଏହାପରେ ରିସେପ୍ସନ୍ ଦିଲ୍ଲୀ ସହ ହରିୟାଣା ଆଦମପୁର ଓ ରାଜସ୍ଥାନର ପୁଷ୍କରରେ ବିଭିନ୍ନ ତାରିଖରେ ଅନୁଷ୍ଠିତ ହେବ ।

ଭବ୍ୟ ବିଷ୍ଣୋୟୀ ହିସାର ଆଦମପୁରରୁ ବିଜେପିର ବିଧାୟକ ଅଛନ୍ତି । ଆଇଏଏସ୍ ପରୀ ବିଷ୍ଣୋୟୀଙ୍କ ସହ ତାଙ୍କର ନିର୍ବନ୍ଧ ମେ ୧ ତାରିଖରେ ହେବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

The post ବିବାହ ବନ୍ଧନରେ ବାନ୍ଧିହେଲେ IAS ପରୀ ଓ ବିଜେପି MLA ଭବ୍ୟ… ଉଦୟପୁରରେ ରାଜକୀୟ ଢଙ୍ଗରେ ହେଲା ବିବାହ । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମନୋଜ ଶଶୀଧର । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବ୍ୟବସାୟୀଙ୍କ ଜବତ ଟଙ୍କାର ହୋଇପାରେ ଖୋଳତାଡ?

କନକ ବ୍ୟୁରୋ: ଭୁବନେଶ୍ୱରରେ ସିବିଆଇ ଅତିରିକ୍ତି ନିର୍ଦ୍ଦେଶକ ମନୋଜ ଶଶିଧର । ଓଡ଼ିଶା ଗସ୍ତର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବେପାରୀଙ୍କ ଠାରୁ ଆଇଟି ବିଭାଗ ଜବତ କରିଥିବା ବିପୁଳ ପରିମାଣର ଟଙ୍କା ଲିଙ୍କରେ ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଦେଶୀ ମଦ ସଂସ୍ଥାରୁ ଜବତ କରିଥିବା ୩୫୧ କୋଟି ଟଙ୍କା ଅଘୋଷିତ ବୋଲି ଆଇଟି କହିବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ନେଇ ଆସିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

The post ଓଡ଼ିଶାରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମନୋଜ ଶଶୀଧର । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବ୍ୟବସାୟୀଙ୍କ ଜବତ ଟଙ୍କାର ହୋଇପାରେ ଖୋଳତାଡ? first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା ।

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କଲେରା । ଆରଏମ୍ସି କମିଶନର କହିଛନ୍ତି, ଏବେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ବିଭିନ୍ନ ହସ୍ପିଟାଲରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫ ଶହ ପାଣି ନମୁନା ପରୀକ୍ଷା ପାଇଁ ପଠାଯାଉଛି । ଲୋକଙ୍କୁ ସଚେତନ କରିବା ପାଇଁ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଯାଉଛି ।

ରାଉରକେଲାରେ ୧୪ଟି ହସ୍ପଟ୍ ଥିଲା । ଏବେ ଏହି ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି ଆରଏମ୍ସି କମିଶନର । ସେହିପରି ଯେଉଁ ସ୍ଥାନରେ ପାଇପ୍ ଫାଟିବା ଅଭିଯୋଗ ଆସୁଛି, ତୁରନ୍ତ ମରାମତି କରାଯାଉଛି । ଦିନ ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ସ୍ଥିତି ଫେରିବା ନେଇ ସେ ଆଶାବାଦୀ ଅଛନ୍ତି ।

The post ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଉଦୟପୁର ବେଳାଭୂମିିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତି ପରେ ବନପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ । ସୂଚନା ଅନୁସାରେ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୟପୁର ବେଳାଭୁମିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ନୂଆ ଆଶା ସଂଚାର ହୋଇଥିଲା ।

ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀ ଘୋଷଣା ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ସ୍ଥାନୀୟ ଲୋକ । କିନ୍ତୁ ଚଳିତ ବର୍ଷ ପିକନିକ୍ ରୁତୁ ଆରମ୍ଭରୁ ବନ ବିଭାଗର ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ସ୍ଥନୀୟ ବାସିନ୍ଦା ।

The post ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started