ସାଥୀଙ୍କ ମୃତଦେହ ଧରି ଫେରିଗଲେ ୩ ଆତଙ୍କବାଦୀ, ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା ।

କନକ ବ୍ୟୁରୋ : ସୀମା ସେପାରିରୁ ଭାରତକୁ ଆସିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଅଖନୁର ସେକ୍ଟରରେ ୪ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ବାକି ୩ ଆତଙ୍କବାଦୀ ଆଗକୁ ନ ବଢି ନିଜ ସାଥୀ ଆତଙ୍କବାଦୀଙ୍କ ମୃତଦେହ ଧରି ପୁଣିଥରେ ପାକିସ୍ତାନକୁ ଫେରି ଯାଇଛନ୍ତି ।

ଭାରତୀୟ ସେନା ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି ଯେ, ଖୋର, ଅଖନୁର ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶକୁ ପଣ୍ଡ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଗତିବିଧି ବାବଦରେ ଜାଣିବାକୁ ମିଳିଥିଲା । ଫଳରେ ଭାରତୀୟ ଯବାନ ମାନେ ଆଗୁଆ ସତର୍କ ହୋଇଯାଇଥିଲେ । ଆତଙ୍କବାଦୀ ମାନେ ଅନୁପ୍ରବେଶ କରିବା ମାତ୍ରେ ଆଖିବୁଜା ଗୁଳିଚାଳନା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଆତଙ୍କବାଦୀ ମୃତ ସାଥୀଙ୍କ ମରଶରୀରକୁ ଧରି ଅନ୍ତର୍ଜାତୀୟ ସୀମାରେ ଯାଉଥିବାର ଦେଖିବାକୁ ମିଳିଥିଲା ।

ସେହିଭଳି ପୁଞ୍ଝରେ ୩ ଜଣ ଲୋକଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି । ପୋଲିସ ଏହି ଘଟଣାର ଯାଞ୍ଚ କରୁଥିବା ବେଳେ ଉଭୟ ପୁଞ୍ଝ ଓ ରାଜୌରୀରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଏହାପୂର୍ବରୁ ପୁଞ୍ଝରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ପାହାଡ ଉପରୁ ରହି ସେନା ଯବାନଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ସେନା ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲେ ମଧ୍ୟ ଆତଙ୍କବାଦୀ ମାନେ ପଳାୟନ କରିବାରେ ସଫଳ ହୋଇଥିଲେ ।

The post ସାଥୀଙ୍କ ମୃତଦେହ ଧରି ଫେରିଗଲେ ୩ ଆତଙ୍କବାଦୀ, ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା । first appeared on Kanak News.

from Kanak News
via <a href="https://ifttt.com/?

ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା ପଡାପଦରର ଘଟଣା । 

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ୮ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଆଉ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି କୋରାପୁଟ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପଡ଼ାପଦର ଗାଁର ଚକ୍ର ସାନ୍ତା ।

ଧାନ ଅମଳ ପରେ ଖଳାରେ ଗଦା କରି ରଖିଥିଲେ ଚକ୍ର ସାନ୍ତା । ଗତକାଲି କୌଣସି କାରଣରୁ ଖଳାରେ ନିଆଁ ଲାଗିଯାଇଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ । ୩ ଘଂଟା କାଳ ପରିଶ୍ରମ କରି ନିଅାଁକୁ ଆୟତ କରିଥିଲେ ଅଗ୍ନିଶମ ବାହିନୀ । ତେବେ କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ ଚକ୍ର ସାନ୍ତା ।

The post ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା ପଡାପଦରର ଘଟଣା ।  first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ କଳିକୁ ନେଇ ପ୍ରତିବାଦ କରିବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା । କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଜଘନ୍ୟ ହତ୍ୟାକାଣ୍ଡ ।

ସୂଚନା ଅନୁସାରେ ଖବାର ଅଂଚଳର ନିର ଭୂତିଆ ବାଉଁଶପାଳ ନିଜ ଶ୍ୱଶୁର ଘରେ ରହୁଥଲେ । ଏହି ସମୟରେ ସେ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ହେଲେ ଏହି କଳି ବଢ଼ି ଚାଲିଥିବା ବେଳେ ପଡୋଶୀ ରୋହିତ ପ୍ରଧାନ କାହିଁକି ଝଗଡ଼ା କରୁଛ ବୋଲି ପଚାରିଥିଲେ । ହେଲେ ଏତିକିରେ ନିର ଉତ୍ୟକ୍ତ ହୋଇପଡ଼ିଥିଲେ ଓ ତାଙ୍କୁ ଆକ୍ରମଣ କରିଥିଲେ । ରୋହିତଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ପିଟି ଚାଲିଥିଲେ ନିର । ଏତିକିରେ ରୋହିତ ଗୁରୁତର ହେବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଲିସ୍ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

The post ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ ଦାବି ।

କନକ ବ୍ୟୁରୋ: ବିଭିନ୍ନ ଦାବୀ ନେଇ ସିପିଏମ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁରଠାରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୃଦ୍ଧ, ବିଧବା ଓ ଅସହାୟ ମାନଙ୍କ ଭତ୍ତାକୁ ୫ଶହ ଟଙ୍କାରୁ ବୃଦ୍ଧି କରି ସର୍ବନିମ୍ନ ୩ହଜାର ଟଙ୍କା କରିବା ଦାବି କରି ପ୍ରତିବାଦ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଭତ୍ତା ବୃଦ୍ଧି ଥିବା ବେଳେ ଆମ ରାଜ୍ୟରେ ୧୯୮୫ମସିହା ଠାରୁ ଏସବୁ ଭତ୍ତା ଅପରିବର୍ତ୍ତିତ ରହିଥିବା ଅଭିଯୋଗ ହୋଇଛି ।

ଦରଦାମ ବୃଦ୍ଧି ବେଳେ ହିତାଧିକାରୀଙ୍କୁ ଏହି ଭତ୍ତା ସହାୟତା ଅସମ୍ମାନ ସଦୃଶ୍ୟ ବୋଲି କହିଛନ୍ତି ସିପିଏମ୍ ଜିଲ୍ଲା ସଂପାଦକ । ଏ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଭତ୍ତା ରାଶି ପରିବର୍ତ୍ତନ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ସିପିଏମ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

The post ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ ଦାବି । first appeared on Kanak News.

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ସମ୍ପର୍କୀୟ ଭାଇକୁ ପଥରରେ ଛେଚି ହତ୍ୟା । ରାତିରେ ସାଙ୍ଗ ହୋଇ ଯାଇଥିଲେ, ସକାଳୁ ନାଳରୁ ମିଳିଲା ମୃତଦେହ ।

କନକ ବ୍ୟୁରୋ : ନବରଙ୍ଗପୁର ତେଲନଦୀ ପେଙ୍ଗୁସାଇରେ ବିଭତ୍ସ ହତ୍ୟା । କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଯାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଅାଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ । କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ । ଗତକାଲି ସଂଧ୍ୟରେ ଦୁହେଁ ମିଶି କୁଆଡ଼େ ଯାଉଥିବାର ଲୋକମାନେ ଦେଖିଥିଲେ । ରାତିରେ ଦୁହେଁ ଘରକୁ ନଫେରିବାରୁ ଦୁହିଁଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କୁ ପାଇନଥିଲେ । ଆଜି ସକାଳୁ ତେଲନଦୀ ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତଦେହ ପଡ଼ିଥିବାର ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ରାମସିଂଙ୍କର ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଉମରକୋଟ୍ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ରାମସିଂର ହତ୍ୟା ନରେଶ କରିଛି ନା ଅନ୍ୟ କିଏ ତାର ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ନରେଶ ଧରୁଆ ଗତକାଲି ଠାରୁ ଫେରାର ରହିଛି ।

The post ନବରଙ୍ଗପୁରରେ ସମ୍ପର୍କୀୟ ଭାଇକୁ ପଥରରେ ଛେଚି ହତ୍ୟା । ରାତିରେ ସାଙ୍ଗ ହୋଇ ଯାଇଥିଲେ, ସକାଳୁ ନାଳରୁ ମିଳିଲା ମୃତଦେହ । first appeared on Kanak News.

from Kanak News
via <a href="https://ifttt.com/?

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ପ୍ରଥମ ଥର ପାଇଁ ଆସିଛନ୍ତି ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ।

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ୨ଟି ୱାଲାବି ଓ ପ୍ରଥମ ଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଲେ । ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି । ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱାଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।ଗତକାଲି ବିଳମ୍ବିତ ରାତିରେ ଏମାନଙ୍କୁ ଅଣାଯାଇଛି । ଏହି ଜୀବମାନଙ୍କୁ ସ୍ୱାସ୍ଥ୍ୟ ନିରୀକ୍ଷଣ ଲାଗି କ୍ୱାରେଣ୍ଟାଇନରେ ରଖାଯାଇଛି ।

The post ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ପ୍ରଥମ ଥର ପାଇଁ ଆସିଛନ୍ତି ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ । first appeared on Kanak News.

from Kanak News
via <a href="https://ifttt.com/?

କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ ।

କନକ ବ୍ୟୁରୋ : କାମିଆ ଜାନି ପ୍ରସଙ୍ଗରେ, ନାଁ ନନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସବୁ ଓଡ଼ିଆ ଓ ସନାତନୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ ଦେଲା ଭଳି କାମ କେହି ନକରିବା ଉଚିତ । ଜାଣତରେ କିମ୍ବା ଅଜାଣତରେ ହେଉ, ଯେଉଁ ଆସ୍ଥା ଓଡ଼ିଆ ଲୋକଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି ଓ ଯେଉଁ ଭାବାବେଗ ରହିଛି, ତା ସାଙ୍ଗରେ ଅତି ଉତ୍ସାହ ହୋଇ ନଖେଳିଲେ ଭଲ । ଏଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ କାମିଆ ଜାନି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି । ଅଭିଯୋଗରେ କୌଣସି ସତ୍ୟତା ନଥିବା କହିବା ସହ ଯଦି କାହା ପାଖରେ କିଛି ପ୍ରମାଣ ରହିଛି, ତାକୁ ଉପସ୍ଥାପନ କଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏଥିସହ କାମିଆ ଜାନି କେମିତି ଚାରି ଧାମ ବୁଲିଥିଲେ ବୋଲି ବିଜେପିକୁ ପାଲଟା ପ୍ରଶ୍ନ କରିଛି ବିଜେଡି । କାମିଆ ଜାନି ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି । ଜଣେ ଗୋମାଂସ ଖାଉଥିବା ଓ ଖାଇବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଜଗନ୍ନାଥଙ୍କ ମନ୍ଦିରକୁ କିଭଳି ଗଲେ ବୋଲି ପ୍ରଶ୍ନ କରିଥିଲେ ବିଜେପି ନେତା ।

The post କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି , ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ତେବେ ଦେଶକୁ ପୁଣି ଥରେ କରୋନାର ନୂୁଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି । କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

 

The post ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ୮୦% ଲୋକଙ୍କ ପ୍ରିୟ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ବଡ ଦଳ ଭାବେ ଉଭା ହୋଇ ସାରିଛି । ମୋଦିଙ୍କ ବାର୍ତ୍ତା ଓଡ଼ିଶାର କୋଟିଏ ଘରେ ପହଞ୍ଚାଇବାକୁ କହିଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଦେଶର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି । ଓଡ଼ିଶାରେ ୮୦ ପ୍ରତିଶତ ଲୋକଙ୍କ ପ୍ରିୟ ନେତା ନରେନ୍ଦ୍ର ମୋଦି । ଓଡ଼ିଶାରେ ଏକ କୋଟି ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ବାର୍ତ୍ତା । ଗଣମାଧ୍ୟମକୁ କିଛି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, ଏବେ ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇ ସାରିଛି ବିଜେପି । ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱଙ୍କ ଆଶୀର୍ବାଦ ଓ ସର୍ବୋଚ୍ଚ ନେତୃତ୍ୱଙ୍କ ପ୍ରେରଣା ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ବିଧାୟକ । ପ୍ରମୁଖ ନେତାଙ୍କୁ ଭେଟି ରାଜ୍ୟ ରାଜନୀତି ସଂପର୍କରେ ଆଲୋଚନା କରିଛନ୍ତି । ଓଡ଼ିଶାରେ ମୋଦୀ ଗ୍ୟାରେଂଟିକୁ ଆଶ୍ୱସ୍ତ କରିବା ଲକ୍ଷ୍ୟରେ ରାଜ୍ୟ ନେତାମାନେ କାମରେ ଲାଗିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଥଁ ବୁଥ୍ ସ୍ତରରୁ ରାଜ୍ୟସ୍ତର ଯାଏଁ ଯାହା ଦାୟିତ୍ୱ ଅଛି କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

The post ଓଡ଼ିଶାରେ ୮୦% ଲୋକଙ୍କ ପ୍ରିୟ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ବଡ ଦଳ ଭାବେ ଉଭା ହୋଇ ସାରିଛି । ମୋଦିଙ୍କ ବାର୍ତ୍ତା ଓଡ଼ିଶାର କୋଟିଏ ଘରେ ପହଞ୍ଚାଇବାକୁ କହିଲେ ଧର୍ମେନ୍ଦ୍ର । first appeared on Kanak News.

from Kanak News
via <a href="https://ifttt.com/?

ସାରା ବିଶ୍ୱରେ ବଢ଼ୁଛି କରୋନା ମାମଲା । ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାସକରେ ବଢ଼ିଲାଣି ୫୨ ପ୍ରତିଶତ କୋଭିଡ୍ କେସ୍ । 

କନକ ବ୍ୟୁରୋ: କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । ହେଲେ ଏବେ କେବଳ ଭାରତର କରୋନା କେସ୍ ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି । ଗତ ମାସ ତୁଳନାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ କମିଛି ।

ସାରା ବିଶ୍ୱର ଗତ ମାସରେ କୋଭିଡରେ ୩ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବିଶେଷକରି କୋଭିଡର ନୂଆ ଭାରିଏଂଟ ଜେଏନ ଡଟ୍ ୱାନ ଏବେ ଚିନ୍ତା ବଢ଼ାଇଛି । ଏବେ ଏହି ପ୍ରଜାତିକୁ ନୀରିକ୍ଷଣରେ ରହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡକୁ ନଇ ଭୟଭୀତ ନହୋଇ ବରଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଭାରତରେ ଏବେ କେରଳରେ କୋଭିଡ କେସ୍ ବଢ଼ି ଚାଲିଛି । ପ୍ରତିଦିନ ଠାରେ ୨ ଶହରୁ ଅଧିକ ମାମଲା ଚିହ୍ନଟ ହେଉଛି । ନୂଆ ଭାରିଏଂଟ ଜେଏନ ଡଟ୍ ୱାନ ଏହାର କାରଣ ପାଲଟିଛି । କେରଳ ସହ ମହାରାଷ୍ଟ୍ର, ଗୋଆ, ତାମିଲନାଡୁରେ ମଧ୍ୟ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ଭାରତରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପି ସାରିଛି ।

The post ସାରା ବିଶ୍ୱରେ ବଢ଼ୁଛି କରୋନା ମାମଲା । ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାସକରେ ବଢ଼ିଲାଣି ୫୨ ପ୍ରତିଶତ କୋଭିଡ୍ କେସ୍ ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started