ନିଆଁରେ ଜଳିଗଲା ବର୍ଷକର ଦାନା । ଖଳାରେ ପୋଡି ପାଉଁଶ ହେଲା ୭ ଏକର ଜମିର ଧାନ ହଳା । କଳାହାଣ୍ଡି ତେନ୍ତୁଳିଖୁଣ୍ଟିର ଘଟଣା ।

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟିର ଖଳାରେ ଥିବା ୭ ଏକର ଜମିରୁ ଅମଳ ଧାନ ଜଳି ପୋଡି ପାଉଁଶ ।

ଗାଁର ଝସକେତନ ଦୁର୍ଗର୍ା ଓ ଫକିର ଦୁର୍ଗା ଧାନ ଅମଳ କରି ଖଳାରେ ବିଡ଼ା ବାନ୍ଧି ରଖିଥିଲେ । ହେଲେ ହଠଶତ୍ ନିଆଁ ଲାଗି ଯିବାରୁ ୮୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ହାରାମାଲ ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି ।

The post ନିଆଁରେ ଜଳିଗଲା ବର୍ଷକର ଦାନା । ଖଳାରେ ପୋଡି ପାଉଁଶ ହେଲା ୭ ଏକର ଜମିର ଧାନ ହଳା । କଳାହାଣ୍ଡି ତେନ୍ତୁଳିଖୁଣ୍ଟିର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀ ପକ୍ଷାଘାତରେ ଶଯ୍ୟାଶାୟୀ । ପରିବାର ପାଇଁ ମୋଟର ମେକାନିକ୍ ସାଜିଲେ ପୁନମ୍ । ନାରୀ ଜାତିକୁ ଦେଉଛନ୍ତି ବଞ୍ଚିବାର ରାହା ।

କନକ ବ୍ୟୁରୋ: ବେଳେ ବେଳେ ପରିସ୍ଥିତି ଏଭଳି ଭୟଙ୍କର ହୋଇ ସାମ୍ନାରେ ଛିଡା ହୁଏ ତାକୁ ଦେଖି ପ୍ରଥମେ ଭାରି ଡର ଲାଗିଲେ ବି ପର ସମୟରେ ସେଥିରୁ ବଞ୍ଚିବାର ସାହାସ ଯୋଗାଡ କରିହୁଏ । ସେ ପରିସ୍ଥିତିରେ ଦଳିମନ୍ଥି ହୋଇଗଲା ପରେ ଜୀବନ ଜିଇଁବାକୁ ଧୈର୍ଯ୍ୟ ଆଉ ସାହାସ ମିଳେ । ଏହାର ଉଦାହରଣ ହେଉଛନ୍ତି ଗାଜିଆବାଦର ପୁନମ୍ ।

ପୁନମଙ୍କ ସ୍ୱାମୀ ପେସାରେ ଜଣେ ମେକାନିକ ଥିଲେ। କିନ୍ତୁ ଏକ ଦୁର୍ଘଟଣାର ଶିକାର ହେବାପରେ ପୁନମଙ୍କ ସ୍ୱାମୀ ପକ୍ଷଘାତରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଯାଇଛନ୍ତି। ସ୍ୱାମୀ ଏକମାତ୍ର ରୋଜଗାରିଆ ଥିବାରୁ ପୁନମଙ୍କୁ ଧୀରେଧୀରେ ପରିବାର ଚଳାଇବାକୁ କଷ୍ଟ ହୋଇଥିଲା। କାରଣ ଟଙ୍କା ବାଧକ ସାଜିଥିଲା। ତେଣୁ ସ୍ୱାମୀଙ୍କ ଚିକତ୍ସା ସହିତ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁନମ ଘରୁ ପାଦ କାଢ଼ିଥିଲେ। ଚାକିରି ପାଇଁ ଅନେକ ଚେଷ୍ଟା ବି କରିଥିଲେ କିନ୍ତୁ ଅସଫଳ ରହିବା ପରେ ସେ ସ୍ବାମୀଙ୍କ ଠାରୁ ଗାଡ଼ି ସଜଡ଼ା କାମ ଶିଖିଥିଲେ। ଧୀରେଧୀରେ ସେ ଜଣେ ପ୍ରଶିକ୍ଷକ ପ୍ରାପ୍ତ ମେକାନିକ ଭଳି କାମ ଶିଖିଗଲେ। ଏହାପରେ ଏକ ଗ୍ୟାରେଜ ଖୋଲି ଗାଡ଼ି ସଜାଡ଼ିବା କାମ ଆରମ୍ଭ କଲେ। ଏଥିରୁ ତାଙ୍କର ଭଲ ରୋଜଗାର ବି ହେଲା। ଉକ୍ତ ଟଙ୍କାରେ ସେ ହସଖୁସିରେ ତାଙ୍କ ପରିବାର ବି ଚଳାଇ ନେଉଛନ୍ତି।

ତେବେ ଏସବୁ ପୁନମଙ୍କ ପାଇଁ ଏତେ ସହଜ ନଥିଲା। ଏଥିପାଇଁ ଲୋକେ ତାଙ୍କୁ ଅନେକ ଥର ପରିହାସ କରିଛନ୍ତି। ଥଟ୍ଟା କରି ଅନେକ କଥା ବି କହିଛନ୍ତି। ପୁନମ କିନ୍ତୁ ସ୍ୱାମୀ ଓ ପିଲାଙ୍କ ଭବିଷ୍ୟକକୁ ଦୃଷ୍ଟିରେ ରଖି ଆଗେଇ ଚାଲିଥିଲେ ଲୋକଙ୍କ କଥା ତାଙ୍କୁ କିଛି ପ୍ରଭାବ ପକାଇ ନଥିଲା। ଯେଉଁଥିପାଇଁ ଆଜି ପୁନମ ତାଙ୍କ ପରିବାର ସହିତ ଖୁସିରେ ଅଛନ୍ତି।

The post ସ୍ୱାମୀ ପକ୍ଷାଘାତରେ ଶଯ୍ୟାଶାୟୀ । ପରିବାର ପାଇଁ ମୋଟର ମେକାନିକ୍ ସାଜିଲେ ପୁନମ୍ । ନାରୀ ଜାତିକୁ ଦେଉଛନ୍ତି ବଞ୍ଚିବାର ରାହା । first appeared on Kanak News.

from Kanak News
via <a href="https://ifttt.com/?

ଆତଙ୍କୀ ଆକ୍ରମଣ ପରେ ଏବେ ଜୋରଦାର ସର୍ଚ୍ଚ ଅପରେସନ୍ । ରଜୌରୀ ଓ ପୁଂଛରେ ତନ୍ନତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ, ୨ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ ହେବା ପରେ ଏବେ ସେଠାରେ ଜୋରଦାର ଖାନତଲାସି ଜାରି ରହିଛି । ପୁଂଚ ଓ ରାଜୌରିରେ ଏହି ତଲାସି ଚାଲିଛି । ସେଠାରେ ଏବେବି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି, ଆଉ ଆତଙ୍କୀଙ୍କୁ ଖୋଜି ନିପାତ କରିବାକୁ ପ୍ରୟାସ କରୁଛନ୍ତି ସୁରକ୍ଷାକର୍ମୀ । ଉଭୟ ଜିଲ୍ାରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ସେପଟେ କେମିତି ଏତେ ବଡ଼ ଆତଙ୍କୀ ଆକ୍ରମଣ ହେଲା, ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଗଲା କି?ତାର ଏବେ ବିଶ୍ଳେଷଣ କରାଯାଉଛି ।

ଗୁରୁବାର ଧିୟାର ମୋର ନିକଟରେ ପାସ୍ କରିବା ବେେ ୨ଟି ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଫଳରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ୩ଟି ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଏହି ୩ଟି ମୃତଦେହ ହୁଏତ ଆତଙ୍କବାଦୀଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟଏକ ଚିନ୍ତାଜନକ ଘଟଣା ସାମ୍ନକୁ ଅସିଛି । ଏହି ଆତଙ୍କୀ ଆକ୍ରମଣରେ ଯେଉଁ ବନ୍ଧୁକ ବ୍ୟବହାର କରାଯାଇଛି, ତାହା ଆମେରିକା ତିଆରି । ଆମେରିକା ନିର୍ମିତ ଏମ୍-୪ କାର୍ବାଇନ୍ ଏହି ଆକ୍ରମଣରେ ବ୍ୟବହାର କରିଥିଲେ ଆତଙ୍କୀ ।

The post ଆତଙ୍କୀ ଆକ୍ରମଣ ପରେ ଏବେ ଜୋରଦାର ସର୍ଚ୍ଚ ଅପରେସନ୍ । ରଜୌରୀ ଓ ପୁଂଛରେ ତନ୍ନତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ, ୨ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ । first appeared on Kanak News.

from Kanak News
via <a href="https://ifttt.com/?

ପେଟର ଭୋକ ଆଗରେ ଫିକା ପଡୁଛି ହାଡଭଙ୍ଗା ଶୀତ । ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଯାତ୍ରୀଙ୍କୁ ଅପେକ୍ଷା କରି ରହିଛନ୍ତି ରିକ୍ସାବାଲା ପଞ୍ଚୁ ।

କନକ ବ୍ୟୁରୋ: ନିଛାଟିଆ ରାତି, ହାଡ଼ ଭଙ୍ଗା ଶୀତ । ନିରୋଳା ରାସ୍ତାରେ ଏକୁଟିଆ ମଣିଷ । ରିକ୍ସାଟିଏ ଧରି ବାଟୋଇ ଅନ୍ୱେଷଣରେ ଘୁରି ବୁଲୁଥିବା ଏହି ମଣିଷର ନାଁ ପଞ୍ଚୁ । ଶୀତୁଆ ରାତିରେ ବ୍ରହ୍ମପୁର ଷ୍ଟେସନ୍ ଆଗରେ ଯାତ୍ରୀଙ୍କୁ ଚାହିଁ ବସୁଥିବା ଜଣେ ରିକ୍ସା ଚାଳକ । ଶୀତ ସିନା ହାଡ଼କୁ ଭାଙ୍ଗି ଦେବାର ସାମର୍ଥ୍ୟ ରଖୁଛି, କିନ୍ତୁ ପେଟର ଭୋକ ଆଗରେ କି ଶୀତ, କି କାକର । ମୁଣ୍ଡ ଉପରେ ପରିବାର ଦାୟତ୍ୱ, ତୁଳାଇବାକୁ ହିଁ ହେବ । ବାସ୍, ଦୀର୍ଘ ୧୭ ବର୍ଷ ହେଲା ସବୁ ଝଡ଼ଝଞ୍ଜାକୁ ଅତିକ୍ରମ ଜୀବନର ରିକ୍ସାକୁ ଟାଣି ଚାଲିଛନ୍ତି ପଞ୍ଚୁ ।

ରାତିର ଅନ୍ଧାରରେ ସହରର ରାସ୍ତା ଉପରେ ଆଉ ଜଣେ ରିକ୍ସା ଚାଳକ ନଜର ଆସିଥିଲେ । ନାଁ ଦୟା ଦାସ । ବର୍ଷ ୬୦ ଟପି ଗଲାଣି । ସାହାରା କହିଲେ କେବଳ ପତ୍ନୀ । ପୁଅ ନାହିଁ, ୨ଟି ଝିଅ ବାହା ହୋଇ ଶାଶୂଘରକୁ ଚାଲି ଗଲେଣି । ଏଭଳି ସ୍ଥିତିରେ ନିଜର ଏବଂ ନିଜ ଜୀବନ ସାଥୀଙ୍କ ପାଇଁ ରାତି ଅଧରେ ରିକ୍ସା ଟାଣୁଛନ୍ତି ଦୟା ମଉସା ।

ଜୀବନ ଯଦି ରିକ୍ସା ହୁଏ, ଟାଣିବାକୁ ହେବ । ଆଉ ସଂଘର୍ଷ ଯଦି କପାଳରେ ଲେଖା, ସଂଗ୍ରାମ କରିବାକୁ ହେବ । ବାସ୍, ଏଭଳି କିଛି ଧରି ନେଇ କର୍ମ କରି ଚାଲିଛନ୍ତି ବ୍ରହ୍ମପୁରର ପଞ୍ଚୁ ଏବଂ ଦୟା ।

The post ପେଟର ଭୋକ ଆଗରେ ଫିକା ପଡୁଛି ହାଡଭଙ୍ଗା ଶୀତ । ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଯାତ୍ରୀଙ୍କୁ ଅପେକ୍ଷା କରି ରହିଛନ୍ତି ରିକ୍ସାବାଲା ପଞ୍ଚୁ । first appeared on Kanak News.

from Kanak News
via <a href="https://ifttt.com/?

ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ଔପଦାରେ ଭାଲୁ ଆତଙ୍କ ।

କନକ ବ୍ୟୁରୋ: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ହାତୀଖୁଲୁ ଗାଁର ଦୁର୍ଗା ଚରଣ ସିଂହ । ସେ ତାଙ୍କ ପତ୍ନୀଙ୍କ ସହ ଛେଳି ଚରାଇବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ପତ୍ନୀ ଦୌଡ଼ି ଗାଁକୁ ପଳାଇଥିବା ବେଳେ ଦୁର୍ଗା ଏକ ଗଛ ଉପରକୁ ଚଢି ଯାଇଥିଲେ । ତାଙ୍କ ପାଦରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

The post ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ଔପଦାରେ ଭାଲୁ ଆତଙ୍କ । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଛତିଶଗଡ ହାତୀଙ୍କ ଉପଦ୍ରବ । ନବରଙ୍ଗପୁରରେ ଚଳାଇଛନ୍ତି ଦୌରାତ୍ମ୍ୟ । ହାତୀ ଆକ୍ରମଣରେ ଜଣେ ମୃତ ।

କନକ ବ୍ୟୁରୋ: ପୁଣିଥରେ କିଛିଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣ ଜଣକର ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର ବ୍ଳକରେ ଗତ ଦୁଇ ତଳେ ଉଦନ୍ତି ସୀତା ନଦୀ ଅଭୟାରଣ୍ୟରୁ ଛତିଶଗଡ଼ି ହାତୀପଲ ପଶି ଆସିଥିଲେ କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ସଚେତନତା ହେଇନଥିବା ହେତୁ ଲୋକେ ଜାଣି ପାରି ନଥିଲେ ।

ଗୁରୁବାର ରାତିରେ ୩୦ ଟିକିଆ ହାତୀପଲ କୁନ୍ଦେଇ ବନ ବିଭାଗ କାର୍ଯ୍ୟଳୟରୁ ମାତ୍ର ୫ କିଲୋମିଟର ଦୂର ଖୁଡୁକ ଗ୍ରାମ ଭିତରକୁ ପଶିଆସି ଦୁଇଟି ଘର ଭାଙ୍ଗି ଧାନ ମକା ଖାଇବା ସହ ଫସଲ ନଷ୍ଟ କରିଛନ୍ତି । ଗ୍ରାମର ସୁବାଇ ଗଣ୍ଡ ନାମକ ମହିଳା ନିଜ ଚାଷ ଜମିରେ ଥିବା ଘରେ ଶୋଇଥିବା ବେଳେ ଶୁଣ୍ଢରୁ ଟେକିଆଣି ହାତୀ ଦଳି ମାରି ଦେଇଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଲୋକକୁ ଡ଼ାକବାଜି ଯନ୍ତ୍ର ଦ୍ୱାର ସଚେତନ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ।

The post ପୁଣି ଛତିଶଗଡ ହାତୀଙ୍କ ଉପଦ୍ରବ । ନବରଙ୍ଗପୁରରେ ଚଳାଇଛନ୍ତି ଦୌରାତ୍ମ୍ୟ । ହାତୀ ଆକ୍ରମଣରେ ଜଣେ ମୃତ । first appeared on Kanak News.

from Kanak News
via <a href="https://ifttt.com/?

ଝାରସୁଗୁଡ଼ାର ଗୁଳିକାଣ୍ଡ ମାଷ୍ଟରମାଇଣ୍ଡ ବ୍ୟବସାୟୀ ଗିରଫ । ଦିଲ୍ଲୀ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଘଟିଥିଲା ଗୁଳିକାଣ୍ଡ ।

କନକ ବ୍ୟୁରୋ: ପ୍ରେମରୁ କଳି, ଓଡ଼ିଶାରୁ ଯାଇ ରାୟପୁରରେ ଗୁଳି । ଦିଲ୍ଲୀର ଜଣେ ଯୁବତୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଶତ୍ରୁତାରୁ ରାୟପୁରରେ ସଂଗଠିତ ହୋଇଥିଲା ଗୁଳିକାଣ୍ଡ । ଏହି ଘଟଣାରେ ଝାରସୁଗୁଡ଼ାର ମାଷ୍ଟରମାଇଣ୍ଡ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ରାୟପୁରର ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସୁନ୍ଦରଗଡ଼ର ଦୁଇଜଣ ସୁଟରଙ୍କୁ ସୁପାରି ଦେଇଥିଲେ ଝାରସୁଗୁଡ଼ାର ବ୍ୟବସାୟୀ ସୁନୀଲ କେଡ଼ିଆ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସୁନୀଲଙ୍କ ସମେତ ଦୁଇ ଅଭିଯୁକ୍ତଙ୍କ ସୁଟର ଅମନ ଶର୍ମା ଏବଂ ସନ୍ତୋଷ ସିଂଙ୍କୁ ରାୟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେଲିବାନ୍ଧା ଥାନା ଅନ୍ତର୍ଗତ ଲୋଭାଣ୍ଡିଠାରେ ଅଭିଯୁକ୍ତ ସୁଟର ଅମନ ଶର୍ମା ପିସ୍ତଲରୁ ଗୁଳି କରି ସନ୍ଦୀପଙ୍କୁ ହତ୍ୟା ଉଦ୍ୟମ କରିଥିଲା । ହେଲେ ସନ୍ଦୀପଙ୍କ ଛାତିରେ ଗୁଳି ବାଜିବା ପରେ ବି ସେ ବର୍ତ୍ତିଯାଇଥିଲେ । ଗୁଳିବିଦ୍ଧ ଅବସ୍ଥାରେ ସନ୍ଦୀପ ଅଭିଯୁକ୍ତ ଅମନକୁ କାବୁ କରିଥିଲେ । ପୋଲିସ ପହଞ୍ଚିି ଅମନକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଛତିଶଗଡ଼ ପୋଲିସର ଏକ ଟିମ୍ ସୁନ୍ଦରଗଡ଼ରେ ଚଢ଼ଉ କରି ସନ୍ଦୀପକୁ ଗିରଫ କରିବା ସହ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

The post ଝାରସୁଗୁଡ଼ାର ଗୁଳିକାଣ୍ଡ ମାଷ୍ଟରମାଇଣ୍ଡ ବ୍ୟବସାୟୀ ଗିରଫ । ଦିଲ୍ଲୀ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଘଟିଥିଲା ଗୁଳିକାଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ହେଲା ପୂଜାର୍ଚ୍ଚନା । ଜାନୁଆରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ ।

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଦେବୀଙ୍କ ଇଦ୍ରଧ୍ୱଜକୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାରମଣ୍ଡଳୀ ପଡିଆରେ ପହଞ୍ଚିଥିଲା । ଏହା ପରେ ରାଜପୁରୋହିତ ପୂଜାର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ ।

କର୍ତ୍ତା ଦାୟିତ୍ୱ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ ତୁଲାଇଥିଲେ । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଛି । ଏହା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

The post ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ହେଲା ପୂଜାର୍ଚ୍ଚନା । ଜାନୁଆରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ । first appeared on Kanak News.

from Kanak News
via <a href="https://ifttt.com/?

ପଦ୍ମଶ୍ରୀ ଫେରାଇଲେ ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଖେଳାଳିଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ ।

କନକ ବ୍ୟୁରୋ: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ଘନେଇବାରେ ଲାଗିଛି ବିବାଦ । ଏହି ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରି ପଦ୍ମଶ୍ରୀ ଫେରାଇ ଦେଇଛନ୍ତି ଜଣାଶୁଣା ରେସଲର ବଜରଙ୍ଗ ପୁନିଆ । ସୋସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ମନର କଥା ବଖାଣିବା ସହ କୁସ୍ତି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ବଜରଙ୍ଗ ପୁନିଆ ।

ସେହିପରି ଗୁରୁବାର କୁସ୍ତିରୁ ଅବସର ନେଇଛନ୍ତି ରିଓ ଅଲମ୍ପିକରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ । ସଞ୍ଜୟ ସିଂ କୁସ୍ତିସଙ୍ଘର ଅଧକ୍ଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ସେ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି । ବିଜେପି ସାଂସଦ ତଥା କୁସ୍ତି ମହାସଙ୍ଘର ପୂର୍ବତନ ଅଧକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଖେଳାଳି ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏବେ ତାଙ୍କ ଘନିଷ୍ଠ ସହଯୋଗୀ କୁସ୍ତି ମହାସଙ୍ଘର ଅଧକ୍ଷ ହେବା ପରେ ଏହାକୁ ବିରୋଧ କରିଛନ୍ତି ରେସଲର ।

The post ପଦ୍ମଶ୍ରୀ ଫେରାଇଲେ ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଖେଳାଳିଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ । first appeared on Kanak News.

from Kanak News
via <a href="https://ifttt.com/?

ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଅସନ୍ତୋଷ । ସମୟ ପରବର୍ତ୍ତନ ପରେ ଶେଷରେ ଉଡାଣକୁ ବାତିଲ କଲା ସ୍ପାଇସ ଜେଟ୍ ।

କନକ ବ୍ୟୁରୋ: ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ । ଦୁଇ ଦୁଇ ଥର ସମୟ ପରବର୍ତନ କରିବା ପରେ ଶେଷରେ ଉଡାଣକୁ ବାତିଲ କରି ଦେଇଛି ସ୍ପାଇସ୍ ଜେଟ । ଏହି ଖବର ପାଇବା ପରେ ଝାରୁସୁଗୁଡା ଆସିବା ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତକାଲି ଦିନ ୧୨ଟାରେ ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଝାରସୁଗୁଡାକୁ ଉଡାଣ ଭରିବାର ଥିଲା । ହେଲେ ବିମାନ ଉଡାଣ ଭରିନଥିଲା । ଏହାର କିଛି ସମୟ ପରେ ଯାତ୍ରୀଙ୍କୁ କୁହାଯାଇଥିଲା ରାତି ୮ଟାରେ ବିମାନ ଝାରସୁଗୁଡା ଯାତ୍ରା କରିବ ବୋଲି କୁହାଯାଇଥିଲା । ହେଲେ ଶେଷରେ ବିମାନକୁ ବାତିଲ କରାଗଲା ବୋଲି ସ୍ପାଇସଜେଟ କର୍ତୃପକ୍ଷ ଯାତ୍ରୀଙ୍କୁ ସୂଚନା ଦେଇଥିଲେ । ଅନ୍ୟପଟେ ଯାତ୍ରା ପାଇଁ ଅପେକ୍ଷା କରିଥିବା ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ କୌଣସି ସୁବିଧା କରାଯାଇନଥିବା ବୋଲି ଅଭିଯୋଗ ହୋଇଛି ।

 

The post ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଅସନ୍ତୋଷ । ସମୟ ପରବର୍ତ୍ତନ ପରେ ଶେଷରେ ଉଡାଣକୁ ବାତିଲ କଲା ସ୍ପାଇସ ଜେଟ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started