ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ ।

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଥମୁନି ହଇଜା । ଏହି ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ବର୍ତମାନ ସୁଦ୍ଧା ଏହି ରୋଗରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଥିବା ଅଭିଯୋଗ ହୋଇଛି । ସଂକ୍ରମଣ ରୋକିବାକୁ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଚାଲିଛି । ମୁକାବିଲା ପାଇଁ ଏଡିଏମ୍ ଓ ସିଡିଏମ୍ଓଙ୍କ ମାରାଥନ ସମୀକ୍ଷା ବୈଠକ ହେଉଛି ।

ସେପଟେ ଲୋକଙ୍କ ସଚେତନତା ପାଇଁ ୯ଟି ମୋବାଇଲ୍ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବେ । ପାଣି ଫୁଟାଇ ପିଇବା, ବାହାର ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦେବେ । ଏବେ ସହରର ବିଭିନ୍ନ ହସ୍ପିଟାଲରେ ୧୨୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

The post ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର ।

କନକ ବ୍ୟୁରୋ: ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି ।

ଫ୍ରାନ୍ସ ପୋଲିସ ଭାତ୍ରେଠାରେ ଥିବା ଏକ କ୍ଷୁଦ୍ର ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ବାଧ୍ୟ କରିଥିଲା । ବିମାନ ଯାତ୍ରୀଙ୍କ ବିଶ୍ରାମ ପାଇଁ ବନ୍ଦରର ଅଭ୍ୟର୍ଥନା ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି । ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବ ଚାଲାଣ ମାମଲାରେ ତଦନ୍ତ ପାଇଁ ସହାୟତା ଲୋଡିଛି ।

The post ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ରାଜ୍ୟରେ ଘନ କୁହୁଡି । ଦୁର୍ଘଟଣା ଏଡାଇବା ପାଇଁ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ରାଜ୍ୟରେ ଆଜିଠୁ ଦୃଶ୍ୟମାନ ହେବ ଘନକୁହୁଡ଼ି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି ।

ବିଭିନ୍ନ ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ଫଳରେ ରାଜ୍ୟରେ ଶୀତ କମିବ । ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।

The post ଆଜିଠୁ ରାଜ୍ୟରେ ଘନ କୁହୁଡି । ଦୁର୍ଘଟଣା ଏଡାଇବା ପାଇଁ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଓଡ଼ିଆ ଦାସ’। ଦ୍ୱିତୀୟ ଦିନରେ ବି ଦର୍ଶକଙ୍କ ପ୍ରବଳ ଭିଡ

କନକ ବ୍ୟୁରୋ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ବହୁ ପ୍ରତିକ୍ଷୀତ ନାଟକ ଓଡ଼ିଆ ଦାସ । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଆଧାରିତ ଏହି ନାଟକ ଦେଖିବା ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଟକ ଦେଖିବା ପରେ ଦର୍ଶକମାନେ ଭାଷାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ପ୍ରତିଟି ଓଡ଼ିଆ ଭାଷାର ରକ୍ଷକ ଭାବେ କାମ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଦର୍ଶକମାନେ ନିଜର ପ୍ରତିକ୍ରିୟାରେ ମତ ରଖିଛନ୍ତି । କେବଳ ସେତିକି ନୁହେଁ ସମସ୍ତେ ନାଟକ ମୁଖ୍ୟ ଚରିତ୍ର ଥିବା ଓଡ଼ିଆ ଦାସଙ୍କ ଭଳି ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହି ନାଟକରେ ଓଡ଼ିଆ ଦାସ ହେଉଛନ୍ତି, କାହାଣୀର ମୁଖ୍ୟ ଚରିତ୍ର । ଯିଏ, ଓଡ଼ିଆ ଭାଷାକୁ ବାଂଚାଇବା ପାଇଁ ସଂଘର୍ଷ କରୁଛନ୍ତି   । ଆଜିକୁ ଠିକ୍ ୨ଶହ ବର୍ଷ ପରେ କେମିତି ଥିବ ଓଡ଼ିଶା? ଓଡ଼ିଆ ଭାଷାର ସ୍ଥିତି କେମିତି ଥିବ? ସେହି ପରିକଳ୍ପନା ଉପରେ ଏହି ନାଟକଟି ପର୍ଯ୍ୟବେଶିଷତ ହୋଇଛି । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ପରିକଳ୍ପନାରେ ଭବିଷ୍ୟ ଧାରାରିତ କାହାଣୀ ଉପରେ ପର୍ଯ୍ୟବେଶିଷତ ଏହି ନାଟକ ଏକ ଶକ୍ତିଶାଳୀ ସାମାଜିକ ବାର୍ତା ଦେଉଛି । ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶନା, ରବି ନାରାୟଣ, ମମତା, ମନୋଜ, ବିଶ୍ୱରଂଜନ, ରାଜଲକ୍ଷ୍ମୀ, ରାଜେଶଙ୍କ ଭଳି କଳାକାରଙ୍କ ଅଭିନାୟ ନାଟକକୁ ଆହୁରୀ ଜୀବନ୍ତ କରିଦେଇଛି । ରେଡିଓ ଚକଲେଟର ପ୍ରଡକ୍ସନ ଏହା ହେଉଛି ଦ୍ୱିତୀୟ ଭେଟି । ଏହା ପୂର୍ବରୁ ନାଟକ ଜଗତରେ ବିପ୍ଲବ ଆଣିଥିଲା ଆହେ ନୀଳ ଶଇଳ ।

The post ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଓଡ଼ିଆ ଦାସ’। ଦ୍ୱିତୀୟ ଦିନରେ ବି ଦର୍ଶକଙ୍କ ପ୍ରବଳ ଭିଡ first appeared on Kanak News.

from Kanak News
via <a href="https://ifttt.com/?

ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ ହେଲା ମାମଲା

କନକ ବ୍ୟୁରୋ : ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ । ୨୦୨୩ ଡିସେମ୍ବର ୬ ତାରିଖରେ ସେ ୟାନିକାଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୧୪ ଦିନ ପରେ ପତ୍ନୀ ୟାନିକା ତାଙ୍କ ବିରୋଧରେ ମାଡପିଟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡ.ବିବେକ ନିଜକୁ ଜଣେ ବ୍ୟବସାୟ ଗୁରୁ ଭାବେ ପ୍ରତିପାଦନ କରନ୍ତି ।

ବିବେକ ବିନ୍ଦ୍ରାଙ୍କ ଶଳା ବୈଭବ କବାତ୍ରା ନୋଏଡା ଥାନା ସେକ୍ଟର ୨୬ ରେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ଭଉଣୀଙ୍କ ବାହାଘର ଡିସେମ୍ବର ୬ ତାରିଖରେ ଲଲିତ ମାନଗର ହୋଟେଲରେ ବିବେକଙ୍କ ସହ ହୋଇଥିଲା । ହେଲେ ବାହାଘର ପରେ ବିବେକ ୟାନିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହାସହ ବିବେକ ୟାନିକାଙ୍କୁ ମାରପିଟ୍ କରୁଥିବାର ଏକ ଭିଡିଓ ମଧ୍ୟ ଥାନାରେ ଦାଖଲ କରିଛନ୍ତି ବୈଭବ ।

ବୈଭବ ତାଙ୍କ ଅଭିଯୋଗରେ ଲେଖିଛନ୍ତି କି ବିବେକ ୟାନିକଙ୍କୁ ଏତେ ମାଡ ମାରିଛନ୍ତି କି, ତାଙ୍କ କାନକୁ ଶୁଣାଯାଉନାହିଁ । ଏବେ ୟାନିକାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ କୈଲାଶ ହସ୍ପିଟାଲରେ ଚାଲୁଛି ।

The post ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ ହେଲା ମାମଲା first appeared on Kanak News.

from Kanak News
via <a href="https://ifttt.com/?

ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

କନକ ବ୍ୟୁରୋ : ରାଜଧାନୀରେ ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ନଦେବାରୁ ମୋମୋ ଦୋକାନୀକୁ ନିସ୍ତୁକ ମାଡ ମାରିଲେ ଓୟୁଏଟିର ଭେଟେନାରୀ ବିଭାଗ ଛାତ୍ର । ରାସ୍ତାକଡ ମୋମୋ ଦୋକାନୀଙ୍କୁ ରାସ୍ତାରେ ଗଡାଇ ତଡାଇ ମାଡ ମାରିଲେ ଓୟୁଏଟି ଛାତ୍ର । ସଂଘବଦ୍ଧ ଆକ୍ରମଣ କରି ଛାତ୍ରମାନେ ମୋମୋ ଦୋକାନୀଙ୍କ ମୁଣ୍ଡ ଫଟାଇଦେଲେ । ମୋମୋ ଦୋକାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏତିକିରେ ରାଗ ଶାନ୍ତ ନହେବାରୁ ଦୋକାନୀକୁ ରାସ୍ତାରୁ ଘୋଷାରି ନେଇ ହଷ୍ଟେଲରେ ତାଲା ପକାଇ ରଖିଥିଲେ । ଖବର ପାଇ ପୋଲିସ ହଷ୍ଟେଲରୁ ମୋମୋ ଦୋକାନୀ ବିକାଶ ସାହୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ଅଭିଯୋଗ ଅନୁସାରେ ବାର୍ଷିକ ଉତ୍ସବ ପାଇଁ ମୋମୋ ଦୋକାନୀ ବିକାଶ ସାହୁଙ୍କୁ ୧୨ଶହ ଟଙ୍କା ଚାନ୍ଦା ମାଗିଥିଲେ ଛାତ୍ରମାନେ । ହେଲେ ଦୋକାନୀ ମାତ୍ର ୨ ଶହ ଟଙ୍କା ଦେବାରୁ ଛାତ୍ରମାନେ ରାଗିଯାଇଥିଲେ । ଏହାକୁ ନେଇ କଥା କଟାକଟି ହେବାରୁ ଉତେଜନା ବଢିଥିବା ଓ ଛାତ୍ରମାନେ ଦୋକାନୀକୁ ସଂଘବଦ୍ଧ ଆକ୍ରମଣ କରିଥିବା ସୂଚନା ରହିଛି

The post ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ରିଲିଜର ପ୍ରଥମ ଦିନର ହିଁ କମାଲ କଲା ପ୍ରଭାସଙ୍କ ସାଲାର । ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ସିନେମା

କନକ ବ୍ୟୁରୋ : ପରଦାକୁ ଆସିଲା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁପ୍ରତିକ୍ଷିତ ସିନେମା ‘ସାଲାର’ । ଆଦିପୁରୁଷ ପରେ ଦମଦାର୍ ଆକ୍ସନ ସହ ପରଦାକୁ ଫେରିଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ପ୍ରଥମ ଦିନରେ ଦେଶର ବିଭିନ୍ନ ସହରରେ ସାଲାରା ଦେଖିବାକୁ ସିନେମାହଲ ଆଗରେ ଲାଗିଛି ଦର୍ଶକଙ୍କ ପ୍ରବଳ ଗହଳି । ଟ୍ରେଲରକୁ ଯେଉଁପରି ଦର୍ଶକଙ୍କ ପ୍ରତିକ୍ରିୟା ମିଳିଥିଲା, ଏଥି ସହ ଯେଭଳି ଆଗୁଆ ବୁକିଂ ହୋଇଥିଲା, ସିନେମାଟି ବକ୍ସଅଫିସରେ ଧୁମ୍ ମଚାଇବ ବୋଲି ଆକଳନ କରାଯାଉଥିଲା, ଏହି ଅନୁମାନ ଏବେ ସତ ହୋଇଛି । ପ୍ରଥମ ଦିନରେ ଫିଲ୍ମ ପ୍ରତି ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରିଲିଜ ପୂର୍ବରୁ ଆଡଭାନ୍ସ ଟିକେଟ୍ ବିକ୍ରିରେ ବି ୩୦ କୋଟିରୁ ଅଧିକ ଆୟ କରି ରେକର୍ଡ କରିଛି ଏହି ସିନେମା । ସବୁଠାରୁ ବଡ଼ କଥା ହେଉଛି, ଫିଲ୍ମରେ ଦେଖିବାକୁ ମିଳିଛି ପ୍ରଭାସଙ୍କ ଜବରଦସ୍ତ ଆକ୍ସନ । ମାଫିଆରାଜକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ର ‘ସାଲାର’ର କାହାଣୀ । ଛୋଟ ବେଳର ଦୁଇ ସାଙ୍ଗ ପରବର୍ତୀ ସମୟରେ କିଭଳି ନିଜ ନିଜର ଶତ୍ରୁ ପାଲଟି ଯାଇଛନ୍ତି ତାହା ହିଁ ଦେଖିବାକୁ ମିଳିଛି ସିନେମାରେ । ଆକ୍ସନ ସାଙ୍ଗକୁ ଥ୍ରୀଲରରେ ଭରପୁର ‘ସାଲାର’ରେ ପ୍ରଭାସଙ୍କ ଜବରଦସ୍ତ ଡାଏଲଗ ସାଙ୍ଗକୁ ଦମଦାର ଫାଇଟିଂ ସିନ୍ ସ୍ଥାନ ପାଇଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୁତି ହାସନ, ପୃଥ୍ୱୀରାଜ ଜଗପତି ବାବୁ, ଇଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ୪୦୦କୋଟି ବ୍ୟୟରେ ନିର୍ମାଣ ହୋଇଥିବା ‘ସାଲାର’ ବାହୁବଳୀ, କେଜିଏଫ ଭଳି ବ୍ଲକବ୍ଲଷ୍ଟର ଫିଲ୍ମଟି ଟପିଯିବ ବୋଲି ଆକଳନ କରିଛନ୍ତି ସୀନେ ସମୀକ୍ଷକ । ଗୁରୁବାର କିଙ୍ଗଖାନଙ୍କ ଡଙ୍କି ପରଦାକୁ ଆସିଥିବା ବେଳେ ଶୁକ୍ରବାର ମୁକ୍ତିଲାଭ କରିଛି ‘ସାଲାର’ । ବର୍ଷର ଶେଷରେ ଦୁଇ ସୁପରଷ୍ଟାରଙ୍କ ସିନେମା ଭିତରେ ଜବରଦସ୍ତ ଟକ୍କର ହେବ ବୋଲି ଅନୁମାନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ବକ୍ସଅଫିସରେ କିଏ ବାଜି ମାରୁଛି ।

The post ରିଲିଜର ପ୍ରଥମ ଦିନର ହିଁ କମାଲ କଲା ପ୍ରଭାସଙ୍କ ସାଲାର । ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ସିନେମା first appeared on Kanak News.

from Kanak News
via <a href="https://ifttt.com/?

ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୋଲା ଧମକ । କହିଲେ ଦୁନିଆକୁ କହିବେ ସବୁ ସିକ୍ରେଟ

କନକ ବ୍ୟୁରୋ : ବାନ୍ଧବୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଧମକ ଦେଲା କନମ୍ୟାନ ସୁକେଶ ଚନ୍ଦ୍ରଶେଖର । ଜେଲରେ ଥାଇ ସୁକେଶ କହିଛି ଦୁନିଆ ସାମ୍ନାକୁ ଜ୍ୟାକଲିନଙ୍କ ଏମିତି କିଛି କଥାର ଖୁଲ୍ଲାସା କରିବ ଯାହାକୁ କେବେ କେହି ଜାଣିନଥିଲେ । ବାରମ୍ବାର ଚିଠି ଲେଖିବା ଘଟଣାରେ ଅଭିନେତ୍ରୀ ଅସନ୍ତୋଷ ଜାହିର କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁକେଶ ଧମକ ଦେଇଥିବା ଜଣାପଡିଛି । ସୁକେଶ କହିଛି ତାକୁ ବିନା କାରଣରେ ଅପରାଧୀ ଭାବେ ସଜା ଯାଇଛି । ଜ୍ୟାକଲିନ ସହ ସେ କରିଥିବା ସମସ୍ତ ଚାର୍ଟ ଓ ଭିଡିଓ ଏବଂ ଫଟୋକୁ ସାର୍ବଜନୀନ କରିବ । ୨୦୦କୋଟି ଠକେଇ ମାମଲାରେ ଦିଲ୍ଲୀ ମାଣ୍ଡୋଲୀ କୋର୍ଟରେ ରହିଛି ସୁକେଶ ।

The post ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୋଲା ଧମକ । କହିଲେ ଦୁନିଆକୁ କହିବେ ସବୁ ସିକ୍ରେଟ first appeared on Kanak News.

from Kanak News
via <a href="https://ifttt.com/?

ଉତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା । ଭାଇକୁ ଅଙ୍ଗଦାନ କରିବାରୁ ମହିଳାଙ୍କୁ ଛାଡପତ୍ର ଦେଲେ ସ୍ୱାମୀ

କନକ ବ୍ୟୁରୋ : ଉତରପ୍ରଦେଶରୁ ଆସିଛି ଆଶ୍ଚଯ୍ୟଜନକ ଖବର । ଅସୁସ୍ଥ ଭାଇକୁ କିଡନୀ ଦେବା ପରେ ମହିଳାଙ୍କୁ ତିନ ତଲାକ ଦେଲେ ସ୍ୱାମୀ । ଭାଇର ଜୀବନ ବଂଚାଇବାକୁ ଯାଇ ଗୋଣ୍ଡା ଜିଲ୍ଲାର ଜଣେ ମଂହିଳା ଭାଇକୁ କିଡନୀ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାଉଦିଆରବରେ ରହୁଥିବା ବ୍ୟକ୍ତି ସ୍ତ୍ୀଙ୍କ ତିନ ତଲାକ ଦେଇଛନ୍ତି । ଘଟଣା ପରେ ପୁଲିସ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଏଏଥିସହ ସେ ଅଭିଯୋ କରିଛନ୍ତି ଯେ ତାଙ୍କର କୌଣସି ସନ୍ତାନ ନହେବା ଯୋଗୁଁ ବ୍ୟକ୍ତିଜଣକ ଲୁଚିଛପି ଅନ୍ୟତ୍ର ବିବାହ କରିଥିଲେ ଓ ୨ୟ ପତ୍ନୀଙ୍କୁ ନେଇ ସାଉଦିରେ ରହୁଛନ୍ତି । ଏଠାରେ ସେ ସିଲେଇ କରି ଗୁଂଜରାଣ ମେଂଟାଉଥିବାବେଳେ ମାନସିକ ନିର୍ଯ୍ୟାତନା ଦେଉଥିଲେ ସ୍ୱାମୀ । ତେବେ ଭାଇକୁ କିଡନୀ ଦେବା ଘଟଣାକୁ ବିରୋଧ କରି ଏବେ ତାଙ୍କୁ ତିନି ତଲାକ ଦେଇଛନ୍ତି ସ୍ୱାମୀ ।

The post ଉତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା । ଭାଇକୁ ଅଙ୍ଗଦାନ କରିବାରୁ ମହିଳାଙ୍କୁ ଛାଡପତ୍ର ଦେଲେ ସ୍ୱାମୀ first appeared on Kanak News.

from Kanak News
via <a href="https://ifttt.com/?

ପଦ୍ମଶ୍ରୀ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଏହାର ଖେଳାଳୀଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ

କନକ ବ୍ୟୁରୋ : ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ଘନେଇବାରେ ଲାଗିଛି ବିବାଦ । ଏହି ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରି ଶୁକ୍ରବାର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି ଜଣାଶୁଣା ରେସଲର ବଜରଙ୍ଗ ପୁନିଆ । ସୋସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ମନର କଥା ବଖାଣିବା ସହ କୁସ୍ତି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ବଜରଙ୍ଗ ପୁନିଆ ।ସେହିପରି ଗୁରୁବାର କୁସ୍ତିରୁ ଅବସର ନେଇଛନ୍ତି ରିଓ ଅଲମ୍ପିକରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ । ସଞ୍ଜୟ ସିଂ କୁସ୍ତିସଙ୍ଘର ଅଧକ୍ଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ସେ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି । ବିଜେପି ସାଂସଦ ତଥା କୁସ୍ତି ମହାସଙ୍ଘର ପୂର୍ବତନ ଅଧକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଖେଳାଳୀ ମାନେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଏବେ ତାଙ୍କ ଘନିଷ୍ଠ ସହଯୋଗୀ କୁସ୍ତି ମହାସଙ୍ଘର ଅଧକ୍ଷ ହେବା ପରେ ଏହାକୁ ବିରୋଧ କରିଛନ୍ତି ରେସଲର ।

The post ପଦ୍ମଶ୍ରୀ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଏହାର ଖେଳାଳୀଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started