ଭଂଜନଗରରେ ଶୁଖି ଯାଉଛି ନଈ । ବେଆଇନ୍ ବାଲି ଖନନ ଯୋଗୁଁ ବଡନଦୀ ଓ ଲୋହରାଖଣ୍ଡି ନଦୀ ହରାଉଛି ନିଜ ସତ୍ତା

କନକ ବ୍ୟୁରୋ : ଧିରେ ଧିରେ ହଜିଯାଉଛି ନଦୀ । ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳ ଦେଇ ପ୍ରବାହିତ ବଡ଼ନଦୀ ଓ ଲୋହରାଖଣ୍ଡି ନଦୀ ନିଜର ସତା ହରାଉଛି । ପୂର୍ବରୁ ବର୍ଷ ତମାମ୍ ନଦୀରେ ଜଳସ୍ରୋତ ଲାଗି ରହୁଥିଲା । ଏବେ କିନ୍ତୁ ପାଣି ତ ଦୁରର କଥା ବାଲି ମଧ୍ୟ ଦେଖାଯାଉନାହିଁ । ବାଲି ଚୋରା ଚାଲାଣ ହେତୁ ନଦୀ ଗୁଡ଼ିକ ନାଳ ପାଲଟିଯାଇଥିବା ଅଭିଯୋଗ ହୋଇଛି । ନଦୀଶଯ୍ୟା ସଂକୋଚିତ ହେବାରୁ ବର୍ଷା ଦିନେ ବନ୍ୟା ଆସିଲେ, ନଦୀ ଗତି ବଦଳାଇବାର ଆଶଙ୍କା କରି ଚିନ୍ତାରେ ପଡିଯାଇଛନ୍ତି ନଇକୂଳିଆ ଲୋକ ।

ଲୋହରାଖଣ୍ଡି ନଦୀ କନ୍ଧମାଳର କଳିଙ୍ଗା ଘାଟିରୁ ଉତ୍ପତ୍ତି । ଡ଼ହ ଡ୍ୟାମ କରି ନଦୀକୁ ନିୟନ୍ତ୍ରଣ କରାଯାଇଛି । ଭଂଜନଗର ସହରର ଦେଇ ମାଧବରିଡ଼ା ଆନିକଟ ଠାରେ ବଡ଼ନଦୀରେ ମିଶିଛି ଲୋହରାଖଣ୍ଡି ନଦୀ । ଏହି ନଦୀରେ ୧୦ ପୁଂଟ ଉଚ୍ଚର ବାଲି ରହୁଥିବାରୁ ବାଲିରୁ ପାଣି ଝରି ନଦୀ କେବେ ଶୁଖୁନଥିଲା । ହେଲେ ବାଲି ଚୋରା ଚାଲାଣ ଓ ମାଟି ମାଡି଼ଯିବାରୁ କାଶତଣ୍ଡି ଓ ଅନାବାନା ଗଛରେ ନଦୀଶଯ୍ୟା ପୋତି ହୋଇଯାଉଛି । ବଡ଼ନଦୀର ମଧ୍ୟ ସମାନ ଅବସ୍ଥା ହୋଇଛି । ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିବାରୁ ନଦୀ ଦିଗହରା ହୋଇଛି । ଭଂଜନଗର ସହରକୁ ଚାରିପଟୁ ଘେରି ରହିଛି ବଡ଼ନଦୀ ଓ ଲୋହରାଖଣ୍ଡି ନଦୀ । ନଦୀ ପୋତି ହୋଇଯିବାରୁ ଜଳସେଚନ ବିଭାଗ ପକ୍ଷରୁ ସଫେଇ କରାଯାଉଛି, ହେଲେ ତାକା କେବଳ କାଗଜ କଲମରେ ଚାଲିଥିବା ଭଂଜନଗରବାସୀ ଅଭିଯୋଗ କରିଛନ୍ତି ।

The post ଭଂଜନଗରରେ ଶୁଖି ଯାଉଛି ନଈ । ବେଆଇନ୍ ବାଲି ଖନନ ଯୋଗୁଁ ବଡନଦୀ ଓ ଲୋହରାଖଣ୍ଡି ନଦୀ ହରାଉଛି ନିଜ ସତ୍ତା first appeared on Kanak News.

from Kanak News
via <a href="https://ifttt.com/?

ଶୀତ ରାତିରେ ମେଡିକାଲରେ କେମିତି କଟୁଛି ରୋଗୀ ସଂପର୍କୀୟଙ୍କ ସମୟ । ବୁର୍ଲା ଭିମସାର ଏସଏନସିୟୁ ବାହାରେ ରାତି କାଟୁଛନ୍ତି ପ୍ରସୂତି

କନକ ବ୍ୟୁରୋ : ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ଶୀତ ଦିନେ ମେଡିକାଲରେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ସମୟ କେମିତି କଟୁଛି । ବୁର୍ଲା ଭିମ୍ସାରରେ କେଉଁଠି ରହୁଛନ୍ତି ରୋଗୀ ସଂପର୍କୀୟ ।

ପିଲାଛୁଆଙ୍କୁ ଧରି ମେଡିକାଲ ବାହାରେ କଟୁଛି ରାତି । ଶୀତ ରାତିରେ ତଳେ ସପ ଓ ବେଡସିଟ୍ ପକାଇ ଏସଏନସିୟୁ ବାହାରେ ରହୁଛନ୍ତି ପ୍ରସୂତି ମହିଳା । ପିଲା ଅସୁସ୍ଥ ଥିବାରୁ ତାକୁ ଏସଏନସିୟୁରେ ରଖା ଯାଇଛି । ଛୁଆକୁ କ୍ଷୀର ଦେବା ପାଇଁ ମାଆମାନେ ଅପେକ୍ଷା କରିଛନ୍ତି । ହେଲେ ଏଠି ମାଆମାନଙ୍କ ପାଇଁ ରହିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସେମାନେ ବାହାରେ ରହୁଛନ୍ତି । ମଝିରେ ମଝିରେ ଏସଏନସିୟୁ ଭିତରକୁ ନବଜାତ ଶିଶୁଙ୍କୁ କ୍ଷୀର ଦେଇ ଆସୁଛନ୍ତି । ପିଲା ପାଇଁ ମାଆ ବାହାରେ ଅପେକ୍ଷା କରିଥିବା ବେଳେ ଶୀତ ସାଙ୍ଗକୁ ମଶା କଲବଲ କରୁଛନ୍ତି । ମଶାଙ୍କ ପାଦୁର୍ଭାବରୁ ରକ୍ଷା ପାଇବା ପାଇଁ କେହି କେହି ମଶାରୀ ଟାଙ୍ଗି ଶୋଉଥିବା ଦେଖିବାକୁ ମିଳୁଛି ।

The post ଶୀତ ରାତିରେ ମେଡିକାଲରେ କେମିତି କଟୁଛି ରୋଗୀ ସଂପର୍କୀୟଙ୍କ ସମୟ । ବୁର୍ଲା ଭିମସାର ଏସଏନସିୟୁ ବାହାରେ ରାତି କାଟୁଛନ୍ତି ପ୍ରସୂତି first appeared on Kanak News.

from Kanak News
via <a href="https://ifttt.com/?

ହଠାତ୍ ଘରେ ଲାଗିଗଲା ନିଆଁ । ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ପୋଡି ପାଉଁଶ ହୋଇଯାଇଥିଲା ସବୁ କିଛି

କନକ ବ୍ୟୁରୋ : ଘର ପୋଡି ବିପଦ ଠାରୁ ବଡ ବିପଦ ନାହିଁ । ଯାହାର ଘର ପୋଡି ଯାଇଛି, ସେ ଜାଣିଛି ସେ ଦୃଶ୍ୟ କେତେ ଯନ୍ତ୍ରଣାଦାୟକ । କେନ୍ଦୁଝର ହାଟଡିହି ଅପସର ଗାଁରେ ଅଗ୍ନିକାଣ୍ଡ ଘଟିଛି   । ନିଆଁ ଲାଗି ୨ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ୩ ବଖରା ଘର ସହିତ ସବୁକିଛି ଜଳି ଯାଇଛି । ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସଂଧ୍ୟାରେ ହଠାତ୍ ଅଗ୍ନିକାଣ୍ଡ ଘଟି ଘରେ ନିଆଁ ଲାଗିଯାଇଥିଲା । ଲୋକମାନେ ନିଆଁକୁ ଆୟତ କରିବା ବେଳକୁ ସବୁ ସରିଯାଇଥିଲା । ଘରେ ରଖାଯାଇଥିବା ବର୍ଷକର ଆହାର, ଖଟ ପଲଙ୍କ, ଲୁଗାପଡା ପୋଡି ଅଙ୍ଗାର ହୋଇଯାଇଛି । ଧାନ ଚାଉଳ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ନିଆଁ ସବୁ କିଛି ଗିଳି ସାରିଥିଲା । ୨ଟି ପରିବାରର ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ।

The post ହଠାତ୍ ଘରେ ଲାଗିଗଲା ନିଆଁ । ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ପୋଡି ପାଉଁଶ ହୋଇଯାଇଥିଲା ସବୁ କିଛି first appeared on Kanak News.

from Kanak News
via <a href="https://ifttt.com/?

‘ମୁଁ ମୋ ପଦ୍ମଶ୍ରୀ ଫେରାଇଦେବି’: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେସଲର ବଜରଙ୍ଗ ପୁନିଆ

କନକ ବ୍ୟୁରୋ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ନିର୍ବାଚନରେ ସଞ୍ଜୟ ସିଂ ବିଜୟୀ ହୋଇଥିଲେ । ଯିଏକି, ପୂର୍ବ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ନିକଟତମ ସହଯୋଗୀ । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ବିନେଶ ଫୋଗଟଙ୍କ ସମେତ ଅନେକ ରେସଲର ଅସନ୍ତୁଷ୍ଟ ଅଛନ୍ତି । ଏହି ରେସଲରମାନେ ଦୀର୍ଘ ସମୟ ଧରି ବ୍ରିଜ ଭୂଷଣଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଥିଲେ । ଏମାନଙ୍କ ଦାବି ଥିଲା ରେସଲିଂ ଫେଡରେସନର ଅଧ୍ୟକ୍ଷ ଦାୟିତ୍ୱ ଜଣେ ମହିଳାଙ୍କୁ ଦିଆଯାଉ ।

https://platform.twitter.com/widgets.js

ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲ୍ଲିକ ଗୁରୁବାର ସନ୍ୟାସ ଘୋଷଣା କରିଛନ୍ତି । ଆଉ ଏହାର ଗୋଟିଏ ଦିନ ପରେ ଆଜି ବଜରଙ୍ଗ ପୁନିଆ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ଆୱାର୍ଡ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସୋସିଆଲମିଡିଆରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ବି ଲେଖିଛନ୍ତି । ସେ ଚିଠିକୁ ସୋସିଆଲମିଡିଆ ଏକ୍ସରେ ସେୟାର କରି ଲେଖିଛନ୍ତି ମୁଁ ମୋ ପଦ୍ମଶ୍ରୀ ପ୍ରଧାନମନ୍ତ୍ରୀ ଫେରାଇବାକୁ ଯାଉଛି । କହିବାକୁ କେବଳ ମୋର ଏହି ପତ୍ର ହିଁ ଅଛି ।

The post ‘ମୁଁ ମୋ ପଦ୍ମଶ୍ରୀ ଫେରାଇଦେବି’: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେସଲର ବଜରଙ୍ଗ ପୁନିଆ first appeared on Kanak News.

from Kanak News
via <a href="https://ifttt.com/?

ପୂଜା ସରିବା ପରେ ଅଲୋଡା ହୋଇଗଲା ଜଗନ୍ନାଥଙ୍କ ମାଟି ମୂର୍ତ୍ତି । ବାଲେଶ୍ୱର ତାଳସାରୀରେ ବିସର୍ଜନ ବେଳେ ଜଗାକୁ ଏ କି ବ୍ୟବହାର ?

କନକ ବ୍ୟୁରୋ : ଜଗନ୍ନାଥ । କାଳିଆ! ଭାବ ବିନୋଦିଆ । ବଡ ଦେଉଳର ବଡ ଠାକୁର । ସେ ପ୍ରତି ଓଡିଆଙ୍କ ପ୍ରାଣକେନ୍ଦ୍ର । ଆମ ଭାବର ଠାକୁରଙ୍କୁ ଏ କି ପ୍ରକାର ସମ୍ମାନ । ବିସର୍ଜନ ବେଳେ ଫିଙ୍ଗି ଦିଆଯାଉଛି । ଏ ଦୃଶ୍ୟକୁ ଦେଖିବା ବେଳକୁ ଛାତି କୋରି ହୋଇଯାଉଛି । ହେଲେ ଏ ବ୍ୟକ୍ତିମାନେ ଏମିତି କେମିତି କରିପାରୁଛନ୍ତି । ଶ୍ରୀଜିଉଙ୍କ ମୂର୍ତ୍ତିକୁ ପାଣିରେ ବିସର୍ଜନ ବେଳେ ଟ୍ରାକ୍ଟରରୁ ଫିଙ୍ଗି ଦେଉଛନ୍ତି । ମହାବାହୁ ପାଣିରେ ନପଡି ଟ୍ରାକ୍ଟର ଡାଲାରେ ମୁହଁ ମାଡି ପଡିଯାଉଛନ୍ତି । ପରେ ଦୁଇ ଜଣ ବ୍ୟକ୍ତି ସେହି ମୂର୍ତଙ୍କୁ ଅତି କଦଯ୍ୟ ଭାବେ ତାଳସାରୀ ମହୋଦଧୀରେ ବିସର୍ଜନ କରୁଛନ୍ତି । ଏହି ଦୃଶ୍ୟକୁ ଦେଖିବା ପରେ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଏ କି ପ୍ରକାର ବିସର୍ଜନ । ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଥାନାଛକ ହେଲିପ୍ୟାଡ ପଡିଆରେ ଡିସେମ୍ବର ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ୩୨ ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗତକାଲି କାର୍ଯ୍ୟକ୍ରମ ସରିବା ପରେ ଆଜି ଜଗନ୍ନାଥଙ୍କ ବେଶ ମୂର୍ତି, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତିକୁ ବିସର୍ଜନ କରାଯାଇଛି । ୧୦ଟି ଟ୍ରାକ୍ଟରରେ ଠାକୁରଙ୍କ ମାଟି ମୂର୍ତିକୁ ବିସର୍ଜନ ପାଇଁ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ଆଉ ବିସର୍ଜନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ଦୃଶ୍ୟ ପ୍ରତି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ।

The post ପୂଜା ସରିବା ପରେ ଅଲୋଡା ହୋଇଗଲା ଜଗନ୍ନାଥଙ୍କ ମାଟି ମୂର୍ତ୍ତି । ବାଲେଶ୍ୱର ତାଳସାରୀରେ ବିସର୍ଜନ ବେଳେ ଜଗାକୁ ଏ କି ବ୍ୟବହାର ? first appeared on Kanak News.

from Kanak News
via <a href="https://ifttt.com/?

ଭଙ୍ଗା ଚାଳଘରେ ଝୁଲୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦ ସଂକୁଳ ଅଙ୍ଗନୱାର୍ଡି କେନ୍ଦ୍ରରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା

କନକ ବ୍ୟୁରୋ : ଫୁଟା ଚାଳଘରେ କୋମଳମତି ଶିଶୁଙ୍କ ଭାଗ୍ୟ ଝୁଲୁଛି । କେତେବେଳେ କେଉଁ ମୁହୂର୍ତରେ ଅଘଟଣ ଘଟିଯିବ ତାହା କହିବା ଅସମ୍ଭବ । ମାତ୍ର ବିପଦ ସଂକୁଳ ଭଙ୍ଗା ମାଟି ଘରେ ଚାଲିଛି ଅଙ୍ଗନୱାର୍ଡି କେନ୍ଦ୍ର । ଆଉ ସେହି ଘରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା । ସରକାର ପ୍ରତ୍ୟେକ ଚାଳଘରକୁ କୋଠାଘର କରିବାକୁ ନିଷ୍ପତି ନେଇ ସାରିଛନ୍ତି । କିନ୍ତୁ ଭଙ୍ଗା ଚାଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । କେନ୍ଦ୍ରାପଡା ରାଜନଗର ବ୍ଲକର ରାଜପୁର ଗାଁରୁ ଏହି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ।

The post ଭଙ୍ଗା ଚାଳଘରେ ଝୁଲୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦ ସଂକୁଳ ଅଙ୍ଗନୱାର୍ଡି କେନ୍ଦ୍ରରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ ପ୍ରକ୍ରିୟା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପାଇଁ ଚଂଳଚଂଚଳ ଶ୍ରୀକ୍ଷେତ୍ର । ନିମନ୍ତ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ଚତୁର୍ଦ୍ଧମୂର୍ତିଙ୍କୁ ନିମନ୍ତ୍ରଣ ପରେ ଶୁକ୍ରବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ କରିଛି ସ୍ୱତନ୍ତ୍ର ଟିମ୍ । ମଧ୍ୟପ୍ରଦେଶର ଉଜ୍ଜୟିନି ଯାତ୍ରା କରି ସେଠାରେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହାସହ ସେଠାରେ ଶଙ୍କରାଚାର୍ଯ୍ୟଙ୍କ ସହ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ପରିଚାଳନା କମିଟିର ତିନି ଜଣ ସଦସ୍ୟ ଗସ୍ତ କରିବେ । ଏପଟେ ଜଗତପୁରୁଙ୍କୁ ଅଣଦେଖା କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରୁଥିବା ବେଳେ ନିମନ୍ତ୍ରଣ ପତ୍ରକୁ ସ୍ୱୀକାର କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ପରିକ୍ରମା ପ୍ରକଳ୍ପରେ ସେ ଯୋଗଦେବେ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ ପ୍ରକ୍ରିୟା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ବିଜେପିର ପ୍ରତିଶ୍ରୁତି ଉପରେ ଉଠିଲା ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀ କହିଲେ, ରାଜସ୍ଥାନବାସୀଙ୍କୁ ମିଳିବ ନାହିଁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଲୋକମାନଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । ତା ମଧ୍ୟରେ ରାଜ୍ୟବସୀଙ୍କୁ ପୂର୍ବ କଂଗ୍ରେସ ସରକାର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଥିବା ବେଳେ ବିଜେପି ସରକାରକୁ ଆସିଲେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଭୋଟରମାନେ ବିଜେପିର ଲୋଭନୀୟ ପ୍ରତିଶ୍ରୁତିକୁ ଭରସା କରି ବିଜେପିକୁ ବହୁମତ ଦେଇଥିଲେ । ହେଲେ କେନ୍ଦ୍ରମନ୍ତ୍ରୀ ଏବେ ଲୋକଙ୍କ ଭରସା ଉପରେ ପାଣି ପକାଇ ଦେଇଛନ୍ତି ।

ରାଜ୍ୟସଭାରେ ସାଂସଦ ଜାବେଦ ଅଲ୍ଲୀ ଖାନ ପ୍ରଶ୍ନ ପଚାରିଥିଲେ କି ଏବେ କେନ୍ଦ୍ର ସରକାର ରାଜସ୍ଥାନରେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କଥା ଦେଇଛି ନା ସାରା ଦେଶରେ ୪୫୦ଟଙ୍କାରେ ସିଲିଣ୍ଡର ଯୋଗାଇ ଦେବାକୁ ଯୋଜନା କରୁଛି । ଏହି ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ରାଜ୍ୟମନ୍ତ୍ରୀ କହିଛନ୍ତି କି, ରାଜସ୍ଥାନରେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିନାହାଁନ୍ତି । କହିରଖୁ କି ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇଦେବା ପ୍ରସଙ୍ଗ ୫ ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ ପ୍ରସଙ୍ଗ ପାଲଟିଥିଲା । ରାଜସ୍ଥାନରେ ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଲେଖିଥିଲା କି, ରାଜ୍ୟରେ ବିଜେପି ସରକାର ଗଠନ ହେଲେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ।

ଏବେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୬୦୩ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଛନ୍ତି । ରାଜସ୍ଥାନ,ମଧ୍ୟପ୍ରଦେଶରେ ବିଜେପି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏବେ ପ୍ରଶ୍ନ ଉଠୁଛି କି, ଯଦି ରାଜସ୍ଥାନ ଓ ମଧ୍ୟପ୍ରଦେଶର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ତେବେ ଦେଶର ଅନ୍ୟ ରାଜ୍ୟର ହିତାଧିକାରୀମାନେ କାହିଁକି ୧୫୩ ଟଙ୍କା ଅଧିକ ଦେବେ ।

The post ବିଜେପିର ପ୍ରତିଶ୍ରୁତି ଉପରେ ଉଠିଲା ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀ କହିଲେ, ରାଜସ୍ଥାନବାସୀଙ୍କୁ ମିଳିବ ନାହିଁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର first appeared on Kanak News.

from Kanak News
via <a href="https://ifttt.com/?

ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳାବାଘ: ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ

କନକ ବ୍ୟୁରୋ: ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ବାଘ । ରାଜ୍ୟସଭାରେ ଏକ ପ୍ରଶ୍ନରେ ଏଭଳି ଉତର ରଖିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । କହିଛନ୍ତି, ଦେଶରେ ଯେଉଁ ୧୦ଟି କଳା ମହାବଳ ବାଘ ଅଛନ୍ତି, ସେସବୁ ଶିମିଳିପାଳରେ ଅଛନ୍ତି । ଏହି ମହାବଳ ବାଘ ଗୁଡ଼ିକ ମେଲାନି ଷ୍ଟିକ୍ ପ୍ରଜାଭିର କୁହାଯାଉଥିବା ବେଳେ ଏମାନେ ଜେନେଟିକାଲ ଡିଜଅଡର ପାଇଁ ଜନ୍ମ ହୁଅନ୍ତି ବୋଲି କହିଛନ୍ତି ଅଶ୍ୱିନୀ ଚୌବେ ।

The post ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳାବାଘ: ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ

କନକ ବ୍ୟୁରୋ: ରାଉରକେଲାରେ ହଇଜାରେ ଆଉ ଜଣଙ୍କ ମୃତ୍ୟୁ । ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ । ତାଙ୍କୁ ୪୨ ବର୍ଷ । ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । କିଛି ଦିନ ହେଲା ରାଉରକେଲାରେ ଡରାଉଛି ଡାଇରିଆ । ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିପାରେ ।

The post ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started